• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

brown sugar
୨ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ ସୁଗର୍‌ ଜବତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ୨ କେଜି ୭୦୦ ଗ୍ରାମ୍‌ର ବ୍ରାଉନ୍‌ ସୁଗର୍‌ ଜବତ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି। ଓଡ଼ିଶା ପୁଲିସ୍‌ର ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରି ଏହି ବ୍ରାଉନ୍‌ ସୁଗର୍‌କୁ ଜବତ କରିଛି। ଜବତ ହୋଇଥିବା ବ୍ରାଉନ୍‌ ସୁଗର୍‌ର ଆନୁମାନିକ ବଜାର ମୂଲ୍ୟ ୨ କୋଟି ୭୦ ଲକ୍ଷ ଟଙ୍କା ହେବବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି।

  • Thursday, 22 July 2021
JAGANNATH
କାଲିଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: କରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। କାଲି ଠାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। କେବଳ ନୀତିକାନ୍ତି ପାଇଁ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ପାରିବେ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି।

  • Thursday, 22 July 2021
market
ଆଜି ସନ୍ଧ୍ୟା ୬ରୁ ରାଜଧାନୀର ଏହିସବୁ ହାଟ ବନ୍ଦ

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଥିବା କିଛି ହାଟ ଉପରେ ବିଏମ୍‌ସି କଟକଣା ଲଗାଇଛି। ଏହି ହାଟ ଗୁଡ଼ିକ ଆଜିଠୁ ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ। ଏଣିକି ଏହି ହାଟ ଗୁଡ଼ିକ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ। ସନ୍ଧ୍ୟା ୬ଟା ପରେ ଜନଗହଳିକୁ ଦୃଷ୍ଟିରେ ରଖି ହାଟଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମର ନିର୍ଦ୍ଦେଶ ଅନୁସାରେ, ୟୁନିଟ-୧ ଡେଲି ମାର୍କେଟ୍/ ହାଟ, ୟୁନିଟ-୨ ମାର୍କେଟ୍, ସହିଦନଗର ଡେଲି […]

  • Thursday, 22 July 2021
jagannath-temple
ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା

ପୁରୀ: ୟେସ୍‌ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ SBIର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର୍ କରିଛି ୟେସ୍ ବ୍ୟାଙ୍କ। ମୂଳଧନ ୩୮୯ କୋଟି ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା, ଏମିତି ମୋଟ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାଙ୍କୁ ଷ୍ଟେଟ୍ ବ୍ୟାଙ୍କରେ ୟେସ୍‌ ବ୍ୟାଙ୍କ ପକ୍ଷରୁ ଜମା […]

  • Thursday, 22 July 2021
accident
ପୁଲିସ୍‌ ଜିପ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା: ଡେପୁଟି ସୁବେଦାରଙ୍କ ମୃତ୍ୟୁ, ୩ ଗୁରୁତର

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପୁଲିସ୍‌ ଜିପ୍‌ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଭିକାରୀ ଚରଣ। ସେ OSAP ଫାଷ୍ଟ […]

  • Thursday, 22 July 2021
hotel
ହୋଟେଲ୍‌ରେ କ୍ୱାରେଣ୍ଟାଇନ୍‌ ସୁବିଧା, ଦିନକୁ ୨୫୦୦ ଟଙ୍କା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ ଯିଏ ଘରେ ନ ରହି ସରକାରଙ୍କ ଦ୍ୱାରା କରାଯାଇଥିବା ସ୍ଥାନରେ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ସରକାରୀ କୋଠାରେ ମାଗଣାରେ ବ୍ୟବସ୍ଥା କରାଯାଇଛି। ଏହାବାଦ ଯଦି କିଏ ନିଜ ଖର୍ଚ୍ଚରେ ହୋଟେଲ ରୁମ୍‌ରେ କ୍ୱାରେଣ୍ଟାଇନରେ ରହିବାକୁ ଚାହିଁବେ ତାଙ୍କ ପାଇଁ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜଧାନୀ ଭୁବନେଶ୍ୱରର […]

  • Thursday, 22 July 2021
ration
ଆଗୁଆ ମିଳିବ ୩ ମାସର ରାସନ

ଭୁବନେଶ୍ୱର: କରୋନା ପାଇଁ ଆଗୁଆ ମିଳିବ ୩ ମାସର ରାସନ। ଏପ୍ରିଲ ୧ରୁ ମେ’ ୧୫ ମଧ୍ୟରେ ଚାଉଳ, ଗହମ, କିରାସିନି ମିଳିବ। ତେବେ ରାସନ୍‌ ଦେବାବେଳେ ଇ-ପାସ୍, ବାୟୋମେଟ୍ରିକ ମେସିନ ଓ ଆଇରିସ୍ ସ୍କାନିଂ ବନ୍ଦ ରହିବ। ଅର୍ଥାତ୍‌ ଏସବୁର ବ୍ୟବହାର ହେବନି। ସୂଚନାଥାଉ କି, ବିଭିନ୍ନ ଯୋଜନାରେ ମିଳୁଥିବା ଭତ୍ତା ମଧ୍ୟ ଏକକାଳୀନ ୪ ମାସ ପାଇଁ ମିଳିବ।

  • Thursday, 22 July 2021
students
ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ, କିଛି ଶିକ୍ଷାନୁଷ୍ଠାନ ଖୋଲା ଥିବା ନେଇ ଅଭିଯୋଗ

ଖୋର୍ଦ୍ଧା: କରୋନା ମୁକାବିଲା ଲାଗି ରାଜ୍ୟ ସରକାର ବେଶ ତତ୍ପର ଅଛନ୍ତି। ଏପରି କ୍ଷେତ୍ରରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ନ ବଢ଼େ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଗୋଟିଏ ସ୍ଥାନରେ ଅଧିକ ଲୋକ ଏକାଠି ହେବାକୁ ମନା କରାଯାଇଛି। ଏହାସହ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରି ଦିଆଯାଇଛି। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। କରୋନା ମୁକାବିଲା ପାଇଁ ସ୍କୁଲ ଓ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ ପରେ ବି […]

  • Thursday, 22 July 2021
tiger
ଆଖି ବୁଜିଲା କଲରାପତରିଆ ବାଘ ସୂରଜ

ଭୁବନେଶ୍ୱର: ନନ୍ଦନକାନନରେ ଆଖି ବୁଜିଲା କଲରାପତରିଆ ବାଘ ସୂରଜ। ଗତ କିଛି ଦିନ ଧରି ସେ ବ୍ଲଡ୍ ପ୍ରୋଟୋଜନ୍ ଇନ୍‌ଫେକ୍ସନ୍‌ରେ ପୀଡ଼ିତ ଥିଲା। ତେବେ ଗତକାଲି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ଗତକାଲି ରାତିରେ ତା’ର ମୃତ୍ୟୁ ଘଟିଥିଲା। ୧୬ ବର୍ଷ ବୟସରେ ସୂରଜର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୦୦୪ ମସିହା ଜୁଲାଇରେ ଭଞ୍ଜନଗର ଅଞ୍ଚଳରୁ ସୂରଜକୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ସେ ୩ରୁ ୪ ମାସର ଛୁଆ ଥିଲା। ବୟସାଧିକ […]

  • Thursday, 22 July 2021
market
ବିଏମ୍‌ସି କଟକଣା- ସକାଳ ୬ଟାରୁ ସଂଧ୍ୟା ୬ ଯାଏ ଖୋଲା ରହିବ ହାଟ

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟ ଉପରେ ବିଏମ୍‌ସି କଟକଣା ଲଗାଇଛି। ବିଏମ୍‌ସି ଅଧିନରେ ଆସୁଥିବା ପ୍ରମୁଖ ହାଟ ଗୁଡ଼ିକ ଏଣିକି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ। ଏହାପରେ ହାଟ ଗୁଡ଼ିକ ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ। ହାଟରେ  ବିଭିନ୍ନ ପ୍ରକାରର ଜିନିଷ ଯେପରିକି ପରିବାଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ମିଳିଥାଏ। ଯେହେତୁ ଗୋଟିଏ ସ୍ଥାନରେ ସମସ୍ତ ଜିନିଷ ମିଳିଥାଏ, ତେଣୁ ହାଟରେ ଲୋକଙ୍କ ଭିଡ଼ […]

  • Thursday, 22 July 2021
arrest
ପ୍ରଧାନମନ୍ତ୍ରୀଙ୍କ ନାଁରେ ମିଛ ଖବର ପ୍ରଚାର କରି ବନ୍ଧା ହେଲେ ୪ ଯୁବକ

ପାଟକୁରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍‌ରେ ଆକ୍ରାନ୍ତ ନେଇ ସୋଶାଲ୍ ମିଡିଆରେ ମିଛ ଖବର ପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ୍‌ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଏହି ୪ ଜଣ ଯୁବକ ପ୍ରଧାନମନ୍ତ୍ରୀ ମୋଦି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ସୋଶାଲ ମିଡିଆରେ ମିଛ ଖବର ପ୍ରଚାର କରିଥିଲେ। ଏଭଳି ମିଛ ଖବର ପ୍ରଚାର କରି ଲୋକଙ୍କୁ ଆତଙ୍କିତ କରୁଥିବା ଅଭିଯୋଗରେ ପୁଲିସ୍‌ ସେମାନଙ୍କୁ ଗତକାଲି ଗିରଫ କରିଛି। ସେହିପରି […]

  • Thursday, 22 July 2021
odisha
ଗୁଜବ ପ୍ରଚାର କରି ବନ୍ଧା ହେଲେ

ଅନୁଗୁଳ: କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଅନୁଗୁଳ କୋଲିୟରୀ ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅନୁଗୁଳ ନୂଆଁହତା ଗାଁର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ଗିରଫ ଯୁବକ ଜଣକ ନିଜ ଫେସବୁକ୍ ଆକାଉଣ୍ଟରେ ଗୁଜବ ପ୍ରଚାର କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଥାନାରେ ଏତଲା ହେବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ଉତ୍ତର-କେନ୍ଦ୍ରାଞ୍ଚଳ […]

  • Thursday, 22 July 2021
otv
ପ୍ରଥମ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ ଭାବେ ୟୁଟ୍ୟୁବ୍‌ରେ ଓଟିଭିର ୩ ମିଲିଅନ୍ ସବସ୍କ୍ରାଇବର୍ସ

ଭୁବନେଶ୍ୱର: କେବଳ ଟିଭି ଚ୍ୟାନେଲ୍‌ ଭାବରେ ନୁହେଁ, ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଓଟିଭି ନମ୍ବର ଓ୍ୱାନ୍। ବିଶ୍ୱର ପ୍ରଥମ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ଭାବରେ, ୟୁଟ୍ୟୁବ୍‌ରେ ଏହା ୩ ମିଲିଅନ୍ ସବସ୍କ୍ରାଇବର୍ସ ହାସଲ କରିଛି। ଏହି ମାନଦଣ୍ଡ ହାସଲ କରିବାରେ ଓଟିଭି ହେଉଛି ରାଜ୍ୟର ପ୍ରଥମ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌। ଏବେ ଡିଜିଟାଲର ସମୟ। ଅଧିକାଂଶ ଯୁବପିଢ଼ି ମୋବାଇଲ୍ ମାଧ୍ୟମରେ ଖବର ଅପଡେଟ୍ ଜାଣିବାକୁ ପସନ୍ଦ କରୁଛନ୍ତି। ସେଥିପାଇଁ ଏବେ ସୋସିଆଲ୍ ମିଡିଆ ମୁହାଁ ସମସ୍ତେ। କିନ୍ତୁ […]

  • Thursday, 22 July 2021
exam
ଫାଇନାଲ ସେମିଷ୍ଟାର, ବ୍ୟାକ୍‌ ପେପର୍‌ ପରୀକ୍ଷା ଛାଡ଼ି ବୈଷୟିକ ଶିକ୍ଷାନୁଷ୍ଠାନର ସବୁ ପରୀକ୍ଷା ବାତିଲ୍

ଭୁବନେଶ୍ୱର: କରୋନା ସତର୍କତା ପାଇଁ ସମସ୍ତ ଟେକ୍‌ନିକାଲ୍‌ ଓ ପ୍ରଫେସ୍‌ନାଲ୍‌ ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାର ଓ ବ୍ୟାକ୍‌ ପେପର୍‌ ପରୀକ୍ଷା(ଯେଉଁମାନେ ଫାଇନାଲ୍‌ ସେମିଷ୍ଟାର୍‌ରେ ପରୀକ୍ଷା ଦେବେ)କୁ ଛାଡ଼ି ସବୁ ପରୀକ୍ଷା ବାତିଲ୍ କରାଯାଇଛି। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖାଯାଇଛି। ଯେଉଁ ଅଧ୍ୟାପକ, ଅଧ୍ୟାପିକା କିମ୍ବା କର୍ମଚାରୀ ପରୀକ୍ଷା କିମ୍ବା ଖାତାଦେଖାରେ ସାମିଲ ନାହାନ୍ତି ସେମାନେ ଆସିବା ଦରକାର ନାହିଁ। କିନ୍ତୁ ସେମାନେ ଘରେ ରହି […]

  • Thursday, 22 July 2021
cloudy
ବର୍ଷା ସହ ବଜ୍ରପାତ ସମ୍ଭାବନା, ୯ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ୧୫ ମିନିଟ୍ ଯାଏ ୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ପୁରୀ, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର ଓ କଟକ।

  • Thursday, 22 July 2021
election
ପଞ୍ଚାୟତ ଉପ-ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: କରୋନାକୁ ଆଦୌ ବ୍ୟାପିବାକୁ ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ବେଳେ ଆଜି ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ଉପ-ନିର୍ବାଚନକୁ ସ୍ଥଗିତ କରି ଦେଇଛନ୍ତି। ମାର୍ଚ୍ଚ ୨୪ ତାରିଖରେ ଏହି ଉପନିର୍ବାଚନ ହୋଇଥା’ନ୍ତ। ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୮ ସମିତି ସଭ୍ୟ ଓ ୮୪ଟି ୱାର୍ଡ ସଭ୍ୟ ପଦବୀ ପୂରଣ ପାଇଁ ଏହି ଉପନିର୍ବାଚନ ହୋଇଥା’ନ୍ତା। ତେବେ ଏହି ଉପନିର୍ବାଚନ ପାଇଁ […]

  • Thursday, 22 July 2021
vani vihar
କରୋନା ସତର୍କତା: ବାଣୀ ବିହାର ହଷ୍ଟେଲ ବନ୍ଦ

ଭୁବନେଶ୍ୱର: କରୋନା ସତର୍କତା ପାଇଁ ପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିବା ବେଳେ ଆଜି ଭୁବନେଶ୍ୱର ସ୍ଥିତ ବାଣୀ ବିହାର ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ଭିତରେ ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମିଡ୍ ସେମିଷ୍ଟର ପରୀକ୍ଷାକୁ ବି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଛନ୍ତି। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ ପଢ଼ନ୍ତୁ: ଶିକ୍ଷକମାନଙ୍କୁ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ, ପରୀକ୍ଷା ଘୁଞ୍ଚିଲା

  • Thursday, 22 July 2021
school closed
ଶିକ୍ଷକମାନଙ୍କୁ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ, ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିକ୍ଷକମାନଙ୍କୁ ସ୍କୁଲକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପରୀକ୍ଷାକୁ ଘୁଞ୍ଚା ଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ତେବେ ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ। ସେହିପରି ଦଶମ […]

  • Thursday, 22 July 2021
bus
ବସ୍‌ରେ ଓଭରଲୋଡିଂ ନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି ହୋଇଛି। ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ଚଳାଚଳ କରୁଥିବା ଘରୋଇ ଏବଂ ସରକାରୀ ବସ୍ ଗୁଡ଼ିକରେ ଯେତିକି ସିଟ୍ ଅଛି, ସେତିକି ହିଁ ଯାତ୍ରୀ ପରିବହନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଯାତ୍ରୀବାହୀ ବସ୍ ଗୁଡ଼ିକରେ ଓଭରଲୋଡ଼ିଂ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଛି। କରୋନାକୁ ନେଇ ଉଭୟ ଘରୋଇ ଓ ସରକାରୀ ବସ୍‌ ପାଇଁ […]

  • Thursday, 22 July 2021
odisha
ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ନେଇ ସ୍ପଷ୍ଟ କଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି କୋଭିଡ୍ ୧୯ ମୁକାବିଲା ନେଇ ଗଠିତ ରାଜ୍ୟ କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସେ କହିଛନ୍ତି, “ଜଣେ ୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଯୁବକ ଇଟାଲିରେ ଗବେଷଣା କରୁଥିଲେ। ମାର୍ଚ୍ଚ ୬ ତାରିଖରେ ଦିଲ୍ଲୀ ଫେରି ଥିଲେ ଓ ମାର୍ଚ୍ଚ ୧୨ରେ ଭୁବନେଶ୍ୱର ଆସିଥିଲେ। ମାର୍ଚ୍ଚ ୧୩ ତାରିଖରେ ଜଣେ ଘରୋଇ […]

  • Thursday, 22 July 2021
coronavirus
ଏହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭଦ୍ରକ: କରୋନା ମୁକାବିଲା ଲାଗି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ପ୍ରାଥମିକ ଭାବେ ମାର୍ଚ୍ଚ ୩୧ ଯାଏ ଛୁଟି ବାତିଲ କରାଯାଇଥିବା ଜଣାପଡ଼ିଛି। #CoronavirusOutbreak Leaves of all Government Employees of Bhadrak district stand cancelled with immediate effect. — District Administration,Bhadrak (@DM_Bhadrak) […]

  • Thursday, 22 July 2021
chicken
କୁକୁଡ଼ା ମାଂସ ଓ ଅଣ୍ଡାରେ କରୋନା ବ୍ୟାପିବା ଚର୍ଚ୍ଚା ଗୁଜବ

ଭୁବନେଶ୍ୱର: କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭାଇରସ୍‌ ବ୍ୟାପୁଥିବା ନେଇ ଯେଉଁ କଥା ପ୍ରଚାର ହେଉଛି, ତାହା ସଂପୂର୍ଣ୍ଣ ମିଛ ଓ ଗୁଜବ ବୋଲି ପଶୁପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ କହିଛି। ଯାହା ଜଣାପଡ଼ିଛି, ବର୍ତ୍ତମାନ କେବଳ ମଣିଷରୁ ମଣିଷକୁ କରୋନା ଭାଇରସ୍‌ ବ୍ୟାପୁଛି। ପଶୁପକ୍ଷୀଙ୍କଠାରୁ ମଣିଷକୁ ଏବେ କରୋନା ବ୍ୟାପୁଥିବା ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ଏହାସହ ବିଭାଗ କହିଛି ଯେ, ପ୍ରାଣୀମାନେ ଭାଇରସ୍‌ର ଉତ୍ସ […]

  • Thursday, 22 July 2021
train
ଇଞ୍ଜିନ୍‌ରୁ ଅଲଗା ହେଲା ବଗି

କଟକ: ଇଞ୍ଜିନ୍‌ରୁ ଅଲଗା ହେଲା ବଗି। ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଟ୍ରେନ୍‌ର ୨ଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇଯାଇଥିବା ସୂଚନା ମିଳିଛି। ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ଆଜି ଶାଳଗାଁ-ବରହମ୍‌ପୁର ଷ୍ଟେସନ୍‌ ପଲାସିଆ ନିକଟରେ ୨ଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇଯାଇଥିଲା। ଏନେଇ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମରାମତି ପରେ ଇଞ୍ଜିନ୍‌ ସହ ବଗିକୁ ଯୋଡ଼ା ଯାଇଥିଲା ଓ ପୁଣିଥରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ଏକ୍ସପ୍ରେସ୍‌ ଟ୍ରେନ୍। ତେବେ କେଉଁ […]

  • Thursday, 22 July 2021
music-director
ଆରପାରିରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ

ବାରିପଦା: ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାରିପଦା ସ୍ଥିତ ପି.ଆର୍‌.ଏମ୍‌ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଚୁ ମୁଖାର୍ଜୀଙ୍କ ପରଲୋକରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ଶେଷ ଦର୍ଶନ ପାଇଁ ତାଙ୍କ […]

  • Thursday, 22 July 2021
toll plaza
ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ହେବ ଯାଞ୍ଚ

ପୁରୀ: ଆଜିଠୁ ପିପିଲି ଟୋଲ୍ ଗେଟ୍‌ରେ ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଗାଡ଼ିକୁ ଯାଞ୍ଚ କରାଯିବା ସହ ପର୍ଯ୍ୟଟକଙ୍କ ସ୍କାନିଂ କରାଯିବ। ଏହି ଯାଞ୍ଚରେ ଡାକ୍ତରୀ ଟିମ୍, ପରିବହନ ଅଧିକାରୀ ଏବଂ ପୁଲିସ୍‌ ରହିବେ। ଯଦି, କୌଣସି ପର୍ଯ୍ୟଟକଙ୍କ ପାଖରେ କରୋନାକୁ ନେଇ ସନ୍ଦେହ ଦେଖାଦିଏ ତେବେ ତାଙ୍କୁ ସେଠୁ ଫେରାଇ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ପୁରୀକୁ ରାଜ୍ୟ ଓ ବାହାର ରାଜ୍ୟରୁ ଆସୁଥିବା ଲୋକେ ଅତ୍ୟାବଶକ କାମ ହେଲେ […]

  • Thursday, 22 July 2021

Total Seats 70

BJP 42
APP 28
INC 0
OTHERS 0

Delhi Vidhan Sabha Election Result