ରାଉରକେଲା : ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ତାଣ୍ଡବରେ ଛିନ୍ଛତ୍ର ଛାତଘର। ବିସ୍ଫୋରଣର ପ୍ରଭାବରୁ ପାଖ ପଡୋଶୀଙ୍କ ଅାଜବେଷ୍ଟସ ଘର ବି ବାଦ୍ ପଡ଼ିନି। ରାଉରକେଲା ମଧୂସୂଦନପାଲି ନିକଟ ତେଲୁଗୁ ବସ୍ତିରେ ଘଟିଥିବା ବିସ୍ଫୋରଣ ପରର ଏହି ଦୃଶ୍ୟ ହିଁ ବୟାନ କରୁଛି ପୁରା ଧ୍ୱଂସ ବିଧ୍ୱସ୍ତର ଅବସ୍ଥା। କାହା ଘର ଛାତ ଉଡ଼ିଯାଇଛି ତ ଅାଉ କାହା ଘର କାନ୍ଥ ଭାଙ୍ଗିଯାଇଛି । ଅାଉ ସେହି ଭଙ୍ଗା ଘରର ଅବଶେଷ ଭିତରୁ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ […]
ପୁରୀ: ଡ୍ରେନ୍ରୁ ମିଳିଲା ନାବାଳକର ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପାଳପୁର ଗାଁରେ। ଏଠାରେ ଜଣେ ୭ ବର୍ଷ ନାବାଳକର ଡ୍ରେନ୍ରେ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବାଳକ ଜଣକ ହେଲେ ଗଣେଶ ନାୟକ। ଗଣେଷ ଗତକାଲି ସନ୍ଧ୍ୟାରେ ଚା ପତି ଆଣିବା ପାଇଁ ଘରୁ ଆସିଥିଲେ। କିନ୍ତୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ଆଜି ସକାଳୁ […]
ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗରୁ ନଜର ହଟାଇ ଦାମଙ୍କୁ ଘେରିବାକୁ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଗୃହ ବାହାରେ ଦାମଙ୍କ ବିରୋଧରେ ବ୍ୟକ୍ତିଗତ ଅାକ୍ଷେପ କରି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ବିଭିନ୍ନ ପ୍ରସଙ୍ଗରେ ଦାମଙ୍କୁ ଟାର୍ଗେଟ୍ କରିଥିବାବେଳେ ଦାମ ବି ଶୁଣାଇଛନ୍ତି ରୋକଠୋକ୍ ଜବାବ । ଅାଉ ଅବକାରୀ ମନ୍ତ୍ରୀ ଥିବାବେଳେ ମଦ ଦୋକାନ ଲାଇସେନ୍ସ ପ୍ରଦାନରେ ସଠିକ୍ ନିୟମ ପାଳନ ହୋଇନଥିବା ନେଇ ବିଜେଡି ମୁଖପାତ୍ର ସମୀର ଦାଶ ଅାଣିଥିବା ଅଭିଯୋଗର ବି କଡ଼ା ଜବାବ […]
ପୁରୀ: ଚନ୍ଦନପୁର ଥାନା ସିଡ଼ି ଛକରେ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ମୃତକ ଜଣକ ହେଲେ ଶରତ ସାହୁ। ସେ ଜଣେ ୱେଲଡିଂ ଦୋକାନୀ। ଶରତ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁରୀ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଶରୀରୁ ପ୍ରବଳ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୁରୀ ଡାକ୍ତରଖାନାରେ ଉତ୍ତେଜନା ଦେଖାଯାଇଥିଲା। ସୂଚନା […]
ଭୁବନେଶ୍ୱର : ଚାରା ଘୋଟାଲାରେ ସରକାର ସ୍ୱୀକାର କରିଥିବା ଦୁର୍ନୀତିକୁ ଏବେ ଅସ୍ତ୍ର କରିଛନ୍ତି ବିରୋଧୀ। ୪ ଦିନର ବିରତି ପରେ ସୋମବାର ପ୍ରଶ୍ନ କାଳ ଅାରମ୍ଭରୁ ଏହି ଦୁର୍ନୀତିକୁ ପ୍ରସଙ୍ଗ କରି ଗର୍ଜିଥିଲେ ବିଜେପି ଓ କଂଗ୍ରେସ। ବାଚସ୍ପତିଙ୍କ ଟେବୁଲ ବାଡେଇ ଦାବି କରିଥିଲେ, ଚାରା ଘୋଟାଲାର ସିବିଅାଇ ତଦନ୍ତ ହେଉ। ତେବେ ହୋହ୍ଲାଲ୍ଲା ଯୋଗୁଁ ଚାଲିପାରି ନଥିଲା ପ୍ରଶ୍ନକାଳ। ଗୃହକୁ ଘଣ୍ଟାଏ ଯାଏ ମୁଲତବୀ କଲେ ବାଚସ୍ପତି। ଶୂନ୍ୟକାଳରେ ପୁଣି ଉଠିଲା ଚାରା ଘୋଟାଲା […]
ବରଗଡ଼: ଭଲ ବର୍ଷା ହେବ ଏବଂ ଜମିରେ ସୁନା ଫଳିବ ବୋଲି ଆଶା କରିଥିଲେ ବରଗଡ଼ ଜିଲ୍ଲାର ଚାଷୀ। ହେଲେ ସ୍ୱଳ୍ପ ବୃଷ୍ଟି ସବୁ ଆଶାକୁ ଧୂଳିସାତ କରିଦେଇଛି। ପାଣି ଅଭାବରୁ ଜମି ଫାଟି ଆଁ କରିଛି। ଫଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ସୋହେଲା, ତୁମ୍ବେରପାଲି, ରେଙ୍ଗାଲି,ତବଡ଼ା,ପଣକିପାଲି, ପେଟୁପାଲି ଏବଂ ବିଜେପୁର ବ୍ଲକ୍ର ଅନେକ ଗାଁରେ ଏକର ଏକର ଜମିରେ ଫସଲ ନଷ୍ଟ ହୋଇ ଯାଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ସେହିଭଳି ଝାରସୁଗୁଡ଼ା […]
ଗଜପତି: ‘ତିତ୍ଲି’ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ୍ କ୍ୟାମ୍ପରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଖଜୁରୀପଦା ବାତ୍ୟା ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ଖାଦ୍ୟ ମିଳିବା ତ ଦୂରେ ଥାଉ, ସରକାରୀ କର୍ମଚାରୀମାନେ ତାଙ୍କୁ ଅଧାରେ ଛାଡ଼ି ଚାଲିଯାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଶେଷରେ ଅବହେଳାର ଶିକାର ହୋଇଥିବା ବିପନ୍ନ ରିଲିଫ୍ କ୍ୟାମ୍ପ ଛାଡ଼ିଛନ୍ତି। ୧୦୨ ଜଣ ବିପନ୍ନ ରିଲିଫ୍ କ୍ୟାମ୍ପ ଛାଡ଼ି ଗାଁକୁ ଫେରିବା ସହ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏଥିପାଇଁ ବାତ୍ୟା ବିପନ୍ନମାନେ […]
କଟକ: କଥାରେ ଅଛି ବିଳମ୍ବରେ ନ୍ୟାୟ, ନ୍ୟାୟ ନ ମିଳିବା ସହ ସମାନ। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟ ଆଇନ୍ସେବା କ୍ଷେତ୍ରରେ ସୃଷ୍ଟି ହୋଇଥିବା ସ୍ଥାଣୁ ଅବସ୍ଥା ଅନେକଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିଛି। ଯେମିତିକି ବାଲେଶ୍ୱର ମାନସିଂ ବଜାରର ଏକାଦଶୀ ଦାସଙ୍କ ଅବସ୍ଥା। ଦଶହରା ଭସାଣି ଗଣ୍ଡଗୋଳକୁ ନେଇ ଗିରଫ ହୋଇଥିଲେ ଏକାଦଶୀ। ମାତ୍ର ଏବେ ସେ ଜେଲ୍ରେ ଅଛନ୍ତି। ଏଣେ ଘରର ଏକମାତ୍ର ରୋଜଗାରିଆ ଏକାଦଶୀ ଜେଲ୍ରେ ଥିବା ବେଳେ ୬ଟି ପିଲା ଓ […]
ଅନୁଗୁଳ: ସାତକୋଶିଆରେ ପ୍ରଥମ ପର୍ଯ୍ୟାୟ ଅପରେସନ୍ ସୁନ୍ଦରୀ ଫେଲ୍ ମାରିଛି। ଅଳ୍ପକେ ଟ୍ରାଙ୍କୁଲାଇଜ୍ ଟିମ୍ ହାତରୁ ଖସି ଯାଇଛି ମଣିଷ ଖିଆ ବାଘୁଣୀ ସୁନ୍ଦରୀ। କୁମୁରୀ ଗାଁ ନିକଟରେ ସୁନ୍ଦରୀ ଥିବା ଜାଣିବା ପରେ ବାଘୁଣୀକୁ କାବୁ କରିବା ପାଇଁ ୬ଜଣିଆ ଟ୍ରାଙ୍କୁଲାଇଜ୍ ଟିମ୍ ସେଠାରେ ପହଞ୍ଚିଥିଲେ। ହେଲେ ବାଘୁଣୀ ବୁଦା ଆରପଟେ ଥାଇ ସମସ୍ତଙ୍କ ଆଖିରେ ଧୂଳି ଦେଇ ଚଟ୍ କରି ଖସିଯାଇଛି। ଏବେ ସୁନ୍ଦରୀ କେଉଁଠି ଅଛି, ତାକୁ ଠାବ କରିବା ପାଇଁ ବନ […]
କୋରାପୁଟ: ଗାଁକୁ ରାସ୍ତା ନିର୍ମାଣ କରିବା ପାଇଁ ପ୍ରଶାସନ ଓ ରାଜନେତାଙ୍କ ପାଖରେ ବାରମ୍ବାର ଦାବି କଲେ ବି କେହି ତାଙ୍କ କଥା ଶୁଣିଲେ ନାହିଁ। ଶେଷରେ ନିରାଶ ହେବା ପରେ ନିଜ ଉଦ୍ୟମରେ ରାସ୍ତା ତିଆରି କରିବାକୁ ନିଷ୍ପତ୍ତି ନେଲେ, କୋରାପୁଟ ଓ ନାରାୟଣ ପାଟଣା ସୀମାନ୍ତରେ ୭ ଖଣ୍ଡ ଗାଁର ଲୋକେ। ଏଥିପାଇଁ ପାହାଡ଼ ଘେରା ରାସ୍ତାରେ ବଡ଼ ବଡ଼ ପଥ ହଟାଇ ନିଜସ୍ୱ ପରିଶ୍ରମରେ ସେମାନେ ଏବେ ଗାଁ ରାସ୍ତା ନିର୍ମାଣରେ ଲାଗିପଡ଼ିଛନ୍ତି। […]
ରାୟଗଡ଼ା: ପୁଣିଥରେ ସ୍ୱାସ୍ଥ୍ୟ ବିଭାଗର ନିନ୍ଦିତ ଚିତ୍ର। ଫୋନ୍ କଲେ ବି ଆସିଲାନି ଆମ୍ବୁଲାନ୍ସ। ବାଧ୍ୟ ହୋଇ ପୁଣି ଭାରରେ ବୁହା ହେଲା ରୋଗୀ। ଏଭଳି ଘଟଣା ଘଟିଛି, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଘାଗୁଡ଼ିମାଳ ଅଞ୍ଚଳରେ। ଗାଁର ନାଗବଂଶ ପଶୁ ନାମକ ଜଣେ ବ୍ୟକ୍ତିଙ୍କ ଦେହ ଖରାପ ହେବାରୁ ତାଙ୍କୁ କଲ୍ୟାଣସିଂହପୁର ମେଡିକାଲକୁ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ କର୍ମଚାରୀ ଆସିପାରିବେ ନାହିଁ ବୋଲି ସିଧାସିଧା ମନା […]
ବ୍ରହ୍ମପୁର : ବ୍ରହ୍ମପୁରରେ ବହୁଚର୍ଚ୍ଚିତ HDFC ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇଛନ୍ତି କ୍ଲିନିକର ମାଲିକ ଡାକ୍ତର ହୃଷିକେଶ ତ୍ରିପାଠୀ। ଗିରଫ ପରେ ସଂପୃକ୍ତ ଡାକ୍ତରଙ୍କୁ ଧରି ତନାଘନା ଜାରି ରଖିଛି ପୁଲିସ। କ୍ଲିନିକ୍ ସମେତ ମୃତଦେହକୁ ପୋତାଯାଇଥିବା ସ୍ଥାନକୁ ନେଇ ଛାନ୍ଭିନ୍ କରୁଛି ବ୍ରହ୍ମପୁର ପୁଲିସ। ଭୁବନେଶ୍ୱରରୁ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅନେକ ଦିନ ଧରି ନିଖୋଜ ଥିବା ଗଞ୍ଜାମ ଖଲ୍ଲିକୋଟ ଚିକିଲିଗା […]
ବାରିପଦା: ଦାମଙ୍କ ସଭାକୁ ଭଣ୍ଡୁର କରିବା ଉଦ୍ୟମ ପଛରେ କାହାର ହାତ ? ଗତକାଲି ବାରିପଦା ସଭା ପରେ ଏ ପ୍ରଶ୍ନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାର ଜବାବ ଦେଇ ଦାମ ସିଧା ମୟୁରଭଞ୍ଜର ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ଟାର୍ଗେଟ୍ କରିଛନ୍ତି। ନିଜ ଗୋସେଇଁଙ୍କ ପାଇଁ ଅରୁଣ ତାଙ୍କ ସଭା ଭଣ୍ଡୁର କରିବା ପାଇଁ ଉଦ୍ୟମ କରୁଥିବା କହି ତୃତୀୟ ମହଲାକୁ ବି ପରୋକ୍ଷରେ ଟାଣିଛନ୍ତି ଦାମ। ରବିବାର ବାରିପଦାରେ ଦାମଙ୍କ ଦୁର୍ନୀତି […]
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଠପ୍। ଗତକାଲି ଡାକ୍ତରଙ୍କ ଉପରକୁ ହୋଇଥିବା ଅାକ୍ରମଣର ପ୍ରତିବାଦ ସ୍ୱରୂପ ଅାଜି ଡାକ୍ତର, ନର୍ସ ଓ ଅାଶାକର୍ମୀ ଧାରଣାରେ ବସିଥିଲେ। ଏହା ବ୍ୟତୀତ କେମିଷ୍ଟ ଅାଣ୍ଡ ଡ୍ରଗିଷ୍ଟ ଅାସୋସିଏସନ୍ ପକ୍ଷରୁ ମଧ୍ୟ ବାଣପୁରର ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି। ସେପଟେ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଯାଏଁ ଅାନ୍ଦୋଳନ ଜାରି ରଖିବାକୁ ଚେତାବନୀ […]
ଭୁବନେଶ୍ୱର : ବିଧାନସଭାରେ ବିବୃତି ରଖିବେ କୃଷି ମନ୍ତ୍ରୀ। ଚାରା ଦୁର୍ନୀତି ପ୍ରସଙ୍ଗରେ ଗୃହରେ ବିବୃତି ରଖିବେ କୃଷି ମନ୍ତ୍ରୀ । ଚଳିତ ବିଧାନସଭାର କାର୍ଯ୍ୟକାଳ ମଧ୍ୟରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଅାରମ୍ଭରୁ ବିରୋଧୀ ତାରା ଘୋଟାଲାକୁ ନେଇ ହୋ ହାଲ୍ଲା କରିବା ସହ ସିବିଅାଇ ତଦନ୍ତ ଦାବି କରିଥିଲେ। ଫଳରେ ପ୍ରଶ୍ନ କାଳ ଚାଲିପାରି ନଥିଲା । ପରେ ଶୂନ୍ୟ କାଳରେ ବିରୋଧୀ ଦଳ ନେତା ପୁଣି ଏ ପ୍ରସଙ୍ଗ […]
ସୁବର୍ଣ୍ଣପୁର: ରାଜ୍ୟରେ କେହି ଭୋକିଲା ରହିବେ ନାହିଁ ବୋଲି ନିଜସ୍ୱ ଖାଦ୍ୟ ଯୋଜନାକୁ ପ୍ରଭାବୀ ଢଙ୍ଗରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଯାହା ପାଇଁ ସରକାର ଏହି ଯୋଜନା ଆରମ୍ଭ କଲେ ସେହି ଗରିବଙ୍କ ପେଟରେ କିନ୍ତୁ ନାତ ମାରୁଛି ଆମ ବ୍ୟବସ୍ଥା। ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁରର ଡୁଙ୍ଗୁରିପାଲିର ବିନିକାରୁ। ଗରିବ ନିରାଶ୍ରୟ ପାଇଁ ନୂଆ ଯୋଜନାରେ ରାସନ କାର୍ଡ ବ୍ୟବସ୍ଥା ଥିଲେ ବି ଏହା ମିଳୁନି। ସୁବର୍ଣ୍ଣପୁରର ଡୁଙ୍ଗୁରିପାଲିରେ ରାସନ କାର୍ଡ […]
କଟକ : ପୁଣି ପ୍ରାଣଘାତୀ ମୋମୋକୁ ନେଇ ଅାତଙ୍କ । କଟକ ବୟାଳିଶମୌଜା ଝାରକଟା ଗାଁର ଜଣେ ଯୁବକ ମୋମୋ ଗେମ୍ ଖେଳି ଦାଆରେ ନିଜର ହାତ କାଟିଦେଇଥିବା ଅାଶଙ୍କା କରାଯାଉଛି । ଅାହତ ଯୁବକଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଅାହତ ଯୁବକଙ୍କ ନାଁ ସୁନୀଲ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏକ ଅନଲାଇନ ଭିଡ଼ିଓ ଗେମ୍ ଖେଳି ସେ ଏଭଳି […]
କେନ୍ଦୁଝର: କେଉଁଠି ପ୍ରଶାସନର ବିଫଳତା ଯୋଗୁଁ ଶବକୁ ସମ୍ମାନ ମିଳୁ ନ ଥିବାବେଳେ ଆଉ କେଉଁଠି ସମାଜର କୁସଂସ୍କାର ଯୋଗୁ ଶବକୁ ମିଳୁନି ସାହିଭାଇଙ୍କ କାନ୍ଧ। ମଦ ଯୋଗୁ ହତ୍ୟାକାଣ୍ଡ ପରେ ସାମାଜିକ ବାସନ୍ଦକୁ ନେଇ ଶବ ସତ୍କାରବେଳେ ସହଯୋଗ କଲେ ନାହିଁ ସାହିଭାଇ। ଶେଷରେ ଶବ ସତ୍କାର ସ୍ଥାନକୁ ନେଇ ଛିଡ଼ା କଲେ ବିବାଦ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଧନୁର୍ଜୟପୁର ଗାଁର ମୁଣ୍ଡା ସାହିରେ। ଅଟୋରେ ଝିଅର ମୃତଦେହକୁ […]
ରାଉରକେଲା: ଆସନ୍ତା ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ପ୍ରତିଷ୍ଠା ସପ୍ତାହ ପାଳନ କରିବେ। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ପୁଲିସ୍ ଓ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ତେବେ ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ରବିବାର ରାତିରେ ଚକ୍ରଧରପୁର ନିକଟରେ ବିଭିନ୍ନ ଯାତ୍ରୀବାହୀ ଏବଂ ମାଲ୍ବାହୀ ଟ୍ରେନ୍ରେ ମାଓବାଦୀମାନେ ପୋଷ୍ଟର ମାରି ସେମାନଙ୍କ ସ୍ଥିତିକୁ ପୁଣି ଜାହିର କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା-ଚକ୍ରଧରପୁର ମଧ୍ୟରେ ଟ୍ରେନ୍ ଚଳାଚଳ […]
ଭୁବନେଶ୍ୱର: ବିଧାନସଭାରେ ବିଧାୟକଙ୍କ ସିଟ୍ରେ ଅଦଳବଦଳ। ବିଜେଡିରୁ ବହିଷ୍କୃତ ହେବା ପରେ ବିଧାନସଭା ଗୃହ ମଧ୍ୟରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସିଟ୍ ମଧ୍ୟ ବଦଳିଛି । ପୂର୍ବରୁ ସେ ଗୃହର ବ୍ଲକ୍ Dର ୩ନମ୍ବର ସିଟ୍ରେ ବସୁଥିଲେ। ଏବେ ସେ ବ୍ଲକ୍ Fର ୧୦ନମ୍ବର ସିଟ୍ରେ ବସିବେ। ସେହିପରି ବ୍ଲକ୍ Fର ୭ନମ୍ବର ସିଟ୍ରେ ବିଜୟ କୁମାର ନାୟକ ଓ ବ୍ଲକ୍ Fର ୮ନମ୍ବର ସିଟ୍ ସିଟ୍ରେ ଲକ୍ଷ୍ମଣ ମୁଣ୍ଡା ବସିବେ। […]
ଭୁବନେଶ୍ୱର: ‘ତିତ୍ଲି’ ପ୍ରଭାବରେ ମୋଟ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ୧୧ ଜଣଙ୍କ ଯାଞ୍ଚ ଚାଲିଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଏହି ୭୨ ଜଣଙ୍କ ମଧ୍ୟରୁ ୩ ଜଣ ଆନ୍ଧ୍ରର ମତ୍ସ୍ୟଜୀବୀ ଅଛନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ସୋରଡ଼ା ଓ ଦାରିଙ୍ଗିବାଡ଼ିକୁ ଛାଡ଼ି ସବୁ ରାସ୍ତାର ମରାମତି ଶେଷ ହୋଇଥିବା ଏବଂ ସହରାଞ୍ଚଳରେ ପାନୀୟ ଜଳ […]
କଳାହାଣ୍ଡି/ମୟୂରଭଞ୍ଜ: କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇଟି ଅଘଟଣ ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗାଁରେ ୨ଜଣ ନାବାଳିକା ପୋଖରୀରେ ବୁଡ଼ିଯିବାରୁ ଉଭୟଙ୍କ ମୃତ ହୋଇଛି। ନାବାଳିକା ଦ୍ୱୟ ପୋଖରୀରେ ଗାଧୋଇବା ବେଳେ ଏହି ଘଟଣ ଘଟିଥିଲା। ମୃତକଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୧୫ ବର୍ଷ ହୋଇଥିବା ସୂଚନା ମିଳିଛି ସେହିପରି ଆଉ ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ମୁଣ୍ଡାଠାକୁରା […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି। ମେଟଗୁଡ଼େମ୍ ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍କୁ ଟାର୍ଗେଟ୍ କରି ମାଓବାଦୀ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିବା ଜଣାପଡ଼ିଛି। ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ନେଇ ସୁକ୍ମା ଏସ୍ପି ଅଭିଷେକ ମୀନା ସୂଚନା ଦେଇଛନ୍ତି।
ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଟିକାତାଳରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରୁଛି। ମୃତ ଯୁବତୀଙ୍କ ତଣ୍ଟି କଟା ଯାଇଥିବା ସୂଚନା ମିଳିଛି। କେହି ଜଣେ ଦୁର୍ବୃତ୍ତ ଯୁବତୀଙ୍କୁ ଅନ୍ୟତ୍ର ହତ୍ୟା କରି ଜାତୀୟ ରାଜପଥ କଡ଼ରେ ଫିଙ୍ଗି ଦେଇଥିବା ପୁଲିସ୍ କହିଛି। ଘଟଣା ସ୍ଥଳରେ ଖୋର୍ଦ୍ଧା ଏସ୍ପି ଏବଂ ସାଇଣ୍ଟିଫିକ୍ ଟିମ୍ […]