ଭୁବନେଶ୍ୱର: ରାଜ୍ୟରେ ଶୀତଳ ଭଣ୍ଡାର ମାଲିକ ସଂଘଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଶୀତଳ ଭଣ୍ଡାର ବନ୍ଦ କରି ସେମାନେ ଗତକାଲିଠୁ ଧର୍ମଘଟ ଚଳାଇଛନ୍ତି । ପର୍ଯ୍ୟାପ୍ତ ସାମଗ୍ରୀ ମିଳୁନଥିବାରୁ ରାଜ୍ୟର ୪୪ଟି ଶୀତଳ ଭଣ୍ଡାର କ୍ଷତିରେ ଚାଲୁଥିବା କହିଛି ମାଲିକ ସଂଘ । ୨୦୧୫ର ଆଳୁ ସମସ୍ୟା ପରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପ୍ରତିଷ୍ଠା ହୋଇଥିଲା ୨୬ଟି ଶୀତଳ ଭଣ୍ଡାର। ସେଥିରୁ ୨୪ଟି ଏବେ ରୁଗ୍ଣ ଅବସ୍ଥାରେ। ଆଳୁ ମିଶନରେ ଯେତିକି ଉତ୍ପାଦନ ହେବା କଥା […]
ଅନୁଗୁଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଛି ନାରକୀୟ କାଣ୍ଡ । ସାମାନ୍ୟ ବଚସାରୁ ଉତ୍ତ୍ୟକ୍ତ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛନ୍ତି। ଏପରି ଅଭିଯୋଗ ହୋଇଛି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁରେ। ନିଜ ଝିଅ ଘରକୁ ବୁଲି ଆସିଥିବା ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରା (୭୨) ଚତୁର୍ଥ ସ୍ତ୍ରୀ ଭଗବତୀ ବେହେରା (୪୫ବର୍ଷ) ଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିବା […]
ଭୁବନେଶ୍ୱର: ବେପରୁଆ ଗାଡ଼ି ଚଳନା ଯୋଗୁ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ି ଚାଲିଛି। ଘରୁ ବାହାରିଲା ମାତ୍ର ଜୀବନ ସୁରକ୍ଷିତ ରହୁନି। ସବୁଦିନ କିଛି ନା କିଛି ଦୁର୍ଘଟଣାର ଖବର ଶୁଣିବାକୁ ମିଳୁଛି। ଆଜି ଦେବଗଡ଼, ଗଞ୍ଜାମ ଓ ତେଲ୍କୋଇ ଠାରେ ଦୁର୍ଘଟଣାରେ ୩ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମରଖାଇ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ବାଇକକୁ ଏକ ମାଲ୍ […]
ବାଲେଶ୍ୱର: ପୁଲିସ ପରିଚୟ ଦେଇ ନର୍ସଙ୍କ ବେକରୁ ସୁନା ଚେନ୍ ଲୁଟ୍ । ଏପରି ଅଭିନବ ଉପାୟରେ ଲୁଟ୍ ଘଟଣା ସୋର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଜି ସକାଳୁ ସୋର ଥାନା ଟ୍ରେଜେରି ଛକରୁ ବସ୍ ଷ୍ଟାଣ୍ଡ ଅଭିମୁଖେ ଜଣେ ନର୍ସ ଆସୁଥିଲେ। ମହିଳାଜଣକ ଏକୁଟିଆ ଥିବା ଦେଖି ଦୁଇ ଲୁଟେରା ତାଙ୍କ ନିକଟକୁ ଯାଇଥିଲେ। ଦାମୀ ଅଳଙ୍କାର ପିନ୍ଧି ରାସ୍ତାରେ ଯିବାକୁ ବାରଣ କରି ତାହାକୁ ବ୍ୟାଗ୍ରେ ରଖିବାକୁ ସେମାନେ ନର୍ସଙ୍କୁ ଉପଦେଶ […]
ଭୁବନେଶ୍ୱର: ରାଜ୍ୟର ଏକାଧିକ ୱେବ୍ସାଇଟ୍ ହ୍ୟାକ୍। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଏସ୍ଏନ୍, ଶ୍ରୀମନ୍ଦିର ଦଇତାପତି ନିଯୋଗ ସହ ଅନେକ ସରକାରୀ ଅଫିସ୍ର ୱେବ୍ସାଇଟ୍ ହ୍ୟାକ୍ ହୋଇଛି। ଖାଲି ସେତିକି ନୁହେଁ ଏକାଧିକ ସରକାରୀ କଲେଜ ୱେବ୍ସାଇଟ୍ ମଧ୍ୟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ୱେବ୍ସାଇଟ୍ ଗୁଡ଼ିକର ହୋମ୍ପେଜ୍ରେ ମ୍ୟାଡ୍ ଟାଇଗର ଲେଖା ହୋଇଛି। ତେବେ କାହିଁକି ଓ କିଏ ଏପରି ୱେବ୍ସାଇଟ୍ ହ୍ୟାକ୍ କରିଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ପ୍ରଶାସନ ତରଫରୁ ମଧ୍ୟ ଏନେଇ […]
କଟକ: କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାଁରେ ଥାନାରେ ମାମଲା ରୁଜୁ। ସହିଦଙ୍କ ସମ୍ପର୍କୀୟଙ୍କୁ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣାକୁ ନେଇ କଟକ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଛି। ଧକ୍କା ମାରିବା, ଗାଳିଗୁଲଜ କରିବା ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଛି। ମାମଲା ରୁଜୁ ନେଇ କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ବାଦାମବାଡ଼ି ଥାନା ଏହି ମାମଲାକୁ ନିଆଳି ଥାନାକୁ ହସ୍ତାନ୍ତର କରିବ। କଟକ ମହିଳା କଂଗ୍ରେସର ଅଭିଯୋଗ କ୍ରମେ ବାଦାମବାଡ଼ି ଥାନାରେ […]
କେନ୍ଦୁଝର: ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସହଯୋଗର ହାତ ବଢ଼ାଇଲା କେନ୍ଦୁଝର ପ୍ରଶାସନ। ବଂଶପାଳ ବ୍ଲକ୍ ତଳ ବୈତରାଣୀ ଗାଁର ଜଳ ପୁରୁଷ ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ଦୁଃଖ ଦୁର୍ଦ୍ଦଶାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ। ପାହାଡ଼ କାଟି ଚାଷ ଜମିକୁ ପାଣି ପହଞ୍ଚାଇଥିବା ଜଳପୁରୁଷ ପଦ୍ମଶ୍ରୀ ଦୈତାରୀ ନାୟକ ଏବେବି ଭଙ୍ଗା କୁଡ଼ିଆରେ ରହୁଛନ୍ତି। ସରକାରୀ ଯୋଜନାରେ ପାଇଥିବା ଇନ୍ଦିରା ଆବାସ ଘର ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି। […]
ଭୁବନେଶ୍ୱର : ରାଜଧାନୀରେ ବିଦ୍ୟୁତ୍ ବିତରଣ କରୁଥିବା ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ- ୨ରେ ଅଚଳାବସ୍ଥା ଦେଖାଦେଇଛି । ଖାଲି ଥିବା କର୍ମଚାରୀ ପଦବୀ ପୂରଣ, କର୍ମଚାରୀମାନଙ୍କୁ ସୁରକ୍ଷା ଦାବିରେ ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ ଓଡିଶା କର୍ମଚାରୀ ଗତକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସଂଘ ଅଭିଯୋଗ କରିଛି , ବିସିସିଡି- ୨ ଅଧୀନରେ ପ୍ରାୟ ୮୨ ବର୍ଗ କିଲୋମିଟର ଅଞ୍ଚଳରେ ୧ଲକ୍ଷ ୪୬ ହଜାରରୁ ଅଧିକ ଗ୍ରାହକଙ୍କ ପାଇଁ […]
ଭୁବନେଶ୍ୱର: ଫେବୃଆରୀରେ ମେ’ ମାସର ତାତି। ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ଟପିଛି। ରାଜ୍ୟର ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଛି। ତେବେ ଆସନ୍ତା ୨୪ ତାରିଖ ପରେ ପାଣିପାଗ ପରିବର୍ତ୍ତନ ଆସିପାରେ। ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ […]
ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ବର୍ଷେ ପୂରିଛି। ଗତ ବର୍ଷ ଆଜିର ଦିନରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ପାଟଣାଗଡ଼ ସହରର ବରହମ୍ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ଏବଂ ସୌମ୍ୟଶେଖରଙ୍କ ସମ୍ପର୍କୀୟ ଜେଜେ ମା’ଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି […]
ସୁବର୍ଣ୍ଣପୁର : ମୃତଦେହକୁ ସମ୍ମାନ ଜଣାଇ ଠିକଣା ଜାଗାରେ ପହଞ୍ଚାଇବା ଲାଗି ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ହୋଇଛି। ପ୍ରତି ମେଡିକାଲରେ ଥିବା ଏହି ଗାଡ଼ି ଦ୍ୱାରା ମୃତକଙ୍କୁ ତାଙ୍କ ଘରେ ବିନା ମୂଲ୍ୟରେ ପହଞ୍ଚାଇବାକୁ ସରକାର ପ୍ରଣୟନ କରିଛନ୍ତି ଯୋଜନା। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ନାହିଁ ମହାପ୍ରୟାଣ ଗାଡ଼ି। ଫଳରେ ଶୁକ୍ରବାର ରାତିରେ କାନ୍ଧରେ ଶବକୁ. ବୋହି ଦୀର୍ଘ ୨ କି.ମି ନେଇଛନ୍ତି ସମ୍ପର୍କୀୟମାନ । ଏଥିଯୋଗୁ ସେମାନ ବହୁ ଅସୁବିଧାର ସମ୍ମୁଖୀନ […]
ମାଲକାନଗିରି: ଗାଁ ମଝିରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ। ମାଲକାନଗିରି ଜିଲ୍ଲା MPV ୪୭ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରକୀୟା ପ୍ରୀତି ସନ୍ଦେହରେ ଗ୍ରାମବାସୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ପରକୀୟା ପ୍ରୀତିକୁ ନେଇ ଗତକାଲି ଜଣେ ବିବାହିତ ମହିଳା ଓ ଜଣେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ଗାଁ ଲୋକେ ନିସ୍ତୁକ ପିଟିଥିଲେ। ସେମାନଙ୍କୁ ମାଡ଼ ମରାଯାଉଥିବା ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା। ଅନ୍ୟପଟେ, ଏହି ଘଟଣାରେ କୌଣସି ଏତଲା […]
କେନ୍ଦ୍ରାପଡ଼ା: ପାଟକୁରା ନିର୍ବାଚନ ଲାଗି ପ୍ରଚାର ଯୁଦ୍ଧ ଆରମ୍ଭ ହୋଇଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ଆଜି ଭୋଟ୍ ମାଗିଛନ୍ତି ଦଳର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ। ବଙ୍ଗାଳପୁର ପଞ୍ଚାୟତରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାସ ବେହେରା, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କିଛି ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ। […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର କସରତ। ଆସନ୍ତା ସପ୍ତାହରେ ପୁଣି ଥରେ ଓଡ଼ିଶା ଆସିବେ AICC ସ୍କ୍ରିନିଂ କମିଟି। ଆସନ୍ତା ସୋମବାରଠୁ ବୁଧବାର ଯାଏ କମିଟି ୩ଟି ସ୍ଥାନରେ ପ୍ରାର୍ଥୀ ଓ ଆଶାୟୀଙ୍କ ସହ ଆଲୋଚନା କରିବ। ପ୍ରଥମ ଦିନରେ ବାରିପଦାରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସାଥୀସାନ୍ ବୈଠକ କରିବେ। ଯେଉଁଠି ମୟୂରଭଞ୍ଜ ଓ କେନ୍ଦୁଝର ଲୋକସଭା, ବିଧାନସଭା ନିର୍ବାଚନ ମଣ୍ଡଳୀ ନେତାଙ୍କ ସହ ଆଲୋଚନା କରିବେ। ଦ୍ୱିତୀୟ ତଥା ମଙ୍ଗଳବାର ଦିନ ସାଥୀସାନ୍ […]
ବାଲେଶ୍ୱର : ପଶ୍ଚିମବଙ୍ଗକୁ ବେଆଇନ୍ ଗୋରୁ ଚାଲାଣ ହେଉଥିବା ୫ଟି ଗାଡ଼ିକୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜବତ ହୋଇଛି। ଏହି ଘଟଣାରେ ଗୋରୁ ଚାଲାଣ ରାକେଟ୍ ସକ୍ରିୟ ଥିବା ଅଭିଯୋଗ ହେଉଛି । ହେଲେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ କେବଳ ଗାଡ଼ି ଧରି ନିଜ ଦାୟିତ୍ୱ ସାରି ଦେଉଛି। ବାଲେଶ୍ୱର ଜିଲ୍ଲା ଚାଲନ୍ତି ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଛି । ଜଳେଶ୍ୱର ଏନ୍ଏଚ୍-୬୦ ନିକଟରୁ […]
ଭୁନେଶ୍ୱର: ନବୀନ ସରକାର ମନ୍ତ୍ରୀମାନଙ୍କ ପାଇଁ ଆସନ୍ତାକାଲି ମାସକର କଣ୍ଟ ପୂରୁଛି । ଏହା ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଉଛନ୍ତି। ଇସ୍ତାହାରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ କେଉଁ ବିଭାଗରେ କେଉଁ କାମକୁ ପ୍ରାଥମିକତା ଦିଆଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଅନେକ ମନ୍ତ୍ରୀ। କିଛି ମନ୍ତ୍ରୀ କାମ ଆରମ୍ଭ ବି କରିଛନ୍ତି। ଆଜି ରିପୋର୍ଟ ଦେଇଥିବା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, […]
ପୁରୀ: କଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ପୁରୀ ମୁସଲିମ ସମାଜ । ମୁସଲିମ ସମାଜ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଇସଲାମ୍ ଧର୍ମରେ ଆତଙ୍କବାଦର ସ୍ଥାନ ନାହିଁ ବୋଲି କୁହାଯାଇଛି। ପୁରୀ ମୁସଲିମ ସମାଜ ମୁରବୀ ଭାରତ ମାତା କି ଜୟ ନାରା ଦେଇଛନ୍ତି । ପୁରୀରେ ରହୁଥିବା ଇସଲାମ୍ ଧର୍ମାବଲମ୍ବୀମାନେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । […]
ଜଗତସିଂହପୁର: ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼। ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ। କିନ୍ତୁ ବୋମାଟି ଘର ସାମ୍ନାରେ ଥିବା କାର୍ ଉପରେ ପଡ଼ିଥିଲା। ଏଥିରେ କାର୍ର କିଛି ଅଂଶ ଜଳି ଯାଇଛି। ବିରିଡ଼ି ଥାନାରେ ଅଭିଯୋଗ ପରେ […]
ଜନ୍ମରୁ ଦୁଇ ହାତ ଓ ଗୋଡ଼ ଠିକରେ କାମ କରୁ ନାହିଁ । ହେଲେ ଦୃଢ଼ ମନୋବଳ ଓ ନିଜର ଇଚ୍ଛା ଶକ୍ତି ବଳରେ ସେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ।
ପୁରୀ: ପୁଲ୍ୱାମା ହମ୍ଲା ପରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ବଢ଼ିଛି। ମୁଖ୍ୟତଃ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ପୁରୀ ଶ୍ରୀମନ୍ଦିରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସିଂହଦ୍ୱାରକୁ ଛାଡ଼ି ଦେଲେ ଅନ୍ୟ ତିନି ଦ୍ୱାରରେ ମେଟାଲ୍ ଡିଟେକ୍ଟର ନାହିଁ। ଦକ୍ଷିଣ, ଉତ୍ତର, ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରୁଥିବା ବେଳେ ଏହା ମୁକୁଳା ହୋଇପଡ଼ିଛି। ଫଳରେ ବିନା କୌଣସି ଯାଞ୍ଚରେ ମନ୍ଦିର […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଳୁ ମିଶନ ବିଫଳ ହେବା ଫଳରେ ରାଜ୍ୟରେ ଗଢି ଉଠିଥିବା ସମସ୍ତ ଘରୋଇ ଶୀତଳଭଣ୍ଡାର ଏବେ ରୁଗ୍ଣ ଅବସ୍ଥାରେ ପଡି ରହିଛି। ତେଣୁ ପ୍ରତି ରୁଗ୍ଣ ଶୀତଳଭଣ୍ଡାରକୁ ଚାଲୁ କରିବା ପାଇଁ ମାଲିକଙ୍କୁ ୨ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି। ଏହାସହ ବିଦ୍ୟୁତ୍ ଶୁଳ୍କରେ ୫୦ ପ୍ରତିଶତ ଛାଡ଼ ଏବଂ ବ୍ୟାଙ୍କ ଲୋନ କ୍ଷେତ୍ରରେ ସୁଧ ହାର କମାଇବାକୁ ରାଜ୍ୟ ଶୀତଳଭଣ୍ଡାର ସଂଘ ଦାବି କରିଛି। ପ୍ରତିବାଦରେ […]
ସମ୍ବଲପୁର : ସମ୍ବଲପୁରର ଧନୁପାଲି ଅଞ୍ଚଳରୁ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଧନୁପାଲି ଥାନା ଖଇରପାଲି ଅଞ୍ଚଳରୁ ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତ କର୍ମଚାରୀଙ୍କ ଘର ଗୋବିନ୍ଦତଳା ଅଞ୍ଚଳରେ । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଧନୁପାଲି ଥାନା ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଜଟଣୀ ବିକାଶ ନଗରର ରାକେଶ ତ୍ରିପାଠୀ। ନିଜ ଘର ଆଗରେ ଛିଡା ହୋଇଥିବା ବେଳେ କେତେକ ଯୁବକ ପହଞ୍ଚି ବିକାଶଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ପଡ଼ୋଶୀ ଘରର ବଣିଆ ସାହୁ ଓ ତାଙ୍କ ତିନି ପୁଅ ଏହି ଆକ୍ରମଣ କରିଥିବା ମୃତକଙ୍କ ମା’ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଜଟଣୀ ପୋଲିସ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ବୁଲୁଥିବା ଜଣାପଡ଼ିଛି । ରଙ୍ଗମାଟିଆ ତଳସାହିରେ କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। ଜଣେ ସ୍ଥାନୀୟ ବ୍ୟକ୍ତି ବାଘ ଦେଖିଥିବା କହିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଛି। ପାର୍ଶ୍ୱବର୍ତ୍ତୀ ବିଲ ଓ ମାଟିରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ସୂଚନାଥାଉ କି, ଗତ କିଛିଦିନ ତଳେ ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘକୁ ବନ ବିଭାଗ ଧରିଥିଲା ।ବିମାନବନ୍ଦରର […]
ଢେଙ୍କାନାଳ: ମାଟ୍ରିକ୍ ପରୀକ୍ଷା ଦେବାକୁ ଯିବାବେଳେ ଦୁର୍ଘଟଣାରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଜାତୀୟ ରାଜପଥ ୫୩ ବାରିହାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଙ୍କ ନାଁ ବୁଲୁ। ଢେଙ୍କାନାଳ ଜିଲ୍ଲା କମର୍ଦା ଗାଁରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବୁଲୁ ପରୀକ୍ଷା ଦେବାକୁ ବାଇକ୍ରେ ପରୀକ୍ଷାକେନ୍ଦ୍ରକୁ ଯିବାବେଳେ ବାରିହାପୁର ନିକଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା କଙ୍କଡ଼ାଷୋଡ଼ ସ୍କୁଲ୍ରେ ତାଙ୍କ ପରୀକ୍ଷାକେନ୍ଦ୍ର ପଡ଼ିଥିଲା। ଦୁର୍ଘଟଣାରେ ବାଇକ୍ ଚଳାଉଥିବା ବୁଲୁଙ୍କ […]