ମାଲକାନଗିରି (ଜିତେନ୍ଦ୍ର ବେଉରା) : ନିଷ୍ଠୁର ଦାରିଦ୍ର୍ୟ ସହି ନପାରି ପୁଣି ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଜନଜାତି ମହିଳା। ସ୍ୱାମୀ ମୃତ୍ୟୁର ୪ ବର୍ଷ ପରେ ପିଲାଙ୍କ ଉତ୍ତର ଦାୟିତ୍ୱ ଓ ବୋଝକୁ ବୋହି ନପାରି ଶେଷରେ ଦୁଇ ପିଲାଙ୍କ ସହ ନିଜେ ବିଷ ପିଇ ଜୀବନ ହାରିଲେ। ଅଢେଇ ମାସ ତଳେ ମାଲକାନଗିରି ଜିଲ୍ଲାରେ ଗରିବୀ ମାଡ଼ରେ ଘାଇଲା ମାତୃତ୍ୱ ଚରମ ନିଷ୍ପତ୍ତି ନେବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ […]
ପୁରୀ : ପୁରୀରେ ସରକାରଙ୍କ ଉଚ୍ଛେଦ ଅଭିଯାନକୁ ଆମିକସକ୍ୟୁରୀଙ୍କ କ୍ଲିନ୍ଚିଟ୍। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଯାହା ବି ପଦକ୍ଷେପ ନିଆଯାଇଛି ତାକୁ ସଠିକ୍ ଦର୍ଶାଇବା ସହ ଏଥିରେ ସହଯୋଗ କରିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି ଆମିକସ୍କ୍ୟୁରୀ ରଞ୍ଜିତ କୁମାର। ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଦିଗରେ (୧) ଏଠି ଯାହା ଚାଲିଛି ଠିକ୍ ଚାଲିଛି। (୨) ଯାହା ହେଉଛି ସମସ୍ତଙ୍କ ପାଇଁ ଭଲ ହେଉଛି। […]
ଭୁବନେଶ୍ୱର : ଲଘୁଚାପ ଯୋଗୁ ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଅନ୍ୟପକ୍ଷରେ ବର୍ଷା ପରେ ବନ୍ୟାର ମୁକାବିଲା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଲଘୁଚାପ ପ୍ରଭାବରେ ଆସନ୍ତାକାଲି କାଲି ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋନପୁର, ବରଗଡ଼, ସମ୍ବଲପୁର, […]
ଭୁବନେଶ୍ୱର : ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ । ଏହା ଅନୁଯାୟୀ ପରିବହନ ବିଭାଗ ପକ୍ଷରୁ ପୂର୍ବାପେକ୍ଷା ୧୦ ଗୁଣ ଦରରେ ଜୋରିମାନା ଆଦାୟ ହେଉଛି । ଏହି ନୂଆ ଆଇନ୍ ପାଳନ କରିବାକୁ କଡ଼ାକଡ଼ି କରାଯାଇଛି। ଫଳରେ ଫାଇନ୍କୁ ନେଇ ଲୋକଙ୍କ ମଧ୍ୟରେ କୁକୁଆ ଭୟ ସୃଷ୍ଟି ହୋଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଆଦାୟ ହେଉଥିବା ଜରିମାନାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରୋଇ ମେଡିକାଲରେ ମିଳିବ ମାଗଣା ଚିକିତ୍ସା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ପରେ ସ୍ଥାନାନ୍ତର କରାଯାଇପାରିବ। ପ୍ରଥମ ଦଫାରେ ଭୁବନେଶ୍ୱର ଓ କଟକର ୩ ଘରୋଇ ହସ୍ପିଟାଲ ସାମିଲ କରାଯାଇଛି। ଆପୋଲୋ, ଆମ୍ରି ଏବଂ ଅଶ୍ୱିନୀ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା। ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଅର୍ଥ ଦେବେ ସରକାର। ମାଗଣା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ […]
ଭଦ୍ରକ (ପାର୍ଥସାରଥୀ ନାୟକ) : କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ହାଡିବନ୍ଧୁ କଅଁର ନାମକ ଜଣେ ଅଟୋ ଚାଳକକୁ ୪୭ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଥିଲା। ସେ ୮ଟି ନିୟମ ଭାଙ୍ଗିଥିବାରୁ କମିଶନରେଟ୍ ପୁଲିସ ଏପରି ଦଣ୍ଡ ଦେଇଥିଲା। ଏବେ ସମାନ ଅଭିଯୋଗ ଭଦ୍ରକରୁ ଆସିଛି। ଜଣେ ଅଟୋ ଚାଳକକୁ ୨୭,୫୦୦ ଟଙ୍କା ଓ ଟାଟା ମ୍ୟାଜିକ ମାଲିକ ଉପରେ ୩୮,୫୦୦ ଟଙ୍କା ଜୋରିମାନା କରାଯାଇଛି। ଅଟୋ ଚାଳକ ପାଖରେ ସମ୍ୱଳ ନଥିବାରୁ ନିଜର ୯ […]
ପୁରୀ : ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ ପ୍ରସଙ୍ଗରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ କ୍ଲିନଚିଟ୍ ଦେଇଛନ୍ତି ଆମିକସ୍କ୍ୟୁରି। ଏ ସମ୍ପର୍କରେ ଗଜପତିଙ୍କ ସହ ଆଲୋଚନା ଓ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଉଚ୍ଛେଦକୁ ସଠିକ୍ ନିଷ୍ପତ୍ତି ବୋଲି କହିଛନ୍ତି ଆମିକସ୍କ୍ୟୁରି ରଞ୍ଜିତ କୁମାର। ସମସ୍ତଙ୍କ ସହମତିରେ ଉଚ୍ଛେଦ ହେଉଛି ଏବଂ ଏହାଦ୍ୱାରା ସ୍ଥାନୀୟ ବାସିନ୍ଦା, ସେବାୟତ ସମସ୍ତଙ୍କର ମଙ୍ଗଳ ହେବ। ଶ୍ରୀକ୍ଷେତ୍ରକୁ ଆହୁରି ଅଧିକ ସଂଖ୍ୟକ ଭକ୍ତଙ୍କର ଆଗମନ ହେବ […]
କଟକ : କଟକରେ ପହଞ୍ଚିଲେ ଜଗା କାଳିଆ। ରାଜଧାନୀ ଏକ୍ସପ୍ରେସ୍ରେ ଦିଲ୍ଲୀରୁ ଆସି ସେମାନେ କଟକ ରେଳ ଷ୍ଟେସନରେ ପହଞ୍ଚିଛନ୍ତି। କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍ସିବିକୁ ନିଆଯିବ। ଏସସିବିରେ ଜଗା, କାଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କୋଠରୀ ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ୧୬ ଜଣିଆ ଟିମ୍ ଗଠନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମ୍ରେ ସାମିଲ କରାଯିବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି। […]
ଭୁବନେଶ୍ୱର : ସରକାରୀ ଗାଡ଼ିଗୁ଼ଡିକ ଠାରୁ ଜରିମାନା ନ ନେଇ ଛାଡି ଦିଆଯାଉଥିବା ଅଭିଯୋଗରେ ଭୁବନେଶ୍ୱର ରାଜମହଲ ଛକରେ ଉତ୍ତେଜନା ଦେଖା ଦେଇଛି। ସେଠାରେ ସ୍ଥିତି ଧିରେ ଧିରେ ସୁଧାର ଆସୁଛି। ଏହି ଉତ୍ତେଜନା ପରେ କମିଶନର ସ୍ପଷ୍ଟ କରିଛନ୍ତି। କହିଛନ୍ତି ,ଏବେ ଆମେ କେବଳ ୫ଟି ଗଫଲତି ଦେଖି ଜରିମାନା କରୁଛୁ। ୧- ବାଇକ୍ରେ ୩ ଜଣଙ୍କୁ ନେଲେ, ୨- ହେଲମେଟ୍ ପିନ୍ଧିନଥିଲେ ୩- ମଦ ପିଇ ଗାଡ଼ି ଚଳାଉଥିଲେ, ୪- ମୋବାଇଲରେ ଗପୁଥିଲେ, ୫- […]
ଭୁବନେଶ୍ୱର : ଏଣିକି ଜରିମାନା ସହ ଜେଲ୍ ବି ଭୋଗିବେ ନିଶାଡ଼ି ଗାଡ଼ି ଚାଳକ। ଦୁର୍ଘଟଣା ହ୍ରାସ ପାଇଁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ହେବ ଦଣ୍ଡବିଧାନ। ରାଜପଥ ସହ ଅନ୍ୟ ରାସ୍ତାରେ ଥିବା ସମସ୍ତ ଟୋଲ୍ ଗେଟ୍ରେ ବ୍ରେଦ୍ ଆନାଲିସିସ୍ ଡିଭାଇସ୍ ସାହାଯ୍ୟରେ ପରୀକ୍ଷା କରି ନିଶାସକ୍ତ ଗାଡ଼ି ଚାଳକଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗିରଫ ହେବାର ଦୁଇଘଣ୍ଟା ଭିତରେ ଡାକ୍ତରଙ୍କ […]
ଭୁବନେଶ୍ୱର : ଏଣିକି ବିଧାନସଭାରେ ହଙ୍ଗାମା କଲେ ଭୋଗିବାକୁ ପଡ଼ିପାରେ ବହିଷ୍କାରର ଦଣ୍ଡ। ଓଡିଶା ବିଧାନସଭା ବାଚସ୍ପତିଙ୍କ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଥିବାରୁ ଏଭଳି ନିୟମ ଖୁବ ଶୀଘ୍ର ଲାଗୁ ହୋଇପାରେ । ତେବେ ଏଭିଳି ପ୍ରସ୍ତାବକୁ କିନ୍ତୁ ଗ୍ରହଣ କରୁନାହାଁନ୍ତି ବିରୋଧୀ ଦଳର ବିଧାୟକ ଓଡ଼ିଶାରେ ବାଚସ୍ପତି ନିଜେ ପକ୍ଷପାତିତା କରୁଥିବାରୁ ଲୋକଙ୍କ ସ୍ୱର ଉଠାଇବାକୁ ବିଧାୟକ ଆପଣାଉଥିବା ରାସ୍ତା ଛା଼ଡିବେ ନାହିଁ ବୋଲି ବିଜେପି କହିଛି । କଂଗ୍ରେସ ମଧ୍ୟ ବିଧାୟକଙ୍କୁ ଦଣ୍ଡ […]
ଭୁବନେଶ୍ୱର : ରାଜ୍ୟରେ ଡାକ୍ତରଙ୍କ ଅଭାବ ଯୋଗୁ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଥିବାବେଳେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ସୀମାକୁ ୭୦ବର୍ଷକୁ ବୃଦ୍ଧି କରିଛନ୍ତି। ଏବେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୬୮ବର୍ଷ ରହିଛି। ନିୟମିତ ଡାକ୍ତର ପଦବୀ ପୂରଣ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୭୦ବର୍ଷ ରହିବ। ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଡାକ୍ତର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି। […]
ଭୁବନେଶ୍ୱର : ଘର ପାଇଁ ବିଲଡର୍ଙ୍କୁ ଟଙ୍କା ଦେଇ ଅନାଇ ବସିଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଖିଲାଫକାରୀ ବିଲଡର୍ଙ୍କୁ ସାବାଡ଼ କରିବାକୁ ଆସିଛି ନୂଆ ନିୟମ। ଏହା ଅନ୍ତର୍ଗତ ଖିଲାଫକାରୀ ବିଲଡର୍ଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିପାରିବ ରିଅଲ୍ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି(ରେରା)। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ ପ୍ରଫେସର ରେଖା ଦାସ ଜୀବନର ସଞ୍ଚିତ ଅର୍ଥରେ ଘର ଖଣ୍ଡେ କିଣିବାକୁ ଆଶା ରଖିଥିଲେ। ସେଥିପାଇଁ ସେ ୨୦୧୧ ମସିହାରେ […]
ଭୁବନେଶ୍ୱର : ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସବୁଠି ହଇଚଇ। ଜୋରଦାର ଧରପଗଡ଼ ସହ କଡ଼ା ଆର୍ଥିକ ଜୋରିମାନା ରାଜଧାନୀର ଗାଡ଼ି ଚାଳକ ଏବଂ ମାଲିକଙ୍କ ହୋସ୍ ଉଡାଇ ଦେଉଛି। କାରଣ ଟ୍ରାଫିକ ଆଇନକୁ ଅଣଦେଖା କରିଆସୁଥିବା ଖିଲାପକାରୀ ଏବେ ପଡ଼ୁଛନ୍ତି ନୂଆ ଆଇନର ଜାଲରେ। କିଏ କାନମୁଣ୍ଡା ଆଉଁସି ତଣ୍ଡ ଗଣୁଛନ୍ତି ତ ଆଉ କିଏ କାଗଜପତ୍ର ଅପ-ଟୁ-ଡେଟ୍ କରିବାକୁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି। ସେପଟେ ଆଇନକୁ କଡ଼ାକଡ଼ା ଭାବେ ପାଳନ କରିବା […]
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସ୍ମୃତିରେ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଛି ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା। ଭୁବନେଶ୍ୱରରେ ଆୟୋଜିତ ଏହି ସଭାରେ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବିଜେଡି ପକ୍ଷରୁ ଦେବୀ ମିଶ୍ର, ସୌମ୍ୟରଂଜନ ପଟ୍ଟନାୟକଙ୍କ […]
ପୁରୀ : ୪ ଦିନର ବିରତି ପରେ ଆଜି ପୁଣି ପୁରୀରେ ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଏମାର ମଠ ନିକଟରେ ବାକି ରହିଥିବା ଉଚ୍ଛେଦ କାମ ଜାରି ରହିଛି। ମାଆ କାକୁଡ଼ିଖାଇ ନିକଟ ବଣିଆପଟିରେ ଦୋକାନ ଘରଗୁଡିକ ଭଙ୍ଗାଯାଉଛି। ପୂର୍ବରୁ ଏହି ଦୋକାନ ମାଲିକଙ୍କୁ ନୋଟିସ ହୋଇଥିବା ବେଳେ ଏମାନେ ଦୋକାନ ଘର ଖାଲି କରିଦେଇଥିଲେ। ରବିବାର ଓ ସୋମବାର ଉଚ୍ଛେଦ କାମ ବନ୍ଦ ରଖିଥିଲା ଜିଲ୍ଲାପ୍ରଶାସନ। ହେଲେ ମଙ୍ଗଳବାର ଦିନ ଜିଲ୍ଲାପ୍ରଶାସନ ପକ୍ଷରୁ […]
ବାରିପଦା : ଟିଉସନ ଆସ ନଚେତ୍ ପରୀକ୍ଷାରେ ଫେଲ୍ କରିଦେବି । ଆଜି ଗୁରୁଦିବସ ଅବସରରେ ଜଣେ ଅଧ୍ୟାପକଙ୍କ ନାମରେ ଆସିଛି ଏମିତି ସଙ୍ଗୀନ୍ ଅଭିଯୋଗ । ବାରିପଦାସ୍ଥିତ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଏମିତି ଅଭିଯୋଗ ଆଣିଛନ୍ତି। କଲେଜର ଯୁକ୍ତ ୩ ଶ୍ରେଣୀର ଛାତ୍ରୀମାନେ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗରେ ନୂତନ କରି ଯୋଗ ଦେଇଥିବା ଜଣେ ଅତିଥି ଅଧ୍ୟାପକଙ୍କ ନାମରେ ଏହିଭଳି ଅଭିଯୋଗ କରିଛନ୍ତି । ଏନେଇ ଆଜି ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ […]
ଭୁବନେଶ୍ୱର : ୪ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଏନେଇ ରେଡ୍ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷିବ। ୬ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣଂ ଜାରି କଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଗଜପତି, ପୁରୀ, କୋରାପୁଟ, ବଲାଙ୍ଗିର, ରାୟଗଡ଼ା, ନୂଆପଡ଼ାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୧ ଜିଲ୍ଲା ତଥା ଗଜପତି, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, […]
ଭୁବନେଶ୍ୱର : ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ପରେ ଏବେ ରାଜ୍ୟରେ ଚାଲିଛି ଟ୍ରାଫିକ୍ ଧରପଗଡ଼। କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଫଳରେ ଅମାନିଆ ଗାଡ଼ି ଚାଳକ ଏବେ ଗଣୁଛନ୍ତି ମୋଟା ଅଙ୍କର ଫାଇନ୍। ତେବେ ଏହି ନୂଆ ନିୟମରେ ଲୋକେ ଆତଙ୍କିତ ନ ହୋଇ ଏଥିରେ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଆରଟିଓ ଟୁ ସଂଜୟ ବେହେରା। କହିଛନ୍ତି, ଜଣେ ସବୁ ପ୍ରକାର ଡକ୍ୟୁମେଣ୍ଟ […]
ବାରିପଦା (ମାଣିକଲାଲ୍ ପାଣି): ଏଟିଏମ୍ କାଉଣ୍ଟର ଭିତରେ ଏଟିଏମ୍ ମେଶିନ୍ ଉପରେ ପରିସ୍ରା କଲେ ଜଣେ କନଷ୍ଟେବଳ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। କନ୍ଷ୍ଟେବଳ ଜଣକ ନିଶାସକ୍ତ ଅବସ୍ଥାରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ବାରିପଦା ମ୍ୟୁନିସିପାଲିଟି ଅଫିସ୍ ପାଖରେ ରହିଛି ଏକ ଏସ୍ବିଆଇ ଏଟିଏମ୍ କାଉଣ୍ଟର। ଗତକାଲି ରାତିରେ କନ୍ଷ୍ଟେବଳ ସମୀର ସେଠୀ ନିଶାସକ୍ତ ଅବସ୍ଥାରେ ମୁକୁଳା ଦେହରେ ଏଟିଏମ୍ ଭିତରେ […]
ପୁରୀ : ପୁରୀରେ ପ୍ରଶାସନ ପକ୍ଷରୁ ଚାଲିଥିବା ମଠ ମନ୍ଦିର ଉଚ୍ଛେଦ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ମଠ ମହନ୍ତଙ୍କ ଖୋଲା ଚିଠି। ସାମ୍ପ୍ରତିକ ପୁରୀ ଘଟଣାକୁ ନେଇ ପ୍ରଧାନ ବିଚାରପତିଙ୍କୁ ଏଭଳି ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମଠ ମହନ୍ତ। ଚିଠିରେ ଉଲ୍ଲେଖ ରହିଛି, ଶ୍ରୀମନ୍ଦିରରୁ ୭୫ ମିଟର ଯାଏ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହି ୭୫ ମିଟର ପରିଧି ମଧ୍ୟରେ ପୁରାତନ ୧୮ଟି ମଠ […]
ଭୁବନେଶ୍ୱର : ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ଅକଳରେ ବାର୍ ମାଲିକ। ବ୍ୟବସାୟରେ ମାନ୍ଦାବସ୍ଥା ଆସିଥିବାରୁ ଭିତରେ ଭିତରେ ଅସନ୍ତୋଷ କୁହୁଳୁଛି। ସଂଶୋଧିତ ମୋଟର ଯାନ ଆଇନ୍ ଅନୁସାରେ ମଦ୍ୟପାନ କରି ଗାଡ଼ି ଚଳାଇଲେ ସର୍ବନିମ୍ନ ଜରିମାନା ୧୦,୦୦୦ ଟଙ୍କା ସହ ଗିରଫ ହେବାର ନିୟମ ଥିବାରୁ ଏହା ଗ୍ରାହକଙ୍କୁ ଭୟଭୀତ କରିଛି। ଫଳରେ ଆଗ ଅପେକ୍ଷା ବେପାର ଅଶାତୀତ ଭାବେ ହ୍ରାସ ପାଇଥିବା ବାର୍ ମାଲିକମାନେ କହିଛନ୍ତି। ନୂଆ ମୋଟରଯାନ ଆଇନ୍ ଲାଗୁ […]
ଭୁବନେଶ୍ୱର : ମାରାତ୍ମକ ଅପମିଶ୍ରିତ ଖାଦ୍ୟ କବଳରେ ସାଧାରଣ ଖାଉଟି। ଗଲା କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଅପମିଶ୍ରଣ ବା ଡୁପ୍ଲିକେଟ୍ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢ଼ଉ ପରେ ଏ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପଟେ ଖାଦ୍ୟ ନାଁରେ ବିଷ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀ ମୁନାଫା କମାଉଥିବା ବେଳେ ସେପଟେ ଏହାକୁ କିଣି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି ସାଧାରଣ ଲୋକେ। ୩ ସେପ୍ଟେମ୍ବର ୨୦୧୯, […]
ଭୁବନେଶ୍ୱର : ଚଳିତ ମାସ ୬ ତାରିଖରୁ ରାଜ୍ୟ କଂଗ୍ରେସର ପ୍ରସ୍ତାବିତ ସଭ୍ୟ ସଂଗ୍ରହ ଅଭିଯାନକୁ ବାତିଲ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଏହି ସୂଚନା ଦେଇଥିଲେ। ଏହା ଉପରେ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ପରବର୍ତ୍ତୀ ସମୟରେ ସଭ୍ୟ ସଂଗ୍ରହ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ ବୋଲି କୁହାଯାଇଛି। ପ୍ରଦେଶ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]
ପାଟକୁରା ( ମନୋଜ କୁମାର ସ୍ୱାଇଁ) : ପ୍ରଶାସନିକ ଅବହେଳା ବିରୁଦ୍ଧରେ ଅଭିନବ ପ୍ରତିବାଦ। ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ। ଦୀର୍ଘ ଦିନ ଧରି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଓରତରୁ ବଢିହ ପର୍ଯ୍ୟନ୍ତ ରାସ୍ତାର ମରାମତି ହେଉନଥିବାରୁ ଯା’ଆସରେ ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଗୁହାରୀ ସତ୍ତ୍ୱେ କାମ ନହେବାରୁ ଲୋକେ ଆଜି ଏଭଳି ଢଙ୍ଗରେ ପ୍ରତିବାଦ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ତେବେ ତହସିଲଦାର ପହଞ୍ଚି ରାସ୍ତା […]