
ଭୁବନେଶ୍ୱର: କେନ୍ଦୁପତ୍ର ଶ୍ରମିକଙ୍କୁ ଝଟ୍କା। କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ୍ ହ୍ରାସ କଲେ ସରକାର। କେନ୍ଦୁପତ୍ର ତୋଳାଳିଙ୍କ ବୋନସ ୧୦୦ ପ୍ରତିଶତ ରୁ ୫୦ ପ୍ରତିଶତକୁ ଓ କେନ୍ଦୁପତ୍ର ବନ୍ଧାଳିଙ୍କ ବୋନସ୍ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ କମିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। GST ଓ ପ୍ରତିକୂଳ ପାଣିପାଗ ପ୍ରଭାବରୁ ହେଉଥିବା କ୍ଷତି ହ୍ରାସ କରିବାକୁ ସରକାର ବୋନସ୍ ହ୍ରାସ କରିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ […]
ଭୁବନେଶ୍ୱର: ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସୁରକ୍ଷା। ଏଥିପାଇଁ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଡ୍ରାଫ୍ଟ ଆଧାରରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଗତବର୍ଷ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଗତ ୫ ତାରିଖରେ ଓଡ଼ିଶା ସରକାର ଗେଜେଟ୍ ନୋଟିଫିକେସନ୍ ଜରିଆରେ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରାଯାଇଥିବା ଗୃହ ବିଭାଗ ପକ୍ଷରୁ […]
ଭୁବନେଶ୍ୱର: ମିଶନ୍ ପାଟକୁରା ପାଇଁ ଚକ୍ରବ୍ୟୁହ ରଚନା କରୁଛି ବିଜେଡି। ପ୍ରତିପକ୍ଷକୁ ମାତ୍ ଦେବାକୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି। ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବା ପାଇଁ ପାଟକୁରାରେ ଜବରଦସ୍ତ ପ୍ରସ୍ତୁତି ଚଳାଇଛି ବିଜେଡି। ପଞ୍ଚାୟତରୁ ବ୍ଳକ୍ ଯାଏ, ଗଡ଼ ଜଗିଛନ୍ତି ଗଣ୍ଡାଗଣ୍ଡା ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା। ଡେରାବିଶ୍ ବ୍ଲକ୍ର ୨୬ଟି ପଞ୍ଚାୟତ ମଧ୍ୟରୁ ୧୪ଟି ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି ଦଳର ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା। ଅନ୍ୟ ୧୨ଟି ପଞ୍ଚାୟତ କଥା […]
ଭୁବନେଶ୍ୱର: ଚାଷୀଙ୍କୁ ଦିଆଯାଉଥିବା କୃଷିଋଣର ସୁଧ ଛାଡ଼ରେ ବଡ଼ ଧରଣର ଘୋଟାଲା ହୋଇଛି। ନାବାର୍ଡର ତଦନ୍ତ ରିପୋର୍ଟରେ ଏହି ଅନିୟମିତତା ଉପରୁ ପରଦା ହଟିଛି। ବ୍ୟାଙ୍କକୁ ସୁଧ ଛାଡ଼ ବାବଦକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଟଙ୍କାରେ ଏହି କେଳଙ୍କାରୀ ହୋଇଛି। ୨୦୧୬- ୧୭ ବର୍ଷରେ କୃଷି ଋଣ ସୁଧ ଛାଡ଼ ବାବଦକୁ କେନ୍ଦ୍ର ପାଖରୁ ନାବାର୍ଡ ମାଧ୍ୟମରେ ୫୬ କୋଟି ଟଙ୍କା ଅଧିକ ଆସିଛି। ଏଥରୁ ରାଜ୍ୟ ସମବାୟ ବ୍ୟାଙ୍କ ଖାତାକୁ ୨୧ […]
କଟକ: ଆଠଗଡ଼ ପାଖ କପୁରସିଂ ରାସ୍ତାରେ ଗୁଳି ଚଳାଇ ଲୁଟ୍ ହୋଇଛି। କଟକ-ଢେଙ୍କାନାଳ ରାସ୍ତାର କପୁରସିଂ ପାଖରେ ଜଣେ ହୋମିଓପ୍ୟାଥି ଡାକ୍ତରଙ୍କ ପାଖରୁ ଦୁର୍ବୃତ୍ତମାନେ ୫୦ ଲକ୍ଷ ଟଙ୍କା ଲୁଟ୍ କରି ନେଇଛନ୍ତି। ଢେଙ୍କାନାଳର ହୋମିଓପ୍ୟାଥି ଡାକ୍ତର ଜଣକ ଜମି କିଣିବା ଲାଗି ଭୁବନେଶ୍ୱରରୁ କାର୍ ଯୋଗେ ୫୦ ଲକ୍ଷ ଟଙ୍କା ନେଇ ଯାଉଥିଲେ। କପୁରସିଂ ପାଖରେ ୩ ଜଣ ଯୁବକ ଏକ ବାଇକରେ ଆସି ଡାକ୍ତରଙ୍କ କାର ଅଟକାଇଥିଲେ। କାର୍ ଅଟକିବା ପରେ ଓ୍ୱିଣ୍ଡ ସିଲ୍କୁ […]
କେନ୍ଦୁଝର: ଗାଁକୁ ରାସ୍ତା ଅଛି, ତଥାପି ଭାରରେ ବୁହା ହେଉଛନ୍ତି ରୋଗୀ। ଏଭଳି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ବଙ୍ଗଲାସାହିରେ। ବର୍ଷା ଯୋଗୁ ରାସ୍ତାସାରା କାଦୁଅରେ ଭର୍ତ୍ତି ଥିବାରୁ ରୋଗୀଙ୍କୁ ଖଟିଆରେ ପାର କରି ଅଟୋରେ ନେଉଛନ୍ତି ଲୋକେ। ମନରେଗା ଯୋଜନାରେ 10 ଲକ୍ଷ ଟଙ୍କା ବ୍ୟୟବରାଦରେ ୨୦୧୮-୧୯ରୁ ଏହି କାମ ଆରମ୍ଭ ହୋଇଛି। ବର୍ଷା ପୂର୍ବରୁ କାମ ସରିନଥିବାରୁ ରାସ୍ତା ସାରା କାଦୁଅରେ ଭରି ହୋଇ ରହିଛି। ସ୍କୁଲ୍ ପିଲାଙ୍କ […]
କେନ୍ଦୁଝର: କେନ୍ଦୁଝରରେ ପୁଣି ମାତିଲା ଦନ୍ତାହାତୀ। ବଂଶପାଳ ବ୍ଲକ୍ ଦଆଳା ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଆଜି ଭୋରରୁ ହାତୀଟି ଗାଁର ଟୁପୁଲି ମୁଣ୍ଡାଙ୍କ ଘରେ ଧାନ, ଚାଉଳ ଖାଇବା ପାଇଁ ପଶିଯାଇଥିଲା। ତେବେ ଏହାକୁ ଘଉଡ଼ାଇବାକୁ ବୃଦ୍ଧା ଜଣକ ଚେଷ୍ଟା କରିଥିଲେ। ଏହି ସମୟରେ ହାତୀ ତାଙ୍କୁ କଚାଡ଼ି ମାରି ଦେଇଛି। ଘଟଣା ପରେ ଏନେଇ ବନ ବିଭାଗକୁ ସୂଚନା ଦିଆଯାଇଛି। ଏହି ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଛି। ଏନେଇ ବନବିଭାଗକୁ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଆଜି ରେଳ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ଜିଲ୍ଲାର ମୁନିଗୁଡ଼ା ରେଳ ଫାଟକ ନିକଟରେ ଏକ ମାଲ୍ବାହୀ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କର ଦୁଇ ହାତ କଟି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଟିକାଟଣା ରେଳ ଫାଟକ ପାଖରେ ଜଣେ ମହିଳାଙ୍କୁ ଧକ୍କା ଦେଇ ମାରିଦେଇଛି ଲୌହ ଦାନବ। ମୃତ ଯୁବକ ଜଣକ ମୁନିଗୁଡ଼ା ସୁଣ୍ଡି ସାହି ସ୍ଥିତ ଠାକୁର ବେହେରା ବୋଲି ଜଣାପଡ଼ିଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରିନି। […]
ଭୁବନେଶ୍ୱର : ୧୯ ବର୍ଷ କ୍ଷମତାରେ ରହିବା ପରେ ନବୀନ ସରକାର ବିରୋଧରେ ହାଓ୍ୱା ଯେତିକି ଜୋର୍ ଧରିଛି, କଳେ ବଳେ କୌଶଳେ ଭୋଟ୍ ହାତେଇବା ପାଇଁ ସେତିକି ଜୋର୍ ଲଗାଯାଉଛି ବିଜେଡି । ସ୍ଥିତି ଏଭଳି ହୋଇଛି ଯେ, କାଳିଆ ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ଅକ୍ଷୟ ତୃତୀୟା ବଦଳରେ ଢେର ଆଗୁଆ ଉତ୍କଳ ଦିବସରେ ବାଣ୍ଟିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କଂଗ୍ରେସ୍ ଏହାକୁ ଭୋଟ୍ ପାଇଁ ଲାଞ୍ଚ କହୁଥିବା ବେଳେ କେନ୍ଦ୍ରମନ୍ତ୍ରୀ […]
ସମ୍ବଲପୁର: ଇଷ୍ଟକୋଷ୍ଟ ରେଳ ଧାରଣାରେ ପ୍ରଥମ ଥର ଲାଗି ପରୀକ୍ଷାମୂଳକ ଭାବେ ଗଡ଼ିଲା ୨ କିଲୋମିଟର ଦୈର୍ଘ୍ୟର ମାଲବାହୀ ଟ୍ରେନ। ସମ୍ବଲପୁର ରେଳ ଡିଭିଜନର ଗଡଭାଗାଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଏହାକୁ ପରୀକ୍ଷାମୂଳକ ଭାବେ ଚଲାଯାଇଥିଲା । ଟ୍ରେନରେ ୪ଟି ଇଞ୍ଜିନ, ୧୪୭ଟି ବଗି ରହିଥିଲା । ଟ୍ରେନର ପ୍ରଥମ ରେଗ୍ରେ ୫୪ଟି ୱାଗନରେ ମାଲବାହୀ କଣ୍ଟେନର ଥିଲା। ଦ୍ୱିତୀୟରେ ଏବଂ ତୃତୀୟ ର୍ୟାକରେ ୫୧ଟି ଲେଖାଏ ଖାଲି ଆଲୁମିନିୟମ କଣ୍ଟେନର ଯାତାୟତ କରିଛି । ଏହି ସବୁ […]
ପୁରୀ:ପୁରୀ ବସ୍ ଭିତରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସ୍ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି। ଏହାସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ୍ ପୂର୍ବରୁ ଅଟକ ରଖିଥିବା ଉକ୍ତ ବସ୍ର ହେଲପରକୁ ଗିରଫ କରିଛି। ଗତ ରାତିରେ ଏକ ଲକ୍ଜୁରି ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଶରଧାବାଲିରେ ପୀଡ଼ିତା ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୁଲିସ୍ ପୀଡ଼ିତାକୁ ଉଦ୍ଧାର କରିବା ସହ ଅଭିଯୋଗ କ୍ରମେ ବସ୍ […]
ଯାଜପୁର(ଗୁଲାମ ଗସ୍) : ଯାଜପୁର ଜିଲ୍ଲାରେ ପ୍ରେମରେ ଅସଫଳ ଜଣେ ପ୍ରେମିକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ନିଜଠୁ ଅଧିକ ଭଲ ପାଉଥିବା ପ୍ରେମିକାକୁ ପ୍ରଥମେ ଯୁବକଜଣକ ଭୁଜାଲିରେ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ପରେ ଏଥିରେ ଅନୁତପ୍ତ ହୋଇ ନିଜକୁ ମଧ୍ୟ ଭୁଜାଲିରେ ହାଣି ପକାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନନ୍ତର କରାଯାଇଛି । ଏଭଳି […]
ବାଲେଶ୍ୱର : ବାଲେଶ୍ୱର ସୋରର ତାଳପଦା ବଜାରରେ ଥିବା ଟାଟା ଇଣ୍ଡିକ୍ୟାସ୍ ATM ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ସେ ନେଇ ସୂଚନା ମିଳିପାରିନି । ATMରେ ପଶି ଗ୍ୟାସ୍ କଟରରେ କାଟି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି। ହେଲେ ଦୁର୍ବୃତ୍ତଙ୍କ କିଛି ସୂଚନା ପାଇପାରିନି ।
ପୁରୀ: ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଜାରି ଚାଲିଛି। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯାଉଛି। ଏଥିପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି। ଆଜ୍ଞାମାଳ ବିଜେ ପରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡ଼ଠାକୁରଙ୍କ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବାର ପରମ୍ପରା ରହିଛି। ଆଜି ଦ୍ୱାରଫିଟା ନୀତି ବିଳମ୍ବରେ ଆରମ୍ଭ ହୋଇଥିବାରୁ ସମସ୍ତ ନୀତି ବିଳମ୍ବରେ ଚାଲୁଥିଲା।
କୋରାପୁଟ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭରୁ ହିଁ ବିଭ୍ରାଟ ଦେଖା ଦେଇଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଯାଇଛି। ଏହି ଘଟଣାର ତଦନ୍ତରେ ତତ୍ପରତା ଦେଖାଇ କୋରାପୁଟ୍ ଜିଲ୍ଲାର ଦୁଇ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ ହୋଇଛି । କୋରାପୁଟ DEOଙ୍କ ଏତଲାକୁ ଭିତ୍ତି କରି ବନ୍ଧୁଗାଁ ହାଇସ୍କୁଲ୍ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍ ଓ ଅନ୍ୟ ଜଣେ ଶିକ୍ଷକଙ୍କ ନାଁରେ ଏହି […]
ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା କଳାହାଣ୍ଡି ଜିଲ୍ଲାର ବିଜେଡି ନେତ୍ରୀ ତିଳୋତ୍ତମା ନାୟକ। ତିଳୋତ୍ତମାଙ୍କ କହିବା ଅନୁଯାୟୀ, ନିର୍ବାଚନ ପ୍ରସଙ୍ଗରେ ଆଜି ସକାଳେ ସେ ପ୍ରଣବଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ପ୍ରଣବ ତାଙ୍କୁ ଗାଳିଗୁଲଜ କରିବା ସହ ସେଠାରୁ ବିତାଡ଼ିତ କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ସେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଣବଙ୍କ ବିରୋଧରେ ଫେରାଦ ହେବାକୁ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଭେଟି। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରୀ କର୍ମଚାରୀଙ୍କ ୩ ପ୍ରତିଶତ ମହଙ୍ଗା ଭତ୍ତା ରାଜ୍ୟ ସରକାର ବଢ଼ାଇଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୧୯ ମସିହା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ସୂଚନାଥାଉ କି, ଗତ କିଛିଦିନ ତଳେ କେନ୍ଦ୍ର କ୍ୟାବିନେଟ୍ ସରକାରୀ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କ […]
ଭୁବନେଶ୍ୱର: ପୁଣି ଭାଇରାଲ୍ ହେଲା ମାଟ୍ରିକ୍ ପରୀକ୍ଷାର ପ୍ରଶ୍ନପତ୍ର। ମାଟ୍ରିକ୍ ପରୀକ୍ଷାର ଆଜି ଦ୍ୱିତୀୟ ଦିନରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ସୋଶାଲ୍ ମିଡିଆରେ ଇଂରାଜୀ ପ୍ରଶ୍ନପତ୍ରର ଫଟୋ ଘୁରି ବୁଲୁଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ହିଁ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ପ୍ରଥମ ଦିନରେ ମଧ୍ୟ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ତାର ପୁନରାବୃତ୍ତି ଯେପରି ନ ହେବ, […]
ଭୁବନେଶ୍ୱର: ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା। ବିଶେଷ କରି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ପାଗ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ, କଟକ ଏବଂ କନ୍ଧମାଳ ଜିଲ୍ଲାରେ […]
ବାଲେଶ୍ୱର: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ୍ ଥାନା ଅନ୍ତର୍ଗତ ଆଳଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବାହାନାଗା ବ୍ଲକ୍ ବରଜଦେଉଳିରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ଝାଡ଼େଶ୍ୱର ବସ୍ ଭାରସାମ୍ୟ ହରାଇ ରାସ୍ତାର ବାମପଟକୁ ଓଲଟି ପଡିଥିଲା। ଏଥିରେ ୧୫ ଜଣ ଯାତ୍ରୀ ଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ବିଷ୍ଣୁପୁର ଓ […]
ବାରିପଦା/ବାଲେଶ୍ୱର: ବାରିପଦା ଓ ବାଲେଶ୍ୱରରେ ୪ଟି ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ୩ଟି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଜଣଙ୍କ ମୃତ୍ୟୁ ଘଟିଛି। ଦୋହିକୋଟୀ ଛକ ନିକଟରେ ରାତି ପ୍ରାୟ ୧୨ଟାରେ ଏକ ବାଇକ୍ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ବାଇକ୍ରେ ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ଼, ଯାଜପୁର, ଭଦ୍ରକ, ବରଗଡ଼, ଅନୁଗୁଳ, ନୟାଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ଆଜି ସକାଳ ସାଢ଼େ ୧୦ଟା ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ପବନର ବେଗ ଅଧିକ […]
କୋରାପୁଟ: ବର୍ଷର ପ୍ରଥମ ବର୍ଷା ଜଳରେ କୋରାପୁଟ ମାଛକୁଣ୍ଡ ଜଳଭଣ୍ଡାରରେ ଜଳ ପତ୍ତନ ବଢ଼ିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁ ବିପଦ ସଂକେତ ନିକଟରେ ପ୍ରବେଶ କରୁଛି ବନ୍ୟାଜଳ। ଜଳଭଣ୍ଡାରର ବିପଦ ସଙ୍କେତ ୨୫୯୦ ଫୁଟ୍ ହୋଇଥିବା ବେଳେ ଏବେ ଜଳସ୍ତର ୨୫୮୮.୦୮ ଫୁଟ୍ ରହିଛି। ଜଳଭଣ୍ଡାରର ୮ନଂ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଏକ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ତେବେ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ କୌଣସି ବିପଦ ନଥିବା […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି ଏନ୍କାଉଣ୍ଟର। ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦେବୀ ପ୍ରସାଦ ଦାସ ଓରଫ ଲିଟୁ ଦାସ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଲିଟୁକୁ ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇର ଏକ ମେଡିକାଲ୍ ପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି। ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି-ବୌଦ ଅଫିସ ରାସ୍ତାରେ ଲିଟୁକୁ ମାର୍ଶାଘାଇ ପୁଲିସ୍ ଓ ସ୍ପେଶାଲ […]