
ପୁରୀ: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଅପରାହ୍ନ ୧୨ଟା ୩୦ ସୁଦ୍ଧା ଶାହ ପୁରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଗତକାଲିଠାରୁ ଚାଲିଥିବା ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନରେ ଅମିତ ଶାହ ଯୋଗଦେବେ। ଏଥିସହ ‘ଆଦିବାସୀ ଅଧିକାର’ ସମାବେଶକୁ ଅମିତ ଶାହ ଉଦ୍ବୋଧନ ଦେବେ। ଏହି ଅବସରରେ ଲକ୍ଷାଧିକ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ଓ ସୁରକ୍ଷା ପାଇଁ ଦାବି କରିବା ସହିତ ରାଜ୍ୟ ସରକାରଙ୍କ ଜନଜାତି ବିରୋଧୀ ନୀତିକୁ […]
ପୁରୀ: ପୁରୀରେ ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ବିଜେପି ଏସ୍ଟି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତାମ୍ ଉଦ୍ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ଙ୍କ ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏହି ଅଧିବେଶନରେ ଯୋଗ ଦେଇଛନ୍ତି। ଆସନ୍ତାକାଲି ପୁରୀରେ ଆଦିବାସୀ ଅଧିକାର ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେବେ। ଏହି […]
କଳାହାଣ୍ଡି: ଦାଦନ ଖଟିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହଲ ଗାଁରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଚାରବାହଲ ଗାଁର ଦୀପକ ତାଣ୍ଡି ଚାରି ମାସ ତଳେ ହାଇଦ୍ରାବାଦ୍ ଯାଇଥିଲେ। ସେଠି ଏକ ଚକୋଲେଟ୍ ଫ୍ୟାକ୍ଟ୍ରିରେ ଦୀପକ କାମ କରୁଥିଲେ। ତେବେ ଦୁଇ ଦିନ ତଳେ ହଠାତ୍ ତାଙ୍କ ପେଟ ବ୍ୟଥା ହେବାରୁ ତାଙ୍କୁ ମେଡିକାଲ୍ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ସନ୍ଧ୍ୟାରେ ଦୀପକଙ୍କ […]
ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ। ଆଜି ସକାଳେ ଆପୋଲୋ ହସ୍ପିଟାଲ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି। ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପ୍ରଥମେ ବ୍ୟାଟେରୀ ରୁମ୍ ନିକଟରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲାା ପରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ଲୋକେ। ସର୍ଟ ସର୍କିଟ୍ […]
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ତେଣୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟ୍ରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ। କୃଷି, ଜଳସେଚନ ଏବଂ ଅନ୍ୟାନ୍ୟ ବିଭାଗରେ ରାଜ୍ୟ ସରକାର ବଡ଼ ଘୋଷଣା କରିପାରନ୍ତି । ହେଲେ କେଉଁ କେଉଁ ପ୍ରସ୍ତାବ ଉପରେ ଅନୁମୋଦନ ହେବ […]
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ବିଶେଷ କରି ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଦୁଇରୁ ତିନି ଡିଗ୍ରୀ ତଳକୁ ଖସିଛି। ଗତ ତିନି ଦିନ ହେଲା ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଶୀତ ଜାରି ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ତେବେ ଆହୁରି ୨ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ […]
ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରୁ ୩ ଜଣଙ୍କ ନାଁ ବିଧାୟକ ପ୍ରାର୍ଥୀ ପାଇଁ ଚୟନ କରିବାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ନିର୍ଦ୍ଦେଶ ଦେଇଛି। ପ୍ରତି ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଜୋନ୍ ସଭାପତିଙ୍କ ସହ ଆଲୋଚନା କରି ଜିଲ୍ଲା ସଭାପତିମାନେ ପ୍ରାର୍ଥୀଙ୍କ ନାଁ ସୁପାରିସ କରିବେ। ତୃଣମୂଳସ୍ତରରୁ ମତାମତ ଆଣି ପ୍ରାର୍ଥୀଙ୍କ ନାଁ ସୁପାରିସ କରାଯିବ ବୋଲି ନିରଞ୍ଜନ କହିଛନ୍ତି। […]
ନୟାଗଡ଼: ପୋଲ ତଳେ ପୁଳା ପୁଳା ଔଷଧ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ଗୋଛାବାରି ଗାଁ ନିକଟରେ ଥିବା ଏକ ପୋଲ ତଳେ ବହୁ ପରିମାଣର ଔଷଧ ପଡ଼ି ରହିଥିବା ଦେଖିବାକୁ ମିଳିଛି। କିଛି ମେଡିସିନ୍ ଏକ୍ସପାଏରି ହୋଇ ଯାଇଥିବାବେଳେ ଆଉ କିଛି ମେଡିସିନ୍ର ଏକ୍ସପାଏରି ତାରିଖ ଯାଇନଥିବା ଜଣାପଡିଛି। ତେବେ ଏତେ ପରିମାଣର ଔଷଧ କିଭଳି ଆସିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଔଷଧରେ ସରକାରୀ ଲୋଗୋ ଥିବା ଦେଖିବାକୁ ମିଳିଛି। ଏହି ଔଷଧ […]
କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ୍ ଅକ୍ଷୟ ବଡ଼ନାୟକ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ମିଶାଇ କନ୍ଧମାଳ ଜିଲ୍ଲାରେ ୨୦ ଦିନ ମଧ୍ୟରେ ୮ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଲାଣି। ସୂଚନାଯୋଗ୍ୟ, ନିକଟରେ କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ […]
ପୁରୀ: ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ୍ର ବେଲେଶ୍ୱର ପାଟଣା ନିକଟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାଁ ବିକ୍ରମ ଆଚାର୍ଯ୍ୟ। ୩ରୁ ୪ ଜଣ ଦୁର୍ବୃତ୍ତ କାଠଫାଳିଆ ଓ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମ୍ବାଦିକଙ୍କ ମୁଣ୍ଡ, କାନ,ଛାତି ଓ ମୁହଁରେ ଆଘାତ ଲାଗିଥିବା ଜଣାପଡିଛି। ଘଟଣାସ୍ଥଳରୁ ମେରାଇନ୍ ଡ୍ରାଇଭ ଥାନା ପୁଲିସ୍ ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ […]
ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ଗସ୍ତ କରିବେ। ବିଜୁ ଯୁବ ବାହିନୀର ଯୁବ ସମ୍ମିଳନୀରେ ଯୋଗ ଦେବା ସହ ମହାନଦୀ ଉପରେ ନିର୍ମିତ ହାଇଲେଭ୍ଲ ସେତୁକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୁଲିସ୍ ଅଟକ ରଖିଛି। ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଆଶଙ୍କାରେ ପୁଲିସ୍ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ମଧ୍ୟ କରିବେ। […]
କାମାକ୍ଷାନଗର: ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ମେଡିକାଲ୍ର ଉନ୍ନତୀକରଣ, ଡାକ୍ତର ପଦବୀ ପୂରଣ ଦାବିରେ ଭୁବନ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ଫଳରେ ଭୁବନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକାରୀମାନେ ଏନ୍ଏଚ୍-୫୩କୁ ଅବରୋଧ କରିଥିବା ଜଣାପଡ଼ିଛି। ଫଳରେ ଉଭୟ ପଟେ ଗାଡ଼ି ଅଟକି ରହିଛି। ଏଥିସହ ସହରରେ ଦୋକାନ ବଜାର ବି ବନ୍ଦ ରହିଛି। ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ […]
କଟକ: ବନ୍ଦ ହେବାକୁ ବସିଛି କଟକ ହୋମିଓପ୍ୟାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲ। ସରକାରୀ ଅନୁଦାନ ଏବଂ ଭିତ୍ତିଭୂମି ଅଭାବରୁ ଚଳିତ ଶିକ୍ଷାବର୍ଷରୁ ବନ୍ଦ ହୋଇଯାଇପାରେ ଏହି ଶିକ୍ଷାନୁଷ୍ଠାନ। ଏନେଇ ବିଭିନ୍ନ ସମୟରେ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ। ୧୯୮୨ ମସିହାରେ ନିର୍ମିତ ଏହି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନା ଅଛି ଆବଶ୍ୟକ ଭିତ୍ତିଭୂମି ନା ଅଛନ୍ତି […]
ବାଲେଶ୍ୱର: ବାଲେଶ୍ୱର ସଦର ବ୍ଲକ କଣ୍ଟାବଣିଆ ଗାଁରେ ବୁଧବାର ହୋଇଥିବା ଗୁଳିକାଣ୍ଡ ଘଟଣା ପଛରେ ରହିଛି ମାଟି ଚୋରାଚାଲାଣ। ଏପରି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ମାଟି ଓ ବାଲି ଉଠାକୁ ନେଇ ଗତ କିଛିବର୍ଷ ଧରି ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି। ତେବେ ପ୍ରଶାସନର ସ୍ଥାଣୁତା ଯୋଗୁ ମାଟି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। କଣ୍ଟାବଣିଆ ଓ ସାନ ଦହପଡ଼ା ଗାଁକୁ ସଂଯୋଗ କରୁଥିବା ବୁଢ଼ାବଳଙ୍ଗ […]
ଭୁବନେଶ୍ୱର: ଦୋକାନୀଙ୍କୁ ଚକ୍ମା ଦେଇ ଅତି ଚତୁରତାର ସହ ଗହଣା ଲୁଟୁଥିବା ଗୋଲାପୀ ଗାର୍ଲକୁ ନେଇ ରାଜଧାନୀରେ ଚର୍ଚ୍ଚା ଲାଗି ରହିଛି। ରାଜମହଲ ଛକର ଏକ ଦୋକାନରୁ ଗହଣା ଲୁଟ୍ର ସିସିଟିଭି ଫୁଟେଜ୍ ଭାଇରାଲ ହେବା ପରେ ଦୋକାନୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ତେବେ କିଏ ସେ ଗୋଲାପୀ ଗାର୍ଲ ? କ’ଣ ତା’ର ଗହଣା ଲୁଟ୍ ଟେକ୍ନିକ୍ ? ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ରାଜଧାନୀର ରାଜମହଲରେ ଥିବା ଏକ ଗହଣା ଦୋକାନରୁ […]
ଭୁବନେଶ୍ୱର: ବଜେଟ୍ରେ ଓଡ଼ିଶାକୁ କ’ଣ ମିଳିବ ? ମଧ୍ୟବର୍ତ୍ତୀକାଳୀନ ବଜେଟ୍ ହୋଇଥିଲେ ମଧ୍ୟ ବିଜେପି ଫୋକସ୍ରେ ଓଡ଼ିଶା ଥିବାରୁ କେନ୍ଦ୍ର କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନେଇ କଳ୍ପନାଜଳ୍ପନା ଚାଲିଛି। ଏଣେ କେନ୍ଦ୍ର, ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଗ୍ରହଣ କରିନଥିବାରୁ ରାଜ୍ୟ ପାଇଁ ଅଧିକ ଅର୍ଥ ବରାଦ କରିପାରନ୍ତି ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଆଗକୁ ନିର୍ବାଚନ ଥିବାରୁ ଲୋଭନୀୟ ସ୍କିମ୍ ଆଣି ମାଷ୍ଟର ଷ୍ଟ୍ରୋକ୍ ଖେଳି ପାରନ୍ତି କେନ୍ଦ୍ର ସରକାର। ତେବେ ହିନ୍ଦୀ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଲୋୟର ପିଏମ୍ଜିରେ ଆୟୋଜିତ ସାମାଜିକ ନ୍ୟାୟ କାର୍ଯ୍ୟକ୍ରମରେ ସେ ନବୀନ ସରକାରଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସ୍ୱାଧୀନତାର ୭୦ ବର୍ଷ ପରେ ବି ଦେଶର ବିକାଶ ହୋଇପାରିନି। ଆଜି ବି ଆମ ଦେଶରେ କୋଟି କୋଟି ଗରିବ ଲୋକ ଅଛନ୍ତି। ସବୁଠାରୁ ଅଧିକ ଗରିବ ଲୋକ ଓଡ଼ିଶାରେ ଅଛନ୍ତି। କଂଗ୍ରେସ, ବିଜେପି […]
ଭୁବନେଶ୍ୱର: ଜନ୍ମରୁ ମୃତ୍ୟୁ ଯାଏ ଲୋକଙ୍କ ଲାଗି ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ବାସ୍ତବରେ ଏହାଦ୍ୱାରା ଲୋକେ କେତେ ଉପକୃତ ହେଉଛନ୍ତି ତାହାର କିଛି ଠିକ୍ ଠିକଣା ନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ କି ପ୍ରଶାସନିକ ଅବହେଳା ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରୁ। ଏଠାରେ ଗରିବ ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଠିକ୍ରେ ମିଳୁ ନଥିବା ଅଭିଯୋଗ ଆସିଛି। […]
ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ଦାଖଲ ହୋଇଛି ଫାଇନାଲ୍ ଚାର୍ଜସିଟ୍। ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ମାସ ଧରି ବିଭିନ୍ନ ଦିଗରୁ ଖୋଳତାଡ଼ କରି ୭୬ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା। ଯେଉଁଥିରେ ରହିଛି ୭୬ଜଣ ସାକ୍ଷୀଙ୍କ ବୟାନ, ସାଇଣ୍ଟିଫିକ୍ ଟିମ୍ ବିଶେଷଜ୍ଞଙ୍କ ମତ ଓ ମାଳ ମାଳ ତଥ୍ୟ। ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ ଆଜି ଦାଖଲ ହୋଇଛି ଚାର୍ଜସିଟ୍। ଗତ […]
ଭୁବନେଶ୍ୱର: ସାଲେପୁର ସମାବେଶକୁ ଆସିବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାର ସତ୍ୟଭାମାପୁର ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ହେଲିକପ୍ଟରରେ ସତ୍ୟଭାମାପୁର ଯାଇଥିଲେ। ସେଠାରେ ଅମିତ ଶାହଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଆଜି ଶାହ କ’ଣ ଗୁରୁମନ୍ତ୍ର ଦେଉଛନ୍ତି… ଏହା ଉପରେ ସମସ୍ତଙ୍କ […]
ନୟାଗଡ଼: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବରକୁ ସମସ୍ତେ ଅପେକ୍ଷା କରିଥିଲେ। ହେଲେ ଶୌଚ କରିବା ବାହାନାରେ ଅଧା ବାଟରୁ ବର କେଉଁଆଡ଼େ ଫେରାର ହୋଇଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଅଡ଼ାଲ ଗାଁର ଜଣେ ଯୁବକଙ୍କ ବିବାହ ଯଦୁପୁର ଗାଁରେ ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ଗତ ଶନିବାର ଦିନ ଯୁବକ ଜଣକ ବରଯାତ୍ରୀ, ରୋଶଣି ନେଇ ଯଦପୁର […]
ବାଲେଶ୍ୱର: ବାରୁଣୀ ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଛି ବିଭିନ୍ନ ସଙ୍ଗମସ୍ଥଳୀ। ନଦୀ ପଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। କିଏ ପୂର୍ବ ପୁରୁଷଙ୍କ ଆତ୍ମାର ସଦ୍ଗତି ପାଇଁ ପିଣ୍ଡଦାନ କରୁଛି, ତ ଆଉ କିଏ ପୁଣ୍ୟ ଅର୍ଜନ ପାଇଁ ନଦୀରେ ବୁଡ଼ ପକାଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଆସିକା ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳୀରେ ଚାଲିଥିବା ବାରୁଣୀ ଯାତ୍ରାରେ। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବାରୁଣୀ ସ୍ନାନ ସାରି ଶ୍ରଦ୍ଧାଳୁ […]
କଟକ: ଲକ୍ଷାଧିକ ଟଙ୍କ। ଠକେଇ ଅଭିଯୋଗରେ ପତି,ପତ୍ନୀ ଗିରଫ। ଫେସବୁକରେ ଫେକ ଆଇଡି କରି ଲୋକଙ୍କ ଠାରୁ ଟଙ୍କ। ଠକେଇ କରିଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ପୋଲିସ। ଉଭୟ ସ୍ୱାମୀ ,ସ୍ତ୍ରୀ ଫେସବୁକରେ ଫେକ ଆଇଡି ଖୋଲି ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରନ୍ତି। ଆଉ ଏହାପରେ ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଟଙ୍କ। ମାଗି ଠକିଥାନ୍ତି। ଜଣେ ପୁଲିସ କର୍ମଚାରୀଙ୍କୁ ଫେସବୁକରେ ବନ୍ଧୁ କରିବା ସହ ୬୫ ହଜାର ଟଙ୍କ। ଠକିଥିଲେ। ଟଙ୍କ। […]
ଭୁବନେଶ୍ୱର: ବିମାନ ସେବା କ୍ଷେତ୍ରରେ ଭୁବନେଶ୍ୱର ବିମାନବନ୍ଦର ଏକ ନୂଆ ରେକର୍ଡ କରିଛି। ପୂର୍ବବର୍ଷ ତୁଳନାରେ ଏ ବର୍ଷ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୧ ପ୍ରତିଶତ ବଢ଼ିଛି। ଏହାକୁ ଆଖି ଆଗରେ ରଖି ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆଗାମୀ ଦିନରେ ଟର୍ମିନାଲ୍ ଗୁଡ଼ିକୁ ଆହୁରି ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଭୁବନେଶ୍ୱର ବିମାନବନ୍ଦରରେ ୩୨ ଲକ୍ଷ ୩୭ ହଜାର ୯୫୬ଜଣ ଯାତ୍ରୀ ଯିବା ଆସିବା କରିଥିଲେ। ଏମାନଙ୍କ ମଧ୍ୟରେ ୩୧ ଲକ୍ଷ […]