ଭୁବନେଶ୍ୱର: ଚାରିବର୍ଷରେ ବନ୍ଦ ହେଲାଣି ୫ ଇଞ୍ଜିନିୟରିଂ କଲେଜ୍ । ବର୍ଷକୁ ବର୍ଷ ଇଞ୍ଜିନିୟରିଂ ସିଟ୍ କମୁଛି। ତଥାପି ସେଥିରୁ ଖାଲି ପଡୁଛି ପ୍ରାୟ ୭୦ ପ୍ରତିଶତ ସିଟ୍। ନିଯୁକ୍ତି ସୁଯୋଗ ନଥିବାରୁ ରାଜ୍ୟରେ ଇଞ୍ଜିନିୟରିଂ ପାଠ ଲାଗି ମନବଳାଉ ନାହାଁନ୍ତି ଛାତ୍ରଛାତ୍ରୀ। ଭୁବନେଶ୍ୱରର ରାଜେଶ ନାୟକଙ୍କ କଥା ପଢନ୍ତୁ। ଦୁଇ ବର୍ଷ ହେବ ବି.ଟେକ୍ ସାରି ଇଞ୍ଜିନିୟରିଂ ଡିଗ୍ରୀ ହାତରେ ଧରି ଚାକିରି ପାଇଁ ଏ ଅଫିସ୍ ସେ ଅଫିସ୍ ଦଉଡ଼ୁଛନ୍ତି। ହେଲେ ବହୁ ଚେଷ୍ଟା […]
ଭୁବନେଶ୍ୱର: ସରକାରଙ୍କୁ ଦେଇଥିବା ସପ୍ତମ ଅନ୍ତରୀଣ ରିପୋର୍ଟରେ ପୁଣି ପାଖାପାଖି ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି ଚିଟ୍ଫଣ୍ଡ ତଦନ୍ତ କମିଶନ। ତା’ମଧ୍ୟରେ ଅଛନ୍ତି ୧ ଲକ୍ଷ ୩୬ ହଜାର ୨୭ଜଣ କ୍ଷୁଦ୍ର ଜମାକାରୀ। ତେବେ କେବେ ଏହି ଜମାକାରୀଙ୍କ ଟଙ୍କା ମିଳିବ ସେ ନେଇ ହତାଶ ଆଉ ନିରାଶା ଭିତରେ ବଞ୍ଚୁଛନ୍ତି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ। ପେଟରୁ କାଟି ସଞ୍ଚୟ କରିଥିବା ଅର୍ଥକୁ ଚିଟ୍ଫଣ୍ଡରେ ଲଗାଇ ସର୍ବସ୍ୱାନ୍ତ ହେବା ପରେ ଆଶା ଆଉ ଆଶଙ୍କାରେ କଟୁଛି ସେମାନଙ୍କ […]
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ କଟ୍ ଅଫ୍ ତାଲିକା। କଳାରେ ବିଜେବି ଜୁନିଅର କଲେଜ ୭୦.୪ ପ୍ରତିଶତ ସହ ଆଗରେ ରହିଛି। ସେହିପରି ୭୦ ପ୍ରତିଶତ ସହ ରେଭେନ୍ସା ଜୁନିଅର କଲେଜ ଦ୍ୱିତୀୟ ସ୍ଥାନରେ ରହିଛି। ନରସିଂହପୁର ଜୁନିଅର କଲେଜ ୬୮.୧୭ ପ୍ରତିଶତ ସହ ତୃତୀୟରେ ରହିଛି। ସେହିପରି ବିଜ୍ଞାନରେ ୮୯.୨ ପ୍ରତିଶତ ସହ ରେଭେନ୍ସା ଆଗରେ ଥିବା ବେଳେ ୮୭.୬୭ ପ୍ରତିଶତ ସହ ବିଜେବି ଦ୍ୱିତୀୟରେ ରହିଛି। ୮୭.୧୭% ସହ ତୃତୀୟରେ ରହିଛି […]
ମାଲକାନଗିରି : ସରକାରୀ ଡାକ୍ତରଖାନାରେ ନିଜ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲ। କିଛି ଦିନ ଧରି ଟିକ୍ ଟକ୍ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥିବା ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଚରିତ୍ରକୁ ସୁଧାରିବା ପାଇଁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଚାରି ତାରିଖ ରଥଯାତ୍ରା ଦିନ ମାଲକାନଗିରି ଜିଲ୍ଲାପାଳ ନିଜ ସ୍ତ୍ରୀଙ୍କ ପ୍ରସବ ପାଇଁ ଜିଲ୍ଲା ସଦର ଚିକିତ୍ସାଳୟକୁ ବାଛିଥିଲେ। ପରେ ସେଠାରେ ଅସ୍ତ୍ରୋପଚାର କରାଯିବା ପରେ ପତ୍ନୀ […]
ନବରଙ୍ଗପୁର: ମାସେ କି ଦୁଇ ମାସ ନୁହେଁ ଶିକ୍ଷକଙ୍କୁ ମିଳିନି ଦୁଇ ବର୍ଷର ଦରମା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଆଦିବାସି ଅଧ୍ୟୁସିତ ରାଇଘର ବ୍ଲକ୍ ମୁଖ୍ୟ ଦପ୍ତର ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଦରମା ନ ମିଳିବା ଯୋଗୁ ହତାସ ହୋଇ ସ୍କୁଲ ବାରଣ୍ଡାରେ ତିନି ଦିନ ଧରି ଧାରଣାରେ ବସିଛନ୍ତି ସହକାରୀ ଶିକ୍ଷକ ସୁରେନ୍ଦ୍ର ହରିଜନ। ୨୦୧୮ ସେପ୍ଟେମ୍ବର୍ ମାସରେ ଏହି ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ ସହକାରୀ ଶିକ୍ଷକ […]
ପୁରୀ(ମଧୁସୁଦନ ମିଶ୍ର): ପୁରୀ ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡିଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି DEOଙ୍କ ସରକାରୀ ଗାଡ଼ିରୁ ୧ ଲକ୍ଷ ୧୧ ହଜାର ଟଙ୍କା ଜବତ ହୋଇଥିଲା। ଏହି ଟଙ୍କା ନେଇ DEO ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଆଜି ଗିରଫ କରିଛି। ଟଙ୍କା ଜବତ ପରେ DEOଙ୍କ ପୁରୀ ସ୍ଥିତ ସରକାରୀ ବାସଭବନ, ସାଲେପୁର ସ୍ଥିତ ପୈତୃକ ଘର ଓ ରାଜଧାନୀର ଏକ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ […]
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କଲେଜ୍ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ୍ଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ବଢ଼ାଇ ୫ ଘଣ୍ଟାରୁ ୭ ଘଣ୍ଟା କରିଦିଆଯାଇଛି। ଏଣୁ ଆଧ୍ୟାପକମାନେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଆଉ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ନ କଲେ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ନିକଟରେ ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। […]
ଭୁବନେଶ୍ୱର: ମନ୍ତ୍ରୀ ପରିଷଦ ବୈଠକରେ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀମାନଙ୍କୁ ସେ ପାଞ୍ଚଟି ପରାମର୍ଶ ଦେଇଛନ୍ତି। ନିଜ ବିଭାଗକୁ ବ୍ୟାପକ ଗସ୍ତ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗସ୍ତ କରିବା ଦ୍ୱାରା ନିଜ ବିଭାଗର କାମ ତୃଣମୂଳ ସ୍ତରରୁ ଜାଣିହେବ ବୋଲି ସେ କହିଛନ୍ତି। ବିଭାଗୀୟ ଅଫିସ ଏବଂ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଗସ୍ତ ସମୟରେ ଲୋକଙ୍କୁ ଭେଟି ମତାମତ ନେବାକୁ କହିଛନ୍ତି ନବୀନ। 5T […]
କେନ୍ଦ୍ରାପଡ଼ା: ପାଟକୁରାରେ ଜୋର ଧରିଛି ନିର୍ବାଚନୀ ପ୍ରଚାର। ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଚାଲିଛି ମାରାଥନ ପ୍ରଚାର। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଡେରାବିଶିର ପଞ୍ଚୁପାଣ୍ଡବଠାରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଏଣ୍ଡର, ନରସିଂହପୁର, ଗୋଲାରହାଟ, ବାଲିଆ, ଚାଟରାଚକ୍ରଡ଼ା ଦେଇ ଛତା ଛକ ପର୍ଯ୍ୟନ୍ତ ରାଲିରେ ସାମିଲ୍ ହୋଇ ବିଜୟ ମହାପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ ପ୍ରତାପ। ବିଜେଡି ପକ୍ଷରୁ ମଧ୍ୟ […]
କଳାହାଣ୍ଡି: ମଣ୍ଡିରେ ଚାଷୀଙ୍କୁ ଘାରିଛି ମହାଦଶା। କେଉଁଠି ହଜାର ହଜାର କ୍ୱିଣ୍ଟାଲ୍ର ଧାନ ପଡ଼ି ଖତ ଖାଉଛି ତ କେଉଁଠି ବର୍ଷା ମାଡ଼ରେ ନଷ୍ଟ ହେଉଛି ଚାଷୀର ମେହନତର ଫସଲ। ନା ମିଲର୍ସଙ୍କ ଦର୍ଶନ ମିଳୁଛି ନା ମଣ୍ଡିରୁ ଧାନ ଉଠୁଛି। ଲକ୍ଷ୍ୟ ଧାର୍ଯ୍ୟର ପୂରଣର ଆଳ କରି ଆଖି ବୁଜିଦେଇଛନ୍ତି ସରକାର ଏବଂ ପ୍ରଶାସନ। ଫଳରେ ଦୁଃଖ ଆଉ ଦୁର୍ଦ୍ଦଶାରେ କାଳ କାଟୁଥିବା ଚାଷୀ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି। କେଉଁଠି ସରକାର ଉପରେ […]
ଯାଜପୁର(ଗୁଲାମ୍ ଗସ): ଅଧପନ୍ତରିଆ ହୋଇ ପଡ଼ିରହିଛି ସେତୁ କାମ। ଗତ ୮ ବର୍ଷରୁ ନିର୍ମାଣ କାମ ତାଲିଥିବା ବେଳେ ମାତ୍ର ୩ଟି ସ୍ପାନ୍ ନିର୍ମାଣ ହୋଇରପାରିନି। ଯାଜପୁର ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧିନ ଜେନାପୁର–ଜାବରା ସେତୁର ଏଭଳି ଅବସ୍ଥା। ସେତୁ ନିର୍ମାଣ ଆରମ୍ଭରେ ଜମି ଅଧିଗ୍ରହଣ ସମସ୍ୟା ଦେଖାଦେଇଥିଲା। ପରେ ଜମିହରାଙ୍କୁ ସରକାରଙ୍କ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ପରେ କାମ ଆଗେଇଥିଲା। ହେଲେ ଏବେ ପୁଣି ଥରେ ସେତୁ ନିର୍ମାଣରେ ଜମି ସମସ୍ୟା ଦେଖାଦେଇଛି। ଫଳରେ […]
ଭଦ୍ରକ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ବୋଟ୍ର ବ୍ୟବସ୍ଥା ରହିଛି। ହେଲେ ଭଦ୍ରକ ଚାନ୍ଦବାଲି ତହସିଲର ସ୍ପେଶାଲ୍ ରିଲିଫ୍ ବୋଟ୍ଗୁଡ଼ିକର ଅବସ୍ଥା ନକହିଲେ ଭଲ। କେଉଁ ବୋଟ୍ ଭିତରେ ପାଣି ପଶି ରହିଛି ତ କାହାର ପାଲ ଚିରି ଗଲାଣି। ୧୧ଟି ବୋଟ୍ ମଧ୍ୟରୁ ଗୋଟିଏ ଅଚଳ ହୋଇ ପଡ଼ିଥିବାବେଳେ ଆବଶ୍ୟକ ଏଠାରେ କର୍ମଚାରୀ ମଧ୍ୟ ନାହାନ୍ତି। ୨୨ ଜଣ କର୍ମଚାରୀ ବଦଳରେ ୩ଜଣ ସ୍ଥାୟୀ କର୍ମଚାରୀ ଥିବାବେଳେ ଜଣେ […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତୁଡ଼କାଠେଙ୍ଗା ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ଧର୍ମୁ ଧଙ୍ଗଡ଼ା ମାଝି। ସକାଳେ ଧର୍ମୁ ବିଲକୁ ଯାଉଥିବାବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କେନ୍ଦ୍ରାପଡ଼ା: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ୍ ଫାଟକରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବାରଡ଼ିଆ ହାଇସ୍କୁଲରେ। ଏଠାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ୍ ଫାଟକର ତାଲା ପକାଇ ଧାରଣାରେ ବସିଥିଲେ। ଏଠାରେ ୮ଜଣ ଶିକ୍ଷକଙ୍କ ଆବଶ୍ୟକ ଥିବାବେଳେ ମାତ୍ର ୩ ଜଣ ଶିକ୍ଷକଙ୍କୁ ପାଠପଢ଼ା ଚାଲିଛି। ଫଳରେ […]
ଭୁବନେଶ୍ୱର: ଏଥର ରେଳ ବଜେଟ୍ରେ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଲାଗି ୫୮୦୦ରୁ ୬୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ବରାଦ ହୋଇଛି। ମଧ୍ୟବର୍ତ୍ତିକାଳୀନ ବଜେଟ୍ରେ ବଡ଼ ବଡ଼ ପ୍ରକଳ୍ପ ଲାଗି ଯେଉଁ ବ୍ୟୟବରାଦ ହୋଇଥିଲା ସେଥିରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ। ଏବେ ଆସନ୍ତୁ ଜାଣିବା କେଉଁ ପ୍ରକଳ୍ପ ପାଇଁ କେତେ ବ୍ୟୟ ବରାଦ ହୋଇଛି- ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥ ଲାଗି ୩୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଅନୁଗୁଳ-ସୁକିନ୍ଦା ପାଇଁ ୨୫୦ କୋଟି,ହରିଦାସପୁର-ପାରାଦୀପ ପାଇଁ ୪୦୦ […]
କେନ୍ଦ୍ରାପଡ଼ା: ପାଟକୁରା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବାରେ ବିଳମ୍ବ କରିଛି କଂଗ୍ରେସ। ବିଜେପି ଓ ବିଜେଡି ପୂରା ଦମ୍ରେ ଲାଗିଥିବାବେଳେ ବାହୁଡ଼ା ପରେ ପ୍ରଚାର କରାଯିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସମସ୍ତ ବିଧାୟକ ଓ ସାଂସଦଙ୍କୁ ୨ ଦିନ ଲେଖାଏ ପାଟକୁରାରେ ରହିବା ଲାଗି କୁହାଯାଇଛି। ଏହାସହ କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ପ୍ରଚାର ପାଇଁ ଆସିବାକୁ କୁହାଯାଇଛି ବୋଲି ନିରଞ୍ଜନ ଜଣାଇଛନ୍ତି। ଦଳର ଯେଉଁ ସ୍ଥିତି, ସେଥିରେ ଅର୍ଥ ବଳରେ […]
ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ ସମିତି ବିକ୍ଷୋଭ ପ୍ରଦର୍ଶନ କରିଛି। କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, ନବୀକରଣ, ଆର୍ଥିକ ଏବଂ ଯନ୍ତ୍ରପାତି ସହାୟତା ଦାବିରେ ଶ୍ରମିକ ସଂଗଠନ ବିକ୍ଷୋଭ କରିଛି। ସକାଳେ ଶ୍ରମିକମାନେ ଏକ ଶୋଭାଯାତ୍ରାରେ ବନ୍ତ ଛକ, କଚେରୀ ଛକ ଓ ଅପର୍ତ୍ତିବିନ୍ଧା ଛକ ଦେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲେ। ଏହାପରେ ପ୍ରତିବାଦ କରିବା ସହ ୧୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଭୁବନେଶ୍ୱର: କେନ୍ଦୁପତ୍ର ଶ୍ରମିକଙ୍କୁ ଝଟ୍କା। କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ୍ ହ୍ରାସ କଲେ ସରକାର। କେନ୍ଦୁପତ୍ର ତୋଳାଳିଙ୍କ ବୋନସ ୧୦୦ ପ୍ରତିଶତ ରୁ ୫୦ ପ୍ରତିଶତକୁ ଓ କେନ୍ଦୁପତ୍ର ବନ୍ଧାଳିଙ୍କ ବୋନସ୍ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ କମିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। GST ଓ ପ୍ରତିକୂଳ ପାଣିପାଗ ପ୍ରଭାବରୁ ହେଉଥିବା କ୍ଷତି ହ୍ରାସ କରିବାକୁ ସରକାର ବୋନସ୍ ହ୍ରାସ କରିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ […]