ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଚିଠିରେ ମୁଖ୍ୟମନ୍ତ୍ରୀ ପିଏମ୍-କିଷାନ ଯୋଜନାକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୮ ମସିହା ଡିସେମ୍ବର ମାସରେ ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ ଯୋଜନାକୁ ରାଜ୍ୟ ସରକାର ଅନୁମୋଦନ କରିଥିଲେ। ଏହା ପ୍ରଗତିଶୀଳ ଓ ଲୋକାଭିମୁଖୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ରାଜ୍ୟର ପ୍ରାୟ ୯୨ ପ୍ରତିଶତ କୃଷକ, ଭାଗ ଚାଷୀ, ଭୂମିହୀନ କୃଷି ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଭୂମିହୀନ […]
କୋଣାର୍କ: ଆଜି ମାଘ ସପ୍ତମୀ। ଏହି ଅବସରରେ ଆଜି କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଭୋର ୩ଟା ୫୦ରେ ତିନି ଠାକୁରଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି ହୋଇଥିଲା। ଏହାପରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁ, ସନ୍ଥ ମାନେ ସାହି ସ୍ନାନ କରିଥିଲେ। ପରେ ଭୋର ୪ଟା ୧୦ ମିନିଟ୍ରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ। ଏହି ଦିନରେ ବୁଡ଼ ପକାଇଲେ ପାପକ୍ଷୟ ହେବା ସହିତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ପରମ୍ପରା […]
ଭୁବନେଶ୍ୱର: ବ୍ରାଉନସୁଗାର କାରବାରରେ ଲିପ୍ତ ଥିବା ଅଭିଯୋଗରେ ପୁଲିସ୍ ଇନଫର୍ମର କ୍ଷୀରୋଦ ସାହୁ ଧରାପଡିଛନ୍ତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର କ୍ଷିରୋଦଙ୍କ ନିକଟରୁ ୧୦୫ ଗ୍ରାମ୍ର ବ୍ରାଉନସୁଗାର ପୁଲିସ ଜବତ କରିଛି। କିଛି ବର୍ଷ ଧରି ସେ ଏହି କାରବାରରେ ଲିପ୍ତ ଥିବା ଜଣାପଡିଛି। କ୍ଷିରୋଦ କୁମାର ପୁଲିସ୍ ଇନଫର୍ମର ଥିବା ଖୋଳତାଡ଼ରୁ ଜଣାପଡିଛି। ନିଜେ ବ୍ରାଉନସୁଗାର ବ୍ୟବସାୟୀ ହୋଇଥିବାବେଳେ ଅନ୍ୟ ବ୍ରାଉନସୁଗାର ବ୍ୟବସାୟୀଙ୍କ ସମ୍ପର୍କରେ ସେ ପୁଲିସକୁ ସୁଚନା ଦେଉଥିଲେ ବୋଲି ଜଣାଯାଇଛି । କ୍ଷିରୋଦଙ୍କ ସୂଚନାକୁ […]
ବରଗଡ଼ : ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାରେ ସୋହେଲା ଥାନା ଏଏସ୍ଆଇ ଓ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି। ଏଏସ୍ଆଇ ବନମାଳୀ କୁଅଁର ଓ ଅନ୍ୟତମ ଅଭିଯୁକ୍ତ କୈବଲ୍ୟ ନାଗଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଏହି ଘଟଣାରେ ଏଏସ୍ଆଇ କୁଅଁରଙ୍କୁ ବରଗଡ଼ ଏସ୍ପି ନିଲମ୍ବନ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୮ ତାରିଖରେ ମେଲଛାମୁଣ୍ଡା ଅଞ୍ଚଳର ଜଣେ ନାବାଳିକା ଟିଉସନକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପୁଲିସ୍ ତାଙ୍କୁ ସୋହେଲାରୁ […]
ରାଉରକେଲା : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଟିସିଆଇ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଯୁବତୀଙ୍କ ଜୀବନ ଯାଇଛି। ସ୍କୁଟିରେ ଯାଉଥିବା ୨ ଯୁବତୀଙ୍କୁ ଏକ ଟ୍ରେଲର ପିଟି ଦେବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରେଲର ଡ୍ରାଇଭର ଗାଡ଼ି ସହ ଫେରାର ହୋଇଯାଇଛନ୍ତି । ସଙ୍ଗେ ସଙ୍ଗେ ଯୁବତୀ ଦୁଇଜଣଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସ୍କୁଟିରେ ନମ୍ବର ଲେଖା ନ […]
ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବିରେ ରାଜ୍ୟ ସାରା ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି। ହକ୍ ଦେବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଭିନ୍ନ ଭିନ୍ନ ସ୍ଥାନରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ନିକଟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏଥିଯୋଗୁ ଯାନବାହନ ଚଳାଚଳ ବାଧାପ୍ରପ୍ତ ହୋଇଛି। ଏହାବ୍ୟତୀତ ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ଭୁବନେଶ୍ୱରକୁ ଆସୁଥିବା ପରିବା ବୋଝେଇ ଗାଡ଼ିଗୁଡିକୁ […]
ମାଲକାନଗିରି: ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍। ମାଲକାନଗିରି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ମାଲକାନଗିରି-ଗୋବିନ୍ଦପାଲ୍ଲୀ ରାସ୍ତାର ପାଙ୍ଗାମ ନିକଟରେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି। କେଉଁ କାରଣରୁ ଏ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ି ନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁଯାୟୀ, […]
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଝାରସୁଗୁଡ଼ାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସହରର ତାପମାତ୍ରା ୧୦ ଡିଗ୍ରୀ ଓ ୧୦ଡିଗ୍ରୀ ଉପରେ ରହିଛି। ଗତକାଲି ରାତିରେ ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୯.୫ ରେକର୍ଡ କରାଯାଇଥିଲା। ପ୍ରାୟ ସପ୍ତାହେ ପରେ ତାପମାତ୍ରା ସ୍ୱାଭାବିକ ଠାରୁ ଉପରେ ହୋଇଯିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୪ ଦିନ […]
ବ୍ରହ୍ମପୁର: ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ୍(ବିଏମ୍ସି)ର ପ୍ରୟାସ। ସହରର ୫ଟି ଜାଗାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍। ପ୍ରଥମେ ଟାଟାବେଞ୍ଜ ଛକ, ପି.ଭି.ଏନ୍. ରାଓ ପେଟ୍ରୋଲ ପମ୍ପ, କମାପଲ୍ଲୀ ଛକ, ଗେଟ୍ବଜାର ଓ କୋର୍ଟପେଟା ଛକରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ସେଠାରେ ସିସିଟିଭି କ୍ୟାମେରା ସହ ଅଟୋମେଟେଡ ସୋଲାର ଟ୍ରାଫିକ ଲାଇଟ୍ ଲାଗିବ। ଟ୍ରାଫିକ ଗହଳିକୁ ଦେଖି ଜଳିବ ଗ୍ରୀନ୍ ଓ ରେଡ୍ ଲାଇଟ୍। ମୁଖ୍ୟ […]
ସୋର: ପଛକୁ ପଛ ପିଟି ହେଲା ଟ୍ରକ୍। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଭଗିଆ ଛକ ନିକଟରେ ଏକ ଟ୍ରକ୍ ପଛରେ ଆଉ ଏକ ପିଟି ହୋଇଥିଲା। ଏହାପରେ ଦ୍ୱିତୀୟ ଟ୍ରକ୍ ପଛରେ ଆଉ ଏକ ଟ୍ରକ୍ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ […]
ମାଲକାନଗିରି: ପୁଣି ମଣ୍ଡିକୁ ନେଇ ଆନ୍ଦୋଳନ। ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାନ ବସ୍ତା ରଖି ଜିଲ୍ଲା କଂଗ୍ରେସର କର୍ମୀମାନେ ଧାରଣା ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଣ୍ଡି ଆରମ୍ଭ ହେବାର ୩ ମାସ ପୂରିବାକୁ ବସିଥିବା ବେଳେ ଧାନ କିଣା ଶେଷ ହୋଇ ପାରୁନାହିଁ। ଚାଷୀମାନେ ଶୀତ କାକରରେ ବସି ବସି ନୟାନ୍ତ ହେଲେଣି। ହେଲେ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ମଧ୍ୟ ନିରାଶ […]
ବରଗଡ଼: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏଏସ୍ଆଇ ସସ୍ପେଣ୍ଡ୍। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସ୍ଆଇ ବନମାଳି କୁଅଁରଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଗତକାଲି ଏହି ଅଭିଯୋଗ ଆସିବା ପରେ ବରଗଡ଼ ଏସ୍ପି ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖ ଦିନ ମେଲଛାମୁଣ୍ଡା ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଟ୍ୟୁସନ୍କୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ମେଲଛାମୁଣ୍ଡା ଥାନା ପୁଲିସ୍ ତାଙ୍କୁ ସୋହେଲାରୁ ଉଦ୍ଧାର କରିଥିଲା ଓ […]
ଭୁବନେଶ୍ୱର: ଆଜି ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଇନଜୀବୀ ଭେଟିବେ। ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଶନିବାର ଦିନ ଖୋର୍ଦ୍ଧା ପୂର୍ତ୍ତ ଡାକ ବଙ୍ଗଳାଠାରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ବିଚିତ୍ର କୁମାର ବଡଜେନାଙ୍କ ଅଧ୍ୟକ୍ଷତାରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଆଜି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରାଯିବା ନେଇ […]
ଭୁବନେଶ୍ୱର: ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ମାଗିବ ବିଜେପି ଯୁବ ମୋର୍ଚ୍ଚା। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଠିକଣାରେ ଚିଠି ଲେଖାଯିବ। ଫେବୃଆରୀ ୧୨ରୁ ୧୫ ମଧ୍ୟରେ ଡାକ ଯୋଗେ ଚିଠି ପଠାଯିବ ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଚିଠିରେ ମୁଖ୍ୟତଃ ୩ ଟି ପ୍ରଶ୍ନ ପଚରାଯିବ ୧- ନିଯୁକ୍ତି ମେଳା ନାଁରେ ନିଆଯାଇଥିବା ୧୦୦ ଟଙ୍କା କେବେ ଫେରସ୍ତ କରାଯିବ? ୨-୧୦ ବର୍ଷରେ ପଞ୍ଜୀକୃତ ହୋଇଥିବା ୨୨ ଲକ୍ଷ ବେକାରୀଙ୍କୁ କେବେ […]
ଆନନ୍ଦପୁର : ମେଡିକାଲ୍ କର୍ମଚାରୀଙ୍କ ଚରମ ଦାୟିତ୍ୱହୀନତା ଯୋଗୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ବାମ ଗୋଡ଼ ବଦଳରେ ଡାହାଣ ଗୋଡ଼ ଡ୍ରେସିଂ କରଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଘଟିଛି। ଶୁକ୍ରବାର ଖଡବିଲ ଗାଁର ମିତାରାଣୀ ଜେନା ତାଙ୍କ ବାମ ଗୋଡରେ ହୋଇଥିବା ଘାକୁ ଦେଖାଇବା ଲାଗି ଡାକ୍ତରଖାନା ଆସିଥିଲେ । ଡାକ୍ତର ଦେଖିବା ପରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଡ୍ରେସିଂ ପାଇଁ କହିଥିଲେ। ହେଲେ କର୍ମଚାରୀ […]
ଢେଙ୍କାନାଳ: ସେସୁ କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତ। ଢେଙ୍କନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକ ନିକଟରେ ଥିବା ଜଣେ ସେସୁ କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ସେସୁ କର୍ମଚାରୀ ମନୋଜ ସାହୁଙ୍କ ଘରେ ପଶି ସାଢେ ୩ ଲକ୍ଷ ଟଙ୍କା ସହ ୧୩ ଭରି ସୁନା ଲୁଟି ନେଇଛନ୍ତି। ଡକାୟତମାନେ ରାତି ପ୍ରାୟ ୯ଟା ୩୦ରେ ମନୋଜଙ୍କ ଘରେ ପଶି […]
ଭୁବନେଶ୍ୱର: ଥମୁନି ଦାଦନ ଦୁଃଖ। ତେଲେଙ୍ଗାନାରୁ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର। ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଶ୍ରମିକମାନେ ତେଲେଙ୍ଗାନାର ପେଡାପାଲ୍ଲି ଜିଲ୍ଲାର କାର୍ଲାଚିଲ୍ଲାରେ ଏକ ଇଟାଭାଟିରେ କାମ କରୁଥିଲେ। ତେବେ ଇଟାଭାଟି ମାଲିକ […]
ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଆବାହନ ପାଇଁ ଚାରିଆଡ଼େ ଉତ୍ସବମୁଖର। ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ମା’ ସରସ୍ୱତୀଙ୍କ ପୂଜା ବେଶ୍ ଧୁମ୍ଧାମରେ ପାଳନ ହେଉଛି। ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପାଇଁ ଶିକ୍ଷାନୁଷ୍ଠାନରେ ପହଞ୍ଚି ସରସ୍ୱତୀଙ୍କୁ ଆରାଧନା କରୁଛନ୍ତି। ସେପଟେ ବସନ୍ତ ପଞ୍ଚମୀ ଅବସରରେ ପୁରୀ ବେଳାଭୂମିରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଆକର୍ଷଣୀୟ ବାଲୁକା କଳା କରାଯାଇଛି। ସୁଦର୍ଶନ ସ୍ୟାଣ୍ଡ୍ ଆର୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି କଳାକୃତି […]
ମାଲକାନଗିରି: ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏହିପରି ଅଭିନବ କୌଶଳ ଆପଣାଇ ଗଞ୍ଜେଇ ଚୋରା ଚାଲାଣ କରୁଥବା ୨ଜଣ ମାଲକାନଗିରି ଜିଲ୍ଲା ପୁଲିସ୍ ହାତରେ ଧରାପଡ଼ିଛନ୍ତି। ଉକ୍ତ ଟ୍ରକ୍ଟି ଚିତ୍ରକୋଣ୍ଡାରୁ ଛତିଶଗଡ଼ ରାୟପୁର ଅଭିମୁଖେ ଯାଉଥବା ବେଳେ ପୁଲିସ୍ ସେହି ଟ୍ରକ୍ରୁ ୮ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ରାୟଗଡ଼ା(ନନ୍ଦକିଶୋର): ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ତହସିଲ୍ ଅଫିସ ଆଗରେ ଆର୍ଥିକ ସଂସ୍ଥାଗୁଡ଼ିକ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ବିଭିନ୍ନ ସମୟରେ ତ୍ରୁଟିଯୁକ୍ତ କେନ୍ଦ୍ରୀୟ ଆଇନ ଓ ରାଜ୍ୟ ସରକାରୀ ସହାୟତାରେ ଠକ ସଂସ୍ଥାମାନେ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ବିଭିନ୍ନ ପ୍ରକାର ସଂସ୍ଥା ଦ୍ୱାରା ୨୦୧୩ ରୁ ୨୦୧୯ର ଏପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି। ସରକାର ଦ୍ୱାରା ଟଙ୍କା ଫେରାଇବା ପାଇଁ ୨୦୧୩ରେ ପ୍ରତିଶ୍ରୁତି ମିଳିଥିଲେ ବି ତାହା […]
ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଡୁଙ୍ଗୁରିପାଲ୍ଲି ଗାଁ ଭାଲୁଡୁଙ୍ଗୁରି ପାହାଡ଼ରୁ ଚୋରା ମାଙ୍ଗାନିଜ ବୋଝେଇ ଏକ ଟ୍ରକ ଜବତ ହୋଇଛି। ଚୋରା ଚାଲାଣ ବେଳେ ଗ୍ରାମବାସୀ ଏହି ଟ୍ରକକୁ ଜବତ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଜବତ ମାଙ୍ଗାନିଜର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବେଲି ଜଣାଯାଇଛି।
ଭୁବନେଶ୍ୱର: ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଯୋଗୁ ଗୃହ କାର୍ଯ୍ୟ ଚାଲିପାରିନାହିଁ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଷୀ ସମସ୍ୟା ନେଇ କଂଗ୍ରେସ ଓ ବେକାରୀ ସମସ୍ୟା ନେଇ ବିଜେପି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଓ ପରେ ୩ଟା ଯାଏ ମୁଲତବି ଘୋଷଣା କରିଛନ୍ତି। ଅନ୍ୟପଟେ ଆଜି ଅପରାହ୍ଣରେ କାମଚଳା ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ଏଥିରେ ୫୬,୯୨୧ କୋଟି […]
ବାରିପଦା: ଆଦିବାସୀ ଆଶ୍ରମ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକରେ ଥିବା ଏକ ଆଦିବାସୀ ଆଶ୍ରମ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମୋରଡ଼ା ଥାନାରେ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏତଲା କରିଛନ୍ତି। ଏହି ଘଟଣାରେ ସେହି ଆଶ୍ରମ ସ୍କୁଲର ଜଣେ ନାବାଳକ ଛାତ୍ରଙ୍କୁ ପୁଲିସ୍ ଅଟକ ରଖିଛି। ନାବାଳିକା ଛାତ୍ରୀ ଜଣକ ଚାରି ମାସର ଗର୍ଭବତୀ ଥିବା […]
ଭୁବନେଶ୍ୱର: ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ମୃତଦେହ ଉଦ୍ଧାର ପରେ ବୁଧବାର ଦିନ ଅଗ୍ନିଶମ ବାହିନୀ ଓଡିଶା ଫେରିଛି। ଗତବର୍ଷ ଡିସେମ୍ବର ୨୮ ତାରିଖରେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଓଡିଶାରୁ ଅଗ୍ନିଶମ ବାହିନୀ ଟିମ୍ ମେଘାଳୟ ଯାଇଥିଲେ। ସେଠାରେ ଶୂନ ଡିଗ୍ରୀରେ ଉଦ୍ଧାର କରିବା ସହ ବାୟୁସେନା ଓ ନୌସେନା ସହ କାମ କରି ଅଭିଜ୍ଞତା ହାସଲ କରିଥିବା ଟିମ୍ ସଦସ୍ୟ କହିଛନ୍ତି। ଡିସେମ୍ବର ୧୩ରୁ ମେଘାଳୟର ପୂର୍ବ […]
ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ନେଇ ଆସନ୍ତା ୮ ତାରିଖରେ ଉତ୍କଳ ସାମ୍ବାଦିକ ସଂଘ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଦୁର୍ବ୍ୟବହାର ବୃଦ୍ଧି ପାଉଥିବାରୁ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ସମ୍ବାଦିକଙ୍କ ସୁରକ୍ଷା ଲାଗି ମହାରାଷ୍ଟ୍ର ସରକାର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିଥିବା ବେଳେ ଅନ୍ୟପଟେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ଓ ବିଭାଗୀୟ ମନ୍ତ୍ରୀଙ୍କୁ ସୁରକ୍ଷା ନେଇ ଦାବି […]