ଭୁବନେଶ୍ୱର : କୋମଳମତି ଶିଶୁଙ୍କ ଉପରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ବଢୁଛି। ଘରେ ହେଉ ବା ଶିକ୍ଷାନୁଷ୍ଠାନ କେଉଁଠି ସୁରକ୍ଷିତ ନୁହଁନ୍ତି କୁନି କୁନି ପିଲା। ଏହାକୁ ନଜରରେ ରଖି ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ପାଇଁ ଚାଇଲ୍ଡ ସେଫ୍ ଏନ୍ଭାର୍ଣ୍ଣମେଣ୍ଟ ନିର୍ଦ୍ଦେଶାବଳୀ ଜାରି କରିଥିଲେ ରାଜ୍ୟ ସରକାର। ଦୁଇ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ବିଡ଼ମ୍ବନାର ବିଷୟ ୨୦୧୪ ଅଗଷ୍ଟରେ ଏହି ଗାଇଡ୍ଲାଇନ ଜାରି ହୋଇଥିଲେ ମଧ୍ୟ […]
ଭୁବନେଶ୍ୱର : ରାତି ପାହିଲେ ନୂଆଁଖାଇ। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଏଥିପାଇଁ ବଲାଙ୍ଗିରରେ ପୂର୍ବଦିନ ପାଳିତ ହୋଇଥାଏ ପାହୂର ଯାତ୍ରା। ନୂତନ ବସ୍ତ୍ର, ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଶୋଭାଯାତ୍ରରେ ସବୁ ଇଷ୍ଟଦେବୀଙ୍କ ପୀଠକୁ ନିଆଯାଇଥାଏ। ଆଜି ଅପରାହ୍ଣରେ ଏହି ପର୍ବ ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଛି। ସେପଟେ ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର […]
ଭୁବନେଶ୍ୱର : ପୁଲିସର ନିଃସ୍ୱାର୍ଥପର ସେବା କଥା କହିଲେ କେହି ବି ସହଜରେ ବିଶ୍ୱାସ କରିବେ ନାହିଁ। ହେଲେ ଏବେ ଯେଉଁ ଚିତ୍ର ଆସିଛି ତାହା ଦେଖିଲେ ହୁଏତ ଆପଣଙ୍କର ଏ ଭାବନା ବଦଳି ଯାଇପାରେ । ପୁଲିସ ବି ଅସହାୟ ଲୋକଙ୍କ ଦରଦୀ ବନ୍ଧୁ ସାଜିପାରେ ତାହା କଟକର ଜଣେ ଟ୍ରାଫିକ୍ ପୁଲିସ କରି ଦେଖାଇଛନ୍ତି। ଜଣେ ଅସହାୟ ଦୃଷ୍ଟିହୀନ ପରିବାରକୁ ରାସ୍ତା ପାର କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ହାବିଲଦାର ଲଲିତ୍ […]
ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସାଧାରଣ ଧନଜୀବନ ରକ୍ଷା କରାଯିବ ? କିଭଳି ଲୋକଙ୍କୁ ଉଦ୍ଧାର କରାଯିବ ? କୋଠା ଭୁଶୁଡ଼ିଲେ କିଭଳି ସେଠାରୁ ଲୋକଙ୍କୁ ଉଦ୍ଧାର କରାଯିବ ? ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ନେଉଛନ୍ତି ସାଧାରଣ ଯୁବକ ଓ ଯୁବତୀ। ଏମାନେ ସମସ୍ତେ ନେହରୁ ଯୁବ କେନ୍ଦ୍ର ସଂଗଠନର ସ୍ୱେଚ୍ଛାସେବୀ। କଟକ ମୁଣ୍ଡଳୀ ନ୍ୟାଶନାଲ୍ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନ୍ଡିଆର୍ଏଫ୍) ବାଟାଲିୟନ ପରିସରରେ ଏମାନଙ୍କୁ ଏହି ସମସ୍ତ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି। […]
କେନ୍ଦ୍ରାପଡା (ମନୋଜ କୁମାର ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣୀ ବସ୍ଷ୍ଟାଣ୍ଡ ରାସ୍ତାର କେନ୍ଦ୍ରାପଡା ଅରବାନ କୋପେରଟିଭି ବ୍ୟାଙ୍କ ସମ୍ମୁଖରେ ଛାତ୍ରୀଙ୍କ ଶବ ରଖି କ୍ଷତିପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ ରାସ୍ତା ରୋକ୍ କରିଛନ୍ତି। କଜଳା ଗ୍ରାମର ଶେଜଲ ବଳ ଗତକାଲି ସକାଳେ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ କଜଳା ଅର୍ବାନ୍ ବ୍ୟାଙ୍କ ପଛ ରାସ୍ତାରେ ଥିବା ଏକ ଝାଉଁ ଗଛକୁ ସ୍ଥାନୀୟ ଲୋକେ କାଟୁଥିଲେ । ଗଛ କଟାଯିବା ନେଇ କୌଣସି […]
ଫୁଲବାଣୀ( ତ୍ରିନାଥ ସାହୁ) : ବାସହୀନଙ୍କୁ ଆବାସ ଯୋଜନାରେ ଘର ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଜୁ ପକ୍କା ଘର ଯୋଜନା ରହିଛି। ହେଲେ ପ୍ରକୃତ ପକ୍ଷେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍ ପଡିଥିବା ଦେଖିବାକୁ ମିଳିଛି। ଘର ନଥିବାରୁ ଗାଁରେ ବୃଦ୍ଧ ଦମ୍ପତ୍ତି ଭଙ୍ଗା କୁଡ଼ିଆରେ ପଡିରହିଛନ୍ତି। ଭଙ୍ଗା କୁଡ଼ିଆ ଘର। ଉପରେ ଚାଳ ଉଡିଯାଇଛି। ଦିନବେଳେ ସୂର୍ଯ୍ୟାଲୋକ। ଆଉ ରାତି ହେଲେ ଅନ୍ଧାରରେ ଜୀବନ ବିତେ ବୃଦ୍ଧ […]
ନୟାଗଡ଼ : ନୟାଗଡ଼ ଖଣ୍ଡପଡ଼ା ଅଂଚଳରେ ଶାଗୁଆନ କାଠ ଚୋରା ଚାଲାଣ ଅଭିଯୋଗରେ ବନବିଭାଗର ଚଢ଼ଉ। କୋସକା ଅଞ୍ଚଳରେ ଚଢ଼ଉ କରି ଶାଗୁଆନ କାଠ ବୋଝେଇ ଏକ ଟ୍ରକ୍କୁ ଜବତ କରିଛି ବନବିଭାଗର ଟିମ୍। ଜବତ କାଠର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଖଣ୍ଡପଡ଼ା କୋସକା ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ଦଶପଲ୍ଲା ଅଞ୍ଚଳକୁ କାଠ ଚାଲାଣ ହେଉଥିବା ଖବର ପାଇ, କଣ୍ଟିଲୋ-ସିଦ୍ଧମୂଳ ରାସ୍ତାର ଅକୁରାବନ୍ଧ ଗାଁ ନିକଟରେ ଟ୍ରକ୍ଟିକୁ ଜବତ […]
ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା । ସୁରକ୍ଷା ଜୋନ ମଧ୍ୟରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ଲାଗି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ମିଳିବ। ଅଧିଗୃହିତ ଅଞ୍ଚଳରେ ଥିବା ଘର ପାଇଁ ସବୁ ପରିବାରକୁ କ୍ଷତିପୂରଣ ଦିଆଯିବ। ସ୍ଥାନାନ୍ତରିତ ପରିବାରର ପରିବହନ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ମିଳିବ। […]
ଆଠଗଡ଼ : ଆଠଗଡ଼ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ପ୍ରସୂତୀଙ୍କ ଅଧା ପ୍ରସବ ଘଟଣାରେ ଆରମ୍ଭ ହେଲା ତଦନ୍ତ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଜଣିଆ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କଟକ ସିଡିଏମ୍ଓ ବିଭୁତି ଭୂଷଣ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମେଡିକାଲ୍ରେ ଥିବା ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ମେଡିକାଲ୍ରେ ତାଲା କାହିଁକି ପଡ଼ିଲା, ଦାୟିତ୍ୱରେ ଥିବା ଡାକ୍ତରଙ୍କ ସମ୍ପର୍କରେ ପଚରାଉଚରା ହୋଇଛି। […]
କେନ୍ଦୁଝର : ଟଙ୍କା ଭାଗବଣ୍ଟାକୁ ନେଇ ପୁଅକୁ ପଥରରେ ଛେଚି ହତ୍ୟାକଲା ନୃଶଂସ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଭଦ୍ରପୁର ଗାଁରେ। ଟ୍ରାନ୍ସପୋର୍ଟିଂ ଟଙ୍କା ଭାଗବଣ୍ଟାକୁ ନେଇ ବାପପୁଅ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଗଣ୍ଡଗୋଳ ବେଳେ ପୁଅ ପୀତାମ୍ବର ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ପାଖରେ ଥିବା ଏକ ପଥର ଆଣି ବାପା ନାରାୟଣ ତଳେ ପଡ଼ିଥିବା ପୀତାମ୍ବରଙ୍କ ମୁଣ୍ଡକୁ ଛେଚି ଦେଇଥିବା […]
ଆଠଗଡ଼ : କୋଉ ଉପାନ୍ତ, ଅପନ୍ତରା ଅଞ୍ଚଳ ନୁହେଁ ,ଉପକୂଳ ଓଡ଼ିଶାରେ ବି ଜନନୀ ଯନ୍ତ୍ରଣାର ଭୟଙ୍କର ଚିତ୍ର। ଡାକ୍ତରଖାନା ବନ୍ଦ ଥିବାରୁ ସେବା ନପାଇ ଡାକ୍ତରଖାନା ପରିସରରେ ଜଣେ ମହିଳା ସନ୍ତାନ ପ୍ରସବ କରିବା ଏବଂ ଚିକିତ୍ସା ନପାଇ ଶିଶୁଟିର ମୃତ୍ୟୁ ହେବା ଘଟଣା ଆଲୋଡନ ସୃଷ୍ଟି କରିଛି। କଟକ ଆଠଗଡ଼ ଅଞ୍ଚଳରେ ଆଜି ସାମ୍ନାକୁ ଆସିଛି ଏମିତି ଚିତ୍ର । ଏଇ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ […]
ପୁରୀ : ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ଲଙ୍ଗୁଳି ମଠ ଓ ଏମାର ମଠ ମାଟିରେ ମିଶିବା ପରେ ଏବେ ପାଳି ଆଉ ଏକ ପୁରାତନ ଐତିହ୍ୟ ବଡ଼ ଆଖଡ଼ା ମଠର। ଛୁଟି ଥିବାରୁ ଦିନକ ପରେ ୟାକୁ ବି ଧୂଳିସାତ୍ କରିବ ପ୍ରଶାସନ। ଇତିହାସ କହେ ଜଗନ୍ନାଥ ମନ୍ଦିରକୁ ବର୍ହିଃ ଶତ୍ରୁ ଆକ୍ରମଣରୁ ରକ୍ଷା ଉଦ୍ଦେଶ୍ୟରେ ୧୪୦୨ ମସିହାରେ ବୈଷ୍ଣବ ନାଗା ସାଧୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଐତିହ୍ୟ ସଂପନ୍ନ ବଡ଼ ଆଖଡ଼ା ମଠ। ସେବେଠୁ […]
ଭୁବନେଶ୍ୱର : ଝାରପଡ଼ା ଜେଲ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ନୂଆ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଜେଲ କର୍ମଚାରୀଙ୍କ ଠାରୁ ରହୁଥିବା ଅପରାଧୀଙ୍କ ବିଷୟରେ ପଚାରି ବୁଝିଛନ୍ତି କମିଶନର। ଅପରାଧୀମାନେ କେଉଁ ଅପରାଧ କରି ଜେଲରେ ଅଛନ୍ତି। କିଏ ଖଲାସ ହୋଇଛନ୍ତି, କିଏ ନୂଆ ଆସିଛନ୍ତି ଏବଂ ଆଉ କେଉଁ କେଉଁ ଅପରାଧୀ ଜେଲରେ ଏବେ ଅଛନ୍ତି। ସେମାନଙ୍କ ବିରୋଧରେ କେଉଁଭଳି ମାମଲା ରହିଛି। ଏସବୁ ପଚାରି ବୁଝିଛନ୍ତି କମିଶନର।ଏପଟେ ଏହା ଏକ ସ୍ୱାଭାବିକ […]
ଭୁବନେଶ୍ୱର : ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା ସହ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପାର୍ବଣ ଋତୁ। ଏଥିପାଇଁ ସାରାରାଜ୍ୟ ଉତ୍ସବ ମୁଖର। ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଝଲସିଲାଣି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର। ଚଳିତ ଥର ଏଠାରେ ୨ଶହ ମଣ୍ଡପରେ ପୂଜା ପାଇବେ ଗଜାନନ। ସେପଟେ ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ତାଳଚେର ସହର ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜେଇ ହେଲାଣି। ପୂଜା ମଣ୍ଡପରେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି […]
ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଗଣିବାକୁ ପଡୁଛି ମୋଟା ଅଙ୍କର ଜରିମାନା। ଦେବାକୁ ପଡୁଛି ପୂର୍ବ ପରିମାଣର ପ୍ରାୟ ୧୦ ଗୁଣା ଫାଇନ୍। ଭୁବନେଶ୍ୱର, କଟକ, ରାଉରକେଲା ଓ ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ଟ୍ରାଫିକ୍ ନିୟମ ଖିଲାପକାରୀଙ୍କ ମୁଣ୍ଡରେ ଆଜି ଚଡ଼କ ପଡ଼ିଛି। ୧୦୦ କି ୫୦୦ ନୁହେଁ, କାନମୁଣ୍ଡ ଆଉଁସି ପକେଟ୍ରୁ ଖାଲି କରିବାକୁ ପଡ଼ିଛି ଅତିକମ୍ରେ ହଜାରେ ଟଙ୍କା। ସାରା […]
ରାୟଗଡ଼ା : ପ୍ରେମ, ପ୍ରତାରଣା ପରେ ପ୍ରେମିକାର ଧାରଣା ମାମଲାରେ ପୁଲିସ ଦୁଇ ପକ୍ଷରୁ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଯୁବତୀଙ୍କ ପ୍ରେମିକ ଓ ତିନି ଜଣ ମାନବାଧିକାର କର୍ମୀ ଅଛନ୍ତି। ସୂଚନା ଅନୁଯାୟୀ ପ୍ରେମିକର ଘର ଆଗରେ ପ୍ରେମିକା ଧାରଣା ଦେବା ପରେ ଦୁଇ ପରିବାରଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ସମ୍ପୃକ୍ତ ମାନବାଧିକାର କର୍ମୀ ଡାକିଥିଲେ। କିନ୍ତୁ ବୁଝାମଣା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହୋଇଥିଲା। ଏ […]
ରାୟଗଡ଼ା : ୭ ବର୍ଷ ହେବ ଶିକୁଳିରେ ବନ୍ଧା ଜୀବନ। ମାନସିକ ବିକୃତ ଝିଅର ଚିକିତ୍ସା ନକରାଇପାରିବାରୁ ବେସାହାରା ମାଆ ତାକୁ ବାଧ୍ୟ ହୋଇ ଶିକୁଳିରେ ବାନ୍ଧି ରଖିଛି। ପାଖରେ ଅର୍ଥ ନାହିଁ। ନିଜେ ଓ ଝିଅର ପେଟରେ ମୁଠାଏ ଦାନା ପାଇଁ ମୂଲ ଲାଗି ଚଳୁଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଶିକୁଳିରେ ବନ୍ଧା ହୋଇଛି ଗୋଡ଼। ତଥାପି ରହିଛି ମାଆର ମମତା। ଝିଅର ମୁଣ୍ଡ କୁଣ୍ଡାଇବା ସହ ଖୁଆଇ […]
ମାଲକାନଗିରି : ମାଓପ୍ରବଣ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ବାବୁଙ୍କ ନିଆରା ପଦକ୍ଷେପ । ଯନ୍ତାପାଇ ଏବଂ ପାପେରମେଟଲା ଗାଁକୁ ଯୋଡୁଥିବା ଲାଉଗୁଡ଼ା ଅନ୍ତର୍ଗତ ଲୁହାରେ ତିଆରି ପୋଲ ସଂଲଗ୍ନ ରାସ୍ତାକୁ ପାପେରମେଟାଲା ଥାନା ଇନଚାର୍ଜ ଲକ୍ଷ୍ମୀନାରାୟଣ ମୁଦୁଲି ମରାମତି କରିଛନ୍ତି। ୭ ରୁ ୮ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ପଡ଼ି ରହିଥିଲା। ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁବିଧା ମିଳିନଥିଲା। ନାନା ଅସୁବିଧାର […]
ସୋର( ଶଶିକାନ୍ତ ବେହେରା) : ଚୋରିର ନୂଆ ତରିକା। କୌଣସି ପେସାଦାରଙ୍କୁ ବି ଚକମା ଦେବା ଭଳି କାରନାମା। ଫିଲ୍ମ ଷ୍ଟାଇଲରେ ହୋଇଛି ଚୋରି। ସିସିଟିଭିରୁ ନଜର ହଟାଇବା ପାଇଁ ଶାଢ଼ୀରେ ନିଜକୁ ଲୁଚାଇ ଲୁଗା ଦୋକାନରେ କଳାକନା ବୁଲାଇଲେ ଲୁଟେରା। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଏଠାରେ ଥିବା ଲୁଗା ଦୋକାନରୁ ସଂପୃକ୍ତ ଚୋର ହଜାର ହଜାର ଟଙ୍କାର ଶାଢୀ ଚୋରି କରି ନେଇଛି। ଚୋରି ପୂର୍ବରୁ ଦୋକାନ ପଛରେ ଲାଗିଥିବା […]
ବାଲେଶ୍ୱର(ରଶ୍ମି ରଞ୍ଜନ ଦାସ) : ଗ୍ୟାଙ୍ଗଷ୍ଟର୍ ତଥା ଦୁର୍ଦ୍ଦାନ୍ତ ଅପରାଧୀ ପାପା ପଣ୍ଡା ଓରଫ ଚିନ୍ମୟକୁ ବାଲେଶ୍ୱର ପୁଲିସ୍ ଗିରଫ କରିଛି। ଗତକାଲି ବାଲେଶ୍ୱର ଡିଏସ୍ପି ମନୋଜ ରାଉତଙ୍କ ନେତୃତ୍ୱରେ ପୁଲିସ୍ର ଏକ ସ୍ପେଶାଲ୍ ଟିମ୍ କଟକରୁ ଚିନ୍ମୟକୁ ଗିରଫ କରିଥିଲା। ତା’ ନାଁରେ ବିଭିନ୍ନ ଥାନାରେ ବହୁ ହତ୍ୟା ଓ ଅପରାଧିକ ମାମଲା ରହିଛି। ପାପା ଦୁଇ ବର୍ଷ ହେବା ଫେରାର ଥିଲା। ୨୦୧୬ରେ ଗ୍ୟାଙ୍ଗଷ୍ଟର୍ ଖାସୁଆ ଓରଫ ସୁଶାନ୍ତ ଦାସକୁ ହତ୍ୟାକରି ସେ ଫେରାର […]
ଭୁବନେଶ୍ୱର : ସାପ ଧରାଳିଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା। ଗୋଟିଏ ସାପ ଧରିଲେ ଲୋକଙ୍କୁ ୧୦୦ ଟଙ୍କା ମିଳିବ। ଏହା ସହିତ ସାପ ଧରିବା ଲୋକଙ୍କୁ ବନ ବିଭାଗ ପଞ୍ଜୀକରଣ କରିବ। ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ଲୋକ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବନ ବିଭାଗ। ଗତକାଲି ଅବସର ନେଇଥିବା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।
ଆଠଗଡ଼ (ନୀଳକଣ୍ଠ ଦୋରା) : ସରକାର ଯୋଜନା ପରେ ଯୋଜନା କରି ବାଃବାଃ ନେଉଛନ୍ତି। ହେଲେ କେଉଁଠି ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଛନ୍ତି ତ କେଉଁଠି ଡାକ୍ତରଖାନା ବନ୍ଦ ରହିବା ଯୋଗୁ ରୋଗୀଙ୍କର ଚିକିତ୍ସା ହେଇପାରୁନାହିଁ। ଫଳରେ ରୋଗୀର ମୃତ୍ୟୁ ଘଟୁଛି। ଏଭଳି ଅଭିଯୋଗ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ଜିଲ୍ଲାରୁ ଆସୁଛି। ଆଜି ପୁଣି ଏମିତି ଏକ ଖବର ଆସିଛି କଟକ ଜିଲ୍ଲାର ଆଠଗଡ଼ରୁ। ଖମାର ନୂଆଗାଁର କୁନି ମହାରଣାଙ୍କର ଆଜି ସକାଳେ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଓଏଏସସ୍ତରରେ ୧୭ ଜଣ ଓ କନିଷ୍ଠ ଓଏଏସ ସ୍ତରରେ ୩୮ଜଣ ଅଫିସରଙ୍କ ବଦଳି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ପ୍ରଦୀପ୍ତ କୁମାର ସାହାଣୀଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ବିଶ୍ୱଜିତ୍ ବିଶ୍ୱାଳଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, ବିଶ୍ୱନାଥ ସାହୁଙ୍କୁ ବୁର୍ଲା ମେଡିକାଲ କଲେଜ […]
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁସଂଖ୍ୟା ଉପରେ ବ୍ରେକ୍ ଲଗାଇବାକୁ ବନ ବିଭାଗର ନୂଆ ଖସଡ଼ା। ଏଣିକି ହାତୀଙ୍କ ସୁରକ୍ଷାରେ ସାମିଲ ହେବେ ଗଜବନ୍ଧୁ। ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବଢ଼ି ଚାଲିଥିବା ହାତୀ ମୃତ୍ୟୁସଂଖ୍ୟା ଉଦବେଗଜନକ ହେବା ପରେ ଗଜରାଜଙ୍କ ସୁରକ୍ଷା ଲାଗି ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ ଚାଲିଛି ମାନସମନ୍ଥନ। ଏଥିରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଖସଡ଼ା ଅନୁସାରେ ଏଣିକି ହାତୀଙ୍କ ସମ୍ପର୍କରେ ସୂଚନା ଦେବାକୁ ମୁତୟନ ହେବେ ସାଧାରଣ ଲୋକେ। ଯେଉଁମାନଙ୍କୁ […]
ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀଠୁ ୭୫ ମିଟର ଯାଏଁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଆସନ୍ତା ୨ ଦିନ ପାଇଁ ବନ୍ଦ ରହିବ। ଆସନ୍ତାକାଲି ରବିବାର ଓ ପରଦିନ ଗଣେଶ ପୂଜା ଛୁଟି ଥିବାରୁ ଉଚ୍ଛେଦ କାମ ବନ୍ଦ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ମଙ୍ଗଳବାରଠୁ ପୁଣି ଉଚ୍ଛେଦ ଆରମ୍ଭ ହେଲେ ଏହାପରେ ବଡ଼ଆଖଡ଼ା ଓ ସାନଛତା ମଠକୁ ଭଙ୍ଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଏମାର ମଠ ଭଙ୍ଗା ନେଇ […]