• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

pic1
ଜଙ୍ଗଲରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ନୀଳଗିରି(ବିଶ୍ୱମ୍ବର ଦାସ): ନୀଳଗିରି ଜଙ୍ଗଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କେସିପୁର ପଞ୍ଚାୟତର ତରତରି ଗାଁର ରଶ୍ମି ମାରାଣ୍ଡି। ଗତ ୧୫ ତାରିଖରୁ ସେ ନିଖୋଜ ଥିଲେ। ଗତକାଲି କାଳବୈଶାଖୀ ପରେ ଜଙ୍ଗଲରୁ ଦୁର୍ଗନ୍ଧ ବାହାରିଥିଲା। ଲୋକେ ଜଙ୍ଗଲ ଭିତରେ ପଶି ଝିଅଟିର ମୃତଦେହ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏହା ହତ୍ୟା କି ଆତ୍ମହତ୍ୟା ତାହା […]

  • Wednesday, 21 July 2021
1
ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି: କଳାହାଣ୍ଡି ଆମପାଣିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝୁଳନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଚାଷ ଜମିରେ ଥିବା ଏକ ଗଛରେ ଝୁଳନ୍ତା ଅବସ୍ଥାରେ ମୃତଦେହଟିକୁ ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ତେବେ ଏହାର ଠିକ୍ ଅଳ୍ପ ଦୂରରେ ଜଣେ ଯୁବତୀ ଜଣକଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଦୁହିଁଙ୍କ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା […]

  • Wednesday, 21 July 2021
rain
୧୩ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼, ବଜ୍ରପାତ ସହ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୦ଟା ୪୫ ଯାଏ ୧୩ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ସୋନପୁର। ଗତ ୪ରୁ୫ ଦିନ ଧରି […]

  • Wednesday, 21 July 2021
rain-1
ଧୂଳିଝଡ଼ ସହ ବର୍ଷା ସମ୍ଭାବନା, ପାଞ୍ଚ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼ ସହିତ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ଅପରାହ୍ଣ ୧ଟା ଯାଏ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି। ଅନ୍ୟପକ୍ଷରେ ଦୁଇ ଦିନର କୋହଲା ପାଗ ପରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି […]

  • Wednesday, 21 July 2021
infant
ଟଏଲେଟ୍‌ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ହସ୍ପିଟାଲର ଏକ ଟଏଲେଟ୍‌ରୁ ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି। ପ୍ରସୂତି ଓ ସ୍ତ୍ରୀ ରୋଗ ଓ୍ୱାର୍ଡର ଟଏଲେଟରୁ ଏହି  ମୃତଦେହ ମିଳିଛି। ସକାଳେ ଜଣେ ରୋଗୀଙ୍କ ସଂପର୍କୀୟ ଶୌଚ ପାଇଁ ଯାଇଥିବାବେଳେ ଟଏଲେଟ୍ ପ୍ୟାନ ଭିତରେ ନବଜାତକଟି ଗୋଟିଏ ଜରିରେ ବନ୍ଧା ହୋଇ ପଡ଼ିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ସେ ମେଡିକାଲ ସୁରକ୍ଷାକର୍ମୀଙ୍କୁ ଏ ନେଇ ସୂଚନା ଦେଇଥିଲେ । ସୁଇପରଙ୍କ ସହାୟତାରେ ନବଜାତର ମୃତଦେହ ପ୍ୟାନ୍ ଭିତରୁ ଉଦ୍ଧାର […]

  • Wednesday, 21 July 2021
122
ମାଲବାହୀ ଟ୍ରେନ୍‌ରେ ଲାଗିଲା ନିଆଁ

ସୋର: ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନ୍‌ରେ ଏକ କୋଇଲା ବୋଝେଇ ଟ୍ରେନ୍‌ର ବଗିରେ ନିଆଁ ଲାଗି ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ଟ୍ରେନ୍‌ଟି ତାଳଚେରରୁ ହଳଦିଆ ଯାଉଥିଲା। ବଗି ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ତେବେ ବିଦ୍ୟୁତ୍ ତାର କଟାଯାଇ ନଥିବାରୁ ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ।

  • Wednesday, 21 July 2021
heatwave
ଅସହ୍ୟ କଲାଣି ତାତି, ମୌସୁମୀକୁ ଆହୁରି ୫ ଦିନ ଅପେକ୍ଷା

ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଲାଗି ରହିଛି। ହେଲେ ଏ ପର୍ଯ୍ୟନ୍ତ ମୌସୁମୀର ଦେଖା ନାହିଁ। ୮ ତାରିଖ କେରଳ ଛୁଇଁବା ପରେ ୧୫ ତାରିଖ ସୁଦ୍ଧା ଦେଶର ଅନ୍ୟ ସ୍ଥାନରେ ପହଞ୍ଚିବ ବୋଲି  ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା। ୪୩.୬ ଡିଗ୍ରୀ ସେଲସିୟସ୍ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଭାବରେ ପରିଣତ ହୋଇଛି। ସେହିପରି ହୀରାକୁଦ ୪୩. […]

  • Wednesday, 21 July 2021
11
ଛୁରାମାଡ଼ରେ ଆହତ ତପନଙ୍କ ମୃତ୍ୟୁ

କଟକ: କଟକ ଯୋବ୍ରା ଥାନା ପଛପଟେ ଗତକାଲି ରାତିରେ ଛୁରାମାଡ଼ରେ ଆହତ ହୋଇଥିବା ମାଟିଆ ମଙ୍ଗଳା ସାହିର ତପନ ନାୟକଙ୍କର ଆଜି ମୃତ୍ୟୁ ହୋଇଛି।  ତାଙ୍କୁ ଗୁରୁତର ଅବସ୍ଥାରେ  କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଦୁଇ ଜଣ ଯୁବକ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ।  ଛୁରାମାଡ଼ରେ ତପନଙ୍କ ଶରୀରର ୫ଟି ସ୍ଥାନରେ ଆଘାତ ଲାଗିଥିଲା। ଯୋବ୍ରା ବ୍ୟାରେଜରେ ମାଛ ମରାକୁ ନେଇ ତାଙ୍କ ଉପରକୁ ଛୁରାମାଡ଼ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। […]

  • Wednesday, 21 July 2021
knife
ଘରେ ପଶି ଯୁବକଙ୍କୁ ଛୁରାମାଡ଼

କଟକ: କଟକ ସହର ସ୍ଥିତ ଯୋବ୍ରା ମାଟିଆ ମଙ୍ଗଳା ସାହିରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଆହତ ଯୁବକଙ୍କ ନାଁ ତପନ ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତପନଙ୍କ ପରିବାର ଲୋକେ କହିଛନ୍ତି ଯେ,  ସ୍ଥାନୀୟ ଦୁଇ ଜଣ ଯୁବକ ଗତକାଲି ରାତିରେ ତପନଙ୍କ ଘରେ ପଶି ଛୁରାମାଡ଼ କରି ଫେରାର୍ ହୋଇଯାଇଥିଲେ। ତପନଙ୍କ ଶରୀରର ୫ଟି ସ୍ଥାନରେ ଆଘାତ ଲାଗିଛି। ଯୋବ୍ରା ବ୍ୟାରେଜ୍‌ ଉପରେ ମାଛଧରାକୁ ନେଇ ଆକ୍ରମଣ ହୋଇଥିବା ପରିବାର […]

  • Wednesday, 21 July 2021
1
ହାତୀ ଛୁଆର ମୃତଦେହ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ପଞ୍ଚାୟତ ନୀଳମାଧବ ଜଙ୍ଗଲରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ଦୁଇ ହାତୀ ମଧ୍ୟରେ ଲଢେଇ ବେଳେ ଛୁଆ ହାତୀଟି ଭିତରେ ପଶିଯିବାରୁ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଛୁଆ ହାତୀର ବୟସ ପ୍ରାୟ ଦେଢ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି। ଘଟଣାସ୍ଥଳରେ ତାକୁ ପୋଡ଼ିଦେଇଛି। ଗତ ଶନିବାର ହାତୀଟିର ମୃତ୍ୟୁ […]

  • Wednesday, 21 July 2021
Puri-Jagannath
ରଥଯାତ୍ରା ପାଇଁ ଛତିଶା ନିଯୋଗ ବୈଠକ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରବିବାର ଛତିଶାନିଯୋଗ ବୈଠକ ବସି ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ ନେଇ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ନାନଯାତ୍ରା ଠାରୁ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍କରେ ଆଲୋଚନା ହୋଇଥିଲା। ଜୁଲାଇ ୪ରେ ରଥଯାତ୍ରା ଓ ୧୨ ତାରିଖରେ ବାହୁଡ଼ା ଯାତ୍ରା ହେବାକୁ ଥିବା ବେଳେ ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁନାବେଶ ହେବ। ନୀଳାଦ୍ରି […]

  • Wednesday, 21 July 2021
9
ସ୍ୱାମୀକୁ ହତ୍ୟା କରି ଜେଲ୍‌ ଯାଇଥିବା ସ୍ତ୍ରୀ ମୁକ୍ତ

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରେ ନିଜ ସ୍ୱାମୀକୁ ହତ୍ୟା କରି ବନ୍ଦୀ ଥିବା ସ୍ତ୍ରୀ ରାନୀ ମାଝୀଙ୍କୁ ଆଜି ମୁକ୍ତ କରାଯାଇଛି। ସରକାରଙ୍କ ତରଫରୁ ବନ୍ଦୀ ସୁଧାର କାର୍ଯ୍ୟକ୍ରମ ଅନୁସାରେ ଜେଲରୁ ତାଙ୍କୁ ମୁକ୍ତ କରାଯାଇଛି। ରାଇରଙ୍ଗପୁର ଉପକାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଅଭିଯୁକ୍ତ ରାନୀ ମାଝୀଙ୍କ ସଜା ଛାଡ କରିବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଥିଲା। ପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜେଲ […]

  • Wednesday, 21 July 2021
youth murder
ବାଲିଅନ୍ତା ହତ୍ୟାକାଣ୍ଡର ମିଳିଲା ସୁରାକ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଅତଳାଗଡ଼ା ହତ୍ୟା ଘଟଣାର ସୁରାକ ମିଳିଛି। ପାରିବାରିକ ଗଣ୍ଡଗୋଳରୁ ସାନଭାଇକୁ ବଡ଼ ଭାଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ହେଉଛି ପ୍ରୀତମ ରାଉତରାୟ ଏବଂ ହତ୍ୟାକାରୀ ବଡ଼ଭାଇଙ୍କ ନାମ ହେଉଛି ମାମୁନ ରାଉତରାୟ। ସୂଚନା ଅନୁସାରେ ପ୍ରୀତମ କିଛିଦିନ ତଳେ ଭୁବନେଶ୍ୱର ଲକ୍ଷ୍ମୀସାଗରର ଶବରସାହିରେ ରହୁଥିଲେ। କିଛିମାସ ତଳେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଗିଯାଇ ସାନଭାଇ ପ୍ରୀତମ୍‌ ବାରମ୍ୱାର ବଡ଼ଭାଇ […]

  • Wednesday, 21 July 2021
8
ଆମ୍ୱ ତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ବରୁଣେଇ ଜଙ୍ଗଲ ଆମ୍ୱ ତୋଟାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ସକାଳେ ସ୍ଥାନୀୟ ଲୋକେ ତୋଟାକୁ ଯିବାବେଳେ ଆମ୍ୱ ଗଛରେ ଗାମୁଛାରେ ଝୁଲୁଥିବା ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହଟି ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଶିଳ୍ପାଞ୍ଚଳ ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୁଲିସର ତଦନ୍ତ ପରେ ମୃତ ବ୍ୟକ୍ତି ଜଣକ ନୟାଗଡ଼ କଣ୍ଟିଲୋ […]

  • Wednesday, 21 July 2021
monsoon
ସାତ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି କେରଳ ଛୁଇଁଛି ମୌସୁମୀ ବାୟୁ। ପାଗ ଅନୁକୂଳ ରହିଲେ ୭ ଦିନ ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି କୁହାଯାଇଛି ଯେ,୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ। ଆଉ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ମେଘୁଆ ପାଗ ରହିବ। ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁନ […]

  • Wednesday, 21 July 2021
6
ଥାନାରେ ଘରୋଇ କଳିର ସମାଧାନ ବେଳେ ଯୁବକଙ୍କ ମୃତ୍ୟୁ!

ଅନୁଗୁଳ: ଘରୋଇ କଳିର ସମାଧାନ ପାଇଁ ଥାନାରେ ଉଦ୍ୟମ ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା କଣିହାଁ ଥାନାରେ ଏହି ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ବଡ଼ଗୁଣ୍ଡୁରି ଗାଁରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଥାନାରେ ଏତଲା ହୋଇଥିଲା। ସ୍ୱାମୀ ଦୀପକ ବାରିକଙ୍କ ନାଁରେ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଗତକାଲି କଣିହାଁ ଥାନାରେ ଉଭୟ ପକ୍ଷଙ୍କୁ ବସାଇ ସମାଧାନ ଉଦ୍ୟମ ହେଉଥିଲା। ତେବେ କାଉନସେଲିଂ ବେଳେ ହଠାତ୍‌ ଦୀପକ ଅସୁସ୍ଥ ହୋଇ ତଳେ […]

  • Wednesday, 21 July 2021
naveen
କାଳିଆ ଯୋଜନା ପାଇଁ ଅଧିକ ବ୍ୟୟ ବରାଦ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କାଳିଆ ଯୋଜନା ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ୩୨.୩୪ ଲକ୍ଷ ଚାଷୀ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ଅଧିକ ୩ ହଜାର ୨୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆଜି ଏ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଅଧିକ ଅର୍ଥ ବ୍ୟୟବରାଦ ଦ୍ୱାରା ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଏବଂ ୨୫ ଲକ୍ଷ ଭୂମିହୀନ ଚାଷୀ ଉପକୃତ ହେବେ ବୋଲି […]

  • Wednesday, 21 July 2021
3333
ରୋଗୀଙ୍କୁ ୮ କିଲୋମିଟର ଖଟରେ ବୋହିଲେ ସିଆର୍‌ପିଏଫ୍‌ ଯବାନ

ରାୟପୁର: କେବଳ ଯୁଦ୍ଧ ମୈଦାନରେ ବୀରତ୍ୱ ଦେଖାଇ ଜଣେ ଯବାନ ପ୍ରଂଶସିତ ହୁଏନି, ଅନେକ ସମୟରେ ତାର ମାନବିକତା ପାଇଁ ମଧ୍ୟ ପ୍ରଶଂସିତ ହୋଇଥାଏ। ଯାହାର ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ସୁକମା ଜିଲ୍ଲାର କୋଣ୍ଡାସାବଲି ଅଞ୍ଚଳରେ । ଏଠାରେ ପାଟ୍ରୋଲିଂ କରୁଥିବା ଜଣେ ସିଆର୍‌ପିଏଫ୍‌ ଯବାନ  ଜଣ୍ଡିସ  ଆକ୍ରାନ୍ତ ରୋଗୀଙ୍କୁ ସାହାଯ୍ୟ କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି । ପାଟ୍ରୋଲିଂ କରୁଥିବା ସମୟରେ ୨୩୧ ନମ୍ବର ବାଟାଲିୟନ୍ ସିଆର୍‌ପିଏଫ୍‌ ଯବାନ ଜଣକ ଦେଖିଲେ ଜଣ୍ଡିସରେ […]

  • Wednesday, 21 July 2021
raurkela-123
ଦୁଇଟି ହାଇୱା ଓ ଚାରୋଟି ଗାଡ଼ି ପୋଡ଼ି ଦେଲେ ଦୁର୍ବୃତ୍ତ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ଗୋରା ବାଲିଘାଟରେ ଦୁଇଟି ହାଇୱା ସହିତ ଚାରୋଟି ଗାଡ଼ିକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି। ତେବେ ଏହା ନକ୍ସଲମାନଙ୍କ କାମ ବୋଲି କୁହାଯାଉଛି। ନକ୍ସଲମାନେ ମୋଟର ସାଇକେଲ୍‌ରେ ଆସି ଗାଡ଼ି ଜାଳିବା ସହ ଗୁଳି ଫୁଟାଇଥିବା କୁହାଯାଉଛି। ତେବେ ଗାଡ଼ି ଚାଳକମାନେ ଜୀବନ ଭୟରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ପୂର୍ବରୁ ପିଏଲ୍‌ଏଫ୍‌ଆଇ ସଦସ୍ୟ ନିଜ ଉପସ୍ଥିତି ଜାହିର […]

  • Wednesday, 21 July 2021
ww
ସାନଭାଇ ଓ ବୋହୂଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରିଲା ବଡ଼ଭାଇ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ରାମକଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ଓ ଭାଇ ବୋହୂକୁ ଦଉଡ଼ିରେ ବାନ୍ଧି ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛି ବଡ଼ ଭାଇ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଗାଁର ବିଜୟ ବେହେରା ଓ ତାଙ୍କ ସାନ ଭାଇ ଅଜୟ ବେହେରାଙ୍କ ମଧ୍ୟରେ ଗତ କିଛିଦିନ ଧରି ବିବାଦ ଲାଗି ରହିଥିଲା। ଆଜି ସକାଳେ […]

  • Wednesday, 21 July 2021
33
ଚାଲି ଚାଲି ଦୁଃଖ ବୁଝିଲେ ବିଡିଓ

ମାଲକାନଗିରି: ଲୋକଙ୍କ ସମସ୍ୟା ବୁଝିବା ପାଇଁ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଚାଲିଚାଲି ଗଲେ ବିଡିଓ। ଦୀର୍ଘ ୩ଘଣ୍ଟା କାଳ ଚାଲିବା ପରେ ଗାଁରେ ପହଞ୍ଚି ଥିଲେ। ସେଠାରେ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏଭଳି କାମ କରି ପ୍ରଶଂସା ସାଉଁଟିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବିଡିଓ ଲରେମନ୍ ଖରସେଲ୍ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକର ସାତଟି ପଂଚୟତ ବାହ୍ୟ ଜଗତରୁ ବିଛିନ୍ନ ରହିଛି। ସେଥିମଧ୍ୟରୁ ଧୂଳିପୁଟ ପଞ୍ଚାୟତ ଗୋଟିଏ। ଏହି […]

  • Wednesday, 21 July 2021
je
ବିଧାୟକଙ୍କ ନାଁରେ ଏତଲା ଦେଲେ ଜେଇଙ୍କ ପତ୍ନୀ

ବଲାଙ୍ଗିର: ପିଡବ୍ଲ୍ୟୁଡିର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ କାନଧରି ଉଠବସ କରାଇଥିବା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଏ ଘଟଣାକୁ ନେଇ ବିଭିନ୍ନ ବର୍ଗର ଲୋକେ ଅସନ୍ତୋଷ ପ୍ରକାଶ କରିବା ପରେ ବିଧାୟକ କ୍ଷମା ମାଗିଥିଲେ। ଏହା ସତ୍ତ୍ୱେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ନାଁରେ ପାଟଣାଗଡ଼ ଥାନାରେ ଏକ ଏତଲା ଦେଇଛନ୍ତି। ତାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ […]

  • Wednesday, 21 July 2021
66
ମାଟ୍ରିକ ପାସ୍‌ କଲେ ୪ ଶିଶୁ ଶ୍ରମିକ

ମୟୂରଭଞ୍ଜ: ଦାରିଦ୍ର୍ୟ ପାଇଁ ଦିନେ ବହିବସ୍ତାନୀରେ ବାନ୍ଧି ଦେଇଥିଲେ ଡ଼ୋରି। ଖେଳକୁଦ ବୟସରେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବରେ କାମ କରି ଘରର ଗୁଜରାଣ ମେଣ୍ଟାଉଥିଲେ। କିନ୍ତୁ ପ୍ରଶାସନର ସହାୟତାରେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ପୁଣିଥରେ ତାଙ୍କ ହାତରେ ଧରାଇ ଦିଆଯାଇଥିଲା ବହିବସ୍ତାନୀ। ଏହି ଶିଶୁ ଶ୍ରମିକମାନେ ହେଉଛନ୍ତି ବାରିପଦାର। ପରିବାରର ଦୁଃସ୍ଥିତି ଯୋଗୁଁ ଦିନେ ଶିଶୁ ଶ୍ରମିକ ସାଜିଥିବା ପିଲା ସଫଳତାର ସହିତ ଚଳିତ ବର୍ଷ ମାଟ୍ରିକ ପାସ୍‌ କରିଛନ୍ତି। ସେହି […]

  • Wednesday, 21 July 2021
chield
ଚିକିତ୍ସା କଲେନି ଡାକ୍ତର, ଚାଲିଗଲା ଶିଶୁର ଜୀବନ

ମାଲକାନଗିରି: ଚିକିତ୍ସା ଅବହେଳାରୁ ଦେଢ଼ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ଖଇରପୁଟ ମେଡିକାଲରେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଉକ୍ତ ଶିଶୁକନ୍ୟାକୁ ସୋମବାର ଦିନ ପରିବାର ଲୋକେ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ମାତ୍ର ଚିକିତ୍ସା କରିବା ପରିବର୍ତ୍ତେ ସେଠାରେ ନିୟୋଜିତ ଥିବା ଡାକ୍ତରଜଣକ ଦୁର୍ବ୍ୟବହାର କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚିକିତ୍ସା ପାଇଁ ପରିବାର ଲୋକେ ବାରମ୍ବାର ଅନୁରୋଧ କରିବାରୁ ରକ୍ତ ପରୀକ୍ଷା […]

  • Wednesday, 21 July 2021
RAIN
ସାବଧାନ! ଏହିସବୁ ଜିଲ୍ଲାରେ ହୋଇପାରେ ବଜ୍ରପାତ ସହ ବର୍ଷା

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ। କାଳବୈଶାଖୀ ପ୍ରଭାବରେ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କିଛି ସ୍ଥାନରେ ବର୍ଷା ଓ ପବନ ହୋଇଛି। ତେବେ ଝିପିଝିପି ବର୍ଷା ବିଳମ୍ୱିତ ରାତି ପର୍ଯ୍ୟନ୍ତ ଲାଗି […]

  • Wednesday, 21 July 2021