ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ତେଲାଙ୍ଗାନାରୁ ଗିରଫ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କମିଶନରେଟ ପୋଲିସ ହାଇଦରକୁ ଓଡ଼ିଶା ଆଣିବା ପରେ ତାକୁ କୋର୍ଟରେ ହାଜର କରଯାଇଛି। ଏହାସହ ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା। ତେବେ ହାଇଦରକୁ ୭ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। କଟକ ସିଟି JMFC କୋର୍ଟ ଏହି ଅନୁମତି ଦେଇଛନ୍ତି। ଶନିବାରଠାରୁ ହାଇଦରକୁ ରିମାଣ୍ଡରେ ନେବ କଟକ […]
ବାଲେଶ୍ୱର: ମୃତ୍ୟୁ ଏମିତି ବି ଆସେ। ମା’ର ମାଡ଼ରୁ ବଞ୍ଚିବା ପାଇଁ ଲୁଚିଥିଲା କୁନି ଝିଅ। ହେଲେ ମା’ର ମାଡ଼ରୁ ତ ବଞ୍ଚିଗଲା କିନ୍ତୁ ସବୁଦିନ ପାଇଁ ଚାଲିଗଲା । କୁହାଯାଏ ମା’ ମାନେ ପିଲାକୁ ଆକଟ କରନ୍ତି। ପିଲାମାଙ୍କର ଠିକ ସମୟରେ ଖାଇବା-ଶୋଇବା-ଗାଧୋଇବା ଆଦିକୁ ଗୁରୁତ୍ୱ ଦିଅନ୍ତି। କୁନି ପିଲାମାନେ ଏଥିରେ ଅଝଟ ହେଲେ ମା’ମାନେ ରାଗନ୍ତି। ଆଉ ଆବଶ୍ୟକ ପଡ଼ିଲେ ଚାପୁଡ଼ା ମଧ୍ୟ ମାରନ୍ତି। ହେଲେ ମା’ର ଏହି ଆଚରଣ କେବେ ଏଭଳି ପରିସ୍ଥିତି […]
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସୁବୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସଚିବମାନେ ଜିଲ୍ଲାରେ କରୋନା ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବେ। ତେବେ ଭୁବନେଶ୍ୱର ସହର ପାଇଁ ସ୍ୱତନ୍ତ୍ର ଭାବେ ଅନୁ ଗର୍ଗ ଓ ଏନ୍. ଥିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି। […]
ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ। ଏନେଇ ଘୋଷଣା କରିଛନ୍ତି ପୁରୀ ADM। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଯୋଗୁଁ ସ୍ଥଗିତ ହେଲା ଉପ-ନିର୍ବାଚନ। ସ୍ଥଗିତ ନେଇ ଏକ ଚିଠି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ECIଙ୍କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ADM। ଖାଲି ସେତିକି ନୁହେଁ ଗୁରୁବାର ପିପିଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍। ଆସନ୍ତା ୧୭ ତାରିଖରେ ପିପିଲିରେ ହୋଇଥାନ୍ତା ନିର୍ବାଚନ। ଏନେଇ ସମସ୍ତ […]
ପିପିଲି: ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମହୋଲ ସେତିକି ଉଷ୍କତା ଧରୁଛି। ଦଳଗୁଡ଼ିକ ମଧ୍ୟ ସେତିକି ତତ୍ପର ହେଉଛନ୍ତି। ୧୭ ତାରିଖରେ ଭୋଟ ହେବାକୁ ଥିବା ବେଳେ ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ଅର୍ଥାତ ଗୁରୁବାର ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶ କରାଯାଉଛି ଏବଂ କଂଗ୍ରେସ ରେସରେ ନଥିବା ଭଳି ମନେ ହେଉଛି। ଗୋଟିଏ ପଟେ ରାଜନୈତିକ ଛକାପଞ୍ଜା, ହିଂସା, ଉତ୍ତେଜନା […]
ଟଙ୍କାକରେ ଚାଉଳ ମିଳୁଛି। ହେଲେ ପାଣି ୬୦ ଟଙ୍କା। ସପ୍ତାହକର ପାଣି ବ୍ୟବହାର ପାଇଁ ଦେବାକୁ ପଡ଼ୁଛି ୫୦ରୁ ୬୦ ଟଙ୍କା। ଏଭଳି ଦୟନୀୟ ସ୍ଥିତି ଉପୁଜୁଛି ଖୋର୍ଦ୍ଧା ଜିଲ୍ଲା ଉପକଣ୍ଠ ଟଙ୍ଗି ବ୍ଲକର ତିନୋଟି ପଞ୍ଚାୟତରେ। ଏଠାରେ ଲୋକଙ୍କୁ ଟଙ୍କାକରେ ଚାଉଳ କିଲେ ଖୁବ୍ ସହଜରେ ମିଳିଯାଉଛି। ହେଲେ ପିଇବା ପାଣି ଓ ରୋଷେଇ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ପଞ୍ଚାୟତ ଗୁଡ଼ିକରେ କୂଳ, ନଳକୂପ ପୋଖରୀ ଆଦି ରହିଛି ସତ […]
ପିପିଲି: ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପିପିଲି ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କରିଛି। ପୁଅ ରୁଦ୍ରଙ୍କୁ ବିଜେଡି ଟିକେଟ୍ ମିଳିବା ପରେ ବି ମହାରଥୀ ପରିବାରରେ ଆସିପାରୁନି କି ସହମତି ? ଟିକେଟ୍ ନପାଇ ମନ ଊଣା କରିଛନ୍ତି କି ମା’ ପ୍ରତିଭା ମହାରଥୀ ? ପୁଅକୁ ଯୋଦ୍ଧା କରାଯିବାରୁ ଦଳ ଉପରେ ମାନ କରିଛନ୍ତି କି ମା ? ଏଭଳି ଅନେକ କଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। […]
ଭୁବନେଶ୍ୱର: ରାଜ୍ୟରେ ପୌରପାଳିକାରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ସର୍ବାଧିକ ୪୫ ବର୍ଗ ମିଟର ଏବଂ ଏନ୍ଏସିରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ସର୍ବାଧିକ ୬୦ ବର୍ଗ ମିଟର ପରିମିତ ଜମି ଅଧିକାର ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡିଶା ବସ୍ତି ବାସିନ୍ଦାଙ୍କ ପାଇଁ ଜମି ଅଧିକାର ଅଧିନିୟମରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା […]
ଭୁବନେଶ୍ୱର: ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ କଂଗ୍ରେସ ନେତା ନିହାର ବେହେରା। ସ୍ମୃତି ରଞ୍ଜନ ଲେଙ୍କା ଜଣେ ମହିଳା କର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନିହାର ବେହେରା ଅଭିଯୋଗ କରିଛନ୍ତି। ପଦ, ପଦବୀରେ ରଖି ଦେବାକୁ କହି ସ୍ମୃତି ରଞ୍ଜନ ମହିଳା କର୍ମୀଙ୍କୁ ଶୋଷଣ କରିଥିବା ନିହାର ଅଭିଯୋଗ ଆଣିଛନ୍ତି। ଏନେଇ କିଛି ହ୍ୱାଟ୍ସଆପ୍ ଚାଟ୍ ଓ ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ନିହାର […]
ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ ! ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍ରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ବର୍ତ୍ତମାନ କରାଯାଉ ନାହିଁ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ […]
ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଦୀର୍ଘ ୨୦ ବର୍ଷ ପରେ ଆଜି ଏହାର ଲୋକାର୍ପଣ ହୋଇଛି। ସେତେବେଳେ ଏହାର ବ୍ୟୟ ଅଟକଳ ୨୧୧ କୋଟି ଥିବା ବେଳେ ଏବେ ଏହା ୧୯୨୫ କୋଟି ୬୩ ଲକ୍ଷରେ ପହଞ୍ଚିଛି। ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୮୯ଟି ଗାଁ ଏବଂ […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ଗୋଟିଏ ପରେ ଗୋଟିଏ ମୋଡ଼ ନେଉଛି। ହାଇକୋର୍ଟଙ୍କ ଜଣେ ସିଟିଂ ଜଜ୍ଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ପ୍ରସଙ୍ଗରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ୍ ବଳରେ ସାମ୍ନାକୁ ଆସିଥିବା ଏହି ତଥ୍ୟଟି ହେଉଛି, କୋର୍ଟ ମନିଟର ଏସ୍ଆଇଟି ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିବେଦନକୁ ଡିସେମ୍ବର ୧ ତାରିଖରୁ ଅଗ୍ରାହ୍ୟ କରି ରାଜ୍ୟ ସରକାରଙ୍କୁ ଜଣାଇ ସାରିଛନ୍ତି ହାଇକୋର୍ଟ। ସୂଚନା ଅଧିକାର […]
ଉଦଳା : (ରିପେ।ର୍ଟ – ମାନସ ପାଣି) ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି କିଛି ସମୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ହଜିଯିବାକୁ କାହାକୁ ବା ଭଲନଲାଗେ । ପର୍ଯ୍ୟଟନ ଋତୁରେ ଫୁଲେଇ ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ l ଭଳିଭଳିକା ପକ୍ଷୀଙ୍କ ମନମତାଣିଆ ଶଦ୍ଦ ପର୍ଯ୍ୟଟକଙ୍କ ମନକୁ ଆହୁରି ଆନମନା କରେ । ବଡ଼ଦିନ ଠାରୁ ଆରମ୍ଭ କରି ନୂଆ ବର୍ଷ ଆସିଲେ ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି ଓ ବଣଭୋଜି […]
କରଞ୍ଜିଆ : (ରିପୋର୍ଟ- ଦୀପକ କୁମାର ମହାନ୍ତ ) ପଥର ଫାଙ୍କରୁ ଘନଘର୍ଘର ନାଦରେ ଝରିଆସୁଛି ସ୍ୱଚ୍ଛ ଜଳ । ଓଡିଶା ମାନଚିତ୍ରରେ ମୟୁରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ ଏକ ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର । ପର୍ଯ୍ୟଟକ ମାନଙ୍କୁ ବାନ୍ଧି ରଖିବା ପାଇଁ ଏହି ସ୍ଥାନଟି ବେଶ ସକ୍ଷମ । ସବୁଜ ବନାନୀରେ ପରିବେଷ୍ଟିତ ଏହି ପର୍ଯ୍ୟଟନସ୍ଥଳୀରେ କରେ।ନା ସତ୍ୱେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବର୍ଷାଋତୁ ବ୍ୟତୀତ ବର୍ଷର ଅନ୍ୟାନ୍ୟ ସମୟରେ ଅନେକ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକ […]
ଭୁବନେଶ୍ୱର:ଶେଷରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୋଲିସ। ଅନୁଭବଙ୍କ ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ ୪୯୮-ଏରେ ଏହି ମାମଲା ରୁଜୁ କରାଯାଇଛି। ଏଥିସହିତ ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଅନୁଭବଙ୍କ ବିରୋଧରେ ଏତଲା କରିଥିଲେ। ସୂଚନାଥାଉ କି, ପାରିବାରିକ ବିବାଦକୁ ନେଇ ସାଂସଦ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶୀନି ପୁରୀଘାଟ ଥାନାରେ ଅନୁଭବ […]
ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଆଜି କ୍ରାଇମବ୍ରାଞ୍ଚ SIT ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି ରିପୋର୍ଟ। ବନ୍ଦ ଲଫାଫାରେ ଏହି ରିପୋର୍ଟ ଦିଆଯାଇଥିଲେ ହେଁ ଏଥିରେ ଚାଞ୍ଚଲ୍ୟକର ତଥ୍ୟ ଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । […]
ଭୁବନେଶ୍ୱର : ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଯାଏଁ ବିଭାଗ ନିକଟକୁ ପହଞ୍ଚି ନାହିଁ। ଗଣମାଧ୍ୟମରୁ ହିଁ ସମସ୍ତ କଥା ଜାଣିବା ପାଇଁ ମିଳିଛି । ତେଣୁ ଆଗାମୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ହିଁ ଗଣିଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନରେ ଘରୋଇ ସ୍କୁଲ୍ ଫି ପ୍ରସଙ୍ଗ ଥିବାରୁ ସରକାର ଚାହିଁଲେ ଘରୋଇ […]
ରାଜେନ୍ଦ୍ରଙ୍କ ପରିବା ଉଦ୍ୟାନ ଭରିଯାଇଛି, ଜହ୍ନି, କଲରା, ଭେଣ୍ଡି, ଝୁଡଙ୍ଗ, ଶିମ୍ବ, ବିନ୍ସ, କାକୁଡି । ପୁଞ୍ଜାପୁଞ୍ଜା ଝୁଡଙ୍ଗ,କଲରା, ଭେଣ୍ଡି ଗଛରେ ଶୋଭା ପାଉଥିବା ବେଳେ ଛୋଟିଆ ଛୋଟିଆ କଲମୀ ଗଛରେ ପିଜୁଳି, ସପେତା,କାଗିଜି ଝୁଲୁଛି ।
କୋରାପୁଟ: ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି। ସେମାନେ କୋରାପୁଟ-ମାଲକାନଗିରି ସୀମା ଜଙ୍ଗଲରେ ଲୁଚାଇ ରିଖିଥିବା ବିପୁଳ ବିସ୍ଫୋରକ ଜବତ ହୋଇଛି। ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଡ୍ରମ ଭିତରେ ଏତେ ସଂଖ୍ୟାରେ ବିସ୍ଫୋରକ ପୋତା ଯାଇଥିଲା। ଏହା ଭିତରେ ୫୦୦ ଜିଲେଟିନ୍, ମାଓ ପୁସ୍ତିକା, ଇଲେକ୍ଟ୍ରିକ୍ ତାର ଇତ୍ୟାଦି ରହିଛି। ଏଥିସହିତ ମାଓ ନେତାଙ୍କ ଫଟୋ, କ୍ୟାମେରା ଫ୍ଲାସ ମଧ୍ୟ ଜବତ ହୋଇଛି। ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ମାନଙ୍କ ଦ୍ୱାରା […]
ବ୍ରହ୍ମପୁର: ଗିରଫ ହେଲେ ଗଞ୍ଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର କୋଟିପତି ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଶିକ୍ଷକଙ୍କ ଆୟର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ପଚରାଉଚରା କରିଥିଲା। ଭୁବନାନନ୍ଦ କିଛି ଅର୍ଥ ବ୍ୟାଙ୍କରୁ ଋଣ କରିଥିବା ଦର୍ଶାଇଥିଲେ ମଧ୍ୟ ତାହା ଯଥେଷ୍ଟ ନଥିବା ଜଣାପଡିଛି। ଭୁବନାନନ୍ଦଙ୍କର ମୋଟ ୪ କୋଟି ୯୩ […]
ବ୍ରହ୍ମପୁର: ପ୍ରଶାସନ ପାଖରେ ଗୁହାରି କଲେ ହେଲେ ସମାଧାନ ହୋଇପାରିଲାନି ସମସ୍ୟା। ମୁହାଣ ପୋତି ହୋଇ ଯାଉଥିବାରୁ ଏନେଇ ଆଗେଇ ଆସିଲେ ଗାଁ ଲୋକେ। ନିଜସ୍ୱ ଉଦ୍ୟମରେ ଏମାନେ ମୁହାଣ ଖୋଳିଛନ୍ତି। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ପୋତାଗଡ଼ରେ। ଏଠାରେ ଋ଼ଷିକୁଲ୍ୟା ନଦୀ ସମୁଦ୍ରରେ ଯାଇ ମିଶିଛି। ମୁହାଣରେ ଦୀର୍ଘ ବର୍ଷ ଧରି ବାଲି ଭର୍ତ୍ତି ହେବା ଫଳରେ ପୋତି ହୋଇ ରହିଥିଲା। ଫଳରେ ଲଗାଣ ବର୍ଷା ହେଲେ ଗାଁରେ ନଦୀ ପାଣି ପସିବା […]
ଭୁବନେଶ୍ୱର: ପୁଣି ଓଟିଭି ଉପରେ ପ୍ରଶାସନର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ। ବିନା ନୋଟିସ୍ରେ ସାରୁଅରେ ଥିବା ମହିଳା ସମିତିର ପାଚେରିକୁ ତରବରିଆ ଭାବେ ଭାଙ୍ଗୁଛି ପ୍ରଶାସନ। ତେବେ ଏନେଇ ବେଗୁନିଆ ତହସିଲଦାରଙ୍କ କହିବା କଥା, ପ୍ରକୃତିକ ଜଳ ସ୍ରୋତ ପାଇଁ ରାସ୍ତା ନ ଥିବାରୁ ଉଚ୍ଛେଦ କରାଯାଉଛି। ତେବେ କାହା ଜମିରେ ଏହି ପାଚେରି ହୋଇଛି, ସେ ନେଇ ପରେ ଜଣାପଡ଼ିବ ବୋଲି ତହସିଲଦାର କହିଛନ୍ତି। ବେଆଇନ୍ ଭାବେ ରାସ୍ତା ଅବରୋଧ ହୋଇଥିବାରୁ ଉଚ୍ଛେଦ କରାଯାଉଛି ବୋଲି ସେ […]
ଭୁବନେଶ୍ୱର: ରାଜ୍ୟରେ ଅନ୍ଲାଇନ୍ରେ ମଦ ବିକ୍ରି ନେଇ ସରକାର ଅନୁମତି ଦେଇଛନ୍ତି। ହେଲେ ରାଜଧାନୀ ଭୁବନେଶ୍ୱରରେ ସରକାରୀ ନିୟମର ଉଲ୍ଲଘଂନ କରି ବହୁ ଦୋକାନୀ ଅଫ୍ଲାଇନ୍ରେ ଖୁଲମ୍ଖୁଲା ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। କାଉଣ୍ଟର ଅଳ୍ପ ଖୋଲି ଦୋକାନୀମାନେ ବେଆଇନ୍ ଭାବେ ମଦ ବିକ୍ରି କରୁଥିବା ନଜର ଆସିଛି। ଗୋଟିଏପଟେ ଦୋକାନୀମାନେ ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ଅଫ୍ଲାଇନ୍ରେ ମଦ ବିକ୍ରି କରୁଥିବାବେଳେ, ଅନ୍ୟପଟେ ଲୋକମାନେ ବି କରୋନା କଟକଣାକୁ ନ ମାନି ମଦ ପାଇଁ […]
ଭୁବନେଶ୍ୱର: ଆଇପିଏସ୍ ସତ୍ୟଜିତ ନାୟକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସତ୍ୟଜିତଙ୍କ ଶିଶୁଭବନ ସ୍ଥିତ ଘରୁ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଘରେ କେହି ନ ଥିବା ବେଳେ ଗ୍ରୀଲ୍ କାଟି ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସତ୍ୟଜିତ ନାୟକ କହିଛନ୍ତି, ଆଇପିଏସ୍ଙ୍କ ଘରୁ ଚୋରି ହେବା କୌଣସି ଛୋଟ କଥା ନୁହେଁ। ପାଟ୍ରୋଲିଂ ଜୋରଦାର ହେବା ଉଚିତ। ଏ ନେଇ ଡିସିପିଙ୍କ ସହିତ କଥା ହୋଇଥିବା […]
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ନିମ୍ନ ମାନର ଖାଦ୍ୟ ମିଳୁଥିବା ଅଭିଯୋଗ ହୋଇଛି। ଅନ୍ତେବାସୀଙ୍କୁ ଦିଆଯାଉଥିବା ଭାତରେ ପୋକ ଥିବା ସହ ରୁଟି କଞ୍ଚା ରହୁଥିବା ଅଭିଯୋଗ ହୋଇଛି। ଏହାସହ ଦିଆଯାଉଥିବା ଜଳଖିଆର ମାନ ବି ଖୁବ୍ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ। ରାଜଗାଙ୍ଗପୁର ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ପାଇଁ ୬ଟି କ୍ୱାରେଣ୍ଟିନ୍ ସେଣ୍ଟରରେ କରାଯାଇଛି। ଉକ୍ତ କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା କିଛି ପ୍ରବାସୀ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ଖାଦ୍ୟ […]