• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sudfA
ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀର ହିସାବ ଦେଇପାରିଲେନି ସରକାର

ଭୁବନେଶ୍ୱର: ବିଧାନସଭାରେ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳ ନେଇ ସରକାରଙ୍କୁ ଘେରିଛନ୍ତି ଉଭୟ ଶାସକ ଓ ବିରୋଧୀ। ରାଜ୍ୟରେ କେଉଁ ବିଭାଗ ଅଧିନରେ କେତେ ବାତ୍ୟା ଆଶ୍ରୟ ସ୍ଥଳ ରହିଛି ସେନେଇ ସରକାର ଗୃହରେ ସ୍ପଷ୍ଟ କରିପାରିନଥିଲେ। ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚିବା ପାଇଁ ରାସ୍ତା ନଥିବା କଥା ଉଠାଇ ବିଧାୟକମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।  ଏପରିକି କିଛି ବାତ୍ୟା ଆଶ୍ରୟ ସ୍ଥଳ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ବୋଲି ଗୃହର କଥା ଉଠିଥିଲା। ଏହାର […]

  • Friday, 23 July 2021
ratsra
ବାପା ଶ୍ରୀଲଙ୍କାରୁ ଫେରିବା ପରେ ପୁଅ ନଥିଲା; ଦୀର୍ଘ ୫ ବର୍ଷ ପରେ....

ମାଲକାନଗିରି: ପୁଅ ବିଦେଶରେ ଆଉ ବାପା ଓଡ଼ିଶାର ମାଲକାନଗିରିରେ। କିନ୍ତୁ ବିଗତ ୫ ବର୍ଷ ହେବ ବାପାର ଠିକଣା ପାଇପାରୁନଥିଲା ପୁଅ। ବିଭିନ୍ନ ଆଡୁ ପ୍ରୟାସ କରି ଶେଷରେ ନିଜ ଜନ୍ମଦାତା ବାପା ସହ ଭିଡିଓ କଲ୍ ଯୋଗେ କଥା ହେବାରେ ସଫଳ ହେବା ସହ ବାପାର ଭଲ ମନ୍ଦ ପଚାରୀ ବୁଝିଛି ପୁଅ। ଏଥିପାଇଁ ଓଡ଼ିଶା ରେଡକ୍ରସ ସଂସ୍ଥାକୁ ଧନ୍ୟବାଦ ଦେଇଛନ୍ତି ନେଦରଲାଣ୍ଡସରେ ରହୁଥିବା ତାଙ୍କ ପୁଅ ସନ ସିଗିଆନ। ତେବେ କେମିତି ଅଲଗା ହୋଇଗଲା […]

  • Friday, 23 July 2021
school
ମାର୍ଚ୍ଚ ୨୦୨୦ ସୁଦ୍ଧା ରାଜ୍ୟରେ ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଗଭର୍ଣ୍ଣିଂ ବଡିର ହୋଇଛି ବୈଠକ। ମାର୍ଚ୍ଚ ୨୦୨୦ ସୁଦ୍ଧା ରାଜ୍ୟରେ ଆହୁରି ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ସମେତ ୩୬ଟି ବ୍ଲକରେ ଖୋଲାଯିବ ଆଦର୍ଶ ବିଦ୍ୟାଳୟ। ଏହାସହ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଯୋଜନା ରହିଛି। ଏହି ସବୁ ସ୍କୁଲରେ ଆସନ୍ତା ବର୍ଷ ମାର୍ଚ୍ଚରୁ ପାଠପଢ଼ା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ବର୍ତ୍ତମାନ […]

  • Friday, 23 July 2021
rahas
ସ୍ମିତାରାଣୀ ମୃତ୍ୟୁ ଘଟଣା: ଆର୍‌ଆଇଙ୍କ ଚାକିରି ଗଲା

ଯାଜପୁର: ଦାୟିତ୍ୱରେ ଅବହେଳା ଅଭିଯୋଗରେ ଆରୁହାଁ ଆରଆଇ ନିଲମ୍ବିତ। ଆରୁହାଁ ଆରଆଇ କ୍ଷୀରାବ୍ଧି ତନୟା ପଣ୍ଡାଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ୍ ଅଗ୍ରୱାଲଙ୍କୁ ସୋ-କଜ୍ ନୋଟିସ୍। ତେବେ କେଉଁ ଦାୟିତ୍ୱରେ ଅବହେଳା ନେଇ ସସ୍ପେଣ୍ଡ, ସ୍ପଷ୍ଟ ହୋଇନି। ସୂଚନାଯୋଗ୍ୟ ଆରୁହାଁ ରାଜସ୍ୱ ସର୍କଲ ଅଧୀନରେ ରହିଛି ହରିଦାସପୁର। ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଚର୍ଚ୍ଚାରେ ରହିଛି ହରିଦାସପୁର। ସେହିପରି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି। କାରଣ […]

  • Friday, 23 July 2021
onions
ପିଆଜ ଏବେ ୮୦ଟଙ୍କା; ୧୦୦ ହେବ ବୋଲି କହୁଛନ୍ତି ବ୍ୟବସାୟୀ

ଭୁବନେଶ୍ୱର: ଆଳୁ ଯାହା ଯେମିତି କିଣୁଛନ୍ତି ଲୋକେ। ହେଲେ ପିଆଜକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି। କାରଣ ପିଆଜ ଦର ଯେମିତି ବେଲଗାମ୍ ହୋଇ ଦୌଡୁଛି, ଆଉ ସାଧାରଣ ଲୋକଙ୍କ କିଣିବା କବ୍ଜାରେ ନାହିଁ। ଆଶା କରାଯାଉଥିଲା, ଧର୍ମ ମାସ କାର୍ତ୍ତିକ ପରେ ରେଟ୍ କମିଯିବ। ହେଲେ ସ୍ଥିତି ଓଲଟା ହୋଇଛି। ଗାଁ ଗହଳି କଥା ଛାଡନ୍ତୁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ କେତେକ ସ୍ଥାନରେ ପିଆଜ କିଲୋ ୮୦ ଛୁଇଁଲାଣି। ବିକିଲା ବେଳେ ବେପାରୀ ଆହୁରି ଛାନିଆ […]

  • Friday, 23 July 2021
dana-majhi-1
ଦାନ ମାଝୀଙ୍କ ସ୍ଥିତି ତ ସୁଧୁରିଗଲା କିନ୍ତୁ ଗାଁ ଯେମିତିକୁ ସେମିତି ରହିଲା

ଭବାନୀପାଟଣା(ରାଜକୁମାର ସିଂଦେଓ): ୨୦୧୬ ଅଗଷ୍ଟରେ ପତ୍ନୀଙ୍କ ଶବକୁ ୧୨ କିଲୋମିଟର ବାଟ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିବା ଦାନ ମାଝୀ ଏବେ କେମିତି ଅଛନ୍ତି ? କେମିତି ଅଛନ୍ତି ତାଙ୍କ ପରିବାର, କେମିତି ଅଛି ତାଙ୍କ ଗାଁ ? ତିନିବର୍ଷ ତଳେ ନେତାମନ୍ତ୍ରୀ କରିଥିବା ପ୍ରତିଶ୍ରୁତିର ବର୍ଷା, କେତେ ସୁଜଳା ସୁଫଳା କରିଛି ପାହାଡ଼ି ଇଲାକାକୁ ? ଜାଣିବା ପାଇଁ ଆମେ ପହଞ୍ଚିଥିଲୁ, ଦାନମାଝୀଙ୍କ ଗାଁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍। […]

  • Friday, 23 July 2021
anu
କାହିଁକି ରାତିଅଧିଆ ବିଦା ହେଲେ ଡିଜିପି ବି.କେ. ଶର୍ମା?

ଭୁବନେଶ୍ୱର: ରାତି ଅଧିଆ ପୁଲିସ୍ ଡିଜି ବି.କେ. ଶର୍ମାଙ୍କୁ ବିଦା କରିବା ନେଇ ଉଠିଛି ନାନା ପ୍ରଶ୍ନ। ଅଧଘଣ୍ଟା ଭିତରେ ପ୍ରଥମେ ବି.କେ. ଶର୍ମାଙ୍କ ବିରୋଧରେ ଫାୟାର ସର୍ଭିସ୍ ସାର୍ଟିଫିକେଟ୍ ପ୍ରଦାନରେ ଅନିୟମିତତା ଅଭିଯୋଗ। ଆଉ ତା’ ପରେ ତୁରନ୍ତ ପଦରୁ ଅପସାରଣ। ଏଭଳି ଘଟଣା ଓଡ଼ିଶା ପୋଲିସ୍‌ରେ ଏକ ବିରଳ ନଜିର ସୃଷ୍ଟି କରିଛି। ତେବେ କେବଳ ଏହି ଅନିୟମିତତା ଅଭିଯୋଗ ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି ତାକୁ ନେଇ ପାଓ୍ୱାର […]

  • Friday, 23 July 2021
DAHANA
ଚାଷୀ ଆନ୍ଦୋଳନ ତେଜିବା ଦେଖି ମଝିରାସ୍ତା ବାଛିଲେ ସରକାର

ଭୁବନେଶ୍ୱର: ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଚାଷୀ ଆନ୍ଦୋଳନ ତେଜୁଥିବା ଦେଖି ମଝିରାସ୍ତା ବାଛିଛନ୍ତି ସରକାର। କେବଳ ସେତିକି ନୁହେଁ, ସରକାରଙ୍କ ମୌଖିକ ପ୍ରତିଶ୍ରୁତି ମିଳିବା ପରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି। ସେପଟେ ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଦାବି ନେଇ ବିଧାନସଭାରେ ଆଜି ବି ହଙ୍ଗାମା ହୋଇଛି। ତେବେ  ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁରର ବରେଇପାଲି, ବରଗଡ଼ର ଗୋଡ଼ଭଗା ସବୁଆଡ଼େ ଆନ୍ଦୋଳନ କରିଥିଲେ ଚାଷୀ। ଗୋଡ଼ଭଗାରେ ରାସ୍ତା ଉପରେ ଧାନବସ୍ତା ଗଦେଇ ଧାରଣା ଦେଇଥିଲେ। ବରେଇପାରିଲେ […]

  • Friday, 23 July 2021
dead
ଭଉଣୀ ଆତ୍ମହତ୍ୟାପରେ ଧରମ ଭାଇ ବି ଜୀବନ ହାରିଲେ

ଜଗତସିଂହପୁର(ଶଶାଙ୍କ ପଣ୍ଡା): ଭଉଣୀ ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ଧରମ ଭାଇ ରଶି ଲଗାଇ ଝୁଲିପଡ଼ିଲେ। ଆଜି ଦିନ ଦି’ପହରରେ ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣା ଗାଁରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବାଲିପାଟଣା ଗାଁର ଅକ୍ଷୟ ସାମଲ ପେଶାରେ ଜଣେ ରାଜମିସ୍ତ୍ରୀ। ଆଜି ଦି’ପ୍ରହରରେ ତାଙ୍କ ସ୍ତ୍ରୀ କବିତା ସାମଲ୍‌ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖି ଅକ୍ଷୟ ତାଙ୍କୁ ସଙ୍ଗେ ସଙ୍ଗେ […]

  • Friday, 23 July 2021
vcx-1-750x430
ବୋହୂକୁ ପିଟୁଥିବା ଦେଖି ଗାଁ ଲୋକେ ତାତିଲେ, ତା ପରେ...

ଯାଜପୁର(ଅଭୟ ପତି): ଘରେ ପୁଅ ନଥିବା ବେଳେ ବୋହୂକ ନୃଶଂସା ମାଡ଼। ଶାଶୂ, ଶ୍ୱଶୁର ଓ ଦିଅର ମିଶି ମରଣାନ୍ତକ ମାଡ଼ ମାରୁଥିଲେ। ଏକଥା ଦେଖି ଗାଁ ଲୋକ କିନ୍ତୁ ସମ୍ଭାଳି ପାରିଲେନି। ତା’ପରେ ଜଣକ ପରେ ଜଣେ ଗାଁ ଲୋକ ଦୌଡ଼ି ଆସିଲେ ସେହି ସ୍ଥାନକୁ। ତା ପରେ ଆଉ ସମ୍ଭାଳେ କିଏ ? ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗ୍ରାମରେ। ବୋହୂକୁ ଶଶୁର ଘର ଲୋକ ଏପରି ନିର୍ଯାତନା […]

  • Friday, 23 July 2021
AVYA
ପୁଲିସ୍‌ ଡିଜିଙ୍କ ହଠାତ୍‌ ବଦଳି; ବି.କେ ଶର୍ମାଙ୍କ ସ୍ଥାନରେ ଅଭୟଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ବଦଳିଲେ ପୋଲିସ ଡିଜି ବି.କେ ଶର୍ମା। ଆଜି ଅଚାନକ ଭାବେ ପୋଲିସ ଡିଜି ବି.କେ ଶର୍ମାଙ୍କୁ ଦାୟିତ୍ୱରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ନୂଆ ପୋଲିସ ଡିଜି ହେଲେ ଅଭୟ। ମଧ୍ୟବର୍ତ୍ତୀ କାଳୀନ ଡିଜି ଦାୟିତ୍ୱରେ ରହିବେ ସତ୍ୟଜିତ ମହାନ୍ତି। ସତ୍ୟଜିତଙ୍କୁ ତୁରନ୍ତ ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୁନୀଲ ରାୟ ହେଲେ ଅଗ୍ନିଶମ ବିଭାଗ ଡିଜି। ବି. କେ ଶର୍ମାଙ୍କୁ ଗୃହ ବିଭାଗର OSD ଦାୟିତ୍ୱ ଦିଆଯାଇଛି। ଅଗ୍ନିଶମ ବିଭାଗ ଡିଜି ଥିଲା […]

  • Friday, 23 July 2021
ff
ବାଲିଷ୍ଟିକ୍‌ ମିସାଇଲ୍‌ ପୃଥ୍ୱୀ-୨ର ପରୀକ୍ଷଣ ସଫଳ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ପ୍ରଥମଥର ପାଇଁ ଏକାସାଙ୍ଗରେ ଦୁଇଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ୍‌ ପୃଥ୍ୱୀ-୨ର ବ୍ୟବହାରୀକ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଟରୁ ଭୂପୃଷ୍ଟକୁ ନିକ୍ଷେପ କରାଯାଇପାରୁ ଥିବା ଏହି କ୍ଷେପଣାସ୍ତ୍ର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ୱର ପ୍ୟାଡ୍‌ରୁ ସନ୍ଧ୍ୟା ସାଢ଼େ ୭ଟାରେ ପରୀକ୍ଷଣ କରାଯାଇଥିଲା। ଭାରତୀୟ ଷ୍ଟ୍ରାଟେଜିକ୍‌ କମାଣ୍ଡ ଫୋର୍ସ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନମାନେ ଏହାକୁ ପରୀକ୍ଷା କରିଥିଲେ। ପୃଥ୍ୱୀ-୨ ମିସାଇଲ୍‌ର ବ୍ୟାସ ୮.୫୬ ମିଟର ଲମ୍ୱ, ୧.୧୦ […]

  • Friday, 23 July 2021
rto
ଡିସେମ୍ବର ୧ରୁ ପୁଣି ଟ୍ରାଫିକ୍‌ ନିୟମ କଡ଼ାକଡ଼ି; ଏପଟେ ଅଫିସ୍‌ ଧାଇଁ ଧାଇଁ ନିରାଶ ଲୋକେ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ନୂଆ ମୋଟର ଯାନ ଆଇନ । ଏଥିପାଇଁ ସରି ସରି ଆସୁଛି ସରକାର ଦେଇଥିବା ୩ ମାସର ମହଲତ। ହେଲେ ଏପଟେ ରାଜ୍ୟର ସବୁ ଆଞ୍ଚଳିକ ପରିବନହନ କାର୍ଯ୍ୟାଳୟ ଆଗରେ ଏଯାଏଁ ଲୋକଙ୍କ ଭିଡ଼ କମୁନଥିବାରୁ ସବୁ ଲୋକ ଯେ ଗାଡ଼ି କାଗଜପତ୍ର ଠିକ୍ କରି ନାହାନ୍ତି ତାହା ସ୍ପଷ୍ଟ ବୁଝା ପଡୁଛି। ଏପରି ସ୍ଥଳେ ହାତରେ ଆଉ ମାତ୍ର ୧୦ ଦିନ ବାକି ଥିବାରୁ ପୁଣି […]

  • Friday, 23 July 2021
d
ସୁନା କିଣୁଥିଲେ ସାବଧାନ !

ଭୁବନେଶ୍ୱର: ସୁନା କିଣିବା ବେଳେ ଆପଣ ଗହଣା ଦୋକାନୀର ଓଜନ ଯନ୍ତ୍ରକୁ ଆଖିବୁଜି ବିଶ୍ୱାସ କରିଯାଆନ୍ତି କି? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ । କାରଣ ରାଜ୍ୟରେ ଗ୍ରାହକଙ୍କୁ ଠକିଚାଲିଛନ୍ତି ସୁନା ଦୋକାନୀ । ମାପ ଏବଂ ଓଜନରେ ହେଉଛି ବ୍ୟାପକ ଠକେଇ।  ଆଜି ବିଧାନସଭାରେ ଏନେଇ ଖାଉଟି କଲ୍ୟାଣ ମନ୍ତ୍ରୀ ତଥ୍ୟ ରଖିଛନ୍ତି। ଏଥିପାଇଁ ଚଢ଼ାଉ କରି ୨୦୧୮ରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ୪୦ରୁ ଅଧିକ ସୁନା ଦୋକାନକୁ ଜରିମାନା କରାଯାଇଛି। ସୁନା ଗହଣା […]

  • Friday, 23 July 2021
ମ
ମୁଖ୍ୟମନ୍ତ୍ରୀଙ୍କ କଥା ମାନୁନାହାନ୍ତି ମନ୍ତ୍ରୀ; ରାଗିଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ଚାଲିଥିବାବେଳେ ଗୃହରେ ବହୁସଂଖ୍ୟକ ବିଜେଡି ବିଧାୟକ ଓ ମନ୍ତ୍ରୀ ଅନୁପସ୍ଥିତ ରହୁଛନ୍ତି। ଏପରିକି ଦୀର୍ଘ ଦୁଇଦଶନ୍ଧି ମଧ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ପ୍ରଥମଥର ପାଇଁ ଗୃହରେ ଉପସ୍ଥିତ ରହିବା ପାଇଁ ଦେଇଥିବା ଲିଖିତ ନିର୍ଦ୍ଦେଶକୁ ମଧ୍ୟ ଦଳୀୟ ବିଧାୟକମାନେ ବେଖାତିର କରିବାକୁ ପଛାଇ ନାହାନ୍ତି। ଯେଉଁଥିପାଇଁ ଗତକାଲି ଓ ଆଜି ଗୃହରେ ଶାସକ ଦଳ ସଭ୍ୟ, ଏପରିକି ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ […]

  • Friday, 23 July 2021
ff
ମହାପ୍ରଭୁଙ୍କ ମାମୁ କିଏ?

ପୁରୀ: କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ମାମୁ କିଏ? ପ୍ରଥମାଷ୍ଟମୀରେ ଉଠିଛି ଏଭଳି ଅଜଣା ପ୍ରଶ୍ନ। ତେବେ ନିଆଳିର ମାଧବାନନ୍ଦ ଜୀଉଙ୍କୁ ମହାପ୍ରଭୁଙ୍କ ମାମୁ ବୋଲି ଦର୍ଶାଇ ସେଠୁ ଆସିଥିବା ଭାରକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ବିବାଦ ତେଜିଛି। ଏମିତିକି ମାଧବାନନ୍ଦଜୀଉ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ପ୍ରାଚୀ ଓ ମଙ୍ଗଳା ପୁରାଣର ଉଦାହରଣ ଦିଆଯାଇଥିବା ବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ କିନ୍ତୁ ଏସଂପର୍କିତ କୌଣସି ଠୋସ୍ […]

  • Friday, 23 July 2021
kk-750x420
ଅଶୋକର ଶୈତାନୀ ଷଡ଼ଯନ୍ତ୍ର ; ୪୦ ଦିନ ଧରି ମାଆ,ଝିଅଙ୍କୁ ଘରେ ରଖି...

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଖବର ଶିରୋନାମାରେ ଖବରଦାତା। କୌଣସି ଭଲ ଖବର ପାଇଁ ନୁହେଁ, ବରଂ ଜଣେ ମାଆ ଓ ବିବାହିତା ଝିଅଙ୍କୁ ୪୦ ଦିନ ନିଜ ଘରେ ବନ୍ଦୀ ରଖି ନିର୍ଯାତନା ଦେଉଥିବା ଭଳି ଅଭିଯୋଗ ପାଇଁ ଆଜି ଚର୍ଚ୍ଚାରେ ଅଛନ୍ତି ଖବରଦାତା ଅଶୋକ ମାହାନ୍ତି। ଏଭଳି ସଙ୍ଗୀନ ଅଭିଯୋଗ ସିଲ୍‌ଭରସିଟି ରାଉରକେଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଖବରଦାତା ଅଶୋକ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ […]

  • Friday, 23 July 2021
pidi
ନବବଧୂଙ୍କୁ ଘରେ ନିସ୍ତୁକ ପିଟିଲେ, ପରେ ଚୁଟି ଧରି ଘୋଷାରି ରାସ୍ତାରେ ଫିଙ୍ଗିଦେଲେ

ବାଙ୍କୀ(ସଞ୍ଜୀପ ନାୟକ):  ନବବଧୂଙ୍କୁ ଘରେ ନିସ୍ତୁକ ପିଟିଲେ। ଆଉ ତା’ପରେ ଚୁଟି ଧରି ଘୂଷାରି ଘୂଷାରି ଆଣି ରାସ୍ତାରେ ଫିଙ୍ଗିଲେ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଚକାପଦା ଗାଁରେ। ଯୌତୁକ ପାଇଁ ଏମିତି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ବର୍ଷେ ତଳେ ସୁଚିତ୍ରା ସାହୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ପ୍ରମୋଦ ସାହୁ। ବିବାହ ସମୟରେ ଦାବି ମୁତାବକ ଯୌତକ ଦିଆଯାଇଥିଲା। ପରେ ସେମାନଙ୍କ ସାଂସାରିକ ରଥ ଠିକ୍‌ଠାକ୍‌ ଚାଲିଥିଲା। […]

  • Friday, 23 July 2021
artport
ଜାଗା ମିଳୁନି କେମିତି ହେବ ଭୁବନେଶ୍ୱର ବିମାନବନ୍ଦର ?

ଭୁବନେଶ୍ୱର: ଉପଯୁକ୍ତମାତ୍ରାରେ ସ୍ଥାନର ଅଭାବ ଯୋଗୁ ଭୁବନେଶ୍ୱର ବିମାନବନ୍ଦରର ସଂପ୍ରସାରଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ତିନିଟି ସ୍ଥାନ ବଛାଯାଇଥିଲେ ମଧ୍ୟ ତାହା ପର୍ଯ୍ୟପ୍ତ ନୁହେଁ। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ। ତେଣୁ ଏଥିପାଇଁ ଚତୁର୍ଥ ସ୍ଥାନ ସ୍ଥିର କରାଯାଉଛି ବୋଲି ଶ୍ରୀ ପୁରୀ କହିଛନ୍ତି। ସାଧାରଣତଃ ଗୋଟିଏ ବିମାନ ବନ୍ଦରର ୧୫୦ କିଲୋମିଟର ପରିଧି ମଧ୍ୟରେ ନୂଆ ଗ୍ରୀନ୍‌ […]

  • Friday, 23 July 2021
JH
ଶ୍ରୀଜଗନ୍ନାଥଙ୍କ ମାମୁଘର ନୁହେଁ ମାଧବାନନ୍ଦ ମନ୍ଦିର: ଜିତେନ୍ଦ୍ର ସାହୁ

ପୁରୀ: ଶ୍ରୀମନ୍ଦିର ସହ ନିଆଳି ମାଧବାନନ୍ଦ ମନ୍ଦିର ସହ କୌଣସି ସମ୍ପର୍କ ଥିବା ତଥ୍ୟ, ପ୍ରମାଣ ନାହିଁ। ଶ୍ରଦ୍ଧାଳୁ ଭଳି ଦାନ କରିଛନ୍ତି ଯାହାକୁ ଗ୍ରହଣ କରାଯାଇଛି। ଆଜି ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ। ନିଆଳି ମାଧବାନନ୍ଦ ଶ୍ରୀଜିଉଙ୍କ ମାମୁ ବୋଲି ଚର୍ଚ୍ଚା ହେବା ପରେ ଏହାକୁ ନେଇ ସ୍ପଷ୍ଟୀକରଣ ରଖାଯାଇଛି। ମାମୁ ବୋଲି କୌଣସି ଠୋସ୍ ତଥ୍ୟ ନାହିଁ। କିଛି ବର୍ଷ ପୂର୍ବରୁ ମନ୍ଦିରକୁ ଭାର ଆସୁଥିବା ଦାବି ହୋଇଥିଲା। […]

  • Friday, 23 July 2021
raja-swain
ଚାଷୀଙ୍କ ନା ମନ୍ତ୍ରୀଙ୍କ ହଁ

ଭୁବନେଶ୍ୱର: ଚାଷୀଙ୍କଠୁ ଧାନ କିଣିବା ପାଇଁ ପ୍ରଚଳିତ ଟୋକନ ବ୍ୟବସ୍ଥା ଅଛି ଏବଂ ଆଗକୁ ମଧ୍ୟ ରହିବ। ଏହା ଏକ ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ତେଣୁ ଚାଷୀ ସହଯୋଗ କରନ୍ତୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସ୍ୱଚ୍ଛ ଓ ନିର୍ମଳ ଭାବେ ଧାନ କିଣା ହେବାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଚାଷୀମାନେ ଧାନର ଉଚିତ୍ ମୂଲ୍ୟ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। କୌଣସି ଜାଗାରେ ଅସୁବିଧା ଥିଲେ ଚାଷୀ […]

  • Friday, 23 July 2021
jkk
ମୋବାଇଲ୍‌ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର

ଖଲ୍ଲିକୋଟ : ମୋବାଇଲ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ନାଇକାଣିପାଲ୍ଲୀ ଗାଁରେ ଘଟିଛି ଏହି ଅଘଟଣ।  ଆଜି ଗାଁର ବସନ୍ତ ସ୍ୱାଇଁଙ୍କ ଦୁଇ ପୁଅ ମୋବାଇଲ ବ୍ୟାଟେରୀ ନେଇ ଘରେ ଖେଳୁଥିବା ବେଳେ ହଠାତ୍ ଏହା ଫାଟି ଯାଇଥିଲା। ଫଳରେ ଦୁଇ ଭାଇଙ୍କ ହାତ, ଗୋଡ ସହ ଶରୀରର ବିଭିନ୍ନ ଅଂଶରେ ଗୁରୁତର ଆଘାତ ଲାଗିଥିଲା। ପରିବାର ଲୋକେ ପ୍ରଥମେ ଦୁଇ ଭାଇଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି […]

  • Friday, 23 July 2021
god-750x426
ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ; ଗବେଷକ କହିଲେ...

ଉମରକୋଟ: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ। ଏହି ଲୋକକଥା ଆଜି ସତ ହେଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ନାଙ୍ଗରାଡଙ୍ଗରୀ ଗାଁରେ ଘଟିଛି ଏଭଳି ଘଟଣା। ଗାଁ ଲୋକଙ୍କ କହିବାନୁଯାୟୀ, ଗାଁର ଦଶମୁ ଭତ୍ରା କନ୍ଦା ଖୋଳୁ ଖୋଳୁ ଶିବ ଲିଙ୍ଗ ଦେଖିବାକୁ ପାଇଥିଲେ। ଏନେଇ ସେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ସମସ୍ତେ ମିଶି ଖୋଳିବା ପରେ ଶିବଲିଙ୍ଗ ବାହାରିଥିଲା। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉକ୍ତ ସ୍ଥାନରେ ପୂଜାର୍ଚ୍ଚନା […]

  • Friday, 23 July 2021
ff
5Tରେ ସାମିଲ୍‌ ହେବ ଅଗ୍ନିଶମ ବିଭାଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ କାର୍ଯ୍ୟକ୍ରମରେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ସାମିଲ ହୋଇଛି। ଆସନ୍ତା ଏପ୍ରିଲ ପହିଲାରୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ଅନଲାଇନରେ ସମ୍ପାଦନ ହେବ । ବିଭିନ୍ନ ବାସଗୃହ ଓ କୋଠା ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ହାସଲ ନିମନ୍ତେ ଆଉ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ […]

  • Friday, 23 July 2021
vbh
ବିଜେଡିକୁ କାହିଁକି ପ୍ରଶଂସା କଲେ ମୋଦି?

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପରେ ଓଡ଼ିଶା ବିଧାନସଭାରେ ତାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହାକୁ ନେଇ ବିଜେପିକୁ ଛିଗୁଲାଇ ଥିଲେ। କହିଥିଲେ, ପ୍ରଧାନମନ୍ତ୍ରୀ ବିଜେଡିକୁ ପ୍ରଂଶସା କଲେ, କିନ୍ତୁ ଏଠି ବାଚସ୍ପତି, ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେଲେନି। ଗତକାଲି ଗୃହ ଚଳାଇ ଦେବୁନି ବୋଲି କହୁଥିଲେ, ଆଜି କିନ୍ତୁ ସୁନାପିଲା ହୋଇ ବସିଛନ୍ତି। ଗୃହ ବାହାରେ ଉଭୟ ବିଜେପି […]

  • Friday, 23 July 2021