ଭଦ୍ରକ/ ଗଂଜାମ: ଦୀପାବଳିରେ ଅଘଟଣ। ଦୀପାବଳିରେ ଘରେ ଲିଚୁ ଲାଇଟ୍ ଲଗାଉଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଘଟିଛି ଏ ଅଘଟଣ। ମୃତକ ହେଲେ ସେହି ଗାଁର ପ୍ରକାଶ ଚନ୍ଦ୍ର ଓଝା। ନିଜ ଘରେ ଲାଇଟ୍ ଲଗାଉଥିବେଳେ ସେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ ଯୁବକ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି […]
ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗକୁ ଧରିଛି କି ସସ୍ପେଣ୍ଡ ରୋଗ ? ମୋ ସରକାର କାର୍ଯ୍ୟକ୍ରମ କର୍ଯ୍ୟକାରିତାରେ ବିଫଳତା ପାଇଁ ପ୍ରଥମେ ସୁନ୍ଦରଗଡ଼ ସିଡିଏମ୍ଓଙ୍କୁ ସସ୍ପେଣ୍ଡ କରାଗଲା। ବିବାଦ ବଢ଼ିବାରୁ ପରେ ନିଲମ୍ବନ ପ୍ରତ୍ୟାହାର କରି ତାଙ୍କୁ ଅନ୍ୟତ୍ର ନିଯୁକ୍ତ କରାଗଲା। ଆଉ ଏବେ ପୁଣି ବରଗଡ଼ ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓଙ୍କୁ ନିଲମ୍ବନକୁ ନେଇ ଉଠିଛି ବିବାଦ। ବିନା କାରଣରେ ତାଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ଏଡିଏମ୍ଓ କହିଥିଲା ବେଳେ ଓମ୍ସା ମଧ୍ୟ ସରକାରଙ୍କ ଏଭଳି ପଦକ୍ଷେପର ତୀବ୍ର […]
କୋଣାର୍କ: ଆଲୋକର ପର୍ବ ଦୀପାବଳିକୁ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିଛନ୍ତି ବିଦେଶୀ ପର୍ଯ୍ୟଟକ। କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବିଦେଶୀ ପର୍ଯ୍ୟଟକମାନେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଓ ପର୍ଯ୍ୟଟକମାନଙ୍କ ସହ ଦୀପ ଜାଳି ବଡ଼ବଡ଼ିଆ ଡାକି ପରସ୍ପରକୁ ମିଠା ଖୁଆଇ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ସ୍ୱଚ୍ଛ ଭାରତ ଓ ବିନା ବାଣରେ ଦୀପାବଳି ପାଳନ ବାର୍ତ୍ତା ପ୍ରଦାନ ପାଇଁ ଏକ ସଚେତନତା ଶୋଭାଯାତ୍ରା […]
କଳାହାଣ୍ଡି: ଗୋଲାମୁଣ୍ଡା ବ୍ଳକରେ ବୁଲା କୁକୁର ଆତଙ୍କ ଦେଖା ଦେଇଛି। କିଛି ମାସ ତଳେ ଜଣେ ଶିଶୁ ଏବଂ ବୃଦ୍ଧଙ୍କୁ ଝୁଣି ମାରିବା ପରେ ଏବେ ପୁଣି ଆତଙ୍କ ଖେଳାଇଛନ୍ତି ବୁଲା କୁକୁର। ଗୋଲାମୁଣ୍ଡା ବ୍ଲକ୍ ଦଶପୁର ଏବଂ ଧାମନପୁର ଅଞ୍ଚଳରେ କୁକୁର କାମୁଡ଼ାରେ ୧୧ ଜଣ ଆହତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ଗୋଟିଏ ବୁଲା କୁକୁର ଧାମନପୁର ଗାଁର ୩ଜଣଙ୍କୁ କାମୁଡ଼ିଥିଲା। ଏହାପରେ ଦଶପୁର ଗାଁରେ ଜଣେ ବୃଦ୍ଧା,ଗର୍ଭବତୀ ମହିଳା ଓ ଶିଶୁ ସମେତ ୮ […]
ଯାଜପୁର: ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇପାରେ। ଏହି ସମ୍ବେଦନଶୀଳ ଘଟଣାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜିଙ୍କୁ ଲେଖାଯାଇଥିବା ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା। ସେ କହିଛନ୍ତି, କମିଶନ ଠିକ୍ ଭାବେ ଘଟଣାର ତଦନ୍ତ କରିଛନ୍ତି। ଆଉ କିଛି ଦିଗ ବାକି ଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସେ ସୁପାରିସ କରିଥିବା କହିଛନ୍ତି। ତେବେ ଘଟଣାକୁ ନେଇ ରାଜନୀତିକରଣ ନକରିବାକୁ ନିବେଦନ କରିଛନ୍ତି ମହିଳା କମିଶନ। ପିଇଓ […]
ବର୍ଷା ଛାଡ଼ିଯିବା ପରେ ଚାଷ ଓ ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର ଦେଖିଲେ ଆପଣଙ୍କ ହୃଦୟ ବି ଦୋହଲି ଉଠିବ। କେଉଁଠି ଅମଳ ଅପେକ୍ଷାରେ ଥିବା ଧାନ ବିଲରେ ଗଜା ହୋଇ ଭାସୁଛି, ତ କେଉଁଠି ଉଜୁଡ଼ି ଯାଇଛି ପରିବା ଫସଲ। ଅମଳ ବେଳକୁ ଧାନଜମିର ଏ ଅବସ୍ଥା ଦେଖି କେଉଁ ଚାଷୀ ବା ଦେହ ଧରି ରହିପାରିବ। ୧୦ ଏକର ଜମିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନା ଫଳାଇଥିଲେ ଚାଷୀ ବାବୁଲା ଜେନା। ହେଲେ ବର୍ଷା […]
ଭୁବନେଶ୍ୱର: ବିଜେପୁରରେ ରେକର୍ଡ ବିଜୟ ପରେ ରୀତା ସାହୁଙ୍କୁ ମିଳିପାରେ ପୁରସ୍କାର। ରୀତା ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଉପନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ସପକ୍ଷରେ ସୃଷ୍ଟି ହୋଇଥିବା ସମର୍ଥନକୁ ପଶ୍ଚିମ ଓଡ଼ିଶାରେ ଏଇ ମଉକାରେ ଦୃଢ଼ କରିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ରୀତା ନୁହଁନ୍ତି ବିଜେଡି ପାଇଁ ବିପୁଳ ବିଜୟ ଆଣିବାରେ ପ୍ରମୁଖ ଭୂମିକା ନେଇଥିବା ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ। […]
କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଆଣ୍ଡାମାନରୁ ଓଡ଼ିଶା ଉପକୂଳ। ୧୩ ଶହ କିଲୋମିଟରର ଯାତ୍ରା ଭିତରେ ଲୋମଟାଙ୍କୁରା ସଂଘର୍ଷ। ଦୁଇ ଦୁଇଟି ଭୟଙ୍କର ଘୂର୍ଣ୍ଣଝଡ଼ର ସାମ୍ନାସାମ୍ନି ସାଙ୍ଗରେ ପୂରା ପ୍ରତିକୂଳ ପରିବେଶ ସହ ଅହରହ ସଂଘର୍ଷ। ଘଟଣାକ୍ରମରେ ଆଖିବୁଜିଲେ ସାଥି ନାବିକ। ହେଲେ ବର୍ତ୍ତିଗଲେ ଆଉ ଜଣେ। ମରଣମୁହଁରୁ ଫେରି ପୁରୀ କୃଷ୍ଣପ୍ରସାଦ କୂଳରେ ଲାଗିଥିବା ସେହି ନାବିକ ଏବେ ବଖାଣିଛନ୍ତି ବଙ୍ଗୋପସାଗର ଭିତରେ ସଂଘର୍ଷର ଛାତିଥରା କାହାଣୀ। ଅକାତ କାତ ପାଣି ଭିତରେ ସଂଘର୍ଷ। ଗଭୀର ସମୁଦ୍ର ଭିତରେ […]
ଭୁବନେଶ୍ୱର: ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶଙ୍କୁ ପ୍ରଦାନ କରାଯାଇଛି ସମ୍ମାନଜନକ ‘ଶାରଳା ସମ୍ମାନ’। ତାଙ୍କ ରଚିତ ପୁସ୍ତକ ‘ଚରୁ ଚୀବର ଓ ଚର୍ଯ୍ୟା’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି। ଏହି ସମ୍ମାନ ଉତ୍ସବରେ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହିଛି ଆଉ ଏକ ‘ନଗଡ଼ା’। ଯାଜପୁର ଜିଲ୍ଲାର ନଗଡ଼ା ପରି ଏଠାରେ ମଧ୍ୟ ଶହଶହ ପିଲା ଅପପୁଷ୍ଟିରେ ଶଢ଼ୁଛନ୍ତି। ଏନେଇ ଗତକାଲି ଓଟିଭି ଖବର ପ୍ରସାରଣ ପରେ ପ୍ରଶାସନର ଚେତା ଫେରିଛି। ଅପପୁଷ୍ଟିରେ ଶିକାର ହୋଇଥିବା ମୁନ୍ନି ହେମ୍ବ୍ରମର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଆଜି ଗୋଡ଼ିବାରୀସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ମୁନ୍ନିର ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ମୁନ୍ନିର ଓଜନ କମ୍ ରହିଛି। ତା’ର ଦେଖାଶୁଣା ଓ […]
ଭୁବନେଶ୍ୱର: ବିଜେଡି ପ୍ରତି ନରମୁଛି ଦାମଙ୍କ ସ୍ୱର ? ସବୁବେଳେ ଶାଣିତ ସ୍ୱରରେ କହୁଥିବା ଦାମଙ୍କର ଆଜିର ମନ୍ତବ୍ୟ ଶୁଣିଲେ ଆପଣ ହୁଏତ ଏହା ଭାବି ପାରନ୍ତି। ବିଜେପୁର ନିର୍ବାଚନ ପରେ ଦାମ କହିଛନ୍ତି, ଓଡ଼ିଶାରେ ଜାତୀୟ ଅପେକ୍ଷା ଆଞ୍ଚଳିକ ଦଳଙ୍କୁ ପସନ୍ଦ କରୁଛନ୍ତି ଲୋକେ। ନିର୍ବାଚନ ଫଳାଫଳରୁ ଜଣାପଡୁଛି ନବୀନ ଅପରାଜେୟ ଲୋକେ। ନବୀନଙ୍କୁ ପ୍ରିୟତମ ନେତା ଭାବୁଥିବା ପ୍ରମାଣିତ ହୋଇଛି। କେବଳ ଏଇତିକି ନୁହେଁ। ଆପଣ ବିଜେଡି ଆଡ଼କୁ ଢଳୁଛନ୍ତି କି ବୋଲି ପ୍ରଶ୍ନ […]
ଭୁବନେଶ୍ୱର: ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ। ରାଜସ୍ୱ ବିଭାଗରେ ଗତ ୩ ମାସ ମଧ୍ୟରେ ୧୧ ଜଣ ବରିଷ୍ଠ ଓଏଏସ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ଜଣଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ୯ ଜଣଙ୍କ ପେନସନ ଓ ଗ୍ରାଚ୍ୟୁଇଟି ବନ୍ଦ କରାଯାଇଛି। ବହିଷ୍କାର ହୋଇଥିବା ଅଧିକାରୀ ହେଲେ ବଲାଙ୍ଗିର ଲୋଇସିଂହାର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳ ଓ କୋମନା ବ୍ଲକର ପୂର୍ବତନ ବିଡିଓ ପ୍ରଦୀପ କୁମାର ବେହେରା। ସେହିପରି ମୟୂରଭଞ୍ଜ ପୂର୍ବତନ ଡିପିସି […]
ମାଲକାନଗିରି: ଉଡ଼ାଜାହାଜରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ। ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଏହି ଉଡାଜାଜାରରେ ବସି ପାଠ ପଢୁଛନ୍ତି। ତେବେ ଏହି ଏରୋପ୍ଲେନ୍ ସତସତିକା ଏରୋପ୍ଲେନ ନୁହେଁ। ବିଦ୍ୟାଳୟର ଶ୍ରେଣୀଗୃହକୁ ଏରୋପ୍ଲେନ ସଦୃଶ ପ୍ରସ୍ତୁତ କରାଯାଇଛି। ଶ୍ରେଣୀଗୃହ ହେଉଛି ଚାଲାଣଗୁଡ଼ା କସ୍ତୁରବାଗାନ୍ଧି ବିଦ୍ୟାଳୟ। ଛାତ୍ରଛାତ୍ରୀ ଏରୋପ୍ଲେନ ଦେଖିନଥିବାରୁ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଏଭଳି କ୍ଲାସରୁମ ତିଆରି କରିଛନ୍ତି। ପିଲାଙ୍କ ମଧ୍ୟରେ ପାଠ ପଢିବାକୁ ଆଗ୍ରହ ସୃଷ୍ଟି କରିବାକୁ ସ୍କୁଲ ତରଫରୁ ଏଭଳି ଶ୍ରେଣୀଗୃହ ପ୍ରସ୍ତୁତ କରାଯାଇଛି। […]
ଭୁବନେଶ୍ୱର: ଟ୍ୱିନ୍ ସିଟି କମିଶନରଙ୍କ ନାଁରେ କ୍ୟାପିଟାଲ୍ ଥାନାରେ ଅଭିଯୋଗ ହୋଇଛି। ଦୁର୍ବବ୍ୟବହାର ଅଭିଯୋଗ ଆଣି ଥାନାର ଦ୍ୱାରସ୍ତ ହେଲେ ରାଜ୍ୟ ପେଟ୍ରୋଲିୟମ୍ ଡିଲର୍ ଆସୋସିଏଏସଏନ୍ ସଭାପତି ଶଶାଙ୍କ ଶେଖର ସାହୁ। ଗତ ୨୧ ତାରିଖ ଦିନ ଶଶାଙ୍କ ସିପିଙ୍କୁ ଦେଖା କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଦେଇଥିବା ସ୍ମାରକପତ୍ରର ସମ୍ପର୍କରେ ଆଲୋଚନା କରିବାକୁ ଚାହିଁଥିଲେ। ତେବେ ସିପି ତାଙ୍କ ସହ ଆଲୋଚନା ନକରି ଦୁର୍ବବ୍ୟହାର କରିବା ସହ ତାଙ୍କୁ ଠେଲିଦେଇଥିବା […]
ଭୁବନେଶ୍ୱର: ଆବାସ ଯୋଜନା ଲାଗି କଲ୍ ସେଣ୍ଟର ରହିବ। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ଏହି କଲ୍ ସେଣ୍ଟର ହେବ। ପ୍ରତି ଜିଲ୍ଲାରେ କଲ୍ ସେଣ୍ଟର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ନିର୍ଦ୍ଦେଶକ। ଏନେଇ ସବୁ ଜିଲ୍ଲାର ପିଡି ଡିଆର୍ଡିଏମାନଙ୍କୁ ଚିଠି ଲେଖିଛନ୍ତି। ହିତାଧିକାରୀଙ୍କୁ ଯାବତୀୟ ସୁବିଧା ଦେବା ଲାଗି ଏହି କଲ୍ ସେଣ୍ଟର ରହିବ। ଦୈନିକ କଲ୍ ସେଣ୍ଟରରୁ ହିତାଧିକାରୀଙ୍କ ନିକଟକୁ ଟେଲିଫୋନ୍ ଯିବ। ହିତାଧିକାରୀଙ୍କୁ କେହି ହଇରାଣ କରୁଛି […]
ବରଗଡ଼: ବିଜେପୁର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଆସିଛନ୍ତି ନବନିର୍ବାଚିତ ବିଜେଡି ବିଧାୟିକା ରୀତା ସାହୁ। ଦଳୀୟ ସମର୍ଥକଙ୍କ ଗହଣରେ ରୀତା ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ରୀତ ତାଙ୍କ ବିଜୟର ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପୁରବାସୀଙ୍କୁ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ବିଶ୍ୱାସ ହିଁ ତାଙ୍କୁ ନିର୍ବାଚନରେ ଜିତାଇଛି ବୋଲ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ରୀତ। ବିରୋଧୀଙ୍କ ପ୍ରସଙ୍ଗରେ ପଚାରିବାରୁ କିଛି କହିବାକୁ ଚାହାନ୍ତି ନାହିଁ […]
ଯାଜପୁର: ଧର୍ମଶାଳା ହରିଦାସପୁର ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସ୍ ରଙ୍ଗଶାଳା ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଧର୍ମଶାଳା ତହସିଲଦାର ଓ ଆଇଆଇସିଙ୍କ ଉପସ୍ଥିତିରେ ରଙ୍ଗଶାଳାରେ ନାଲି ପତାକା ଲଗାଯିବା ସହିତ ଚାରିପଟେ ୧୪୪ ଧରା ଜାରି କରାଯାଇଛି। ଗେଷ୍ଟ ହାଉସ୍ ଅନାବାଦି ଜମିରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ରଙ୍ଗଶାଳାରେ ହୋଇଥିଲା। ସେ ଏଠାକୁ କାହିଁକି ଆସିଲେ, କେଉଁ […]
ଭୁବନେଶ୍ୱର: ସଂଶୋଧିତ ହେବ ରାଜ୍ୟ ଜଙ୍ଗଲ ବିଭାଗ ନିୟମ। ଏବେ ଆଉ ବନ ବିଭାଗ କର୍ମଚାରୀମାନେ ପାଣ୍ଠି ବିନିଯୋଗ କରି କାମ କରିବେ ନାହିଁ। ବନ ବିଭାଗ ଅଧିନରେ ହେଉଥିବା ସମସ୍ତ କାମ ପାଇଁ ଟେଣ୍ଡର କରାଯିବ। ରାଜ୍ୟ ସରକାରଙ୍କ ‘ଫାଇଭ୍ ଟି’ ମନ୍ତ୍ରକୁ ସଫଳ କରିବା ପାଇଁ ଖୁବ୍ ଶୀଘ୍ର ଏହି ପରିବର୍ତ୍ତନ କରାଯିବ। ସରକାରଙ୍କ ତରଫରୁ ଆସୁଥିବା ଅନୁଦାନର ଖର୍ଚ୍ଚରେ ସ୍ୱଚ୍ଛତା ଆଣିବାକୁ ଏହି ନିୟମ ଆସିବ। ନୂଆ ନିୟମ ଅନୁଯାୟୀ ଟେଣ୍ଡର ମାଧ୍ୟମରେ […]
ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସ୍କୁଲ୍ ଯିବା ପାଇଁ ଗାଧୋଇବାକୁ ଯାଇଥିଲେ ୧୨ ବର୍ଷର ବାଳକ ଯୋଗେନ୍ଦ୍ର ବାଗ। କେନାଲ୍ ଭିତରେ ପଶି ଗାଧଉଥିଲେ। ଏପଟେ ଘର କାନ୍ଥରେ ଲାଗିଥିବା ଘଣ୍ଟାରେ ସମୟ ଗଡ଼ି ଚାଲିଥିଲା। ଧୀରେ ଧୀରେ ସ୍କୁଲ୍ ସମୟ ପାର୍ ହେବାରେ ଚିନ୍ତାରେ ପଡ଼ିଯାଇଥିଲେ ବାପା ଅଙ୍ଗଦ୍ ବାଗ। ସ୍କୁଲ୍ ସମୟ ପାର୍ ହେଲାଣି ହେଲେ ପୁଅ ଏଯାଏ ଆସିନି। କାଳେ ସାହି ଆଡ଼େ ଚାଲିଯାଇଥିବ ଭାବି ପୁଅକୁ ଖୋଜିବାକୁ ବାହାରି ପଡ଼ିଲେ ଅଙ୍ଗଦ। ଗାଁ, ଗଣ୍ଡା […]
ଭୁବନେଶ୍ୱର: ୧୯୯୭ ବ୍ୟାଚ୍ ଆଇପିଏସ୍ ତଥା ଆଇଜି ପାହ୍ୟାର ଅଫିସର ଡିଏସ୍ କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ପଦୋନ୍ନତି ମିଳିଛି। ଶ୍ରୀ କୁଟ୍ଟେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ କୁଟ୍ଟେଙ୍କ ପଦୋନ୍ନତି ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଫିସରଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦିଲ୍ଲୀପ କୁମାର ମହାନ୍ତି(ଅବସରପ୍ରାପ୍ତ) ଏବେ ସ୍ୱତନ୍ତ୍ର ସଚିବ ପାହ୍ୟାରେ କାର୍ଯ୍ୟରତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ […]
ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ରାସ୍ତାରେ ୩ ଜଣ ଯୁବକ ମୃତଙ୍କ ମୃତ୍ୟୁ ଘଟିଛି। ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଲଘୁଚାପ ଯୋଗୁ ଆଜି ସମଗ୍ର ରାଜ୍ୟରେ ବର୍ଷା ହେଉଛି। ଦିନ ତମାମ ବର୍ଷା ଲାଗି ରହିଛି। ତେବେ ଏହି ବର୍ଷାରେ ଭିଜି ଭିଜି ସନ୍ଧ୍ୟା ବେଳେ ୩ ଜଣ ଯୁବକ ଏକ ବାଇକରେ କଟକରୁ ସାଲେପୁର […]
ଭୁବନେଶ୍ୱର: ସ୍କୁଲ୍ ଓ ଆହାର କେନ୍ଦ୍ରକୁ ଯାଉଛନ୍ତି ମନ୍ତ୍ରୀ ଏବଂ ଅଫିସର୍। ମଧ୍ୟାହ୍ନ ଭୋଜନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଆକ୍ସନ। ତେବେ କାହିଁକି ମୁଖ୍ୟମନ୍ତ୍ରୀ ହଠାତ୍ ଏଭଳି ନିର୍ଦ୍ଦେଶ ଦେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ଲୋକଦେଖାଣିଆ କହି ସମାଲୋଚନା କରିଛନ୍ତି ବିରୋଧୀ। ଯାହାର ଜବାବ ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ଯୋଜନାର ସୁଫଳ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏପଟେ କିନ୍ତୁ ପିଲାଙ୍କୁ […]
ଭୁବନେଶ୍ୱର: ଓଡ଼ିଶାର ଶିଳ୍ପସଂସ୍ଥାରେ ସୃଷ୍ଟି ହେଉଥିବା ହିଂସା ଦେଶରେ ଅନ୍ୟରାଜ୍ୟର ଶିଳ୍ପ ହିଂସାଠାରୁ ସର୍ବାଧିକ। ଅନ୍ୟ ରାଜ୍ୟରେ ଶିଳ୍ପ କାରଖାନାରେ ହିଂସା ସର୍ବାଧିକ ୨୦ରେ ସୀମିତ ଥିବା ବେଳେ ଓଡ଼ିଶାରେ ୮୧ଟି ଘଟଣା ଘଟିଛି। କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟ (NCRB)ରେ ଏପରି ତଥ୍ୟ ମିଳିଛି। ଗୋଟିଏ ପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍ଇନ୍ ଓଡ଼ିଶାର ନାରା ଦେଇ ଶିଳ୍ପ ଉପଯୋଗୀ ବାତାବରଣର ଦ୍ୱାହି ଦେଉଥିବା ବେଳେ ଏ ତଥ୍ୟ ବାସ୍ତବ ସ୍ଥିତିକୁ ଦର୍ଶାଉଛି। ଏନ୍ସିଆର୍ବିର […]
ଭୁବନେଶ୍ୱର: ଆସନ୍ତା ରବିବାର ୨୭ ତାରିଖ ଦୀପାବଳି ପଡ଼ୁଛି। ଏଥିପାଇଁ ରାଜ୍ୟବାସୀଙ୍କୁ ଆଗୁଆ ଶୁଭକାମନା ଜଣାଇଛି ଓଡ଼ିଶା ପୁଲିସ। ତା ସହିତ ଦ୍ୱୈତ୍ୟ ନଗରୀ ଭୁବନେଶ୍ୱର-କଟକ ପାଇଁ ବାଣଫୁଟା ସଂକ୍ରାନ୍ତୀୟ ସତର୍କ ପରାମର୍ଶ ମଧ୍ୟ ଜାରି କରିଛି। ଆସନ୍ତୁ ଏହି ନିୟମାବଳିଗୁଡ଼ିକୁ ଜାଣିବା। ୧. ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସନ୍ଧ୍ୟା ୮ଟାରୁ ରାତି ୧୦ ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ। ୨.କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ପାଖରୁ ବାଣ କିଣନ୍ତୁ। ୩. ପିଲାମାନଙ୍କୁ ଏକୁଟିଆ ବାଣ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରୋଡ୍ ରୋମିଓଙ୍କ ରାଜ୍। ରାତି ଅଧରେ ସୁଟିଂ ସାରି ଫେରୁଥିବା ବେଳେ ଅଭିନେତା ଓ ଅଭିନେତ୍ରୀଙ୍କୁ ହଇରାଣ ହରକତ କରିଥିଲେ ରୋଡ ରୋମିଓ। ତେବେ ପୁଲିସର ପାଟ୍ରୋଲିଂ ଗାଡ଼ି ଆସିବାରୁ ଅଭିଯୁକ୍ତ ରୋଡ୍ ରୋମିଓମାନେ ପଳାଇ ଯାଇଥିଲେ। ଗତକାଲି ରାତିରେ ମେଲୋଡ଼ି କାର୍ଯ୍ୟକ୍ରମ ସାରି କେତେକ କଳାକାର ଗାଡ଼ିରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଏନ୍ଏଚ୍ର ଖଣ୍ଡଗିରି ଛକ ପରେ କେତେକ ରୋଡ୍ ରୋମିଓ ବାଇକ୍ରେ ଆସି ଅଭିନେତା ଓ ଅଭିନେତ୍ରୀଙ୍କ ଗୁଡ଼ିକୁ […]