ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତ ବର୍ଷ ଯୁକ୍ତ ୨ରେ ୩ଲକ୍ଷ ୬୭ହଜାର ୫ଶହ ଛାତ୍ରଛାତ୍ରୀ ପରୀକ୍ଷା […]
କଳାହାଣ୍ଡି: ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜୋଲ୍କୋ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା ତଳକୁ ଯାତ୍ରୀବାହୀ ବସ୍ ଖସି ପଡ଼ିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଭବାନୀପାଟଣା ଓ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଭାବେ […]
ଭୁବନେଶ୍ୱର: ବିଦର୍ଭ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଉତ୍ତର ପ୍ରଦେଶ ଠାରୁ ଦକ୍ଷିଣ ଛତିଶଗଡ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ରହିଛି। ଫଳରେ ଏହାର ପ୍ରଭାବରେ ପାଗ ମେଘୁଆ ରହିଛି। ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଆସନ୍ତା ୩୬ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହେବାର […]
ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆସନ୍ତା ୩୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ଲୋୟର ପିମ୍ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ କେଜ୍ରିୱାଲ୍ ଯୋଗ ଦେବେ। ଏନେଇ ଆମ୍ ଆଦମୀ ପାର୍ଟି (AAP)ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହ ସେହିଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ବୁଦ୍ଧିଜୀବୀ ଓ ଦଳୀୟ କର୍ମୀଙ୍କୁ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିବାର […]
ଅନୁଗୁଳ/ବାରିପଦା: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଥିବା ବାଘୁଣୀ ସୁନ୍ଦରୀ ଉପରେ ଦୁଇ ପୋଷା ହାତୀ ନଜର ରଖିବେ। ଏନେଇ ବନ ବିଭାଗ ପକ୍ଷରୁ ୨ଟି ହାତୀକୁ ସାତକୋଶିଆ ଅଭୟାରଣ୍ୟକୁ ପଠାଯାଇଛି। ଆଜି ଭୋରରୁ ଶିମିଳିପାଳରୁ ୨ଟି ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆ ପଠାଯାଇଛି। ଉଭୟ ହାତୀ ସାତକୋଶିଆରେ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନଜର ରଖିବେ। ତେବେ ବାଘୁଣୀକୁ ଜଗିବା ପାଇଁ ହାତୀକୁ କିଭଳି ବ୍ୟବହାର କରାଯିବ ସେନେଇ ସାତକୋଶିଆ କର୍ତ୍ତୃପକ୍ଷ ପଦକ୍ଷେପ ନେବେ […]
ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାରରେ ବନ୍ଦ ପଡ଼ିଥିବା ବଲାରପୁର କାଗଜକଳ ଭିତ୍ତିଭୂମି ଉପରେ ଏକ ବିକଳ୍ପ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ଅଞ୍ଚଳରେ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ଦୀର୍ଘ ୧୫ ବର୍ଷ ହେଲା ବନ୍ଦ ହୋଇ ଯାଇଥିବା ଉକ୍ତ ଜମି ଉପରେ ଯଦି ବିକଳ୍ପ ଶିଳ୍ପ ପ୍ରତିଷ୍ଠା ନହୁଏ, ତେବେ ସମସ୍ତ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଏକ ଦାବିପତ୍ର ଟାଙ୍ଗୀ-ଚୌଦ୍ୱାର ତହସିଲଦାରଙ୍କୁ ଦିଆଯାଇଛି। ସୂଚନା […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁର ଜଣେ ମହିଳା ଓ ତାଙ୍କର ୪ ପିଲାଙ୍କୁ ହତ୍ୟା ସନ୍ଦେହ ଘଟଣାରେ ପୁଲିସ୍ ୬ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଶାବଳ ଜବତ ହୋଇଥିବା ସୂଚନା ମିଳିଛି। ଅଟକ ଅଭିଯୁକ୍ତ ମାନେ ମୃତକଙ୍କ ପଡୋଶୀ ବୋଲି ଜଣାପଡ଼ିଛି। ଗତକାଲି ଦିନ ତମାମ ଘଟଣାର ଖୋଳତାଡ଼ କରିବା ପରେ ଅପରାହ୍ନରେ ଗାଁ ନିକଟ କୂଅ ଭିତରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। […]
ଭୁବନେଶ୍ୱର: ରାଜଧାନୀରେ ପୁଣି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ମହିଳାଙ୍କୁ ଅଶ୍ଲୀଳ କମେଣ୍ଟ୍ କରୁଥିବା ଯୁବକଙ୍କୁ ପ୍ରତିବାଦ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସହିଦନଗର ଥାନାରେ ଏତଲା ଦିଆଯାଇଛି। ଆକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନ କିଛି ସାଙ୍ଗଙ୍କ ସହ ଆଚାର୍ଯ୍ୟ ବିହାର ଛକ ନିକଟରେ ଥିବା ଏକ ସିନେମା ହଲ୍କୁ ଫିଲ୍ମ ଦେଖିବାକୁ ଯାଇଥିବାବେଳେ ସେମାନଙ୍କ ପାଖରେ ବସିଥିବା କିଛି […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟପାଳ ପଫ୍ରେସର୍ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ। ଏଥର ପରେଡ୍ରେ ସାମରିକ ଓ ବେସାମରିକ କ୍ଷେତ୍ରର ୫୪ଟି ଟ୍ରୁପ୍ ଭାଗ ନେଇଥିଲେ। ୯ଟି ପ୍ରଜ୍ଞାପନ ମେଢ ସହ ଡେୟାର ଡେଭିଲ ଶୋ ମଧ୍ୟ ବେଶ୍ ଆକର୍ଷଣୀୟ ଥିଲା। ସେପଟେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ […]
ପାରାଦୀପ: ଦୀର୍ଘ ବର୍ଷ ପରେ ପାରାଦୀପ ବନ୍ଦରକୁ ଆସିଲା ଯାତ୍ରୀବାହୀ ଜାହାଜ। ଆଜି ଯାତ୍ରୀବାହୀ ଜାହାଜ ‘ସିଲ୍ଭର୍ ଡିସ୍କଭରର୍’ ପାରାଦୀପ ବନ୍ଦରରେ ପହଞ୍ଚିଛି। ଏହି ଜାହାଜରେ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜ୍ଲାଣ୍ଡ ଭଳି ବିଭିନ୍ନ ଦେଶରୁ ୬୨ ଜଣ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟକଙ୍କ ସହିତ ଜାହାଜରେ ୯୩ ଜଣ କର୍ମଚାରୀ ଅଛନ୍ତି। ଆଜି ସକାଳ ୫ଟାରେ ପାରାଦୀପ ବନ୍ଦର ୱେଟ୍ବେସିନ୍ ଠାରେ ଏହି ଜାହାଜଟି ବର୍ଥିଂ କରିଛି। ପ୍ରାୟ ୧୦-୧୨ ବର୍ଷ ପରେ ଯାତ୍ରୀବାହୀ ଜାହାଜ ପାରାଦୀପ ବନ୍ଦରକୁ […]
ଯାଜପୁର: ବିଚ୍ ରାସ୍ତା ଉପରେ ବିଜେଡି ନେତାଙ୍କୁ ଆକ୍ରମଣ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଯୁବ ବିଜେଡି ସଭାପତି ପ୍ରସନ୍ନ ରାଉତଙ୍କ କାର୍ ଉପରକୁ ଜଣେ ଯୁବକ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ସୂଚନା ଅନୁସାରେ, ପ୍ରସନ୍ନ ଆଜି ସକାଳ ପ୍ରାୟ ୧୦ଟା ବେଳକୁ ଜାରକା ଅଭିମୁଖେ ଯାଉଥିଲେ। ତେବେ ନାକପୁଲ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବକ ତାଙ୍କ କାର୍ ଉପରକୁ ବୋମା ଫିଙ୍ଗିଥିଲେ। ବୋମାମାଡ଼ […]
ବିନିକା (ଦିଲୀପ କୁମାର ସାହୁ): ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ୍ ପରେ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅଫିସରେ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ। ଏଭଳି ଘଟଣା ଘଟିଛି, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ। ସେପଟେ ୩ଦିନ ହେବ ବାଙ୍କିଘିର୍ଡି ଗାଁରେ ଥିବା ନୋଡାଲ୍ ଉଚ୍ଚ ପ୍ରାଥମିକ ସ୍କୁଲରେ ତାଲା ପଡ଼ିଥିବାରୁ ପାଠପଢ଼ା ଠପ୍ ହୋଇଯାଇଛି। ଗତ ତିନିଦିନ ହେବ ସ୍କୁଲରେ ଏପରି ତାଲା ଝୁଲୁଛି। ଶିକ୍ଷକ ଓ ପିଲାମାନେ ସ୍କୁଲ ଆସୁଛନ୍ତି, ହେଲେ ଭିତରକୁ ଯାଇ […]
ସୋର: ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କୁଆମରା ଛକ ଠାରେ ଗତକାଲି ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ପ୍ରଥମେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଗାଁର ଦେବାଶିଷ ସାହୁ ତାଙ୍କ ସ୍ତ୍ରୀ ଏବଂ […]
ଜୟପୁର: ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତଚାପ ବଢ଼ି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। କମଳାଙ୍କୁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚଳିତବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ଗତକାଲି ନାଁ ଘୋଷଣା କରାଯାଇଥିଲା। ଯେଉଁଥିରେ ୩ ଓଡ଼ିଆଙ୍କ ନାଁ ରହିଛି। କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳା ପୂଜାରୀଙ୍କୁ ଏହି ସମ୍ମାନ ଦିଆଯିବା ସହ ସମାଜସେବା […]
ଭୁବନେଶ୍ୱର: ଗୋଟିଏପଟେ କଂଗ୍ରେସର ବରିଷ୍ଠ ନେତାମାନେ ଦଳ ଛାଡ଼ୁଥିବା ବେଳେ, ଅନ୍ୟପଟେ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର ଜଗଦୀଶ ଚନ୍ଦ୍ର ମହାନ୍ତି ଗତକାଲି କଂଗ୍ରେସରେ ଯୋଗ ଦେଇଛନ୍ତି। ଭାରତୀୟ ପ୍ରଶାସନିକ ସେବାର ସେ ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ। ୭୦ ଦଶକରେ ରାଜ୍ୟରେ ଛାତ୍ର ରାଜନୀତିରେ ନିଜକୁ ସାମିଲ କରିଥିଲେ ଜଗଦୀଶ ମହାନ୍ତି। ୧୯୭୭ ମସିହାରେ ବାଣୀବିହାରରେ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ। ୧୯୮୫ ମସିହାରେ ସେ ସର୍ବଭାରତୀୟ ପ୍ରଶାସନିକ ସେବାରେ […]
ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ଅଗ୍ରାହ୍ୟ କଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମୟରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ଠିକ୍ ହେବନି। ଏହା ଜନସାଧାରଣଙ୍କ ନିକଟକୁ ଭୁଲ୍ ବାର୍ତ୍ତା ଯିବ ଯାହା ଉଭୟ ସରକାର ଓ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଗୀତା ମେହେଟା ଆଶଙ୍କା କରୁଛନ୍ତି। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ […]
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଚାଲିଥିବା ଓକିଲ ଆନ୍ଦୋଳନ କୋହଳ ହୋଇଛି। ଫଳରେ ଆସନ୍ତା ୨୫ ତାରିଖରୁ ସମ୍ବଲପୁର କୋର୍ଟ ଖୋଲିବ। ଏ ନେଇ ଆଜି ଅନୁଷ୍ଠିତ ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଦୃଷ୍ଟିରୁ ଓକିଲ ସଂଘ ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିଛି। ୨୫ ତାରିଖରୁ କୋର୍ଟ ଆଂଶିକ ଭାବେ କାର୍ଯ୍ୟକ୍ଷମ ହେବ। ଏବଂ […]
ଆନନ୍ଦପୁର (ମୁନା ସିଂ): ବାଇକ୍ରୁ ଜବତ ହେଲା ଲକ୍ଷେ ୨୯ ହଜାର ଟଙ୍କା। ଆନନ୍ଦପୁର ସୋସୋ ଥାନା କାନପୁର ନିକଟରେ ଫ୍ଲାଇଂ ସ୍କ୍ୱାର୍ଡ ଏହି ଟଙ୍କା ଜବତ କରିଛନ୍ତି। ନିର୍ବାଚନ ପାଇଁ ଗାଡ଼ି ଚେକିଂ ଚାଲିଥିବା ବେଳେ ଆଲୋକ ଦାଶ ନାମକ ଜଣେ ଯୁବକଙ୍କ ବାଇକ୍ରୁ ଏହି ଟଙ୍କା ଜବତ ହୋଇଛି। ଏତେ ପରିମାଣର ଟଙ୍କା ନେଇ ଆଲୋକ କୁଆଡ଼େ ଯାଉଥିଲେ, ସେ ନେଇ ତଦନ୍ତ କରୁଛି ପୁଲିସ୍।
ଭୁବନେଶ୍ୱର: ଏକାମ୍ର ଆସନର ବିଜେପି ପ୍ରାର୍ଥୀ ବାବୁ ସିଂ ଆଜି ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଯାଇ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ବାବୁ। ଭୁବନେଶ୍ୱର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ସହ ବହୁ ବରିଷ୍ଠ ବିଜେପି ନେତା ଓ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଭୁବନେଶ୍ୱର ଏକାମ୍ରରେ ବିଜେପି ପ୍ରାର୍ଥୀ ବାବୁ ସିଂ, ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ ରଶ୍ମୀରେଖା […]
ରାଉରକେଲା: ରାଉରକେଲାରେ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ। ଆଜି ରାଉରକେଲା ବନ୍ଧମୁଣ୍ଡାରେ ଏକ ମାଲ୍ବାହୀ ଟ୍ରେନ୍ର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ କିଛି ସମୟ ଲାଗି ସେହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ଲାଇନ୍ କ୍ଲିଅର ହେବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଲାଇନ୍ଚ୍ୟୁତ ହେବାର କାରଣ ଜଣାପଡି ନଥିଲାବେଳେ ରେଳ ଲାଇନ୍ରେ ତ୍ରୁଟି ଯୋଗୁଁ ଏହା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଭୁବନେଶ୍ୱର: ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୁଲିସ୍ର ନୋଟିସ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ରାହୁଲ ଗାନ୍ଧି ଓ ଓଡ଼ିଶା ପିସିସି ସଭାପତିଙ୍କୁ ଏହାର ଜବାବ ଦେବାକୁ ପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ’୩୦ କୋଟି ଟଙ୍କାରୁ ଅଧିକ ଠକେଇ ମାମଲାରେ ଗୋଟିଏ ବେନାମୀ କମ୍ପାନୀ ମାଧ୍ୟମରେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଓ ତାଙ୍କ ପରିବାରର ଲୋକମାନେ ଠକେଇ ଅଭିଯୋଗ ତାଙ୍କ ନାଁରେ ଆସିଛି। ଏଥିରେ ରାହୁଲ […]
ଢେଙ୍କାନାଳ: ଆଶ୍ରମରୁ ଛାତ୍ର ନିଖୋଜ। ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ସ୍ଥିତ କଳ୍ପତରୁ ଆଶ୍ରମରୁ ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ଛାନ୍ଭିନ୍ ଚଳାଇଛି। ନିଖୋଜ ଛାତ୍ର ହେଉଛନ୍ତି ୧୦ ବର୍ଷୀୟ ଛୋଟୁ ରୋହିତ ଦାସ। ରାଜଗାଙ୍ଗପୁରର ଗଡ଼ପୋଷ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସେ କିଛି ବର୍ଷ ହେବ ଏହି ଆଶ୍ରମରେ ରହୁଥିଲେ। ତେବେ ବୁଧବାରଠାରୁ ସେ […]
ପୁରୀ: ଆଜି ପୁରୀ ଜିଲ୍ଲା ମାଳତୀପାଟପୁର ନିକଟ ରାହାଙ୍ଗିରିଆଠାରେ କାଳିଆ ଯୋଜନା ପାଇଁ ଏକ ବିଶାଳ ସମାବେଶ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ରାଜ୍ୟର ୩୧୪ ବ୍ଲକ୍ରୁ ୨ଲକ୍ଷ ଚାଷୀ ଯୋଗଦେବା ପାଇଁ ବ୍ୟବସ୍ଥା କରାଯାଇଛି। କାଳିଆ ଯୋଜନାରେ ଚାଷୀମାନଙ୍କୁ ମିଳିବାକୁ ଥିବା ସହାୟତା ରାଶି ଚାଷୀ ମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ଏହାସହ […]
କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଅରଟେଲ୍ କମ୍ୟୁନିକେସନ୍ର କେବୁଲ୍ ତାର କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ବାଙ୍କୀ ଅଞ୍ଚଳରେ ଦୀର୍ଘ ଦିନ ଧରି ଅରଟେଲ୍ କମ୍ୟୁନିକେସନ୍ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି। ଗତ କିଛି ଦିନ ହେଲା ବାଙ୍କୀରେ ଅନ୍ୟ ଏକ ଘରୋଇ କେବୁଲ ଅପରେଟର ସଂସ୍ଥାର କିଛି ଅସାଧୁ କର୍ମଚାରୀ ଅରଟେଲ୍ର କେବୁଲ୍କୁ ବାରମ୍ବାର କାଟୁଥିବା ନେଇ ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଗତ ବୁଧବାର ବିଳମ୍ବିତ ରାତିରେ ଅରଟେଲ୍ର ଶହେଟି ସ୍ଥାନରେ […]
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦଳର ମଙ୍ଗ ଧରିବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସୁଥିବା ରାହୁଲ, ଭୁବନେଶ୍ୱର ତମାଣ୍ଡୋରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ। ସେପଟେ ରାହୁଲଙ୍କୁ ସ୍ୱାଗତ କରିବାକୁ ରାଜ୍ୟ କଂଗ୍ରେସ ଜୋରଦାର ପ୍ରସ୍ତୁତି କରିଛି। ମଞ୍ଚଠୁ ଆରମ୍ଭ କରି ପଡ଼ିଆ, କଂଗ୍ରେସ ଭବନ ସବୁଠି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାହୁଲ ଗାନ୍ଧି କି ବାର୍ତ୍ତା ଦେବେ ତା’ଉପରେ ସମସ୍ତଙ୍କ ନଜର। ଦଳରେ ବିଶୃଙ୍ଖଳାକାରୀଙ୍କ ଉପରେ […]