ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ୍ର ୬ ମହଲାରୁ ଖସି ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସତ୍ୟଜିତ୍ ମହାନ୍ତି। ଖୋର୍ଦ୍ଧା ଜକରା ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ୧୭ ତାରିଖ ଦିନ ସତ୍ୟଜିତ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ୍ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ରାତି ପ୍ରାୟ ୧୨ଟାରୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଯୁବତୀଙ୍କ ନାଁ ଅଳକାନନ୍ଦ ଦାସ। ତାଙ୍କ ଘର କୋଣାର୍କ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ସ୍ଥିତ ଗୌରୀ ନଗର ଲେନ୍ ୫ରେ ଏହି ଅଭାବନୀୟ ଘଟଣା ଘଟିଛି। ଲିଙ୍ଗରାଜ ପୁଲିସ୍ ଅଭିଯୁକ୍ତ ଅନୀଶା ମିତ୍ରାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନୀଶାଙ୍କ ଘର ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ବୋଲି […]
ଭୁବନେଶ୍ୱର: ଗତକାଲି ଭଳି ଆଜି ବି ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଗତକାଲି ଭୁବନେଶ୍ୱରରେ କୁହୁଡ଼ି ଏତେ ମାତ୍ରାରେ ଆଚ୍ଛାଦିତ କରି ରଖିଥିଲା ଯେ ପ୍ରାୟ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ଅସମ୍ଭବ ଥିଲା। ଆଜି ବି ଠିକ୍ ସେହି ସମାନ ପରିସ୍ଥିତି। ପ୍ରବଳ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଲାଇଟ୍ ଲଗାଇ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ଦେଖିବାକୁ […]
ଭୁବନେଶ୍ୱର: ବଢିଲା ବାର୍ଦ୍ଧକ୍ୟ ଭତ୍ତା। ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି। ମାସିକ ୩୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ଏବେ ୫୦୦ ଟଙ୍କା ଭତ୍ତା ପାଇବେ। ସେହିପରି ୫ଶହ ଟଙ୍କା ପାଉଥିବା ବ୍ୟକ୍ତି ୭୦୦ ଟଙ୍କା ଭତ୍ତା ପାଇବେ। ସେହିପରି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ୫୦୦ ଟଙ୍କା ଭତ୍ତା ପାଇବେ । ୮୦ ବର୍ଷର ଅଧିକ ବୟସର ବ୍ୟକ୍ତି ୭୦୦ ଟଙ୍କା ପାଇବେ। ଆମ ଗାଁ […]
କଟକ: ‘ପିଠା’ କାର୍ଯ୍ୟକ୍ରମରେ ଫାଟିଲା ମୁଣ୍ଡ। ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କଟକ ସଦର ବ୍ଲକ୍ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତରେ ଆଜି ପିଠା କାର୍ଯ୍ୟକ୍ରମ ବେଳେ ଗତିରାଉତପାଟଣା ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ତାଙ୍କ ସ୍ୱାମୀ ଓ ପୁଅକୁ କିଛି ବ୍ୟକ୍ତି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ପୁଅଙ୍କ ମୁଣ୍ଡକୁ ବନ୍ଧୁକର ପଛରେ ଆକ୍ରମଣ କରିଥିବା ସରପଞ୍ଚ କହିଛନ୍ତି। ଆକ୍ରମଣକାରୀ ମନ୍ତ୍ରୀ ଚନ୍ଦ୍ରସାରଥୀ […]
ଧର୍ମଗଡ଼: ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଛାତ୍ରୀ ଜଣକ ନିଜ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ଜଣେ ବିବାହିତ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମ ପରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ ଏତଲା ରୁଜୁ ହୋଇଛି। ଅନ୍ୟପଟେ ଅଭିଯୁକ୍ତ ବ୍ୟକ୍ତି ଜଣଙ୍କୁ ପୋକ୍ସୋ ଆଇନ୍ରେ ଗିରଫ କରାଯାଇଛି। ସେପଟେ ଅଧିକ […]
ଭୁବନେଶ୍ୱର: ନିଆଁରେ ପୋଡ଼ି ହୋଇ ସ୍ୱାମୀ, ସ୍ତ୍ରୀ ଓ ଶିଶୁକନ୍ୟା ଗୁରୁତର। ଆଜି ନିଆଁରେ ପୋଡ଼ି ହୋଇ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କପିଳେଶ୍ୱର କେନାଲ୍ ବନ୍ଧ ନିକଟରେ ରହୁଥିବା ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ବାବୁଲି ଦାସ (୩୬) ଓ ତାଙ୍କ ପତ୍ନୀ ଜାନକୀ ଦାସ (୩୨) ଓ ସେମାନଙ୍କର ୪ ବର୍ଷର ଶିଶୁକନ୍ୟା। ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବାବୁଲି ଓ ଜାନକୀଙ୍କ ଶରୀରର ପ୍ରାୟ ୫୦ […]
ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗା ନଦୀ ମୁହାଣରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇବେ। ଏନେଇ ପୁରୀ ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଆୟୋଜିତ ହୋଇଛି। ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ସହ ମାଘ ମେଳା ମଧ୍ୟ ଆୟୋଜିତ ହେବ। ତେଣୁ ଏହି ଅବସରରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି। ମୁଖ୍ୟତଃ […]
ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିଜେପି ବିରୋଧ କରିବ। ଏନେଇ ଗତକାଲି ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ କ୍ୟାନ୍ସର୍ ହସ୍ପିଟାଲ୍ର ଶିଳ୍ୟାନାସ କାର୍ଯ୍ୟକ୍ରମରେ ଯୋଗଦେବେ। ହେଲେ ଏହି ହସ୍ପିଟାଲ୍କୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ଗତ ବର୍ଷ ଅଗଷ୍ଟ ୧୪ ତାରିଖରେ ମାମଲାର ଶୁଣାଣି କରି କୋର୍ଟ ଆସନ୍ତା ୬ ମାସ ଯାଏ ହସ୍ପିଟାଲ୍ର […]
ଭୁବନେଶ୍ୱର/କଟକ: ଘନ କୁହୁଡ଼ି ଆସ୍ତରଣରେ ଟ୍ୱିନ୍ସିଟି। ଆଜି ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଛି। ଏଥିସହ ଉପକୂଳ ଅଞ୍ଚଳରେ ମଧ୍ୟ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ଅସମ୍ଭବ ହେଉଛି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଲାଇଟ୍ ଲଗାଇ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ କିଛି ଦେଖାଯାଉନଥିବାରୁ କିଛି ସ୍ଥାନରେ ଦୁର୍ଘଟଣା ଘଟିଥିବା ମଧ୍ୟ […]
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା। ଭୁବନେଶ୍ୱର ପରିବହନ ଭବନ ପରିସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ରାଜ୍ୟ ସଡ଼କ ପହିବହନ ନିଗମ ଅଧୀନରେ ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସ୍ ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ଚଳାଚଳ କରିବ। ଏହି ବସ୍ ଗୁଡ଼ିକ ଭୁବନେଶ୍ୱରରୁ ଫୁଲବାଣୀ, ରାଉରକେଲା, ଭବାନୀପାଟଣା, ଭଞ୍ଜନଗର, ରାଜଗାଙ୍ଗପୁର, ରାଜଖରିଆର, ଗୋରୁମହିଷାଣି, ବୁର୍ଲା ଆଦି ସ୍ଥାନକୁ ଚଳାଚଳ କରିବ। ଏହା ସହିତ ୪ଟି ଭଲ୍ଭୋ ବସ୍ର […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଖୋଲାଖୋଲି ଅଭିଯୋଗ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭାକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି। ‘ସାଧାରଣ ଜନସାଧାରଣଙ୍କ ମତ ଯାହା ବର୍ତ୍ତମାନ ଜଣାପଡ଼ୁଛି କି କଂଗ୍ରେସ ସପକ୍ଷରେ ଅଛି। ଏବଂ ତାକୁ ଡାଇଭର୍ଟ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ଅପକୌଶଳ ଆରମ୍ଭ ହୋଇଛି। ଉଦାହରଣ ସ୍ୱରୂପ ୨୫ ତାରିଖ ଦିନ ରାହୁଲ ଗାନ୍ଧି ଓଡ଼ିଶା […]
ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱର ବେଢ଼ାରୁ ଖସି ଜଣେ ପର୍ଯ୍ୟଟକ ଆହତ ହୋଇଛନ୍ତି। ତାଙ୍କ ନାଁ ରାମ ବାଘେଲ। ଛତିଶଗଡ଼ କବିରଧାମରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାଘେଲ ତାଙ୍କ ପରିବାର ସହ କୋଣାର୍କ ବୁଲିବାକୁ ଆସିଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱର ବେଢ଼ାରେ ବୁଲୁଥିବା ବେଳେ ଅନ୍ୟମନସ୍କ ଭାବେ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ବାଘେଲଙ୍କୁ ପ୍ରଥମେ କୋଣାର୍କ ମେଡିକାଲ୍ରେ ଭର୍ତ୍ତି […]
ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଏକ ନକଲି ମସଲା କାରଖାନା ଠାବ କରାଯାଇଛି। ସହରର ପିଆର ପେଟାର ଚତୁର୍ଥ ଲେନ୍ରେ ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡ୍ର ଲେବଲ୍ ମରାଯାଇଥିବା ନକଲି ମସଲା ପୁଲିସ୍ ଜବତ କରିଛି । ଏଥିସହ ପୁଲିସ୍ ପ୍ୟାକିଂ ମେସିନ୍ ମଧ୍ୟ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବ୍ରହ୍ମପୁରରୁ ଜୟପୁରକୁ ଏସବୁ ଭେଜାଲ୍ ମସଲା ଆସୁଥିଲା ବୋଲି ପୁଲିସ୍ ଜାଣିବାକୁ […]
ନୀଳଗିରି : ନିଆଁରେ ପୋଡ଼ି ହୋଇ ଗର୍ଭବତୀ ମହିଳା ଗୁରୁତର ଆହତ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ନୂଆସାହି ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଗର୍ଭବତୀ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୌଶଲ୍ୟା। ଗତକାଲି ରାତିରେ ସୁରେଶ ମିରିଡିଆଙ୍କ ପତ୍ନୀ କୌଶଲ୍ୟା ଶୀତରୁ ରକ୍ଷା ପାଇବା ପାଇଁ ଚୁଲି ପାଖରେ ବସି ନିଆଁ ପୁଇଁ ହେଉଥିଲେ। ଏହି ସମୟରେ ସେ ଘୋଡ଼ାଇ ହୋଇଥିବା ଚାଦରରେ ଅସାବଧାନତା ବଶତଃ ନିଆଁ ଲାଗି ଯାଇଥିଲା […]
କଟକ: ଧାନ ମଣ୍ଡିରେ ଅଚଳାବସ୍ଥାକୁ ନେଇ ତାତିଲେ ଚାଷୀ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କୋକଳବା ଛକରେ ରାସ୍ତାରେ ଧାନ ଢାଳି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ କଟକ-ନରସିଂହପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି। ମଣ୍ଡିରେ ସପ୍ତାହକୁ ଥରେ ଧାନ ସଂଗ୍ରହ ବ୍ୟବସ୍ଥା ରହିଥିବା ବେଳେ ମିଲର୍ସମାନେ ଦୁଇ ଦୁଇ ଥର ଧାନ ନେବାକୁ ଆସି ନଥିଲେ। ଫଳରେ ଧାନ ବିକ୍ରି କରି ନ ପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପ୍ରତିବାଦ […]
ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁୟନାଲରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨, ୩ ଓ ୪ରେ ହେବ। ୨ରେ କେନ୍ଦ୍ର, ୩ ଓ ୪ରେ ଆନ୍ଧ୍ର ସରକାର ଜବାବ ରଖିବେ। ବଂଶଧାରା ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଡର ମୁକୁନ୍ଦକମ୍ ଶର୍ମା ମାମଲାର ଶୁଣାଣି କରିଥିଲେ। ଏଥିରେ ଓଡ଼ିଶା ନେରେଡ଼ି ଓ କାଟ୍ରାଗଡ଼ା ପ୍ରକଳ୍ପର ଯୁଗ୍ମ ସର୍ଭେ ପାଇଁ ଦାବି କରିଛି ସିଡବ୍ଲ୍ୟୁସି। କେନ୍ଦ୍ରୀୟ ଜଳ ଆୟୋଗର ବିନା […]
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ୯ବର୍ଷର ନାବାଳିକାକୁ ଜଣେ ଦଶମ ଶ୍ରେଣୀର ନାବାଳକ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ADMO କହିଛନ୍ତି। ସୂଚନା ଅନୁସାରେ, ନାବାଳିକା ଜଣକ ଖେଳିବାକୁ ଯାଇଥିବା ବେଳେ ନାବାଳକ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଏହି ଘଟଣାରେ ତୁମୁଡ଼ିବନ୍ଧ ଥାନାରେ ଏକ […]
କଳହାଣ୍ଡି: ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଜଳିଗଲା ଘର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡହଗାଁରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଡହଗାଁର ମହେଶ୍ୱର ଭରତିଆଙ୍କ ପରିବାରର ସଦସ୍ୟ ରୋଷେଇ କରିବା ପାଇଁ ଗ୍ୟାସ୍ ଅନ୍ କରି ଦିଆସିଲି ମାରିଥିଲେ। ଏହି ସମୟରେ ଦିଆସିଲିର ନିଆଁ ଗ୍ୟାସ୍ ସିଲିଣ୍ଡରରେ ଲାଗି ଯାଇଥିଲା। ଫଳରେ ନିଆଁ ଲାଗି ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହେବାସହ ଘରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ତେବେ […]
ଢେଙ୍କାନାଳ: କେନାଲ୍ରୁ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ପଦ୍ମନାଭପୁର ନିକଟରେ ରେଙ୍ଗାଳି ଡ୍ୟାମ୍ର ବାମ କେନାଲ୍ରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଲୋକେ କେନାଲ୍ରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଅନ୍ୟପଟେ, କେନାଲ୍ ବନ୍ଧ ଉପରେ ଏକ ବାଇକ୍ର ଭଗ୍ନାଂଶ ଦେଖିବାକୁ ମିଳିଛି। ଫଳରେ ବାଇକ୍ଟି ମୃତ […]
ନୟାଗଡ଼: ମାନସିକ ବିକୃତ ଯୁବକର ଉନ୍ମତ୍ତକାଣ୍ଡ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବକର ପଥରମାଡ଼ରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ଯୁବକଙ୍କ ପଥର ମାଡ଼ରେ ଓଡ଼ଗାଁ ଥାନା ଆଇଆଇସିଙ୍କ ସମେତ ୩ରୁ ଅଧିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଓଡ଼ଗାଁ ବଜାରରେ ଏକ ମାନସିକ ବିକୃତ ଯୁବକ ହଠାତ୍ ଲୋକଙ୍କ ଉପରକୁ ପଥର ଫିଙ୍ଗିବା ସହ ଠେଙ୍ଗାରେ […]
ବଲାଙ୍ଗିର: ବାରିପଦା ପରି ବଲାଙ୍ଗିରରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ନରମ। ରାଜ୍ୟ ସରକାର ଓ ବିଜେଡି ପ୍ରତି ତାଙ୍କ ଆଭିମୁଖ୍ୟ ଅପେକ୍ଷାକୃତ ଭାବେ ନରମ ରହିଛି। ବିଜେପି ଦ୍ୱାରା ଆୟୋଜିତ ଜବାବ ମାଗୁଛି ଓଡ଼ିଶା ସମାବେଶରେ ଯୋଗ ଦେଇ ମୋଦି କହିଛନ୍ତି, ଗତ ଥରର କେନ୍ଦ୍ର ସରକାର ଅପେକ୍ଷା ବର୍ତ୍ତମାନର ଏନ୍ଡିଏ ସରକାର ଓଡ଼ିଶାକୁ ୫ ଗୁଣା ଅଧିକ ଅର୍ଥ ଦେଇଛନ୍ତି। କିନ୍ତୁ ଓଡ଼ିଶା ସରକାର ସେହି ଅର୍ଥ ଖର୍ଚ୍ଚ କରିପାରି ନାହାନ୍ତି। କଟାକ୍ଷ […]
ଢେଙ୍କାନାଳ: ଭୁବନ ଥାନା ମହୁଲପାଳ ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ଓ ଦେଶୀ ମଦ ଜବତ କରିଛି। ଏଥିସହ ମଦ ତିଆରି ପାଇଁ ବ୍ୟବହୃତ କେମିକାଲ୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଢେଙ୍କାନାଳ ଅବକାରୀ ବିଭାଗର ମୋବାଇଲ୍ ଟିମ୍ ଓ କାମାକ୍ଷାନଗରର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି କୃଷ୍ଣଚନ୍ଦ୍ର ଜେନାଙ୍କ ଘରୁ ୧୯୦ ବୋତଲ ନକଲି ବିଦେଶୀ ମଦ […]
ବାଲେଶ୍ୱର: ଅଙ୍ଗନୱାଡ଼ି କର୍ମୀଙ୍କ ମାଡ଼ରେ ଭାଙ୍ଗିଲା ଶିଶୁ କନ୍ୟାର ହାତ। ଏଭଳି ଅଭିଯୋଗ ଆସିଛି, ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାଉଣ୍ଡିଆ ଗାଁରୁ। ଏନେଇ ଖଇରା ଥାନା ଓ ଖଇରା ସିଡିପିଓ (ଚାଇଲ୍ଡ ଡେଭ୍ଲପ୍ମେଣ୍ଟ ପ୍ରୋଜେକ୍ଟ ଅଫିସର) ଅଭିଯୋଗ କରିଛନ୍ତି। ଆହତ ଶିଶୁର ବାପା ମୁକୁନ୍ଦ ଦାସ। ସେପଟେ ଖେଳିବା ବେଳେ ପଡ଼ି ଯିବାରୁ ହାତ ଭାଙ୍ଗି ଯାଇଥିବା ସଂପୃକ୍ତ ଅଙ୍ଗନୱାଡ଼ି କର୍ମୀ କହିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡିପିଓ।
ଭୁବନେଶ୍ୱର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଯୋଜନାରେ ୬ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ମାଧ୍ୟମରେ ଯାଜପୁର, ମାଲକାନାଗିରି ଓ ସୁବର୍ଣପୁର ଜିଲ୍ଲାରେ ପ୍ରାୟ ୫ ହଜାର ୪୪୦ ହେକ୍ଟର୍ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୮ କୋଟି ୮୭ ଲକ୍ଷ ଟଙ୍କା। ସେହିଭଳି ଏହି ଯୋଜନାରେ ବୌଦ୍ଧ, ଯାଜପୁର, ମାଲକାନାଗିରି, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ୨୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର […]