ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଲୋୟର ପିଏମ୍ଜିରେ ଆୟୋଜିତ ସାମାଜିକ ନ୍ୟାୟ କାର୍ଯ୍ୟକ୍ରମରେ ସେ ନବୀନ ସରକାରଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସ୍ୱାଧୀନତାର ୭୦ ବର୍ଷ ପରେ ବି ଦେଶର ବିକାଶ ହୋଇପାରିନି। ଆଜି ବି ଆମ ଦେଶରେ କୋଟି କୋଟି ଗରିବ ଲୋକ ଅଛନ୍ତି। ସବୁଠାରୁ ଅଧିକ ଗରିବ ଲୋକ ଓଡ଼ିଶାରେ ଅଛନ୍ତି। କଂଗ୍ରେସ, ବିଜେପି […]
ଭୁବନେଶ୍ୱର: ଜନ୍ମରୁ ମୃତ୍ୟୁ ଯାଏ ଲୋକଙ୍କ ଲାଗି ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ବାସ୍ତବରେ ଏହାଦ୍ୱାରା ଲୋକେ କେତେ ଉପକୃତ ହେଉଛନ୍ତି ତାହାର କିଛି ଠିକ୍ ଠିକଣା ନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ କି ପ୍ରଶାସନିକ ଅବହେଳା ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରୁ। ଏଠାରେ ଗରିବ ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଠିକ୍ରେ ମିଳୁ ନଥିବା ଅଭିଯୋଗ ଆସିଛି। […]
ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ଦାଖଲ ହୋଇଛି ଫାଇନାଲ୍ ଚାର୍ଜସିଟ୍। ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ମାସ ଧରି ବିଭିନ୍ନ ଦିଗରୁ ଖୋଳତାଡ଼ କରି ୭୬ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା। ଯେଉଁଥିରେ ରହିଛି ୭୬ଜଣ ସାକ୍ଷୀଙ୍କ ବୟାନ, ସାଇଣ୍ଟିଫିକ୍ ଟିମ୍ ବିଶେଷଜ୍ଞଙ୍କ ମତ ଓ ମାଳ ମାଳ ତଥ୍ୟ। ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ ଆଜି ଦାଖଲ ହୋଇଛି ଚାର୍ଜସିଟ୍। ଗତ […]
ଭୁବନେଶ୍ୱର: ସାଲେପୁର ସମାବେଶକୁ ଆସିବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାର ସତ୍ୟଭାମାପୁର ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ହେଲିକପ୍ଟରରେ ସତ୍ୟଭାମାପୁର ଯାଇଥିଲେ। ସେଠାରେ ଅମିତ ଶାହଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଆଜି ଶାହ କ’ଣ ଗୁରୁମନ୍ତ୍ର ଦେଉଛନ୍ତି… ଏହା ଉପରେ ସମସ୍ତଙ୍କ […]
ନୟାଗଡ଼: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବରକୁ ସମସ୍ତେ ଅପେକ୍ଷା କରିଥିଲେ। ହେଲେ ଶୌଚ କରିବା ବାହାନାରେ ଅଧା ବାଟରୁ ବର କେଉଁଆଡ଼େ ଫେରାର ହୋଇଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଅଡ଼ାଲ ଗାଁର ଜଣେ ଯୁବକଙ୍କ ବିବାହ ଯଦୁପୁର ଗାଁରେ ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ଗତ ଶନିବାର ଦିନ ଯୁବକ ଜଣକ ବରଯାତ୍ରୀ, ରୋଶଣି ନେଇ ଯଦପୁର […]
ବାଲେଶ୍ୱର: ବାରୁଣୀ ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଛି ବିଭିନ୍ନ ସଙ୍ଗମସ୍ଥଳୀ। ନଦୀ ପଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। କିଏ ପୂର୍ବ ପୁରୁଷଙ୍କ ଆତ୍ମାର ସଦ୍ଗତି ପାଇଁ ପିଣ୍ଡଦାନ କରୁଛି, ତ ଆଉ କିଏ ପୁଣ୍ୟ ଅର୍ଜନ ପାଇଁ ନଦୀରେ ବୁଡ଼ ପକାଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଆସିକା ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳୀରେ ଚାଲିଥିବା ବାରୁଣୀ ଯାତ୍ରାରେ। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବାରୁଣୀ ସ୍ନାନ ସାରି ଶ୍ରଦ୍ଧାଳୁ […]
କଟକ: ଲକ୍ଷାଧିକ ଟଙ୍କ। ଠକେଇ ଅଭିଯୋଗରେ ପତି,ପତ୍ନୀ ଗିରଫ। ଫେସବୁକରେ ଫେକ ଆଇଡି କରି ଲୋକଙ୍କ ଠାରୁ ଟଙ୍କ। ଠକେଇ କରିଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ପୋଲିସ। ଉଭୟ ସ୍ୱାମୀ ,ସ୍ତ୍ରୀ ଫେସବୁକରେ ଫେକ ଆଇଡି ଖୋଲି ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରନ୍ତି। ଆଉ ଏହାପରେ ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଟଙ୍କ। ମାଗି ଠକିଥାନ୍ତି। ଜଣେ ପୁଲିସ କର୍ମଚାରୀଙ୍କୁ ଫେସବୁକରେ ବନ୍ଧୁ କରିବା ସହ ୬୫ ହଜାର ଟଙ୍କ। ଠକିଥିଲେ। ଟଙ୍କ। […]
ଭୁବନେଶ୍ୱର: ବିମାନ ସେବା କ୍ଷେତ୍ରରେ ଭୁବନେଶ୍ୱର ବିମାନବନ୍ଦର ଏକ ନୂଆ ରେକର୍ଡ କରିଛି। ପୂର୍ବବର୍ଷ ତୁଳନାରେ ଏ ବର୍ଷ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୧ ପ୍ରତିଶତ ବଢ଼ିଛି। ଏହାକୁ ଆଖି ଆଗରେ ରଖି ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆଗାମୀ ଦିନରେ ଟର୍ମିନାଲ୍ ଗୁଡ଼ିକୁ ଆହୁରି ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଭୁବନେଶ୍ୱର ବିମାନବନ୍ଦରରେ ୩୨ ଲକ୍ଷ ୩୭ ହଜାର ୯୫୬ଜଣ ଯାତ୍ରୀ ଯିବା ଆସିବା କରିଥିଲେ। ଏମାନଙ୍କ ମଧ୍ୟରେ ୩୧ ଲକ୍ଷ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଏକ ଦୈନିକ ଖବରକାଗଜର ସର୍କୁଲେସନ୍ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ପ୍ରତାପ ମହାପାତ୍ର। ତାଙ୍କ ଘର ଜଗତସିଂହପୁରରେ। ସୂଚନା ଅନୁସାରେ, ୨୬ ତାରିଖ ଅଫିସ୍ ଛୁଟି ଥିବାରୁ ପ୍ରତାପ କୌଣସି କାମରେ ସମ୍ବଲପୁର ଯାଇଥିଲେ। ସେଠାରୁ ସେ ସୋନପୁର ଯାଇ ଗତକାଲି ରାତିରେ ବଲାଙ୍ଗିର ଫେରିଥିଲେ। ସେ ବସ୍ଷ୍ଟାଣ୍ଡରୁ ଅଫିସ୍କୁ ଯାଉଥିବା ବେଳେ ରେଲୱେ ଷ୍ଟେସନ୍ ରୋଡ୍ରେ କିଛି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛିମାସ […]
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସାଲେପୁରର କୁଳିଆ ପଡ଼ିଆରେ ସେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେବେ। ଏଥିସହ ଦଳୀୟ କର୍ମକର୍ତ୍ତାଙ୍କୁ ଦେଇଥିବା ଦାୟିତ୍ୱର ହିସାବ ନେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଅମିତ ଶାହଙ୍କ ଗସ୍ତକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ କ’ଣ ଗୁରୁମନ୍ତ୍ର ଦେଉଛନ୍ତି… ଏହା ଉପରେ ସମସ୍ତଙ୍କ ନଜର ରହିବ। […]
ଭୁବନେଶ୍ୱର: ଖଣ୍ଡପଡ଼ା ବିଜେଡିରେ ବିଦ୍ରୋହର ସ୍ୱର ଉଠିଛି। ସିଟିଂ ଏମ୍ଏଲ୍ଏ ଅନୁଭବ ପଟ୍ଟନାୟକଙ୍କୁ ଟିକେଟ୍ ନ ମିଳିଲେ ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ତାଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି। ଏଠାରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଅନୁଭବଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଅନୁଭବଙ୍କ ସମର୍ଥକଙ୍କ ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ୫ ବର୍ଷ ସରକାର ଓ ବିଜେଡି ପାଇଁ […]
ଭୁବନେଶ୍ୱର : ନବୀନ ନିବାସ ପାଇଁ ଜମି ଜବର ଦଖଲ ଅଭିଯୋଗ। ରାସ୍ତା ପ୍ରଶସ୍ତୀକରଣ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରୁ ମିଳିଥିବା ୧ ଦଶମିକ ୬ ଏକର ଜାଗା ଏବେ ନବୀନ ନିବାସ କବ୍ଜାରେ। ଏଭଳି ସଂଗୀନ ଅଭିଯୋଗ ଆଣିଛି କଂଗ୍ରେସ। ଦଳ ଅଭିଯୋଗ କରିଛି ୩ ଫେବ୍ରୁଆରି ୨୦୧୬ ରେ ରାସ୍ତା ସଂପ୍ରସାରଣ ପାଇଁ ୧ ଦଶମିକ ୬ ଏକର ଜମି ଅଦଳ ବଦଳ ପାଇଁ ଏୟାରପୋର୍ଟ ଅଥରିଟିଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର। […]
ଭୁବନେଶ୍ୱର: ଓଟିଭିକୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ବିଧାନସଭା ସ୍ୱାଧିକାର କମିଟି ଆଗରେ ଆଜି ହାଜର ହେବା ପରେ ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଣେ ମହିଳା ଉଦ୍ୟୋଗପତି ଭାବେ ରାଜ୍ୟରେ ଗତ ୨୨ ବର୍ଷ ଧରି ସେ କାର୍ଯ୍ୟ କରି ଆସୁଛନ୍ତି। ଆଉ ରାଜ୍ୟରେ ୨ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି। ତେବେ ପ୍ରଥମ ଥର ଲାଗି ତାଙ୍କୁ ସାଙ୍ଘାତିକ ଭାବେ ହଇରାଣ କରାଯାଉଥିବା […]
ଭୁବନେଶ୍ୱର: ଝାରସୁଗୁଡ଼ା ବିଧାୟକ ପଦ ଛାଡିଲେ ନବ କିଶୋର ଦାସ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ବିଧିବଦ୍ଧ ଭାବେ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ନବ, ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ତେବେ ବାଚସ୍ପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ମିଳିଛି। କଂଗ୍ରେସରୁ ଇସ୍ତଫା ଦେବା ପରେ ନବ ଗତ ୨୪ ତାରିଖରେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ଗତ ଜାନୁଆରୀ ୧୬ ତାରିଖ […]
ପୁରୀ: ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ପାଇଁ ମତଦାନ ଚାଲିଛି। ଆଜି ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୩ଟା ଯାଏ ଚାଲିବ। ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ସ୍ୱତନ୍ତ୍ର କକ୍ଷରେ ମତଦାନ ଚାଲିଛି। ପ୍ରଥମଥର ପାଇଁ ୧୫ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚନ ମାଧ୍ୟମରେ ଚୟନ କରାଯାଉଛି। ନିଯୋଗର ୧୨୦ ଜଣ ସଦସ୍ୟ ଏଥିପାଇଁ ମତଦାନ କରୁଛନ୍ତି। ପରେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ସଭାପତି, ଉପସଭାପତି, ସମ୍ପାଦକ, ସହ- ସମ୍ପାଦକ ଓ କୋଷାଧ୍ୟକ୍ଷ […]
ଖୋର୍ଦ୍ଧା: ଜନ୍ମମାଟିରେ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପରିବାର ଓ ଗାଁ ଲୋକେ ସହିଦ ହେମନ୍ତ ପଣ୍ଡାଙ୍କୁ ଗାଁ ଶ୍ମଶାନରେ ଅନ୍ତିମ ବିଦାୟ ଦେଇଛନ୍ତି। ଶାନ୍ତ ସ୍ୱଭାବର ଗାଁର ପୁଅକୁ ହରାଇ ଲୋକେ ଭାଙ୍ଗି ପଡ଼ିଛନ୍ତି। ହେମନ୍ତଙ୍କ ସାଙ୍ଗସାଥୀ ବି ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି। ୪ ବର୍ଷ ହେଲା ଭାରତୀୟ ସେନାରେ ଲାନ୍ସ ନାୟକ ଥିବା ହେମନ୍ତ ସାଧାରଣତନ୍ତ୍ର ଦିବସରେ କଶ୍ମୀରର ବାରମୁଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ। ଗତକାଲି ହେମନ୍ତଙ୍କ […]
ଭଦ୍ରକ (ବାସୁଦେବ ଦାସ): ଚାନ୍ଦବାଲିରେ ବିଜେପିର ବଡ଼ ଧରଣର ମିଶ୍ରଣ ପର୍ବ ହୋଇଛି। ଦିଗଛିଆ ମୁନି ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରାୟ ୧୦ ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ ଏହି କର୍ମୀମାନେ ଆଜି ଦଳରେ ସାମିଲ୍ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ବରିଷ୍ଠ […]
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ବୟସାଧିକ ଯୋଗୁ କିଛି ଦିନ ହେଲେ ସେ ଅସୁସ୍ଥ ଥିଲେ। ୧୯୨୯ ନଭେମ୍ବର ୧୯ରେ ଚୈତନ୍ୟ ମାଝୀ ଜନ୍ମଗ୍ରହଣ କରିଥିଲେ। ୧୯୭୯ରୁ ୧୯୮୫ ଯାଏ ସେ ଓପିଏସ୍ସିର ସଦସ୍ୟ ଥିଲେ। କଂଗ୍ରେସ ଦଳରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ୧୯୭୨ରୁ ୧୯୭୮ଯାଏ ସେ କେନ୍ଦ୍ର କ୍ୟାବିନେଟର […]
ଭୁବନେଶ୍ୱର: ନିର୍ବାଚନ ପ୍ରଚାର ବେଳେ ଭୋଟରଙ୍କୁ ଲୋଭ ଦେଖାଇଲେ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ନବ ଦାସ। କୁଚିଣ୍ଡାରେ ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀ ନବ ଦାସ ଭାଷଣ ଦେବା ବେଳେ ଲୋକଙ୍କୁ ଲୋଭ ଦେଖାଇଥିବା ଦେଖିବାକୁ ମିଳିଛି। ନବ ଦାସ ଏକ ସଭାରେ ଭୋଟର୍ଙ୍କୁ ଟଙ୍କା ଓ ଘରର ଦେବାର ଲୋଭ ଦେଖାଉଥିବା ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ନିଜ ଭାଷଣରେ ନବ ଦାସ ‘ଆପଣଙ୍କ ଦାବି ନବୀନ ପଟ୍ଟନାୟକଙ୍କ ନିକଟରେ ପହଞ୍ଚାଇବି’ ବୋଲି କହିଛନ୍ତି। […]
ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତ ବର୍ଷ ଯୁକ୍ତ ୨ରେ ୩ଲକ୍ଷ ୬୭ହଜାର ୫ଶହ ଛାତ୍ରଛାତ୍ରୀ ପରୀକ୍ଷା […]
କଳାହାଣ୍ଡି: ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜୋଲ୍କୋ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା ତଳକୁ ଯାତ୍ରୀବାହୀ ବସ୍ ଖସି ପଡ଼ିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଭବାନୀପାଟଣା ଓ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଭାବେ […]
ଭୁବନେଶ୍ୱର: ବିଦର୍ଭ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଉତ୍ତର ପ୍ରଦେଶ ଠାରୁ ଦକ୍ଷିଣ ଛତିଶଗଡ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ରହିଛି। ଫଳରେ ଏହାର ପ୍ରଭାବରେ ପାଗ ମେଘୁଆ ରହିଛି। ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଆସନ୍ତା ୩୬ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହେବାର […]
ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆସନ୍ତା ୩୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ଲୋୟର ପିମ୍ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ କେଜ୍ରିୱାଲ୍ ଯୋଗ ଦେବେ। ଏନେଇ ଆମ୍ ଆଦମୀ ପାର୍ଟି (AAP)ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହ ସେହିଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ବୁଦ୍ଧିଜୀବୀ ଓ ଦଳୀୟ କର୍ମୀଙ୍କୁ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିବାର […]
ଅନୁଗୁଳ/ବାରିପଦା: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଥିବା ବାଘୁଣୀ ସୁନ୍ଦରୀ ଉପରେ ଦୁଇ ପୋଷା ହାତୀ ନଜର ରଖିବେ। ଏନେଇ ବନ ବିଭାଗ ପକ୍ଷରୁ ୨ଟି ହାତୀକୁ ସାତକୋଶିଆ ଅଭୟାରଣ୍ୟକୁ ପଠାଯାଇଛି। ଆଜି ଭୋରରୁ ଶିମିଳିପାଳରୁ ୨ଟି ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆ ପଠାଯାଇଛି। ଉଭୟ ହାତୀ ସାତକୋଶିଆରେ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନଜର ରଖିବେ। ତେବେ ବାଘୁଣୀକୁ ଜଗିବା ପାଇଁ ହାତୀକୁ କିଭଳି ବ୍ୟବହାର କରାଯିବ ସେନେଇ ସାତକୋଶିଆ କର୍ତ୍ତୃପକ୍ଷ ପଦକ୍ଷେପ ନେବେ […]