ଖୋର୍ଦ୍ଧା (ବଳରାମ ଲେଙ୍କା): ଶହେ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ରଙ୍କୁ ଗତକାଲି ଖୋର୍ଦ୍ଧା ପୁଲିସ୍ ଗିରଫ କଲା । ଶଶିଭୂଷଣଙ୍କୁ କ୍ଷତିଗ୍ରସ୍ତ ଜମାକାରୀ କାବୁ କରି ପୁଲିସ୍ ଜିମା ଦେଇଥିଲେ । ଶଶିଭୂଷଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ବିଭାଗର କର୍ମଚାରୀ । ଏଥିସହ ଖୋର୍ଦ୍ଧା ଗାନ୍ଧି ପଡ଼ିଆ ନିକଟରେ ସେ ଏକ କମ୍ପ୍ୟୁଟର ସଂସ୍ଥା ଖୋଲି ଦୀର୍ଘ ଦିନ ହେଲା ବିଟ୍ କଏନ୍ ବ୍ୟବସାୟ […]
ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପୁଲିସ୍ ବାବୁ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ଏସ୍ଆଇ ଲାଞ୍ଚଖୋର୍ ବେନ୍ଦ୍ର ସାହୁ। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଦେବେନ୍ଦ୍ର ବାଣୀବିହାରସ୍ଥିତ ଏକ ମଲ୍ରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏ ସମ୍ପର୍କରେ ଉକ୍ତ ବ୍ୟକ୍ତିଜଣକ ପୂର୍ବରୁ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଫଳରେ ପୂର୍ବ ଯୋଜନା ମୁତାବକ ମଲ୍ […]
ଖୋର୍ଦ୍ଧା (ବଳରାମ ଲେଙ୍କା ): ଖୋର୍ଦ୍ଧା ବ୍ଲକ୍ କାର୍ଯ୍ୟାଳୟ ଏବଂ ପୌର କାର୍ଯ୍ୟାଳୟକୁ ଗତକାଲି ଅଚାନକ ଗସ୍ତ କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସୋମବାର ଅଭିଯୋଗ ଶୁଣାଣି ଦିନରେ ଖୋର୍ଦ୍ଧା ବ୍ଲକ୍ ଅଫିସରେ ବିଡିଓଙ୍କ ସହ ବିଭିନ୍ନ ଅଧିକାରୀ ଅନୁପସ୍ଥିତ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ମନ୍ତ୍ରୀ। ବାହାରେ ଅଭିଯୋଗ ଧରି ଲୋକେ ଅପେକ୍ଷା କରିଥିବାବେଳେ କୌଣସି ଅଧିକାରୀ ନଥିବାରୁ ମନ୍ତ୍ରୀ ନିଜେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ତେବେ ପ୍ରାୟ ସାଢ଼େ ୧୧ଟାବେଳେ ମନ୍ତ୍ରୀ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରୋଷେଇ ବେଳେ ଷ୍ଟୋଭ୍ ଫାଟିଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଗତ ସନ୍ଧ୍ୟାରେ ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଗୁରୁତରମାନେ ହେଲେ ଭୈରବ ସାତକୁରିଆ, ପତ୍ନୀ ପଦ୍ମା ସାତକୁରିଆ, ଝିଅ ଦିବ୍ୟା ସାତକୁରିଆ(୩) ଓ ପୁଅ ଆୟୁସ ସାତକରିଆ (ଦେଢ଼ବର୍ଷ)। ସୂଚନାଅନୁସାରେ, ପଦ୍ମା ରୋଷେଇ କରିବା ବେଳେ ଷ୍ଟୋଭ୍ଟି ହଠାତ୍ ଫାଟି ଯାଇଥିଲା। ଫଳରେ ନିକଟରେ ଥିବା ଭୈରବ ଓ […]
ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣାକୁ ୧ ମାସ କୋହଳ କରିଛନ୍ତି ରାଜ୍ୟ ସରକାର। ଆଜିଠାରୁ ଏହି ନିୟମ ଲାଗୁ ହେବାର ଥିଲା। କିନ୍ତୁ ଏହାକୁ ଚଳିତମାସ ୩୧ ତାରିଖ ଯାଏ କୋହଳ କରାଯାଇଛି। ପୂଜା ଅବକାଶ ପାଇଁ କଟକଣା କୋହଳ କରିଥିବା ସରକାର ସ୍ପଷ୍ଟ କରିଛନ୍ତି। ତେବେ ଏହି ମାସେ ଭିତରେ କିଣା ଯାଇଥିବା ଗାଡ଼ିକୁ ସଂପୃକ୍ତ ଡିଲର ଅଣ HSRP ପ୍ଲେଟ୍ କାଢ଼ି HSRP ପ୍ଲେଟ୍ ଦେବେ। ଯଦି ଡିଲର ଧାର୍ଯ୍ୟ ସମୟ […]
ଭୁବନେଶ୍ୱର: ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି। ବିରୋଧୀଙ୍କୁ ଭୟଭୀତ କରି ବିଜେପୁର ଉପନିର୍ବାଚନ ଜିତିବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇଙ୍ଗିତରେ ବିଜେଡି ଏଭଳି ଷଡ଼ଯନ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ବିଜେପୁରରେ ଦଳର ଯୁବନେତା ମନୋରଞ୍ଜନ ମେହେରଙ୍କୁ ଛୁରାମାଡ଼ କରିଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଓ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ […]
ବରଗଡ଼: ନିର୍ବାଚନ ପୂର୍ବରୁ ବିଜେପୁର ରାଜନୀତିରେ ପୁଣି ରାଜନୈତିକ ହିଂସା ଦେଖା ଦେଇଛି। ବିଜେପି କର୍ମୀ ମନୋରଂଜନ ମେହେରଙ୍କ ଉପରେ ଆକ୍ରମଣକୁ ହୋଇଛି। ଯାହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି। ଗତ ନିର୍ବାଚନ ବେଳେ ମନୋରଂଜନଙ୍କୁ ଘର ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ତେବେ ହିଂସାକୁ ନେଇ ତିନି ପ୍ରମୁଖ ଦଳ ପରସ୍ପରକୁ ଦାୟୀ କରିଛନ୍ତି। ଅନ୍ୟପଟେ କଂଗ୍ରେସରେ କନ୍ଦଳ ଦେଖାଦେଇଛି। ଦଳ ପ୍ରଥମେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ମଧ୍ୟ ଅଡୁଆ […]
ଭୁବନେଶ୍ୱର: ସେପ୍ଟେମ୍ବର ସରିବାକୁ ଆଉ ଦିନ ୨ଟା ବାକି। ଏ ସମୟରେ ପ୍ରାକ୍ ଶୀତର ଆଗମନ ହେବା କଥା । ହେଲେ ଏଯାଏ ମୌସୁମୀ ଫେରିବାର କୌଣସି ଲକ୍ଷଣ ପ୍ରକାଶ ପାଉନି । ଏପରିସ୍ଥଳେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ୍। ସମୟଠାରୁ ଆହୁରି ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଣେ ଲେଉଟାଣି ସମୟରେ ମୌସୁମୀ ଅଧିକ ସକ୍ରିୟ ରହୁଥିବାରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ସହ […]
ଅନୁଗୋଳ (ବିରଜା ଦାସ): ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିଲେ ଦାଦା ଓ ପୁତୁରା। ଠିକ୍ ଏତିକି ବେଳେ ଏକ ହେଟା ବାଘ ଦାଦାଙ୍କ ଉପରକୁ ଲମ୍ଫ ମାରିଥିଲା। ଏହା ଦେଖି ପୁତୁରା ଗଛ ଉପରକୁ ଚଢ଼ି ଯାଇ ଚିତ୍କାର କରିଥିଲେ। ମାରଣାସ୍ତ୍ର ଧରି ଲୋକେ ସେଠାକୁ ଚାଲି ଆସିବାରୁ ହେଟା ଛାଡ଼ି ପଳାଇଯାଇଥିଲା। ଆଜି ସକାଳେ ଏପରି ଘଟଣା ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି। ବନଖଣ୍ଡ ଅନ୍ତୁଳିଆ ଗାଁର ଚିତ୍ତରଞ୍ଜନ ଦଳବେହେରା ଓ ତାଙ୍କ ପୁତୁରା ବିଦ୍ୟାଧର […]
ଭଦ୍ରକ: ସ୍ୱାଧୀନତା ସଂଗ୍ରାମ ପାଇଁ ଘଟିଥିବା ଲୋମହର୍ଷଣ ଘଟଣା ଇରମ ହତ୍ୟାକାଣ୍ଡକୁ ପୂରିଛି ୭୭ ବର୍ଷ। ୧୯୪୨ ମସିହା ଆଜିର ଦିନରେ ଘଟିଥିଲା ଏହି ଅମାନବୀୟ କାଣ୍ଡ। ଯେଉଁଥିରେ ୨୯ ଜଣ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ। ଏହାସହ ୫୬ ଜଣ ସ୍ୱାଧୀନତା ସଂଗ୍ରାମୀ ଗୁରୁତର ଆହତ ହୋଇଥିଲେ। ଇଂରେଜଙ୍କ କବଳରୁ ପରାଧୀନ ଭାରତର ମୁକ୍ତି ପାଇଁ ଇରମରେ ଏକାଠି ହୋଇଥିବା ଶତାଧିକ ନିରସ୍ତ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗୁଳି ଚଳାଇଥିଲେ ଇଂରେଜ। ତେବେ ଆଜି ଦିନକୁ […]
ଗଞ୍ଜାମ: ଗୋପାଳପୁରରେ ଥିବା ସେନାର ଆର୍ମି ଏୟାର ଡିଫେନ୍ସ କଲେଜକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ସମ୍ମାନ। ଆଜି ଏଏଡି ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ଆର୍ମୀ ଏଡି କେନ୍ଦ୍ରର ଲେଫ୍ଟନାଣ୍ଟ ବିବେକ ବିଜୟ ମୋରେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ସ୍ୱାଧିନ ବାହିନୀ ଭାବେ ୨୫ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରାଦନ […]
ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱରର ଡ୍ରଗ୍ସ ମାଫିଆ ରାଜା ପରେ ଆଉ ଜଣଙ୍କ ଘରେ ଆଜି ପୁଲିସ ଚଢ଼ଉ କରିଛି। ମାତ୍ର ଏ ସମ୍ପର୍କରେ ଡ୍ରଗ୍ସ ମାଫିଆମାନେ ଜାଣିପାରି ଘର ଛାଡ଼ି ପଳାଇ ଯାଇଥିଲେ। ପୁଲିସ ସେମାନଙ୍କ ଘରେ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଥିବା ବେଳେ ଜଣକୁ ଅଟକ ରଖି ପଚାରାଉଚରା କରୁଛି। ଜଳେଶ୍ୱର ଥାନା ଶେଖବାଡ଼ ଓ ଝାଡେଶ୍ୱରପୁର ଗାଁର ଡ୍ରଗ୍ସ ମାଫିଆ ଶେଖ୍ ତୋଇରିଦୁନି ଏବଂ ତାଙ୍କର ୪ ଭାଇ […]
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶେଷରେ ଗିରଫ ହେଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ପୁଲିସ ରାଜସାକ୍ଷୀ କରିଥିବା ଅଭିଯୁକ୍ତ ବସ୍ ଡ୍ରାଇଭର ଲଳିତେନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର। ପୀଡ଼ିତାଙ୍କ ସାନି ବୟାନ୍ ଆଧାରରେ ପୁଲିସ ତାକୁ ଆଜି ଗିରଫ କରି ଜେଏମ୍ଏଫ୍ସି କୋର୍ଟରେ ହାଜର ପାଇଁ ନେଇଥିଲେ। ମହାଳୟା ପାଇଁ ଆଜି କୋର୍ଟ ଛୁଟି ଥିବାରୁ ପୁଲିସ ଅଭିଯୁକ୍ତକୁ ମାଜିଷ୍ଟ୍ରେଟ୍ଙ୍କ ଘରେ ଉପସ୍ଥାପନ କରିଥିଲା। ପରେ ତାଙ୍କୁ ଜେଲ୍ ପଠେଇ ଦିଆଯାଇଛି। ପୀଡ଼ିତାଙ୍କ ପ୍ରଥମ ବୟାନ ଆଧାରରେ […]
ଭୁବନେଶ୍ୱର: ରାତି ଅଧରେ ମୋବାଇଲ୍ ଦୋକାନ୍ରୁ ଲୁଟିନେଲେ ୨୫ରୁ ଅଧିକ ଦାମି ମୋବାଇଲ୍। ଗତ ୨୬ ତାରିଖରେ ଭୁବନେଶ୍ୱର ଖଣ୍ଡଗିରି ସାମପୁରରେ ଥିବା ଏକ ମୋବାଇଲ୍ ଦୋକାନରୁ ଏଭଳି ଲୁଟ୍ ହୋଇଛି। ଆଉ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଦୁଇଜଣ ଲୁଟେରା ପ୍ରଥମେ ଦୋକାନର ସଟର ତାଡ଼ିବାକୁ ଚେଷ୍ଟା କରିଥିଲେ। ତେବେ ଏଥିରେ ବିଫଳ ହେବାରୁ ପରେ ଦୋକାନର ଟାଇଲ୍ ଭାଙ୍ଗି ଲୁଟେରାମାନେ ଦୋକନରେ ପ୍ରବେଶ କରିଥିଲେ। ପରେ ଟ୍ରଚ୍ ଲାଇଟ୍ ପକାଇ […]
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆସନ୍ତାକାଲି ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ପରେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସମୀର କହିଛନ୍ତି। ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପୁରରେ ବିଜେପି କାହାକୁ ଓହ୍ଲାଇବ, ତାକୁ ନେଇ ଉତ୍କଣ୍ଠା ଲାଗି […]
ଭୁବନେଶ୍ୱର: ରାଜ୍ୟ ପାଇଁ ଏବେ ବିଜେପୁର ହୋଇଛି ଟପ୍ ଇଲେକ୍ସନ୍ ବେଟଲ୍ ଫିଲ୍ଡ। କଂଗ୍ରେସ ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ବିଜେଡି ପୁଣିଥରେ ରୀତା ସାହୁଙ୍କୁ ନିଜର ପ୍ରାର୍ଥୀ କରିଛି। ତେବେ ଏ ସଂପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ନିଜର ପ୍ରତିକ୍ରିୟାରେ ନିରଞ୍ଜନ କହିଛନ୍ତି, “ସେ କାଲି ଆମ ବୋହୂ ଥିଲେ, ଆଜି ତାଙ୍କ ଘରକୁ ଯାଇଛନ୍ତି। କିନ୍ତୁ ସବୁବେଳେ ସିମ୍ପାଥି ନଥାଏ। ନବୀନ ବାବୁ କେତେଦିନ ବିଜେପୁର […]
ଭୁବନେଶ୍ୱର: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଛନ୍ତି ଜଣେ ଓଡ଼ିଆ ଆଇଏଏସ୍ ଅଧିକାରୀ। ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ତଥା ଆଇଏଏସ୍ ଅଧିକାରୀ ଅନୂପ ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ଜଣାପଡ଼ିଛି। ଓଡ଼ିଆ ଅଫିସର ଅନୂପ ପୂଜାରୀଙ୍କ ସମେତ ଅନ୍ୟ ତିନିଜଣ ଆଇଏସ୍ ଅଧିକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନେ ହେଲେ ଅଣ୍ଡର ସେକ୍ରେଟାରୀ ଆର ପ୍ରସାଦ, ଡାଇରେକ୍ଟର୍ ପ୍ରବୋଧ ସକ୍ସେନା, ଓ ପୂର୍ବଚନ ଅର୍ଥନୈତିକ ବ୍ୟାପାର ବିଭାଗ ଅତିରିକ୍ତ […]
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟର ବିଜେଡି ସରକାର କ୍ରମାଗତ କିଛିବର୍ଷ ହେବ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କଠୁ ବାହାବା ନେବାକୁ ପ୍ରୟାସ କରୁଛି। କେନ୍ଦ୍ରୀୟ […]
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଟୁଇଷ୍ଟ। ଯିଏ ବାଇକ୍ରେ ଲିଫ୍ଟ ଦେଇଥିଲା ଓ ଯାହାକୁ ପୁଲିସ ମାମଲାରେ ରାଜସାକ୍ଷୀ ସଜାଇଥିଲା, ସେ ହିଁ ଲଳିନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର ଘଟଣାର ମୁଖ୍ୟ ଖଳନାୟକ। ସୋଶାଲ୍ ମିଡ଼ିଆରେ ପୀଡ଼ିତାଙ୍କ ବୟାନ ଭାଇରାଲ୍ ହେବା ପରେ ମାମଲା ଏବେ ନୂଆ ମୋଡ଼ ନେଇଛି। ପୁଲିସ ତତ୍ପର ହୋଇଛି। ପୀଡ଼ିତାଙ୍କ ସାନି ବୟାନ ନିଆଯିବ ବୋଲି କଳାହାଣ୍ଡି ଏସ୍ପି ବି. ଗଙ୍ଗାଧର କହିଛନ୍ତି। ସେ କହିଛନ୍ତି-“ପୀଡ଼ିତା […]
ଭୁବନେଶ୍ୱର: ରାଜ୍ୟ ସରକାର ଚାଷୀଙ୍କ ପ୍ରକୃତ ତଥ୍ୟ କେନ୍ଦ୍ରକୁ ନଦେଲେ ମଧ୍ୟ ‘ପିଏମ୍ କିଷାନ’ ଯୋଜନାରେ ସିଧାସଳଖ ସାମିଲ ହୋଇପାରିବେ ଚାଷୀ। ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ‘ପିଏମ୍ କିଷାନ’ ଯୋଜନାରେ ଅସହଯୋଗକୁ ଦେଖି ଏଭଳି ବାଟ ବାହାର କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ‘ପିଏମ୍ କିଷାନ’ ୱେବ୍ସାଇଟକୁ ଯାଇ ନିଜ ସଂପର୍କିତ ତଥ୍ୟ ଅପ୍ଲୋଡ୍ କରିବେ ଚାଷୀ। ସମ୍ବଲପୁର ଦଣ୍ଡେଇପାଲି ଗାଁର ରାମ ସାଗର ସାହୁ। ସେ ଜଣେ ଚାଷୀ ହୋଇଥିଲେ ମଧ୍ୟ ପାଇ ନାହାନ୍ତି […]
ଭୁବନେଶ୍ୱର: ରାଜ୍ୟରେ ପାର୍ବଣ ପରିବେଶ ଭିତରେ ଲୋକଙ୍କୁ କନ୍ଦାଉଛି ପିଆଜ ଦର। ସବୁଠାରୁ ଅଧିକ ପିଆଜ ଯୋଗାଉଥିବା ମହାରାଷ୍ଟ୍ରରେ ଆସନ୍ତା ମାସରେ ନିର୍ବାଚନ ଥିବାରୁ ଏହି ସମୟରେ ପିଆଜ ସଙ୍କଟ ଚିନ୍ତାର କାରଣ ପାଲଟିଛି। ତେବେ ପିଆଜ ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଆଶ୍ୱସ୍ତି ମିଳିବା ପିଆଜ ପାଇଁ ବିଭିନ୍ନ ରାଜ୍ୟ ଦାବି କରିସାରିଲେଣି। ଏବଂ ପିଆଜ ଯୋଗାଣ ଆରମ୍ଭ ମଧ୍ୟ ହେଲାଣି। କିନ୍ତୁ ଯାଏ ଓଡ଼ିଶା ଏନେଇ କୌଣସି ମତ ସ୍ପଷ୍ଟ କରିନାହିଁ। ତେବେ […]
ଗଞ୍ଜାମ: ରଙ୍ଗେଇଲୁଣ୍ଡାରେ ପହଞ୍ଚିଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ। ଏୟାରଷ୍ଟ୍ରପି୍ରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ସେନାର ବରିଷ୍ଠ କର୍ମଚାରୀ। କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଆର୍ମି ଏୟାର ଡିଫେନ୍ସ କଲେଜ୍କୁ ନିଆଯାଇଛି। ଏହାପୂର୍ବରୁ ରାଷ୍ଟ୍ରପତି ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟର୍ ଯୋଗେ ସେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ରେ ପହଞ୍ଚିଥିଲେ। ସେ ଆସନ୍ତାକାଲି ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜ ଦୀକ୍ଷାନ୍ତ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ସେନା ମୁଖ୍ୟ ଏବଂ […]
ବଲାଙ୍ଗିର/କଳାହାଣ୍ଡି (ଘଟେଶ୍ୱର/ରାଜକୁମାର): ଘରକୁ ଫେରିବା ପାଇଁ ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ ଜଣେ ଛାତ୍ରୀ। ଠିକ୍ ଏହି ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କୁ କମେଣ୍ଟ ମାରିଥିଲେ। ଏପରିକି ମାଡ଼ ମାରିଥିଲେ। ଯେଉଁଥିପାଇଁ ଛାତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅଞ୍ଚଳରେ। ପରିବାର ଲୋକଙ୍କ କହିବା ଅନୁସାରେ, ଅଳତାରା ଗାଁର କବିତା ପଧାନ ମଦନପୁର-ରାମପୁର ସରକାରୀ କଲେଜର ଯୁକ୍ତ […]
ଭୁବନେଶ୍ୱର: କେନ୍ଦ୍ରୀୟ ଯୋଜନା ହଡ଼ପ ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି। ଏ ନେଇ ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ଏବଂ ପୌରାଞ୍ଚଳ ଘେରାଉ କରିଛି ବିଜେପି। ରାଜଧାନୀ ଭୁବନେଶ୍ୱରରେ ବି ବିଜେପି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ହୋଇଛି। BMC ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଅତିରିକ୍ତ କମିଶନ୍ରଙ୍କୁ ଭେଟି ରାଜ୍ୟପାଳଙ୍କ ଉର୍ଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେପି ନେତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘରକୁ ରାଜ୍ୟ ସରକାର ବିଜୁ ପକ୍କାଘର […]