ଢେଙ୍କାନାଳ: ସେସୁ କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତ। ଢେଙ୍କନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକ ନିକଟରେ ଥିବା ଜଣେ ସେସୁ କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ସେସୁ କର୍ମଚାରୀ ମନୋଜ ସାହୁଙ୍କ ଘରେ ପଶି ସାଢେ ୩ ଲକ୍ଷ ଟଙ୍କା ସହ ୧୩ ଭରି ସୁନା ଲୁଟି ନେଇଛନ୍ତି। ଡକାୟତମାନେ ରାତି ପ୍ରାୟ ୯ଟା ୩୦ରେ ମନୋଜଙ୍କ ଘରେ ପଶି […]
ଭୁବନେଶ୍ୱର: ଥମୁନି ଦାଦନ ଦୁଃଖ। ତେଲେଙ୍ଗାନାରୁ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର। ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଶ୍ରମିକମାନେ ତେଲେଙ୍ଗାନାର ପେଡାପାଲ୍ଲି ଜିଲ୍ଲାର କାର୍ଲାଚିଲ୍ଲାରେ ଏକ ଇଟାଭାଟିରେ କାମ କରୁଥିଲେ। ତେବେ ଇଟାଭାଟି ମାଲିକ […]
ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଆବାହନ ପାଇଁ ଚାରିଆଡ଼େ ଉତ୍ସବମୁଖର। ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ମା’ ସରସ୍ୱତୀଙ୍କ ପୂଜା ବେଶ୍ ଧୁମ୍ଧାମରେ ପାଳନ ହେଉଛି। ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପାଇଁ ଶିକ୍ଷାନୁଷ୍ଠାନରେ ପହଞ୍ଚି ସରସ୍ୱତୀଙ୍କୁ ଆରାଧନା କରୁଛନ୍ତି। ସେପଟେ ବସନ୍ତ ପଞ୍ଚମୀ ଅବସରରେ ପୁରୀ ବେଳାଭୂମିରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଆକର୍ଷଣୀୟ ବାଲୁକା କଳା କରାଯାଇଛି। ସୁଦର୍ଶନ ସ୍ୟାଣ୍ଡ୍ ଆର୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି କଳାକୃତି […]
ମାଲକାନଗିରି: ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏହିପରି ଅଭିନବ କୌଶଳ ଆପଣାଇ ଗଞ୍ଜେଇ ଚୋରା ଚାଲାଣ କରୁଥବା ୨ଜଣ ମାଲକାନଗିରି ଜିଲ୍ଲା ପୁଲିସ୍ ହାତରେ ଧରାପଡ଼ିଛନ୍ତି। ଉକ୍ତ ଟ୍ରକ୍ଟି ଚିତ୍ରକୋଣ୍ଡାରୁ ଛତିଶଗଡ଼ ରାୟପୁର ଅଭିମୁଖେ ଯାଉଥବା ବେଳେ ପୁଲିସ୍ ସେହି ଟ୍ରକ୍ରୁ ୮ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ରାୟଗଡ଼ା(ନନ୍ଦକିଶୋର): ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ତହସିଲ୍ ଅଫିସ ଆଗରେ ଆର୍ଥିକ ସଂସ୍ଥାଗୁଡ଼ିକ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ବିଭିନ୍ନ ସମୟରେ ତ୍ରୁଟିଯୁକ୍ତ କେନ୍ଦ୍ରୀୟ ଆଇନ ଓ ରାଜ୍ୟ ସରକାରୀ ସହାୟତାରେ ଠକ ସଂସ୍ଥାମାନେ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ବିଭିନ୍ନ ପ୍ରକାର ସଂସ୍ଥା ଦ୍ୱାରା ୨୦୧୩ ରୁ ୨୦୧୯ର ଏପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି। ସରକାର ଦ୍ୱାରା ଟଙ୍କା ଫେରାଇବା ପାଇଁ ୨୦୧୩ରେ ପ୍ରତିଶ୍ରୁତି ମିଳିଥିଲେ ବି ତାହା […]
ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଡୁଙ୍ଗୁରିପାଲ୍ଲି ଗାଁ ଭାଲୁଡୁଙ୍ଗୁରି ପାହାଡ଼ରୁ ଚୋରା ମାଙ୍ଗାନିଜ ବୋଝେଇ ଏକ ଟ୍ରକ ଜବତ ହୋଇଛି। ଚୋରା ଚାଲାଣ ବେଳେ ଗ୍ରାମବାସୀ ଏହି ଟ୍ରକକୁ ଜବତ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଜବତ ମାଙ୍ଗାନିଜର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବେଲି ଜଣାଯାଇଛି।
ଭୁବନେଶ୍ୱର: ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଯୋଗୁ ଗୃହ କାର୍ଯ୍ୟ ଚାଲିପାରିନାହିଁ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଷୀ ସମସ୍ୟା ନେଇ କଂଗ୍ରେସ ଓ ବେକାରୀ ସମସ୍ୟା ନେଇ ବିଜେପି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଓ ପରେ ୩ଟା ଯାଏ ମୁଲତବି ଘୋଷଣା କରିଛନ୍ତି। ଅନ୍ୟପଟେ ଆଜି ଅପରାହ୍ଣରେ କାମଚଳା ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ଏଥିରେ ୫୬,୯୨୧ କୋଟି […]
ବାରିପଦା: ଆଦିବାସୀ ଆଶ୍ରମ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକରେ ଥିବା ଏକ ଆଦିବାସୀ ଆଶ୍ରମ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମୋରଡ଼ା ଥାନାରେ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏତଲା କରିଛନ୍ତି। ଏହି ଘଟଣାରେ ସେହି ଆଶ୍ରମ ସ୍କୁଲର ଜଣେ ନାବାଳକ ଛାତ୍ରଙ୍କୁ ପୁଲିସ୍ ଅଟକ ରଖିଛି। ନାବାଳିକା ଛାତ୍ରୀ ଜଣକ ଚାରି ମାସର ଗର୍ଭବତୀ ଥିବା […]
ଭୁବନେଶ୍ୱର: ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ମୃତଦେହ ଉଦ୍ଧାର ପରେ ବୁଧବାର ଦିନ ଅଗ୍ନିଶମ ବାହିନୀ ଓଡିଶା ଫେରିଛି। ଗତବର୍ଷ ଡିସେମ୍ବର ୨୮ ତାରିଖରେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଓଡିଶାରୁ ଅଗ୍ନିଶମ ବାହିନୀ ଟିମ୍ ମେଘାଳୟ ଯାଇଥିଲେ। ସେଠାରେ ଶୂନ ଡିଗ୍ରୀରେ ଉଦ୍ଧାର କରିବା ସହ ବାୟୁସେନା ଓ ନୌସେନା ସହ କାମ କରି ଅଭିଜ୍ଞତା ହାସଲ କରିଥିବା ଟିମ୍ ସଦସ୍ୟ କହିଛନ୍ତି। ଡିସେମ୍ବର ୧୩ରୁ ମେଘାଳୟର ପୂର୍ବ […]
ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ନେଇ ଆସନ୍ତା ୮ ତାରିଖରେ ଉତ୍କଳ ସାମ୍ବାଦିକ ସଂଘ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଦୁର୍ବ୍ୟବହାର ବୃଦ୍ଧି ପାଉଥିବାରୁ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ସମ୍ବାଦିକଙ୍କ ସୁରକ୍ଷା ଲାଗି ମହାରାଷ୍ଟ୍ର ସରକାର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିଥିବା ବେଳେ ଅନ୍ୟପଟେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ଓ ବିଭାଗୀୟ ମନ୍ତ୍ରୀଙ୍କୁ ସୁରକ୍ଷା ନେଇ ଦାବି […]
ଭୁବନେଶ୍ୱର: ଆଇନଜୀବୀଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ଦାବିରେ ଆସନ୍ତା ୧୧ ଏବଂ ୧୨ ତାରିଖରେ ରାଜ୍ୟର ସମସ୍ତ ଆଇନଜୀବୀ ପ୍ରତିବାଦ ସଭା କରିବେ। ୧୧ ତାରିଖରେ ସମସ୍ତ ବାର୍ ଆସୋସିଏସନର ସଦସ୍ୟ ସ୍ଥାନୀୟ କୋର୍ଟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ ସଭା କରିବେ। ଏଥିସହ ଦାବି ପତ୍ର ସ୍ଥାନୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରିବେ। ସେହିପରି ୧୨ ତାରିଖରେ ରାଜ୍ୟର ସମସ୍ତ ଆଇନଜୀବୀ ରାଜଧାନୀର ସିଭିଲ୍ ବାର୍ ଆସୋସିଏସନ୍ରେ ଏକାଠି ହୋଇ ରାଜଭବନ ଯିବାର […]
ଭୁବନେଶ୍ୱର: ଆଜି ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ଏଥର ବଜେଟ୍ର ଆକାର ୫୬ ହଜାର ୯୨୧ କୋଟି ଟଙ୍କାର ହେବ। ପୂର୍ବରୁ ମନ୍ତ୍ରୀ ପରିଷଦ ବଜେଟ୍ର ଆକାରକୁ ଅନୁମୋଦନ ଦେଇ ସାରିଛି। ଆଜି ଅପରାହ୍ଣରେ କାମଚଳା ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ଏଥିରେ ୫୬,୯୨୧ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯିବ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବଜେଟ୍ ଉପରେ […]
ବାରିପଦା: ନିଆଁରେ ପୋଡ଼ି ପାଉଁଶ ହୋଇଗଲା ବିସ୍ଥାପିତଙ୍କ ଘର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଶିଆଳିନଈ ଗାଁର ଶିମିଳିପାଳ ବିସ୍ଥାପିତ କଲୋନୀରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିସ୍ଥାପିତଙ୍କ ୨୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଏହି କଲୋନୀରେ ଅଗ୍ନିକାଣ୍ଡ ଘଟି ୧୬ ବଖରା ଘର ପୋଡି ଯାଇଥିଲା। ଏହାସହ ଜଣେ ବ୍ୟକ୍ତି […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗୋଳାବାରୁଦ କାରଖାନାର କୋର ଏରିଆର କାଳକୁଟ ଜଙ୍ଗଲରୁ ଗୋଟିଏ ବାଘର ମୃତଦେହ ଠାବ କରାଯାଇଛି। ମୃତ ବାଘଟି କଲରାପତରିଆ ବୋଲି କୁହାଯାଉଛି। ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନି। ବାର୍ହା ଧରିବା ପାଇଁ ବିଛାଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ଘଟିଥିବା ଅନୁମାନ କରାଯାଛି। ସେପଟେ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହାପୂର୍ବରୁ ସ୍ଥାନୀୟ ଲୋକେ ସଂପୃକ୍ତ ଅଞ୍ଚଳରେ ଗୋଟିଏ […]
ଧର୍ମଗଡ଼/ଚାନ୍ଦବାଲି: ମାତିଛନ୍ତି ଏଟିଏମ୍ ଲୁଟେରା। ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟେରାମାନେ ଏଟିଏମ୍ ଭାଙ୍ଗି ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସୁଛି। କେଉଁଠି ଏଟିଏମ୍ ମେସିନ୍ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍ କରୁଛନ୍ତି ତ ଆଉ କେଉଁଠି ଲୁଟ୍ ପାଇଁ ନୂଆ ନୂଆ କୌଶଳ ବ୍ୟବହାର କରୁଛନ୍ତି। ଗତକାଲି ରାତିରେ ରାଜ୍ୟର ୩ଟି ସ୍ଥାନରେ ଏଟିଏମ୍ ଲୁଟ୍ ହୋଇଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଗତକାଲି ରାତିରେ ୨ଟି ସ୍ଥାନରେ ଏଟିଏମ୍ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ଗୋଟିଏ […]
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଭବାନୀପାଟଣା ଯାଇ ସାଧାରଣ ସଭାରେ ଯୋଗଦେବେ। ରାହୁଲ ଗାନ୍ଧି ସାଧାରଣ ସଭାରେ ଚାଷ ଏବଂ ଚାଷୀଙ୍କ ସମସ୍ୟାକୁ ନେଇ ନିଜ ଅଭିଭାଷଣରେ ମୁଖ୍ୟ ପ୍ରସଙ୍ଗ କରିପାରନ୍ତି ବୋଲି କୁହାଯାଉଛି। ଦୀର୍ଘ ୯ ବର୍ଷ ପରେ ରାହୁଲ ଗାନ୍ଧି କେବିକେକୁ ଆସୁଥିବାରୁ ଦଳୀୟ କର୍ମୀଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏହି ସମାବେଶରେ ୯ଟି ଜିଲ୍ଲାର କଂଗ୍ରେସ କର୍ମୀ ଯୋଗଦେବେ। ପଞ୍ଚାୟତ […]
ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାର ରିପୋର୍ଟ ୩ ଜଣିଆ ତଦନ୍ତକାରୀ ଟିମ୍ ଅଗ୍ନିଶମ ଡିଜିଙ୍କ ନିକଟରେ ବନ୍ଦ ଲଫାପାରେ ଦାଖଲ କରିଛନ୍ତି। ଏନେଇ ତଦନ୍ତକାରୀ ଅଧତ୍କାରୀ ବି. ଘଡେଇ ସୂଚନା ଦେଇଛନ୍ତି। ହସ୍ପିଟାଲ୍ର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍ରୁ ଧୂଆଁ ବାହାରିବା ପରେ ନିଆଁ ଲାଗିଥିବା ସମ୍ପର୍କରେ ଜଣାପଡ଼ିଥିଲା। ନିଆଁ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥିଲେ। ତେବେ ଭୟରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ମହଲାରେ […]
କୋରାପୁଟ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଗସ୍ତ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ ସହ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ମୁଖ୍ୟମନ୍ତ୍ରୀ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରିବେ। ଯୁବ ବାହିନୀଙ୍କ ଉଦ୍ଦେଶ୍ୟରେ ଏକ ଯୁବ ସମାବେଶ ମଧ୍ୟ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପ୍ରାୟ ୧୭ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହା ମଧ୍ୟରେ ବହୁ ପ୍ରତୀକ୍ଷିତ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ବୈଜୟନ୍ତ ପଣ୍ଡାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ପକ୍ଷାଘାତ ରୋଗୀ ସନ୍ଧ୍ୟାରାଣୀ ବେଉରାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଯିବା ବେଳେ ବିଜୁ ଯୁବ ବାହିନୀ କର୍ମୀମାନେ ତାଙ୍କୁ କଳାପତାକା ଦେଖାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବୈଜୟନ୍ତ ପଣ୍ଡା ଆଜି ମାର୍ଶାଘାଇ ବ୍ଲକ୍ ଜୁଣମାର୍ଶାଘାଇ ଗାଁ ଭିତରକୁ ଯିବା ବେଳେ କିଛି ବିଜୁ ଯୁବ ବାହିନୀ କର୍ମୀ ତାଙ୍କୁ ବିରୋଧ କରିଥିଲେ। ବୈଜୟନ୍ତଙ୍କ ପ୍ରତି ‘ଗୋ ବ୍ୟାକ୍’ ନାରା ସହ କଳାପତାକା ମଧ୍ୟ […]
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ହୋଇଛି। ହରିହର କରଣଙ୍କ ପରଲୋକକୁ ନେଇ ତାଙ୍କ ପୁଅ ରାଜେଶ କରଣ କହିଛନ୍ତି, ‘୩ ସପ୍ତାହ ତଳେ ବାପା ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲେ। ସ୍ଥାନାନ୍ତର ଯୋଗୁଁ ୫ ଘଣ୍ଟା ଭେଣ୍ଟିଲେଟର ସୁବିଧା ପାଇ ନ ଥିଲେ। ଦୁଇ ହସ୍ପିଟାଲ ମଧ୍ୟରେ କୋର୍ଡିନେସନ୍ର ବିଳମ୍ବ ହେଲା। ଏହି ଅବହେଳା ବାପାଙ୍କ ମୃତ୍ୟୁର ଅନ୍ୟତମ କାରଣ […]
ଭୁବନେଶ୍ୱର: ବିଭିନ୍ନ ଦାବିରେ ଆସନ୍ତା ୭ ତାରିଖରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ବିଧାନସଭା ଘେରାଉ କରିବ। ୫୦ ହଜାରରୁ ଅଧିକ ଶିକ୍ଷକ ଏହି ଆନ୍ଦୋଳନରେ ଯୋଗ ଦେବେ। ୨୮ ଶହ ଗ୍ରେଡ୍ ପେ’ ଦେଇ ସପ୍ତମ ବେତନ କମିଶନର ସଂଶୋଧନ, କନିଷ୍ଠ ଶିକ୍ଷକଙ୍କ ମୂଳ ଦରମାର ୨୫ ପ୍ରତିଶତ ବୃଦ୍ଧି, ପେନ୍ସନ୍ ବ୍ୟବସ୍ଥା ଲାଗୁ, କନିଷ୍ଠ ଶିକ୍ଷକଙ୍କ ବଦଳି ନୀତିକୁ ବଳବତ୍ତର ଏବଂ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ନେଇ ଓଡ଼ିଶା ପ୍ରାଥମିକ […]
ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବିଜେଡିରେ ଫାଟ। ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ନେଇ ବ୍ରହ୍ମଗିରି ବିଜେଡିରେ ବିବାଦ ଦେଖିବାକୁ ମିଳିଛି। ବ୍ରହ୍ମଗିରିର ବରିଷ୍ଠ ବିଜେଡି ନେତା ଓ କର୍ମୀ ବିଧାୟକଙ୍କୁ ବିରୋଧ କରିଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ବିରୋଧ କରି ଦଳର ଛାମୁଆ ନେତା ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହାସହ ବିଧାୟକଙ୍କ ବିରୋଧରେ ଆଗାମୀ ଦିନରେ ଏକ ପ୍ରତିବାଦ ସମାବେଶ ଡକାଯିବ ବୋଲି ଏହି ନେତାମାନେ କହିଛନ୍ତି। ଏହାସହ ସଞ୍ଜୟ […]
ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି। କୃଷି, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଗ୍ରାମାଞ୍ଚଳ ବିକାଶର ସ୍ୱର୍ଣ୍ଣିମ ଚେହେରା ଉପସ୍ଥାପନ କରିଛନ୍ତି ରାଜ୍ୟପାଳ। ଗାଁ ଗହଳିରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ପାଇପ୍ ପାଣି ପ୍ରକଳ୍ପ ସଂପର୍କରେ ରାଜ୍ୟପାଳ କହିଛନ୍ତି। ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁ ରାଜ୍ୟ ଓ ରାଜ୍ୟ ବାହାରେ ଗରିବ […]
ଭୁବନେଶ୍ୱର: ପୁଣି ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ପକ୍ଷରୁ ସୂଚନା ମିଳିଛି। ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୁଦ୍ଧଦ୍ୱାର […]
ବଲାଙ୍ଗିର: ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ। ବଲାଙ୍ଗିର ଜିଲ୍ଲା ତୁଷୁରା ଛକ ନିକଟରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା ଆହତ ହୋଇଛି। ତା’ର ବାମ ଗୋଡ଼ରେ ଗୁଳି ବାଜିଛି। ଆହତ କ୍ରିଷ୍ଣାକୁ ସଇଁନ୍ତଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବଲାଙ୍ଗିର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗତକାଲି କ୍ରିଷ୍ଣାକୁ ଗିରଫ କରିବା ପାଇଁ ପୁଲିସ୍ ଉଦ୍ୟମ କରିବା ବେଳେ ସେ ପ୍ରଥମେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। […]