
ଭୁବନେଶ୍ୱର: ସତରେ ମୃତ୍ୟୁ କେତେବେଳେ ଓ କେମିତି ଆସିବ ତାହା କାହାକୁ ଜଣା ନଥାଏ। ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଞ୍ଚଳରେ। ପାଇପ୍ ଲାଇନ୍ରେ କାମ କରୁଥିବା ସମୟରେ ପାଣି ଛାଡି ଦେବାରୁ ଜଣେ ମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ଗତକାଲି ଭିଏସ୍ଏସ୍ ନଗର ଅଞ୍ଚଳରେ ପାଇପ୍ ଲାଇନ୍ରେ ଚାମ୍ବର କାମ ଚାଲିଥିଲା। ସେ ସମୟରେ ଚାମ୍ବର ଭିତରେ ଜଣେ ମିସ୍ତ୍ରୀ ବସି କାମ କରୁଥିବାବେଳେ ହଠାତ୍ ଚାମ୍ବର ଭିତରକୁ ପାଣି ପଶି ଆସିଥିଲା। […]
କଟକ : ଲାଲଚାନ୍ଦ ଜୁଏଲର ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସମ୍ମାନିତା ପକ୍ଷରୁ କଟକ ଓସିଏ କନଫରେନ୍ସ ହଲ୍ରେ ଓମେନ୍ସ ଉଡ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାସଂଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ସମ୍ମାନିତ ଅତିଥି ଭାବେ ପୁଲିସ୍ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଅଭିନେତ୍ରୀ ପୁନମ୍, ସଙ୍ଗୀତ ନିର୍ଦ୍ଦେଶକ ବିଜୟ ମଲ୍ଲ, ରୋଜାଲିନ୍ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମାନିତାର […]
କଟକ : ୪ ଦଫା ଦାବି ନେଇ ଆସନ୍ତାକାଲି ଠାରୁ ଆନ୍ଦୋଳନ କରିବେ ଅଗ୍ନିଶମ କର୍ମଚାରୀ। ଅନିର୍ଦ୍ଦିଷ୍ଟ କାଳ ପାଇଁ ହେବାକୁ ଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ରାଜ୍ୟର ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ ହଜାରରୁ ଅଧିକ କର୍ମଚାରୀ। ଗତ ସେପ୍ଟେମ୍ବର ୨୭ରେ ସରକାରଙ୍କ ସହିତ ଆଲୋଚନା ପରେ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଦୀର୍ଘ ୫ ମାସ ହେଲା କାର୍ଯ୍ୟକାରୀ ହୋଇନାହିଁ। ଏଥିଯୋଗୁଁ ଆନ୍ଦୋଳନକୁ ଓହ୍ଲାଇବେ କର୍ମଚାରୀ। ଏହାସହ ପୁଲିସମାନଙ୍କ ଭଳି ସମାନ ଦରମା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ବାଣୀବିହାର ଛକ ନିକଟରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ, ଅଭିଯୁକ୍ତ ଏସ୍. ଉମାଶଙ୍କର ରାଓକୁ ଗିରଫ କରିଛି। ତା’ ପାଖଣୁ ୧୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଜଳେଶ୍ୱରରୁ ବ୍ରାଉନସୁଗାର ଆଣିଥିବା ବେଳେ ଗତ ୨ ବର୍ଷ ଧରି କାରବାର କରୁଥିଲା। କୋର୍ଡ ଓ୍ୱାର୍ଡ ରସୁଣ କହିବା ମାତ୍ରେ ପ୍ରତି ପୁଡ଼ିଆକୁ ୪୦୦ ଟଙ୍କାରେ ବିକ୍ରି କରୁଥିଲା।
ଭୁବନେଶ୍ୱର: ଆବାସ ମିଶନ ଯୋଜନାରେ ଗରିବ ବସ୍ତି ବାସିନ୍ଦାଙ୍କୁ ଘର ସହ ଅଧିକାର ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ସମାବେଶରେ ୧୧୦ ଜଣଙ୍କୁ ଘର ଓ ୮ହଜାର ୬ଶହ ଜଣଙ୍କୁ ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ପ୍ରାୟ ୭୦ ହଜାର ବସ୍ତିବାସିନ୍ଦାଙ୍କୁ ଆବାସ ଯୋଜନାରେ ଘର ଯୋଗାଇବାରୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବାକି ହିତାଧିକାରୀଙ୍କୁ ଶୀଘ୍ର ଏହା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। […]
ଭୁବନେଶ୍ୱର: “ଛତିଶଗଡ଼ ସାନ ଭାଇ ଓ ଓଡ଼ିଶା ବଡ଼ ଭାଇ। ଦୁଇ ରାଜ୍ୟ ଦୁଇ ପରିବାର ଭଳି। ଉଭୟ ପରିବାର ଏକାଠି ବସି ଆଲୋଚନା କଲେ ମହାନୀଦ ଜଳ ବିବାଦର ସମାଧାନ ହୋଇଯିବ।” ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ. ସିଂହଦେଓ। ସେ କହିଛନ୍ତି, “ମହାନଦୀର ୮୦ ପ୍ରତିଶତ ପାଣି ବ୍ୟବହାର ନହୋଇ ସମୁଦ୍ରକୁ ପଳାଉଛି। ଏ ପାଣି ଅପଚୟ ରୋକିବାକୁ ପଡ଼ିବ। ଦୁଇ ରାଜ୍ୟ ମଧ୍ୟରେ ବିବାଦ ଏଭଳି […]
ଭୁବନେଶ୍ୱର: ବିଜେପିରେ ଯୋଗଦେବା ପରେ ଆଜି ନିଜ ମାଟି ଓଡ଼ିଶା ଫେରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସମର୍ଥକ, ବିଜେପି କମୀ ଓ ନେତାମାନେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଭଗ୍ୟ ସ୍ୱାଗତ କରିବା ସହ ବିଜେପି କାର୍ଯ୍ୟାଳୟକୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ। ଏହି ଅବସରରେ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଜେଡିକୁ ତୀବ୍ର ସମାଲୋଚନା କରିଥିଲେ ବୈଜୟନ୍ତ। ବିଜୁ ବାବୁଙ୍କୁ ବିଜେଡି ଭୁଲି ଯାଇଥିବା କହିଥିଲେ ବୈଜୟନ୍ତ। ଏହାସହ କହିଥିଲେ, […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି କଂଗ୍ରେସର ଟିକଟ କସରତ। କିଏ କେଉଁ ଆସନ ପାଇଁ ଯୋଗ୍ୟ ଓ କାହାର ବିଜୟ ସମ୍ଭାବନା ଅଧିକ ଏହାକୁ ବିଚାରକୁ ନେଇ ଚୂଡ଼ାନ୍ତ ହୋଇଛି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା। ଆଜି ରାଜ୍ୟ ମୁଖ୍ୟାଳୟରେ ବସିଥିବା ପ୍ରଦେଶ ନିର୍ବାଚନ କମିଟି (ପିଇସି) ବୈଠକରେ ଦୀର୍ଘ ୬ ଘଣ୍ଟାର ବିଚାରବିମର୍ଶ ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ଟିଏସ୍ ସିଂଦେଓଙ୍କ, ଏଆଇସିସି ସ୍କ୍ରିନିଂ କମିଟି […]
ଭୁବନେଶ୍ୱର: ମହାଶିବରାତ୍ରୀରେ ବିଜେପିରେ ସାମିଲ ହେବା ପରେ ଆଜି ଓଡ଼ିଶା ଫେରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନିଜ ମାଟିରେ ପାଦ ଦେଇ ଆଜି ବୈଜୟନ୍ତ ତାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର ପହଞ୍ଚିବା ପୂର୍ବରୁ ତାଙ୍କୁ ସ୍ୱାଗତ ଜଣାଇବାକୁ ବିମାନ ବନ୍ଦରଠାରୁ ଆରମ୍ଭ କରି ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲାଗିଥିଲା ସମର୍ଥକଙ୍କ ଅସମ୍ଭବ ଭିଡ଼। ରାଜ୍ୟର କୋଣ ଅନୁକୋଣରୁ ଆସିଥିଲେ ଶୁଭେଚ୍ଛୁ, ସମର୍ଥକ ଓ ବିଜେପି କର୍ମୀ। କିଏ ଫୁଲତୋଡ଼ା ଧରି ଅପେକ୍ଷା କରିଥିଲା ତ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଯୁକ୍ତଦୁଇ ପରୀକ୍ଷା। ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ଅଭିଯୋଗକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଚିନ୍ତାରେ ଥିବା ବେଳେ ଯୁକ୍ତଦୁଇ ପରୀକ୍ଷାରେ ଯେପରି କୌଣସି ବିଭ୍ରାଟ ନହୁଏ, ସେଥିପ୍ରତି ସଜାଗ ଅଛନ୍ତି ସିଏଚ୍ଏସ୍ଇ କର୍ତ୍ତୃପକ୍ଷ। ଗତକାଲି ପ୍ରଥମ ଦିନରେ ହେବ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହେବ। ପ୍ରଥମ ଦିନରେ ମାତୃଭାଷା ପେପରରେ ପରୀକ୍ଷା ହେବ। ଏଥିଲାଗି ସବୁ କଲେଜରେ ଓଏମ୍ଆର ଶିଟ୍ ପହଞ୍ଚି ସାରିଛି। ମାର୍ଚ୍ଚ ୩୦ […]
କଟକ/ସମ୍ବଲପୁର: ରାଜ୍ୟରେ ପୁଲିସ୍ କର୍ମଚାରୀଙ୍କ ଦାଦାଗିରି ବଢ଼ିବାରେ ଲାଗିଛି। କଟକରେ ଜଣେ ପୁଲିସ୍ ଅଧିକାରୀ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଚାପୁଡ଼ା ମାରିଥିବା ବେଳେ ସମ୍ବଲପୁରରେ ଜଣେ ମହିଳାଙ୍କୁ ମାଡ଼ ମାରିବା ଅନ୍ୟ ଜଣେ ପୁଲିସ୍ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ଅନୁସାରେ କଟକ ଏସିପି ଏସ୍.କେ. ସରିଫୁଦ୍ଦିନ୍ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମଙ୍ଗଳବାର […]
ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍କୁ ଏକ ବଡ଼ ଧରଣର ସଫଳତା ମିଳିଛି। ଏକ ଚୋରି ରାକେଟର ପର୍ଦ୍ଦାଫାଶ କରିବାକୁ ପୁଲିସ୍ ସକ୍ଷମ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫ଟି ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ଧରିବା ସହ ଲକ୍ଷାଧିକ ଟଙ୍କା ମୂଲ୍ୟ ଶାଢ଼ି ଓ ମୋବାଇଲ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ବାଳ ଅପରାଧୀ ଥିବା ବେଳେ ଅନ୍ୟ ଜଣେ ମହିଳା ଅଛନ୍ତି। ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତଙ୍କୁ ପୁଲିସ […]
ଜଳେଶ୍ୱର (ଅଜିତ ଦାସ): ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ତାଙ୍କ ଟ୍ୟୁସନ୍ ସାର୍ ଦୁଷ୍କର୍ମ କରିବା ଭଳି ସାଂଘାତିକ ଅଭିଯୋଗ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରୁ ଆସିଛି। ଘରେ କେହି ନଥିବାର ସୁଯୋଗ ନେଇ ସାର୍ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ସେ ସବୁଦିନ ଟ୍ୟୁସନ୍ ହେବା ପାଇଁ ଜନୈକ ସାର୍ଙ୍କ ଘରକୁ ଯାଆନ୍ତି। କିନ୍ତୁ ଗତ ୩ରୁ ୪ ଦିନ ହେଲା ଛାତ୍ରୀ ଜଣକ ଟ୍ୟୁସନ୍ […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ୨୦୧୩ କେନ୍ଦ୍ରାପଡ଼ା କଟରାମଲ୍ଲ ବଧୂହତ୍ୟା ମାମଲାରେ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ମାମଲାର ବିଚାରକରି ଏହା ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୨ରେ କଖାରୁଣୀ ଗାଁର ଅକ୍ଷୟ ମଲ୍ଲିକଙ୍କ ଝିଅ ଲକ୍ଷ୍ମୀ କଟରାମଲ୍ଲ ଗାଁର ସୁଶାନ୍ତ ମଲ୍ଲିକଙ୍କୁ ବିବାହ କରିଥିଲେ। ବିବାହାର କିଛିଦିନ ପରେ ଶାଶୁ ଘଣ ଲୋକେ ଅଧିକ ଯୌତୁକ ଦାବି କରିବା ସହ ଲକ୍ଷ୍ମୀଙ୍କୁ ନିର୍ଯାତନା ଦେଇଆସୁଥିଲେ। ତେବେ ଦାବି ମୁତାବକ ଯୌତୁକ […]
ଭୁବନେଶ୍ୱର: ଦିଲ୍ଲୀରେ ବିଜେପିରେ ମିଶିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଓଡ଼ିଶା ଫେରିଛନ୍ତି। ବୈଜୟନ୍ତ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବୈଜୟନ୍ତଙ୍କୁ ବିମାନ ବନ୍ଦରରୁ ପାଛୋଟି ଆଣିବା ପାଇଁ ଶହ ଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବିମାନ ବନ୍ଦରରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ଦଳୀୟ କାର୍ଯ୍ୟାଳୟରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧନା ଦେବାକୁ ଏକ ସଭା ଆଯୋଜନ ହୋଇଛି। […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ମିଶନ ଶକ୍ତି ମହିଳା ସମାବେଶରେ ସାମିଲ ହୋଇଥିଲେ। ପଥରଚେପାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଶତାଧିକ ମହିଳା ସାମିଲ ହୋଇଥିଲେ। ଏହି ଅବସରରେ ନବୀନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ନବୀନ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଭୁବନେଶ୍ୱର: ନବୀନ ସରକାରଙ୍କ ଚତୁର୍ଥ ପାଳିରେ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ କେତେ ସତ୍ୟତା ରହିଛି ? ଖୋଦ୍ ନବୀନ ଗତକାଲି ନିଜ ଢୋଲ ନିଜେ ପିଟିଥିବା ବେଳେ ଆଜି ଏହାକୁ କାଉଣ୍ଟର କରିଛି ବିଜେପି। ପକ୍କାଘର, ନିଯୁକ୍ତି, ସାମାଜିକ ସୁରକ୍ଷା, ଜଳସେଚନ, ପାନୀୟ ଜଳ ପରି ବିଭିନ୍ନ କ୍ଷେତ୍ରରେ ତଥ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି ସାମ୍ବାଦିକ ସମ୍ମିଳନୀରେ କାଳିଆ ଯୋଜନାର ଗୁମର ବି ଖେଲିଛନ୍ତି। ନିଜ ଢୋଲ […]
କଟକ: ମାଲକାନଗିରି ଜିଲ୍ଲା ପଡ଼ିଆ ସ୍କୁଲରୁ ୧୦୮ ଓଏମ୍ଆର ଶିଟ୍ ଗାଏବ ଘଟଣାରେ ପିଲାଙ୍କ ଭାଗ୍ୟ କ’ଣ ହେବ ତାହାର ନିଷ୍ପତ୍ତି ପରୀକ୍ଷା କମିଟି ନେବେ। ଏନେଇ ଆଜି ସୂଚନା ଦେଇଛନ୍ତି ବୋର୍ଡ ସଂପାଦକ ରାମାଶିଷ ହାଜରା। ସେ କହିଛନ୍ତି, “ପୁଲିସ ମାମଲାର ତଦନ୍ତ କରୁଛି। କାର୍ଯ୍ୟାନୁଷ୍ଠାନ ବି ନେଇଛି। ପରୀକ୍ଷା ସରିବାର ଅଳ୍ପ ଦିନ ମଧ୍ୟରେ କମିଟି ନିଷ୍ପତ୍ତି ନେବେ।” ସୂଚନାଯୋଗ୍ୟ, ଗଣିତ ପରୀକ୍ଷା ପରେ ଏହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ୧୦୮ଟି ଓଏମ୍ଆର ଶିଟ୍ ଗାଏବ […]
ଅନୁଗୁଳ: ଅନୁଗୁଳରେ ଗୋରୁଚାଲାଣ ଗାଡ଼ି ଜବତ ହୋଇଛି। ବଅଁରପାଳ ନିକଟରୁ ୪ଟି ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି ପୁଲିସ୍। ସୂଚନା ଅନୁସାରେ, ଆଜି ଭୋରୁ ଆଠମଲ୍ଲିକରୁ କୋଲକାତାକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ପୁଲିସ୍ ଖବର ପାଇଥିଲା। ଏହାପରେ ବଅଁରପାଳ ନିକଟରେ ଚଢ଼ାଉ କରି ୪ଟି କଣ୍ଟେନରକୁ ଅଟକାଇବା ସହ ୧୦୦ରୁ ଅଧିକ ଗୋରୁକୁ ପୁଲିସ୍ ଉଦ୍ଧାର କରିଥିଲା। ଘଟଣାରେ ଜଣେ ଡ୍ରାଇଭରକୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।
ଆନନ୍ଦପୁର (ମୁନା ସିଂହ) : ଆଜି ଏକ ସ୍କୁଲ୍ ଭ୍ୟାନ୍ ଭାରସାମ୍ୟ ହରାଇ ପୋଖରୀ ଭିତରେ ଖସି ପଡ଼ିଛି। ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅଞ୍ଚଳରେ। ଆଜି ସକାଳ ୭ଟାରେ ଏକ ସ୍କୁଲ୍ ଭ୍ୟାନ୍ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବଅଂନ୍ତରେ ଥିବା ଏକ ଘରୋଇ ସ୍କୁଲକୁ ଯାଉଥିଲା। ସେ ସମୟରେ ରାସ୍ତାରେ ଭ୍ୟାନ୍ଟି ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଥିଲା। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। […]
ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରି ଉପକାରାଗାରରୁ ଜଣେ ବିଚାରାଧିନ କଏଦୀ ଫେରାର ହୋଇଯାଇଛି। କାରାଗାରର ଡ୍ରେନ୍ ସଫେଇ କାମ ଚାଲୁଥିବା ବେଳେ କଏଦୀ ଜଣକ ଏହାର ସୁଯୋଗ ନେଇ ଖସିଯାଇଥିବା ଜଣାପଡ଼ିଛି। କଏଦୀ ଜଣକ ହେଉଛନ୍ତି ଅଜିତ ଦକୁଆ। ଗତ ଜାନୁଆରୀରେ ଗଂଜେଇ ଚୋରାଚାଲାଣ ଅଭିଯୋଗରେ ବାଲିମେଳା ଥାନା ପୁଲିସ ଗିରଫ କରିଥିଲା। କଏଦୀ ଫେରାର ହେବା ଘଟଣାରେ ଜେଲ କର୍ତ୍ତୃପକ୍ଷ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି।
ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ପିଇସି ବୈଠକ ବସିବ। ଏଥିରେ ଏଆଇସିସି ପ୍ରତିନିଧିଙ୍କ ସହ ରାଜ୍ୟ କଂଗ୍ରେସର ପ୍ରତିନିଧି ଯୋଗଦେବେ। ଏହି ବୈଠକରେ ରାଜ୍ୟର ମୋଟ ୧୪୭ ଆସନ ନେଇ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ କରିବା ସମ୍ଭାବନା ରହିଛି। ପୂର୍ବରୁ ୪୪ ଆସନ ନେଇ ରାଜ୍ୟ କଂଗ୍ରେସ ତରଫରୁ ପ୍ରାର୍ଥୀ ଚୂଡାନ୍ତ କରି ଏଆଇସିସିକୁ ରିପୋର୍ଟ ଦିଆସରିଛି। ତେବେ ଏଆଇସିସି କୌଣସି ନିଷ୍ପତ୍ତି ନେଇନାହିଁ। ଆଜିର ବୈଠକ ପରେ ଏଆଇସିସି ପ୍ରାର୍ଥୀ ଚୂଡାନ୍ତ […]
ଭୁବନେଶ୍ୱର: ରାଜ୍ୟର ହସ୍ତଶିଳ୍ପ କାରିଗରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାରିଗର ସହାୟତା ଯୋଜନା’ ଘୋଷଣା ହୋଇଛନ୍ତି। ଯୋଜନା ଅନୁସାରେ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ ଆୟ ଥିବା ବରିଷ୍ଠ କାରିଗରଙ୍କୁ ମାସିକ ୮ଶହ ଟଙ୍କା ଲେଖାଏ ସହାୟତା ଦେବେ ରାଜ୍ୟ ସରକାର। ୮୦ ବର୍ଷରୁ ଅଧିକ ବୟସ୍କ କାରିଗରଙ୍କୁ ହଜାରେ ଟଙ୍କା ସହାୟତା ମିଳିବ। ଏଥିପାଇଁ ସର୍ବନିମ୍ନ ୧୦ବର୍ଷ କାରିଗର ଭାବେ କାର୍ଯ୍ୟ କରିଥିବା ଆବଶ୍ୟକ। ହିତାଧିକାରୀ ଚୟନ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧୀନରେ ଚୟନ […]
ଭୁବନେଶ୍ୱର: “ନୂଆ ଓଡ଼ିଶା ଗଠନ ପାଇଁ ମୁଁ ଦୃଢ଼ ପରିକର।” ସଚିବାଳୟରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଗତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଓ ଏହା କେତେଦୂର ପାଳନ ହୋଇଛି ତା’ର ତାଲିକା ପଢ଼ିଛନ୍ତି। ‘ନୂଆ ଓଡ଼ିଶା, ନୂଆ ପରିଚୟ’। ମୋଦି ସରକାରଙ୍କ ନ୍ୟୁ ଇଣ୍ଡିଆ ଢାଞ୍ଚାରେ, ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ କିଛି ଏଭଳି ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ନବୀନ। ଏଥିପାଇଁ ଆଜି ସଚିବାଳୟରେ ଛାଇ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଇଆଇଏମ୍ସି (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍) ଓଡ଼ିଶା ଚାପ୍ଟର୍ର ପୁରାତନ ଛାତ୍ରଛାତ୍ରୀ କନେକ୍ସନ୍(ଆଲୁମ୍ନି ମିଟ୍) ୨୦୧୯ ଆୟୋଜିତ ହୋଇଛି। ଢେଙ୍କାନାଳ ଆଇଆଇଏମ୍ସି ପରିସର ସହିତ ଭୁବନେଶ୍ୱରରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସଂସ୍ଥାନର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ। ଏହାସହ ବିଭିନ୍ନ ଦିଗରେ ଉଲ୍ଲେଖନୀୟ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଢେଙ୍କାନାଳରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସ୍ଥାନର ଛାତ୍ର ଭାରତ ଭୂଷଣ […]