ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶୁଭ ରଣା (୬୫)। ମୃତଦେହ ପାଖରେ କୀଟନାଶ ଔଷଧ ବୋତଲ ପଡ଼ିଥିବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଚଳିତବର୍ଷ ଶୁଭ ନିଜର ଦୁଇ ଏକର ଜମି ଏବଂ ୩ ଏକର ଭାଗ ଜମିରେ ଧାନଚାଷ କରିଥିଲେ। ଏଥିପାଇଁ ସେ ବ୍ୟାଙ୍କରୁ […]
ଭୁବନେଶ୍ୱର : ସମ୍ବଲପୁର ଯାଏ ସଂପ୍ରସାରିତ ହୋଇଛି ଗଣ୍ଡୱାନା ଏକ୍ସପ୍ରେସ୍। ସମ୍ବଲପୁରବାସୀଙ୍କୁ ଏହା କେନ୍ଦ୍ର ସରକାରଙ୍କ ନିର୍ବାଚନୀ ଭେଟି ବୋଲି ଆଲୋଚନା ହେଉଛି। ଝାରସୁଗୁଡ଼ା ରୋଡ୍ ଦେଇ ଗଣ୍ଡଓ୍ୱାନା ଏକ୍ସପ୍ରେସ ସମ୍ବଲପୁର ଆସିବ। ଏନେଇ ଭୁବନେଶ୍ୱରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘୋଷଣା କରିଛନ୍ତି। ପୂର୍ବରୁ ଗଣ୍ଡଓ୍ୱାନା ଏକ୍ସପ୍ରେସ୍ ଛତିଶଗଡ଼ର ରାଇଘର ଯାଏ ଆସୁଥିଲା। ଏହାସହ ସମ୍ବଲପୁରରୁ ସାଲିମାର ମଧ୍ୟରେ ଭାୟା ତାଳଚେର ଦେଇ ସପ୍ତାହକୁ ୩ ଦିନ ଚାଲିବ ଆଉ ଗୋଟିଏ ଟ୍ରେନ୍। କିଛି ଏକ୍ସପ୍ରେସ୍ର […]
ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ତିମିରିଆ ଗାଁରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଗତକାଲି ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। କିଛି ଦୁର୍ବୃତ୍ତ ମଦ୍ୟପାନ କରି ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଥିବା ଲୋକେ କହିଛନ୍ତି। ଏହି ଘଟଣାକୁ ନେଇ ତିମିରିଆ ଗାଁରେ ଉତ୍ତେଜନା ଦେଖାଦେଇଛି। ତେବେ ଏନେଇ ଗାଁ ଲୋକେ ରଣପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଗୋଶାଳାପଦାରେ ଗୁଳି ମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ଯୁବକଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ପୁଲିସ୍ ତଦନ୍ତ ଚଳାଇଛି।
ବଲାଙ୍ଗିର: ବଲାଙ୍ଗିରରେ ପ୍ରବଳ ବର୍ଷାରେ ଧୋଇଗଲା ଆପ୍ରୋଚ୍ ରୋଡ୍। ଏଥି ଯୋଗୁ ବଲାଙ୍ଗିର ଦେଇ ଯାଇଥିବା ଭବାନୀପଟଣା-ରାୟଗଡ଼ା ୪୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁଁ ପିପଳ ନାଳରେ ବନ୍ୟା ଆସିଥିଲା। ବର୍ଷା ନ କମିବାରୁ ଜଳସ୍ତର ବୃଦ୍ଧି ପାଇଥିଲା ଓ ପ୍ରଖର ସୁଅରେ ସିକେରକୁପାଠାରେ ଏହି ରାସ୍ତା ଧୋଇ ଯାଇଥିଲା। ରାସ୍ତା ଧୋଇଯିବା ପରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଭବାନୀପାଟଣା ଓ ରାୟଗଡ଼ା ମଧ୍ୟରେ ଯୋଗାଯୋଗ […]
ଭୁବନେଶ୍ୱର: ଓଡ଼ିଶାରେ ରେଲୱେର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟ୍ରେ ଯଥେଷ୍ଟ ଅର୍ଥ ପ୍ରଦାନ କରୁଛନ୍ତି। ତେବେ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ପରିମାଣର ଜମି ଯୋଗାଉ ନାହାନ୍ତି। ଭୁବନେଶ୍ୱର ରେଲୱେ ପ୍ରେକ୍ଷାଳୟରେ ଉଭୟ ରେଲୱେ ଏବଂ ସଂଚାର ମନ୍ତ୍ରାଳୟର ବିଭିନ୍ନ ଯାତ୍ରୀ ସେବା ଓ ଜନହିତକର କାର୍ଯ୍ୟର ଉଦଘାଟନ, ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ ସରକାର ଯେତେଶୀଘ୍ର […]
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତରେ ଥିବା ଆମପାଣି ଘାଟିରେ ଏକ ଚଳନ୍ତା ଟାଟା ମ୍ୟାଜିକ୍ରେ ନିଆଁ ଲାଗି ଯାଇଛି। ତେବେ ଗାଡ଼ିରେ ଥିବା ୧୦ରୁ ଅଧିକ ଯାତ୍ରୀ ଡେଇଁ ପଡ଼ିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଛି। ଗାଡ଼ିଟି ଘାଟି ଚଢ଼ୁଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଗାଡ଼ିଟି କଳାହାଣ୍ଡିରୁ ନବରଙ୍ଗପୁର ଯାଉଥିଲା। କେଉଁ କାରଣରୁ ଗାଡ଼ିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କଇଥାଡ଼ିହରେ ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବୁନି ଗୋଛାୟତ। ତାଙ୍କ ଘର ନଦୀଗାଁ ପଞ୍ଚାୟତ ପାଟଣା ଗାଁରେ ବୋଲି ଜଣାପଡ଼ିଛି। ସେ ଗାଁର ଗୋଠପଡ଼ିଆ ନିକଟରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ। ସୂଚନା ଅନୁଯାୟୀ ଏହି ଇଟାଭାଟିରେ ୫ ଜଣ ବ୍ୟକ୍ତି କାମ କରୁଥିଲେ। ସମସ୍ତେ ଇଟାଭାଟି ପାଖରେ ଥିବା ଅସ୍ଥାୟୀ ଘରେ ରହୁଥିଲେ। ଗତକାଲି ବିଳମ୍ୱିତ ରାତିରେ […]
ଭୁବନେଶ୍ୱର: ବର୍ଷାରେ ବି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। କାଲି ମହାତ୍ମାଗାନ୍ଧୀ ମାର୍ଗରୁ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପରେଡ୍ ସ୍ଥଳରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ସାଙ୍ଗକୁ ସିସିଟିଭି ସର୍ଭେଲାନ୍ସରେ ପୂରା ମହାତ୍ମାଗାନ୍ଧୀ ମାର୍ଗ। ସୁରକ୍ଷା ପାଇଁ ଏଥର ନିୟୋଜିତ ହେଉଛନ୍ତି ୧୫୦ ଅଫିସର, ୩୦ ପ୍ଲାଟୁନ୍ ପୋର୍ସ। ନିଜେ ପୋଲିସ୍ କମିଶନର ଆଜି ପରେଡ୍ ସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର […]
ଭୁବନେଶ୍ୱର: ଦିନକୁ ଦିନ କାୟା ବିସ୍ତାର କରୁଛି ଡେଙ୍ଗୁ। ବେଳକୁ ବେଳ ଅସମ୍ଭାଳ ହେଉଛି ସ୍ଥିତି। ୪ ଦିନ ତଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ମାତ୍ର ୬, ଏବେ ଏହା ପହଞ୍ଚିଛି ୫୭ରେ। କୋକସରା ବ୍ଲକ୍ର ଲଡୁଗାଁରୁ କ୍ରମେ ଏହି ଭୂତାଣୁ ଆଏଁଲି, ଓଲମା ଓ ଫୁପଗାଁ ଆଦି ଅଞ୍ଚଳକୁ ବ୍ୟାପିଛି। ସ୍ଥିତି ବିଗିଡ଼ିବା ପରେ ଏବେ ଆକ୍ସନ ମୋଡ୍କୁ ଆସିଛି ଜିଲ୍ଲା ପ୍ରଶାସନ। ପ୍ରଭାବିତ ଅଞ୍ଚଳରେ ଜୋରସୋରରେ ଆରମ୍ଭ ହୋଇଛି […]
ଭୁବନେଶ୍ୱର: ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି। ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ହ୍ୟୁମାନଙ୍କ ସହ ଅନ୍ୟ ଦଳର ଆଉ କିଛି କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଏହାଦ୍ୱାରା ଦଳ ଅଧିକ ମଜବୁତ୍ ହେବ ବୋଲି ନବୀନ କହିଛନ୍ତି।
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଆଜି ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସେ ଭୁବନେଶ୍ୱର ରେଳବାଇ ପ୍ରେକ୍ଷାଳୟରେ ବିଏସ୍ଏନଏଲ୍ ଓ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନଠାରେ ଫୁଟ ଓଭର ବ୍ରିଜ୍ ଓ ଏସ୍କାଲେଟରକୁ ଲୋକାର୍ପଣ କରାଯିବ। ଏଥିସହ ଭୁବନେଶ୍ୱର ରେଳ ଷ୍ଟେସନଠାରେ ନୂତନ ଏସ୍କାଲେଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ କେନ୍ଦ୍ରମନ୍ତ୍ରୀ ଫୁଲବାଣୀ ଓ […]
ଭୁବନେଶ୍ୱର: ସୋଶାଲ୍ ମିଡିଆରେ ବୁଲୁଛି ମାଓବାଦୀଙ୍କ ଯୁଦ୍ଧ କୌଶଳ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲାଲ ବାହିନୀ ଟ୍ରେନିଂ କ୍ୟାମ୍ପର ଚିତ୍ର ଭାଇରାଲ ହେବାରେ ଲାଗିଛି। ପୁଲିସକୁ ଟକ୍କର ଦେବାକୁ ମାଓ କ୍ୟାମ୍ପରେ କେମିତି ଦିଆଯାଉଛି ଗରିଲା ଯୁଦ୍ଧର ତାଲିମ ଗୋଟି ଗୋଟି ଦୃଶ୍ୟ ରହିଛି ଏ ଭିଡିଓରେ। ଛତିଶଗଡ଼ ସୁକମା ଜିଲ୍ଲା ଦୁର୍ନିପାଲ ଅଞ୍ଚଳରୁ ଏ ଭିଡିଓ ମାଓବାଦୀଙ୍କ ଦ୍ୱାରା ସୋଶାଲ୍ ମିଡିଆରେ ଛଡ଼ାଯାଇଥିବା ଅନୁମାନ କରାଯାଉଛି। ଗତ ୬ ତାରିଖ ଦିନ ଛତିଶଗଡ଼ ପୁଲିସ ଓ […]
ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାର ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଡମ୍ପରକୁ ‘ଡଲଫିନ୍’ ନାମକ ବସ୍ଟି ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନେ ପଶ୍ଚିମବଙ୍ଗର ଟାଳିଗଞ୍ଜ ଅଞ୍ଚଳର ସପନ ଚୌଧୁରୀ, ସିପ୍ରା ଚୌଧୁରୀ, ଏମ.ଡି କାମୁଏଲ, ଶ୍ୟାମ […]
ଭୁବନେଶ୍ୱର: ଗତକାଲି ଡ୍ରେନ୍ରେ ଭାସିଯାଇ ଜଣଙ୍ଗର ମୃତ୍ୟୁହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା। ବର୍ଷା ବେଳେ ଡ୍ରେନ୍ ନିକଟକୁ ନଯାଇ, ନିଜେ ସଚେତନ ରହିବା ପାଇଁ ଦେଇଛନ୍ତି ପରାମର୍ଶ। ଏପଟେ ଜୀବନ ଯିବା ପରେ ଆରମ୍ଭ ହୋଇଛି ସରକାରୀ ତତ୍ପରତା। ପ୍ରଶାସନର ଅପାରଗତା ଯୋଗୁ ସୋମବାର ଗଙ୍ଗନଗର ଅଞ୍ଚଳରେ ହରିହର ପଟ୍ଟନାୟକ ଡ୍ରେନ୍ରେ ଭାସି ପ୍ରାଣ ହରାଇଲେ। ଡ୍ରେନ୍କୁ ବ୍ୟାରିକେଡିଂ କରାଯିବା ସହ ସତର୍କ ସୂଚନା ଫଳକ ଲଗାଯାଇଛି। ବର୍ଷ ତମାମ୍ […]
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସହିଦ ନଗର ଥାନାରେ ତୁମୁଳ କାଣ୍ଡ ଘଟିଛି। କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ସହିଦନଗର ଥାନା ଆଇଆଇସି ଓ ଏଏସ୍ଆଇଙ୍କ ସମେତ କିଛି ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଏଏସ୍ଆଇ ଅଭୟ କୁମାର ରାଉତଙ୍କ ମୁଣ୍ଡ ଫାଟି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାପରେ କିଛି ଲୋକ ଅଭିଯୋଗ ଦାଖଲ କରିବା ପାଇଁ ସହିଦନଗର ଥାନାକୁ ଆସିଥିଲେ। […]
ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ଏଥିପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶିବାଳୟ ଚଳଚଞ୍ଚଳ ହୋଇଉଠିଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଲୋକନାଥ, ଧବଳେଶ୍ୱର, କପିଳାସ, ଆଖଣ୍ଡଳମଣି ସମେତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି। ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସକାଳେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ପ୍ରାୟ ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ଶେଷ ହୋଇଛି। ବର୍ତ୍ତମାନ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ଜାରି ରହିଛି। ଆଜି ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ […]
କନ୍ଧମାଳ: ଆସନ୍ତାକାଲି ସାରା ଦେଶ ପାଳିବ ସ୍ୱାଧୀନତା ଦିବସ। ୭୨ ତମ ସ୍ୱାଧିନତା ଦିବସ ଅବସରରେ ସୁରକ୍ଷାକୁ ଗୁରୁତ୍ୱ ଦେଇ କନ୍ଧମାଳରେ ଜୋରଦାର ହୋଇଛି କମ୍ବିଂ ଅପରେସନ। ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ବର୍ଷାକୁ ଖାତିର ନକରି କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ। ପ୍ରବଳ ବର୍ଷାରୁ ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଯବାନମାନେ ପାଣିରେ ପଶି କମ୍ବିଂ ଚଳାଇଛନ୍ତି। ଜିଲ୍ଲାର ବାଲିଗୁଡା, କୋଟଗଡ଼, ତୁମୁଡିବନ୍ଧ, ବରଖମା, ବେଲଘର ଓ ଦାରିଙ୍ଗବାଡିରେ ଜୋରସୋରରେ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ପୁଲିସ ମେଡାଲ ଘୋଷଣା ହୋଇଛି। ଏଥର ବିଭିନ୍ନ ବର୍ଗରେ ରାଜ୍ୟର ୨୯ ଜଣଙ୍କୁ ପୁଲିସ ପଦକ ମିଳିବ। ୧୧ ଜଣଙ୍କୁ ପୁଲିସ ସାହସିକତା ପଦକ ମିଳିବାର ଥିବା ବେଳେ ୪ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ଓ ୧୪ ପୁଲିସ କର୍ମଚାରୀ ପାଇବେ ପ୍ରଶଂସନୀୟ ସେବା ପଦକ। ସେମାନେ ହେଲେ ଛତ୍ରପୁର ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ଉଦୟ କୁମାର ରଥ, ସପ୍ତମ ସ୍ୱତନ୍ତ୍ର ବାଟାଲିୟନ କମାଣ୍ଡାଣ୍ଟ ଜବାହର ମୋହନ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ହଟ୍ଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟୁ ଏକ ବିଲ ଭିତରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଆଜି ଭୋରରେ ସ୍ଥାନୀୟ ଅଞ୍ଚଳର ଲିଲି ନାୟକ ନାମକ ଜଣେ ମହିଳା ନିଜ ବିଲକୁ ଯାଉଥିଲେ। ଏହି ସମୟରେ ଶିଶୁର କାନ୍ଦ ଶୁଣି ଆଖପାଖ ଖୋଜାଖୋଜି କରିଥିଲେ। ପରେ ବିଲରେ ଏକ ନବଜାତ ଶିଶୁକୁ ଦେଖି ତାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ। […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ସିଲିଂ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମା’ ଓ ଦୁଇ ଝିଅ ମିଶି କାଠ ଫାଳିଆରେ ପିଟି ପିଟି ବାପାକୁ ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ମା’ ଓ ଝିଅକୁ ଅଟକ ରଖି ପଚରାଉଚରା କରୁଛି। ଖବର ଅନୁଯାୟୀ, ସିଲିଂ ଗାଁର ସୁନନ୍ଦ ପ୍ରଧାନଙ୍କର ଆଜି ଭୋରରୁ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ସମୟରେ […]
ମାଲକାନଗିରି: କଣ୍ଟେନ୍ମେଣ୍ଟ ଜୋନ୍କୁ ନେଇ ବିବାଦ। ଫଳରେ ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୋଲିସ। ବ୍ୟାରିକେଡ୍ ନଖୋଲିବାରୁ ୨ ଘଣ୍ଟାରୁ ଅଧିକ ସମୟ ବାହାରେ ଅଟକିଲେ ଜଜ୍ ଏବଂ ଓକିଲ। ଏଭଳି ଅଭାବନୀୟ ଘଟଣା ମାଲକାନଗିରିରେ ଘଟିଛି। ଖବର ଅନୁଯାୟୀ, ମାଲକାନଗିରି କୋର୍ଟ ନିକଟରେ କରୋନା ରୋଗୀ ଚିହ୍ନଟ ପରେ କୋର୍ଟ ପରିସରକୁ ୧୫ ତାରିଖ ପର୍ଯ୍ୟନ୍ତ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଗତକାଲି ଏହି କଟକଣା ଅବଧି ଶେଷ ହୋଇଥିଲା। ତେବେ ଆଜି ୧୦ଟାରେ ଜଜ୍ […]
ଢେଙ୍କାନାଳ: ମାଛ ପାଇଁ ମାନିଲେନି କୋଭିଡ୍ କଟକଣା । ଖାଲି ସେତିକି ନୁହେଁ ୧୪୪ ଧାରା କଟକଣାକୁ ବି ମାନିଲେନି ଲୋକେ । ଆଉ ଶେଷରେ ପୋଲିସ ଲାଠି ଖାଇ ସାବାଡ ହେଲେ। ଲକ୍ଡାଉନ୍ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ। ଖବର ଅନୁଯାୟୀ, ଦିନ ୨ଟା ପର୍ଯ୍ୟନ୍ତ ସହର ଖୋଲା ରହିବାକୁ ନିୟମ ରହିଛି ।୨ଟା ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ମାତ୍ର ଏହି ସମୟରେ ସହରର […]
କଟକ: ଗୋଟିଏ ସ୍ଥାନରୁ ୧୯ଟି ନାଗ ଛୁଆଙ୍କୁ ଉଦ୍ଧାର କରାଯାଇଛି। କଟକ ମାହାଙ୍ଗା ଉଷୁମା ଗାଁର ପ୍ରମୋଦ ପଣ୍ଡାଙ୍କ ଘରୁ ଉଦ୍ଧାର ହୋଇଛି ନାଗ ଛୁଆ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଗାଁରେ ପହଞ୍ଚି ସାପ ଉଦ୍ଧାର କରିଛନ୍ତି। ଖବର ଅନୁଯାୟୀ, ପ୍ରଥମେ ଦୁଇ ତିନଟି ନାଗ ଛୁଆ ଘରୁ ବାହାରିବାର ଦେଖିଥିଲେ ପରିବାର ଲୋକେ । ପରେ ସେହି ସ୍ଥାନକୁ ସଫା କରାଯିବା ପରେ ଏକ ଗାତରୁ ୧୯ଟି ନାଗ ଛୁଆ ମିଳିଛି। ଉଦ୍ଧାର ପରେ […]