ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲିର ଆଳୁ ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍ ୬ ଜଣିଆ ଡକାୟତ ଦଳକୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାସ୍ଥଳରୁ ମିଳିଥିବା ଫୋନ୍କୁ ଟ୍ରାକ୍ କରି ପୁଲିସ୍ ଏହି ସଫଳତା ପାଇଥିବା କହିଛି। ଡକାୟତଙ୍କଠାରୁ ବିଭିନ୍ନ ମାରାଣାସ୍ତ୍ର ସହ ୧୮ ହଜାର ଟଙ୍କା, ୬ଟି ମୋବାଇଲ ଓ ୪ଟି ବାଇକ୍ ଜବତ ହୋଇଛି। ଗତ ୧ ତରିଖ ରାତିରେ ଏହି […]
ଯାଜପୁର :ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଡଙ୍କାରୀ ଗାଁରେ ୪୦ରୁ ଅଧିକ ହିତାଧିକାରୀ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇ ପାରୁ ନ ଥିବା ଅଭିଯୋଗ ହୋଇଛି। ଏହାର ସମାଧାନ ନିମନ୍ତେ ବର୍ଷ ବର୍ଷ ଧରି ସରପଞ୍ଚ, ବ୍ଲକ୍ ଅଧିକାରୀଙ୍କୁ ଗୁହାରୀ କରାଗଲେ ବି କେହି କର୍ଣ୍ଣପାତ କରୁ ନାହାନ୍ତି। ଫଳରେ ପରିଣତ ବୟସରେ ଭାଗ୍ୟ ଓ ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି ଅସହାୟ ଗରିବ ବୃଦ୍ଧବୃଦ୍ଧା। […]
ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କୁ ମାସିକ ୧୨ ହଜାର ଟଙ୍କା ଲେଖାଏ ପେନ୍ସନ୍ ପ୍ରଦାନ କରିବାକୁ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଦାବି ହୋଇଛି। ୨୦୧୮ ମସିହାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା। ଏଥିରେ ୪୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା କାରିଗର ଓ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ପୁରୁଷ କାରିଗରଙ୍କୁ ୧୨ ହଜାର ଟଙ୍କା ପେନ୍ସନ୍ ଦେବା ଲାଗି ସଂଘ ଦାବି କରିଥିଲା। ମାତ୍ର ଦୀର୍ଘ ଦିନ […]
ଖୋର୍ଦ୍ଧା: ନାବାଳିକା ଦୁଷ୍କର୍ମ ମାମଲାରେ ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ରାମଚନ୍ଦ୍ରଙ୍କୁ ଗିରଫ କରିଛି ପୁଲିସ। ବୁଧବାର ରାତିରେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ନିକଟ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ରାମଚନ୍ଦ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏକ ମାମଲା ଦାୟର୍ ହୋଇଥିଲା। ଅଭିଯୋଗ ପାଇବା ପରେ ତଦନ୍ତ କରୁଥିବା ପୁଲିସ୍ ଖୋର୍ଦ୍ଧାରୁ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଆଜି ଡାକ୍ତରୀ ମାଇନା ପରେ ପୁଲିସ ଅଭିଯୁକ୍ତକୁ ଅଧିକ […]
ଅନୁଗୁଳ: ମରୁଡ଼ି ବୀମା ରାଶି ପାଇ ନ ଥିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବୁରକୁଣା ପଞ୍ଚାୟତବାସୀ। ପଞ୍ଚାୟତର ଶତାଧିକ ଲୋକେ ପବିତ୍ରନଗର ଓ ବରପାଳ ନିକଟରେ ରାସ୍ତାରୋକ କରିଥିଲେ। ୨୦୧୭-୧୮ ମସିହାର ଅଞ୍ଚଳବାସୀ ହକ୍ ପାଇବା ଲାଗି ଆନ୍ଦୋଳନ କରୁଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମଟର ଅଟକି ରହିଥିଲା । ସମସ୍ୟା ବିଷୟରେ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ସୁଫଳ ମିଳି ନ […]
କୋରାପୁଟ: ନିଜ ପୁଅକୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ହେଲେ ସୁଯୋଗ ପାଇ ଜେଲ୍ରୁ ଚମ୍ପଟ ମାରିଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ଜେଲ୍ରେ। ଫେରାର ବନ୍ଦୀ ଜଣକ ମୋତିସିଂ ଚଲାନ । ୨୦୧୨ରୁ ସେ ଜେଲ୍ରେ ରହି ୧୦ ବର୍ଷର ଆଜୀବନ କାରାଦଣ୍ଡ ଭୋଗୁଥିଲେ । ତାଙ୍କ ବୟସ ୫୭ ବର୍ଷ ଓ ଘର ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାରେ। ଗୁରୁବାର ସକାଳେ ଜେଲ୍ ପରିସରରେ ଥିବା ବଗିଚାରେ କିଛି କଏଦୀ କାମ […]
ଭୁବନେଶ୍ୱର/କଟକ: କମିଶନରେଟ୍ ପୁଲିସ୍ରେ ବଡ଼ ଧରଣର ବଦଳି ହୋଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି। ଏଥିସହ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନାର ଆଇଆଇସି ହୋଇଛନ୍ତି। ଅରୁଣ କୁମାର ସ୍ୱାଇଁ ନୟାପଲ୍ଲୀ ଥାନାଧିକାରୀ ହୋଇଛନ୍ତି। ଖଣ୍ଡଗିରି ଥାନା ଆଇଆଇସି ହୋଇଛନ୍ତି ରଶ୍ମୀରଞ୍ଜନ ମହାପାତ୍ର। ସେହିପରି ବିଶ୍ୱରଞ୍ଜନ ନାୟକ ହେଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି। ଅମିତାଭ ମହାପାତ୍ର ହେଲେ ଖାରବେଳନଗର ଥାନା […]
ଭୁବନେଶ୍ୱର:ଓଡ଼ିଶାରେ ୨୦୧୯ ନିର୍ବାଚନ ପ୍ରସ୍ତୁତି ନେଇ ଜାତୀୟ ନିର୍ବାଚନ ଆୟୋଗ ପ୍ରତିନିଧି ଦଳର ସମୀକ୍ଷା। ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଆୟୋଜିତ ସମୀକ୍ଷା ବେଳେ କଂଗ୍ରେସ, ବିଜେପି, ବିଜେଡି, ସିପିଆଇ ସମେତ ଅନ୍ୟ ଦଳର ପ୍ରତିନିଧି ସାମିଲ ହୋଇ ନିଜ ନିଜର ପକ୍ଷ ରଖିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ […]
ପୁଡୁଚେରୀ: ପୁଡୁଚେରୀରେ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉପରାଜ୍ୟପାଳଙ୍କ କିଛି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ବିରୋଧ କରିଛନ୍ତି । ପ୍ରତିବାଦରେ ବୁଧବାର ରାତିରେ ସେ ଉପରାଜ୍ୟପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଶୋଇ ରହି ବିକ୍ଷୋଭ କରିଥିଲେ। କଂଗ୍ରେସ ଓ ଡିଏମକେର କେତେକ ବିଧାୟକ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ଉପରାଜ୍ୟପାଳ କିରନ ବେଦୀ ପୁଡୁଚେରୀରରେ ସମସ୍ତ ବାଇକ୍ ଆରୋହୀଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜେଲ୍ର ବିଚାରଧୀନ କଏଦୀ ଧିରେନ୍ ବେହେରାଙ୍କର ମୃତ୍ୟୁ ହୋଇଛି । ଧିରେନ୍ ବୁଧବାର ରାତିରେ ହଠାତ୍ ଅସୁସ୍ଥତା ଅନୁଭୂତ କରିଥିଲେ। ଏହାପରେ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ମୃତ ବିଚାରାଧୀନ ବନ୍ଦୀ ଧୀରେନଙ୍କ ଘର କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ପାଟଳିପଙ୍କ ଗାଁରେ ବୋଲି ଜଣାପଡ଼ିଛି । ତେବେ ମୃତ୍ୟୁକୁ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ପରିବାର […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ତଳ ଗେଙ୍ଗୁଟିଆ ଗାଁର ଭୋଇ ସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ୧୦ ପରିବାର ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି । ସେମାନଙ୍କ ଘରର ସବୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ୧୦ଟି ପରିବାରର ପ୍ରାୟ ୧୫ ବଖରା ଏହି ଅଗ୍ନିକାଣ୍ଡରେ ପୋଡ଼ିଯାଇଛି। ବୁଧବାର ସନ୍ଧ୍ୟା ସମୟରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି । ପରଜଙ୍ଗରୁ ଦମକଳ ବାହିନୀ ପହଞ୍ଚିବାରେ ବିଳମ୍ବ ହେବାରୁ […]
କୋଣାର୍କ: ଶ୍ରୀକ୍ଷେତ୍ରରୁ ଅର୍କକ୍ଷେତ୍ର କୋଣାର୍କକୁ ଯିବା ବାଟରେ ଜାତୀୟ ରାଜପଥରେ ଘୋର ଟ୍ରାଫିକ ସମସ୍ୟା ଦେଖାଦେଉଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏବଂ ଯାତ୍ରୀ ଏଠାକୁ କୋଣାର୍କର କାରୁକାର୍ଯ୍ୟ ଦେଖାଇବାକୁ ଭିଡ଼ ଜମାଉଛନ୍ତି । ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଏହି ରାସ୍ତା ଦେଇ ବହୁ ଲୋକ ଯାତାୟତ କରୁଛନ୍ତି। ମାତ୍ର ମାଟିଆପଡା ରେଳଫାଟକ ରାସ୍ତାରେ ଟ୍ରାଫିକ ସମସ୍ୟା ଅତି ଗୁରୁତର ହୋଇପଡୁଛି। ଫଳରେ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। କେବଳ ପର୍ଯ୍ୟଟକ […]
ଜଗତସିଂହପୁର: ସରସ୍ୱତୀ ପୂଜା ଭସାଣ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଦୁଇ ଗୋଷ୍ଠୀର ୧୦ଜଣ ଆହତ ହୋଇଛନ୍ତି। ଗତକାଲି ସରସ୍ୱତୀ ପୂଜା ଭସାଣ ବେଳେ କୁନ୍ଦୁପୁର ଗାଁରେ ଏହି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଆହତଙ୍କ ମଧ୍ୟରେ ବୃଦ୍ଧ ଓ ଛୋଟ ପିଲା ଅଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲିକୁଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର : ଚିଟ୍ଫଣ୍ଡରେ ଲଗାଇଥିବା ଟଙ୍କା ଫେରି ପାଇବା ଆଶାରେ ବ୍ରହ୍ମପୁର ଗୋଲ୍ଡେନ୍ ଲ୍ୟାଣ୍ଡ ଚିଟ୍ଫଣ୍ଡ ଅଫିସ୍ ସମ୍ମୁଖରେ ଦୀର୍ଘ ୧୭ ଦିନ ଧରି ଜମାକାରୀ ଓ ଏଜେଣ୍ଟମାନେ ଅହୋରାତ୍ର ଧାରଣାରେ ବସି ରହିଛନ୍ତି । ଝାଳବୁହା ଟଙ୍କା ଫେରସ୍ତ ନ ପାଇବା ଯାଏ ଏପରି ଭାବେ ଧାରଣା ଜାରି ରହିବ ବୋଲି ସେମାନେ କୋହଭରା କଣ୍ଠରେ କହିଛନ୍ତି। ଗୋଲ୍ଡେନ୍ ଲ୍ୟାଣ୍ଡ ଚିଟ୍ଫଣ୍ଡ ସଂସ୍ଥା ୬ ବର୍ଷରେ୨ ଗୁଣ ଟଙ୍କା ମିଳିବାର ଆଶା ଦେଖାଇଥିଲା । ଏହାଦ୍ୱାରା […]
ନୟାଗଡ଼: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ କରିବା। ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପିଇଟି ଶିକ୍ଷକଙ୍କୁ ଲୋକମାନେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳରେ ଏପରି କିଛି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ପିଇଟି ଶିକ୍ଷକ ବିଶ୍ୱନାଥ ମୁଦୁଲି ସ୍ଥାନୀୟ ଅଞ୍ଚଳରେ ଟ୍ୟୁସନ୍ କରନ୍ତି। ତେବେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଶ୍ୱନାଥ ଅସଦାଚରଣ କରିଥିବା ଅଭିଯୋଗ […]
ଭୁବନେଶ୍ୱର: ରାଜସ୍ଥାନରେ ବିକ୍ରି ହୋଇଥିବା ସମ୍ବଲପୁରର ଜଣେ ନାବାଳିକା ଉଦ୍ଧାର ଘଟଣାରେ ନୂଆ ମୋଡ଼। ନାବାଳିକା ଅପହରଣର ଲିଙ୍କ୍ ରାଜଧାନୀ ଭୁବନେଶ୍ୱରକୁ ଲମ୍ବିଥିବା ପୁଲିସ୍ ସୂଚନା ଦେଇଛି। ନାବାଳିକା ଜଣକୁ ରାଜସ୍ଥାନରେ ବିକ୍ରି ଘଟଣାରେ ଭୁବନେଶ୍ୱରର ଜଣେ ମହିଳା ଓ ଯୁବକଙ୍କ ହାତ ଥିବା ପୁଲିସ୍ କହିଛି। ପୁଲିସ୍ ସୂଚନା ମୁତାବକ, ନାବାଳିକା ଜଣକ ଚାକିରି ଅନ୍ୱେଷଣରେ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱର ରେଳ ଷ୍ଟେସନ ଅଞ୍ଚଳରେ ଜଣେ ଅଜଣା ମହିଳା ଓ ଯୁବକ ନାବାଳିକା ଜଣଙ୍କୁ ରାଜସ୍ଥାନର ସୁଖବୀର […]
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଆଜି ୪ଟି ବ୍ଲକରେ ବନ୍ଦ ପାଳନ କରାଯାଉଛି। ବଣାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଡାକରାକୁ ବିଭିନ୍ନ ଦଳ ସମର୍ଥନ କରିଛନ୍ତି। ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ ହେବ।
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ ନିର୍ବାଚନ କମିଶନ ଟିମ୍। ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିବେ। ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଳାସ୍ତରର ନିର୍ବାଚନ ଅଧିକାରୀ, ଏସ୍ପିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ମଧ୍ୟ କରିବେ […]
ଭୁବନେଶ୍ୱର: ଆଜି ହେଉଛି ଭାଲେଣ୍ଟାଇନ୍ସ ଡେ’। ଏହି ଦିନକୁ ନେଇ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ବହୁତ କ୍ରେଜ୍ ଦେଖିବାକୁ ମିଳିଥାଏ। ପ୍ରେମ ସପ୍ତାହର ଶେଷ ଦିନରେ ଆଜି ନିଜର ମନର ମଣିଷକୁ ହୃଦୟର କଥା କୁହାଯାଇଥାଏ। ଆଜିର ଦିନରେ ବିଭିନ୍ନ ଢଙ୍ଗରେ ପ୍ରେମୀ ଯୁଗଳ ନିଜର ପ୍ରେମ ପ୍ରକାଶ କରିଥାନ୍ତି। ପାର୍କ, ସିନେମା ହଲ୍ ଭଳି ସ୍ଥାନମାନଙ୍କରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିଥାଏ। ସେପଟେ ଭାଲେଣ୍ଟାଇନ୍ସ ଡେ’ କୁ ବିରୋଧ କରୁଥିବା ବଜରଙ୍ଗ ଦଳ ମଧ୍ୟ […]
ଭୁବନେଶ୍ୱର: ରାଜଧାନୀରୁ ବି ଟେକ୍ ଡିଗ୍ରୀଧାରୀଙ୍କଠାରୁ ମିଳିଲା ଧଳା ଜହର। ଭୁବନେଶ୍ୱର ସାଲିଆସାହିରୁ ସମ୍ପୃକ୍ତ ଛାତ୍ରଙ୍କ ନିକଟରୁ ପ୍ରାୟ ୮୩ ଗ୍ରାମ ବ୍ରାଉନ୍ସୁଗାର ପୁଲିସ୍ ଜବତ କରିଛି। ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ବ୍ରାଉନ୍ସୁଗାର କାରବାରରେ ସଂପୃକ୍ତ ଡିଗ୍ରୀଧାରୀ ଛାତ୍ରଙ୍କୁ ଗିରଫ କରି ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ଟଙ୍କା ଲୋଭରେ ପଡ଼ି ସେ କିଛି ଦିନ ହେଲା ଏହି କାରବାର କରୁଥିବା ପୁଲିସ୍ କହିଛି। ଗତ କିଛି ଦିନ […]
ଭୁବନେଶ୍ୱର: ପୂର୍ବତନ ସାଂସଦ ହେମା ଗମାଙ୍ଗଙ୍କ କଂଗ୍ରେସ ବାହୁଡ଼ାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ଏହାକୁ ନେଇ ପ୍ରତିକିୟା ରଖିଛନ୍ତି ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ତାରା ରୋକଠୋକ୍ କହିଛନ୍ତି, ହେମା ଦଳକୁ ଆସନ୍ତୁ କିନ୍ତୁ କୌଣସି ପଦ ପଦବୀ ଆଶା ରଖନ୍ତୁ ନାହିଁ। ଦଳକୁ କିଏ ଆସିଲା, କିଏ ଗଲା କୌଣସି ଫରକ ପଡିବନି ବୋଲି ସେ କହିଛନ୍ତି। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ହେମାଙ୍କ ଉପରେ ଲୋକେ […]
ନବରଙ୍ଗପୁର: ବିଶାଖାପାଟଣାରୁ ୧୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ବୟସ ୧୮ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଇଟାଭାଟିରେ କାମ କରିବା ପାଇଁ ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପାରିଆବେଢା ଗାଁର ୧୫ଜଣ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି। ଏପରିକି କାମ ବାବଦରେ ମଜୁରୀ ମଧ୍ୟ ମିଳୁ ନଥିଲା। ଏନେଇ ସେଠାକୁ କାମ କରିବାକୁ ଯାଇଥିବା ଜଣେ […]
ଭୁବନେଶ୍ୱର: ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି। ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ନିର୍ବାଚନ କମିଶନ ଟିମ୍। ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବା ସହ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିବେ କମିଶନ। ଜିଲ୍ଳାସ୍ତରର ନିର୍ବାଚନ ଅଧିକାରୀ, ଏସ୍ପିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ମଧ୍ୟ କରିବେ କମିଶନ। ଏଥିସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ […]
ଭୁବନେଶ୍ୱର: ସରକାରଙ୍କ ଉଦାସୀନତା ପ୍ରତିବାଦରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆସନ୍ତା ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଏକ ଲକ୍ଷ ଶିକ୍ଷକ, କର୍ମଚାରୀ ବୁଦ୍ଧିଜୀବୀଙ୍କୁ ନେଇ ୨୦ ତାରିଖରେ ଲୋୟର ପିଏମ୍ଜି ଛକରେ ଏକ ମହାସମାବେଶ ଅନୁଷ୍ଠିତ ହେବ। ଏହାପରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ମିଳିତ ମଞ୍ଚ କହିଛି। ଏଥିସହ ଆଗାମୀ ନିର୍ବାଚନରେ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ହେବ ବୋଲି ମିଳିତ ମଞ୍ଚ […]