ବାରିପଦା: କାର୍ ଉପରେ ଓଲଟି ପଡ଼ିଲା ଟ୍ରକ୍। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ପିଆଜ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ କାର୍ଟି ପୂରା ଚେପା ହୋଇଯାଇଛି। ତେବେ କାର୍ ଭିତରେ ଥିବା ୪ ଜଣ ଯାତ୍ରୀ ବାହାରେ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଅନ୍ୟପଟେ, ଟ୍ରକ୍ର ଡ୍ରାଇଭର ଓ ହେଲ୍ପର ଫେରାର ଅଛନ୍ତି। ନାସିକରୁ ପିଆଜ ନେଇ […]
ଝାରସୁଗୁଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଝାରସୁଗୁଡା ଜିଲ୍ଲା ବନହରପାଲି ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଓଡିଶା ବିଦ୍ୟୁତ୍ ଉତ୍ପାଦନ ନିଗମ-ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟକୁ ଉଦ୍ଘାଟନ କରିଛନ୍ତି। ସେହିପରି କମ୍ପାନୀର ସୁନ୍ଦରଗଡ ଜିଲ୍ଲା ମନୋହରପୁରସ୍ଥିତ ନିଜସ୍ୱ କୋଇଲା ଖଣିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ୧୧ ହଜାର ୫୪୭ କୋଟି ବ୍ୟୟରେ ନିର୍ମିତ ତୃତୀୟ ଓ ଚତୁର୍ଥ ୟୁନିଟରୁ୧୩୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେବ।
ପାରାଦୀପ: ଗଭୀର ସମୁଦ୍ର ଭିତରୁ ବୋଟ୍ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରାଦୀପ ନିକଟ ଗଭୀର ସମୁଦ୍ର ଭିତରୁ କୋଷ୍ଟ୍ଗାର୍ଡ ଜଣେ ବୋଟ୍ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ବୋଟ୍ ଡ୍ରାଇଭରଙ୍କ ନାଁ ମାୟାଧର ମଲ୍ଲିକ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗାଁରେ ତାଙ୍କ ଘର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ମାଆ କାନନ୍ ବୋଟ୍ରେ ମାୟାଧର ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ତେବେ ତାଙ୍କର ମୃତ୍ୟୁ […]
କୋରାପୁଟ: କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ସଚ୍ଚିଦାନନ୍ଦ ମହାନ୍ତି ନିଜ ପଦବୀରୁ ଓହରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱେଚ୍ଛାକୃତ ଭାବେ ସେ ପଦରୁ ଓହରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ୨୦୧୫ରେ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କୁଳପତି ଭାବେ ଯୋଗ ଦେଇଥିଲେ। ଜଣେ କୁଳପତି ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ଆଗରୁ ପଦବୀରୁ ଓହରିଯିବା ଏହି ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ ଘଟଣା।
ବରଗଡ଼: ଗତକାଲିଠାରୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ବରଗଡ଼ ସହର ଦୁଲୁକୁଛି। ଗତକାଲି ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜା କଂସ ସିଂହାସନ ଆରୋହଣ କରିଛନ୍ତି। ଏହାପୂର୍ବରୁ ଦେବକୀ-ବସୁଦେବଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ବରଗଡ଼ର ରାମଜୀ ମନ୍ଦିରରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣର ଦୃଶ୍ୟ ମଧ୍ୟ ଅଭିନୀତ ହୋଇଥିଲା। ଏବେ ମଥୁରାନଗରୀ କଂସଙ୍କ ଶାସନରେ ଥରହର ହେଉଛି। ଆଜି ଧନୁଯାତ୍ରାର ଦ୍ୱିତୀୟ ଦିନରେ […]
ପିପିଲି: ପୁଲିସ୍ ଟାର୍ଗେଟ୍ରେ ଦୁର୍ଦ୍ଦାନ୍ତ ଅପରାଧୀ। ପୁଲିସ୍ର ଏନ୍କାଉଣ୍ଟରରେ ଅପରାଧୀ ଜିତେନ୍ଦ୍ର ସାହୁ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଜିତେନ୍ଦ୍ର ୱାଣ୍ଟେଡ୍ ଲିଷ୍ଟ୍ରେ ଥିଲା। ନୟାଗଡ଼ ଜିଲ୍ଲାରେ ଲୁଚି ରହିଥିବା ଜିତେନ୍ଦ୍ର ଆଜି ତା’ ସହଯୋଗୀ ସହ ଜଟଣୀ ଦେଇ ଫେରୁଥିବା ବେଳେ ପୁଲିସ୍ କାବୁ କରିବାକୁ ଚେଷ୍ଟା କରିଥିଲା। ଏହାପରେ ପିପିଲି-ଜଟଣୀ ରାସ୍ତାର ବାରିମୂଳ ଛକରେ ପୁଲିସ୍ ସହ ଜିତେନ୍ଦ୍ରର ମୁହାଁମୁହିଁ ହୋଇଥିଲା। ତେବେ ଏହି […]
ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ପ୍ରତାପ ଦେବଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଜିଲ୍ଲା ବିଜେଡି ସଭାପତି ଓ ରେଙ୍ଗାଲି ବିଧାୟକ ଫେରାଦ ହେବେ। ଏନେଇ ଉଭୟ ନେତା ସ୍ପଷ୍ଟ କରିଛନ୍ତି। ଗତକାଲି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ଏକ ବିଶାଳ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ହେଲେ ସେଠାକୁ ତାଙ୍କୁ ନ ଡକା ଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରେଙ୍ଗାଲି ବିଧାୟକ ରମେଶ ପଟୁଆ। […]
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ୍ କରାଯାଇଛି । ୮ ଦଫା ଦାବି ନେଇ ଗୋଲାମୁଣ୍ଡା ଯୁବ କଂଗ୍ରେସ ପକ୍ଷରୁ ରାସ୍ତାରୋକ୍ କରାଯାଇଛି। ଫଳରେ ଧର୍ମଗଡ଼-ସିନାପାଲି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କାଠିକୁଟା ଡ୍ୟାମ୍ ନିର୍ମାଣରେ ଜମି ହରାଇଥିବା ଚାଷୀଙ୍କୁ ଅନୁକମ୍ପା ରାଶି ପ୍ରଦାନ, ଛତୁଆ ବଣ୍ଟନରେ ଦୁର୍ନିତି ଭଳି ୮ ଦଫା ଦାବି ନେଇ ରାସ୍ତାରୋକ୍ କରିଛ କଂଗ୍ରେସ। ଗତ କିଛି ଦିନ ଧରି ଏନେଇ ଦାବି କରିବା ପରେ […]
ମଣ୍ଡିରେ ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବହୁ ମଣ୍ଡିରେ ଧାନ ପଡି ପଡି ଗଜା ହେବାକୁ ବସିଲାଣି। ହେଲେ ମିଲରଙ୍କ ଦେଖା ନାହିଁ। ଚଳିତ ବର୍ଷ ବାସୁଦେବପୁର ବ୍ଲକର ୨୨ଟି ସେବା ସମବାୟ ସମିତି ଜରିଆରେ ୧୨ ହଜାର ୬୦୦ ଚାଷୀ ଧାନ ବିକିବା ପାଇଁ ପଞ୍ଜୀକରଣ କରିଥିଲେ। ସରକାରଙ୍କ ପକ୍ଷରୁ ୭ ଲକ୍ଷ ୧ ହଜାର ୬୬୭ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଯୋଜନା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ଲକ୍ଷ […]
ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ବା ସ୍ୟାଟ୍ ବନ୍ଦ ଲାଗି ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିଛି ବିଜେପି । ଏହା ରାଜ୍ୟ ସରକାରଙ୍କ ଏକଛତ୍ରବାଦୀ ନୀତି ସ୍ପଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ। ଆଜି ଏକ ପ୍ରେସ ମିଟ୍ରେ ରାଜ୍ୟ ସରକାରଙ୍କ ପଦକ୍ଷେପ କର୍ମଚାରୀ ଓ ଲୋକ ବିରୋଧୀ ବୋଲି ବିଶ୍ୱଭୂଷଣ କହିଛନ୍ତି । ବିଜେପି ସହ ମେଣ୍ଟ ଥିବାବେଳେ ବିଜେଡି ଏଭଳି ଚକ୍ରାନ୍ତ କରିଥିଲା ଏବଂ ସେ ଏହାକୁ […]
ଭୁବନେଶ୍ୱର: ଚେକ୍ ଜାଲିଆତିରେ ଫସିଥିବା ଭୁବନେଶ୍ୱରର ଗୋଲ୍ଡେନ୍ ବାବାଙ୍କ ସହିତ ବିଜେଡି ଲିଙ୍କ୍କୁ ନେଇ ବିରୋଧ ବଢ଼ୁଛି। ଏଥିପାଇଁ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ କରାଯାଇଛି। ଛାତ୍ର କଂଗ୍ରେସ କର୍ମୀ ଗୋଲ୍ଡେନ୍ ବାବାଙ୍କ ସହିତ ବିଜେଡିର ଲିଙ୍କ୍ ଥିବା ଅଭିଯୋଗ କରି ନବୀନ ନିବାସ ଘେରାଉ କରିବାକୁ ଯାଉଥିଲେ। ଏହି ସମୟରେ ଶିଶୁ ଭବନ ଛକରେ ସେମାନଙ୍କୁ ପୁଲିସ୍ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏପରିକି କଂଗ୍ରେସ କର୍ମୀ ପୁଲିସ୍ ଉପରକୁ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ବୟସ ୭ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କ ବାପାମା’ ଦିନ ମଜୁରିଆ ଭାବେ କାମ କରନ୍ତି। ଗତକାଲି ବାପାମା’ ତାଙ୍କୁ ଘରେ ଏକୁଟିଆ ଛାଡ଼ି ମୂଲ ଲାଗିବାକୁ ଯାଇଥିଲେ। […]
ମାଲକାନଗିରି: ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଶିଶୁ। ମୃତ ଦୁଇ ଶିଶୁ ସମ୍ପର୍କୀୟ ଭାଇଭଉଣୀ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ୍ ସାଲିମାରିକୁଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଭାଇଭଉଣୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ଦୁହିଁଙ୍କୁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଘରେ ଏଲ୍ଇଡି’ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ୮୭ ଲକ୍ଷ NFSA ଏବଂ ୮ ଲକ୍ଷ SFSS ହିତାଧିକାରୀଙ୍କୁ ମାଗଣାରେ ଏଲ୍ଇଡି ବଲ୍ବ ମିଳିବ। ଏହାଦ୍ୱାରା ୯୫ଲକ୍ଷ ପରିବାର ଉପକୃତ ହେବେ। ଏହି ଯୋଜନାରେ ହିତାଧିକାରୀଙ୍କୁ ୪ଟି ଗୋଟି ୯ ୱାଟ୍ ଏଲ୍ଇଡି ବଲବ୍ ବିନାମୂଲ୍ୟରେ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ୩.୮୦ କୋଟି ଏଲ୍ଇଡି ବଲ୍ବ କିଣିବେ। ଜାନୁଆରୀ ମାସର ୧୫ରୁ ୨୦ […]
ଗୁଣୁପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଉକୁମ୍ବାଗୁଡ଼ା ଟ୍ରିପଲ୍ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୯ ଜଣଙ୍କୁ ଗିରଫ କରିଛି ଗୁଣପୁର ପୁଲିସ। ଗୁଣିଗାରେଡ଼ି ସନ୍ଦେହରେ ଗତ ୨୩ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗାଁର କିଛି ଲୋକ ସଂଘବଦ୍ଧ ଭାବେ ଗୋପାଳ ଶବର, ପତ୍ନୀ ଲକ୍ଷ୍ମୀ ଶବର ଓ ଜଣେ ବୃଦ୍ଧାଙ୍କୁ ବ୍ୟାଟ୍ରେ ପିଟି ମାରିଥିବା ଅଭିଯୋଗ ହୋଇଥିଲା। ଘରୁ ଡାକି ନେଇ ଗାଁ ମୁଣ୍ଡରେ ପିଟି ହତ୍ୟା କରିବା ପରେ […]
ସୁବର୍ଣ୍ଣପୁର: ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ନିର୍ମଳା ଛାୟା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଗତକାଲି ରାତିଠୁ ବିନିକା ମେଡିକାଲ୍ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି। ଖବର ଲେଖାଯିବା ସୁଦ୍ଧା ଉତ୍ତ୍ୟକ୍ତ ଲୋକେ ମେଡିକାଲ୍ ସମ୍ମୁଖ ରାସ୍ତା ଧାରଣାରେ ବସିଛନ୍ତି। ମୃତ ଶିକ୍ଷକ ହେଲେ ମୁରାରୀ ମିଶ୍ର। ତାଙ୍କ ଘର ଉର୍ଲେଗାଁରେ ବୋଲି ଜଣାପଡ଼ିଛି। ଗତକାଲି […]
ଭୁବନେଶ୍ୱର: ଭଡାରେ ମିଳୁଛି ବାଇକ୍। ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି। ଘଣ୍ଟାକୁ ମାତ୍ର ୩୬ ଟଙ୍କାରେ ବାଇକ୍ ନେଇ ବୁଲି ପାରିବେ ଭୁବନେଶ୍ୱର ଓ ପୁରୀ ଭଳି ବିଭିନ୍ନ ସ୍ଥାନ। କୋଲକାତାର ଡ୍ରପ୍ ୟୁ ନାମକ ଏକ କମ୍ପାନୀ ସହିତ ଏନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଯେଉଁମାନଙ୍କ ପାଖରେ ବାଇକ୍ ନାହିଁ ବା ବାଇକ୍ରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ବୁଲିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସେମାନେ ଏହି ‘ରେଣ୍ଟ୍ ଏ ବାଇକ୍ […]
ସମ୍ବଲପୁର(ସଞ୍ଜୟ କୁମାର ଜେନା): ଯୁକ୍ତ ୨ ପରୀକ୍ଷାକୁ ନେଇ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଉଭୟଙ୍କ ମଧ୍ୟରେ ଏହି ବିବାଦ ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ପରୀକ୍ଷା ନ କରିବାକୁ ନେଇ କୁଳପତିଙ୍କ ଅନୁରୋଧକୁ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ଅଣଦେଖା କରିବା ପରେ ବିବାଦ ଉପୁଜିଛି। ଚଳିତଥର ଯୁକ୍ତ ଦୁଇ ପରୀକ୍ଷାକେନ୍ଦ୍ର ଜିଏମ୍ ବିଶ୍ୱବିଦ୍ୟାଳୟରେ […]
ନବରଙ୍ଗପୁର: ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଗୁମିଦରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ବନବାସୀ ଦଣ୍ଡସେନା ଓ ସ୍ୱାତୀ ପାଇକ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କୁହାଯାଉଛି। ପରିବାର ଲୋକେ ଏହାକୁ ଗ୍ରହଣ ନ କରିବାରୁ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆଜି ସକାଳେ […]
ଅନୁଗୁଳ: ରାଜ୍ୟରେ ଅନୁସୂଚିତ ଜାତି ଲୋକଙ୍କ ବିକାଶରେ ବାଧା ସୃଷ୍ଟି ହେଉଛି। ରାଜ୍ୟର ମୋଟ ଜନସଂଖ୍ୟା ତୁଳନାରେ ଅନୁସୂଚିତ ଜାତି ଲୋକଙ୍କର ବିକାଶ ହେଉନଥିବା କହିଛନ୍ତି ରାଷ୍ଟ୍ରୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶଓ୍ୱାନ। ଅନୁଗୁଳ ଗସ୍ତରେ ଆସିବା ଅବସରରେ ପାଶୱାନ ଏହି ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୬. ୫ ପ୍ରତିଶତ ହୋଇଥିବାବେଳେ ସେହି ଅନୁପାତରେ ସେମାନଙ୍କର ବିକାଶ ହେଉନାହିଁ। ଶ୍ରୀ ପାଶୱାନ ଏହାକୁ ନେଇ କ୍ଷୋଭ […]
ବାଲେଶ୍ୱର: ଚୋରଙ୍କୁ ନିର୍ଧୂମ ଛେଚିଲେ ଲୋକେ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କୁଳିଦା ଗାଁରେ ଏଭଳି ଘଟଣା ଘଟିଛି। ସେମାନଙ୍କ ନିକଟରୁ ଏକ ଭ୍ୟାନ୍ ଓ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି। ଏହି ତିନି ଚୋରଙ୍କ ଘର କମର୍ଦା ଥାନା ଅନ୍ତର୍ଗତ ବାହାର୍ଦାରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ତିନି ଜଣ ଚୋର ଗାଁର ଜଣଙ୍କ ଘରୁ ଦୁଇଟି ମେସିନ୍ ନେଇ ଭ୍ୟାନ୍ରେ […]
ଭୁବନେଶ୍ୱର: ଆଜି ରାତିରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ଘଡ଼ଘଡ଼ି ମାରିବ ଓ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ରାତି ୧୧ଟା ୩୦ ଯାଏ ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଭଦ୍ରକ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ମାରିବା ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। […]
ଭୁବନେଶ୍ୱର: ‘ଆମ ଭାଗ୍ୟକୁ ଅନ୍ଧାର ଭିତରକୁ ଠେଲିଦେଲେ, ଆମେ ବି ସମଗ୍ର ରାଜ୍ୟକୁ ଅନ୍ଧାର କରି ଦେବୁ।’ ଲୋୟର୍ ପିଏମ୍ଜିରେ ଆନ୍ଦୋଳନ ସମୟରେ ବିଦ୍ୟୁତ୍ ଶ୍ରମିକମାନେ ସରକାରଙ୍କୁ କିଛି ଏହିଭଳି ଚେତାବନୀ ଦେଇଛନ୍ତି। ଶ୍ରମିକମାନେ କେବଳ ଯେ ଧାରଣା ଦେଇଥିଲେ ତାହା ନୁହେଁ, ପୁଲିସ୍ ସହିତ ଧସ୍ତାଧସ୍ତି ହେବାର ବି ଦେଖିବାକୁ ମିଳିଥିଲା। ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ବିଦ୍ୟୁତ ଶ୍ରମିକ, ଇଞ୍ଜିନିୟରମାନଙ୍କ ଏକତା ମଞ୍ଚ ଗତ ୬ ତାରିଖରୁ ଆନ୍ଦୋଳନ ଜାରି ରଖିଛି। ବିଦ୍ୟୁତ ବିଭାଗ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ ସୃଷ୍ଟି ହେବା ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ଦୁର୍ଗ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ଅଟକି ରହିଥିଲା। ତେବେ ରେଳ କର୍ମଚାରୀଙ୍କ ଦ୍ୱାରା ମରାମତି ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଡିସେମ୍ବର ମାସରେ ସେହି ରୁଟ୍ରେ ରେଳ ଧାରଣାରେ ଫାଟ ଦେଖା ଦେଇଥିଲା।
ଭୁବନେଶ୍ୱର: ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଧରିଲା ପୁଲିସ୍। ୧୦୮ ମେଡିସିନ୍ ଲେଖାଥିବା ଦୁଇଟି କାର୍ଟୁନ୍ରେ ୩୦ କେଜିରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କମିଶନରେଟ ପୁଲିସର କ୍ୱିକ୍ ଆକ୍ସନ୍ ଟିମ୍ ଏହାକୁ ଜବତ କରିଛି। ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଏହି ସବୁ ଗଞ୍ଜେଇ ରାୟଗଡ଼ା ଓ କନ୍ଧମାଳରୁ ବସ୍ ଯୋଗେ ଅଣା ଯାଇଥିଲା। ପରେ କାର ଯୋଗେ ଏହି ଗଞ୍ଜେଇ ଠିକଣା […]