ମୟୂରଭଞ୍ଜ: ହାଟରୁ ଫେରିବାରେ ବିଳମ୍ବ ହେବାରୁ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କପ୍ତିପଦା ଥାନା ମୟୂରନଚା ଗାଁରେ। ମୃତକ ଜଣକ ହେଲେ ବୁଦ୍ଧି ନାଏକ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ସ୍ୱାମୀ ଅଶୋକ ନାଏକଙ୍କୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ଗତକାଲି ବୁଦ୍ଧି ହାଟକୁ ଯାଇଥିବାବେଳେ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଅଶୋକ ଏକ କାଠ ଫାଳିଆରେ ସ୍ତ୍ରୀକୁ […]
ଭୁବନେଶ୍ୱର: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡ଼ିଆ ଯବାନଙ୍କ ଶୋକସନ୍ତପ୍ତ ପରିବାର ପାଇଁ ରାଜ୍ୟବ୍ୟାପି ସମବେଦନାର ସୁଅ ଛୁଟୁଛି। ଏଭଳି ସ୍ଥିତିରେ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଆଚରଣକୁ ନେଇ ଦେଖାଦେଇଛି ଅସନ୍ତୋଷ। ନିଜ ଜିଲ୍ଲା ତଥା କଟକ ରତନପୁର ଗାଁର ସହିଦ ମନୋଜ ବେହେରାଙ୍କ ଦାଦାଙ୍କୁ ସେ ଯେଉଁଭଳି ଭାବେ ଦୁର୍ବ୍ୟବହାର କରିଛନ୍ତି, ତାହାର ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। […]
ଯାଜପୁର: ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ମୈଥାନ ଇସ୍ପାତ କାରଖାନାରେ। ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ, ଉମାନାଥ ଯାଦବ, ମାନସ ମଲ୍ଲିକ, ସୁନୀଲ ମାଝି ଏବଂ ଉମେଶ ରାୟ। ତେବେ ଜଣେ ଆହତଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।
କଟକ: କଟକରେ ୧୫ ବର୍ଷର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଏକ ରାଲିରେ ଯୋଗଦେବା ପାଇଁ ଦୁଇ ଜଣଙ୍କ ସହ ଅନୁଗୁଳରୁ କଟକ ଆସିଥିଲେ। କିନ୍ତୁ ରାଲି ପରେ ସେମାନେ ନାବାଳିକାଙ୍କୁ ମଙ୍ଗଳବାଗ ଅଞ୍ଚଳରେ ରଖିଥିଲେ। ରାତିରେ ପାଖ ଘରେ ରହୁଥିବା ୫ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଆଜି କୌଶଳକ୍ରମେ ନାବାଳିକା ଜଣଙ୍କ ଜଣେ ଅଟୋ ଡ୍ରାଇଭର ସହାୟତାରେ କଟକ ଜିଆରପି ଥାନାରେ ଅଭିଯୋଗ କରିଥିଲେ। […]
ଭୁବନେଶ୍ୱର: ଆଜି ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ ମୁହାଁ ମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଯେଭଳି ୯ଟି ପ୍ରଶ୍ନ ପଚାରିଥିଲେ, ତା’ର କାଉଣ୍ଟର୍ କରି ନବୀନ ବି କେନ୍ଦ୍ରକୁ ୯ଟି ପ୍ରଶ୍ନବାଣ ମାରିଛନ୍ତି। ତେବେ ନବୀନ ପଚାରିଥିବା ପ୍ରଶ୍ନର ଜୋର୍ଦାର୍ ଢଙ୍ଗରେ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ଜବାବ ମାଗୁଛି ଓଡ଼ିଶା ରଥଯାତ୍ରା’ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଚିଟ୍ଫଣ୍ଡ୍, ପିସି, ଭ୍ରଷ୍ଟାଚାର ଦାନବକୁ […]
ସୁବର୍ଣ୍ଣପୁର/ବୌଦ୍ଧ: ଛାତ୍ରଛାତ୍ରୀମାନେ ସୁବିଧାରେ ପାଠ ପଢ଼ିବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ହେଲେ ଏବେ ବି ଅନେକ ସ୍ଥାନରେ ଭଙ୍ଗା ଦଦରା ସ୍କୁଲ୍ ଘରେ ପିଲା ପାଠ ପଢୁଥିବା ବେଳେ ଆଉ କେଉଁଠି ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ତିଆରି ହେଇଥିବା ଛାତ୍ରୀନିବାସ ଅଧପନ୍ତରିଆ ହୋଇପଡ଼ିରହିଛି। ପୁଣି ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଥିବା ବେଳେ ଦୂରଦୂରାନ୍ତରରୁ ଆସୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲ ନ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଏଭଳି ସ୍ଥିତି […]
ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପଡ଼ିଲେ ଜଟଣୀ ମହିଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଲଳିତା କପୁର। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ କର୍ମଚାରୀ ଭିକ୍ଷାକାରୀ ସାହୁଙ୍କ ବକେୟା ଟଙ୍କା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଲଳିତା ଧରା ପଡ଼ିଛନ୍ତି। ଭିକ୍ଷାକାରୀ ୩ ବର୍ଷ ତଳେ ଅବସର ନେଇଥିଲେ ମଧ୍ୟ ତାଙ୍କର ଗ୍ରାଚୁଇଟି ବାବଦକୁ ୪ ଲକ୍ଷ ଟଙ୍କା ବକେୟା ପଡ଼ିଥିଲା। ଏହି ଟଙ୍କା ପାଇବା ପାଇଁ […]
କଳାହାଣ୍ଡି: ଧର୍ମଗଡ଼ ବ୍ଲକ୍ ଚାଉଳିଆପଡ଼ା ଗାଁରେ କିଡ୍ନୀ ରୋଗର ଆତଙ୍କ ଦେଖିବାକୁ ମିଳିଛି। ଗାଁର ୪ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଲୋକେ କିଡ୍ନୀ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଚିକିତ୍ସା ନେଇ କୌଣସି ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ କରିଛନ୍ତି ଲୋକେ। ଗାଁର ଦୂଷିତ ଜଳ ଯୋଗୁ ଏଭଳି ସମସ୍ୟା ଦେଖାଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ଲେକେ ଚିକିତ୍ସା ପାଇଁ ବିଷମକଟକ, ନବରଙ୍ଗପୁର […]
ନବରଙ୍ଗପୁର: ପିଠା କାର୍ଯ୍ୟକ୍ରମରେ ସରକାରଙ୍କ ଗୁଣଗାନ କରି ହଟହଟା ହୋଇଛନ୍ତି ନନ୍ଦହାଣ୍ଡି ବିଡିଓ। ସରକାରୀ ଯୋଜନାର ସଫଳତା କହିବା ବେଳେ ଏହାର କାର୍ଯ୍ୟକାରିତା ଶୂନ୍ ଅଭିଯୋଗ କରିବା ସହ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। କାଳିଆ ଓ ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ସୁବିଧା ମିଳୁନଥିବା ଅଭିଯୋଗ କରିଥିଲେ। ଦୁଇ ବର୍ଷ ହେଲା ପୋଖରୀର ପୁନରୁଦ୍ଧାର ହୋଇ ନ ଥିବାରୁ ବିଡିଓଙ୍କୁ ଲୋକେ ଘେରିଥିଲେ। ମେଣ୍ଟ୍ରି ଗାଁ ଠାରେ ପିଠା କାର୍ଯ୍ୟକ୍ରମ ସାରି ବିଡିଓ ଫେରୁଥିବା ବେଳେ ଗ୍ରାମବାସୀ […]
ଭୁବନେଶ୍ୱର: ଆଜି ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ଜୋରଦାର୍ ବର୍ଷିଛନ୍ତି। ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଯେଭଳି ୯ଟି ପ୍ରଶ୍ନ ପଚାରିଥିଲେ, ତାର କାଉଣ୍ଟର କରି ନବୀନ ବି କେନ୍ଦ୍ରକୁ ୯ଟି ପ୍ରଶ୍ନବାଣ ମାରିଛନ୍ତି। ଯେଉଁଥିରେ ରହିଛି ରାଜ୍ୟରେ ଜାତୀୟ ରାଜପଥର ଦୁରବସ୍ଥା, ମୋବାଇଲ୍ ନେଟ୍ଓ୍ୱର୍କରେ ସମସ୍ୟା, ରେଲ୍ୱେ କ୍ଷେତ୍ରରେ ଅବହେଳା, ବ୍ୟାଙ୍କିଙ୍ଗ୍ ସେବା ସବୁଠି ନ ପହଞ୍ଚିବା, କୋଇଲା ରୟାଲ୍ଟି ବୃଦ୍ଧି ନହେବା, […]
ଭୁବନେଶ୍ୱର: ରାଜଧାନୀରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତମାନେ ଅନିର୍ଦ୍ଦିଷ୍ଟ କାଳ ଯାଏ ସତ୍ୟାଗ୍ରହ କରିଛନ୍ତି। ଟଙ୍କା ଫେରାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ସରକାର ପାଳନ କରି ନଥିବାରୁ ଏହାର ପ୍ରତିବାଦ କରି ଏହି ସତ୍ୟଗ୍ରହ କରାଯାଇଛି। ଜମାକାରୀ ମିଳିତ ମଞ୍ଚର ଡାକରାରେ ଆଜି ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଜମାକାରୀ ପ୍ରଥମେ ମାଷ୍ଟରକ୍ୟାଣ୍ଟିନରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜିରେ ପହଞ୍ଚି ଧାରଣା ଓ ସତ୍ୟାଗ୍ରହ କରିଛନ୍ତି। ଏନେଇ ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାକୁ ସ୍ଥିର କରିଛି ଜମାକାରୀ […]
ଭୁବନେଶ୍ୱର: କାର୍ ଧକ୍କାରେ ମହିଳାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବିରେ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ। ଫଳରେ କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ମୃତ ମହିଳାଙ୍କ ନାଁ ଲାବଣ୍ୟ ସ୍ୱାଇଁ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଭୁବନେଶ୍ୱର ଖଣ୍ଡଗିରି-କଳିଙ୍ଗ […]
ଭୁବନେଶ୍ୱର: ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଦେବାର ପ୍ରତିଶ୍ରୁତି କେବଳ ପ୍ରଚାର ସର୍ବସ୍ୱ ହୋଇଛି। ବିଶ୍ୱର ସର୍ବବୃହତ ଯୋଜନା ଭାବେ ସରକାର ସହରାଞ୍ଚଳର ଭୂମିହୀନକୁ ଜମିପଟ୍ଟା ଦେବାକୁ ଯେଭଳି ଢଙ୍ଗରେ ପ୍ରଚାର କରୁଛନ୍ତି ବାସ୍ତବରେ କିନ୍ତୁ ସେପରି ହେଉନି। କେବଳ ଭୋଟ୍ ହାତେଇବା ପାଇଁ ଏହା ଏକ ପ୍ରହସନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେବେ ସହରର ଭୂମିହୀନ ସରକାରଙ୍କ କଥା ଅନୁସାରେ ଜମି ପଟ୍ଟା ପାଇଛନ୍ତି କି ନାହିଁ ତାହାର ବାସ୍ତବତା ପରଖିଲା ଓଟିଭି। ପ୍ରକୃତରେ […]
ପୁରୀ: ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ। ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଦୁର୍ବୃତ୍ତମାନେ ଜଣେ ଭକ୍ତଙ୍କ ତଣ୍ଟି କାଟିଥିବା ନେଇ ଅଭିଯୋଗ ହୋଇଛି। ଭକ୍ତ ଜଣକ ବାଲେଶ୍ୱରର ପ୍ରମୋଦ ଜେନା ବୋଲି ଜଣାପଡ଼ିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରମୋଦଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୁରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ପ୍ରମୋଦ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ମନିପର୍ସ, ସୁନା […]
ଅନୁଗୁଳ: ପିକ୍ନିକ୍ ଯାଉଥିବା ସମୟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଠାକୁରହାଟ ଅଞ୍ଚଳର ପ୍ରାୟ ୬୦ ଜଣ ଲୋକ ଏକ ବସ୍ରେ ରାଉକେଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ବାହାରିଥିଲେ। ହେଲେ ବାଟରେ ଏକ ଟ୍ରକ୍ ସହ […]
ରାୟଗଡ଼ା: ଚାଷ ଦେଇଛି ରୋଜଗାର ଓ ପରିଚୟ। ହେଲେ ଶୀତଳଭଣ୍ଡାର ନଥିବାରୁ ଲାଭବାନ ହୋଇପାରୁ ନାହାନ୍ତି ଚାଷୀ। ବଜାରରେ କମ୍ ଦରରେ ପନିପରିବା ବିକ୍ରି କରୁଥିବାରୁ ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ହେଉଛି, ରାୟଗଡ଼ା ବିଷମକଟକ ବ୍ଲକ ମାଳିସିରିପୁର ଗାଁର। ଏଠାରେ ଉତ୍ପାଦନ ତୁଳନାରେ ଲାଭ କମ୍ ହେଉଥିବାରୁ ନିରାଶ ହେଉଛନ୍ତି ରାୟଗଡ଼ା ବିଷମକଟକ ବ୍ଲକ ମାଳିସିରିପୁର ଗାଁର ଚାଷୀ। ଶୀତଳଭଣ୍ଡାର ନଥିବାରୁ ଉତ୍ପାଦନ ସଂରକ୍ଷଣ ହେଇପାରୁନି। ତେଣୁ ବାଧ୍ୟ ହୋଇ […]
ଗଞ୍ଜାମ: ଆଜି ଦିନରେ ଦ୍ୱିତୀୟ ଥର ଏନ୍କାଉଣ୍ଟର୍ କରିଛି ଗଞ୍ଜାମ ପୁଲିସ୍। ଆଜି ସକାଳେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ୍ ମଣିକୁ ଏନ୍କାଉଣ୍ଟର କରିବା ପରେ ପୁଣି ବାବୁ ନାଏକଙ୍କୁ ଏନ୍କାଉଣ୍ଟର କରିଛି ପୁଲିସ୍। ଜଗନ୍ନାଥ ପ୍ରସାଦ ଥାନା କରଡ଼ାବଣି ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି। ନିକଟରେ ପୁଲିସ୍କୁ ଚକ୍ମା ଦେଇ ହସ୍ପିଟାଲରୁ ଛୁ ମାରିଥିଲା ବାବୁ। ବିଭିନ୍ନ ଥାନାରେ ବାବୁ ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି। ଦଞ୍ଜାମ ପୁଲିସ୍ ବାବୁର ଆଉ […]
କୋରାପୁଟ: ପୁଲିସ୍ ଦ୍ୱାରା ଗିରଫ ହୋଇ ଏନ୍ଆଇଏ କବ୍ଜାରେ ଥିବା ଡମ୍ବରୁ ଖିଲ ନିର୍ଦ୍ଦୋଷ ବୋଲି ଦାବି କଲେ ଡମ୍ବରୁଙ୍କ ସ୍ତ୍ରୀ ଓ ଗ୍ରାମବାସୀ। ଡମ୍ବରୁ ମାଓବାଦୀ ନୁହେଁ। ସେ କୌଣସି ମାଓ କାର୍ଯ୍ୟକଳାପରେ ସାମିଲ ନଥିଲା। ସେ ମିସ୍ତ୍ରୀ କାମ କରି ପରିବାର ପୋଷୁଥିଲା। ତେଣୁ ତାଙ୍କୁ ମୁକ୍ତି ଦିଆଯାଉ ବୋଲି ଦାବି ହୋଇଛି। ଗତକାଲି ଏନେଇ ଚାଟୁଆ ସରପଞ୍ଚଙ୍କ ସହ ଗ୍ରାମବାସୀ ଓ ଡମ୍ବରୁଙ୍କ ସ୍ତ୍ରୀ କୋରାପୁଟ ଜିଲ୍ଲା ପ୍ରଶାସନକୁ ଭେଟିବା ସହ ଏସ୍ପିଙ୍କ […]
ଗଜପତି: ଗଜପତିରେ ବଂଶଧାରା ଟ୍ରିବ୍ୟୁନାଲ ଟିମ୍। ବଂଶଧାରା ନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟ୍ରିବ୍ୟୁନାଲର ୩ ଜଣିଆ ପ୍ରତିନିଧି ଗଜପତି ଓ ରାୟଗଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି। ଟିମ୍ ପ୍ରଥମେ କାଶୀପୁର ବ୍ଲକ୍ର ସବୁ ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ମୁକୁନ୍ଦକମ ଶର୍ମାଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଏହି ଅଞ୍ଚଳ ବୁଲି ଦେଖୁଛନ୍ତି। ଗତକାଲି ଏହି ଟିମ୍ ଆନ୍ଧ୍ରର କାଟ୍ରାଗଡ଼ା ଫେଜ୍ ୨ ପ୍ରକଳ୍ପ […]
ନୟାଗଡ଼: ନୟାଗଡ଼ରେ କଲେଜ୍ ଛାତ୍ରଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ତ୍ରିନାଥ ଛକରେ ଦୁଇ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କ ପେଟରେ ଛୁରା ବାଜିଛି। ତାଙ୍କୁ ପ୍ରଥମେ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛୁରାମାଡ଼ କରିଥିବା ଛାତ୍ର ଜଣକ ଫେରାର୍ ଥିବା […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥ କହି ଓଡ଼ିଶାବାସୀଙ୍କୁ ଭୂତେଇବାକୁ ଚେଷ୍ଟା କରିଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହାସହ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ୯୯ଟି ପ୍ରକଳ୍ପରୁ ୭୪ଟି ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ଗତବର୍ଷ ଅପେକ୍ଷା ଏ ବର୍ଷ କେନ୍ଦ୍ରର ସହାୟତା ରାଶି କମିଛି। ମିଥ୍ୟା ପ୍ରତିଶ୍ରୁତି ଦେବା ମୋଦିଙ୍କ ଅଭ୍ୟାସ ବୋଲି ନିରଞ୍ଜନ ଆରୋପ ଲଗାଇଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାର ଲୋକଙ୍କୁ […]
ଗଞ୍ଜାମ: ଗଞ୍ଜାମରେ ପୁଣି ଏନ୍କାଉଣ୍ଟର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଡ଼ି ଢେପ ନିକଟରେ ପୁଲିସ୍ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ ମଣି ଗୁରୁତର ଭାବେ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ମଣିକୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ମଣିର ଘର ନୟାଗଡ଼ ଜିଲ୍ଲା ରଣପୁରରେ ବୋଲି […]
ରାୟଗଡ଼ା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍। ରେଳ ଧାରଣାରେ ଫାଟ ଦେଖିବା ପରେ ସିଗ୍ନାଲ୍ ମ୍ୟାନ୍ ଟ୍ରେନ୍ଟିକୁ ଅଟକାଇ ଥିଲେ। ଏହାପରେ ରେଳ ଧାରଣା ମରାମତି ପରେ ଘଣ୍ଟାଏ ବିଳମ୍ବରେ ଟ୍ରେନ୍ଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି। ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ଷ୍ଟେସନ ନିକଟରେ ରେଳ ଧାରଣାରେ ଫାଟ ହୋଇଥିଲା। ତେବେ ଟ୍ରାକ୍ ପାଖରେ ଥିବା ସିଗ୍ନାଲ୍ ମ୍ୟାନ୍ ଏହା ଦେଖି ସୂଚନା ଦେଇଥିଲେ। ଫଳରେ ଆଜି ଭୋର ୬ଟା ବେଳେ ଜଗଦଲପୁର […]
ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ଧରାବତରଣ କରିଛନ୍ତି। ଏହି ଅବସରରେ ଚାରିଆଡ଼େ ଉତ୍ସବ ମୁଖର। ଏଥିସହ ସୁନ୍ଦର ଆଲୋକମାଳାରେ ଚର୍ଚ୍ଚ ଝଲସୁଛି। ଆଜିର ଏହି ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଚଳଚଞ୍ଚଳ ହୋଇ ଉଠିଛି। କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ଖ୍ରୀଷ୍ଟମାସ୍ ଟ୍ରି ସଜାଇ କ୍ୟାରୋଲ୍ ଗାନ […]
ଭୁବନେଶ୍ୱର: ରାତି ପାହିଲେ ବଡ଼ଦିନ। ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହ ପାଳିବା ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଚର୍ଚ୍ଚ ଓ ଉତ୍ସାହିତ ଖ୍ରୀଷ୍ଟ ଧର୍ମାବଲମ୍ବୀ। ଆଜି ବିଳମ୍ବିତ ରାତିରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାବତରଣ କରିବା ପରେ ତାଙ୍କ ଜନ୍ମଦିନ ପାଳିବା ପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି। କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର, ସବୁଠି ଆଲୋକମାଳାରେ ଝଟକୁଛି ଚର୍ଚ୍ଚ ସହ ପ୍ରାର୍ଥନା ଗୃହ। କନ୍ଧମାଳ ଜିଲ୍ଲା ଫୁଲବାଣୀର ବାଷ୍ଟି ଚର୍ଚ୍ଚରେ ପ୍ରାର୍ଥନା ଏବଂ ସଙ୍ଗୀତ କାର୍ଯ୍ୟକ୍ରମ […]