ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚାପ ଓ ଧମକକୁ ନ ଡରି ସାରା ରାଜ୍ୟରେ ଚାଷୀଙ୍କ ପାଇଁ ଗର୍ଜିଛି ନବ ନିର୍ମାଣ କୃଷକ ସଂଗଠନ। ଆଜି ସଂଗଠନ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାରେ ଅଚଳ ହୋଇପଡ଼ିଥିଲା ସାରା ଓଡ଼ିଶା। କଟକରୁ କୋରାପୁଟ ଏବଂ ରାଉରକେଲାରୁ ରାଜଧାନୀ ଯାଏ, ସବୁଠି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର, କଟକ, ଯାଜପୁର ଓ ବ୍ରହ୍ମପୁର ପ୍ରାୟ ସବୁଠି ଚାଷୀ ରାସ୍ତାକୁ ଓହ୍ଲାଇ ଦୃଢ଼ ପ୍ରତିବାଦ କରିବା ସହିତ ସରକାରଙ୍କ […]
ବ୍ରହ୍ମପୁର: ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ନାବାଳକ ଭାଇକୁ ହତ୍ୟା କରି ଦେଇଛି ପ୍ରେମିକ। ଏକତରଫା ପ୍ରେମରେ ହତାଶ ହୋଇ ଯୁବକ ଜଣଙ୍କ ଜଣେ ଛୋଟ ପିଲାର ଜୀବନ ନେବାକୁ ବି ପଛାଇ ନାହିଁ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁରର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀପଲ୍ଲୀ ଅଞ୍ଚଳରେ। ଅଭିଯୁକ୍ତ ଲିଙ୍ଗରାଜ ସେଠୀକୁ ଗିରଫ କରିଛି ପୁଲିସ। ମୃତକର ବଡ଼ଭଉଣୀ ପ୍ରେମ ନିବେଦନ ଗ୍ରହଣ ନକରିବାରୁ ସେ ଏହି ହତ୍ୟାକାଣ୍ଡ ଘଟାଇ ଥିବା ପୁଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ। […]
ଉଦଳା: ଆଉ ମାତ୍ର ୪ ଦିନ ପରେ ଆସିଯିବ ନୂଆବର୍ଷ। ଏବେ ପୂରା ଧୂମ୍ରେ ପିକ୍ନିକ୍ ମନାଇବାରେ ସମସ୍ତେ ମାତିଛନ୍ତି। ଜାନୁଆରୀ ମାସ ସାରା ଏମିତି ପିକ୍ନିକ୍ ଚାଲିବ। ଯଦି ପିକ୍ନିକ୍ ପାଇଁ ପ୍ଲାନିଂ କରୁଛନ୍ତି, ଦେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ ନାହିଁ। ଶିମିଳିପାଳର ପାଦଦେଶରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ମା’ ଅମ୍ବିକାଙ୍କ ପୀଠ ରହିଛି। ପାହାଡ଼, ଝରଣା ସହିତ ଜଙ୍ଗଲ ଘେରା ଦେବକୁଣ୍ଡ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିବର୍ଷ ପରି ଚଳିତ ଥର ବି ମା’ […]
ବିନିକା: ସବୁ ଗାଁକୁ ପକ୍କା ରାସ୍ତା ହେଉଛି। ହେଲେ ଏହାର ମାନକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ବ୍ୟାପକ ଅନିୟମିତତା କାରଣରୁ କେଉଁଠି ୨୪ଘଣ୍ଟା ନପୁରୁଣୁ ରାସ୍ତାରୁ ପରସ୍ତ ପରସ୍ତ ପିଚୁ ଉଠୁଛି ତ ଆଉ କେଉଁଠି ରାସ୍ତା କିଛି ଦିନ ମଧ୍ୟରେ ଖାଲଖମାରେ ଭରିଯାଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ପାଲଟି ଥିବା ଅଭିଯୋଗ ହେଉଛି। ଏପରି କିଛି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରୁ। ଦୀର୍ଘଦିନର ଦାବି ପରେ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ୧୫ଟି ଦେଶରୁ ୮୦୦ରୁ ଅଧିକ ଶିଶୁ ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଯୋଗ ଦେଇଥିଲା ଶିଶୁ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ଖଣ୍ଡଗିରି ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଶିଶୁମାନଙ୍କ ମଧ୍ୟରେ ପ୍ରତିଭା ଓ ଦକ୍ଷତା […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳରୁ ଖସି ଆସି ଜଣେ ରୋଗୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଡେଙ୍ଗପଦର ଗାଁର ଗୋପାଳ ଭତରା। ବୁଧବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ଗୋପାଳ ଜଣକ ଜଣେ ମାନସିକ ରୋଗୀ। ଦୁଇ ଦିନ ପୂର୍ବେ ଦେହ ଖରାପ ହେବାର ତାଙ୍କୁ ନରରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ରାତିରେ ପରିଶ୍ରା ଯିବାକୁ କହି ବାହାରକୁ ଆସିଥିଲେ। ମେଡିକାଲ ବାହାରେ ଥିବା ଏକ […]
ରାଉରକେଲା: ରାଉରକେଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଓ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ରାଉରକେଲା ଓକିଲ ସଂଘ ପକ୍ଷରୁ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି। ଆଜି ଓକିଲ ସଂଘ ପକ୍ଷରୁ ଉଦିତନଗରଠାରେ ଥିବା କୋର୍ଟର ଗେଟକୁ ବନ୍ଦ କରାଯିବା ସହ ମାଜିଷ୍ଟ୍ରେଟମାନଙ୍କୁ କୋର୍ଟ କାର୍ଯ୍ୟ ନକରିବାକୁ ନିବେଦନ କରାଯାଇଥିଲା। ପରେ ଓକିଲମାନେ ଟ୍ରେଜେରି କାର୍ଯ୍ୟାଳୟ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ବନ୍ଦ କରି ଦେଇଥିଲେ। ଦାବି ପୂରଣ ନ ହେଲେ ଆଗାମୀ […]
ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ରାଜ୍ୟ ମହିଳା କଂଗ୍ରେସ ଆଜି ଅଣ୍ଡା ଓ ଟମାଟୋ ମାଡ଼ କରିଛି। ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଦୀପ ମହାରଥୀଙ୍କ ବିବାଦୀୟ ବୟାନକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ବେଳେ ମହାରଥୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଥିଲା। ଏପରିକି ଛାଞ୍ଚୁଣି ଧରି ମହିଳା କଂଗ୍ରେସର ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ମଧ୍ୟ […]
ଭଦ୍ରକ: ପୁଲଓ୍ୱାମା ଆକ୍ରମଣରେ ସହିଦଙ୍କୁ ସଲାମ୍ ଓ ଭାରତୀୟ ଯବାନଙ୍କ ମନୋବଳ ଦୃଢ଼ କରିବାର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣରେ ବାହିରିଛନ୍ତି ଭଦ୍ରକର ବିଭୁତି ପଣ୍ଡା ନାମକ ଜଣେ ଯୁବକ। ସେ ଗତକାଲିଠୁ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ଭଦ୍ରକରୁ ଆରମ୍ଭ ହୋଇଥିବା ଏହି ଯାତ୍ରା, କନ୍ୟାକୁମାରୀ ଦେଇ ବେଙ୍ଗଲୁରୁରେ ଶେଷ ହେବ। ୩ ହଜାର କିଲୋମିଟରର୍ ରାସ୍ତାକୁ ୨୨ ଦିନ ଭିତରେ ଅତିକ୍ରମ କରିବେ ବିଭୁତି। ସାଇକେଲ୍ ଯାତ୍ରା ବେଳେ ବିଭୁତି ସାଇକେଲ୍ ଚଳାଅ-ଇନ୍ଧନ […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ନୋଡାଲ୍ ସେଣ୍ଟରଗୁଡ଼ିକୁ ପରୀକ୍ଷା ପ୍ରଶ୍ନପତ୍ର ପଠାଯାଇଛି। କାଲି ସକାଳେ ନୋଡାଲ୍ ସେଣ୍ଟର୍ଗୁଡ଼ିକରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଏଥର ରାଜ୍ୟରେ ମୋଟ୍ ୩୦୪ଟି ନୋଡାଲ୍ ସେଣ୍ଟର୍ କରାଯାଇଛି। ସେଥିମଧ୍ୟରୁ ୧୯ଟି ସେଣ୍ଟର୍ ବିଭିନ୍ନ ଥାନାରେ ହୋଇଛି। ଏହି ନୋଡାଲ୍ ସେଣ୍ଟରଗୁଡ଼ିକ ଦିନରାତି ସୁରକ୍ଷାକର୍ମୀଙ୍କ ପହରାରେ ରହିଛି। ପୁଲିସ୍ କର୍ମଚାରୀଙ୍କ ସହାୟତାରେ ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା କେନ୍ଦ୍ରକୁ ନିଆଯିବ […]
ମାଲକାନଗିରି: ସହରର ଲାଠିଆଗୁଡ଼ାରେ ଅର୍ଧ ନିର୍ମିତ ପାଇଖାନା ଟାଙ୍କିରେ ପଡ଼ି ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଗତକାଲିଠାରୁ ଶିଶୁକନ୍ୟା ନିଖୋଜ ଥିଲା। ଏନେଇ ପରିବାର ପକ୍ଷରୁ ଚାଇଲ୍ଡ୍ ଲାଇନ ସହାୟତାରେ ଥାନାରେ ଏତଲା ଦିଆଯାଇଥିଲା। ତେବେ ଆଜି ସକାଳେ କମ୍ୟୁନିଟି ସେଣ୍ଟରର ଅର୍ଧ ନିର୍ମିତ ପାଇଖାନା ଟାଙ୍କିରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ଖବର ପାଇବା ପରେ ପରିବାର ଲୋକେ ପହଞ୍ଚି କୁନି ଝିଅର ଶବକୁ ଚିହ୍ନିଥିଲେ। ପୁଲିସ୍ ପହଞ୍ଚି ମୃତଦେହ […]
ଭୁବନେଶ୍ୱର: ପାକିସ୍ତାନରେ ପହଞ୍ଚିଲା ପୁଲଓ୍ୱାମା ଆକ୍ରମଣରେ ସହିଦ ଯବାନଙ୍କ ସମ୍ପର୍କୀୟଙ୍କୁ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶାଳୀନ ବ୍ୟବହାରର ଭାଇରାଲ ଭିଡିଓ। ପାକିସ୍ତାନୀ ଟିଭି ଚ୍ୟାନେଲ୍ ଆଜାଦ୍ ନ୍ୟୁଜ୍ରେ ଏହି ଖବରକୁ ପ୍ରସାରଣ କରାଯାଇଛି। ଗତ ୧୬ ତାରିଖରେ ସହିଦ ମନୋଜ ବେହେରାଙ୍କ ଶେଷକୃତ୍ୟ ବେଳେ ସହିଦଙ୍କ ଦାଦାଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ଧକ୍କା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାକୁ […]
ଭୁବନେଶ୍ୱର: ଦିନକ ପରେ ମାଟ୍ରିକ୍ ପରୀକ୍ଷା ହେବାକୁ ଥିବା ବେଳେ ଆଜିଠାରୁ ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ଲୋୟର ପିଏମ୍ଜିଠାରେ ଧାରଣ ଦେଇଛି। ପରୀକ୍ଷାକୁ ଏଥର ବର୍ଜନ କରିନଥିଲେ ବି ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛି ମଞ୍ଚ। ସ୍ଥାୟୀ ନିଯୁକ୍ତି ନେଇ ସରକାର ତିନି ମାସ ସମୟ ନେଇଥିଲେ ସୁଦ୍ଧା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି। ଏବେ ବଡ଼ ପ୍ରଶ୍ନ ହେଉଛି, ଏତେ ସଂଖ୍ୟାରେ ସ୍କୁଲ୍ […]
ରାୟଗଡ଼ା: ଡାକ୍ତରଖାନା ଅଛି, ହେଲେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ମାତ୍ର ଦୁଇ ଜଣ ଡାକ୍ତର ଦେଖୁଛନ୍ତି ରୋଗୀ। ସବୁ ରୋଗୀଙ୍କୁ ଦେଖିବା ବି ସମ୍ଭବ ହେଉନଥିବା ଯୋଗୁ ଚିକିତ୍ସା ନପାଇ ରୋଗୀ ଫେରିଯାଉଥିବା ଅଭିଯୋଗ ହୋଇଛି। ତେବେ ସମସ୍ୟା ଏତିକିରେ ସରିଯାଇନି। ଡାକ୍ତରଖାନାରେ ପିଇବା ପାଇଁ ପାଣିର ସୁବିଧା ବି ନାହିଁ। ନାନା ଅସୁବିଧା ଥିବାରୁ ରୋଗୀ ମେଡିକାଲ୍ ଆସି ଚିକିତ୍ସା ନପାଇ ଦହଗଞ୍ଜ ହେଉଛନ୍ତି। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି, ରାୟଗଡ଼ା କଲ୍ୟାଣସିଂହପୁର ଗୋଷ୍ଠୀ […]
ପୁରୀ: ପବିତ୍ର ମାଘପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଗଜଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ବେଶର ସ୍ୱତନ୍ତ୍ରତା ହେଲା କାଳିଆ ଠାକୁର ଶଙ୍ଖ, ଚକ୍ର, ବଳଭଦ୍ର ହଳମୂଷଳ ଧାରଣ କରିଥାନ୍ତି। ଏବଂ ମା ସୁଭଦ୍ରା ଶ୍ରୀକୃଷ୍ଣଙ୍କ ଭଳି ପଦ୍ମପାଖୁଡ଼ା ଧରିଥାନ୍ତି। ଅନ୍ୟପଟେ ଲୋକନାଥ ଦେବଙ୍କ ପୀଠରେ ପବିତ୍ର ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି। ବଡସିଂହାର ବେଶ ସମୟରେ ସୋଲ ନିର୍ମିତ ପଦ୍ମପାଖୁଡ଼ାରେ ଶ୍ରୀଲୋକନାଥଙ୍କୁ ବିଭୂଷିତ କରାଯାଇଥାଏ। ଏହି ବେଶକୁ ରଥସାହି ବ୍ରାହ୍ମଣ ସମାଜ ତରଫରୁ ରୀତିନୀତିରେ କରାଯାଇଥାଏ।
ବାଲେଶ୍ୱର: ମାଉଜର ଦେଖାଇ ବ୍ୟବସାୟୀଙ୍କ ଠାରୁ ଲୁଟ୍। ବାଲେଶ୍ୱର ଜିଲ୍ଲା ୫ନମ୍ବର ଜାତୀୟ ରାଜପଥ ଦରଡିଆବାସୁଳିପୁର ନିକଟରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କୁ ମାଉଜର ଦେଖାଇ ତାଙ୍କ ଠାରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ବ୍ୟବସାୟୀ ତୁଷାରକାନ୍ତ ସାହୁ ଗତକାଲି ରାତିରେ ବାଇକ୍ରେ ଘରକୁ ଫେରୁଥିବା ସମୟରେ ଦରଡିଆବାସୁଳିପୁର ନିକଟରେ ଏକ ବାଇକ୍ରେ ୩ଜଣ ଦୁର୍ବୃତ୍ତ ଆସି ତୁଷାର କାନ୍ଧରେ ପକାଇଥିବା ବ୍ୟାଗ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଫଳରେ […]
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣି ଧରାପଡ଼ିଲା ସୁନା। ପ୍ରାୟ ୧ କେଜି ସୁନା ଚୋରା ଚାଲାଣ ବେଳେ ଏହାକୁ ଜବତ କରିଛନ୍ତି ରାଜସ୍ୱ ବିଭାଗ ଗୁଇନ୍ଦା ଅଧିକାରୀ। ମହାରାଷ୍ଟ୍ରର ଜଣେ ମହିଳା ଏହି ସୁନା ଦିଲ୍ଲୀରୁ ଭୁବନେଶ୍ୱର ଆଣୁଥିଲେ। ତାଙ୍କ ବ୍ୟାଗ ତନଖି ବେଳେ ୮ ଖଣ୍ଡ ସୁନା ବିସ୍କୁଟ ମିଳିଥିଲା। ୯୫୯ ଗ୍ରାମର ଏହି ସୁନାର ମୂଲ୍ୟ ପ୍ରାୟ ୩୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସେହିଭଳି […]
ପୁରୀ: ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡିରେ ଫାଟ। ଗତକାଲି ପୃଥକ ପୃଥକ ଭାବେ ୨ଟି ଗୋଷ୍ଠୀ ଅଲଗା ସ୍ଥାନରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଥିଲେ। କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ କାକଟପୁର ବ୍ଲକ୍ ପଡିଆରେ ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ସେପଟେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ଅସ୍ତରଙ୍ଗ ଠାରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ବିଜେଡି ବରିଷ୍ଠ ନେତା ସୁରେନ୍ଦ୍ର ନାୟକ ଓ ଅସ୍ତରଙ୍ଗ ବ୍ଲକ୍ ଅଧ୍ୟକ୍ଷ ସ୍ୱାଧୀନ ନାୟକ ଏହି […]
କୋରାପୁଟ: କୋରାପୁଟ ଜିଲ୍ଲାପାଳଙ୍କ ଅଫିସ୍ ଭିତରକୁ ଧସେଇ ପଶିବାକୁ ଜଳାପୁଟ ବୁଡ଼ି ଅଞ୍ଚଳର ୩ ହଜାର ଲୋକ ଉଦ୍ୟମ କରିଛନ୍ତି। ଏଥିପାଇଁ ପୁଲିସ୍ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ରାଜ୍ୟ ସରକାର ବୁଡ଼ି ଅଞ୍ଚଳର ଲୋକଙ୍କ କୌଣସି ସମସ୍ୟାର ସମାଧାନ କରୁନଥିବା ଅଭିଯୋଗ କରି ଲୋକେ ଧାରଣା ଦେଇଥିଲେ। ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ, ମାଗଣା ବିଦ୍ୟୁତ୍ ଯୋଗାଣ, ଉଠା ଜଳସେଚନର ବ୍ୟବସ୍ଥା ଭଳି ୯ ଦଫା ଦାବିରେ ଜଳାପୁଟ ବୁଡ଼ି ଅଞ୍ଚଳ ବାସିନ୍ଦା ଆନ୍ଦୋଳନ କରିଥିଲେ। […]
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ ଡାକରା ଦିଆଯାଇଛି। ଧର୍ମଗଡ଼ର ୬ଟି ବ୍ଲକରେ ଏହି ବନ୍ଦ ପାଳନ ହେଉଛି। ଏହି ଅବସରରେ ଚକ ଅଖ ସମେତ ସ୍କୁଲ କଲେଜ, ସରକାରୀ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ବନ୍ଦ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ଦେଇଛି। ଏନେଇ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ଏହି ଆନ୍ଦୋଳନକୁ ବିଭିନ୍ନ […]
ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟକାରୀ ହୋଇନପାରେ କେନ୍ଦ୍ରର ବହୁ ଚର୍ଚ୍ଚିତ ପିଏମ୍ କିଷାନ ଯୋଜନା। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବାକୁ ଥିବା ବେଳେ ରାଜ୍ୟ ସରକାର କିନ୍ତୁ ବିଭିନ୍ନ ଆଳ ଦେଖାଇ ଆହୁରି ସମୟ ମାଗିବାକୁ ସ୍ଥିର କରିଛନ୍ତି। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋରଖପୁରରେ ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ମାଧ୍ୟମରେ ପ୍ରଥମ କିସ୍ତୀ ବାବଦକୁ ଚାଷୀଙ୍କୁ ଆକାଉଣ୍ଟକୁ ସିଧାସଳଖ ୨ ହଜାର ଦିଆଯିବ। ରାଜ୍ୟ […]
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିଛି କଂଗ୍ରେସର। ଗତକାଲି କୃଷକ ସଂଗଠନକୁ ବିଜେପି ସମର୍ଥନ ଜଣାଇଥିବାବେଳେ ଆଜି କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ ଜଣାଇଥିବା ଦଳ ପକ୍ଷରୁ କୁହାଯାଇଛି। ପ୍ରାଇସ, ପ୍ରେଷ୍ଟିଜ୍, ପେନ୍ସନ୍ ଦାବିରେ ଆସନ୍ତା ୨୧ରେ ଆନ୍ଦୋଳନକୁ ଓହ୍ଲାଇବା ସହ ଓଡ଼ିଶା ବନ୍ଦ ଡାକରା ମଧ୍ୟ ଦେଇଛି। ସେପଟେ ନବନିର୍ମାଣ କୃଷକ ସଙ୍ଗଠନର ଅଧିକାଂଶ ଦାବିକୁ ସରକାର ମାନି ନେଇଛନ୍ତି। ତେଣୁ ସେମାନଙ୍କ ବନ୍ଦ ଡାକରାକୁ କଂଗ୍ରେସ ଓ […]
ଭଦ୍ରକ: ଗାଁକୁ ପକ୍କା ରାସ୍ତା ଦାବିରେ ରାସ୍ତାରୋକ କରିଛନ୍ତି ଭଦ୍ରକ ଜିଲ୍ଲା କୁହ୍ଲିବିନ୍ଧା ଗାଁ ଲୋକେ। ଚାନ୍ଦବାଲି ଆରଡି ମୁଖ୍ୟ ରାସ୍ତା କୁହ୍ଲିବିନ୍ଧା ଛକରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଶତାଧିକ ଗାଁଲୋକେ। ଗୁଆଳି ବିନ୍ଧା ଓ କୁହ୍ଲିବିନ୍ଧା ଗାଁରେ ପାଖାପାଖି ୩ଶହରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଗାଁକୁ ଖଣ୍ଡେ ପକ୍କା ରାସ୍ତା ନଥିବାରୁ ଲକେ ବର୍ଷସାରା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ […]
ଭୁବନେଶ୍ୱର: ଚିଟ୍ଫଣ୍ଡ ଦୁର୍ନୀତିକୁ ନେଇ ଶ୍ୱେତପତ୍ର ପ୍ରକାଶ କରିବେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ରାଜି ଥିବା ସୂଚନା ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ। କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହକୁ ନେଇ ଏକ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଏଥିରେ କେତେ କମ୍ପାନୀ ସଂପୃକ୍ତ, କେତେ ସଂପତ୍ତି ସିଜ୍ ହୋଇଛି, କେତେ ଟଙ୍କା ଆଦାୟ ହୋଇଛି ଏବଂ କେତେ ଗଚ୍ଛିତ ଅଛି ସେ ତଥ୍ୟ ଶ୍ୱେତପତ୍ରରେ ରହିବ। ସେହିଭଳି କେବଳ […]