ବରଗଡ଼: ବିଜେପୁର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଆସିଛନ୍ତି ନବନିର୍ବାଚିତ ବିଜେଡି ବିଧାୟିକା ରୀତା ସାହୁ। ଦଳୀୟ ସମର୍ଥକଙ୍କ ଗହଣରେ ରୀତା ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ରୀତ ତାଙ୍କ ବିଜୟର ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପୁରବାସୀଙ୍କୁ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ବିଶ୍ୱାସ ହିଁ ତାଙ୍କୁ ନିର୍ବାଚନରେ ଜିତାଇଛି ବୋଲ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ରୀତ। ବିରୋଧୀଙ୍କ ପ୍ରସଙ୍ଗରେ ପଚାରିବାରୁ କିଛି କହିବାକୁ ଚାହାନ୍ତି ନାହିଁ […]
ଯାଜପୁର: ଧର୍ମଶାଳା ହରିଦାସପୁର ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସ୍ ରଙ୍ଗଶାଳା ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଧର୍ମଶାଳା ତହସିଲଦାର ଓ ଆଇଆଇସିଙ୍କ ଉପସ୍ଥିତିରେ ରଙ୍ଗଶାଳାରେ ନାଲି ପତାକା ଲଗାଯିବା ସହିତ ଚାରିପଟେ ୧୪୪ ଧରା ଜାରି କରାଯାଇଛି। ଗେଷ୍ଟ ହାଉସ୍ ଅନାବାଦି ଜମିରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ରଙ୍ଗଶାଳାରେ ହୋଇଥିଲା। ସେ ଏଠାକୁ କାହିଁକି ଆସିଲେ, କେଉଁ […]
ଭୁବନେଶ୍ୱର: ସଂଶୋଧିତ ହେବ ରାଜ୍ୟ ଜଙ୍ଗଲ ବିଭାଗ ନିୟମ। ଏବେ ଆଉ ବନ ବିଭାଗ କର୍ମଚାରୀମାନେ ପାଣ୍ଠି ବିନିଯୋଗ କରି କାମ କରିବେ ନାହିଁ। ବନ ବିଭାଗ ଅଧିନରେ ହେଉଥିବା ସମସ୍ତ କାମ ପାଇଁ ଟେଣ୍ଡର କରାଯିବ। ରାଜ୍ୟ ସରକାରଙ୍କ ‘ଫାଇଭ୍ ଟି’ ମନ୍ତ୍ରକୁ ସଫଳ କରିବା ପାଇଁ ଖୁବ୍ ଶୀଘ୍ର ଏହି ପରିବର୍ତ୍ତନ କରାଯିବ। ସରକାରଙ୍କ ତରଫରୁ ଆସୁଥିବା ଅନୁଦାନର ଖର୍ଚ୍ଚରେ ସ୍ୱଚ୍ଛତା ଆଣିବାକୁ ଏହି ନିୟମ ଆସିବ। ନୂଆ ନିୟମ ଅନୁଯାୟୀ ଟେଣ୍ଡର ମାଧ୍ୟମରେ […]
ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସ୍କୁଲ୍ ଯିବା ପାଇଁ ଗାଧୋଇବାକୁ ଯାଇଥିଲେ ୧୨ ବର୍ଷର ବାଳକ ଯୋଗେନ୍ଦ୍ର ବାଗ। କେନାଲ୍ ଭିତରେ ପଶି ଗାଧଉଥିଲେ। ଏପଟେ ଘର କାନ୍ଥରେ ଲାଗିଥିବା ଘଣ୍ଟାରେ ସମୟ ଗଡ଼ି ଚାଲିଥିଲା। ଧୀରେ ଧୀରେ ସ୍କୁଲ୍ ସମୟ ପାର୍ ହେବାରେ ଚିନ୍ତାରେ ପଡ଼ିଯାଇଥିଲେ ବାପା ଅଙ୍ଗଦ୍ ବାଗ। ସ୍କୁଲ୍ ସମୟ ପାର୍ ହେଲାଣି ହେଲେ ପୁଅ ଏଯାଏ ଆସିନି। କାଳେ ସାହି ଆଡ଼େ ଚାଲିଯାଇଥିବ ଭାବି ପୁଅକୁ ଖୋଜିବାକୁ ବାହାରି ପଡ଼ିଲେ ଅଙ୍ଗଦ। ଗାଁ, ଗଣ୍ଡା […]
ଭୁବନେଶ୍ୱର: ୧୯୯୭ ବ୍ୟାଚ୍ ଆଇପିଏସ୍ ତଥା ଆଇଜି ପାହ୍ୟାର ଅଫିସର ଡିଏସ୍ କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ପଦୋନ୍ନତି ମିଳିଛି। ଶ୍ରୀ କୁଟ୍ଟେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ କୁଟ୍ଟେଙ୍କ ପଦୋନ୍ନତି ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଫିସରଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦିଲ୍ଲୀପ କୁମାର ମହାନ୍ତି(ଅବସରପ୍ରାପ୍ତ) ଏବେ ସ୍ୱତନ୍ତ୍ର ସଚିବ ପାହ୍ୟାରେ କାର୍ଯ୍ୟରତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ […]
ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ରାସ୍ତାରେ ୩ ଜଣ ଯୁବକ ମୃତଙ୍କ ମୃତ୍ୟୁ ଘଟିଛି। ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଲଘୁଚାପ ଯୋଗୁ ଆଜି ସମଗ୍ର ରାଜ୍ୟରେ ବର୍ଷା ହେଉଛି। ଦିନ ତମାମ ବର୍ଷା ଲାଗି ରହିଛି। ତେବେ ଏହି ବର୍ଷାରେ ଭିଜି ଭିଜି ସନ୍ଧ୍ୟା ବେଳେ ୩ ଜଣ ଯୁବକ ଏକ ବାଇକରେ କଟକରୁ ସାଲେପୁର […]
ଭୁବନେଶ୍ୱର: ସ୍କୁଲ୍ ଓ ଆହାର କେନ୍ଦ୍ରକୁ ଯାଉଛନ୍ତି ମନ୍ତ୍ରୀ ଏବଂ ଅଫିସର୍। ମଧ୍ୟାହ୍ନ ଭୋଜନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଆକ୍ସନ। ତେବେ କାହିଁକି ମୁଖ୍ୟମନ୍ତ୍ରୀ ହଠାତ୍ ଏଭଳି ନିର୍ଦ୍ଦେଶ ଦେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ଲୋକଦେଖାଣିଆ କହି ସମାଲୋଚନା କରିଛନ୍ତି ବିରୋଧୀ। ଯାହାର ଜବାବ ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ଯୋଜନାର ସୁଫଳ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏପଟେ କିନ୍ତୁ ପିଲାଙ୍କୁ […]
ଭୁବନେଶ୍ୱର: ଓଡ଼ିଶାର ଶିଳ୍ପସଂସ୍ଥାରେ ସୃଷ୍ଟି ହେଉଥିବା ହିଂସା ଦେଶରେ ଅନ୍ୟରାଜ୍ୟର ଶିଳ୍ପ ହିଂସାଠାରୁ ସର୍ବାଧିକ। ଅନ୍ୟ ରାଜ୍ୟରେ ଶିଳ୍ପ କାରଖାନାରେ ହିଂସା ସର୍ବାଧିକ ୨୦ରେ ସୀମିତ ଥିବା ବେଳେ ଓଡ଼ିଶାରେ ୮୧ଟି ଘଟଣା ଘଟିଛି। କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟ (NCRB)ରେ ଏପରି ତଥ୍ୟ ମିଳିଛି। ଗୋଟିଏ ପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍ଇନ୍ ଓଡ଼ିଶାର ନାରା ଦେଇ ଶିଳ୍ପ ଉପଯୋଗୀ ବାତାବରଣର ଦ୍ୱାହି ଦେଉଥିବା ବେଳେ ଏ ତଥ୍ୟ ବାସ୍ତବ ସ୍ଥିତିକୁ ଦର୍ଶାଉଛି। ଏନ୍ସିଆର୍ବିର […]
ଭୁବନେଶ୍ୱର: ଆସନ୍ତା ରବିବାର ୨୭ ତାରିଖ ଦୀପାବଳି ପଡ଼ୁଛି। ଏଥିପାଇଁ ରାଜ୍ୟବାସୀଙ୍କୁ ଆଗୁଆ ଶୁଭକାମନା ଜଣାଇଛି ଓଡ଼ିଶା ପୁଲିସ। ତା ସହିତ ଦ୍ୱୈତ୍ୟ ନଗରୀ ଭୁବନେଶ୍ୱର-କଟକ ପାଇଁ ବାଣଫୁଟା ସଂକ୍ରାନ୍ତୀୟ ସତର୍କ ପରାମର୍ଶ ମଧ୍ୟ ଜାରି କରିଛି। ଆସନ୍ତୁ ଏହି ନିୟମାବଳିଗୁଡ଼ିକୁ ଜାଣିବା। ୧. ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସନ୍ଧ୍ୟା ୮ଟାରୁ ରାତି ୧୦ ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ। ୨.କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ପାଖରୁ ବାଣ କିଣନ୍ତୁ। ୩. ପିଲାମାନଙ୍କୁ ଏକୁଟିଆ ବାଣ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରୋଡ୍ ରୋମିଓଙ୍କ ରାଜ୍। ରାତି ଅଧରେ ସୁଟିଂ ସାରି ଫେରୁଥିବା ବେଳେ ଅଭିନେତା ଓ ଅଭିନେତ୍ରୀଙ୍କୁ ହଇରାଣ ହରକତ କରିଥିଲେ ରୋଡ ରୋମିଓ। ତେବେ ପୁଲିସର ପାଟ୍ରୋଲିଂ ଗାଡ଼ି ଆସିବାରୁ ଅଭିଯୁକ୍ତ ରୋଡ୍ ରୋମିଓମାନେ ପଳାଇ ଯାଇଥିଲେ। ଗତକାଲି ରାତିରେ ମେଲୋଡ଼ି କାର୍ଯ୍ୟକ୍ରମ ସାରି କେତେକ କଳାକାର ଗାଡ଼ିରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଏନ୍ଏଚ୍ର ଖଣ୍ଡଗିରି ଛକ ପରେ କେତେକ ରୋଡ୍ ରୋମିଓ ବାଇକ୍ରେ ଆସି ଅଭିନେତା ଓ ଅଭିନେତ୍ରୀଙ୍କ ଗୁଡ଼ିକୁ […]
ଭୁବନେଶ୍ୱର: ସେପ୍ଟେମ୍ବର ମାସର ହାରାହାରି 4G ଡାଉନ୍ଲୋଡ୍ ସ୍ପିଡ୍ ଚାର୍ଟରେ ଶୀର୍ଷ ସ୍ଥାନରେ ରହିଛି ରିଲାଏନ୍ସ ଜିଓ। ଟ୍ରାଇ ପକ୍ଷରୁ ପ୍ରକାଶିତ 4G ସ୍ପିଡ୍ ଚାର୍ଟରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ସେପ୍ଟେମ୍ବର ମାସରେ ଜିଓ ୨୧.୦ ଏମ୍ବିପିଏସ୍ ହାରାହାରି ଡାଉନ୍ଲୋଡ୍ ସ୍ପିଡ୍ ହାସଲ କରିଛି। ଏହା ଏୟାର୍ଟେଲ୍ଠାରୁ ଦୁଇଗୁଣା ଅଧିକ। ସେହିଭଳି ଭୋଡ଼ାଫୋନ୍ ଓ ଆଇଡିଆଠାରୁ ଏହାର ସ୍ପିଡ୍ ୩ଗୁଣା ଅଧିକ। ୨୦୧୮ରେ ଜିଓ ହାରାହାରି ଡାଉନ୍ଲୋଡ୍ ସ୍ପିଡ୍ରେ ଶୀର୍ଷ ସ୍ଥାନରେ ରହିଥିଲା। ଆଉ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ‘ୱେଲମାର୍କ ଲୋ’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଗଞ୍ଜାମ, ପୁରୀ, ଗଜପତି ଜିଲ୍ଲାରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବାଲେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଛି। ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ […]
ଭୁବନେଶ୍ୱର: ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଠୋର ହେବା ପ୍ରସଙ୍ଗରେ ହାଇକୋର୍ଟ ବାର୍ ସଭାପତି ଗୋପାଳକୃଷ୍ଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି “ଆମେ କୋର୍ଟ କାର୍ଯ୍ୟ ଅଚଳ କରିନାହୁଁ। ଭୁଲ ତଥ୍ୟକୁ ଆଧାର କରି ସୁପ୍ରିମକୋର୍ଟ ତାଙ୍କ ଅବଜର୍ଭେସନ ଦେଇଛନ୍ତି। ତେବେ ଆମେ ଏଥିରେ ଭୟଭୀତ ନୁହେଁ। ହାଇକୋର୍ଟ ଭୁଲକୁ କେବେ ପ୍ରଶ୍ରୟ ଦେବେନି ବୋଲି ଆମେ ଆଶା ରଖିଛୁ।” ଆଜି ଆକ୍ସନ କମିଟି ବୈଠକରେ ଏହା ଉପରେ ଆଲୋଚନା କରାଯିବ। ହାଇକୋର୍ଟରେ ଦୀର୍ଘ ୧୫ […]
ରାୟଗଡ଼ା: କମ୍ପ୍ୟୁଟର ଚିହ୍ନିପାରିଲେନି ସପ୍ତମ ଶ୍ରେଣୀ ପିଲା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କମ୍ପ୍ୟୁଟର ବାବଦରେ ମନ୍ତ୍ରୀ ପଚାରିବାରୁ ଏହାର ଉତ୍ତର ଦେଇପାରି ନଥିଲେ ପିଲା। ଏମିତି ଏକ ଚିତ୍ର ରାୟଗଡ଼ାରୁ ଆସିଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଦିନିକିଆ ରାୟଗଡା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଆଜି ସକାଳେ ସେ ରାୟଗଡା ନିକଟସ୍ଥ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେଠାରେ ଛାତ୍ରଛାତ୍ରୀ ମାନଙ୍କ […]
ଭୁବନେଶ୍ୱର: ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ପୁଲିସ ଓ ସରକାରଙ୍କୁ ସିଧା ଟାର୍ଗେଟ କରିଛି ବିଜେପି। ମୃତ ସ୍ମିତାରାଣୀଙ୍କର କେବଳ ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ହୋଇଛି, କିନ୍ତୁ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ପୁଲିସ କିଛି ତଦନ୍ତ କରିନି ବୋଲି ବିଜେପି ଅଭିଯୋଗ କରିଛି। ସ୍ମିତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଉପରେ ବୃତ୍ତିଗତ ଚାପ ଥିଲା। PMAY, ଭତ୍ତା ଆଦିକୁ ନେଇ ସ୍ମିତାରାଣୀଙ୍କ ଉପରେ ଚାପ ରହିଥିଲା ବୋଲି ଗତକାଲି […]
ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଣି ହାଣ୍ଡିରେ ବୁଡ଼ି ଏକ ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ପ୍ରିନ୍ସ ସାହୁ। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ଗାଁର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ ଘରେ ଖେଳୁଥିବା ବେଳେ ପରିବାରର ଅନ୍ୟମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଖେଳୁ ଖେଳୁ କେତେବେଳେ ସିଏ ଘରେ ଧାନ […]
ଝାରସୁଗୁଡ଼ା: କୁନି ପିଲା, ହେଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ଆଖିରେ ପଟି ବାନ୍ଧି କମ୍ୟୁଟରରେ A ରୁ Z ପର୍ଯ୍ୟନ୍ତ ମାତ୍ର ୩.୫୪ ସେକେଣ୍ଡ ରେ ଟାଇପ କରି ଇଣ୍ଡିଆ ବୁକ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି କୁନି ଝିଅ ଦୀପ୍ତି ଶର୍ମା। ତୃତୀୟ ଶ୍ରେଣୀରେ ପାଠ ପଢୁ ଏହି କୁନି ଝିଅଙ୍କ ଘର ରାଜସ୍ଥାନରେ। କିନ୍ତୁ ରହୁଛନ୍ତି ଝାରସୁଗୁଡ଼ା ସହରରେ। ସେଠାରେ ମାଇଁ କିଡ୍ସି ସ୍କୁଲରେ ପଢ଼ୁଛନ୍ତି। ପଟି ବନ୍ଧା ଆଖିରେ ତାଙ୍କ ଟାଇପ୍ ସ୍ପିଡ୍ […]
ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ପଧାନୀ ପଞ୍ଚାୟତ ଶଇଲ ସ୍ଥିତ କୋଚିଲା ନଦୀବନ୍ଧର ଡାହାଣ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଛି। ନଦୀବନ୍ଧରେ ପ୍ରାୟ ୨୦୦ ମିଟର ଯାଏ ଏହି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ହଠାତ୍ ନଦୀବନ୍ଧ ମଝିରେ ଫାଟ ଦେଖିବାକୁ ମିଳିଥିଲା। ନଦୀବନ୍ଧରେ ଏପରି ବାରମ୍ୱାର ଫାଟ ହେଉଥିବା ନଦୀ ପାଖାପାଖି ବସବାସ କରୁଥିବା ଲୋକେ କହିଛନ୍ତି। ଏଥିସହ ନିମ୍ନମାନର କାମ ପାଇଁ ଫାଟ ସୃଷ୍ଟି ହେଉଥିବା ସ୍ଥାନୀୟ […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ପର୍ଯ୍ୟନ୍ତ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି।
ଗଞ୍ଜାମ: ଝିଅ ସରକାରୀ ଚାକିରୀ ନ ଛାଡ଼ିବାରୁ ବାପାମାଆଙ୍କୁ ଗାଁରେ ବାସନ୍ଦ କରାଯାଇଛି। ନିଆଁ ପାଣି ବନ୍ଦ ସହିତ ଗାଁ ରାସ୍ତାରେ ଯିବାକୁ ମଧ୍ୟ ବାରଣ କରାଯାଇଛି। ଏମିତି ଏକ ଘଟଣା ଘଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି କାଟୁ ବଡ଼ଖଣ୍ଡିରେ। ଏହି ଗାଁର ମଧ୍ୟ ବୟସ୍କ ଦଂପତି ଏବେ ନ୍ୟାୟ ପାଇଁ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ପୁଲିସକୁ ଅନୁରୋଧ କରିଛନ୍ତି। ତାଙ୍କ ଝିଅକୁ ଚାକିରୀ ଛାଡ଼ିବା ଲାଗି ଗାଁର କିଛି ଲୋକ […]
ଭୁବନେଶ୍ୱର: ଓଡ଼ିଶା ବଜାରରେ ମିଳୁଥିବା କ୍ଷୀର ଭିତରୁ ୫୫ ପ୍ରତିଶତ କ୍ଷୀର ନିମ୍ନମାନର। ଖାଲି ଏତିକି ନୁହେଁ ରାଜ୍ୟରେ ଉପଲବ୍ଧ କ୍ଷୀର ଭିତରୁ ୯ ପ୍ରତିଶତ କ୍ଷୀର ଖାଇବା ଅନୁପଯୋଗୀ। କାରଣ ଏଥିରେ କର୍କଟ ରୋଗ ସୃଷ୍ଟିକାରୀ କାରକ ରହୁଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଅର୍ଥାତ ୯ ପ୍ରତିଶତ କ୍ଷୀରରେ ଆଫ୍ଲାଟୋକ୍ସିନ ଏମ୍ ଓ୍ୱାନ୍ ରହିଛି। ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ଦ୍ୱାରା ଧାର୍ଯ୍ୟ ପରିମାଣଠାରୁ ଅଧିକ ପରିମାଣର ଆଫ୍ଲାଟୋକିସନ ଏମ୍ ଓ୍ୱାନ ରହୁଥିବାରୁ ଏହା […]
ସୋର (ଶଶିକାନ୍ତ ବେହେରା): ଯାତ୍ରା ଦେଖି ଫେରୁଥିଲେ ଦୁଇ ସାଙ୍ଗ। କିନ୍ତୁ ରାତିର ସେଇ ରଙ୍ଗୀନ ଆସର ଭିତର ହଜିଗଲା ପରେ ସକାଳେ ଯେ ମୃତ୍ୟୁ ଅପେକ୍ଷା କରିଛି ଏକଥା କାହାକୁ ବା ଜଣାଥିଲା। ସେଇ ରାତି ଥିଲା ଜୀବନର ଶେଷ ଅଭିନୟ କରିବା ଅଭିନୟ ଦେଖିବା। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗାଁ ମାର୍କୋଣା ଗାଁ ରାସ୍ତାରେ ଘଟିଛି ଏଭଳି ଦୁଃଖଦ ଘଟଣା। ଯାତ୍ରା ଦେଖି ସକାଳେ ଦୁଇ ସାଙ୍ଗ ବାଇକ୍ରେ ଫେରୁଥିବା ବେଳେ […]
ପୁରୀ: କିଛି ଦିନ ବନ୍ଦ ରହିବା ପରେ ଆଜିଠାରୁ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ପାଚେରୀ ପାଖ ଅଞ୍ଚଳରେ ଉଚ୍ଛେଦ ହେବ ନାହିଁ। ପୁରୀ ପୌରପାଳିକାର ପୁରୁଣା ମାର୍କେଟ କଂପ୍ଲେକ୍ସ ଉଚ୍ଛେଦ କରାଯାଉଛି। ମାର୍କେଟ ଛକରେ ଥିବା ଶହେ ବର୍ଷର ପୁରୁଣା କଂପ୍ଲେକ୍ସକୁ ଭଙ୍ଗାଯିବା ଆରମ୍ଭ ହୋଇଛି। ମୋଚିସାହି ମହୋଦଧି ମାର୍କେଟ କଂପ୍ଲେକ୍ସ ଭାଙ୍ଗିବା ଲାଗି ସେପ୍ଟେମ୍ବର ୨୪ରେ ୨୩୦ ଦୋକାନୀଙ୍କୁ ନୋଟିସ ଦିଆଯିବା ସହ ଅକ୍ଟୋବର ୧୪ ସୁଦ୍ଧା ଦୋକାନ […]
ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘୁମୁଡ଼ା ଗାଁରେ ଗତକାଲି ଜଣେ ମହିଳାଙ୍କ ଘର ଭିତରୁ ଏକ ବାକ୍ସରୁ ୪ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର ହେବା ଘଟଣା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିଶୁ ଦେହରେ କାମୁଡ଼ା ଦାଗ ଥିବାରୁ ସମ୍ପୃକ୍ତ ମହିଳାଙ୍କୁ ଗାଁ ଲୋକେ ଡାଆଣୀ ସନ୍ଦେହ କରୁଛନ୍ତି। ଏପରିକି ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୁରକ୍ଷା ଦୃଷ୍ଟିରୁ ଗତକାଲି […]
ନୂଆଦିଲ୍ଲୀ: CII ଇଷ୍ଟର ଚେୟାରପର୍ସନ ତଥା ଓଟିଭି ନେଟୱାର୍କର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ଆଉଟ୍ ଲୁକ୍ ସ୍ପିକଆଉଟ୍ ଆଓ୍ୱାର୍ଡ-୨୦୧୯ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆଉଟଲୁକ୍ ପତ୍ରିକା ପକ୍ଷରୁ ଆୟୋଜିତ ସର୍ବଭାରତ ସ୍ତରୀୟ କାର୍ଯ୍ୟକ୍ରମରେ ବିଶିଷ୍ଟ ମହିଳା ଉଦ୍ୟୋଗପତି ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଆଉଟଲୁକ୍ ସ୍ପିକ୍ ଆଉଟ ଥିମ୍ ରହିଛି ‘ଓମେନ୍ସ ଭିଜନ୍ସ ୨୦୨୦’। ସମାଜରେ ମହିଳାମାନଙ୍କ ଜୀବନ ପ୍ରତି ଆସୁଥିବା ବିଭିନ୍ନ ପ୍ରତିବନ୍ଧକ ସମ୍ପର୍କରେ ଦେଶରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ […]