କଟକ : ନିଜର ଭକ୍ତଙ୍କୁ ପ୍ରବଚନ ଦେବା ପାଇଁ ବ୍ୟଗ୍ର ହୋଇ ପଡ଼ିଲେଣି ସାରଥି ଓରଫ ସନ୍ତୋଷ ରାଉଳ! ଏଥିପାଇଁ ଅନୁମତି ଦେବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜେଲ୍ରୁ ମୁକୁଳିବା ବେଳେ କୋର୍ଟ ତାଙ୍କ ପାଇଁ କିଛି ସର୍ତ୍ତ ରଖିଥିଲେ। ସେହି ସର୍ତ୍ତ ଅନୁଯାୟୀ, ଜେଲ୍ରୁ ମୁକୁଳିବା ପରେ ସାରଥି କୌଣସି ସ୍ଥାନରେ ପ୍ରବଚନ ଦେଇ ପାରିବେ ନାହିଁ। ଏପରିକି ଭକ୍ତଙ୍କୁ ଏକାଠି କରିପାରିବେ ନାହିଁ। ଏହା ଦ୍ୱାରା ତାଙ୍କ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। […]
ଭୁବନେଶ୍ୱର: ୩୧ ଲକ୍ଷରୁ ଅଧିକ ହିତାଧିକାରୀ ବର୍ଷ ବର୍ଷ ଧରି ସରକାରଙ୍କୁ ଚୁନ ଲଗାଇ ଟଙ୍କିକିଆ ଚାଉଳ ଲୁଟୁଛନ୍ତି। ରାସନ କାର୍ଡ ସହ ଆଧାର ସଂଯୋଗ ପାଇଁ ମାସେ ଧରି ଚାଲିଥିବା କ୍ୟାପେଂନରୁ ଏହି ତଥ୍ୟ ଜଣାପଡ଼ିବା ପରେ ଖାଦ୍ୟ ଯୋଗାଣ ବିଭାଗର ଅକଲ ଗୁଡୁମ୍ ହୋଇଯାଇଛି। ଗୋଟିଏ ଦିନ ପରେ ସରିବ ଡେଡ୍ଲାଇନ। ରାସନ କାର୍ଡକୁ ଆଧାର ସହ ଲିଙ୍କ୍ କରି ନଥିଲେ ମିଳିବ ନାହିଁ ଟଙ୍କିକିଆ ଚାଉଳ। ହେଲେ ଆଧାର ସଂଯୋଗ କରିନାହାଁନ୍ତି ଆହୁରି […]
ଭୁବନେଶ୍ୱର: ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର ଆଜି ରାଜ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ସୂଚନା କମିଶନ ସୁନୀଲ କୁମାର ମିଶ୍ର, ସୂଚନା […]
ବ୍ରହ୍ମପୁର: ରୋଗୀ ମୃତ୍ୟୁକୁ ନେଇ ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ଅମିତ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଛି। ଜଣେ ୧୩ ବର୍ଷର ବାଳକକୁ ଭୁଲ୍ ଇଂଜେକସନ ଦେବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ବାଳକ ଜଣକ ହେଲେ ଗେଟ୍ ବଜାର ଅଂଚଳର ମାଲେଶ ସେଠିଙ୍କ ପୁଅ ନାଗରାଜ୍। ଗତ ୨୨ ତାରିଖରେ ନାଗରାଜର ଗଳା ଫୁଲିବାରୁ ତାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଅମିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ନାଗରାଜ […]
ନୟାଗଡ଼: ପଞ୍ଚାୟତ ନିର୍ବାହୀ ଅଧିକାରୀ (ଭିଏଲଡବ୍ଲ୍ୟୁ)ଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏପରି ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତରେ ଘଟିଛି। ମାତ୍ର କେଉଁକାରଣ ଗୁଳିମାଡ଼ ହୋଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତରେ ଶ୍ରମିକ ପଞ୍ଜିକରଣ ହୋଇଥିଲା। ଭିଏଲଡବ୍ଲ୍ୟୁ ମୁରଲୀ ବାରିକ ପଞ୍ଜିକରଣ କରାଉ ଥିଲେ। ଠିକ୍ ଏତିକି ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଆସି ତାଙ୍କ […]
ଭୁବନେଶ୍ୱର: କଟକରେ ଜନ୍ମିତ ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବାର ସମ୍ଭାବନା ରହିଛି। ଜଷ୍ଟିସ ମହାନ୍ତି ଏବେ ବମ୍ବେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ମହାନ୍ତିଙ୍କ ନୂଆ ନିଯୁକ୍ତି ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ୍ କରିଛନ୍ତି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ମହାନ୍ତିଙ୍କ ନାମ ସୁପାରିସ୍ କରିଛନ୍ତି। ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି […]
ଦେବଗଡ଼: ଥଇଥାନର ୩ ଦଶନ୍ଧି ପରେ ବି ନିଜ ଘରଡିହ, ଜମି ପଟ୍ଟା ପାଇଁ ସଂର୍ଘଷ କରୁଛନ୍ତି ଦେବଗଡ଼ ଜିଲ୍ଲାର କେଶଲା ଗାଁ ଲୋକେ। ଜମିର ଚିହ୍ନଟ ଲାଗି ତହସିଲ ଅଫିସକୁ ଦୌଡି ଦୌଡ଼ି ନିରାଶ ହେଲେଣି ବିସ୍ଥାପିତ। ତଥାପି ଦେବଗଡ଼ କେଶଲା ଗ୍ରାମବାସୀଙ୍କ ଦୁଃଖ ଦୂର ହେଉନି। ନକ୍ସା ନଥିବା ବାହାନା ଦେଖାଇ ଆରଆଇ, ତହଲସିଲଦାର ଦୂରଦୂର ମାର ମାର କରୁଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି। ଏହି ମାମଲା ନେଇ ବିଭିନ୍ନ ସମୟରେ ପାଟିତୁଣ୍ଡ […]
ବଲାଙ୍ଗିର: ବଲାଙ୍ଗିର ଆର୍ପିଏଫ୍ ଦ୍ୱାରା ଜବତ ହୋଇଛନ୍ତି ପଶ୍ଚିମବଂଗର ଶହ ଶହ ପାରା। ହାୱଡ଼ା-କୋରାପୁଟ ଏକ୍ସପ୍ରେସରେ ପଶ୍ଚିମବଂଗର ଉଲବେରିଆ ଅଞ୍ଚଳରୁ ପାଞ୍ଚ ଶହ ପାରାଙ୍କୁ ପାଞ୍ଚଟି ପେଟିରେ ପୂରାଇ ଟିଟିଲାଗଡ଼ ଚାଲାଣ କରାଯାଉଥିବା ଜଣାପଡ଼ିଛି। ବେଆଇନ ଭାବେ ପାସେଞ୍ଜର ବଗିରେ ପାରା ଚାଲାଣ କରାଯାଉଥିବା ଖବର ପାଇ ଟିଟିଲାଗଡ଼ ଆରପିଏଫ୍ ପାରାମାନଙ୍କୁ ଜବତ କରିବା ସହିତ ଟିଟିଲାଗଡ଼ର ନନ୍ଦିକେଶର ଦୁର୍ଗା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ଆର.ପି.ଏଫ୍ ଅଧିକାରୀମାନେ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପାଇଁ ସମ୍ବଲପୁର […]
ଭୁବନେଶ୍ୱର: କିଛି ଦିନ ତଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାକୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିବା ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ଟ୍ୟୁସନ ଯାଉଥିବା ବେଳେ ଅଭିଯୁକ୍ତ ଜଣ ନାବାଳିକାଙ୍କୁ ଅନେକ ସମୟ ପିଛା କରିବା ପରେ, ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲା। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗର ପ୍ରାୟ ଏକ ସପ୍ତାହ ପରେ […]
ବାଲୁଗାଁ: ଚିଲିକା ଉପରେ ଘୂରି ବୁଲିଲା ଏକ ଅଜଣା ଉଡ଼ାଜାହାଜ ଭୂପୃଷ୍ଠରୁ ଅତି ନିକଟରେ ୮-୧୦ ଥର ଏହି ଉଡ଼ାଜାହାଜଟି ଚକ୍କର କାଟିବା ପରେ ସେଠାକାର ଲୋକେ ଭୟଭିତ ହୋଇ ପଡ଼ିଛନ୍ତି। ଗତକାଲି ସକାଳ ୧୦ ଟା ସମୟରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଶେଷ କରି ସାତପଡ଼ା, ମହିସା, ବ୍ରହ୍ମଗିରି ଆଦି ଅଞ୍ଚଳର ଗାଁ ଲୋକେ ଏତେ ନିକଟରୁ ଉଡ଼ାଜାହାଜ ଦେଖି ଡରି ଯାଇଥିଲେ। ଘଟଣାର ତଦନ୍ତ ପରେ ମେରାଇନ୍ ଇନ୍ସପେକ୍ଟର କହିଛନ୍ତି, […]
ରାୟଗଡ଼ା: ପୁଣି ଭାରରେ ବୁହା ହେଲେ ରୋଗୀ। ଦୀର୍ଘ ୧୫କିଲୋମିଟର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ। ଏଭଳି ଘଟଣା ସାମନାକୁ ଆସିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଳକ ଡେଙ୍ଗୁଣି ଗାଁରୁ। ଗାଁର ହୁଣ୍ଡାରୀ ସିକକା ନାମକ ଜଣେ ମହିଳା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ତେବେ ଲଗାଣ ବର୍ଷା ସହ ରାସ୍ତା ଖରାପ ଯୋଗୁ ମହିଳା ଜଣଙ୍କ ମେଡିକାଲକୁ ଯାଇପାରି ନଥିଲେ। ଆଜି ଦେହ ଅଧିକ ଖରାପ ହେବାରୁ ପରିବାର ଲୋକେ […]
ବାଲୁଗାଁ: ଚିଲିକା ରାଜହଂସରେ ଲାଗିଥିବା ଜିନ ହ୍ୱା ଜାହାଜରୁ ଆଜିଠାରୁ ତେଲ କଢ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱରରୁ ଆସିଥିବା ୭ଜଣିଆ ସାଲ୍ଭେଜ୍ ଟିମ୍ ଏହି ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। ଚିଲିକା ନିକଟ ଭସାପୋଲ ଉପରେ ୪ଟି ଡ୍ରମ୍ ରଖାଯାଇଛି। ପ୍ରାୟ ୫୪୦ମିଟର ଲମ୍ବର ପାଇପ୍ ସଂଯୋଗ କରାଯାଇ ଜାହାଜରୁ ତେଲ କଢ଼ାଯାଉଛି। ଏହାପରେ ତେଲକୁ ସାତପଡ଼ା ସ୍ଥାନାନ୍ତର କରାଯିବା କୁହାଯାଉଛି। ଗତକାଲି ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ନୋଟିସ ଜାରି କରାଯାଇଥିଲା। ୨ […]
ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ଆୟୋଜିତ ହୋଇଛି। ୨୦୧୬ ରିଓ ପାରାଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଆଥଲେଟ୍ ଦୀପା ମଲିକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏସିଆନ୍ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ରେସଲର୍ ବଜରଙ୍ଗ ପୁନିଆଙ୍କୁ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ଚୟନ କରାଯାଇଥିଲା, କିନ୍ତୁ ସେ […]
ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୫ ହଜାର ୯୩୩ .୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କାମ୍ପା ଫଣ୍ଡ ଜରିଆରେ ଏହି ଟଙ୍କା ମଞ୍ଜୁର କରାଯାଇଥିବା ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୁରୁବାର ଦିନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାର ଓଡ଼ିଶା ସମେତ ୨୭ଟି ରାଜ୍ୟକୁ ୪୭ ହଜାର ୪୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଓଡ଼ିଶା ପରେ ଛତିଶଗଡ଼କୁ ଦ୍ୱିତୀୟ […]
ଭୁବନେଶ୍ୱର: ଦେଶର ଆର୍ଥିକ ମାନ୍ଦାବସ୍ଥା ମାଡ଼ରେ ଧିମେଇ ଯାଇଛି ରାଜ୍ୟର ଖଣି ବ୍ୟବସାୟ। ଖଣିଜ ଉତ୍ତୋଳନ କମିବା ସହ କମିଛି ଲୁହାପଥର ଦର। ଏପ୍ରିଲ୍ରେ ଲୁହାପଥର ଟନ୍ ପିଛା ହାରିହାରି ୪ ହଜାର ଟଙ୍କା ଥିବା ବେଳେ ଏବେ ୩ ହଜାର ଟଙ୍କାକୁ ଖସି ଆସିଛି। ଦେଶର ଆର୍ଥିକ ମନ୍ଦାବସ୍ଥା ଇସ୍ପାତ ଶିଳ୍ପକୁ ବିଶେଷ ପ୍ରଭାବିତ କରିଛି। ଫଳରେ ଖଣି ବ୍ୟବସାୟ ହ୍ରାସ ପାଇଛି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ନହେଲେ ରାଜ୍ୟରେ ଖଣି ବ୍ୟବସାୟ ଆଗାମୀ ଦିନରେ […]
କଣ୍ଟାବାଞ୍ଜି(ସୁରୁଦାସ ବାଗ): ସ୍ୱଚ୍ଛତାକୁ ସମଗ୍ର ଦେଶରେ ଗୁରୁତ୍ୱ ଦିଆଯାଉଛି। ହେଲେ ସ୍ୱଚ୍ଛତାର ଏହି ସଂଗ୍ରାମରେ ସିପାହୀ ସାଜିଥିବା ସଫେଇ କର୍ମଚାରୀଙ୍କୁ ଉଚିତ ନ୍ୟାୟ ମିଳୁନି। ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି। ଏପରି ଅଭିଯୋଗ କଣ୍ଟାବାଞ୍ଜି ଏନ୍ଏସି କର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆସିଛି। ଏହାର ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ ଏନ୍ଏସି ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ମଧ୍ୟ ଧାରଣାରେ ବସିଥିବା ଜଣାପଡ଼ିଛି। […]
ଗଞ୍ଜାମ: ମଧ୍ୟାହ୍ନ ଭୋଜନରେ ସାଲୁବାଲୁ ହେଉଛନ୍ତି ପୋକ। ଥାଳିରେ ଭାତ ଡାଲି କମ୍, କିନ୍ତୁ ପୋକ ସଂଖ୍ୟା ଅଧିକ। ଏହି ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ। ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ପିଲାମାନେ ଅଭିଯୋଗ କରିବା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ସ୍କୁଲରେ ତାଲା ପକାଇ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କୁ ଘେରାଉ କରିଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଏହା କେବଳ […]
ରାୟଗଡ଼ା: ଲଭ୍ ସେକ୍ସ ଆଉ ତା ପରେ ଧୋକା। ଏଭଳି ଅଭିଯୋଗ ଆଣି ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ଯୁବତୀ ଓ ତାଙ୍କ ପରିବାର। ଏହି ଘଟଣା ଏବେ ରାୟଗଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁସାରେ, ରାୟଗଡ଼ାର ଏକ ଘରୋଇ କଲେଜ୍ରେ ପଢ଼ୁଥିଲେ ଝାଡ଼ଖଣ୍ଡ ଦୁମକା ଅଞ୍ଚଳର ଜଣେ ଛାତ୍ରୀ। ଏହି ସମୟରେ ସେହି କଲେଜର ଜଣେ ଶିକ୍ଷକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଇଞ୍ଜନିୟରିଂ ସରିବା ପରେ […]
ବାଲେଶ୍ୱର: ରାସ୍ତାରେ ଧାନ ରୋଇଲେ ଲୋକେ। ଗାଁରେ ନିତିଦିନିଆ ଯିବା ଆସିବା ପାଇଁ ରାସ୍ତା ଖଣ୍ଡେ ନଥିବାରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗାଁ ଲୋକେ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତର ମଲ୍ଲିକାପୁର ଗାଁରେ ନିତିଦିନିଆ ଯିବା ଆସିବା କରିବା ପାଇଁ ରାସ୍ତା ଖଣ୍ଡେ ନାହିଁ। ଯେଉଁ ମାଟି ରାସ୍ତା ଟି ଅଛି ତାହା ବର୍ଷାଦିନେ କାଦୁଅ ହୋଇଯାଉଛି। ଫଳରେ ଗାଡ଼ି ମଟର ଯିବା ଦୂରେ ଥାଉ, ଚାଲି କରି ଯିବା ମଧ୍ୟ […]
ଭୁବନେଶ୍ୱର: ନିର୍ବାଚନରେ ହାରିଲା ପରେ ଅଲୋଡ଼ା ହୋଇପଡ଼ିଛନ୍ତି ବିଜେପି ନେତା ଦାମୋଦର ରାଉତ। ବିଜେପି ନେତାମାନେ ଆଉ ଦାମୋଦର ରାଉତଙ୍କୁ ପଚାରୁ ନାହାନ୍ତି। କୌଣସି କାମରେ ତାଙ୍କୁ ଡକା ଯାଉନି କିମ୍ବା ତାଙ୍କର ଆବଶ୍ୟକତା ଆଉ ଲୋଡ଼ୁନି ବିଜେପି। ଆଜି ଏଭଳି କିଛି ଢଙ୍ଗରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ବିଜେପିରେ ଥାଇ ବି ଏବେ ସେ ଅଲୋଡ଼ା ହୋଇପଡ଼ିଛନ୍ତି ବୋଲି ସେ ଦଳ ଉପରେ ଏକପ୍ରକାର ଅସନ୍ତୋଷ ଜାହିର […]
କେନ୍ଦୁଝର(ପ୍ରଣୟ ପାଣି): ଗଜରାଜଙ୍କୁ ମାରିଛି ‘ଐରାବତ’। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପ୍ରକୃତରେ କଥାଟି ହେଉଛି, ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ହାତୀପଲ କେନ୍ଦୁଝର ଜିଲ୍ଲା ଘଟଗାଁ ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ‘ଐରାବତ’ ନାମକ ଏକ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ୩ଟି ହାତୀର ମୃତ୍ୟୁ ଘଟିଥିଲା। ଘଟଗାଁ ରେଞ୍ଜ ବାଲିଯୋଡ଼ି ନିକଟରେ ହାତୀପଲକୁ ଗୋଟିଏ ଟ୍ରକ୍ ଧକ୍କା ଦେଇଥିବା ପ୍ରଥମେ କୁହାଯାଉଥିଲା। […]
କଟକ: ଅନେକ ଫିଲ୍ମରେ ଆପଣ ଦେଖିବାକୁ ପାଇଥିବେ ଯେ ପ୍ରେମିକା ମୋହରେ ଫିଲ୍ମର ଭିଲେନ୍ ପୁଲିସ୍ ହାତରେ ଧରାପଡ଼ିଯାଏ କିମ୍ବା ପୁଲିସ୍ରେ ସରେଣ୍ଡର୍ କରିଯାଏ। ଆଜି ଯେଉଁ ଖବର ଆମେ ଆପଣଙ୍କୁ କହିବୁ, ଏହି ଖବର ବି କେଉଁ ସିନେମାଠାରୁ କମ୍ ନୁହେଁ। ପ୍ରେମିକାକୁ ଦେଖା କରିବାକୁ ଆସି ପୁଲିସ୍ ଜାଲରେ ଫସିଗଲା ଦୁର୍ଦ୍ଦାନ୍ତ ଅପରାଧୀ। ହିନ୍ଦୀ ଫିଲ୍ମ ‘ଧୂମ୍’ ଷ୍ଟାଇଲ୍ରେ ପୁଲିସ୍କୁ ଚକମା ଦେଇ କାର୍ ଚୋରି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଶେଷରେ […]
ଭୁବନେଶ୍ୱର: ହାଇକୋର୍ଟଙ୍କ ଆଦେଶ ଅବମାନନା କରି ସରକାରୀ ଚାକିରିରୁ ନିଲମ୍ବିତ ହୋଇଥିବା ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ରାଜ୍ୟ ସରକାର ଆଜି ବରଗଡ଼ର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି। ହାଇକୋର୍ଟରେ ସେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବା ପରେ ହାଇକୋର୍ଟଙ୍କ ପରାମର୍ଶରେ ରାଜ୍ୟ ସରକାର ଶ୍ରୀ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହ ଅନ୍ୟ ଜିଲ୍ଲାରେ ନିଯୁକ୍ତି ଦେଇଛନ୍ତି। ଏହାସହିତ ବରିଷ୍ଠ ଓଏଏସ୍ ସରୋଜ କୁମାର ସାମଲଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । […]
ଭୁବନେଶ୍ୱର: ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣନ କରିବା କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି ଓ ରାଜ୍ୟର ମାତ୍ର ୫ଟି ଜିଲ୍ଲା ଏବେ ନକ୍ସଲ ପ୍ରଭାବିତ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି। ଏବେ କେବଳ କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଉପସ୍ଥିତି ଥିବା ଜଣାପଡ଼ିଛି। ଯେ ରାଜ୍ୟର ୧୫ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ ୧୦ଟି ଜିଲ୍ଲାକୁ ନକ୍ସଲଙ୍କ ପ୍ରଭାବରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରାଯାଇଛି। କ୍ରମାଗତ ପ୍ରତିକାରାତ୍ମକ […]