• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rain
ଆସନ୍ତା ୪୮ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରାଇଛି। ପୁଣି ଆସନ୍ତା ୨ଦିନ ପାଇଁ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଗଞ୍ଜାମ ପାଇଁ ୱେଲ୍ଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୁଣପୁରରେ ସର୍ବାଧିକ ବର୍ଷା ହୋଇଥିବା […]

  • Thursday, 22 July 2021
deadbody
ହେଲମେଟ୍ ଭାସୁଥିବା ଦେଖିବା ପରେ ପୋଖରୀରୁ ଉଦ୍ଧାର ହେଲା ମୃତଦେହ

ଯାଜପୁର: ଯାଜପୁର ସଦର ଥାନା କବୀରପୁର ନିକଟ ପୋଖରୀରୁ ଦୁଇ ଯୁବକଙ୍କ ମୃତଦେହ ମିଳିଛି।ଗତକାଲି ରାତିରେ ଯାଜପୁର ଟାଉନ୍ ଅଞ୍ଚଳର ଅଭିଜିତ୍ ଉପାଧ୍ୟାୟ ଓ ସୁଶୀଲ ରାୟ ଘରୁ କଟକ ଯାଉଥିଲେ। କିନ୍ତୁ କିଛି ସମୟ ପରେ ସେମାନେ କୁଆଡେ ଗଲେ ତାହା ଜଣାପଡ଼ିନଥିଲା। ପରେ ଆଜି ପୋଖରୀରେ ହେଲମେଟ୍ ଭାସୁଥିବା ଲୋକେ ଦେଖିଥିଲେ। ପୋଖରୀ ଭିତରେ ଖୋଜାଖୋଜି କରିବା ପରେ ଏହି ଦୁଇ ଜଣଙ୍କ ମୃତଦେହ ଓ ବାଇକ୍ ପୋଖରୀ ଭିତରୁ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ […]

  • Thursday, 22 July 2021
bank-herpher
ବ୍ୟାଙ୍କ ମ୍ୟାନେଜରଙ୍କ ବଦଳି ପରେ ଖୋଲିଲା ବଡ଼ ଗୁମର

ଗଞ୍ଜାମ: ନକଲି ସୁନା କିନ୍ତୁ ଅସଲି ଠକେଇ। ନକଲି ସୁନା ରଖି ବ୍ୟାଙ୍କ କର୍ମଚାରୀ ଅନ୍ୟ ଜଣକ ନାଁରେ କୋଟି କୋଟି ଟଙ୍କା ଉଠାଇ ଆତ୍ମସାତ କରିଛନ୍ତି। ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ବଦଳି ପରେ ଏବେ ଏହି ଗୁମର ଖୋଲିଛି। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଭଂଜନଗର ନିକଟସ୍ଥ କୁଲାଡରେ ଥିବା ଆନ୍ଧ୍ର ବ୍ୟାଙ୍କରୁ। ନକଲି ସୁନା କାରବାର କରି କୋଟି କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ଅଂଚଳବାସୀ। ଅଭିଯୋଗ କ୍ରମେ ବ୍ୟାଙ୍କରେ […]

  • Thursday, 22 July 2021
fake-note
୨ ଲକ୍ଷ ୬ ଶହ ନକଲି ନୋଟ୍ ଜବତ କଲା ଏସଟିଏଫ୍

ବରଗଡ଼: ବରଗଡ଼ରେ ଜବତ ହେଲା ନକଲି ଟଙ୍କା। ଶହେ କି ହଜାରେ ନୁହେଁ, ୨ ଲକ୍ଷ ୬୦୦ ଟଙ୍କାର ନକଲି ନୋଟ୍ ହୋଇଛି ଜବତ। ବରଗଡ଼ର ଭଟଲି ଛକରୁ ଏହି ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍)। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ନକଲି ନୋଟ୍ କାରବାର କରୁଥିଲେ ବୋଲି କୁହାଯାଉଛି। ଜବତ ନୋଟ୍ ଭିତରେ ୨୮୮ଟି ୫ଶହ ଟଙ୍କିଆ, ୨୩୩ଟି ୨ଶହ ଟଙ୍କିଆ, ୧୦୦ଟି ଶହେ ଟଙ୍କିଆ […]

  • Thursday, 22 July 2021
corona
ଝାରସୁଗୁଡାରେ କରୋନା ସନ୍ଦିଗ୍ଧ!

ଝାରସୁଗୁଡ଼ା: କରୋନାକୁ ନେଇ ସାରା ରାଜ୍ୟରେ ଏବେ କୋକୁଆ ଭୟ। ନିକଟ ଅତୀତରେ ପାରାଦୀପ ଅଞ୍ଚଳର ଦମ୍ପତି କରୋନା ଆକ୍ରାନ୍ତ ସନ୍ଦେହ କରି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ପୁଣି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଆଉ ଜଣେ କରୋନା ସନ୍ଦିଗ୍ଧ। ଝାରସୁଗୁଡ଼ା ଜିଲ୍ଲାର ଜଣେ ବ୍ୟକ୍ତି ମାଲେସିଆରୁ ଫେରିଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରିବା ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଅଭଜରଭେସନରେ ରଖିବା ସହ ନମୁନା ପରୀକ୍ଷା କରାଯିବ। ଏନେଇ […]

  • Thursday, 22 July 2021
odisha
ଫାଟିଲା ପାଇପ୍‌, ଘରେ ପଶିଲା ପାଉଁଶ ପାଣି

ଅନୁଗୁଳ(ବିରଜା ପ୍ରସାଦ ଦାଶ): ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ TTPSର ଆସ୍‌ ପାଇପ୍‌ ଫାଟିବା ଯୋଗୁ ରାସ୍ତା, ଚାଷ ଜମି ଓ କିଛି ଘର ଭିତରେ ପାଉଁଶ ପାଣି ପଶିଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜଗନ୍ନାଥପୁର ଗାଁ ନିକଟରେ ଏହି ପାଇପ୍‌ ଫାଟି ଯାଇଛି। ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ଆଜି ସକାଳ ୬ଟାରୁ ପାଉଁଶ ପାଣି ଆସି ମୋ ଧାନ ମିଲ୍ ଭିତରେ ପଶି ଯାଇଛି। ଏଥିଯୋଗୁ ମିଲ୍‌ରେ ଥିବା ଧାନ ନଷ୍ଟ […]

  • Thursday, 22 July 2021
whale
ସମୁଦ୍ର କୂଳରୁ ବିଶାଳ ମୃତ ତିମି ଉଦ୍ଧାର

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗର ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଏକ ବିଶାଳକାୟ ତିମି ମାଛର ମୃତଦେହ ଠାବ ହୋଇଛି। ଗତକାଲି ସନ୍ଧ୍ୟାରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳୁ ଅସ୍ତରଙ୍ଗ ବନ କର୍ମଚାରୀ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ ତିମିକୁ ଉଦ୍ଧାର କରିଥିଲେ। ମୃତ ତିମିଟି ୩୦ ଫୁଟ ଊର୍ଦ୍ଧ୍ୱ ଲମ୍ବା ହେବ। ଏହି ତିମି ମାଛଟି blue whale ପ୍ରଜାତିର ହେବ ବୋଲି ଜଣାପଡ଼ିଛି। ମୃତ ତିମିର […]

  • Thursday, 22 July 2021
odisha
ମୁମ୍ବାଇରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଖଲ୍ଲିକୋଟ: ମୁମ୍ୱାଇରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରାଣିପଡ଼ା ଗାଁର ଗୌରାଙ୍ଗ ଗୌଡ଼। ସେ ୨ ମାସ ହେବ ମୁମ୍ୱାଇରେ ରହି ଏକ ଘରୋଇ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଅନୁସାରେ, ସୋମବାର ଦିନ ଗୌରାଙ୍ଗ କାମ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ପୁଲିସ୍‌ ତାଙ୍କ ମୃତଦେହକୁ ଜବତ କରି […]

  • Thursday, 22 July 2021
odisha
SCBରେ ଭର୍ତ୍ତି କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍

କଟକ: କଟକ SCBରେ ଭର୍ତ୍ତି ହୋଇଥିବା କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍ ଆସିଛି। ପୁନେ ଲ୍ୟାବରେ ଦମ୍ପତିଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା କରାଯାଇଥିଲା। ତେବେ ସେମାନଙ୍କର ସାମ୍ପଲ୍‌ ନେଗେଟିଭ୍‌ ଆସିଛି। ପାରାଦୀପରେ ଲାଗିଥିବା ଏକ ଜାହାଜରେ ଏହି ଦମ୍ପତି ଆସିଥିଲେ। ଉଭୟଙ୍କୁ SCBର ସ୍ୱତନ୍ତ୍ର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି। ଅନ୍ୟପକ୍ଷରେ କରୋନା ଯେପରି ନ ବ୍ୟାପେ, ସେଥିପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। କେନ୍ଦ୍ର ଜାହାଜ […]

  • Thursday, 22 July 2021
scb
କଟକ SCBରୁ ଚମ୍ପଟ୍ ମାରିଥିବା କରୋନା ସନ୍ଦିଗ୍ଧଙ୍କ ମିଳିଲା ପତ୍ତା

କଟକ: କଟକ SCB ମେଡିକାଲ୍‌ରୁ ଚମ୍ପଟ୍‌ ମାରିଥିବା କରୋନା ସନ୍ଦିଗ୍ଧଙ୍କ ପତ୍ତା ମିଳିଛି। ଭୁବନେଶ୍ୱରର ଏକ ହୋଟେଲରେ ସନ୍ଦିଗ୍ଧ ଆୟର୍ଲାଣ୍ଡ ନାଗରିକଙ୍କୁ ଠାବ କରାଯାଇଛି। ଗତକାଲି ରାତିରୁ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ଆଡ଼େ ଚମ୍ପଟ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଭୁବନେଶ୍ୱରର ଏକ ହୋଟେଲ୍‌ରେ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏକ ନୂଆ ଟ୍ୱିଷ୍ଟ୍‌ ସାମ୍ନାକୁ ଆସିଛି। SCB କର୍ତ୍ତୃପକ୍ଷ ଗୋଟିଏ କଥା କହୁଥିବା ବେଳେ […]

  • Thursday, 22 July 2021
odisha
ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡ଼ା ସ୍ଥିତ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ହେଲେ ରାମଗିରି ଗାଁର ବିଳାସିନୀ। ସେ ନବମ ଶ୍ରେଣୀର ଛାତ୍ରୀ ଥିଲେ। ଗତକାଲି ସକାଳେ ହଷ୍ଟେଲରେ ଖାଇବା ସମୟରେ ବିଳାସିନୀ ଅନୁପସ୍ଥିତ ଥିଲେ। ସାଙ୍ଗମାନେ ତାଙ୍କୁ ଡାକିବାକୁ ଯାଇଥିଲେ। ହେଲେ ସେ ରହୁଥିବା ରୁମ୍‌ର କବାଟ ବନ୍ଦ ଥିବା ଦେଖିବା ପରେ ଝରକା ପଟେ ଡାକିବା ପାଇଁ ଚାହିଁବା ବେଳେ ଝୁଲନ୍ତା […]

  • Thursday, 22 July 2021
rainfall
୩ ଦିନ ଯାଏ ଲାଗି ରହିବ ବର୍ଷା ! ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୩ ଦିନ ଯାଏ ବର୍ଷା ଲାଗି ରହିବ ! ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ୮ ତାରିଖରେ କେବଳ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ହେଲା-କୋରାପୁଟ, ଗଞ୍ଜାମ, ଗଜପତି ଓ କନ୍ଧମାଳ। ଏନେଇ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବଜ୍ରପାତ ନେଇ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, […]

  • Thursday, 22 July 2021
odisha
ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣେଶ୍ୱର କହଁରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି। ନବରଙ୍ଗପୁରରେ ଥିବା ଗଣେଶ୍ୱରଙ୍କ ଭଡ଼ା ଘର ସହ ଅଫିସ, ଫୁଲବାଣୀ, ଭୁବନେଶ୍ୱର, ପାରଳାଖେମୁଣ୍ଡିରେ ଥିବା ଘରେ ମଧ୍ୟ ଜୟପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି। ଗତ ୨୧ ତାରିଖରେ ଆର୍‌ଟିଓ ଗଣେଶ୍ୱରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଗଣେଶ୍ୱର ଟଙ୍କା ଫେରାଇବା କହୁଥିବା ସାମ୍ନାକୁ ଆସିଥିଲା। […]

  • Thursday, 22 July 2021
attack
ଭୁବନେଶ୍ୱରରେ ଯୁବକଙ୍କୁ ବୀଭତ୍ସ ଭାବେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ସାଂଘାତିକ ରୂପ ଧାରଣ କରିଛି। ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ଅପର ଗୋଷ୍ଠୀର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। IRC ଭିଲେଜ୍ ଅଞ୍ଚଳରେ ଜଣେ ଯୁବକଙ୍କୁ ଏଭଳି ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହାଣିଛନ୍ତି। ଗାଳିଗୁଲଜକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀର ସମ୍ପୃକ୍ତ ଯୁବକଙ୍କୁ ଏଭଳି ଆକ୍ରମଣ କରିଥିବା […]

  • Thursday, 22 July 2021
SCB
କଟକ SCBରୁ କରୋନା ସନ୍ଦିଗ୍ଧ ଚମ୍ପଟ୍

କଟକ: କଟକ SCB ମେଡିକାଲ୍‌ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍‌ ମାରିଥିବା ସୂଚନା ମିଳିଛି। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡର ନାଗରିକ। ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ SCB ଅଣାଯାଇଥିଲା। ବ୍ୟକ୍ତି ଜଣଙ୍କ ଶରୀରରେ ତାପମାତ୍ରା ଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ତାଙ୍କୁ ଏସ୍‌ସିବିର ସ୍ୱତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ରାତିରୁ ଉକ୍ତ ବ୍ୟକ୍ତି ଜଣକ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି […]

  • Thursday, 22 July 2021
Coronavirus
ପାରାଦୀପରେ କରୋନା ସନ୍ଦିଗ୍ଧ !

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପରେ ଦୁଇ ଜଣ ‘କରୋନା’ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ସିଙ୍ଗାପୁରରୁ ଆସି ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରେ ଥିବା ଉଭୟ ସ୍ୱାମୀ ଓ ସ୍ତ୍ରୀ ନିକଟରେ କରୋନା ଭାଇରସ୍‌ର କିଛିଟା ଲକ୍ଷଣ ଦେଖାଦେଇଛି। ଏନେଇ ସୂଚନା ପାଇବା ପରେ ଡାକ୍ତରୀ ଟିମ୍ ଜାହାଜରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଉଭୟଙ୍କୁ କଟକ ପଠାଇବାର ବ୍ୟବସ୍ଥା କରୁଥିବାର ଖବର ମିଳିଛି। ଉଭୟ ସ୍ୱାମୀ-ସ୍ତ୍ରୀ ଭାରତୀୟ। ସେମାନେ ଏହି ଜାହାଜର କର୍ମଚାରୀ […]

  • Thursday, 22 July 2021
BMC vehicle
ନିୟମ ଭାଙ୍ଗିଲା BMC ଗାଡ଼ି, ପଡ଼ିଲା ୩୨ ହଜାର ଟଙ୍କା ଫାଇନ୍‌

ଭୁବନେଶ୍ୱର: ମାର୍ଚ୍ଚ ୧ରୁ ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ହେବାପରେ ନିୟମ ଉଲ୍ଲଂଘନକାରୀଙ୍କୁ ଆଉ କୌଣସି ନିସ୍ତାର ନାହିଁ। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ହେଉଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୨ଟି ଅଳିଆ ବୁହା ଡମ୍ପର ଗାଡ଼ିକୁ ୩୨ ହଜାର ୫୦୦ ଟଙ୍କା ଜରିମାନା କରିଛି ପରିବହନ ବିଭାଗ। ଗୋଟିଏ ଗାଡ଼ିକୁ ୨୨ ହଜାର ଟଙ୍କା ଜରିମାନା କରାଯାଇଥିବାବେଳେ, ଅନ୍ୟଟିକୁ ୧୦, ୫୦୦ ଟଙ୍କା ଜରିମାନା କରାଯାଇଛି। ପରମିଟ୍, ପଲ୍ୟୁସନ୍‌ ଓ ଗାଡ଼ିର […]

  • Thursday, 22 July 2021
auto
ନିୟମ ଭାଙ୍ଗି ୩୦ ହଜାର ଟଙ୍କା ଗଣିଲେ ଅଟୋ ଚାଳକ

ସମ୍ୱଲପୁର(ସଞ୍ଜୟ ଜେନା): ମାର୍ଚ୍ଚ ୧ ତାରିଖରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ଆଜି ସମ୍ୱଲପୁର ସହର ସ୍ଥିତ ଲକ୍ଷ୍ମୀ ଟକିଜ୍‌ ଛକରେ ଜଣେ ଅଟୋ ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପରିବହନ ବିଭାଗ ୩୦ ହଜାର ୫ ଶହ ଟଙ୍କା ଚାଲାଣ କାଟିଛି। ଅଟୋର ରେଜିଷ୍ଟ୍ରେସନ ସାର୍ଟିଫିକେଟ ନ ଥିବାରୁ ୫ ହଜାର ଟଙ୍କା, ଡିଏଲ ନ ଥିବାରୁ ୫ ହଜାର ଏବଂ ଓଭର ଲୋଡିଂ ପାଇଁ ୨୦ ହଜାର ଏବଂ […]

  • Thursday, 22 July 2021
Superintendent Engineer
ଭିଜିଲାନ୍ସ ଜାଲରେ ସୁପରିଣ୍ଟେଣ୍ଡ୍‌ଣ୍ଟ୍‌ ଇଞ୍ଜିନିୟର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ରୋଡ୍ ଆଣ୍ଡ ବିଲ୍ଡିଂର ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ସରକାରୀ ବାସଭବନରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ବିନୋଦଙ୍କ ଗଞ୍ଜାମ ବ୍ଲକରେ ଥିବା ମାର୍କେଟ କମ୍ପଲେକ୍ସ ଓ ଖଲ୍ଲିକୋଟରେ ଥିବା ଫାର୍ମ ହାଉସ୍‌ ସହ ୧୨ଟି ସ୍ଥାନରେ ଚଢ଼ଉ ହୋଇଛି। ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍‌ପି କହିଛନ୍ତି,“ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ ଆୟବହିର୍ଭୂତ ସମ୍ପତ୍ତି ଠୁଳ […]

  • Thursday, 22 July 2021
odisha
ସ୍କୁଲ୍‌ରେ ଶୋଇ ପଡ଼ିଲେ ଦିଦି, ଭିଡିଓ ଭାଇରାଲ

ବ୍ରହ୍ମପୁର: ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀ ଖାଇବାକୁ ବସିଥିବାବେଳେ ଜଣେ ଶିକ୍ଷୟିତ୍ରୀ ସ୍କୁଲ ଭିତରେ ଆରାମ୍‌ରେ ଶୋଇଥିବା ଦେଖିବାକୁ ମିଳିଛି। ସେହିପରି ମେଡିକାଲ୍‌ ଭିତରେ ଜଣେ କର୍ମଚାରୀ ଚେୟାର ଉପରେ ଗୋଡ଼ ରଖି ଶୋଇଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଗଞ୍ଜାମ ଜିଲ୍ଲା ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ସ୍କୁଲ୍‌ ଭିତରେ ଆରାମ୍‌ରେ ଶୋଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ଛାତ୍ରଛାତ୍ରୀମାନେ […]

  • Thursday, 22 July 2021
explosion
ଖେଳୁଥିବା ବେଳେ ଫାଟିଲା ବ୍ୟାଟେରୀ, ୩ ନାବାଳକ ଗୁରୁତର

ବ୍ରହ୍ମପୁର: ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିବା ବେଳେ ତାହା ଫାଟିଯିବାରୁ ୩ ନାବାଳକ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁରେ ଆଜି ଏହି ଅଘଟଣ  ଘଟିଛି। ଗୁରୁତର ୩ ନାବାଳକଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ୩ ନାବାଳକ ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିଲେ। ହଠାତ୍‌ ଏହି ସମୟରେ ବ୍ୟାଟେରୀଟି ଫାଟି ଯାଇଥିଲା। ପରିବାର ଲୋକେ […]

  • Thursday, 22 July 2021
odisha
ପୁଅକୁ ନିସ୍ତୁକ ପିଟିଲା ପୁଲିସ୍‌, ପ୍ରତିବାଦରେ ସମର୍ଥକଙ୍କ ସହ ଧାରଣାରେ ବସିଲେ ବିଧାୟକ

ରାଉରକେଲା: “ମୋ ପୁଅ ଓ ତା’ର ସାଙ୍ଗମାନେ ଏକ ବିବାହ ମଣ୍ଡପ ଗେଟ୍‌ ପାଖରେ ଛିଡ଼ା ହୋଇଥିଲେ। ହଠାତ୍‌ ପିସିଆର ଭ୍ୟାନ୍‌ ସେଠାରେ ପହଞ୍ଚି ବିନା କାରଣରେ ସେମାନଙ୍କୁ ନିସ୍ତୁକ ପିଟିଥିଲେ।।” ଏଭଳି କିଛି ଅଭିଯୋଗ ଆଣି ରଘୁନାଥପାଲି ଥାନା ସମ୍ମୁଖରେ ଗତକାଲି ବିଳମ୍ୱିତ ରାତିରୁ ଧାରଣାରେ ବସିଥିଲେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ। ଆଜି ସକାଳେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ମିଳିବା ପରେ ବିଧାୟକ ଧାରଣାରୁ ଉଠିଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ […]

  • Thursday, 22 July 2021
puri accident
ହଠାତ୍‌ ଡିଭାଇଡର ଉପରେ ଚଢ଼ିଗଲା କାର୍‌, ଭୟଭୀତ ହୋଇ ଗାଡ଼ି ଛାଡ଼ି ପଳାଇଲେ ଲୋକେ

ପୁରୀ: ଦ୍ରୁତ ଗତିରେ ଯାଉଥିଲା କାର୍‌। ହଠାତ୍‌ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତାରେ ଥିବା ଡିଭାଇଡର୍‌ ଉପରକୁ ଚଢ଼ି ଯାଇଥିଲା। ହଠାତ୍‌ ଏଭଳି ଘଟଣା ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଯାଇଥିଲେ। ଏପରିକି ବାଇକ୍‌ ଆରୋହୀମାନେ ଦୁର୍ଘଟଣା ଆଶଙ୍କାରେ ଭୟଭୀତ ହୋଇ ନିଜ ନିଜ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ଦେଖିବାକୁ ମିଳିଥିଲା। ଏଭଳି କିଛି ଘଟଣା ଗତ ରାତିରେ ପୁରୀ ଭିଆଇପି ରୋଡରେ ଘଟିଛି। ସୂଚନା ଅନୁସାରେ, […]

  • Thursday, 22 July 2021
traffic-1
ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ପୁଅ, ୮୦ ହଜାର ଟଙ୍କା ଫାଇନ୍‌ ଦେଲେ ବାପା

ସମ୍ବଲପୁର: ୬ ମାସର ଅବଧି ଶେଷ ହେବାପରେ ମାର୍ଚ୍ଚ ୧ରୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାସହ ଜୋରଦାର ଧରପଗଡ଼ ଚାଲିଛି। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଫାଇନକୁ ନେଇ କିିଛି ସ୍ଥାନରେ ଗାଡ଼ି ଚାଳକ ପୁଲିସ୍‌ ସହ ଯୁକ୍ତିତର୍କ କରୁଥିବାବେଳେ ଆଉ କିଛି ସ୍ଥାନରେ ଗାଡ଼ି ଚାଳକ ଫାଇନ୍‌ ଦେବେ ନାହିଁ ବୋଲି ସିଧାସଳଖ ମନା କରିଦେଉଥିବା ଦେଖିବାକୁ ମିଳିଛି। ଗତକାଲି ସମ୍ବଲପୁରରେ […]

  • Thursday, 22 July 2021
traffic checking
୨୪ ଘଣ୍ଟାରେ କୋଟିଏ ଟଙ୍କାର ଜରିମାନା

ଭୁବନେଶ୍ୱର: ଗତକାଲିଠୁ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଜୋରଦାର ଧରପଗଡ଼ ଆରମ୍ଭ ହୋଇଛି। ୨୪ ଘଣ୍ଟା ଭିତରେ ଟ୍ରାଫିକ ନିୟମ ଧରପଗଡ଼ରୁ ୧ କୋଟି ୬ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ୩ ହଜାର ୮୭୦ ଲୋକଙ୍କଠାରୁ ଏହି ଫାଇନ ଆଦାୟ ହୋଇଛି। ଏହାବ୍ୟତୀତ ମଦ ପିଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ପୁଲିସ୍‌ ସିଧାସଳଖ ମାମଲା ରୁଜୁ କରିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି […]

  • Thursday, 22 July 2021

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result