• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

klia
କାଳିଆ ପାଇଁ ହରଡ଼ଘଣାରେ ସରକାର; ପାଣିରେ ପଡ଼ିଛି ୧୫୦ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର: କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ହରଡ଼ଘଣାରେ ପଡିଲେଣି ରାଜ୍ୟ ସରକାର। କାରଣ ୧୫୦ କୋଟିରୁ ଅଧିକ ଟଙ୍କା ଏବେ ପାଣିରେ ପଡ଼ିଛି। ୩ ଲକ୍ଷ ଅଣଚାଷୀଙ୍କ ଆକାଉଣ୍ଟକୁ ଚାଲିଯାଇଛି ଏହି ସହାୟତା ରାଶି। ବାସୁଦେବପୁର ବ୍ଲକର ଗୋଳମାଳିଆ ଚିତ୍ର ଦେଖିଲେ ଆପଣ ଠିକ୍‌ ଅନୁମାନ କରିପାରିବେ। ଏଠି ଟଙ୍କା ପାଇଥିବା ୨୮ ହଜାର ୭୧୪ ଚାଷୀରୁ ୬ ହଜାର ୮୩ ହେଉଛନ୍ତି ଅଯୋଗ୍ୟ। ଅର୍ଥାତ ପ୍ରାୟ ୫ ଜଣରେ ଜଣେ ଅଯୋଗ୍ୟକୁ ଟଙ୍କା ଦେଇଛନ୍ତି […]

  • Monday, 19 July 2021
v
ସାଧୁ ସନ୍ଥଙ୍କ ବିରୋଧ ଯୋଗୁ ପ୍ରଶାସନ ଭାଙ୍ଗି ପାରିଲାନି ବଡ଼ ଆଖଡ଼ା ମଠ

ପୁରୀ: ସାଧୁ ସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ବନ୍ଦ ରହିଲା ବଡ଼ ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟା । ଦୁଇଦିନର ବିରତି ପରେ ଆଜି ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନକୁ ଆଗେଇ ନେବାକୁ ଚାହୁଁଥିବା ଜିଲ୍ଲାପ୍ରଶାସନକୁ ଝଟକା ଲାଗିଛି। ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ସାଧୁସନ୍ଥ। ସେପଟେ ଜିଲ୍ଲାପାଳ କହିଛନ୍ତି ଯେ, ମଠ ମହନ୍ତ, ସାଧୁସନ୍ଥଙ୍କ ସହ ଆଲୋଚନା ସଫଳ ହୋଇଛି।୨/୩ ଦିନ ଭିତରେ ଆଲୋଚନା […]

  • Monday, 19 July 2021
hill-collapse-in-koraput-district
ବୃଷ୍ଟିପାତ ଯୋଗୁ ପାହାଡ଼ ଉପରୁ ଖସିଲା ମାଟି ଅତଡ଼ା; ଯାତାୟତ ବାଧାପ୍ରାପ୍ତ

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଗତ ତିନିଦିନ ଧରି କୋରାପୁଟ ଜିଲ୍ଲାରେ ଭୀଷଣ ବୃଷ୍ଟିପାତ ହୋଇଛି। ଯାହାଫଳରେ ଆଜି ଭୋର ସମୟରେ ତେଲେଙ୍ଗିରି ନଦୀବନ୍ଧ ପାର୍ଶ୍ୱ ଦେଇ ଯାଇଥିବା କୋରାପୁଟ-ବୋରିଗୁମ୍ମା ରାଜପଥ ଉପରେ ରାଣିଗଡ଼ ଗାଁ ନିକଟରେ ପାହାଡ଼ ଉପରୁ ବିଶାଳ ଆକାର ପଥର ଓ ମାଟି ଅତଡା ଖସିଛି। ଯେଉଁଥିପାଇଁ କୋରାପୁଟ ଓ ବୋରିଗୁମ୍ମା ମଧ୍ୟରେ ଯିବାଆସିବା ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରଶାସନ ରାସ୍ତା ଉପରୁ ମାଟି କାଢ଼ିବା ଆରମ୍ଭ କରିଛି। […]

  • Monday, 19 July 2021
nursh-claimed-brive-in-nayagarh-district-medical
ନୟାଗଡ଼ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା; ଲାଞ୍ଚ ନଦେଲେ ମର କି ବଞ୍ଚ ଯାଏ ଆସେ ନାହିଁ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ବିନା ଲାଞ୍ଚରେ ଏଠି ସେବା ମିଳୁନାହିଁ। ରୋଗୀ କଷ୍ଟ ପାଉ କି ମରିଯାଉ, ସେ କଥାକୁ କାହାରି ଭ୍ରୁକ୍ଷେପ ନାହିଁ। ହାତଗୁଞ୍ଜା ନ ଦେଲେ ନର୍ସ ସେବା କରୁନାହାନ୍ତି। ଶୋସାଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ, ପ୍ରସୂତିଙ୍କ ଷ୍ଟିଚ୍ ଖୋଲିବା ଲାଗି ନର୍ସ ଟଙ୍କା ମାଗୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ମାତୃ ଶିଶୁଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ଡାକ୍ତରଖାନା ଓ ସହାୟତା ରାଶି ଦେଉଥିବାବେଳେ […]

  • Monday, 19 July 2021
bcc-750x430
ବଡ଼ ଆଖଡ଼ା ମଠକୁ ଉଚ୍ଛେଦ ପାଇଁ କର୍ଡନ କଲା ପୁଲିସ; ମହନ୍ତଙ୍କୁ ନେଇଗଲେ ଉପଜିଲ୍ଲାପାଳ

ପୁରୀ: ବିରୋଧ ଯୋଗୁ ସକାଳେ ଫେରିଯାଇଥିବା ପ୍ରଶାସନ ପୁଣି ଅପରାହ୍ନରେ ଆସି ହାଜର। ପୁରୀର ବଡ଼ ଆଖଡ଼ା ମଠକୁ ଉଚ୍ଛେଦ ପାଇଁ କର୍ଡନ କରିଛି ପୁଲିସ। ସେହିପରି ମଠ ନିକଟରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ବୁଲଡ୍ରୋଜର ମଧ୍ୟ ପହଞ୍ଚିଛି। ଅନ୍ୟପଟେ ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଉପଜିଲ୍ଲାପାଳ ସାଥିରେ ନେଇଯାଇଥିବା ଜଣାପଡ଼ିଛି। ମଠ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି। ସେପଟେ ମଠର ଛାତ ଉପରେ ଏବଂ ମଠ  ଭିତରେ ବହୁ ସଂଖ୍ୟାରେ […]

  • Monday, 19 July 2021
tathagata
ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦକୁ ପୁଣି ସମାଲୋଚନା କଲେ ତଥାଗତ

ଭୁବେଶ୍ୱର: ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାକୁ ପୁଣି ସମାଲୋଚନା କଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ତଥାଗତ ଶତପଥୀ। ଐତିହାସିକ ସମ୍ପତ୍ତି ଭାଙ୍ଗିବାର ଅଧିକାର କାହାର ନାହିଁ। ଏପରିକି ଅଦାଲତ କିମ୍ବା ସରକାରଙ୍କର ମଧ୍ୟ ନାହିଁ। ତେଣୁ ଶ୍ରୀମନ୍ଦିର ଚାରିପଟରୁ ନିର୍ମାଣକୁ ଭାଙ୍ଗିବା ଉଚିତ୍ ନୁହେଁ ବୋଲି ତଥାଗତ କହିଛନ୍ତି । ଯଦି ଏସବୁ ଏବେ ବେଆଇନ, ତେବେ ଏତେ ଦିନ ଧରି ଯେଉଁମାନେ ଏହି ନିର୍ମାଣକୁ ଅନୁମତି ଦେଇଥିଲେ ସେମାନଙ୍କ […]

  • Monday, 19 July 2021
oli
ରାଜଧାନୀରେ ନକଲି ତେଲ କାରବାର ଅଭିଯୋଗ; ୩ ଜଣଙ୍କୁ ଗିରଫ କଲା ପୁଲିସ୍

ଭୁବନେଶ୍ୱର: ରାଜଧାନୀରେ ନକଲି ତେଲ କାରବାର ହେଉଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀସାଗର ଅଂଚଳରେ ଏକ ଛୋଟ ଘରେ  ନକଲି ତେଲ ତିଆରି ହେଉଥିଲା। ଖବର ପାଇ ପୁଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ଏଥିସହିତ ତେଲ ପ୍ରସ୍ତୁତ ପାଇଁ ବ୍ୟବହୃତ ସାମଗ୍ରୀ, ତେଲ, ପ୍ଲାଷ୍ଟିକ ବୋତଲ, ଠିପି ଏବଂ ବିଭିନ୍ନ ବ୍ରାଣ୍ଡର ଲେବଲ ଜବତ ହୋଇଛି। କେବଳ ସେତିକି ନୁହେଁ ନକଲି ତେଲ ପାଇଁ ଆବଶ୍ୟକ ହେଉଥିବା ୫୦ରୁ ୬୦ ଟିଣ ରିଫାଇଣ୍ଡ ତେଲ […]

  • Monday, 19 July 2021
ra
ଚାକିରି ଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ! ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ। ଚାକିରି କରାଇଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଜୟ କୁମାରକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଯୁବତୀ ଜଣଙ୍କ ଘରୋଇ ଫାଇନାନ୍ସ କଂପାନିରେ ଚାକିରି ବାହାରି ଥିବା ବିଜ୍ଞାପନ ଦେଖି ସାକ୍ଷାତକାର ପାଇଁ ଭୁବନେଶ୍ୱର ଆସିଥିଲେ। ଏହି ଫାଇନାନ୍ସ କଂପାନିର ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜୟ କୁମାର ଯୁବତୀଙ୍କୁ ସାକ୍ଷାତକାର ଦେବାକୁ ହେବ କହି ଭୁବନେଶ୍ୱର […]

  • Monday, 19 July 2021
father
୬ ବର୍ଷର ପୁଅକୁ କଚାଡ଼ି ମାରିଲା ବାପା

ଉଦଳା (ମାନସ ପାଣି): ପୁଅକୁ କଚାଡ଼ି ମାରିଲା ବାପା। ଏ ଅଭାବନୀୟ ଘଟଣା ମୟୂରଭଞ୍ଜ ଶରଥ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗାଁରେ ଘଟିଛି। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଥିବା ଜଣାପଡିଛି। ମଧୁ ସିଂ ନାମକ ବ୍ୟକ୍ତି ବିଲକୁ କାମ କରିବାକୁ ଯାଇଥିବାବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଝଗଡ଼ା କରି ଫେରିଥିଲେ। ଏହାପରେ ଘରେ ପୁଅ କାନ୍ଦୁଥିବାରୁ ଉତ୍ତ୍ୟକ୍ତ ହୋଇ ପୁଅକୁ ପଥରରେ କଚାଡି ମାରିଥିବା ଜଣାପଡିଛି। ଅଭିଯୁକ୍ତ ବାପା […]

  • Monday, 19 July 2021
samaleswari
ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ୱଲପୁର : ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ଲଗ୍ନ ଅର୍ଥାତ୍ ସକାଳ ୧୦ଟା ୫ ମିନିଟ୍‌ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ। ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମାଆ ସମଲେଶ୍ୱରୀଙ୍କୁ ନବାହ୍ନ ଲାଗି ହେବା ପରେ ଅନ୍ୟ ଦେବଦେବୀଙ୍କୁ ମଧ୍ୟ ନବାନ୍ନ ଅର୍ପଣ କରାଯାଇଥିଲା। ଏହା ପରେ ଘରେ ଘରେ ଲୋକମାନେ ସେମାନଙ୍କ ଇଷ୍ଟ ଦେବାଦେବୀଙ୍କୁ ମଧ୍ୟ […]

  • Monday, 19 July 2021
drain
ରାଜଧାନୀରେ ଡ୍ରେନରେ ଭାସିଗଲେ ୩ ଯୁବକ !

ଭୁବନେଶ୍ୱର : ରାଜଧାନୀରେ ଭାସିଗଲେ ୩ ଯୁବକ। ବିଳମ୍ବିତ ରାତିରେ ଡ୍ରେନରେ ୩ ଜଣ ଯୁବକ ଭାସିଯାଇଥିବା ସୂଚନା ମିଳିଛି।  ଆଚାର୍ଯ୍ୟବିହାର-ଜୟଦେବ ବିହାର ମଧ୍ୟସ୍ଥ ଉତ୍କଳ ଭିଲ୍ଲାସ୍ ପାଖରେ ଯୁବକମାନେ ଭାସି ଯାଇଛନ୍ତି। ଗୋଟିଏ ବାଇକ୍‌ରେ ଆସୁଥିବା ବେଳେ ସେମାନେ ପାଣିର ସୁଅରେ ଭାସି ଯାଇଥିଲେ। ରାସ୍ତା ଉପରେ ପ୍ରବଳ ପାଣି ଚାଲୁଥିବାରୁ ଭାସିଯାଇଥିବା ସନ୍ଦେହ କରାଯାଉଛି। ସିସିଟିଭି ଚିତ୍ରରେ ଯୁବକମାନେ ଭାସିଯିବା ବେଳର ଦୃଶ୍ୟ କଏଦ ହୋଇଛି। ଯୁବକ ୩ ଜଣଙ୍କ ଘର କେଉଁଠି, କିଛି […]

  • Monday, 19 July 2021
rain
ଆଜି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର,ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହିତ ଢେଙ୍କାନାଳ,ମୟୂରଭଞ୍ଜ, ଦେବଗଡ଼,ସୋନପୁର, ବଲାଙ୍ଗିର,କୋରାପୁଟ ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗରେ କାର୍ଯ୍ୟରତ ବିଶେଷଜ୍ଞ ସୂଚନା ଦେଇଛନ୍ତି । ସେ କହିଛନ୍ତି,“ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାସହ ରାଜସ୍ଥାନରୁ ଏକ […]

  • Monday, 19 July 2021
mutt
ମଠ ଭଙ୍ଗା ଯିବାକୁ ନେଇ ସାଧୁସନ୍ଥଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଜୋରସୋରରେ ଚାଲିଥିବା ବେଳେ ମଠ ଭଙ୍ଗାଯିବା ଘଟଣାକୁ  ସହଜେ ହଜମ କରି ପାରୁନାହାନ୍ତି ସାଧୁସନ୍ଥ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ରବିବାର ଓ ସୋମବାର ୨ ଦିନ ସରକାରୀ ଛୁଟି ଥିବାରୁ ବନ୍ଦ ରହିଥିଲା ଉଚ୍ଛେଦ ପ୍ରକ୍ରିୟା।  ଆଜିଠୁ ପୁଣି ଆରମ୍ଭ ହୋଇଯାଇଛି ଏହି ଅଭିଯାନ। ଏମାର ଓ ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏବେ ବଡ଼ ଆଖଡ଼ା ମଠର […]

  • Monday, 19 July 2021
back magic
ଡାକ୍ତରଖାନା ନଯାଇ ଗୁଣି ଗାରେଡ଼ିରେ ବିଶ୍ୱାସ ; ପୂଜାପାଠରେ ଚାଲିଛି ଚିକିତ୍ସା

ତେଲକୋଇ( ଚିନ୍ମୟ ସାହୁ) : ଡାକ୍ତରୀ ଚିକିତ୍ସାକୁ ଛାଡ଼ି ରୋଗୀଙ୍କୁ ଭଲ କରିବାକୁ ଗୁଣିଗାରେଡ଼ି ଉପରେ ବିଶ୍ୱାସ। ଡାକ୍ତରୀ ଚିକିତ୍ସା ବଦଳରେ ରୋଗୀଙ୍କୁ ଭଲ କରିବାକୁ ଚାଲିଛି ମନ୍ତ୍ର ପାଠ। ଗୁଣିଆକୁ ଡାକି ହେଉଛି ପୂଜାପାଠ । ରୋଗୀଙ୍କୁ ବସାଇ ପୂଜାପାଠ କରୁଛନ୍ତି ଗୁଣିଆ। ଏଭଳି ଏକ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ଅଂଚଳରୁ। ସୂଚନା ମୁତାବକ, ବାଂଶପାଳ ବ୍ଲକ କାଦକଳା ଗାଁରେ ସୂର୍ଯ୍ୟ ମୁଣ୍ଡା ନାମକ ମହିଳାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ହେବା ପରେ […]

  • Monday, 19 July 2021
lingraja
ଆଜି ଉପାସରେ ରହିବେ ମହାପ୍ରଭୁ ଲିଙ୍ଗରାଜ !

ଭୁବନେଶ୍ୱର : ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗର ପରିଣାମ ଭୋଗୁଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି। ଫଳରେ ଉପାସରେ ରହିବେ ପ୍ରଭୁ। ଏହା ଶ୍ରଦ୍ଧାଳୁଙ୍କୁ ଖୁବ୍‌ ବ୍ୟଥିତ କରିଛି। ହେଲେ ଏଥିନିମନ୍ତେ ମନ୍ଦିର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କହିଛନ୍ତି ୨ ନିଯୋଗର କର୍ମକର୍ତ୍ତା। ସେମାନଙ୍କ କହିବାନୁଯାୟୀ,  ଲିଙ୍ଗରାଜଙ୍କ ନୂଆଗାଁ ଜମିକୁ ହଡ଼ପ କରାଯାଉଛି। ସେଠାରେ ଜବରଦଖଲକାରୀମାନେ ବେଆଇନ ଭାବେ  ନିର୍ମାଣ କାର୍ଯ୍ୟ ଚଳାଇଥିବା […]

  • Monday, 19 July 2021
security guard
ମାନସିକ ଭିନ୍ନକ୍ଷମଙ୍କୁ ମାଡ଼ ମାରିବା ଘଟଣାରେ ସିକ୍ୟୁରିଟି ଗାର୍ଡ ବହିଷ୍କୃତ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାସ୍ତା  କଡ଼ରେ ବସିଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ଅମାନବୀୟ ଭାବେ ବାଡ଼ିରେ ପିଟାଯିବାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପରି ଲଜ୍ଜାଜନକ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲ ଗେଟ୍‌ ନିକଟରେ। ଆଉ ଉକ୍ତ ହସ୍ପିଟାଲରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡ ନିର୍ଦ୍ଦୟ ଭାବେ ଯୁବକଙ୍କୁ ପିଟିଛନ୍ତି। ଯୁବକଜଣକ ଛାଡ଼ିଦେବାକୁ ନେହୁରା ହେବା ସତ୍ତ୍ୱେ ତାଙ୍କ ହୃଦୟ ତରଳି ନାହିଁ।  ଏହି ଭିଡିଓ ଭାଇରାଲ ହେବା […]

  • Monday, 19 July 2021
patnagarh
ପାରିବାରିକ କଳହର କରୁଣ ପରିଣତି ; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି

ପାଟଣାଗଡ଼ ( ବଂଶୀଧର ଶେଠ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ସ୍ୱାମୀଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସ୍ତ୍ରୀ। ମିଳିଥିବା ସୂଚନା ମୁତାବକ ,ଗତ ରାତିରେ ଗାଁର ଦୁର୍ଯ୍ୟୋଧନ ବଡ଼ିଆ ଓ ସ୍ତ୍ରୀ କିଶୋରୀ ବଡ଼ିଆ ଘରର କବାଟ ଦେଇ ଭିତରେ ଝଗଡ଼ା ଲାଗିଥିଲେ। ଏନେଇ ଦୁଇ ପିଲା ବଡ଼ ପାଟିରେ ଚିତ୍କାର କରିବାରୁ ପରିବାରର ଅନ୍ୟ ଲୋକ ଘର କବାଟ […]

  • Monday, 19 July 2021
puri eviction
୨ ଦିନର ବିରତି ପରେ ଆଜିଠୁ ପୁଣି ଉଚ୍ଛେଦ ଅଭିଯାନ

ପୁରୀ :  ଦୁଇ ଦିନର ବିରତି ପରେ ଆଜିଠାରୁ ପୁଣି ଶ୍ରୀମନ୍ଦିରର ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନ ଚାଲିବ। ଆଜି ପୁରାତନ ଐତିହ୍ୟ ବଡ଼ ଆଖଡ଼ା ମଠ ଭଙ୍ଗାଯିବ। ଐତିହାସିକଙ୍କ କହିବାନୁଯାୟୀ, ଜଗନ୍ନାଥ ମନ୍ଦିରକୁ ବର୍ହିଃ ଶତ୍ରୁ ଆକ୍ରମଣରୁ ରକ୍ଷା ଉଦ୍ଦେଶ୍ୟରେ ୧୪୦୨ ମସିହାରେ ବୈଷ୍ଣବ ନାଗା ସାଧୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଏହି ଐତିହ୍ୟ ସଂପନ୍ନ ବଡ଼ ଆଖଡ଼ା ମଠ। ଏହା ପୂର୍ବରୁ ମେଘନାଦ ପାଚେରୀ ସଂଲଗ୍ନ ଲଙ୍ଗୁଳି ମଠ ଓ ଏମାର […]

  • Monday, 19 July 2021
nuakhai
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏଥିପାଇଁ ଇଷ୍ଟଦେବୀଙ୍କ ମନ୍ଦିର ଓ ଘରେ ଘରେ ପ୍ରସ୍ତୁତି ହୋଇଛି। ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ନିକଟରେ ଆଜି ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି। ବାହାରେ ରହୁଥିବା ସଦସ୍ୟ ଏକାଠି ନୂଆଁଖାଇବା ପାଇଁ ଘରେ ପହଞ୍ଚିସାରିଲେଣି।

  • Monday, 19 July 2021
naveen first member
ବିଜେଡି ସଭ୍ୟ ସଂଗ୍ରହ ଅଭିଯାନରେ ଆଧାର ଲିଙ୍କ୍‌କୁ ନେଇ ବିବାଦ

ଭୁବନେଶ୍ୱର : ଗଣେଶ ପୂଜାରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲା ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରଥମ ସଦସ୍ୟ ଭାବେ ନାଁ ପଞ୍ଜିକରଣ କଲେ। ହେଲେ ପ୍ରଥମ ଥର ପାଇଁ ଦଳର ୱେବପୋର୍ଟାଲ ସହ ନୂଆ ସଦସ୍ୟଙ୍କ ଆଧାର ଲିଙ୍କ ଯୋଜନାକୁ ନେଇ ଛିଡ଼ା ହୋଇଛି ବିବାଦ। ସରକାରୀ ସ୍ତରରେ ହିତାଧିକାରୀଙ୍କ ଆଧାର ଲିଙ୍କ ହେଉଥିବା ବେଳେ ରାଜନୈତିକ ଦଳ ଭାବେ ବିଜେଡିର ଆଧାର ଲିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ […]

  • Monday, 19 July 2021
gurudijhatia
ବଦଳିବେ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ

ଆଠଗଡ଼ (ନୀଳକଣ୍ଠ ଦୋରା) : ବଦଳିବେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ। ମେଡିକାଲରେ ତାଲା ପଡ଼ିବା ଯୋଗୁ ପ୍ରସୂତିଙ୍କୁ ଚିକିତ୍ସା ନ ମିଳିବା ଘଟଣାର ତଦନ୍ତ କରି ସମସ୍ତ କର୍ମଚାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି ସିଡିଏମ୍‌ଓ। କଟକ ସିଡିଏମ୍ଓଙ୍କ ନେତୃତ୍ୱରେ ଆଜି ୪ ଜଣିଆ ଟିମ୍‌ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ତଦନ୍ତ କରିଛନ୍ତି। ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଏହି ଟିମ୍‌ ପଚରାଉଚରା କରଛି। ଗତକାଲି ପ୍ରସୂତିଙ୍କ ଚିକିତ୍ସାରେ ଅବ୍ୟବସ୍ଥା ନେଇ […]

  • Monday, 19 July 2021
narendra singh
ତାଲିକା ନଦେଲେ ଟଙ୍କା କେମିତି ମିଳିବ କହିଲେ କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ୱର  : ପିଏମ୍‌ କିଷାନ ଯୋଜନା ପାଇଁ ରାଜ୍ୟକୁ ପୁଣି ଥରେ ଚାଷୀଙ୍କ ତାଲିକା ମାଗିଲେ କେନ୍ଦ୍ର ସରକାର। ଦେଶରେ ସାଢେ ୧୪ କୋଟି ଚାଷୀ ଏହି ଯୋଜନା ସହ ଯୋଡ଼ି ହୋଇଛନ୍ତି। ହେଲେ ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା ନଦେଲେ ଟଙ୍କା କେମିତି ମିଳିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ପିଏମ୍‌ କିଷାନ ଯୋଜନାରେ ସାମିଲ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ୩୦ ଲକ୍ଷ […]

  • Monday, 19 July 2021
1
ବଢୁଥିବା ଅସନ୍ତୋଷକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର  : ପୁରୀରେ ଉଚ୍ଛେଦ ଅଭିଯାନକୁ ନେଇ ବଢୁଥିବା ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ବାସଗୃହ ପାଇଁ ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା ସାଙ୍ଗକୁ ବ୍ୟବସାୟୀମାନଙ୍କୁ ମଧ୍ୟ ୩ଟି ବର୍ଗ କରି ଥଇଥାନ ରାଶି ଘୋଷଣା ହୋଇଛି । ସେହିପରି ଉଚ୍ଛେଦ ମଠଗୁଡ଼ିକ ପାଇଁ ବିସ୍ତୃତ ଥଇଥାନ, ସଂରକ୍ଷଣ ଓ ପୁନର୍ବାସ ବ୍ୟବସ୍ଥା […]

  • Monday, 19 July 2021
child
ବଢୁଛି କୁନି କୁନି ପିଲାଙ୍କ ବିରୋଧରେ ଅପରାଧ ; କିଏ ଦେବ ଶିଶୁଙ୍କୁ ସୁରକ୍ଷା , ତାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର  : କୋମଳମତି ଶିଶୁଙ୍କ ଉପରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ବଢୁଛି। ଘରେ ହେଉ ବା ଶିକ୍ଷାନୁଷ୍ଠାନ କେଉଁଠି ସୁରକ୍ଷିତ ନୁହଁନ୍ତି କୁନି କୁନି ପିଲା। ଏହାକୁ ନଜରରେ ରଖି ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ପାଇଁ ଚାଇଲ୍‌ଡ ସେଫ୍‌ ଏନ୍‌ଭାର୍ଣ୍ଣମେଣ୍ଟ ନିର୍ଦ୍ଦେଶାବଳୀ ଜାରି କରିଥିଲେ ରାଜ୍ୟ ସରକାର। ଦୁଇ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ବିଡ଼ମ୍ବନାର ବିଷୟ ୨୦୧୪ ଅଗଷ୍ଟରେ ଏହି ଗାଇଡ୍‌ଲାଇନ ଜାରି ହୋଇଥିଲେ ମଧ୍ୟ […]

  • Monday, 19 July 2021
nuakhai
ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ଭୁବନେଶ୍ୱର :  ରାତି ପାହିଲେ ନୂଆଁଖାଇ। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଏଥିପାଇଁ ବଲାଙ୍ଗିରରେ ପୂର୍ବଦିନ ପାଳିତ ହୋଇଥାଏ ପାହୂର ଯାତ୍ରା। ନୂତନ ବସ୍ତ୍ର, ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଶୋଭାଯାତ୍ରରେ ସବୁ ଇଷ୍ଟଦେବୀଙ୍କ ପୀଠକୁ ନିଆଯାଇଥାଏ।  ଆଜି ଅପରାହ୍ଣରେ ଏହି ପର୍ବ ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଛି। ସେପଟେ ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର […]

  • Monday, 19 July 2021