• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ff
ହାରାହାରି  4G ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଜିଓ ପ୍ରଥମ

ଭୁବନେଶ୍ୱର: ସେପ୍ଟେମ୍ବର ମାସର ହାରାହାରି  4G ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଶୀର୍ଷ ସ୍ଥାନରେ ରହିଛି ରିଲାଏନ୍‌ସ ଜିଓ। ଟ୍ରାଇ ପକ୍ଷରୁ ପ୍ରକାଶିତ 4G ସ୍ପିଡ୍‌ ଚାର୍ଟରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ସେପ୍ଟେମ୍ବର ମାସରେ ଜିଓ ୨୧.୦ ଏମ୍‌ବିପିଏସ୍‌ ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍ ହାସଲ କରିଛି। ଏହା ଏୟାର୍‌ଟେଲ୍‌ଠାରୁ ଦୁଇଗୁଣା ଅଧିକ। ସେହିଭଳି ଭୋଡ଼ାଫୋନ୍‌ ଓ ଆଇଡିଆଠାରୁ ଏହାର ସ୍ପିଡ୍‌ ୩ଗୁଣା ଅଧିକ। ୨୦୧୮ରେ ଜିଓ ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍‌ରେ ଶୀର୍ଷ ସ୍ଥାନରେ ରହିଥିଲା। ଆଉ […]

  • Friday, 23 July 2021
taps
ରାଜ୍ୟରେ ଆହୁରି ୪ ଦିନ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ‘ୱେଲମାର୍କ ଲୋ’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଗଞ୍ଜାମ, ପୁରୀ, ଗଜପତି ଜିଲ୍ଲାରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।  ବାଲେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଛି। ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ […]

  • Friday, 23 July 2021
JUDG
'ଭୁଲ୍ ତଥ୍ୟକୁ ଆଧାର କରି ଅବଜର୍ଭେସନ ଦେଇଛନ୍ତି ସୁପ୍ରିମକୋର୍ଟ'

ଭୁବନେଶ୍ୱର: ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଠୋର ହେବା ପ୍ରସଙ୍ଗରେ ହାଇକୋର୍ଟ ବାର୍ ସଭାପତି ଗୋପାଳକୃଷ୍ଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି “ଆମେ କୋର୍ଟ କାର୍ଯ୍ୟ ଅଚଳ କରିନାହୁଁ। ଭୁଲ ତଥ୍ୟକୁ ଆଧାର କରି ସୁପ୍ରିମକୋର୍ଟ ତାଙ୍କ ଅବଜର୍ଭେସନ ଦେଇଛନ୍ତି। ତେବେ ଆମେ ଏଥିରେ ଭୟଭୀତ ନୁହେଁ। ହାଇକୋର୍ଟ ଭୁଲକୁ କେବେ ପ୍ରଶ୍ରୟ ଦେବେନି ବୋଲି ଆମେ ଆଶା ରଖିଛୁ।” ଆଜି ଆକ୍ସନ କମିଟି ବୈଠକରେ ଏହା ଉପରେ ଆଲୋଚନା କରାଯିବ। ହାଇକୋର୍ଟରେ ଦୀର୍ଘ ୧୫ […]

  • Friday, 23 July 2021
nn
ଏମିତି ଆମ ଶିକ୍ଷା ବ୍ୟବସ୍ଥା; କମ୍ପ୍ୟୁଟର୍‌ ଚିହ୍ନି ପାରୁନାହାନ୍ତି ସପ୍ତମ ଶ୍ରେଣୀ ପିଲା

ରାୟଗଡ଼ା: କମ୍ପ୍ୟୁଟର ଚିହ୍ନିପାରିଲେନି ସପ୍ତମ ଶ୍ରେଣୀ ପିଲା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କମ୍ପ୍ୟୁଟର ବାବଦରେ ମନ୍ତ୍ରୀ ପଚାରିବାରୁ ଏହାର ଉତ୍ତର ଦେଇପାରି ନଥିଲେ ପିଲା। ଏମିତି ଏକ ଚିତ୍ର ରାୟଗଡ଼ାରୁ ଆସିଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଦିନିକିଆ ରାୟଗଡା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଆଜି ସକାଳେ ସେ ରାୟଗଡା ନିକଟସ୍ଥ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେଠାରେ ଛାତ୍ରଛାତ୍ରୀ ମାନଙ୍କ […]

  • Friday, 23 July 2021
bjp
ଏବେବି ରହସ୍ୟଘେରରେ ସ୍ମିତାରାଣୀଙ୍କ ମୃତ୍ୟୁ: ବିଜେପି ଆଣିଲା ସାଂଘାତିକ ଅଭିଯୋଗ, କଂଗ୍ରେସ କହିଲା...

ଭୁବନେଶ୍ୱର: ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ପୁଲିସ ଓ ସରକାରଙ୍କୁ ସିଧା ଟାର୍ଗେଟ କରିଛି ବିଜେପି। ମୃତ ସ୍ମିତାରାଣୀଙ୍କର କେବଳ ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ହୋଇଛି, କିନ୍ତୁ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ପୁଲିସ କିଛି ତଦନ୍ତ କରିନି ବୋଲି ବିଜେପି ଅଭିଯୋଗ କରିଛି। ସ୍ମିତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଉପରେ ବୃତ୍ତିଗତ ଚାପ ଥିଲା। PMAY, ଭତ୍ତା ଆଦିକୁ ନେଇ ସ୍ମିତାରାଣୀଙ୍କ ଉପରେ ଚାପ ରହିଥିଲା ବୋଲି ଗତକାଲି […]

  • Friday, 23 July 2021
f
ପାଣି ହାଣ୍ଡିରେ ବୁଡ଼ି ୨ ବର୍ଷର ଶିଶୁ ମୃତ୍ୟୁ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଣି ହାଣ୍ଡିରେ ବୁଡ଼ି ଏକ ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ  ପ୍ରିନ୍ସ ସାହୁ। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ଗାଁର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ ଘରେ ଖେଳୁଥିବା ବେଳେ ପରିବାରର ଅନ୍ୟମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଖେଳୁ ଖେଳୁ କେତେବେଳେ ସିଏ ଘରେ ଧାନ […]

  • Friday, 23 July 2021
sco
ଆଖିବନ୍ଦ କରି ଇଣ୍ଡିଆ ବୁକ ଅଫ୍‌ ରେକର୍ଡ଼ କଲେ କୁନି ଝିଅ

ଝାରସୁଗୁଡ଼ା: କୁନି ପିଲା, ହେଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ଆଖିରେ ପଟି ବାନ୍ଧି କମ୍ୟୁଟରରେ A ରୁ Z ପର୍ଯ୍ୟନ୍ତ ମାତ୍ର ୩.୫୪ ସେକେଣ୍ଡ ରେ ଟାଇପ କରି ଇଣ୍ଡିଆ ବୁକ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଛନ୍ତି କୁନି ଝିଅ ଦୀପ୍ତି ଶର୍ମା। ତୃତୀୟ ଶ୍ରେଣୀରେ ପାଠ ପଢୁ ଏହି କୁନି ଝିଅଙ୍କ ଘର ରାଜସ୍ଥାନରେ। କିନ୍ତୁ ରହୁଛନ୍ତି ଝାରସୁଗୁଡ଼ା ସହରରେ। ସେଠାରେ ମାଇଁ କିଡ୍‌ସି ସ୍କୁଲରେ ପଢ଼ୁଛନ୍ତି। ପଟି ବନ୍ଧା ଆଖିରେ ତାଙ୍କ ଟାଇପ୍ ସ୍ପିଡ୍ […]

  • Friday, 23 July 2021
ROAD
ଏମିତି ରାସ୍ତାରେ କେମିତି ଯିବେ ଗ୍ରାମବାସୀ ?

ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ପଧାନୀ ପଞ୍ଚାୟତ ଶଇଲ ସ୍ଥିତ କୋଚିଲା ନଦୀବନ୍ଧର ଡାହାଣ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଛି। ନଦୀବନ୍ଧରେ ପ୍ରାୟ ୨୦୦ ମିଟର ଯାଏ ଏହି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ହଠାତ୍ ନଦୀବନ୍ଧ ମଝିରେ ଫାଟ ଦେଖିବାକୁ ମିଳିଥିଲା। ନଦୀବନ୍ଧରେ ଏପରି ବାରମ୍ୱାର ଫାଟ ହେଉଥିବା ନଦୀ ପାଖାପାଖି ବସବାସ କରୁଥିବା ଲୋକେ କହିଛନ୍ତି। ଏଥିସହ ନିମ୍ନମାନର କାମ ପାଇଁ ଫାଟ ସୃଷ୍ଟି ହେଉଥିବା ସ୍ଥାନୀୟ […]

  • Friday, 23 July 2021
thn
ସାବଧାନ ! ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ପର୍ଯ୍ୟନ୍ତ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି।

  • Friday, 23 July 2021
basand
ଝିଅ ସରକାରୀ ଚାକିରୀ ନ ଛାଡ଼ିବାରୁ ବାପା ମାଆ ଗାଁରୁ ବାସନ୍ଦ

ଗଞ୍ଜାମ: ଝିଅ ସରକାରୀ ଚାକିରୀ ନ ଛାଡ଼ିବାରୁ ବାପାମାଆଙ୍କୁ ଗାଁରେ ବାସନ୍ଦ କରାଯାଇଛି। ନିଆଁ ପାଣି ବନ୍ଦ ସହିତ ଗାଁ ରାସ୍ତାରେ ଯିବାକୁ ମଧ୍ୟ ବାରଣ କରାଯାଇଛି। ଏମିତି ଏକ ଘଟଣା ଘଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି କାଟୁ ବଡ଼ଖଣ୍ଡିରେ। ଏହି ଗାଁର ମଧ୍ୟ ବୟସ୍କ ଦଂପତି ଏବେ ନ୍ୟାୟ ପାଇଁ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ପୁଲିସକୁ ଅନୁରୋଧ କରିଛନ୍ତି। ତାଙ୍କ ଝିଅକୁ ଚାକିରୀ ଛାଡ଼ିବା ଲାଗି ଗାଁର କିଛି ଲୋକ […]

  • Friday, 23 July 2021
mil
ରାଜ୍ୟରେ ମିଳୁଥିବା କ୍ଷୀର ଭିତରୁ ୫୫% କ୍ଷୀର ନିମ୍ନମାନର; ଏଥିରେ କ୍ୟାନ୍‌ସର ରୋଗସୃଷ୍ଟିକାରୀ କାରକ ରହିଛି

ଭୁବନେଶ୍ୱର: ଓଡ଼ିଶା ବଜାରରେ ମିଳୁଥିବା କ୍ଷୀର ଭିତରୁ ୫୫ ପ୍ରତିଶତ କ୍ଷୀର ନିମ୍ନମାନର। ଖାଲି ଏତିକି ନୁହେଁ ରାଜ୍ୟରେ ଉପଲବ୍ଧ କ୍ଷୀର ଭିତରୁ ୯ ପ୍ରତିଶତ କ୍ଷୀର ଖାଇବା ଅନୁପଯୋଗୀ। କାରଣ ଏଥିରେ କର୍କଟ ରୋଗ ସୃଷ୍ଟିକାରୀ କାରକ ରହୁଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଅର୍ଥାତ ୯ ପ୍ରତିଶତ କ୍ଷୀରରେ ଆଫ୍ଲାଟୋକ୍ସିନ ଏମ୍ ଓ୍ୱାନ୍ ରହିଛି। ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ଦ୍ୱାରା ଧାର୍ଯ୍ୟ ପରିମାଣଠାରୁ ଅଧିକ ପରିମାଣର ଆଫ୍ଲାଟୋକିସନ ଏମ୍ ଓ୍ୱାନ ରହୁଥିବାରୁ ଏହା […]

  • Friday, 23 July 2021
a
ରାତିରେ ଯାତ୍ରା ଦେଖି ଫେରୁଥିଲେ ଦୁଇ ସାଙ୍ଗ; ସକାଳେ ଅପେକ୍ଷା କରିଥିଲା ମୃତ୍ୟୁ

ସୋର (ଶଶିକାନ୍ତ ବେହେରା): ଯାତ୍ରା ଦେଖି ଫେରୁଥିଲେ ଦୁଇ ସାଙ୍ଗ। କିନ୍ତୁ ରାତିର ସେଇ ରଙ୍ଗୀନ ଆସର ଭିତର ହଜିଗଲା ପରେ ସକାଳେ ଯେ ମୃତ୍ୟୁ ଅପେକ୍ଷା କରିଛି ଏକଥା କାହାକୁ ବା ଜଣାଥିଲା। ସେଇ ରାତି ଥିଲା ଜୀବନର ଶେଷ ଅଭିନୟ କରିବା ଅଭିନୟ ଦେଖିବା। ବାଲେଶ୍ୱର ଜିଲ୍ଲା  ସିମୁଳିଆ ଥାନା ଅନ୍ତର୍ଗତ ଗାଁ ମାର୍କୋଣା ଗାଁ ରାସ୍ତାରେ ଘଟିଛି ଏଭଳି ଦୁଃଖଦ ଘଟଣା। ଯାତ୍ରା ଦେଖି ସକାଳେ ଦୁଇ ସାଙ୍ଗ ବାଇକ୍‌ରେ ଫେରୁଥିବା ବେଳେ […]

  • Friday, 23 July 2021
h
ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: କିଛି ଦିନ ବନ୍ଦ ରହିବା ପରେ ଆଜିଠାରୁ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ପାଚେରୀ ପାଖ ଅଞ୍ଚଳରେ ଉଚ୍ଛେଦ ହେବ ନାହିଁ। ପୁରୀ ପୌରପାଳିକାର ପୁରୁଣା ମାର୍କେଟ କଂପ୍ଲେକ୍ସ ଉଚ୍ଛେଦ କରାଯାଉଛି। ମାର୍କେଟ ଛକରେ ଥିବା ଶହେ ବର୍ଷର ପୁରୁଣା କଂପ୍ଲେକ୍ସକୁ ଭଙ୍ଗାଯିବା ଆରମ୍ଭ ହୋଇଛି। ମୋଚିସାହି ମହୋଦଧି ମାର୍କେଟ କଂପ୍ଲେକ୍ସ ଭାଙ୍ଗିବା ଲାଗି ସେପ୍ଟେମ୍ବର ୨୪ରେ ୨୩୦ ଦୋକାନୀଙ୍କୁ ନୋଟିସ ଦିଆଯିବା ସହ ଅକ୍ଟୋବର ୧୪ ସୁଦ୍ଧା ଦୋକାନ […]

  • Friday, 23 July 2021
childe
ବାକ୍ସରୁ ମିଳିଲା ୪ ବର୍ଷର ଝିଅର ମୃତଦେହ; ଡାଆଣୀ ସନ୍ଦେହରେ ମହିଳାଙ୍କୁ ପିଟିଲେ ଲୋକେ

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘୁମୁଡ଼ା ଗାଁରେ ଗତକାଲି ଜଣେ ମହିଳାଙ୍କ ଘର ଭିତରୁ ଏକ ବାକ୍ସରୁ ୪ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର ହେବା ଘଟଣା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିଶୁ ଦେହରେ କାମୁଡ଼ା ଦାଗ ଥିବାରୁ ସମ୍ପୃକ୍ତ ମହିଳାଙ୍କୁ ଗାଁ ଲୋକେ ଡାଆଣୀ ସନ୍ଦେହ କରୁଛନ୍ତି। ଏପରିକି ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୁରକ୍ଷା ଦୃଷ୍ଟିରୁ ଗତକାଲି […]

  • Friday, 23 July 2021
jagi-mangat
ଆଉଟ୍‌ଲୁକ୍ ସ୍ପିକ୍ଆଉଟ୍ ଆୱାର୍ଡ-୨୦୧୯ ପାଇଲେ ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା

ନୂଆଦିଲ୍ଲୀ: CII ଇଷ୍ଟର ଚେୟାରପର୍ସନ ତଥା ଓଟିଭି ନେଟୱାର୍କର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ଆଉଟ୍ ଲୁକ୍ ସ୍ପିକଆଉଟ୍ ଆଓ୍ୱାର୍ଡ-୨୦୧୯ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆଉଟଲୁକ୍ ପତ୍ରିକା ପକ୍ଷରୁ ଆୟୋଜିତ ସର୍ବଭାରତ ସ୍ତରୀୟ କାର୍ଯ୍ୟକ୍ରମରେ ବିଶିଷ୍ଟ ମହିଳା ଉଦ୍ୟୋଗପତି ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଆଉଟଲୁକ୍ ସ୍ପିକ୍ ଆଉଟ ଥିମ୍ ରହିଛି ‘ଓମେନ୍ସ ଭିଜନ୍ସ ୨୦୨୦’। ସମାଜରେ ମହିଳାମାନଙ୍କ ଜୀବନ ପ୍ରତି ଆସୁଥିବା ବିଭିନ୍ନ ପ୍ରତିବନ୍ଧକ ସମ୍ପର୍କରେ ଦେଶରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ […]

  • Friday, 23 July 2021
s
ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର: ଦୁର୍ଘଟଣାରେ ଆହତଙ୍କୁ ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା।  ଏହି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଉତ୍କୃଷ୍ଟ ଚିକିତ୍ସା ଯୋଗାଇବାକୁ ବାଧ୍ୟ। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର। ଏହାସହ ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ ଗୋଟିଏ କଲସେଣ୍ଟରରୁ ପରିଚାଳିତ ହେବେ। ଏନେଇ ଖୁବଶୀଘ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ SOP ଜାରି କରିବ। ରୋଗୀଙ୍କୁ ସହଜରେ ଆମ୍ବୁଲାନ୍ସ ସେବା ଯୋଗାଇବାକୁ […]

  • Friday, 23 July 2021
vote
ପ୍ରଚାର ଶେଷ, ଦିନକ ପରେ ବିଜେପୁର ନିର୍ବାଚନ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦିନକ ପରେ ଅର୍ଥାତ୍ ସୋମବାର ଦିନ ବିଜେପୁର ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ନିର୍ବାଚନମଣ୍ଡଳୀରେ ମୋଟ ୨୮୫ଟି ବୁଥ୍ ମାଧ୍ୟମରେ ୨ଲକ୍ଷ ୩୨ହଜାର ୨୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ୧୩୫ଟି ବୁଥକୁ ସମ୍ବଦେନଶୀଳ ଚିହ୍ନଟ କରାଯାଇଛି। ଏପଟେ ରାଜ୍ୟ ସରକାର ବିଜେପୁର ଉପନିର୍ବାଚନ ପାଇଁ ୨୧ତାରିଖକୁ ସବୈତନିକ […]

  • Friday, 23 July 2021
koraput
୨୦ରୁ ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ; ଯୋଗ ଦେବେ ୩୦୦ରୁ ଅଧିକ ଲୋକ

କୋରାପୁଟ: ରାଜ୍ୟର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେଉଛି ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଦୁଇଦିନ ଧରି ହେବାକୁ ଥିବା ଉତ୍ସବର ଉଦ୍‌ଘାଟନୀ ସମାରୋହ କୋରାପୁଟର ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜନଜାତି ସଂଗ୍ରହାଳୟରେ ଉଦ୍‌ଯାପନୀ ଉତ୍ସବ ହେବ। ଜମ୍ମୁ ଓ କାଶ୍ମୀରରୁ ଅସୁଥିବା ବରିଷ୍ଠ ଡୋଗ୍ରୀ ଲେଖକ ପ୍ରଫେସର ଲଳିତ ମଙ୍ଗୋତ୍ରା ଉତ୍ସବକୁ ଉଦ୍‌ଘାଟନ କରିବାକୁ […]

  • Friday, 23 July 2021
fff
O, A, B ଓ AB ବ୍ଲଡ୍‌ ଗ୍ରୁପ ଜାଣିଥିଲେ, କିନ୍ତୁ ଏହି ବିରଳ ବ୍ଲଡ୍ ଗ୍ରୁପ୍‌ର ନାଁ ଶୁଣିଥିଲେ କି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସାଧାରଣତଃ ବ୍ଲଡ୍‌ ଗ୍ରୁପ୍‌ O, A, B ଓ AB ଦେଖିବାକୁ ମିଳେ। ହେଲେ ବ୍ଲଡ ଗ୍ରୁପ୍‌ ‘ବମ୍ବେ’ ସମ୍ପର୍କରେ ହୁଏତ ଅନେକ ଜାଣି ନଥିବେ। ତେବେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଜଣେ ମହିଳାଙ୍କର ଏଭଳି ଗ୍ରୁପ୍‌ର ରକ୍ତ ଦରକାର ପଡ଼ିଲା। ଏ ସମ୍ପର୍କରେ ସୋଶାଲ୍‌ ମିଡିଆରେ ଜାଣିପାରି ମେଡିକାଲ୍‌ରେ ହାଜର ହୋଇଥିଲେ ରାଉରକେଲାର ଯୁବକ ଦିଲ୍ଲୀପ ବାରିକ। ଗଞ୍ଜାମ ପାତ୍ରପୁର ଅଞ୍ଚଳର ଜଣେ ମହିଳା ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ […]

  • Friday, 23 July 2021
lokamanka
SCB ମେଡିକାଲରେ ରିଅଲିଟି ଚେକ୍‌ରୁ ଆସିଲା ବସ୍ତବ ଚିତ୍ର; ଅବ୍ୟବସ୍ଥା ସ୍ୱୀକାର କଲେ କର୍ତ୍ତୃପକ୍ଷ

କଟକ : ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ଆରମ୍ଭ କରିଛନ୍ତି ‘ମୋ ସରକାର’। ଏହି ଯୋଜନା ଲାଗୁ ହେବାକୁ ୧୫ ଦିନ ବିତି ଗଲାଣି। ହେଲେ ଆଜିପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବାର ଚିତ୍ର ସୁଧୁରିନି। ରୋଗ ଯନ୍ତ୍ରଣା ଧରି ମେଡିକାଲ୍‌ ଆସିଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଧର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇଥିଲେ ମଧ୍ୟ ସୁବିଧା ପାଉ ନାହାନ୍ତି। ଏପରି ଅଭିଯୋଗ ଆସିଛି ଓଡ଼ିଶା ପ୍ରତିଷ୍ଠିତ […]

  • Friday, 23 July 2021
ସ୍ମିତାରାଣୀ ମୃତ୍ୟୁ ମମଲା; ବାପା କହିଲେ, ମୋ ଝିଅ ଆତ୍ମହତ୍ୟା କରି ନପାରେ

ଯାଜପୁର: ସ୍ମିତାରାଣୀ ମୃତ୍ୟୁ ମମଲାରେ ଯାଜପୁର ଜିଲ୍ଲା ଏସ୍‌ପିଙ୍କ ସମ୍ବାଦିକ ସମ୍ମିଳନୀ ପରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମୃତ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି ମୋ ଝିଅ ହେଡ୍ ଷ୍ଟ୍ରଙ୍ଗ, ସେ କେବେ ଆତ୍ମହତ୍ୟା କରିନପାରେ। ଝିଅକୁ ଆତ୍ମହତ୍ୟା କରିବାକୁ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ପ୍ରଶ୍ରୟ ଦେଇଛନ୍ତି। ସ୍ମୀତାରାଣୀ ଓ ରୂପେସଙ୍କ ମଧ୍ୟରେ ବଚସା ବେଳେ ୫ ଜଣ ଥିବା କୁହାଯାଉଛି। ତେବେ ସେମାନେ ସେତେବେଳେ କାହିଁକି ଅଟକାଇଲେନି ବୋଲି ପ୍ରଶ୍ନ […]

  • Friday, 23 July 2021
media
ଢାବାରେ ଜଣେ ବୃଦ୍ଧାଙ୍କୁ ନିସ୍ତୁକ ମାରୁଛନ୍ତି ଢାବା ମାଲିକାଣି; ଭିଡିଓ ଭାଇରାଲ୍

ଅନୁଗୁଳ;  ରେଙ୍ଗାଳି ଥାନା ଅନ୍ତର୍ଗତ ରେଙ୍ଗାଳି ବଜାରରେ ଥିବା ଏକ ଢାବାରେ ଜଣେ ବୃଦ୍ଧାଙ୍କୁ ଢାବା ମାଲିକାଣି ନିସ୍ତୁକ ମାଡ଼ ମାରିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ମାଲିକାଣିଙ୍କ ଢାବାରେ ଗୌରୀ ମୁଣ୍ଡା ନାମକ ଜଣେ ବୃଦ୍ଧା ଦୀର୍ଘ ବର୍ଷ ଧରି କାମ କରିଆସୁଥିଲେ। ମାତ୍ର ସେ ହାଲିଆ ହୋଇ ଟିକେ ଶୋଇ ପଡ଼ିଥିବାରୁ ମାଲିକାଣୀଙ୍କ ରାଗ ପଞ୍ଚମ ହୋଇଯାଇଥିଲା। ଏହାକୁ ନେଇ ଢାବା ମାଲିକାଣି ଉତ୍ତ୍ୟକ୍ତ ହୋଇ ନିର୍ଧୁମ ମାଡ଼ ମାରିଥିଲେ। ତେବେ ଏ […]

  • Friday, 23 July 2021
mis
ଟ୍ରେନ୍‌ରେ ମହିଳାଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗରେ ଯୁବକ ଗିରଫ

ରାଉରକେଲା: ରାଉର୍‌କେଲା ଆସୁଥିବା ରାଜାରାଣୀ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ରାଉରକେଲା ଜିଆରପି ଢେଙ୍କାନାଳର ଜଣେ ଯୁବକ ଗୌତମ ରାଉତକୁ ଗିରଫ କରିଛି। ଶୁକ୍ରବାର ମହିଳା ଜଣକ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବେଳେ ଶୋଇପଡ଼ିଥିଲେ। ମହିଳା ଜଣଙ୍କ ଶୋଇଥିବା ବେଳେ ଢେଙ୍କାନାଳର ଜଣେ ଯୁବକ ତାଙ୍କୁ ବିଭିନ୍ନ ପ୍ରକାର ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ନିଦ ଭାଙ୍ଗିଯିବା ପରେ ଚିତ୍କାର କରିବାରୁ ଟ୍ରେନର ଅନ୍ୟଯାତ୍ରୀ ମାନେ ଯୁବକକୁ […]

  • Friday, 23 July 2021
ff
ଫେସ୍‌ବୁକ୍‌ରେ ରଖିଥିଲେ ସୁନ୍ଦରୀ ଝିଅର ଫଟୋ; ନିଜକୁ କଟକ ଡିସିପି କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ସୁନ୍ଦରୀ ଝିଅର ଫଟୋ ରଖି ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲିଥିଲେ। ଆଉ ନାଁ ରଖିଥିଲେ ଦେବସ୍ମିତା। ଆଉ ସମୟ ସୁବିଧା ଦେଖି ବଡ଼ବଡ଼ୁଆ ଲୋକଙ୍କ ପାଖକୁ ଅଶ୍ଳୀଳ ମେସେଜ୍ ଦେଉଥିଲେ। ଆଉ ସେମାନଙ୍କୁ ଜାଲରେ ଫସାଇ ସାରିବା ପରେ ନିଜକ କଟକ ଡିସିପି କହି ଲୁଟ୍‌ କରୁଥିଲେ ଲକ୍ଷାଧିକ ଟଙ୍କା। ଏମିତି ଜଣେ ‘ଚାର୍‌ ଶୋ ବିଶ୍‌’ ଲୁଟେରା ହେଉଛନ୍ତି ପବିତ୍ର ମୋହନ ମହାନ୍ତି। ଘର ହେଉଛି କୋରପୁଟ୍‌ ଜିଲ୍ଲା ଦାମନଯୋଡ଼ିରେ। ମୋବାଇଲ୍‌ ଟ୍ରାକ୍‌ […]

  • Friday, 23 July 2021
croc
ମାଛ ଧରିବାକୁ ନଈରେ ବନ୍‌ସି ପୋତିଥିଲେ; କିନ୍ତୁ ବନ୍‌ସିରେ ଯାହା ଲାଗିଲା ତାହା ଦେଖି ସମସ୍ତେ ଛାନିଆ

ଯାଜପୁର: ବଡ଼ ମାଛ ଧରିବା ପାଇଁ ଥୋପ ଦେଇ ନଈରେ ବନ୍‌ସି ପୋତିଥିଲେ ଲୋକେ। ରାତି ପାହିଲା ବେଳକୁ ବନ୍‌ସିରେ ବଡ଼ମାଛ ପଡ଼ିଥିବ ବୋଲି ଭାବି ନଈକୂଳକୁ ଆସିଥିଲେ। କିନ୍ତୁ ବନ୍‌ସିରେ ଯାହା ଲାଗିଥିଲା ତାହା ଦେଖିବାମାତ୍ରେ ସମସ୍ତେ ଭୟରେ ଦଉଡ଼ିଥିଲେ ଉପର ଆଡ଼କୁ।   ଏବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା। ଯାଜପୁର ଖରସ୍ରୋତା ନଦୀର ରାଜଘାଟ ନିକଟରେ ଲୋକେ ମାଛ ଧରିବା ପାଇଁ ନଦୀରେ ବନ୍‌ସି ପୋତିଥିଲେ। ରାତି ପାହିବାମାତ୍ରେ ନଈକୂଳକୁ ଆସି ଦେଖିଲା […]

  • Friday, 23 July 2021