ପଟ୍ଟାମୁଣ୍ଡାଇ: ବ୍ରାଉନ୍ ସୁଗର ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଭିତରେ ହେଉଛି ବ୍ରାଉନ୍ ସୁଗର ଚାଲାଣ। ଏମିତି କିଛି ଦୃଶ୍ୟ କ୍ୟାମେରାରେ କଏଦ ହେବାପରେ ପୂରା ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟ ବେଳେ କଦଳୀ ବୋଝେଇ ଗାଡ଼ିରେ ଏଭଳି ଅଭିନବ ଢଙ୍ଗରେ ବ୍ରାଉନ ସୁଗର ଚାଲାଣ ହେଉଥିବା ନଜର ଆସିଛି। ଏହି ବ୍ରାଉନ୍ ସୁଗର କଟକରୁ ରାଜନଗର ଆସିଥାଏ ବୋଲି ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଉଛି ଛାତ୍ରମାନେ ଏଭଳି […]
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖି ଜିଲ୍ଲାପାଳମାନଙ୍କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସ୍ଥିତି ଉପରେ ନଜର ରଖିବା ସହ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଆସନ୍ତାକାଲି ଗଜପତି, ଗଞ୍ଜାମ, ରାୟଗଡା, ପୁରୀ, କନ୍ଧମାଳ, ନୟାଗଡ, ନୂଆପଡା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି […]
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରେ ରେ ଦକ୍ଷିଣ, ୨୪ ଓ ୨୫ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଗତକାଲିଠୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ପରିମାଣ ବଢ଼ିବା ସହ […]
ରାଉରକେଲା: ରାଉରକେଲା ସହରର ମଙ୍ଗଳ ଭବନ ନିକଟରେ ଥିବା ଏକ କପଡ଼ା ଦୋକାନରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଛି। ଫଳରେ ପାଖାପାଖି ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେଉଁ କାରଣରୁ ଦୋକାନରେ ନିଆଁ ଲାଗିଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ […]
ପୁରୀ: ମୋବାଇଲ୍ ଦୋକାନରେ ଯୁବତୀଙ୍କ ଫଟୋ ଉଠାକୁ ନେଇ ଲଙ୍କାକାଣ୍ଡ। ପୁରୀ ଜିଲ୍ଲା ବଳଗଣ୍ଡି ଛକଠାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ବଳଗଣ୍ଡି ଛକଠାରେ ଥିବା ଏକ ମୋବାଇଲ୍ ଦୋକାନକୁ ଜଣେ ଯୁବତୀ ମୋବାଇଲ୍ କିଣିବାକୁ ଆସିଥିଲେ। ଯୁବତୀ ଜଣକ ମୋବାଇଲ୍ କିଣୁଥିବା ବେଳେ ଦୋକାନୀ ଜଣକ ମୋବାଇଲ୍ରେ ଫଟୋ କିଭଳି ଆସୁଛି କହି ଯୁବତୀଙ୍କ ଫଟୋ ଉଠାଇ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ଏତେ ଉଗ୍ରରୂପ ନେଇଥିଲା […]
ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକାସଙ୍ଗରେ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ନୟାଗଡ଼ରେ ଥିବା ତାଙ୍କ ଅଫିସ,ସରକାରୀ କ୍ୱାର୍ଟର୍ସ, ଦୁଇଟି ଫ୍ଲାଟ ସହ ପୁରୀ ଓ ବ୍ରହ୍ମପୁର ଆଦି ସ୍ଥାନରେ ଏହି ଚଢ଼ଉ ହୋଇଛି।
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ଭୋଟ୍ ପୂର୍ବରୁ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ହାତ ଟେକି ଦେଇଛନ୍ତି। ସେ କହିଛନ୍ତି, ‘ ମତେ ଯାହା ଜଣାପଡ଼ୁଛି ବିଜେପୁରରେ ଆମେ ହାରି ଯିବୁ। କାହିଁକି ବଡ଼ ବଡ଼ କଥା କହିବା।’ ସେ କହିଛନ୍ତି, […]
ଅନୁଗୁଳ: ସରକାରୀ ମେଡିକାଲରେ ଚିକିତ୍ସାରେ ଅବହେଳା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏକ ୩ ବର୍ଷର ଶିଶୁକୁ ଇଞ୍ଜେକ୍ସନ ଦେବା ବେଳେ ଦେହରେ ସିରିଞ୍ଜର ଛୁଞ୍ଚି ଭାଙ୍ଗି ରହି ଯାଇଥିଲା। କିଛିଦିନ ପରେ ପିଲାଟିକୁ ଅସହ୍ୟ ଯନ୍ତ୍ରଣା ହେବାରୁ ଦେହରୁ ଭଙ୍ଗା ସିରିଞ୍ଜ ଛୁଞ୍ଚି ବାହାରିଥିଲା। ଅନୁଗୁଳ ଜିଲ୍ଲା ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ମୋହନଖଳି ଗାଁର ସୀତାକାନ୍ତ ପଣ୍ଡାଙ୍କ ୩ ବର୍ଷର ପୁଅ ସ୍ୱୟଂଜିତଙ୍କୁ କିଛି ଦିନ ପୂର୍ବେ ଜ୍ୱର ହୋଇଥିଲା। […]
ଫୁଲବାଣୀ: ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମାତିଥାନ୍ତି, ସେହି ବୟସରେ ଦେଶର ନାମ, ରାଜ୍ୟ ନାମ, ଜାତୀୟ ପକ୍ଷୀର ନାମଠୁ ଆରମ୍ଭ କରି ଜାତୀୟ ଫୁଲର ନାମ ସବୁ ଜିଭ ଆଗରେ ରହିଛି। କନ୍ଧମାଳର ଏହି କୁନି ଝିଅ ଯାହାର ବୟସ ମାତ୍ର ୩ ବର୍ଷ। ହେଲେ ବୁଦ୍ଧି ବିଚକ୍ଷଣ। ଆଦିବାସୀ ଅଞ୍ଚଳରେ ରହି ଅଙ୍ଗନବାଡ଼ିରେ ପାଦ ଥାପିଥିବା ଏହି ପିଲାଟି କେଉଁଠୁ ଏତେ ଜ୍ଞାନ ସାଉଣ୍ଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋଶାଲ୍ ମିଡିଆରେ ଭିଡିଓ […]
ବାସୁଦେବପୁର: ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବେତଡା ବଜାର ସ୍ଥିତ ଏକ ଭଡ଼ା ଘରେ ପୁଲିସ୍ ଚଢ଼ଉ କରିଛି। ଏହି ଘଟଣାରେ ପୁଲିସ୍ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ଦୀର୍ଘ ଦିନ ଧରି ଏହି ଭଡ଼ା ଘରେ ଦେହ ବ୍ୟବସାୟ ଚାଲୁଥିବା ନେଇ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଜଣେ ଯୁବତୀଙ୍କ ସମେତ […]
ଫୁଲବାଣୀ: ପରିଣତ ବୟସରେ ପିଲାମାନେ ଆଶ୍ରା ହେବେ, ଭଲମନ୍ଦ ବୁଝିବେ ବୋଲି ସବୁ ବାପାମା’ଙ୍କ ଆଶା ଥାଏ। ହେଲେ ଆଜିର ସ୍ୱାର୍ଥପର ଦୁନିଆରେ କିଛି ପଇସା ପାଇଁ ବାପାମା’ଙ୍କୁ ପର କରିଦେଉଛନ୍ତି ବହୁ ପିଲା। ଏପରିକି ବାପାମା’ଙ୍କ ଉପରକୁ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଅମଲାପଡ଼ା ଗାଁରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଏହି ଗାଁର କୁନ୍ତଳା ନାୟକଙ୍କର ୩ ପୁଅ, ଗୋଟିଏ ଝିଅ ଥିବା ବେଳେ […]
କଟକ: କଟକ SCBରେ ଚିକିତ୍ସାଧୀନ ଥିବା ଜଗା, କାଳିଆଙ୍କ ମଧ୍ୟରୁ ସଙ୍କଟାପନ୍ନ ଥିବା କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଏବେ କାଳିଆକୁ ବିନା ଭେଣ୍ଟିଲେଟର୍ରେ ରଖାଯାଇଛି। ସେ ସ୍ୱାଭାବିକ ଭାବରେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିବାରୁ ଅକ୍ସିଜେନ ଦେବାର ଆବଶ୍ୟକତା ପଡ଼ୁ ନ ଥିବା ଏସ୍ସିବିର ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ତାକୁ କେବଳ କ୍ଷୀର ଓ ଶୁଖିଲା ଖାଦ୍ୟ ଦିଆଯାଉଥିବା ବେଳେ ଗତକାଲି ଠାରୁ ସେ ରନ୍ଧା ଖାଦ୍ୟ ଖାଇବା ଆରମ୍ଭ କରିଛି। ଡାଏଟିସିଆନ୍ଙ୍କ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚିକରଡା ଗାଁର କନକ ବେହେରା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରଣ୍ଢା ବଜାରକୁ ଯିବା ପାଇଁ କନକ ପରିବା ଧରି ରାସ୍ତା ପାର ହେଉଥିଲେ। ଏହି ସମୟରେ ତାଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ […]
ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଇଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ତାଙ୍କ ଇସ୍ତଫାପତ୍ର ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଦାମ ବିଜେପିରେ ସାମିଲ ହୋଇଥିଲେ। ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, ’ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି […]
ଭୁବନେଶ୍ୱର: ସେନାରେ ଭର୍ତ୍ତି ହେବାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ବିହାର, ଉତ୍ତରପ୍ରଦେଶରୁ ଆସିଥିବା ଏହି ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁ ଗତକାଲି ଷ୍ଟେସନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷାର୍ଥୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ରେ ଜବରଦସ୍ତ ପଶି ଯାଇଥିଲେ। ଏପରିକି ଟ୍ରେନ୍କୁ ଅଟକାଇବା ପାଇଁ ୫ ଥର ଚେନ୍ ପୁଲିଂ ମଧ୍ୟ କରିଥିଲେ। ଯେଉଁ ଟ୍ରେନ୍ଟି ଭୁବନେଶ୍ୱର ଷ୍ଟେସନରେ ମାତ୍ର ୫ ମିନିଟ୍ ଅଟକି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ହେଲେ ଏଥର ବାତ୍ୟା ଫୋନି ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଲାଗି ଜନ୍ମଦିନ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥ କରିଛନ୍ତି। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ସମର୍ଥକମାନଙ୍କୁ ଜଣାଇଛନ୍ତି। ଏହା ପରିବର୍ତ୍ତେ ଅନାଥ ଆଶ୍ରମ, ଦିବ୍ୟଙ୍ଗଙ୍କ ପାଖକୁ ଯାଇ ସେମାନଙ୍କ ପାଇଁ କିଛି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସାଥୀରେ ପିଲାଙ୍କୁ ମଧ୍ୟ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍ବାଡି ଅଞ୍ଚଳରେ କୋଟିଏ ଟଙ୍କାର ବ୍ରାଉନ୍ ସୁଗର ଜବତ ହୋଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍ବାଡି ଅଞ୍ଚଳର ସପନ କୁମାର ପ୍ରଧାନ। ଆଜି ଭୋର ସମୟରେ ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ ମିଳିତ ଭାବରେ ଚଢଉ କରି ଷ୍ଟେସନ ବଜାର ସ୍ଥିତ ମିଲ୍ବାଡି ଅଞ୍ଚଳରେ ରହୁଥିବା ସପନଙ୍କ ଘରୁ ଏହି ବ୍ରାଉନ୍ ସୁଗର ଜବତ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ‘୪ ହଜାର ଟଙ୍କାରେ ପୁତୁରାକୁ ବିକୁ ଦେଲୁ।” ଏପରି କଥା ନିଜେ ସ୍ୱୀକାର କରିଛନ୍ତି ୧୨ ଦିନ ହେଲା ନିଖୋଜ ଥିବା ଜଣେ ୧୫ ବର୍ଷ ନାବାଳକର ମଉସା, ମାଉସୀ। ଏନେଇ ଏକ ଭିଡିଓ ଭାଇରାଲ ପରେ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ଏହି ଘଟଣାକୁ ନେଇ ଜଟଣୀ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ଅଭିଯୋଗ ଅନୁସାରେ, ଜଟଣୀ ଗଜପତି ନଗରରେ ରହୁଥିବା ସୁବାସ […]
ରାଉରକେଲା: ରାଉରକେଲାରେ ଆଜି ସକାଳେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କୁଆଁରମୁଣ୍ଡା ପଞ୍ଚାୟତ ଅଫିସ ସାମ୍ନାରେ ଏହି ଲୁଟ୍ ହୋଇଛି। ଭତ୍ତା ଟଙ୍କା ନେଇ ଯାଉଥିବା ଏକ ଗାଡିକୁ ବନ୍ଧୁକ ଦେଖାଇ ୫ଜଣ ଦୁର୍ବୃତ୍ତ ପ୍ରଥମେ ଗାଡ଼ିକୁ ଅଟକାଇଥିଲେ। ଏହାପରେ କର୍ମଚାରୀଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ। ଶେଷରେ ୧୦ ଲକ୍ଷ ଟଙ୍କା ଝାମ୍ପି ନେଇ ଘଟଣାସ୍ଥଳରୁ […]
କୋଣାର୍କ: ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇବା। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ନେଇ ଚର୍ଚ୍ଚାରେ ଥିଲେ। ଏହି ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲ। ଏହି ଘଟଣା ଜଣାପଡ଼ିବା ପରେ ଏସ୍ପି, ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ବୁଲୁ ମୁଣ୍ଡାଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ସୂଚନାଥାଉ କି, ଗତ ୫ ତାରିଖରେ ପୁରୀ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ନିଲମ୍ବନ ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ ହେଉଛି। ନିଲମ୍ବନକୁ ବିରୋଧ କରାଯିବା ସହ ଏହାର ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ। ଏଥିପାଇଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାଙ୍କ୍କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି। ଏଥିସହ […]
ପାରାଦୀପ: ପାରାଦୀପ ଭୁତମୁଣ୍ଡେଇ ପୋଲରୁ ମହାନଦୀକୁ ଡ୍ରାଇଭର ଖସିପଡ଼ି ନିଖୋଜ ହେବା ଘଟଣାରେ ନୂଆମୋଡ଼ ନେଇଛି। ଡ୍ରାଇଭର ଜଣକ ପୋଲ ବାଡ଼କୁ ଆଉଜି ମୋବାଇଲ୍ରେ କଥା ହେବା ବେଳେ ନୁହେଁ, ବରଂ ହେଲ୍ପର୍ ସହ ମାର୍ପିଟ୍ ଓ ଧସ୍ତାଧସ୍ତି ବେଳେ ନଦୀକୁ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଗତକାଲି ରାତିରେ ଅନ୍ଧାର ଯୋଗୁ ଅଗ୍ନିଶମ ବାହିନୀ ନଦୀରେ ଡ୍ରାଇଭରଙ୍କ ପତ୍ତା ପାଇ ନ ଥିଲା। ଅନ୍ୟପକ୍ଷରେ ଘଟଣା ପରଠୁ ସମ୍ପୃକ୍ତ ହେଲ୍ପର୍ ଫେରାର୍ ଅଛନ୍ତି। ନିଖୋଜ ଡ୍ରାଇଭର୍ […]
କଟକ: କଟକ ଚୌଦ୍ୱାର ଅଞ୍ଚଳରେ ପୁଣି ପୁଲିସ୍ର ଏନ୍କାଉଣ୍ଟର। ଚୌଦ୍ୱାର ଥାନା ପୁଲିସ୍ର ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି। ଆଜି ଭୋର ସମୟରେ ଏହି ଏନ୍କାଉଣ୍ଟର ହୋଇଛି। ମୁନାର ବାମପଟ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ପୁଲିସ୍ ମୁନା ନିକଟରୁ ବନ୍ଧୁକ, ଜୀବନ୍ତ ଗୁଳି ଓ ମୋଟରସାଇକେଲ୍ ଜବତ କରିଛି। ଗତ ୨୪ ତାରିଖ ଦିନ ଗୁରୁଡ଼ିଝାଟିଆ ଲୁଟ୍ ଘଟଣାରେ ମୁନା ଦେହୁରୀ ସଂପୃକ୍ତ ଥିବା […]
କଟକ: କଟକ କାଠଯୋଡ଼ି ବ୍ରିଜ୍ ଉପରୁ ପତ୍ନୀଙ୍କ ସାଙ୍ଗରେ କଳହ ପରେ ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ଏଯାଏ କୌଣସି ପତ୍ତା ମିଳିପାରିନାହିଁ। ରବିବାର ସକାଳେ ମଧ୍ୟ ଅଗ୍ନିଶମ ବିଭାଗର ଏକ ଟିମ୍ ବୟାଳିଶି ମୌଜାର ବିଭିନ୍ନ ସ୍ଥାନରେ ସମ୍ପୃକ୍ତ ଯୁବକଙ୍କୁ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳି ନ ଥିଲା। ଫଳରେ ସେ ଜୀବିତ ଅଛନ୍ତି ନା ତାଙ୍କର ମୃତ୍ୟୁ ଘଟିଛି ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି। ସୂଚନାଥାଉ କି, ଗତ ୯ ତାରିଖରେ […]
ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍କୁ ଆଳୁ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କାର୍ ଡ୍ରାଇଭର୍ ହୋଇଥିବା ବେଳେ ଅନ୍ୟମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନେ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି। ସେମାନେ ପୁରୀକୁ ମହାପ୍ରଭୁ ଜଗନ୍ନାଥଙ୍କ […]