ଭୁବନେଶ୍ୱର: ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୁଲିସ୍ର ନୋଟିସ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ରାହୁଲ ଗାନ୍ଧି ଓ ଓଡ଼ିଶା ପିସିସି ସଭାପତିଙ୍କୁ ଏହାର ଜବାବ ଦେବାକୁ ପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ’୩୦ କୋଟି ଟଙ୍କାରୁ ଅଧିକ ଠକେଇ ମାମଲାରେ ଗୋଟିଏ ବେନାମୀ କମ୍ପାନୀ ମାଧ୍ୟମରେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଓ ତାଙ୍କ ପରିବାରର ଲୋକମାନେ ଠକେଇ ଅଭିଯୋଗ ତାଙ୍କ ନାଁରେ ଆସିଛି। ଏଥିରେ ରାହୁଲ […]
ଢେଙ୍କାନାଳ: ଆଶ୍ରମରୁ ଛାତ୍ର ନିଖୋଜ। ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ସ୍ଥିତ କଳ୍ପତରୁ ଆଶ୍ରମରୁ ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ଛାନ୍ଭିନ୍ ଚଳାଇଛି। ନିଖୋଜ ଛାତ୍ର ହେଉଛନ୍ତି ୧୦ ବର୍ଷୀୟ ଛୋଟୁ ରୋହିତ ଦାସ। ରାଜଗାଙ୍ଗପୁରର ଗଡ଼ପୋଷ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସେ କିଛି ବର୍ଷ ହେବ ଏହି ଆଶ୍ରମରେ ରହୁଥିଲେ। ତେବେ ବୁଧବାରଠାରୁ ସେ […]
ପୁରୀ: ଆଜି ପୁରୀ ଜିଲ୍ଲା ମାଳତୀପାଟପୁର ନିକଟ ରାହାଙ୍ଗିରିଆଠାରେ କାଳିଆ ଯୋଜନା ପାଇଁ ଏକ ବିଶାଳ ସମାବେଶ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ରାଜ୍ୟର ୩୧୪ ବ୍ଲକ୍ରୁ ୨ଲକ୍ଷ ଚାଷୀ ଯୋଗଦେବା ପାଇଁ ବ୍ୟବସ୍ଥା କରାଯାଇଛି। କାଳିଆ ଯୋଜନାରେ ଚାଷୀମାନଙ୍କୁ ମିଳିବାକୁ ଥିବା ସହାୟତା ରାଶି ଚାଷୀ ମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ଏହାସହ […]
କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଅରଟେଲ୍ କମ୍ୟୁନିକେସନ୍ର କେବୁଲ୍ ତାର କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ବାଙ୍କୀ ଅଞ୍ଚଳରେ ଦୀର୍ଘ ଦିନ ଧରି ଅରଟେଲ୍ କମ୍ୟୁନିକେସନ୍ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି। ଗତ କିଛି ଦିନ ହେଲା ବାଙ୍କୀରେ ଅନ୍ୟ ଏକ ଘରୋଇ କେବୁଲ ଅପରେଟର ସଂସ୍ଥାର କିଛି ଅସାଧୁ କର୍ମଚାରୀ ଅରଟେଲ୍ର କେବୁଲ୍କୁ ବାରମ୍ବାର କାଟୁଥିବା ନେଇ ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଗତ ବୁଧବାର ବିଳମ୍ବିତ ରାତିରେ ଅରଟେଲ୍ର ଶହେଟି ସ୍ଥାନରେ […]
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦଳର ମଙ୍ଗ ଧରିବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସୁଥିବା ରାହୁଲ, ଭୁବନେଶ୍ୱର ତମାଣ୍ଡୋରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ। ସେପଟେ ରାହୁଲଙ୍କୁ ସ୍ୱାଗତ କରିବାକୁ ରାଜ୍ୟ କଂଗ୍ରେସ ଜୋରଦାର ପ୍ରସ୍ତୁତି କରିଛି। ମଞ୍ଚଠୁ ଆରମ୍ଭ କରି ପଡ଼ିଆ, କଂଗ୍ରେସ ଭବନ ସବୁଠି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାହୁଲ ଗାନ୍ଧି କି ବାର୍ତ୍ତା ଦେବେ ତା’ଉପରେ ସମସ୍ତଙ୍କ ନଜର। ଦଳରେ ବିଶୃଙ୍ଖଳାକାରୀଙ୍କ ଉପରେ […]
ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର୍ ମାଇଣ୍ଡ ପୁଞ୍ଜିଲାଲ୍ ମେହେର ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି। ପାଟଣାଗଡ଼ ଜେଲ୍ରେ ଥିବା ପୁଞ୍ଜିଲାଲ ୭ ଜଣ ଡକାୟତଙ୍କୁ ଜେଲ୍ରୁ ଚମ୍ପଟ ମାରିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଏବେ ପାଟଣାଗଡ଼ ଜେଲ୍ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ସକାଳେ ଡକାୟତମାନେ ଜେଲ୍ରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ। ତେବେ ଏହି ସମୟରେ ଡକାୟତଙ୍କ ସହ ଜେଲ କର୍ମଚାରୀଙ୍କ ଧସ୍ତାଧସ୍ତି ହୋଇଥିଲା। ଏପରିକି […]
ଝାରସୁଗୁଡ଼ା: ବିଜେଡିରେ ବିଧିବଦ୍ଧ ଭାବେ ଝାରସୁଗୁଡ଼ା ବିଧାୟକ ନବ ଦାସ ଆଜି ଯୋଗ ଦେଇଛନ୍ତି। ଝାରସୁଗୁଡ଼ାରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ନବ ଦାସ ବିଜେଡିରେ ସାମିଲ ହୋଇଥିଲେ। ଝାରସୁଗୁଡା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ୮ ଜଣ ସଦସ୍ୟ, ୫ଟି ବ୍ଲକ୍ର ସମସ୍ତ କଂଗ୍ରେସ ଅଧ୍ୟକ୍ଷ, ଅଧ୍ୟକ୍ଷା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଗତ ଜାନୁଆରୀ ୧୬ ତାରିଖ ଦିନ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ କଂଗ୍ରେସର ପ୍ରାଥମିକ […]
ଜୟପୁର: କାଳିଆ ଯୋଜନା ସମ୍ମିଳନୀ ପାଇଁ ଦର ନଛିଣ୍ଡିବାରୁ ବସ୍ ଚଳାଚଳ ବନ୍ଦ ହୋଇଛି। ଜୟପୁରରେ ଏପରି କିଛି ଘଟଣା ଘଟିଛି। ଆସନ୍ତାକାଲି ପୁରୀରେ କାଳିଆ ଯୋଜନା ପାଇଁ ଏକ କୃଷି ସମାବେଶ ହେବ। ଏଥିପାଇଁ ଜୟପୁର ଘରୋଇ ବସ୍ ମାଲିକ ସଂଘ ସହ ଆର୍ଟିଓ ପକ୍ଷରୁ ଚୁକ୍ତି ହୋଇଥିଲା। ଜୟପୁରରୁ ଚାଷୀଙ୍କୁ ପୁରୀ ନେବା ପାଇଁ ୨୮ଶହ ଟଙ୍କା ଛିଣ୍ଡିଥିଲା। ତେବେ ଏହାକୁ ଜୟପୁର ବସ୍ ମାଲିକ ସଂଘ ଗ୍ରହଣ କରିନାହିଁ। କିଲୋମିଟର୍ ପିଛା ୫୦ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଆଜି ହସ୍ପିଟାଲ୍ର ସର୍ଜରୀ ବିଭାଗରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ବିଦ୍ୟୁତ୍ ସର୍ଟ ସର୍କିଟ୍ କାରଣରୁ ହସ୍ପିଟାଲ୍ରେ ନିଆଁ ଲାଗିଥିବା କୁହାଯାଉଛି। ତେବେ ସୌଭାଗ୍ୟବଶତଃ ୱାର୍ଡରେ ଥିବା ୪୦ରୁ ଅଧିକ ରୋଗୀଙ୍କୁ ଡାକ୍ତରଖାନାରେ ଉପସ୍ଥିତ ଥିବା ଲୋକମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଭୁବନେଶ୍ୱର: ଋଷିଆ ଉପକୂଳରେ ଦୁଇଟି କାର୍ଗୋ ଜାହାଜରେ ନିଆଁ ଲାଗି ବିସ୍ଫୋରଣ ଘଟିବା ଘଟଣାରେ ୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏ ନେଇ ସୂଚନା ଦିଆଯାଇଛି। ନିଖୋଜ ଭାରତୀୟଙ୍କ ମଧ୍ୟରେ ସିଦ୍ଧାର୍ଥ ମେହେର ନାମକ ଜଣେ ଓଡ଼ିଆ ଯୁବକ ଥିବା ସୂଚନା ମିଳିଛି। ତାଙ୍କ ଘର ସମ୍ବଲପୁରରେ ବୋଲି ଜଣାପଡ଼ିଛି। ସିଦ୍ଧାର୍ଥ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାହାଜ ମାଏଷ୍ଟ୍ରୋରରେ କାମ କରୁଥିଲେ। ଦୁର୍ଘଟଣା […]
ବୌଦ୍ଧ: ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଓଲଟି ପଡ଼ିଲା ବୋଲେରୋ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ରାଧାନଗର ଛକ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି। ଏଥିରେ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋରଞ୍ଜନ ମଲ୍ଲିକ। ଦୁର୍ଘଟଣାରେ ଗାଡ଼ି ଚାଳକ ହରିଶଙ୍କର ପାଢ଼ି ଓ ପିଅନ ଚକ୍ରଧର ପାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ଗତକାଲି […]
ସୁବର୍ଣ୍ଣପୁର: ବୀରମହାରାଜପୁର ବ୍ଲକ୍ କେଞ୍ଜିରିଆପାଲ୍ଲି ଗାଁରେ ବାଣ ଫୁଟିବାରୁ ନିଆଁ ଲାଗି ୨ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଗତକାଲି ରାତି ୧୧ଟାରୁ ୧୨ ମଧ୍ୟରେ ଗାଁରେ ଏକ ବରଯାତ୍ରୀ ଦଳ ପ୍ରୋସେସନ କରୁଥିବା ବେଳେ ବାଣ ଫୁଟାଇଥିଲେ। ଏହି ସମୟରେ ଗୋଟିଏ ବାଣ ଗାଁର ତପନ ପଧାନଙ୍କ ଘରେ ପଡ଼ି ଯିବାରୁ ନିଆ ଲାଗିଯାଇଥିବା ଅଭିଯୋଗ ହୋଇଛି। ନିଆଁ ଅତି କମ୍ ସମୟରେ ବ୍ୟାପୀ ଯିବାରୁ ଘର ଲୋକେ ବାହାରକୁ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଭଙ୍ଗାରୁଜା ମାମଲାରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି। ବେଗୁନିଆ, ବୋଲଗଡ଼ ଅଞ୍ଚଳରେ ପୁଲିସ୍ର ୩ଟି ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଛି। ଗତକାଲି ଥାନାରେ ଭଙ୍ଗାରୁଜା ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣକୁ ଗିରଫ କରାଯିବା ସହ ୧୨ଟି ଗାଡ଼ିକୁ ପୁଲିସ୍ ଜବତ କରିଛି। ସେପଟେ ଘଟଣାକୁ ନେଇ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ୍ ନୋଟିସ୍ କରିଛି। ଗତକାଲି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଥାନାରେ […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ରଙ୍ଗପୁର ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ବୈଦ୍ୟନାଥ ଗ୍ରାମର ରବି ଥାନପତି ବୋଲି ଜଣାପଡ଼ିଛି। ବାହାଘର ଭୋଜି ଖାଇ ଗାଡ଼ିରେ ୭ ଜଣ ଫେରୁଥିବା ବେଳେ ଶିବତୁଲା- ଲୁକାପଡ଼ା ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
କେନ୍ଦ୍ରାପଡ଼ା: ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାରୁ ଅଶାନ୍ତ କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି ହୋଇଛି। ପୁଲିସ୍ ଛାଉଣିରେ ପୂରା ସହର। ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ୧୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ସହରରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି। ସେପଟେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସରକାରୀ ହାଇସ୍କୁଲ ପଡ଼ିଆରେ […]
ଭୁବନେଶ୍ୱର: ଆଜି ବିଜେଡିରେ ଯୋଗ ଦେଇପାରନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ। ଆଜି ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି। ଅମଲିପାଲି ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ଦଳୀୟ ସମାବେଶରେ ଯୋଗଦେବେ। ଏହି ଅବସରରେ ନବ ଦାସ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି କୁହାଯାଉଛି। ଗତ ଜାନୁଆରୀ ୧୬ ତାରିଖ ଦିନ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଭିତରେ ପଶି ଲୋକେ ଭଙ୍ଗାରୁଜା କରିଛନ୍ତି। ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଭଙ୍ଗାରୁଜା କରିଛନ୍ତି। ଜଣେ ପୂର୍ବତନ ସରପଞ୍ଚଙ୍କୁ ବିଧାୟକ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଏନେଇ ଥାନାରେ ବାରମ୍ବାର ଅଭିଯୋଗ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା। ତେଣୁ ବିଧାୟକଙ୍କୁ ଗିରଫ ଦାବିରେ ଲୋକେ ଆଜି ଥାନା ଘେରାଉ କରିଥିଲେ। ଏଥିସହ ଥାନା ଭିତରେ ପଶି ଭଙ୍ଗାରୁଜା ମଧ୍ୟ କରିଥିଲେ। ଉତ୍ତ୍ୟକ୍ତ […]
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ନିକଟରେ ଥିବା ଏକ କବାଡ଼ିଆ ଦୋକାନରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଦୋକାନରୁ ଟଙ୍କା, ସୁନାହଗଣା ଲୁଟିନେଇଛନ୍ତି। ଶନିବାର ବିଳମ୍ବିତ ରାତ୍ରିରେ ୫ରୁ ୬ ଜଣ ଲୁଟେରା ମୁହଁରେ କପଡ଼ା ବାନ୍ଧି କବାଡ଼ିଆ ହରେନ୍ଦ୍ର ପ୍ରଧାନଙ୍କ ଦୋକାନରେ ପଶି ତାଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ସୁନା ଗହଣା ସମେତ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ସୋର ପୁଲିସ୍ ଘଟଣା ସ୍ଥଳରେ […]
ଭୁବନେଶ୍ୱର: ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିପାରନ୍ତି ଅମିତ ଶାହ। କଟକ ଜିଲ୍ଳା ସାଲେପୁରର କୁଳିଆରେ ଶାହଙ୍କ ସଭା ହେବ। ଏନେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତେବେ ଏନେଇ କୌଣସି ବିଧିବଦ୍ଧ ସୂଚନା ମିଳିନଥିଲେ ବି ୨୯ ତାରିଖରେ ଶାହଙ୍କ ସଭା ହେବା ନେଇ ସମ୍ଭାବନା ଥିବା କଥା ସେ କହିଛନ୍ତି। ପୂର୍ବରୁ ଜାନୁଆରୀ ୧୮ରେ ଶାହଙ୍କ ଓଡ଼ିଶା ଗସ୍ତ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): କାଳିଆ କାର୍ଯ୍ୟକ୍ରମ ପାଇଁ ହନ୍ତସନ୍ତ ହେଲେ ବ୍ରହ୍ମପୁର ବାସୀନ୍ଦା। ଶନିବାର ବାଲିଗୁଡ଼ାରେ ହୋଇଥିବା ରାଜ୍ୟ ସରକାରଙ୍କର କାଳିଆ କାର୍ଯ୍ୟକ୍ରମ ପାଇଁ ବ୍ରହ୍ମପୁରରୁ ସବୁ ସିଟି ବସ୍ ବୁକିଂ କରାଯାଇଥିଲା। ଫଳରେ ଗତକାଲି ଦିନ ତମାମ ପରିବହନ ନ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ସହରବାସୀ। ଟାଣ ଖରାରେ ଘଣ୍ଟା ଘଣ୍ଟା ଧରି ଲୋକେ ବସ୍ ଷ୍ଟପେଜ୍ ଓ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ସହରରୁ ପ୍ରତିଦିନ ୩୨ଟି ସିଟି […]
ଭୁବନେଶ୍ୱର: କୁହୁଡ଼ି ପାଇଁ ଫସିଲେ ଯାତ୍ରୀ। ଘନ କୁହୁଡ଼ି ପାଇଁ ଭୁବନେଶ୍ୱରରେ ଏୟାର ଏସିଆର FD 112 ବିମାନ ଅବତରଣ କରିନପାରି କୋଲକାତାକୁ ଫେରିଯାଇଛି। ଗତକାଲି ରାତିରେ ବ୍ୟାଙ୍ଗ୍କକ୍ରୁ ୧୫୦ ଯାତ୍ରୀଙ୍କୁ ଧରି ଏୟାର ଏସିଆର ଏହି ବିମାନ କୋଲକାତାରୁ ଭୁବନେଶ୍ୱରକୁ ଆସୁଥିଲା। ତେବେ ଭୁବନେଶ୍ୱର ଆକାଶରେ କୁହୁଡ଼ି ଆସ୍ତରଣ ଯୋଗୁଁ ଏହି ବିମାନ କୋଲକାତା ବିମାନ ବନ୍ଦରରେ ଅବତରଣ କରିଥିଲା। ହେଲେ କୋଲକାତାରେ ପହଞ୍ଚିବା ପରେ ବିନା କୌଣସି ସୂଚନାରେ ଯାତ୍ରୀଙ୍କୁ ଦୀର୍ଘ ସମୟ ଧରି […]
ବାଲେଶ୍ୱର: ଭୋଗରାଇ ତହସିଲଦାରଙ୍କ ସ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି। ତହସିଲ ଅଫିସ୍ର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀଙ୍କୁ ତହସିଲଦାରଙ୍କ ପତ୍ନୀ ଘରୋଇ କାମରେ ନିୟୋଜିତ କରିବା ସହିତ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ ସ୍ତ୍ରୀ ସଂପୃକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଘରେ ଆଣ୍ଠେଇ ଦେଇଥିବା ନେଇ ମଧ୍ୟ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସେପଟେ ତହସିଲଦାରଙ୍କ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ୍ ଜାମତଲିଆ ସେକ୍ସନର କଇଁସରା ଗାଁରେ ଗତକାଲି ୨ଟି ହାତୀ ପଶି ଥିଲେ। ହାତୀମାନେ ଗାଁ ଭିତରକୁ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ୪ଟି ଘର ମଧ୍ୟ ଭାଙ୍ଗି ଦେଇଥିଲେ। ଫଳରେ କାନ୍ଥ ପଡ଼ି ଘର ଭିତରେ ଶୋଇଥିବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଗାଁରେ ହାତୀ ପଶିଥିବା ଖବର ପାଇ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ […]
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫୬୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ପରୀକ୍ଷାରେ ପାସ୍ କରିଥିବା ୯୩୮ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ଥିବାବେଳେ ଓପିଏସ୍ପି ପରୀକ୍ଷା ଦେଇ ନଥିବା ୬୨୨ ଜଣଙ୍କୁ ଠିକାରେ ନିଯୁକ୍ତି ମିଳିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକ ଡାକ୍ତର ନିଯୁକ୍ତି ଦିଆଯାଇଥିବାରୁ, ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ରାଜ୍ୟ […]
କଟକ: ୧୬ ନମ୍ବର ଜାତୀୟ ରାଜପଥ ଚୌଦ୍ୱାର-ଟାଙ୍ଗୀ ବଇଁଚୁଆ ନିକଟରେ ଆଜି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୪ ଜଣ ମହିଳା ଅଛନ୍ତି। ସୂଚନା ଅନୁସାରେ, ଘନ କୁହୁଡ଼ି ଯୋଗୁ ଡିଭାଇଡର୍ରେ କାର୍ ପିଟି ହେବା ଫଳରେ ଦୁର୍ଘଟଣା ଘଟିଥିଲା। ପଶ୍ଚିମବଙ୍ଗ ଆସାନସୋଲରୁ ପୁରୀ ଯାଉଥିବା ବେଳେ ବଇଁଚୁଆ ନିକଟରେ ଏହି ଦୁର୍ଘଟଣା ଘଟିଛି।