ଭଦ୍ରକ: କାଳୀପୂଜା ପାଇଁ ପ୍ରସିଦ୍ଧ ଲାଭ କରିଥିବା ଭଦ୍ରକ ସହରରେ ଧୁମ୍ଧାମ୍ରେ ମା’ କାଳୀଙ୍କୁ ପୂଜା କରାଯାଉଛି। ସହରର ବିଭିନ୍ନ ପୂଜା ମଣ୍ଡପରେ ଗତକାଲି ମଧ୍ୟରାତ୍ରରୁ ପୂଜା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କାଳୀପୂଜା ପାଇଁ ଆଜି ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ୍କୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଫଳରେ ଆଜି ସମସ୍ତ ସରକାରୀ ଅଫିସ୍ ବନ୍ଦ ରହିବ। ସୂଚନାଯୋଗ୍ୟ, ଏଥର ଭଦ୍ରକ ସହରରେ ୧୧ଟି କାଳୀ ମେଢ଼ ହୋଇଛି।
ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ସଢ଼ା ଛକରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ସୁକଦେବ ମୁଣ୍ଡା। ସେ ଆନନ୍ଦପୁର ତହସିଲରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୁକଦେବ ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସୁକଦେବଙ୍କ ମୃତ୍ୟୁ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ପୁଲିସ୍ […]
ସମ୍ବଲପୁର: ସମ୍ବଲପୁର ସହରର ଗୋଲବଜାର ସ୍ଥିତ ପରିବା ମାର୍କେଟରେ ପୁଣି ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୮୦ରୁ ଅଧିକ ପରିବା ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଖବରପାଇ ଅଗ୍ନିଶମ ବାହିନୀ ପରିବା ମାର୍କେଟ୍ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଆଳୁ, ପିଆଜ, ଅଦା ବସ୍ତା ପୋଡ଼ି ପାଉଁଶ ହୋଇଯିବା ସହ ଗଚ୍ଛିତ ଥିବା ଟମାଟୋ ମଧ୍ୟ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। […]
ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ ଖନ୍ତାପଡ଼ାରେ ଗତକାଲି ରାତିରେ ଏକ ଜୋତା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜୋତା ଦୋକାନଟି ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସଟ୍ ସର୍କିଟ୍ ଯୋଗୁ ଦୋକାନ ଘରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ନିଆଁରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜୋତା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।
ଭୁବନେଶ୍ୱର: ବାଣ ଫୁଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର କରୁଣ ପରିଣତି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗଣ୍ଡଗୋଳ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଅମରେଶ୍ ନାୟକ। ଏୟାରଫିଲ୍ଡ ଥାନା ହାଉସିଂ ବୋଡ୍ କଲୋନୀରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଥିଲା। ଗତକାଲି ଭୋଜି […]
କୃଷ୍ଣପ୍ରସାଦ: ୨୮ଦିନ ଧରି ସମୁଦ୍ର ଭିତରେ ସଂଘର୍ଷ କରି ଆଣ୍ଡାମାନ ଦ୍ୱୀପରୁ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ଝଡ଼ଗ୍ରସ୍ତ ନାବିକଙ୍କୁ ନିଜ ହେପାଜତକୁ ନେଇଛି କୃଷ୍ଣପ୍ରସାଦ ପୁଲିସ୍। ଏଥିସହ ଘଟଣା ସମ୍ପର୍କରେ ପୁଲିସ୍ ନାବିକ ଅମ୍ରିତ ଖୁଜୁରଙ୍କ ଠାରୁ ବିସ୍ତୃତ ତଥ୍ୟ ସଂଗ୍ରହ କରିଛି। ଆଜି ଅମ୍ରିତଙ୍କୁ ପୁରୀ ସେଲ୍ଟର୍ ହୋମକୁ ପଠାଇବା ସହ ସେ କିପରି ନିଜ ଠିକଣା ଜାଗାରେ ପହଞ୍ଚିବେ, ସେନେଇ କୃଷ୍ଣପ୍ରସାଦ ପୁଲିସ୍ ନାବିକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛି। ଅମ୍ରିତଙ୍କ ସୂଚନା ଅନୁଯାୟୀ, […]
ଅନୁଗୁଳ: ଏଟିଏମ୍ରୁ ଟଙ୍କା ଉଠାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ ! ନ ହେଲେ ଆପଣଙ୍କ ଆକାଉଣ୍ଟରୁ ଗାଏବ ହୋଇପାରେ ଟଙ୍କା। ଏଟିଏମ୍ କାର୍ଡର ତଥ୍ୟ ନେବା ଉଦ୍ଦେଶ୍ୟରେ ଏଟିଏମ୍ ଭିତରେ ସିକ୍ରେଟ କ୍ୟାମେରା ଲାଗିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡି଼ଆ ବଜାରରେ ଥିବା SBI ଏଟିଏମ୍ରେ ଏହି ସିକ୍ରେଟ୍ କ୍ୟାମେରା ଲାଗିଥିବା ଅଭିଯୋଗ ହୋଇଛି। ଏଟିଏମ୍ କାର୍ଡରୁ ତଥ୍ୟ ଚୋରି ଉଦ୍ଦେଶ୍ୟରେ ଲାଗିଥିବା ଏହି […]
ଆସିକା: ଗଞ୍ଜାମ ଜିଲ୍ଲା ପଦ୍ମନାଭପୁରରେ ଥିବା ଏକ ସ୍କୁଲରେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ଛାତରୁ ତଳକୁ ଡେଇଁପଡ଼ିଥିବା ଅଭିଯୋଗ ହୋଇଛି। ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଛୁଟିରେ ଘରକୁ ଛଡ଼ା ନ ଯିବା ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି […]
ଭଦ୍ରକ (ପାର୍ଥ ସାରଥୀ ନାୟକ): ଆଜି ଆଲୋକର ପର୍ବ ଦୀପାବଳି। ମା’ କାଳୀଙ୍କ ପୂଜା। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ୍। ଭଦ୍ରକର ମା’ ଭଦ୍ରକାଳୀଙ୍କ ପୀଠରେ ଆଜିଠାରୁ କାଳୀ ପୂଜା ଆରମ୍ଭ ହୋଇଛି। ଏହା ୭ ଦିନ ଧରି ଚାଲିବ। ଏହି ସାତ ଦିନରେ ମା’ ଶ୍ରଦ୍ଧାଳୁଙ୍କୁ ସାତଟି ବେଶରେ ଦର୍ଶନ ଦେବେ। କାଳୀ ପୂଜା ଅବସରରେ କଳସ ଶୋଭାଯାତ୍ରା ସାଙ୍ଗକୁ ଯଜ୍ଞ ଓ ନାମ ସଂକୀର୍ତ୍ତନ ହେବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ […]
ରାଉରକେଲା: ମୃଦୁ ପାନୀୟରେ ନିଶା ଦେଇ ଜଣେ ମହିଳାଙ୍କଠାରୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଅଚେତ ଅବସ୍ଥାରେ ରାଉରକେଲା ଷ୍ଟେସନ୍ରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଉକ୍ତ ମହିଳା ଜଣକ ଆଜି ନାଗପୁର-ଟାଟା ପାସେଞ୍ଜର ଟ୍ରେନ୍ରେ ଝାରସୁଗୁଡ଼ାରୁ ବମଡ଼ା ଯାଉଥିଲେ। ଟ୍ରେନ୍ରେ କେହି ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ତାଙ୍କ ଜିନିଷପତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଅଚେତ ଅବସ୍ଥାରେ ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଆର୍ପିଏଫ୍ ଉଦ୍ଧାର କରି […]
କୋରାପୁଟ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଇଥାଏ। କାରଣ ସେମାନେ ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି। ହେଲେ ସେହି ଦେବଦୂତ ଯଦି ଆପଣଙ୍କ ସହ ଏମିତି କରିବେ, ତା’ ହେଲେ ଆପଣ କରିବେ ? ଡାକ୍ତର ବିକୁଥିଲେ ନିଶା ଔଷଧ ! କଥା ଶୁଣିକି ଆପଣଙ୍କୁ ଅଜବ ଲାଗୁଥିଲେ ବି ସତ। କୋରାପୁଟରୁ ଏଭଳି ଅଭିଯୋଗ ଆସିଛି। ନିଶା ଔଷଧ ବିକ୍ରି ଅଭିଯୋଗରେ ପୁଲିସ୍ ଜଣେ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ସମ୍ପୃକ୍ତ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ସିରିଜ୍ ବୋମାମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଅମୀୟ କୁମାର ମଲିକ ଓ ଶଙ୍କର ବେହେରା। ଜଣଙ୍କର ଆଖିରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣଙ୍କର ଗୋଡ଼ରେ ଆଘାତ ଲାଗିଛି। ସୂଚନା ଅନୁସାରେ, ବଜାର ଛକ, ରାଣୀପଡ଼ା ଛକ ଓ ବାଲିଘାଇ ଛକରେ ଦୁର୍ବୃତ୍ତମାନେ ଏକକାଳୀନ ୫ଟି ସିରିଜ୍ ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗତକାଲି ରାତି ୯ଟାରୁ ୯ଟା ୩୦ ମିନିଟ୍ […]
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ରେକର୍ଡ଼ ସଂଖ୍ୟକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ବିଜେପୁର ଉପନିର୍ବାଚନରେ ପରାଜୟ ବରଣ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, ବିଜେପୁରରେ କଂଗ୍ରେସ, ବିଜେପି ମରି ପଡ଼ିଥିଲେ। ବିଜେପୁରରେ କଂଗ୍ରେସର କିଛି ନ ଥିଲା, ପ୍ରାର୍ଥୀ ଏକା ଏକା ବୁଲୁଥିଲେ।’ ପୋଷ୍ଟର, ବ୍ୟାନର, ଅଫିସ, ଟଙ୍କା […]
ଛତ୍ରପୁର: ଭାଇ କାଟିଲା ଭାଇର ତଣ୍ଟି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମାଳିଝୋଳା ମନ୍ଦିର ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକ ତା’ ଦାଦା ପୁଅ ଭାଇର ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନିଲୁ ପାତ୍ର। ତାଙ୍କୁ ମାତ୍ର ୧୫ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି। ପୁଲିସ୍ ଅଭିଯୁକ୍ତ ବିନୋଦ ପାତ୍ରକୁ ଅଟକ ରଖିଛି। ସୂଚନା ଅନୁଯାୟୀ, ଆଜି ସକାଳେ ନିଲୁଙ୍କ ମୃତଦେହ ଏକ ମନ୍ଦିର ପାଖରେ ପଡ଼ିଥିବା ସ୍ଥାନୀୟ ଲୋକେ […]
କଟକ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟାଇବା ବେଳେ କୌଣସି ଅଘଟଣ ଘଟିଲେ, ତାକୁ ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତି ରହିଛି। ଏନେଇ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଦୀପାବଳିରେ କୌଣସି ଅଘଟଣ ଘଟିଲେ, ତାକୁ ମୁକାବିଲା କରିବା ପାଇଁ ସମଗ୍ର ରାଜ୍ୟରେ ୩୩୭ଟି ଫାୟାର ଷ୍ଟେସନକୁ ଆଲର୍ଟ ରଖାଯାଇଛି। ବର୍ତ୍ତମାନ କଟକରେ ୩ଟି ଫାୟାର ଷ୍ଟେସନ ରହିଛି। ଏହା ଛାଡ଼ି […]
ଭୁବନେଶ୍ୱର: ଅନ୍ୟ ଦିନ ଅପେକ୍ଷା ଧନ୍ତେରସାରେ ସୁନା ଦୋକାନରେ ଲୋକଙ୍କ ଗହଳି ଟିକେ ଅଧିକ ଥାଏ। ଏହାର ଫାଇଦା ଉଠାଇଥାନ୍ତି କିଛି ଦୁର୍ବୃତ୍ତ । ଭିଡ଼ରେ ଗହଣା ଦୋକାନକୁ ପୂରା ପ୍ଲାନିଂ ସହ ଆସି ଚୋରି କରିଥାନ୍ତି। ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ସୁନା ଚୋରକୁ ଗିରଫ କରିଛି ପୁଲିସ। ସୂଚନାଥାଉ କି, ଗତକାଲି ରାତିରେ ସମ୍ପୃକ୍ତ ବ୍ୟକ୍ତି ଜଣକ ରାଜଧାନୀର ଦୁଇଟି ଜଣାଶୁଣା ସୁନା ଦୋକାନରୁ ୨ଟି ସୁନା ମୁଦି ଚୋରି କରି ପୁଣି ଲାବଣ୍ୟ […]
ଆସିକା (ମନୋଜ ମୁନି): କାନ୍ଥ ପଡ଼ି ଯିବାରୁ ଏକ ୧୦ ମାସର ଶିଶୁର ମୃତ୍ୟୁ ଘଟିଥିବା ବେଳେ ପରିବାରର ଆଉ ଚାରି ଜଣ ସଦସ୍ୟ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ବଜ୍ରଗୁମ୍ମା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆହତଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକେ ଶୋଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ […]
ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାକି ମାଗିବାକୁ ନେଇ ସାମାନ୍ୟ ବଚସା, ଆଉ ତା’ପରେ ଜଣେ ତେଜରାତି ଦୋକାନୀଙ୍କୁ ଗୁଳିମାଡ଼। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ସୁଶାନ୍ତ ପାତ୍ରଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ନାଁ ସଞ୍ଜୟ ବାରିକ। ସୂଚନା ଅନୁଯାୟୀ, ସିଙ୍ଗିପୁର ଗାଁରେ ସୁଶାନ୍ତଙ୍କର ଏକ ତେଜରାତି ଦୋକାନ ଅଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସୁଶାନ୍ତ ଦୋକାନରେ ନ ଥିବାରୁ ତାଙ୍କ ପୁଅ ଓ […]
ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରୁ ରାଜ୍ୟବାସୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କାହିଁକି ନା ଲଘୁଚାପ ଦୁର୍ବଳ ହୋଇଛି ଓ ଏହାର ପ୍ରଭାବ ଓଡ଼ିଶା ଉପରେ ଆଉ ନାହିଁ। ତେବେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଆଂଶିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣି ବଳୟ ରହିଛି। ଆସାମ ଯାଏ ଏହି ଘୂର୍ଣ୍ଣିବଳୟର ଏକ ଟ୍ରପ୍ ଲାଇନ୍ ଲମ୍ବିଛି। ଏହାର […]
ମାଲକାନଗିରି: କପି ରୋକିବା ନେଇ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ମୋବାଇଲ ନ ନେବାପାଇଁ କଟକଣା ଜାରି ହୋଇଛି। ଏପରିକି ସିସିଟିଭି କ୍ୟାମେରାଠୁ ଆରମ୍ଭ କରି କଡ଼ାକଡ଼ି ଚେକିଂ ଭଳି ଅନେକ ନିୟମ ମଧ୍ୟ କରାଯାଇଛି। ହେଲେ କିଛି ଛାତ୍ରଙ୍କ ପାଇଁ ଏହି ନିୟମ ଖାଲି ନାମକୁ ମାତ୍ର ବୋଲି ଲାଗୁଛି। ଯଦି ପରୀକ୍ଷା ହଲ୍ରେ ଛାତ୍ରମାନେ ସେଲ୍ଫି ଉଠାଇ ପାରୁଛନ୍ତି, ତେବେ ନିୟମ କେଉଁଭଳି ଭାବରେ ପାଳନ ହେଉଥିବା ତାହା ସ୍ପଷ୍ଟ ଜଣାପଡ଼ୁଛି। ମାଲକାନଗିରି ମହାବିଦ୍ୟାଳୟ ଯୁକ୍ତ […]
କଟକ: ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ କଟକ ଚାଉଳିଆଗଞ୍ଜ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ କାର୍ତ୍ତିକ ରାଉତରାୟ। ପୁଲିସ୍ କାର୍ତ୍ତିକଙ୍କ ନିକଟରୁ ୭ଟି ମୋବାଇଲ, ୨୧ଟି ସିମ୍ କାର୍ଡ, ୧୪ଟି ବ୍ୟାଙ୍କ ପାସବୁକ୍ ଓ ୯ଟି ଚେକ୍ ବୁକ୍ ଜବତ କରିଛି। କାର୍ତ୍ତିକ ଦୀର୍ଘ ଦିନ ହେବ ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକୁ […]
କଟକ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ତେବେ ଏହା ପୂର୍ବରୁ ବାଣ ଗୋଦାମରେ ପୁଲିସ୍ ଚଢ଼ଉ କରିଛି। ଆଜି ଭୋରରୁ କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାର ଅଞ୍ଚଳରେ ବେଆଇନ୍ ଭାବେ ଚାଲିଥିବା ବାଣ ଗୋଦାମରେ ପୁଲିସ୍ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି। ଏହି ଚଢ଼ଉରେ ପୁଲିସ୍ ଫୋର୍ସ ସହ ଏସିପି ଓ ଆଇଆଇସି ସାମିଲ ହୋଇଥିଲେ। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ […]
ସାଲେପୁର: ଏମିତି ବି ଆସେ ମୃତ୍ୟୁ ! ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ତିନି ଜଣଙ୍କ ଜୀବନ। ଏପରି କିଛି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବେତେଇ ଗାଁରେ। ମୃତକ ହେଲେ ସୀତା ମଲ୍ଲିକ(ଶାଶୂ) ଓ ତାଙ୍କ ବଡ଼ ବୋହୂ ନନ୍ଦିତା ଏବଂ ସାନ ବୋହୂ ପୁଷ୍ପଲତା। ଆଜି ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ନନ୍ଦିତା ଘର ସାମ୍ନା ଅଗଣାରେ ଏକ ବିଦ୍ୟୁତ୍ […]
ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଗୁଜବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ୨୮ ତାରିଖରେ କୌଣସି ବାତ୍ୟା ହେବନି, ଏହା ଗୁଜବ ବୋଲି ଏସ୍ଆର୍ସି କହିଛନ୍ତି। ଏଥିସହ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ବାତ୍ୟା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କେବଳ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଉଥିବା ଖବର ବା ସୂଚନା ଉପରେ ବିଶ୍ୱାସ କରିବାକୁ ଏସ୍ଆର୍ସି କହିଛନ୍ତି। ସୂଚନାଥାଉ କି, ୨୮ ତାରିଖରେ ପୁଣି ଏକ […]
ଭୁବନେଶ୍ୱର: ପୁଲିସ୍ର କାର୍ଯ୍ୟକଳାପକୁ ବିରୋଧ କରି ମାଓବାଦୀମାନେ ଆଜି ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି। ବନ୍ଦ ପାଳନ ଯୋଗୁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି। ସେମାନେ ପୁଲିସର ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରିଛନ୍ତି। କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ପନ୍ଦରମାଇଲଠାରେ ଗଛ ପକାଇ ମାଓବାଦୀମାନେ ରାସ୍ତା ଅବରୋଧ କରିଥିଲେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ସବୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। NH-୫୯ ବାଲିଗୁଡ଼ାର ସିର୍ତିଗୁଡ଼ା […]