ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ପରବର୍ତ୍ତୀ ଥଇଥାନ ଲାଗି ଜନସାଧାରଣ ଓ ବିଭିନ୍ନ ସଂସ୍ଥାଠାରୁ ସହାୟତା ରାଶି ସଂଗ୍ରହ ଉଦ୍ଦେଶ୍ୟରେ ନୂଆ ୱେବ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ୱେବ୍ ପୋର୍ଟାଲ rebuild.odisha.gov.in କୁ ଲଞ୍ଚ ହୋଇଛି। ଏହି ପୋର୍ଟାଲ୍ ମାଧ୍ୟମରେ ରାଜ୍ୟର ଶକ୍ତି, ଗୃହ, ଶିକ୍ଷା, ଅଙ୍ଗନଓ୍ୱାଡ଼ି, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ଗୋଷ୍ଠୀଗତ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। ଏହାସହ ଏହିସବୁ […]
ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୬ ଶହ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା ବିଶେଷ କରି ଚାଷୀ, ଗୋ ଏବଂ ମତ୍ସ୍ୟଚାଷୀ, SHG ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଣଜଳସେଚିତ ଜମି ପାଇଁ ହେର ପିଛା ୬ ହଜାର ୮ଶହ ଟଙ୍କା ଇନ୍ପୁଟ୍ ସବସିଡି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଜଳସେଚିତ ଜମି ପାଇଁ ହେର ପିଛା ୧୩,୫୦୦ ଟଙ୍କା ଇନପୁଟ୍ ସବସିଡି, ଫନି ଦ୍ୱାରା […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇ ବନ୍ଦ ରହିଥିବା ନନ୍ଦନକାନନ ଚଳିତମାସ ୨୧ତାରିଖରୁ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଭୁବନେଶ୍ୱରସ୍ଥିତ ଜୟଦେବ ବାଟିକା ଆସନ୍ତାକାଲିଠୁ ଖୋଲିବାକୁ ଥିବାବେଳେ ଏକାମ୍ର କାନନକୁ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଖୋଲିଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ‘ଫୋନି’ ବାତ୍ୟାରେ ବିଭାଗର ମୋଟ ୫୩୭କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି […]
ଭୁବନେଶ୍ୱର: ମହାବାତ୍ୟା ଫୋନିରେ ଉଜଡ଼ିଯାଇଇଛି। ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର । ନଷ୍ଟ ହୋଇଛି ବିରଳ ପ୍ରଜାତିର ଅନେକ ଔଷଧୀୟ ବୃକ୍ଷରାଜୀ। ଭୁବନେଶ୍ୱର ପାଞ୍ଚ ନମ୍ବର ଜାତୀୟ ରାଜପଥ ପାତ୍ରପଡାସ୍ଥିତ ୬୦ ହେକଟର ଜମିରେ ତିଆରି ହୋଇଥିଲା ଏହି ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର ବା ମେଡିସିନାଲ ପ୍ଲାଣ୍ଟ ନଲେଜ୍ ସେଣ୍ଟର । ୨୦୦୩ ମସିହାଠାରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ରରେ ୩୦୦ ପ୍ରଜାତିର ବହୁ ବିରଳ ଔଷଧୀୟ ବୃକ୍ଷ ରହିଥିଲା ଯାହାକି ଫୋନୀ ଯୋଗୁ ଅଧାରୁ […]
କଟକ: ଫୋନି ତାଣ୍ଡବ ପରେ ଏବେ ବି ସ୍ୱାଭାବିକ ହୋଇନି କଟକ ସହର। ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଜଗତପୁର ଅଞ୍ଚଳରେ ଏବେ ବି ବିଜୁଳି ନାହିଁ । ବିଦ୍ୟୁତ ଖୁଣ୍ଟି ରାସ୍ତା ଉପରେ ପଡ଼ିଥିବା ବେଳେ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି । ଲୋକେ ନିଜ ଉଦ୍ୟମରେ ବିଜୁଳି ମରାମତି କାମ ଆରମ୍ଭ କରିଛନ୍ତି । ସେପଟେ ଆସନ୍ତା ୧୩ ତାରିଖ ସୁଦ୍ଧା ବିଜୁଳି ସଂଯୋଗ କରାଯିବ […]
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ବିଶେଷ କରି ପଶ୍ଚିମ ଓଡ଼ିଶା ଏବଂ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥିତି ଅସମ୍ଭାଳ । ନା ଘରେ ରହି ହେଉଛି ନା ବାହାରେ । ପାଣିପାଗ ବିଭାଗ ପକ୍ଷରୁ ହିଟ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ଦିନ ହେଲା ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ସେପଟେ ଉପକୂଳ ଅଞ୍ଚଳରେ ତାପମାତ୍ରା ଅଧିକ ନାହିଁ । କିନ୍ତୁ ଆଦ୍ରତା […]
କେନ୍ଦୁଝର(ପ୍ରଣୟ କୁମାର ପାଣି): ବାଇକ୍ରେ ଥାନାକୁ ଯାଉଥିଲେ। କିନ୍ତୁ ବାଟରେ ପିଟି ଦେଲେ ବୋଲେରୋ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ। ମୃତ ଏଏସ୍ଆଇଙ୍କ ନାଁ ମୋରିସ କୁଜୁର। ୨୦ ନମ୍ବର ଜାତୀୟ ରାଜପଥରେ ଝୁମ୍ପୁରା ବାଇପାସ୍ ନିକଟରେ ବୋଲେରୋଟି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଝୁମ୍ପୁରା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବୋଲେରୋକୁ […]
ଭୁବନେଶ୍ୱର: ଓଡ଼ିଶାରେ ‘ଫୋନି’ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏନଡିଆର୍ଏଫ୍ର ୫୦ଟି ଟିମ୍ ସାମିଲ ଅଛନ୍ତି। ସେମାନେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ପୁନର୍ବାହାଲ କରିବାକୁ ଅଗ୍ରାଧିକାର ଦେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ। ଏନ୍ଡିଆର୍ଏଫ୍ ଡିଜି ଶ୍ରୀ ପ୍ରଧାନ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ସହ ‘ଫୋନି’ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା […]
କୋରାପୁଟ:କୋରାପୁଟ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର ପଟ୍ଟାଙ୍ଗି ଥାନା ଚନ୍ଦକା ପଞ୍ଚାୟତର ଦଳପତି ଗୁଡା କରଞ୍ଜିଗୁଡ଼ା ପାହାଡ଼ରେ ଚୂନମାଟି ଖୋଳିବାକୁ ଯାଇ ମାଟି ଅତଡ଼ା ଖସି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିଲା ବେଳେ ଜଣେ ପୁରୁଷ ଅଛନ୍ତି। ମୃତ ଅବସ୍ଥାରେ ୩ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ସେହିପରି ଆହତ ୨ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଯାଇଛି। […]
ଭୁବନେଶ୍ୱର: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ ବେଳେ ଅନେକ ବୁଥ୍ରୁ ଆସିଥିଲା ଅନିୟମିତତା ଓ ବିଭ୍ରାଟର ଅଭିଯୋଗ । ଏସବୁ ଅଭିଯୋଗ ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବୁଥରେ ଆଉ ଥରେ ଭୋଟ କରିବା ନେଇ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଥିଲେ । ଏହି ସୁପାରିଶ ଆଧାରରେ ନିର୍ବାଚନ କମିଶନ ରାଜ୍ୟର ୩୪ ବୁଥରେ ସାନି ମତଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥିରେ ତୃତୀୟ ପର୍ଯ୍ୟାୟର ୧୨ ଓ ଚତୁର୍ଥ ପାର୍ଯ୍ୟାୟରେ ୨୨ଟି […]
ଭୁବନେଶ୍ୱର: ରାସନ କାର୍ଡ ନାହିଁ ତ ରିଲିଫ ନାହିଁ । ବାତ୍ୟା ପରେ ରିଲିଫ ବଣ୍ଟନରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା। ବାତ୍ୟାରେ ହଜାର ହଜାର ଲୋକଙ୍କର ଘର ଭାଙ୍ଗିଛି, କିନ୍ତୁ ରାସନ କାର୍ଡ ନ ଥିବାରୁ ସେମାନଙ୍କୁ ରିଲିଫ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ବହୁ ଅଭିଯୋଗ ପହଞ୍ଚିଛି ।
ଭୁବନେଶ୍ୱର: ବାତ୍ୟା ଫୋନିର କ୍ଷୟକ୍ଷତିକୁ ନେଇ ତଥ୍ୟ ପ୍ରକାଶ କରିଛି ରାଜ୍ୟ ଏମର୍ଜେନ୍ସି ଅପରେସନ ସେଣ୍ଟର-SEOC । ଆଜି SEOC ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁସାରେ, ବାତ୍ୟା ଫୋନିରେ ରାଜ୍ୟରେ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗିଛି। ମୋଟ ୧ କୋଟି ୫୦ ଲକ୍ଷ ୯୪ ହଜାର ଲୋକ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ପଶୁପକ୍ଷୀ। ବାତ୍ୟା ଫୋନି ଦ୍ୱାରା ସିଧାସଳଖ ୮୭ ଲକ୍ଷ ପଶୁପକ୍ଷୀ ପ୍ରଭାବିତ […]
ବାଲେଶ୍ୱର: ବାଲେଶ୍ୱରର ଫକୀରମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଫଳରେ ୪ ଘଣ୍ଟା ଧରି ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି ରୋଗୀସେବା । ଜଣେ ପ୍ରସୂତୀଙ୍କୁ ନର୍ସ ଜଣଙ୍କ ଟଙ୍କା ମାଗିବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା । ଅଭିଯୋଗ ଅନୁସାରେ, ପ୍ରସବ ପରେ ଷ୍ଟାଫ ନର୍ସ ଜଣଙ୍କ ହଜାରେ ଟଙ୍କା ମାଗିଥିଲେ। ରୋଗୀଙ୍କ ସଂପର୍କୀୟା ୩୦୦ ଟଙ୍କା ଦେବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ […]
ଭୁବନେଶ୍ୱର: ଫୋନି ପରବର୍ତ୍ତୀ ଥଇଥାନ ଓ ରିଲିଫ୍ କାର୍ଯ୍ୟକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରି କହିଛନ୍ତି ଯେ, ସବୁଠି ଅବ୍ୟବସ୍ଥା ଲାଗିରହିଛି। ୧୯୯୯ ମହାବାତ୍ୟାରେ ବି ଏଭଳି ଅବ୍ୟବସ୍ଥା ନ ଥିଲା। ଲୋକଙ୍କ ଥଇଥାନ ଏବଂ ରିଲିଫ୍ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ସବୁ କଥାରେ ବ୍ୟବସାୟିକ ମନୋଭାବ ରଖାଯାଉଛି। ସେହିପରି ପିସିସି ସଭାପତି ନିରଞ୍ଜନ […]
ଭୁବନେଶ୍ୱର: ଫୋନି ମାଡ଼ରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ରାଜ୍ୟର ତିନି ପ୍ରମୁଖ ସଂଗ୍ରହାଳୟ । କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ଓ ଭୁବନେଶ୍ୱରରେ ଥିବା ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ୍ ହିଷ୍ଟ୍ରି। ସବୁର ଭିତ୍ତିଭୂମିକୁ ବିଗାଡ଼ି ଦେଇଛି ଫୋନି। ବାତ୍ୟା ପରଠାରୁ ଏ ତିନି ସଂଗ୍ରହାଳୟକୁ ବନ୍ଦ କରି ଦିଆଯାଇଛି। ତେବେ ସୌଭାଗ୍ୟକୁ ସଂଗ୍ରହାଳୟ ଗୁଡ଼ିକର କିର୍ତ୍ତୀରାଜି ଉପରେ କିଛି ବି ପ୍ରଭାବ ପ଼ଡିନି। ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ଓଡ଼ିଶା ରାଜ୍ୟ ନୌବାଣିଜ୍ୟ […]
ଭୁବନେଶ୍ୱର: ରାଜ୍ୟର ଏ ମହାବିପତ୍ତି ବେଳେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ବି ସହାୟତାର ହାତ ବଢ଼ାଇଛନ୍ତି । ଓଡିଶା IAS ଅଫିସର ସଂଘର ପ୍ରତ୍ୟେକ ସଦସ୍ୟ ଫୋନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ସେହିପରି ରାଜ୍ୟର ସମସ୍ତ ଜାତୀୟ ବ୍ୟାଙ୍କର କର୍ମଚାରୀ ଦିନକର ଦରମାକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ମାରଓ୍ୱାଡି ସଂଘ ମଧ୍ୟ ୨ହଜାର ଲୋକଙ୍କ ଲାଗି […]
ଭୁବନେଶ୍ୱର: ପାସ୍ବୁକ୍ ଦେଖାଇ ବ୍ୟାଙ୍କରୁ ଏଣିକି ୨ ହଜାର ଟଙ୍କା ଉଠାଇ ପାରିବେ ଉପଭୋକ୍ତା। ଫୋନି ବାତ୍ୟା ପ୍ରଭାବିତଙ୍କୁ ବ୍ୟାଙ୍କଗୁଡିକ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯିବ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବସିଥିବା ବ୍ୟାଙ୍କ ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେହିପରି ପ୍ରଭାବିତ ଅଞ୍ଚଳକୁ ଅଧିକ ସଂଖ୍ୟାରେ ଭ୍ରାମ୍ୟମାଣ ଏଟିଏମ୍ ପଠାଇବା ଲାଗି ପ୍ରୟାସ ଚାଲିଛି। ଅନ୍ୟପକ୍ଷରେ ବାତ୍ୟାରେ ପୁରୀରେ ହୋଟେଲ ଶିଳ୍ପ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ହୋଟେଲ ମାଲିକଙ୍କ ସମେତ […]
ଭୁବନେଶ୍ୱର: ବାତ୍ୟା ଫୋନି ପରଠୁ ରାଜଧାନୀର ହାଟ ବଜାରରେ ଅଭାବନୀୟ ପରିସ୍ଥିତି। ନା ଆବଶ୍ୟକ ପରିମାଣର ସାମଗ୍ରୀ ମହଜୁଦ୍ ଅଛି, ନା ମିଳୁଛି ସୁଲଭ ଦରରେ ଡାଲି, ଚାଉଳ। କ୍ୟାଣ୍ଡେଲ୍ଟଇଏ ପାଇବା ବି ମୁସ୍କିଲ୍ ହେଉଛି ରାଜଧାନୀ ବଜାରରେ। ଯେଉଁ ଦୋକାନକୁ ଗଲେ ବି ଷ୍ଟକ୍ ନାହିଁ କହି ସିଧାସଳଖ ମନା କରିଦେଉଛନ୍ତି ବ୍ୟବସାୟୀ । ପରିବା ଦର ତ ଆକାଶଛୁଆଁ ହୋଇଛି। ତାହା ବି ପର୍ଯ୍ୟାପ୍ତ ପରିମାଣର ମିଳୁନି। ରାଜଧାନୀ ଭୁବନେଶ୍ୱରର ବ୍ୟବସାୟିକ ପେଣ୍ଠସ୍ଥଳୀ ୧ […]
ଭୁବନେଶ୍ୱର: ବାତ୍ୟା ଫୋନିର ୬ ଦିନ ପରେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବିଜୁଳି ସ୍ଥିତିରେ ଆସିଛି ସାମାନ୍ୟ ସୁଧାର। କିନ୍ତୁ ଏବେ ବି ଟୁଇନ୍ ସିଟିର ଅଧିକାଂଶ ଅଞ୍ଚଳ ରହିଛି ଅନ୍ଧାରରେ । ଫୋନିର ବ୍ୟାପକ ବିପର୍ଯ୍ୟୟ ଭିତରେ ଏସବୁ ଅଞ୍ଚଳରେ ଶୀଘ୍ର ବିଜୁଳି ପହଞ୍ଚାଇବା ଓ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀକୁ ବିଦ୍ୟୁତ ସେବା ଦେବା ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି । ବାତ୍ୟା ଫୋନିର ୬ ଦିନ ପରେ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦ ଉଡ଼ାଇ ଦେଇଛି ନିଦାଘ। ଡହଡହ ଖରାରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ସିଝୁଥିବା ବେଳେ ଗୁଳୁଗୁଳିରେ ନୟାନ୍ତ ହେଉଛି ଉପକୂଳ। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପି ଯାଇଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଥିଲା। ସୋନପୁରରେ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୫.୧, ଝାରସୁଗୁଡ଼ାରେ ୪୪.୮, ମାଲକାନଗିରିରେ ୪୪.୪, […]
ଭୁବନେଶ୍ୱର: ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନ୍ରୁ ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଆଜିଠାରୁ ସ୍ୱାଭାବିକ ଭାବେ ଯାତାୟତ କରିଛି । ଖଡ଼ଗପୁର-ଯାଜପୁର-କେଉଁଝର ପାସେଞ୍ଜର, ଖଡଗପୁର ଭଦ୍ରକ ପାସେଞ୍ଜର, ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର ଟ୍ରେନ୍ ଆଜିଠୁ ଚଳାଚଳ କରୁଛି । ସେହିପରି ଭଦ୍ରକ-ଭୁବନେଶ୍ୱର, କଟକ-ଇଚ୍ଛାପୁରମ୍, ଅନୁଗୁଳ-ପୁରୀ, ଭୁବନେଶ୍ୱର-ବ୍ରହ୍ମପୁର, ଭୁବନେଶ୍ୱର-ପଲାସା ମେମୁ ଚଳାଚଳ ସ୍ୱାଭାବିକ ହୋଇଛି । ଅପରପକ୍ଷେ ଗତକାଲି ପୁରୀରୁ ଛାଡ଼ିଥିଲା […]
ପୁରୀ: ବାତ୍ୟା ଫୋନି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀର ରାଜଭବନ। ଏହା ପରିସରରେ ଥିବା ଆକର୍ଷଣୀୟ ଉଦ୍ୟାନ ମାଟିରେ ମିଶିଯାଇଛି। ଉଦ୍ୟାନରେ ଲାଗିଥିବା ଶହ ଶହ ଗଛ ଭାଙ୍ଗି ଉପୁଡ଼ି ପଡ଼ିଛି। ବେଳାଭୂମିଠୁ ମାତ୍ର ୫୦-୬୦ ମିଟର ଦୂରରେ ଥିବା ରାଜ୍ୟର ଏହି ଐତିହ୍ୟ ପ୍ରାସାଦର କୌଣସି ବି ଗୋଟିଏ ଆସବାବପତ୍ର ଫୋନି ପ୍ରଳୟରୁ ବର୍ତ୍ତି ପାରିନାହିଁ। ରାଜଭବନ ଆଡେ ଗଲେ ଆପଣଙ୍କୁ ଲାଗିବ ଯେମିତି ସବୁଜିମା ମଶାଣିରେ ଠିଆ ହୋଇଛି ଭୂତ ବଙ୍ଗଳାଟିଏ। […]
ବ୍ରହ୍ମପୁର: ତେଲେଙ୍ଗାନା ପୁଲିସକୁ ଗଞ୍ଜାମରେ ଆକ୍ରମଣ ହୋଇଛି। ପାଟପୁର ଥାନା ଡେଙ୍ଗାଡ଼ି ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୋଲିସ ଟିମ୍କୁ ଗାଁ ଲୋକ ପିଲା ଚୋର ଗ୍ୟାଙ୍ଗ୍ ଭାବି ଆକ୍ରମଣ କରିଥିଲେ। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ବେଳେ ଏହି ଆକ୍ରମଣ ହୋଇଥିଲା । ତେଲଙ୍ଗାନାର ୧୦ ଜଣିଆ ପୁଲିସ ଟିମ୍ ଦୁଇଟି ଗାଡ଼ିରେ ଡେଙ୍ଗାଡ଼ି ଗାଁକୁ ଆସିଥିଲେ। ଅଭିଯୁକ୍ତ ଜଣକ ହାଇଦ୍ରାବାଦରେ ସୁନା ଦୋକାନରେ କାମ କରୁଥିବା […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିର ପରିଦର୍ଶନ ପରେ ଏହି ସୂଚନା ଦେଇଛନ୍ତି ଏଏସ୍ଆଇ ଡିଜି ଉଷା ଶର୍ମା। ବାତ୍ୟାରେ କୋଣାର୍କ ମନ୍ଦିର ପରିସରରେ ପ୍ରାୟ ୨୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ମାତ୍ର ମନ୍ଦିରରେ ଢାଞ୍ଚାଗତ କୌଣସି କ୍ଷତି ହୋଇନାହିଁ ବୋଲି ଏଏସ୍ଆଇ ଡିଜିଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଜାଣିବାକୁ ପାଇଛି। ୧୫ ଦିନ ମଧ୍ୟରେ ମନ୍ଦିର ସମ୍ପୂର୍ଣ୍ଣ ସ୍ୱାଭାବିକ ଅବସ୍ଥାକୁ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଛୁଟି ଦିନରେ ବି ବ୍ୟାଙ୍କ ଖୋଲା ରଖାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସିଥିବା ଏସ୍ଏଲ୍ବିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କେରଳ ମଡେଲ୍ ଅନୁସରଣ କରିବାକୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। କମ୍ ଡକ୍ୟୁମେଣ୍ଟ ନେଇ ଋଣ ପ୍ରଦାନ ଲାଗି ବ୍ୟାଙ୍କ ଗୁଡିକୁ କୁହାଯାଇଛି। ସୋମବାର ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାରେ ବ୍ୟାଙ୍କ ସେବା […]