ଭୁବନେଶ୍ୱର: ସାଧାରଣ ନିର୍ବାଚନରେ କାହିଁକି ହାରିଲେ ମହେଶ୍ୱର ମହାନ୍ତି ? କୋଣାର୍କ ଯାତ୍ରୀନିବାସଠାରେ ପୁରୀ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଜି ଏହାର ଗୁମର ଖୋଲିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ। ବୈଠକରେ ଉପସ୍ଥିତ ଥିବା ମହେଶ୍ୱରଙ୍କୁ ଇଙ୍ଗିତ କରି କହିଥିଲେ , ନିର୍ବାଚନରେ ତମକୁ ଦଗା ଦେଇଛନ୍ତି। ସେ କଥାକୁ ନେଇ ଆପଣ ମନଦୁଃଖ କରିବେ। ଅମେ ଜାଣିଛୁ ଆପଣଙ୍କର ମନ କ’ଣ ହେଉଥିବ। ତେବେ ମହେଶ୍ୱରଙ୍କୁ କିଏ ଦଗା ଦେଇଛନ୍ତି ସେନେଇ କାହାରି […]
ଭୁବନେଶ୍ୱର: ଲୋକେ ମଦ ପିଇ ମାତାଲ୍। ସରକାର ବି ମଦରୁ ରାଜସ୍ୱ କମାଇ ମାଲାମାଲ୍। ହେଲେ ହାଇକୋର୍ଟଙ୍କ ନିଶା ନିବାରଣ ଆଦେଶକୁ ଭୁଲି ଯାଇଛନ୍ତି ସରକାର। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚିଠି ଖୋଲିଛି ଗୁମର। ଲୋକଙ୍କ ଭିତରେ ସଚେତନା ସୃଷ୍ଟି ସହ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ୨୦୧୫ରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏ ବାବଦରେ ମଦ ନିଗମ ପ୍ରଥମ ବର୍ଷ ୨କୋଟି ଖର୍ଚ୍ଚ କରିଥିଲେ […]
ପୁରୀ: ସାଧୁସନ୍ଥଙ୍କ ବିରୋଧ ସତ୍ତ୍ୱେ ଆଜି ପୁରୀର ପ୍ରସିଦ୍ଧ ବଡ଼ ଆଖଡ଼ା ମଠକୁ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ ରଞ୍ଜିତ କୁମାରଙ୍କ କ୍ଲିନ୍ଚିଟ୍ ପରେ ଆଜି ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ବଡ଼ ଆଖଡ଼ା ମଠର ଅର୍ଦ୍ଧାଧିକ କୋଠା ମାଟିରେ ମିଶିଛି। ଦୁଇ ଦିନ ଭିତରେ ଏହି ମଠର ଉଚ୍ଛେଦ କାମକୁ ସଂପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ପୁରୀକୁ […]
ଭୁବନେଶ୍ୱର: ଲୋକଙ୍କ ସୁଖ ଦୁଃଖରେ ଭାଗିଦାରୀ ହେବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନକଲ୍ୟାଣ ପାଣ୍ଠି ‘ଭରସା’ ଆରମ୍ଭ କରିଛନ୍ତି। ଏଥିରେ ଅପରାଜିତା ତାଙ୍କ ୫ ମାସର ଦରମା ଦାନ କରିଛନ୍ତି। ଅନେକ ସାମାଜିକ ସଂଗଠନ ବି ସାଂସଦଙ୍କ ସହ ହାତ ମିଶାଇ ଜନସେବା ପାଇଁ ଆଗଭର ହୋଇଛନ୍ତି। ଏହା ଦୁର୍ଘଟଣା ଜନିତ ସହାୟତା ସହ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ଭରସା ଓ ଗରିବ ଲୋକଙ୍କ ପାଇଁ ସହାୟ ହୋଇପାରିବ। ଏହା ବାଦ ପ୍ରାକୃତିକ ବିପର୍ଯ୍ୟୟ […]
କୋରାପୁଟ: ନୂଆ ଟ୍ରାଫିକ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନତା ବାଣ୍ଟୁଛି ପୁଲିସ। ଅଦିବାସୀ ଅଧ୍ୟୁଷିତ ନାରାୟଣପାଟଣା ଅଞ୍ଚଳରେ ଲୋକଙ୍କ ସଚେତନ କରାଉଛି ପୁଲିସ। ସାପ୍ତାହିକ ହାଟରେ ଲୋକଙ୍କୁ ଚକ୍ଲେଟ୍ ଦେଇ ଲିଫଲେଟ୍ ବାଣ୍ଟି ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଅବଗତ କରାଉଛନ୍ତି। ଗତ ୧ ତାରିଖରୁ ସଚେତନାତା କାର୍ଯ୍ୟକ୍ରମ ଚାଲିଆସୁଥି ବେଳେ ଲୋକେ ବି ଧୀରେ ଧୀରେ ସଚେତନ ହେବା ଆରମ୍ଭ କଲେଣି। ବହୁ ସ୍ଥାନରେ ଲୋକେ ହେଲମେଟ୍ ପିନ୍ଧି ଯିବା ଆସିବା କରୁଛନ୍ତି। ତେବେ ଅନେକ […]
ସୁନ୍ଦରଗଡ଼: ସନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଡାୟାରଟୋଲିରେ ଅଭାବନୀୟ ଘଟଣା। ଜଣେ ମହିଳା ଅନ୍ୟଜଣେ ମହିଳାଙ୍କୁ କାମୁଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ସୁଗନ ତୂରୀ। ଶନିବାର ପଡ଼ୋଶୀ ସୁମିତ୍ରା ତୁରୀଙ୍କ ସହ ସୁଗନଙ୍କ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ସୁମିତ୍ରା ସୁଗନଙ୍କୁ ମାଡ଼ିବସୀ ତାଙ୍କ ବେକକୁ କାମୁଡି ଦେଇଥିଲେ। ଘଟଣା ସ୍ଥଳରେ ସୁଗନଙ୍କ ମୃତ୍ୟୁ ହୋଇଥିଲା। ସକାଳେ ଖବର ପାଇ ହାତୀବାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […]
ଭୁବନେଶ୍ୱର: ରେଲୱେ ହେଲ୍ପଲାଇନ ନମ୍ବର୍ ୧୮୨ର ଉପାଦେୟତା ନେଇ ସୂଚନା ଦେଇଛି ରେଲୱେ। ୧୮୨ ନମ୍ବର ମାଧ୍ୟମରେ ଯାତ୍ରୀଙ୍କୁ ଅନେକ ସହାୟତା ମିଳିଛି। ଚଳିତ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ୩୧୦ଟି ମାମଲାରେ ଟ୍ରେନ୍ରେ ଛାଡ଼ି ଯାଇଥିବା ଯାତ୍ରୀମାନଙ୍କ ଜିନିଷପତ୍ର ଫେରସ୍ତ କରାଯାଇଛି। ୨୩୭ଟି ଲଗେଜ୍ ସମ୍ବନ୍ଧୀୟ ଜିନିଷପତ୍ର, ମନିପର୍ସ, ଲାପଟପ୍ ଓ ମୋବାଇଲ ଫୋନ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। ୨୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର କରାଯାଇ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। […]
ରାଉରକେଲା: କୁଆରମୁଣ୍ଡା ରିଉଁ ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାଉଜକୁ ଟାଙ୍ଗିଆରେ ର୍ନିମମ ଭାବେ ହତ୍ୟା କରିଛି ଦିଅର। ଏବଂ ନିଜେ ଦିଅର ମଧ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ ହେଲେ ମାନୀ ଭୂମିଜ। ଆଉ ଯୁବକ ଜଣକ ହେଲେ ଲଖୀରାମ ଭୂମିଜ। ମହିଳା ଜଣକର ବେକ ଓ ପେଟରେ କ୍ଷତ ଚିହ୍ନ ରହିଛି। ତେବେ ଲଖିରାମ କାହିଁକି ତାଙ୍କ ଭାଉଜକୁ ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ। ଗତକାଲି ରାତିରେ […]
ଗଞ୍ଜାମ: ବାହାରକୁ ଲୋକେ ଦେଖୁଥିଲେ କୁକୁଡ଼ା ଫାର୍ମ। କିନ୍ତୁ ଭିତରେ ଚାଲିଥିଲା ବେଆଇନ୍ କାମ। ଗଞ୍ଜାମ ଦିଗପହଣ୍ଡି ଥାନା ବୀରପାଟଣା ଗାଁରେ ଏକ କୁକୁଡା ଫାର୍ମରେ ନକଲି ବିଦେଶୀ ମଦ କାରବାର ହେଉଥିବାର ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଚଢ଼ାଉ କରି ଏହି କାରଖାନା ଠାବ କରିଛି। ଉକ୍ତ କାରଖାନାରୁ ୪୬ଟି କାର୍ଟୁନରେ ୨୨ ଶହ ନକଲି ବିଦେଶୀ ମଦ ବୋତଲ, ୮୦ ଲିଟର ନକଲି ମଦ, ସ୍ପିରିଟ୍, ମେସିନ୍, ଲେବୁଲ ଏବଂ ଅନ୍ୟାନ୍ୟ ସାମଗ୍ରୀ […]
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ଲଘୁଚାପ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିଛି। ଫଳରେ ଭଦ୍ରକ ଧାମନଗର ବ୍ଲକର ସୋହାଡା, ପଧାନୀ, କରଦା, ଆନନ୍ଦପୁର ଆଦି ପଞ୍ଚାୟତର ୧୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ଶହଶହ ହେକ୍ଟର୍ ଚାଷ ଜମିରେ ବନ୍ୟା ପାଣି ମାଡ଼ିଯିବା ସହ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଖୁଆପଦା ଆନିକଟଠାରେ ଜଳସ୍ତର କମିଥିବାବେଳେ ଧାମନଗର ବ୍ଲକର ତଳିଆ ଅଂଚଳକୁ ବନ୍ୟା ଜଳ ପ୍ରବେଶ କରୁଛି। ସେହିଭଳି ବର୍ଷା ଯୋଗୁ […]
ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ ପାଇଁ ସାରା ଦେଶରେ ଏବେ ଜୋରଦାର ଧରପଗଡ଼ ଚାଲିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ପାଖରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଉଛି। ତେବେ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକଙ୍କୁ ମାସେ ସମୟ ଦେଇଛନ୍ତି ସରକାର। ଏହି ମାସକ ଭିତରେ ଗାଡ଼ି ଚାଳକଙ୍କୁ ପ୍ରଦୁଷଣ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟରେ ମୋଟ ୨୯ଟି ପଲ୍ୟୁସନ୍ ସାର୍ଟିଫିକେଟ୍ ସେଣ୍ଟର୍ ଖୋଲାଯାଇଛି। କେବଳ ରାଜଧାନୀ ଭୁବନେଶ୍ୱରର ମୋଟ୍ […]
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶ ଚଳିତବର୍ଷର ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଲଲାଟମୋହନ ପଟ୍ଟନାୟକ ମଧ୍ୟ ସଙ୍ଗୀତ ଓ ଚିତ୍ରକଳା ପାଇଁ ପୁରସ୍କୃତ ହେବେ। ଆଜି ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଡଃ ଦାଶଙ୍କୁ ତାଙ୍କ ରଚିତ ‘ଚରୁ ଚିବର ଓ ଚର୍ଯ୍ୟା’ ପାଇଁ ୪୦ତମ ଶାରଳା ପୁରସ୍କାର ପ୍ରଦାନ କରାଯିବ […]
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍କ୍ୟୁରୀ ରଣଜିତ କୁମାର। ତାଙ୍କ ସହ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ଆମିକସ୍ କ୍ୟୁରୀ ରଣଜିତ କୁମାର କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଆସନ୍ତାକାଲି ପୁରୀ ଯିବୁ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିବୁ ବୋଲି ସେ କହିଛନ୍ତି। ଆସନ୍ତାକାଲି ସେ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭଙ୍ଗା ହୋଇଥିବା […]
ପୁରୀ: ଉଚ୍ଛେଦ ଅଭିଯାନ ସରିଲେ ଚିକ୍ ଚିକ୍ ଦିଶିବ ଶ୍ରୀକ୍ଷେତ୍ର, ବ୍ୟାଘ୍ରଦ୍ୱାର। ୨୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ରଘୁନନ୍ଦନ ଲାଇବ୍ରେରୀ। ପରିକଳ୍ପିତ ବିଶ୍ୱ ଐତିହ୍ୟ ନଗରୀର ଚିକ୍ ମିକ୍ ରୂପ ଥିବା କିଛି ଫଟୋ ଛାଡ଼ି ସାଧାରଣ ଜନତାର ଆଖି ଝଲ୍ସାଇ ଦେଇଥିଲେ ସରକାର। ଗତକାଲି ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏମିତି ଫଟୋସବୁ ଛାଡ଼ିଥିଲେ ସରକାର। କେବଳ ଏତିକି ନୁହେଁ, ଆଜି ମଧ୍ୟ ପୁରୀର ରୂପ ବଦଳେଇବାକୁ […]
ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମକୁ ନେଇ ଲୋକେ ଛାନିଆ। କାରଣ ଦେବାକୁ ପଡୁଛି ମୋଟା ଅଙ୍କର ଜୋରିମାନା। ହେଲେ ବଡ଼ବଡ଼ିଆଙ୍କ ପାଇଁ ଏହି ନିୟମ ଲାଗୁ ହେଲା ପରି ଲାଗୁନାହିଁ। ଆଜି ଲୋକସେବା ଭବନକୁ ଆସିଥିବା ନେତା ଓ ମନ୍ତ୍ରୀମାନେ ବିନା ସିଟ୍ ବେଲ୍ଟରେ ଯାଉଥିବା ଦେଖିବାକୁ ମିଳିଛି। ଏପରିକି ନିୟମ ଲାଗୁ କରୁଥିବା ପୁଲିସ ବାବୁ ମଧ୍ୟ ନିୟମ ପ୍ରତି ଆଖି ବୁଜି ଦେଇଛନ୍ତି। ଟ୍ରାଫିକ୍ ନିୟମ ପ୍ରତି କେତେ ଯତ୍ନବାନ ଆମ ନେତା ଓ […]
ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ। ଏହି ଛାତ୍ରୀ ଜଣକ ତାଙ୍କ ଫେସ୍ବୁକ୍ ପେଜ୍ରେ ଏକ ପୋଷ୍ଟ କରି ଶାଶ୍ୱତ ଯୋଶୀଙ୍କୁ ସବୁଠୁ ବଡ଼ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି ବୋଲି କହିବା ସହିତ ତାଙ୍କ ଉପରେ ଅନେକ ଗୁରୁତର ଆରୋପ ଲଗାଇଛନ୍ତି। ଆକାଂକ୍ଷା ତାଙ୍କ ଫେସ୍ବୁକ୍ ପେଜ୍ରେ ଲେଖିଛନ୍ତି, “୨୦୧୧ ମସିହାରେ ଗୋଟିଏ ଏନ୍ସିସି କ୍ୟାମ୍ପରେ […]
ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର ଉପକୂଳ ଆଡ଼କୁ ମୁହାଁଇଛି। ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳରେ ମଧ୍ୟ ଲଘୁଚାପର ଏକ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଗୋଟିଏ ଟ୍ରପ୍ ଲାଇନ ପୂର୍ବକେନ୍ଦ୍ର ବଙ୍ଗୀୟ ଉପକୂଳରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ନୂଆପଡ଼ା, ବଲାଙ୍ଗିର, ବରଗଡ଼, ନବରଙ୍ଗପୁର, ସୋନପୁର, କଳାହାଣ୍ଡି ଓ ବୌଦ୍ଧ ଭଳି ୭ ଜିଲ୍ଲାକୁ ଅରେଂଜ୍ ଆଲର୍ଟ ଜାରି କରାଯାଇଛି। କୋରାପୁଟ, […]
ପୁରୀ: ନୂଆ ଟ୍ରାଫିକ୍ ନିୟମ ପରେ ଏବେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। କମିଶନରେଟ ପୁଲିସ୍ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଏ ନେଇ ଟ୍ୱିନ୍ ସିଟି ପୁଲିସ କମିଶନର୍ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଆରଟିଓ ଅଧିକାରୀ, ଡିସିପି ଟ୍ରାଫିକ୍, ଟ୍ରାଫିକ୍ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଜୋରିମାନା ଅଦାୟ ଏବଂ ଏନେଇ ସଚେତନତା କରିବାକୁ ବୈଠକରେ ଫୋକସ୍ ରହିଛି। ସେହିପରି ଲାଇସେନ୍ସ ଏବଂ ଅନ୍ୟ ଡକ୍ୟୁମେଣ୍ଟ […]
ପୁରୀ: ପୁରୀରେ ମଠ ଗଠନ ବା ପୁନରୁଦ୍ଧାର ପାଇଁ ଏକ ଉପସମିତି ଗଠନ ହେବ। ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଏହି ସୂଚନା ଦେଇଛନ୍ତି। ମଠ ସଂସ୍କୃତିକୁ ଆଗକୁ ନେବାକୁ ପରିଚାଳନା କମିଟି ମିଟିଂରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏଥିସହିତ ୫ଟି ପ୍ରକଳ୍ପକୁ ଅନୁମୋଦନ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ଏଥିମଧ୍ୟରେ ରଥଦାଣ୍ଡକୁ ଐତିହ୍ୟ କରିଡର, ଶ୍ରୀମନ୍ଦିର ଚତୁପାର୍ଶ୍ୱ ଉନ୍ନତିକରଣ, […]
ନୂଆଦିଲ୍ଲୀ: ଦେଶ ପାଇଁ ଗୌରବ ଆଣିବା ସହିତ ଇତିହାସ ରଚିଲେ ଓଡ଼ିଆ ପୁଅ ଅଶ୍ୱଥ ନାରାୟଣ। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନାରାୟଣ। ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ଋଷିଆର କଜନ ସହରରେ ଏହି ପ୍ରତିଯୋଗିତା ହୋଇଥିଲା। ଅଗଷ୍ଟ ୨୩ ଓ ୨୭ରେ ହୋଇଥିବା ୱାଟର୍ ଟେକ୍ନୋଲୋଜି ପ୍ରତିଯୋଗିତାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଓଡ଼ିଆ ପୁଅ ଅଶ୍ୱଥ ନାରାୟଣ। ଏହି ପ୍ରତିଯୋଗିତାରେ ଭାରତ […]
ଭୁବନେଶ୍ୱର: ପ୍ରଶାସନକୁ ଅଧିକ ଦକ୍ଷ, କାର୍ଯ୍ୟକୁଶଳ ଓ ଲୋକାଭିମୁଖି କରିବା ଲକ୍ଷ୍ୟ ନେଇ କର୍ମଚାରୀଙ୍କ ପାଇଁ ପରିବର୍ତ୍ତିତ ଅଫିସ୍ ଟାଇମ୍ ଧାର୍ଯ୍ୟ କରିଥିଲେ ସରକାର। ୧୦ଟାରୁ ସାଢ଼େ ୫ଟା ଯାଏ ଧାର୍ଯ୍ୟ ହୋଇଥିଲା ଅଫିସ ଟାଇମ୍। ଏହି ନିୟମ କାର୍ଯ୍ୟକାରୀ ହେବାକୁ ପ୍ରାୟ ୨ ମାସ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ପାଳନ କରୁନାହାନ୍ତି କର୍ମଚାରୀ। ସରକାରଙ୍କ ନାକ ତଳେ ଚାଲିଛି ଖୋଲାଖୋଲି ଉଲ୍ଲଂଘନ। ଠିକ୍ ସମୟରେ କୌଣସି ଅଧିକାରୀ ଆସୁ ନାହାନ୍ତି। ଯାହା ଆଜି […]
କଟକ : ନିଜର ଭକ୍ତଙ୍କୁ ପ୍ରବଚନ ଦେବା ପାଇଁ ବ୍ୟଗ୍ର ହୋଇ ପଡ଼ିଲେଣି ସାରଥି ଓରଫ ସନ୍ତୋଷ ରାଉଳ! ଏଥିପାଇଁ ଅନୁମତି ଦେବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜେଲ୍ରୁ ମୁକୁଳିବା ବେଳେ କୋର୍ଟ ତାଙ୍କ ପାଇଁ କିଛି ସର୍ତ୍ତ ରଖିଥିଲେ। ସେହି ସର୍ତ୍ତ ଅନୁଯାୟୀ, ଜେଲ୍ରୁ ମୁକୁଳିବା ପରେ ସାରଥି କୌଣସି ସ୍ଥାନରେ ପ୍ରବଚନ ଦେଇ ପାରିବେ ନାହିଁ। ଏପରିକି ଭକ୍ତଙ୍କୁ ଏକାଠି କରିପାରିବେ ନାହିଁ। ଏହା ଦ୍ୱାରା ତାଙ୍କ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। […]
ଭୁବନେଶ୍ୱର: ୩୧ ଲକ୍ଷରୁ ଅଧିକ ହିତାଧିକାରୀ ବର୍ଷ ବର୍ଷ ଧରି ସରକାରଙ୍କୁ ଚୁନ ଲଗାଇ ଟଙ୍କିକିଆ ଚାଉଳ ଲୁଟୁଛନ୍ତି। ରାସନ କାର୍ଡ ସହ ଆଧାର ସଂଯୋଗ ପାଇଁ ମାସେ ଧରି ଚାଲିଥିବା କ୍ୟାପେଂନରୁ ଏହି ତଥ୍ୟ ଜଣାପଡ଼ିବା ପରେ ଖାଦ୍ୟ ଯୋଗାଣ ବିଭାଗର ଅକଲ ଗୁଡୁମ୍ ହୋଇଯାଇଛି। ଗୋଟିଏ ଦିନ ପରେ ସରିବ ଡେଡ୍ଲାଇନ। ରାସନ କାର୍ଡକୁ ଆଧାର ସହ ଲିଙ୍କ୍ କରି ନଥିଲେ ମିଳିବ ନାହିଁ ଟଙ୍କିକିଆ ଚାଉଳ। ହେଲେ ଆଧାର ସଂଯୋଗ କରିନାହାଁନ୍ତି ଆହୁରି […]
ଭୁବନେଶ୍ୱର: ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର ଆଜି ରାଜ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ସୂଚନା କମିଶନ ସୁନୀଲ କୁମାର ମିଶ୍ର, ସୂଚନା […]
ବ୍ରହ୍ମପୁର: ରୋଗୀ ମୃତ୍ୟୁକୁ ନେଇ ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ଅମିତ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଛି। ଜଣେ ୧୩ ବର୍ଷର ବାଳକକୁ ଭୁଲ୍ ଇଂଜେକସନ ଦେବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ବାଳକ ଜଣକ ହେଲେ ଗେଟ୍ ବଜାର ଅଂଚଳର ମାଲେଶ ସେଠିଙ୍କ ପୁଅ ନାଗରାଜ୍। ଗତ ୨୨ ତାରିଖରେ ନାଗରାଜର ଗଳା ଫୁଲିବାରୁ ତାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଅମିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ନାଗରାଜ […]