• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

firing
ଗୁଟ୍‌ଖା ପାଇଁ ତେଜରାତି ଦୋକାନୀଙ୍କ ଉପରକୁ ଗୁଳିମାଡ଼

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାକି ମାଗିବାକୁ ନେଇ ସାମାନ୍ୟ ବଚସା, ଆଉ ତା’ପରେ ଜଣେ ତେଜରାତି ଦୋକାନୀଙ୍କୁ ଗୁଳିମାଡ଼। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ସୁଶାନ୍ତ ପାତ୍ରଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ନାଁ ସଞ୍ଜୟ ବାରିକ। ସୂଚନା ଅନୁଯାୟୀ, ସିଙ୍ଗିପୁର ଗାଁରେ ସୁଶାନ୍ତଙ୍କର ଏକ ତେଜରାତି ଦୋକାନ ଅଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସୁଶାନ୍ତ ଦୋକାନରେ ନ ଥିବାରୁ ତାଙ୍କ ପୁଅ ଓ […]

  • Wednesday, 21 July 2021
cold wave
କମିଲା ବର୍ଷା, ଆସୁଛି ଶୀତ

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରୁ ରାଜ୍ୟବାସୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କାହିଁକି ନା ଲଘୁଚାପ ଦୁର୍ବଳ ହୋଇଛି ଓ ଏହାର ପ୍ରଭାବ ଓଡ଼ିଶା ଉପରେ ଆଉ ନାହିଁ। ତେବେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଆଂଶିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣି ବଳୟ ରହିଛି। ଆସାମ ଯାଏ ଏହି ଘୂର୍ଣ୍ଣିବଳୟର ଏକ ଟ୍ରପ୍‌ ଲାଇନ୍‌ ଲମ୍ବିଛି। ଏହାର […]

  • Wednesday, 21 July 2021
odisha
ପରୀକ୍ଷା ହଲ୍‌ରେ ସେଲ୍‌ଫି, ଭାଇରାଲ ହେଲା ଫଟୋ

ମାଲକାନଗିରି: କପି ରୋକିବା ନେଇ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ମୋବାଇଲ ନ ନେବାପାଇଁ କଟକଣା ଜାରି ହୋଇଛି। ଏପରିକି ସିସିଟିଭି କ୍ୟାମେରାଠୁ ଆରମ୍ଭ କରି କଡ଼ାକଡ଼ି ଚେକିଂ ଭଳି ଅନେକ ନିୟମ ମଧ୍ୟ କରାଯାଇଛି। ହେଲେ କିଛି ଛାତ୍ରଙ୍କ ପାଇଁ ଏହି ନିୟମ ଖାଲି ନାମକୁ ମାତ୍ର ବୋଲି ଲାଗୁଛି। ଯଦି ପରୀକ୍ଷା ହଲ୍‌ରେ ଛାତ୍ରମାନେ ସେଲ୍‌ଫି ଉଠାଇ ପାରୁଛନ୍ତି, ତେବେ ନିୟମ କେଉଁଭଳି ଭାବରେ ପାଳନ ହେଉଥିବା ତାହା ସ୍ପଷ୍ଟ ଜଣାପଡ଼ୁଛି। ମାଲକାନଗିରି ମହାବିଦ୍ୟାଳୟ ଯୁକ୍ତ […]

  • Wednesday, 21 July 2021
fake sp
ଗିରଫ ହେଲେ ନକଲି ଅତିରିକ୍ତ ଏସ୍‌ପି

କଟକ: ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ କଟକ ଚାଉଳିଆଗଞ୍ଜ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ କାର୍ତ୍ତିକ ରାଉତରାୟ। ପୁଲିସ୍‌ କାର୍ତ୍ତିକଙ୍କ ନିକଟରୁ ୭ଟି ମୋବାଇଲ, ୨୧ଟି ସିମ୍ କାର୍ଡ, ୧୪ଟି ବ୍ୟାଙ୍କ ପାସବୁକ୍ ଓ ୯ଟି ଚେକ୍ ବୁକ୍ ଜବତ କରିଛି। କାର୍ତ୍ତିକ ଦୀର୍ଘ ଦିନ ହେବ ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକୁ […]

  • Wednesday, 21 July 2021
odisha
ଦୀପାବଳି ପୂର୍ବରୁ ବାଣ ଗୋଦାମରେ ରେଡ୍‌

କଟକ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ତେବେ ଏହା ପୂର୍ବରୁ ବାଣ ଗୋଦାମରେ ପୁଲିସ୍‌ ଚଢ଼ଉ କରିଛି। ଆଜି ଭୋରରୁ କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାର ଅଞ୍ଚଳରେ ବେଆଇନ୍‌ ଭାବେ ଚାଲିଥିବା ବାଣ ଗୋଦାମରେ ପୁଲିସ୍‌ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି। ଏହି ଚଢ଼ଉରେ ପୁଲିସ୍‌ ଫୋର୍ସ ସହ ଏସିପି ଓ ଆଇଆଇସି ସାମିଲ ହୋଇଥିଲେ। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଅଟକ […]

  • Wednesday, 21 July 2021
representational image
ଲୁଗା ଶୁଖାଉଥିବା ବେଳେ ମାରିଲା କରେଣ୍ଟ୍‌; ଚାଲିଗଲା ଶାଶୂ, ୨ ବୋହୂଙ୍କ ଜୀବନ

ସାଲେପୁର: ଏମିତି ବି ଆସେ ମୃତ୍ୟୁ ! ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ଚାଲିଗଲା ତିନି ଜଣଙ୍କ ଜୀବନ। ଏପରି କିଛି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବେତେଇ ଗାଁରେ। ମୃତକ ହେଲେ ସୀତା ମଲ୍ଲିକ(ଶାଶୂ) ଓ ତାଙ୍କ ବଡ଼ ବୋହୂ ନନ୍ଦିତା ଏବଂ ସାନ ବୋହୂ ପୁଷ୍ପଲତା। ଆଜି ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ନନ୍ଦିତା ଘର ସାମ୍ନା ଅଗଣାରେ ଏକ ବିଦ୍ୟୁତ୍ […]

  • Wednesday, 21 July 2021
cyclone 1
୨୮ ତାରିଖରେ କୌଣସି ବାତ୍ୟା ହେବନି, ଏହା ଗୁଜବ: ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଗୁଜବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା। ୨୮ ତାରିଖରେ କୌଣସି ବାତ୍ୟା ହେବନି, ଏହା ଗୁଜବ ବୋଲି ଏସ୍‌ଆର୍‌ସି କହିଛନ୍ତି। ଏଥିସହ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ବାତ୍ୟା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କେବଳ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଉଥିବା ଖବର ବା ସୂଚନା ଉପରେ ବିଶ୍ୱାସ କରିବାକୁ ଏସ୍‌ଆର୍‌ସି କହିଛନ୍ତି। ସୂଚନାଥାଉ କି, ୨୮ ତାରିଖରେ ପୁଣି ଏକ […]

  • Wednesday, 21 July 2021
odisha
ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ୱର: ପୁଲିସ୍‌ର କାର୍ଯ୍ୟକଳାପକୁ ବିରୋଧ କରି ମାଓବାଦୀମାନେ ଆଜି ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି। ବନ୍ଦ ପାଳନ ଯୋଗୁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି।  ସେମାନେ ପୁଲିସର ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରିଛନ୍ତି। କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ପନ୍ଦରମାଇଲଠାରେ ଗଛ ପକାଇ ମାଓବାଦୀମାନେ ରାସ୍ତା ଅବରୋଧ କରିଥିଲେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ସବୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। NH-୫୯ ବାଲିଗୁଡ଼ାର ସିର୍ତିଗୁଡ଼ା […]

  • Wednesday, 21 July 2021
cdmo
ପ୍ରତ୍ୟାହାର ହେଲା ଡାକ୍ତର ପଙ୍କଜ ପଟେଲଙ୍କ ଉପରୁ ନିଲମ୍ବନ ଆଦେଶ

ସୁନ୍ଦରଗଡ଼: ନିଲମ୍ବନର ଦୁଇ ସପ୍ତାହ ନପୂରୁଣୁ ଡାକ୍ତର ପଙ୍କଜ ପଟେଲଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ଏହା ସହିତ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିନିୟର କନ୍‌ସଲ୍‌ଟାଣ୍ଟ୍‌ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ପଙ୍କଜ […]

  • Wednesday, 21 July 2021
odisha
ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣ

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଜଣେ ଗର୍ଭବତୀଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆମ୍ବୁଲାନ୍ସ ଠିକ୍ ସମୟରେ ଆସିନଥିବା ଓ ତାଙ୍କ ସ୍ତ୍ରୀଙ୍କୁ ଠିକ୍ ଭାବେ ଚିକିତ୍ସା କରାଯାଇ ନ ଥିବା ଅଭିଯୋଗ କରି ମହିଳାଙ୍କ ସ୍ୱାମୀ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଡାକ୍ତର ଦିଲୀପ ପଟ୍ଟନାୟକ ଆହତ […]

  • Wednesday, 21 July 2021
wall collapse
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଭଦୁଆ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବାବେଳେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। […]

  • Wednesday, 21 July 2021
cloudy
ଦୀପାବଳିକୁ ଫିକା କରିବନି ବର୍ଷା !

ଭୁବନେଶ୍ୱର: କମିବ ବର୍ଷାର ପରିମାଣ। ୨୬ ତାରିଖ ଆଡ଼କୁ ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗକୁ ଦୀପାବଳି ଥିବାରୁ ବର୍ଷା ଦୀପାବଳିକୁ ଫିକା କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଜଗତସିଂହପୁର। ତେବେ […]

  • Wednesday, 21 July 2021
jalaka
ବିପଦ ସଂକେତ ଟପିଲା ଜଳକା ନଦୀ

ଜଳେଶ୍ୱର: ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର। ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ବିପଦ ସଂକେତ ୫.୫ ମିଟର ଥିବାବେଳେ ଏବେ ଏହା ୬.୧ମିଟରରେ ଜଳସ୍ତର ପ୍ରବାହିତ ହେଉଛି। ପ୍ରତି ଘଣ୍ଟାରେ ନଦୀର ଜଳସ୍ତର ଶୂନ ଦଶମିକ ୧ ମିଟର ବୃଦ୍ଧି ପାଉଥିବା ଜଣାପଡ଼ିଛି। ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ନଦୀର ଉପରମୁଣ୍ତ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ […]

  • Wednesday, 21 July 2021
rainfall
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ୱେଲ୍‌ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ବର୍ଷା ଲାଗି ରହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ ବୋଲି ଭୁନବେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାକୁ ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର […]

  • Wednesday, 21 July 2021
school
ବର୍ଷା ଯୋଗୁ ସ୍ଥିତି ବେହାଲ୍‌; ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ବର୍ଷା ଜାରି ରହିଛି। କେଉଁଠି ମୂଷଳଧାରା ତ କେଉଁଠି ତୁହାକୁ ତୁହା ବର୍ଷା ହେଉଛି। ଏଥିଯୋଗୁ ତଳିଆ ଅଞ୍ଚଳ ସମେତ ରାସ୍ତା ଘାଟରେ ପାଣିର ସୁଅ ଛୁଟୁଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସମସ୍ତ […]

  • Wednesday, 21 July 2021
odisha
ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ

ଝାରସୁଗୁଡ଼ା: ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଅଭିଯୁକ୍ତର ନାଁ ଅଭୟ ସିଂହ ଦୁବେ। ଜଣେ ୧୨ ବର୍ଷର ନାବାଳକକୁ ଅଭୟ ଯୌନ ନିର୍ଯାତନା ଦେଇଥିବା ନେଇ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି। ଉଭୟ ନାବାଳକ ଓ ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ  ଘଟଣାର ତଦନ୍ତ କରୁଛି ପୁଲିସ୍। ଚାଇଲ୍ଡ ଲାଇନରେ ମଧ୍ୟ ଏ ସଂପର୍କରେ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ଚାଲିଥିବା ଚାଇଲ୍ଡ […]

  • Wednesday, 21 July 2021
online fraud
ଅନ୍‌ଲାଇନ୍‌ରେ ମଗାଇଲେ ଆୟୁର୍ବେଦିକ କ୍ୟାପସୁଲ୍‌, ଆସିଲା ପିଆଜ

ଅନୁଗୁଳ: ଅନ୍‌ଲାଇନରେ ମହାଠକେଇ ! ମଗାଇଥିଲେ ଆୟୁର୍ବେଦିକ କ୍ୟାପ୍‌ସୁଲ୍‌, କିନ୍ତୁ ଆସିଲା ଖଣ୍ଡେ ପିଆଜ। ସେହିପରି ବୁକ୍ କରିଥିଲେ ୩ଟି ମୋବାଇଲ୍, କିନ୍ତୁ ଆସିଲା ୨ଟି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଅନ୍ତର୍ଗତ କନ୍ୟାବେଡ଼ା ଗାଁରୁ ଏଭଳି ଅଭିଯୋଗ ଆସିଛି। ଗାଁର ମୂରଲୀ ସାହୁ ନାମକ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ ଆଣିଛନ୍ତି। ତାଙ୍କର ଅଭିଯୋଗ ଯେ, ସେ ଆମାଜନ୍‌ରେ ଏକ ଆୟୁର୍ବେଦିକ କ୍ୟାପସୁଲ୍‌ ଅର୍ଡର କରିଥିଲେ। ଗତ ୨୧ ତାରିଖରେ ଅର୍ଡର ଡେଲିଭରି ପରେ ପ୍ୟାକେଟ୍ […]

  • Wednesday, 21 July 2021
loot
ବୃଦ୍ଧ ଦମ୍ପତିଙ୍କୁ ଘର ଭିତରେ ବନ୍ଦ କରି କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: ବୃଦ୍ଧ ଦମ୍ପତିଙ୍କୁ ଘର ଭିତରେ ବନ୍ଦ କରି ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ।ରାଜଧାନୀ ଭୁବନେଶ୍ୱର ସ୍ଥିତ ସାମନ୍ତରାପୁରର ଦିବ୍ୟବିହାର ଅଞ୍ଚଳରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏହି ବୃଦ୍ଧ ଦମ୍ପତି ଭୁବନେଶ୍ୱରରେ ଭଡ଼ା ଘରେ ରୁହନ୍ତି। ସେମାନଙ୍କର ପୁଅ ଓ ବୋହୂ ବାହାରେ ଚାକିରି କରନ୍ତି। ସେମାନଙ୍କ ପାଖରେ ଝିଅ ଓ ନାତି ରୁହନ୍ତି। ଗତକାଲି ରାତିରେ ପରିବାରର ସଦସ୍ୟ ଶୋଇଥିବାବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଘରର […]

  • Wednesday, 21 July 2021
odisha
କଦଳୀ କାନ୍ଧି ଭିତରେ ହେଉଛି ବ୍ରାଉନ୍ ସୁଗର ଚାଲାଣ

ପଟ୍ଟାମୁଣ୍ଡାଇ: ବ୍ରାଉନ୍ ସୁଗର ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଭିତରେ ହେଉଛି ବ୍ରାଉନ୍ ସୁଗର ଚାଲାଣ। ଏମିତି କିଛି ଦୃଶ୍ୟ କ୍ୟାମେରାରେ କଏଦ ହେବାପରେ ପୂରା ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟ ବେଳେ କଦଳୀ ବୋଝେଇ ଗାଡ଼ିରେ ଏଭଳି ଅଭିନବ ଢଙ୍ଗରେ  ବ୍ରାଉନ ସୁଗର ଚାଲାଣ ହେଉଥିବା ନଜର ଆସିଛି। ଏହି ବ୍ରାଉନ୍ ସୁଗର କଟକରୁ ରାଜନଗର ଆସିଥାଏ ବୋଲି ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଉଛି ଛାତ୍ରମାନେ ଏଭଳି […]

  • Wednesday, 21 July 2021
cloudy
ପ୍ରବଳ ବର୍ଷା ନେଇ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖି ଜିଲ୍ଲାପାଳମାନଙ୍କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସ୍ଥିତି ଉପରେ ନଜର ରଖିବା ସହ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଆସନ୍ତାକାଲି ଗଜପତି, ଗଞ୍ଜାମ, ରାୟଗଡା, ପୁରୀ, କନ୍ଧମାଳ, ନୟାଗଡ, ନୂଆପଡା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି […]

  • Wednesday, 21 July 2021
heavy rainfall
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏନେଇ  ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରେ ରେ ଦକ୍ଷିଣ, ୨୪ ଓ ୨୫ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଗତକାଲିଠୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ପରିମାଣ ବଢ଼ିବା ସହ […]

  • Wednesday, 21 July 2021
fire
ଜଳିଗଲା କପଡ଼ା ଦୋକାନ

ରାଉରକେଲା: ରାଉରକେଲା ସହରର ମଙ୍ଗଳ ଭବନ ନିକଟରେ ଥିବା ଏକ କପଡ଼ା ଦୋକାନରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଛି। ଫଳରେ ପାଖାପାଖି ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେଉଁ କାରଣରୁ ଦୋକାନରେ ନିଆଁ ଲାଗିଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ  ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ […]

  • Wednesday, 21 July 2021
odisha
ମୋବାଇଲ୍‌ ଦୋକାନରେ ଯୁବତୀଙ୍କ ଫଟୋ ଉଠାକୁ ନେଇ ଲଙ୍କାକାଣ୍ଡ

ପୁରୀ: ମୋବାଇଲ୍‌ ଦୋକାନରେ ଯୁବତୀଙ୍କ ଫଟୋ ଉଠାକୁ ନେଇ ଲଙ୍କାକାଣ୍ଡ। ପୁରୀ ଜିଲ୍ଲା ବଳଗଣ୍ଡି ଛକଠାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ବଳଗଣ୍ଡି ଛକଠାରେ ଥିବା ଏକ ମୋବାଇଲ୍‌ ଦୋକାନକୁ ଜଣେ ଯୁବତୀ ମୋବାଇଲ୍‌ କିଣିବାକୁ ଆସିଥିଲେ। ଯୁବତୀ ଜଣକ ମୋବାଇଲ୍‌ କିଣୁଥିବା ବେଳେ ଦୋକାନୀ ଜଣକ ମୋବାଇଲ୍‌ରେ ଫଟୋ କିଭଳି ଆସୁଛି କହି ଯୁବତୀଙ୍କ ଫଟୋ ଉଠାଇ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ଏତେ ଉଗ୍ରରୂପ ନେଇଥିଲା […]

  • Wednesday, 21 July 2021
odisha
ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକାସଙ୍ଗରେ ୮ଟି ସ୍ଥାନରେ  ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ନୟାଗଡ଼ରେ ଥିବା ତାଙ୍କ ଅଫିସ,ସରକାରୀ କ୍ୱାର୍ଟର୍ସ, ଦୁଇଟି ଫ୍ଲାଟ ସହ ପୁରୀ ଓ ବ୍ରହ୍ମପୁର ଆଦି ସ୍ଥାନରେ ଏହି ଚଢ଼ଉ ହୋଇଛି।

  • Wednesday, 21 July 2021
odisha
‘ମତେ ଯାହା ଜଣାପଡ଼ୁଛି ବିଜେପୁରରେ ଆମେ ହାରି ଯିବୁ’

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ଭୋଟ୍‌ ପୂର୍ବରୁ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ହାତ ଟେକି ଦେଇଛନ୍ତି। ସେ କହିଛନ୍ତି, ‘ ମତେ ଯାହା ଜଣାପଡ଼ୁଛି ବିଜେପୁରରେ ଆମେ ହାରି ଯିବୁ। କାହିଁକି ବଡ଼ ବଡ଼ କଥା କହିବା।’ ସେ କହିଛନ୍ତି, […]

  • Wednesday, 21 July 2021