ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ସାତକୁଟା ଗାଁରେ ଖଜୁରୀ ରସ ପିଇ ୫ଜଣ ଅସୁସ୍ଥ ହୋଇ ପଡିଛନ୍ତି । ଗତକାଲି ରାତିରେ ଗାଁର ୫ଜଣ ଏକାଠି ମିଶି ଖଜୁରୀ ରସ ପିଇଥିଲେ। ହେଲେ କିଛି ସମୟ ପରେ ସେମାନ ଅସୁସ୍ଥତା ଅନୁଭବ କରିଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ଜଣେ ଛାତ୍ର ଥିବା […]
ଭୁବନେଶ୍ୱର: ଧରାପଡ଼ିଲା ବାଘ। କୁକୁଡ଼ା ଖାଇବାକୁ ଆସି ବନ ବିଭାଗର ଯନ୍ତାରେ ପଡ଼ିଲା କଲରାପତରିଆ ବାଘ। ବିମାନବନ୍ଦରର କାର୍ଗୋ ଗେଟ୍ ପାଖରେ ବନ ବିଭାଗ ଯନ୍ତା ବସାଇଥିଲା। ଗତ ୨ଦିନ ଧରି ରାଜଧାନୀରେ ଏହି କଲରାପତରିଆ ବାଘ ଆତଙ୍କ ଖେଳାଇଥିଲା। ବନ ବିଭାଗର ୩ଟି ଟିମ୍ ଗତ ୨ଦିନ ହେଲା ବାଘକୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ବାଘ ବନ ବିଭାଗର ଫାଶରେ ଫସି ଯାଇଥିଲା। ଯନ୍ତା ଭିତରେ କୁକୁଡ଼ା ରଖି […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଂଚଳରେ ୬ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚୁରା କରୁଛି।
ଭୁବନେଶର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୮ଟି ଶିଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ରାଜ୍ୟରେ ୨୧୯୬.୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୩୪୬୫ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ଏହାଛଡ଼ା ଏହିସବୁ ଶିଳ୍ପ ପ୍ରତିଷ୍ଠା ଫଳରେ ରାଜ୍ୟ ମ୍ୟାନୁଫ୍ୟାକ୍ଚରିଂ ହବରେ ପରିଣତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି ଫୁଡ୍ ଇଣ୍ଡଷ୍ଟ୍ରି ସମେତ ୬ଟି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ […]
କେନ୍ଦୁଝର: CDMO ଓ ADMOଙ୍କୁ ତାଲା ପକାଇଲେ ଚତୁର୍ଥ ଶ୍ରେଣୀ ଛଟେଇ କର୍ମଚାରୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଅଭିଯୋଗ ଅନୁସାରେ, ଚିକିତ୍ସାଳୟରେ କାର୍ଯ୍ୟରତ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ସୁଇପର୍ ଓ ଆଟେଣ୍ଡାଣ୍ଟ୍ ସବୁଦିନ ଭଳି ଆଜିବି କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ। କିନ୍ତୁ କାର୍ଯ୍ୟରେ ଯୋଗ ଦେବାକୁ ଏଡିଏମ୍ଓ ସେମାନଙ୍କୁ ମନା କରିଥିଲେ। ବିନା ନୋଟିସ୍ରେ ଅଚାନକ ଅସ୍ଥାୟୀ କର୍ମଚାରୀଙ୍କ ଛଟେଇ କରିଦେଇଥିବାରୁ କର୍ମଚାରୀମାନେ ବିରୋଧ କରି […]
ଅନୁଗୋଳ(ବିରଜା ପ୍ରସାଦ ଦାଶ): କିଲୋମିଟର ପ୍ରତି ଉଚିତ ଭଡ଼ା ମିଳୁ ନଥିବା ପ୍ରତିବାଦରେ ଗତକାଲି ମଧ୍ୟରାତିରୁ ତାଳଚେର ଟ୍ରକ୍ ମାଲିକ ସଂଘ ଟ୍ରକ୍ ଯୋଗେ କୋଇଲା ପରିବହନ ବନ୍ଦ ରଖିଛି। ଫଳରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି। ଏହି ଆନ୍ଦୋଳନରେ ତାଳଚେର ଅଞ୍ଚଳର ପ୍ରାୟ ୭ ହଜାର ଟ୍ରକ୍ ସାମିଲ୍ ହୋଇଛନ୍ତି। ତାଳଚେର ସ୍ଥିତ ବିଭିନ୍ନ କୋଇଲା ଖଣିରେ ନିୟୋଜିତ ସମସ୍ତ କୋଇଲା ପରିବହନକାରୀ ଟ୍ରକ୍ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ରାଜ୍ୟ […]
ପୁରୀ: ଆଜି ତ୍ରୟୋଦଶୀରେ ଶ୍ରୀଜିଉଙ୍କର ଘଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହେବ। ଆଜିଠାରୁ ଦତ୍ତ ମହାପାତ୍ର ସେବକମାନେ ଅଣସର ଘରେ ବନକଲାଗି ପ୍ରକ୍ରିୟା ଆରମ୍ଭ କରିବେ। ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ତା’ପରଦିନ ଉଭା ଅମାବାସ୍ୟା ହୋଇଥିବାରୁ ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ତେଣୁ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ, ତା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ରଥଯାତ୍ରାକୁ ଆଉ ମଝିରେ ୨ […]
ଭଦ୍ରକ : ଭଦ୍ରକ ସହର ପୁରୁଣା ବଜାର ପୁଲିସ୍ ପକ୍ଷରୁ ଏକ ନକଲି ଜର୍ଦ୍ଦା କାରଖାନାରେ ଚଢଉ କରାଯାଇଛି। ଚଢ଼ଉ ସମୟରେ ବିଭିନ୍ନ ନାମୀଦାମୀ ଜର୍ଦ୍ଦା କମ୍ପାନୀର ଲୋଗୋ, ସରଞ୍ଜାମ, ଖୋଳ ଏବଂ ଯନ୍ତ୍ରାଂଶ ପୁଲିସ୍ ଜବତ କରିଛି । ଏହି ଜର୍ଦ୍ଦା କାରଖାନା ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ସଲମାନ୍ ଖାନ୍ ଫେରାର୍ ହୋଇଯାଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି ।
ଭୁବନେଶ୍ୱର: ଭୁବନେଶ୍ୱରରେ ଉଦ୍ଘାଟିତ ହୋଇଛି ‘ଟ୍ରେନିଂ ଫର ମୋ ବସ୍ ଗାଇଡ୍ସ ଆଣ୍ଡ କ୍ୟାପଟେନ୍ସ’। ଅନେକ ସମୟରେ ବସ୍ରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର ହେଉଥିବା ଅଭିଯୋଗ ଆସୁଛି। ତେଣୁ ବସ୍ କର୍ମଚାରୀ ଯାତ୍ରୀଙ୍କୁ କିଭଳି ବ୍ୟବହାର କରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ। ବିଭିନ୍ନ ପର୍ଯ୍ୟାୟରେ ୧୬୦୦ ଡ୍ରାଇଭର, କ୍ୟାପଟେନ ଓ କଣ୍ଡକ୍ଟର ତଥା ଗାଇଡ୍ସଙ୍କୁ ଦିଆଯିବ ପ୍ରଶିକ୍ଷଣ। ଏହାସହ ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ କର୍ମଚାରୀମାନେ କିଭଳି ବ୍ୟବହାର କରିବେ ସେନେଇ ଟ୍ରେନିଂ ଦିଆଯିବ। […]
ବୌଦ୍ଧ: ସମ୍ପର୍କକୁ କଳଙ୍କିତ କଲା ପୁତୁରା। କଳୁଷିତ ପାପ ମନବାଞ୍ଛା ପୂରଣ ନହେବାରୁ ରକ୍ତରେ ଭିଜାଇଲା ରକ୍ତର ସମ୍ପର୍କ। ଏଭଳି ଏକ ଅଭିଯୋଗ ହୋଇଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ। ପିଉସୀକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଗଳାକାଟି ହତ୍ୟା କରିଛି ସମ୍ପର୍କୀୟ ପୁତୁରା। ଗତକାଲି ଅଭିଯୁକ୍ତ ପୁତୁରା ବିନୋଦ ଦୀପ ନିଜ ପିଉସୀଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା। ଏଥିରେ ବିଫଳ ହେବାରୁ ସେ ପିଉସୀଙ୍କ ତଣ୍ଟି କାଟି ଫେରାର୍ ହୋଇଯାଇଛି। ଗୁରୁତର […]
ପୁରୀ: ପୁରୀ ଜ଼ିଲ୍ଲା ଡ଼େଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଇଛି । ଆଜି ସକାଳୁ ଡ଼େଲାଙ୍ଗ ଆଙ୍କୁଲା ଛକ ଠାରେ ଡ଼ାକପଡା ଗାଁର ଜଣେ ଯୁବକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡ଼େଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସକାଳେ କେହି ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ। ଏହି ଘଟଣାରେ ଆହତଙ୍କ ସମ୍ପର୍କୀୟ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଦେଉଳି ଗାଁ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ହାଣି ଦେଇଛନ୍ତି। ମୃତ ଯୁବକଜଣକ ହେଲେ ଦେଉଳି ଗାଁର ଚିନ୍ମୟ ସାହୁ । ସେ ବାଇକ୍ରେ ଯାଉଥିବାବେଳେ ଦୁର୍ବୃତ୍ତମାନ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କ ଘର ଜାଳି ଦେଇଛନ୍ତି । ଏହି ଘଟଣାକୁ ନେଇ ଦେଉଳି ଗାଁରେ ଉତ୍ତେଜନା […]
ନୂଆଦିଲ୍ଲୀ: ପୁଲଓ୍ୱାମା ଆକ୍ରମଣ ଘଟଣାରେ ଭାରତର ୪୦ ଯବାନ ସହିଦ ହେବା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ, ଏଭଳି ପରିସ୍ଥିତିରେ ଆଜିଠୁ କୁଲଭୂଷଣ ଯାଦବ ମାମଲାରେ ଶୁଣାଣି ଆରମ୍ଭ ହୋଇଛି । ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ବା ଆଇସିଜେରେ ଏହାର ଶୁଣାଣି ଆରମ୍ଭ ହୋଇଛି। ଭାରତ ଓ କୁଳଭୂଷଣଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ […]
ଭୁବନେଶ୍ୱର(ଅଲୋକ ମହାନ୍ତି): ରାଜଧାନୀରେ ଗଞ୍ଜେଇ କାରବାରର ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗ। ଖଣ୍ଡଗିରିର କୋଳଥିଆ ନିକଟ ଏକ ଡୁପ୍ଲେକ୍ସରେ ଅବକାରୀ ବିଭାଗ ଚଢ଼ାଉ କରି ୧୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବାଲେଶ୍ୱରର ସୁବଳ ସାମନ୍ତରାୟ। ମିଳିଥିବା ସୂଚନା ଅନୁସାରେ, ସୁବଳ ଜଣେ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ। ସେ ରାଜ୍ୟ ଓ ରାଜ୍ୟ ବାହାରେ […]
ଜୟପୁର: କୋରାପୁଟ ଜିଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଘଷରଡ଼ାରେ ଥିବା ଏକ କାଜୁ ମିଲ୍ରୁ ଗତ ୧୬ ତାରିଖରେ ୩, ୮୫୦ କେଜି କାଜୁ ଚୋରି ହୋଇଥିଲା। ଏକ ୧୦ ଜଣିଆ ଗ୍ୟାଙ୍ଗ ଏହି କାଣ୍ଡ ଘଟାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିଲା । ପରେ ଏହି ଘଟଣାରେ ପୁଲିସ ଏକ ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି । ହେଲେ ସେମାନଙ୍କ ମଧ୍ୟରୁ ଚୋରି କାଜୁ କିଣିଥିବା ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା […]
ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋର ଧରୁଛି। ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀର ନେତାଙ୍କ ସହିତ ଇସ୍ତାହାର କମିଟି ଆଲୋଚନା କରିଥିବା ଜଣାଯାଇଛି । ଇସ୍ତାହାରରେ ଚାଷୀ ଓ ଚାଷ ସମସ୍ୟା ଫୋକସ୍ରେ ରହିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କେତେ ସିଟ୍ ପାଇବୁ କହିପାରିବୁନି, କିନ୍ତୁ ସରକାର ଗଠନ କରିବୁ । ମାର୍ଚ୍ଚ ୨ ତାରିଖରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ଏକପ୍ରକାର […]
ସମ୍ବଲପୁର: କଂଗ୍ରେସ ଛାଡ଼ିଲେ ଭିମ୍ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଏନେଇ ସେ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। କଂଗ୍ରେସର ସମୀକ୍ଷା ବୈଠକରେ କର୍ମୀଙ୍କ ଦୁର୍ବ୍ୟବହାର ଓ ଗାଳିଗୁଲଜ କରାଯାଇଥିବା ଅଭିଯୋଗ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇ ସମ୍ବଲପୁର ବିଧାନସଭା ଆସନ ପାଇଁ ଲଢ଼ିଥିଲେ। ତେବେ ନିର୍ବାଚନରେ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା […]
ବରଗଡ଼: ମୋବାଇଲ ନ ଫେରାଇବାରୁ ସାଙ୍ଗକୁ ହତ୍ୟା। ଏପରି ଅଭାବନୀୟ ଘଟଣା ବରଗଡ଼ରେ ଘଟିଛି । ମୃତକ ହେଲେ ବରଗଡ଼ ବାନ୍ଦୁଟିକ୍ରାର ସଦାନନ୍ଦ ତାଣ୍ଡିଙ୍କ ପୁଅ ଇନେଶ ତାଣ୍ଡି । ଇନେଶଙ୍କୁ ହତ୍ୟା ଅଭିଯୋଗରେ ତାଙ୍କର ଦୁଇ ସାଙ୍ଗ ଆଶିଷ ଭୋଇ ଓ ବିକାଶ ବାଗଙ୍କୁ ବରଗଡ଼ ଟାଉନ୍ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁସାରେ, କିଛି ଦିନ ପୂର୍ବେ ଆଶିଷଙ୍କଠାରୁ ଇନେଶ ଏକ ମୋବାଇଲ ନେଇଥିଲେ। ବାରମ୍ବାର ମାଗିବା ସତ୍ତ୍ୱେ […]
ଗଜପତି : ଗଜପତି ଜିଲ୍ଲା ଅଡ଼ବା ପୋଲିସ ୪ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୮୨ କିଲୋ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତମାନେ ଗଞ୍ଜେଇ ନେଇ ଅଡ଼ବା ଥାନା ରେଣୁଗାଁରୁ ବ୍ରହ୍ମପୁର ଅଭିମୁଖେ ଆସିବାର ଯୋଜନା ଥିଲା । ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେମାନଙ୍କୁ ପୋଲିସ ଗିରଫ କରିଛି । ସମସ୍ତଙ୍କ ଘର ବ୍ରହ୍ମପୁରରେ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଭଉଣୀକୁ ବାହା ଦେବାକୁ ମନା କରିବାରୁ ଯୁବତୀଙ୍କ ବଡ଼ଭାଇଙ୍କୁ ହତ୍ୟା କଲା ପ୍ରେମିକ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଙ୍କରିଆପଦର ଗାଁରେ। ମୃତକ ହେଲେ ବରପାଲି ଥାନା କୁଟ୍ରାପାଲି ଗାଁର ଗୋବର୍ଦ୍ଧନ ଗିରି। ସୂଚନାନୁସାରେ, ଗୋବର୍ଦ୍ଧନଙ୍କ ଭଉଣୀଙ୍କୁ ନାନୁ ସନ୍ୟାସୀ ନାମକ ଜଣେ ଯୁବକ ଭଲ ପାଉଥିଲେ। କିନ୍ତୁ ଗୋବର୍ଦ୍ଧନ ତାଙ୍କ ଭଉଣୀକୁ ବାହା ଦେବାକୁ ମନା କରିବାରୁ ଏଥିରେ ଖୁବ୍ ରାଗି ଯାଇଥିଲେ ନାନୁ। ଗୋବର୍ଦ୍ଧନ ଦୁଇ […]
ଭୁବନେଶ୍ୱର: ମେଡିକାଲ୍ ପାଠ୍ୟକ୍ରମ ଏମ୍ବିବିଏସ୍ ଓ ବିଡିଏସ୍ ପାଇଁ ଆଜି ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ଆଜି ଓ ଆସନ୍ତାକାଲି ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଙ୍ଗ ଓ ଲକିଙ୍ଗ କରିପାରିବେ। ପ୍ରଥମ ପର୍ଯ୍ୟାୟ ମେଡିକାଲ୍ ସିଟ୍ ଆଲଟ୍ମେଣ୍ଟ ଜୁଲାଇ ୪ ତାରିଖରେ ପ୍ରକାଶ ପାଇବ। ଏମ୍ବିବିଏସ୍ରେ ୧୨୫୦ ଓ ବିଡିଏସ୍ରେ ୧୫୦ ସିଟ୍ ଲାଗି ଓଜେଇଇ ଆଡମିଶନ୍ କରୁଛି। ଗତକାଲି ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ୩ ହଜାର ୬ ଶହ ୫୪ ଜଣ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଳୁ ମିଶନ ବିଫଳ ହେବା ଫଳରେ ରାଜ୍ୟରେ ଗଢିଉଠିଥିବା ସମସ୍ତ ଘରୋଇ ଶୀତଳଭଣ୍ଡାର ଏବେ ରୁଗ୍ଣ ଅବସ୍ଥାରେ ପଡ଼ିଛି। ତେଣୁ ସମସ୍ତ ରୁଗ୍ଣ ଶୀତଳଭଣ୍ଡାରକୁ ଚାଲୁ କରିବା ପାଇଁ ମାଲିକଙ୍କୁ ୨ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଦାବୀ ହୋଇଛି । ଏହାସହ ବିଦ୍ୟୁତ୍ ଶୁଳ୍କରେ ୫୦ ପ୍ରତିଶତ ଛାଡ଼ ଏବଂ ବ୍ୟାଙ୍କ ଲୋନ କ୍ଷେତ୍ରରେ ସୁଧା ହାର କମାଇବାକୁ ରାଜ୍ୟ ଶୀତଳଭଣ୍ଡାର ସଂଘ ପକ୍ଷରୁ ଦାବୀ ହୋଇଛି । […]
ଭୁବନେଶ୍ୱର: ଏସ୍ସି/ଏସ୍ଟି ହଷ୍ଟେଲ୍ ଛାତ୍ରୀ ଗର୍ଭବତୀ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା। ଏ ସମ୍ପର୍କରେ ସେ ଅବଗତ ଅଛନ୍ତି, ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ ସ୍ୱାସ୍ଥ୍ୟ ପରୀକ୍ଷାରୁ ୩ ଜଣଙ୍କଠାରେ ରିପୋର୍ଟ ପଜିଟିଭ୍ ବାହାରିଛି। ଘଟଣା ସଂପର୍କରେ ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ଜଣାଇ ଦିଆ ଯାଇଛି। ଏଥିସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳର […]
ଭୁବନେଶ୍ୱର: ମୋ ଘର ବିଜେପି ଘର, ମୋ ପରିବାର ବିଜେପି ପରିବାର ନାଁରେ ବିଜେପି ପକ୍ଷରୁ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଧିବଦ୍ଧ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାସଭବନରୁ କାର୍ଯ୍ୟକ୍ରମ ଅ।ରମ୍ଭ ହୋଇଛି । ବିଜେପିର ସମସ୍ତ କର୍ମୀ ଓ ନେତାଙ୍କ ଘରେ ଏଣିକି ବିଜେପି ପତାକା ଲଗାଯିବ । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ […]