ସୁନ୍ଦରଗଡ଼: ନିଲମ୍ବନର ଦୁଇ ସପ୍ତାହ ନପୂରୁଣୁ ଡାକ୍ତର ପଙ୍କଜ ପଟେଲଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ଏହା ସହିତ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିନିୟର କନ୍ସଲ୍ଟାଣ୍ଟ୍ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ପଙ୍କଜ […]
ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଜଣେ ଗର୍ଭବତୀଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆମ୍ବୁଲାନ୍ସ ଠିକ୍ ସମୟରେ ଆସିନଥିବା ଓ ତାଙ୍କ ସ୍ତ୍ରୀଙ୍କୁ ଠିକ୍ ଭାବେ ଚିକିତ୍ସା କରାଯାଇ ନ ଥିବା ଅଭିଯୋଗ କରି ମହିଳାଙ୍କ ସ୍ୱାମୀ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଡାକ୍ତର ଦିଲୀପ ପଟ୍ଟନାୟକ ଆହତ […]
ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଭଦୁଆ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବାବେଳେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। […]
ଭୁବନେଶ୍ୱର: କମିବ ବର୍ଷାର ପରିମାଣ। ୨୬ ତାରିଖ ଆଡ଼କୁ ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗକୁ ଦୀପାବଳି ଥିବାରୁ ବର୍ଷା ଦୀପାବଳିକୁ ଫିକା କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଜଗତସିଂହପୁର। ତେବେ […]
ଜଳେଶ୍ୱର: ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର। ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ବିପଦ ସଂକେତ ୫.୫ ମିଟର ଥିବାବେଳେ ଏବେ ଏହା ୬.୧ମିଟରରେ ଜଳସ୍ତର ପ୍ରବାହିତ ହେଉଛି। ପ୍ରତି ଘଣ୍ଟାରେ ନଦୀର ଜଳସ୍ତର ଶୂନ ଦଶମିକ ୧ ମିଟର ବୃଦ୍ଧି ପାଉଥିବା ଜଣାପଡ଼ିଛି। ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ନଦୀର ଉପରମୁଣ୍ତ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ୱେଲ୍ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ବର୍ଷା ଲାଗି ରହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ ବୋଲି ଭୁନବେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାକୁ ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ବର୍ଷା ଜାରି ରହିଛି। କେଉଁଠି ମୂଷଳଧାରା ତ କେଉଁଠି ତୁହାକୁ ତୁହା ବର୍ଷା ହେଉଛି। ଏଥିଯୋଗୁ ତଳିଆ ଅଞ୍ଚଳ ସମେତ ରାସ୍ତା ଘାଟରେ ପାଣିର ସୁଅ ଛୁଟୁଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସମସ୍ତ […]
ଝାରସୁଗୁଡ଼ା: ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଅଭିଯୁକ୍ତର ନାଁ ଅଭୟ ସିଂହ ଦୁବେ। ଜଣେ ୧୨ ବର୍ଷର ନାବାଳକକୁ ଅଭୟ ଯୌନ ନିର୍ଯାତନା ଦେଇଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଉଭୟ ନାବାଳକ ଓ ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି ପୁଲିସ୍। ଚାଇଲ୍ଡ ଲାଇନରେ ମଧ୍ୟ ଏ ସଂପର୍କରେ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ଚାଲିଥିବା ଚାଇଲ୍ଡ […]
ଅନୁଗୁଳ: ଅନ୍ଲାଇନରେ ମହାଠକେଇ ! ମଗାଇଥିଲେ ଆୟୁର୍ବେଦିକ କ୍ୟାପ୍ସୁଲ୍, କିନ୍ତୁ ଆସିଲା ଖଣ୍ଡେ ପିଆଜ। ସେହିପରି ବୁକ୍ କରିଥିଲେ ୩ଟି ମୋବାଇଲ୍, କିନ୍ତୁ ଆସିଲା ୨ଟି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ କନ୍ୟାବେଡ଼ା ଗାଁରୁ ଏଭଳି ଅଭିଯୋଗ ଆସିଛି। ଗାଁର ମୂରଲୀ ସାହୁ ନାମକ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ ଆଣିଛନ୍ତି। ତାଙ୍କର ଅଭିଯୋଗ ଯେ, ସେ ଆମାଜନ୍ରେ ଏକ ଆୟୁର୍ବେଦିକ କ୍ୟାପସୁଲ୍ ଅର୍ଡର କରିଥିଲେ। ଗତ ୨୧ ତାରିଖରେ ଅର୍ଡର ଡେଲିଭରି ପରେ ପ୍ୟାକେଟ୍ […]
ଭୁବନେଶ୍ୱର: ବୃଦ୍ଧ ଦମ୍ପତିଙ୍କୁ ଘର ଭିତରେ ବନ୍ଦ କରି ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ।ରାଜଧାନୀ ଭୁବନେଶ୍ୱର ସ୍ଥିତ ସାମନ୍ତରାପୁରର ଦିବ୍ୟବିହାର ଅଞ୍ଚଳରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏହି ବୃଦ୍ଧ ଦମ୍ପତି ଭୁବନେଶ୍ୱରରେ ଭଡ଼ା ଘରେ ରୁହନ୍ତି। ସେମାନଙ୍କର ପୁଅ ଓ ବୋହୂ ବାହାରେ ଚାକିରି କରନ୍ତି। ସେମାନଙ୍କ ପାଖରେ ଝିଅ ଓ ନାତି ରୁହନ୍ତି। ଗତକାଲି ରାତିରେ ପରିବାରର ସଦସ୍ୟ ଶୋଇଥିବାବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଘରର […]
ପଟ୍ଟାମୁଣ୍ଡାଇ: ବ୍ରାଉନ୍ ସୁଗର ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଭିତରେ ହେଉଛି ବ୍ରାଉନ୍ ସୁଗର ଚାଲାଣ। ଏମିତି କିଛି ଦୃଶ୍ୟ କ୍ୟାମେରାରେ କଏଦ ହେବାପରେ ପୂରା ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟ ବେଳେ କଦଳୀ ବୋଝେଇ ଗାଡ଼ିରେ ଏଭଳି ଅଭିନବ ଢଙ୍ଗରେ ବ୍ରାଉନ ସୁଗର ଚାଲାଣ ହେଉଥିବା ନଜର ଆସିଛି। ଏହି ବ୍ରାଉନ୍ ସୁଗର କଟକରୁ ରାଜନଗର ଆସିଥାଏ ବୋଲି ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଉଛି ଛାତ୍ରମାନେ ଏଭଳି […]
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖି ଜିଲ୍ଲାପାଳମାନଙ୍କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସ୍ଥିତି ଉପରେ ନଜର ରଖିବା ସହ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଆସନ୍ତାକାଲି ଗଜପତି, ଗଞ୍ଜାମ, ରାୟଗଡା, ପୁରୀ, କନ୍ଧମାଳ, ନୟାଗଡ, ନୂଆପଡା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି […]
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରେ ରେ ଦକ୍ଷିଣ, ୨୪ ଓ ୨୫ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଗତକାଲିଠୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ପରିମାଣ ବଢ଼ିବା ସହ […]
ରାଉରକେଲା: ରାଉରକେଲା ସହରର ମଙ୍ଗଳ ଭବନ ନିକଟରେ ଥିବା ଏକ କପଡ଼ା ଦୋକାନରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଛି। ଫଳରେ ପାଖାପାଖି ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେଉଁ କାରଣରୁ ଦୋକାନରେ ନିଆଁ ଲାଗିଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ […]
ପୁରୀ: ମୋବାଇଲ୍ ଦୋକାନରେ ଯୁବତୀଙ୍କ ଫଟୋ ଉଠାକୁ ନେଇ ଲଙ୍କାକାଣ୍ଡ। ପୁରୀ ଜିଲ୍ଲା ବଳଗଣ୍ଡି ଛକଠାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ବଳଗଣ୍ଡି ଛକଠାରେ ଥିବା ଏକ ମୋବାଇଲ୍ ଦୋକାନକୁ ଜଣେ ଯୁବତୀ ମୋବାଇଲ୍ କିଣିବାକୁ ଆସିଥିଲେ। ଯୁବତୀ ଜଣକ ମୋବାଇଲ୍ କିଣୁଥିବା ବେଳେ ଦୋକାନୀ ଜଣକ ମୋବାଇଲ୍ରେ ଫଟୋ କିଭଳି ଆସୁଛି କହି ଯୁବତୀଙ୍କ ଫଟୋ ଉଠାଇ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ଏତେ ଉଗ୍ରରୂପ ନେଇଥିଲା […]
ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକାସଙ୍ଗରେ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ନୟାଗଡ଼ରେ ଥିବା ତାଙ୍କ ଅଫିସ,ସରକାରୀ କ୍ୱାର୍ଟର୍ସ, ଦୁଇଟି ଫ୍ଲାଟ ସହ ପୁରୀ ଓ ବ୍ରହ୍ମପୁର ଆଦି ସ୍ଥାନରେ ଏହି ଚଢ଼ଉ ହୋଇଛି।
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ଭୋଟ୍ ପୂର୍ବରୁ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ହାତ ଟେକି ଦେଇଛନ୍ତି। ସେ କହିଛନ୍ତି, ‘ ମତେ ଯାହା ଜଣାପଡ଼ୁଛି ବିଜେପୁରରେ ଆମେ ହାରି ଯିବୁ। କାହିଁକି ବଡ଼ ବଡ଼ କଥା କହିବା।’ ସେ କହିଛନ୍ତି, […]
ଅନୁଗୁଳ: ସରକାରୀ ମେଡିକାଲରେ ଚିକିତ୍ସାରେ ଅବହେଳା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏକ ୩ ବର୍ଷର ଶିଶୁକୁ ଇଞ୍ଜେକ୍ସନ ଦେବା ବେଳେ ଦେହରେ ସିରିଞ୍ଜର ଛୁଞ୍ଚି ଭାଙ୍ଗି ରହି ଯାଇଥିଲା। କିଛିଦିନ ପରେ ପିଲାଟିକୁ ଅସହ୍ୟ ଯନ୍ତ୍ରଣା ହେବାରୁ ଦେହରୁ ଭଙ୍ଗା ସିରିଞ୍ଜ ଛୁଞ୍ଚି ବାହାରିଥିଲା। ଅନୁଗୁଳ ଜିଲ୍ଲା ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ମୋହନଖଳି ଗାଁର ସୀତାକାନ୍ତ ପଣ୍ଡାଙ୍କ ୩ ବର୍ଷର ପୁଅ ସ୍ୱୟଂଜିତଙ୍କୁ କିଛି ଦିନ ପୂର୍ବେ ଜ୍ୱର ହୋଇଥିଲା। […]
ଫୁଲବାଣୀ: ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମାତିଥାନ୍ତି, ସେହି ବୟସରେ ଦେଶର ନାମ, ରାଜ୍ୟ ନାମ, ଜାତୀୟ ପକ୍ଷୀର ନାମଠୁ ଆରମ୍ଭ କରି ଜାତୀୟ ଫୁଲର ନାମ ସବୁ ଜିଭ ଆଗରେ ରହିଛି। କନ୍ଧମାଳର ଏହି କୁନି ଝିଅ ଯାହାର ବୟସ ମାତ୍ର ୩ ବର୍ଷ। ହେଲେ ବୁଦ୍ଧି ବିଚକ୍ଷଣ। ଆଦିବାସୀ ଅଞ୍ଚଳରେ ରହି ଅଙ୍ଗନବାଡ଼ିରେ ପାଦ ଥାପିଥିବା ଏହି ପିଲାଟି କେଉଁଠୁ ଏତେ ଜ୍ଞାନ ସାଉଣ୍ଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋଶାଲ୍ ମିଡିଆରେ ଭିଡିଓ […]
ବାସୁଦେବପୁର: ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବେତଡା ବଜାର ସ୍ଥିତ ଏକ ଭଡ଼ା ଘରେ ପୁଲିସ୍ ଚଢ଼ଉ କରିଛି। ଏହି ଘଟଣାରେ ପୁଲିସ୍ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ଦୀର୍ଘ ଦିନ ଧରି ଏହି ଭଡ଼ା ଘରେ ଦେହ ବ୍ୟବସାୟ ଚାଲୁଥିବା ନେଇ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଜଣେ ଯୁବତୀଙ୍କ ସମେତ […]
ଫୁଲବାଣୀ: ପରିଣତ ବୟସରେ ପିଲାମାନେ ଆଶ୍ରା ହେବେ, ଭଲମନ୍ଦ ବୁଝିବେ ବୋଲି ସବୁ ବାପାମା’ଙ୍କ ଆଶା ଥାଏ। ହେଲେ ଆଜିର ସ୍ୱାର୍ଥପର ଦୁନିଆରେ କିଛି ପଇସା ପାଇଁ ବାପାମା’ଙ୍କୁ ପର କରିଦେଉଛନ୍ତି ବହୁ ପିଲା। ଏପରିକି ବାପାମା’ଙ୍କ ଉପରକୁ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଅମଲାପଡ଼ା ଗାଁରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଏହି ଗାଁର କୁନ୍ତଳା ନାୟକଙ୍କର ୩ ପୁଅ, ଗୋଟିଏ ଝିଅ ଥିବା ବେଳେ […]
କଟକ: କଟକ SCBରେ ଚିକିତ୍ସାଧୀନ ଥିବା ଜଗା, କାଳିଆଙ୍କ ମଧ୍ୟରୁ ସଙ୍କଟାପନ୍ନ ଥିବା କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଏବେ କାଳିଆକୁ ବିନା ଭେଣ୍ଟିଲେଟର୍ରେ ରଖାଯାଇଛି। ସେ ସ୍ୱାଭାବିକ ଭାବରେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିବାରୁ ଅକ୍ସିଜେନ ଦେବାର ଆବଶ୍ୟକତା ପଡ଼ୁ ନ ଥିବା ଏସ୍ସିବିର ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ତାକୁ କେବଳ କ୍ଷୀର ଓ ଶୁଖିଲା ଖାଦ୍ୟ ଦିଆଯାଉଥିବା ବେଳେ ଗତକାଲି ଠାରୁ ସେ ରନ୍ଧା ଖାଦ୍ୟ ଖାଇବା ଆରମ୍ଭ କରିଛି। ଡାଏଟିସିଆନ୍ଙ୍କ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚିକରଡା ଗାଁର କନକ ବେହେରା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରଣ୍ଢା ବଜାରକୁ ଯିବା ପାଇଁ କନକ ପରିବା ଧରି ରାସ୍ତା ପାର ହେଉଥିଲେ। ଏହି ସମୟରେ ତାଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ […]
ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଇଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ତାଙ୍କ ଇସ୍ତଫାପତ୍ର ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଦାମ ବିଜେପିରେ ସାମିଲ ହୋଇଥିଲେ। ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, ’ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି […]
ଭୁବନେଶ୍ୱର: ସେନାରେ ଭର୍ତ୍ତି ହେବାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ବିହାର, ଉତ୍ତରପ୍ରଦେଶରୁ ଆସିଥିବା ଏହି ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁ ଗତକାଲି ଷ୍ଟେସନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷାର୍ଥୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ରେ ଜବରଦସ୍ତ ପଶି ଯାଇଥିଲେ। ଏପରିକି ଟ୍ରେନ୍କୁ ଅଟକାଇବା ପାଇଁ ୫ ଥର ଚେନ୍ ପୁଲିଂ ମଧ୍ୟ କରିଥିଲେ। ଯେଉଁ ଟ୍ରେନ୍ଟି ଭୁବନେଶ୍ୱର ଷ୍ଟେସନରେ ମାତ୍ର ୫ ମିନିଟ୍ ଅଟକି […]