ଭୁବନେଶ୍ୱର: ନିୟମିତ କଲେଜ୍ ଆସୁନଥିବା ଅମାନିଆ ପିଲା ଏଥର କଲେଜ୍ ଆସିବାକୁ ବାଧ୍ୟ। କାରଣ ଏଥର କଲେଜ୍ର ଅବଶ୍ୟକୀୟ ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେ ନାହିଁ ପିଲା। ଏବେ କଡ଼ାକଡ଼ି ପାଳନ ହେବ ଏହି ନିୟମ। ୭୫ ପ୍ରତିଶତ ଉପସ୍ଥାନ ନଥିଲେ କଲେଜ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। ଜୁଲାଇ ୫ତାରିଖରେ ଏଭଳି ନିର୍ଦ୍ଦେଶନାମା ଜାରି କରିଥିଲେ ସରକାର। ତେବେ ଗତକାଲି ପୁଣିଥରେ ନିର୍ଦ୍ଦେଶନାମା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ଏହି ୭୫% […]
ଭୁବନେଶ୍ୱର: ରାତି ପାହିଲେ ବିଶ୍ୱ ପାଳିତ ହେବ ଏଡ୍ସ ଦିବସ। ଚାଲିବ ଶୋଭାଯାତ୍ରା, ଦିଆଯିବ ନିରାକରଣ ପାଇଁ ଆହ୍ୱାନ୍। ଓଡ଼ିଶା ବି ଏହି କାର୍ଯ୍ୟକ୍ରମରୁ ବାଦ୍ ପଡ଼ିନି। ଏବର୍ଷର ଥିମ୍ ରହିଛି କମ୍ୟୁନିଟି ମେକ୍ସ ଡିଫରେନ୍ସ (COMMUNITIES MAKE DIFFERENCE)। ତେବେ ପ୍ରତିବର୍ଷ ଏଡ୍ସ ବିରୋଧରେ ଯୁଦ୍ଧ ଡାକରା ଦିଆଯାଏ। ରୋଗକୁ ଘୃଣା କର ରୋଗିକୁ ନୁହଁ ଭଳ ମହତ୍ୱ କଥା ଶୁଣିବାକୁ ମିଳେ। କିନ୍ତୁ ଦୁଃଖର କଥା ଯେ ଏଡ୍ସ ସଂକ୍ରମିତ ବ୍ୟକ୍ତିଟିଏ ଆଜିବି ଜୀବନ […]
ଭୁବନେଶ୍ୱର: ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ କାଲିଠୁ ଆଉ ନିସ୍ତାର ନାହିଁ। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍ନେସ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ିଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ ନିୟମ କଡ଼ା କଡ଼ି ଭାବେ ଲାଗୁ ହେବ। ଏଥିପାଇଁ ପରିବହନ ବିଭାଗ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛି। ସବୁଠାରୁ ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ୱରରେ ପୁଲିସ୍ ଉଲ୍ଲଂଘନକାରୀଙ୍କ ସହିତ ଝଗଡ଼ା କରିବ ନାହିଁ। ନିୟମ ନ ମାନି ଖସିଗଲେ ଧରିନେବ ସିସିଟିଭି। ଆଉ ସେହି […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫୋକସ୍ରେ ପୁଞ୍ଜିନବେଶ ଓ ନିଯୁକ୍ତି। ଏଥିପାଇଁ ଆଓଜି ଭୁବନେଶ୍ୱର ଖାରବେଳ ଭବନରୁ ଭିଡିଓ କନ୍ଫରନେସିଂ ମାଧ୍ୟମରେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପକୁ ଉଦ୍ଘଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସବୁ ପ୍ରକଳ୍ପରେ ୮ ହଜାର ୯୩୮ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ଥିବା ବେଳେ ୧୨ ହଜାର ନିଯୁକ୍ତି ସୁଯୋଗ ରହିଛି। କେମିକାଲ୍ ଫର୍ଟିଲାଇଜର୍, ପେଟ୍ରୋକେମିକାଲ୍, ଫୁଡ୍ ପ୍ରେସେସିଂ ଭଳି ୧୦ଟି କ୍ଷେତ୍ରରେ ପୁଞ୍ଜି ନିବେଶ ସରକାରଙ୍କର ଫୋକ୍ସ୍ରେ ସହିଛି।। […]
ଭୁବନେଶ୍ୱର: ଓଡ଼ିଶାର ପ୍ରଖ୍ୟାତ ତବଲା ବାଦକ ରାଧାକାନ୍ତ ନନ୍ଦ। ତାଙ୍କ ତବଲାର ତାଳରେ ଝୁମୁଥିଲେ ଦର୍ଶକ। ତବଲା ଉପରେ ତାଙ୍କର ଅଦ୍ଭୁତ ଅଙ୍ଗୁଳି ଚାଳନା ଯିଏ ଦେଖୁଥିଲା, ପ୍ରଶଂସାରେ ଶତମୁଖ ହେଉଥିଲା। ଓଡ଼ିଶାର ବଡ଼ ବଡ଼ କଣ୍ଠ ଶିଳ୍ପୀ ତାଙ୍କ ତବଲା ତାଳରେ ଛନ୍ଦୁଥିଲେ ନିଜ ସ୍ୱରର ରାଗିଣୀ। ତାଙ୍କ ତବଲା ତାଳ ବିନା ଯେମିତି ଭଜନ ଅଧୁରା ଲାଗୁଥିଲା। ଆଉ ଆଜି ଶତକୁ ଶତକୁ ସେ ସଙ୍ଗୀତ ଜଗତକୁ ଅଧୁରା କରି ସବୁଦିନ ପାଇଁ ଆରପାରିକୁ […]
କଳାହାଣ୍ଡି: ପାଳ ଗଦାରେ ଖେଳିବା ବେଳେ ଜଳିଗଲେ ତିନି କୁନି ଝିଅ। ଏପରି କିଛି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଳା ମହିମା ପଞ୍ଚାୟତର ବିଜମରା ଗାଁରେ। ଗାଁର ପାଳ ଗଦାରେ ଖେଳୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଗାଁର ହେମାରୀ ଦିଶାରୀଙ୍କ ଦୁଇ ଯାଆଁଳା ଭଉଣୀ ଓ ଅନ୍ୟ ଜଣେ ସଂପର୍କୀୟ ଭଉଣୀ ପୋଡ଼ି ହୋଇଯାଇଛନ୍ତି। ତିନି ଜଣଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋକସରା ଓ ପରେ […]
ଭୁବନେଶ୍ୱର: ଆସନ୍ତାବର୍ଷ ନଭେମ୍ବର ୩୦ ତାରିଖରୁ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ହେବ ଏହା ଡିସେମ୍ବର ୪ ଯାଏ ଚାଲିବ। ଏଥିପାଇଁ ଆଜିଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆଜି ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପର ଉଦ୍ଘଟନ କରିଛନ୍ତି। ଏହି ୨୭ଟିପ୍ରକଳ୍ପ ପାଇଁ ମୋଟ ୮ ହଜାର ୯୩୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବାକୁ ଥିବାବେଳେ ମୋଟ୍ ୧୨ ହଜାର ୧୪୨ […]
ଭୁବନେଶ୍ୱର: ସରକାରୀ ଖର୍ଚ୍ଚରେ ମହିଳାଙ୍କୁ ହାଇଦ୍ରାବାଦ୍ ନେଇଥିବା ଅଭିଯୋଗକୁ ନେଇ ବଢୁଛି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଡୁଆ। ଏନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିଥିବା ବେଳେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରମାଣ ସତ୍ତ୍ୱେ ସରକାର ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୃହରେ ଏହି ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦିଆନଯାଇ ଅଧିବେଶନକୁ ଅଧାରୁ ବନ୍ଦ କରି ଦିଆଯାଇଥିବା […]
ଭୁବନେଶ୍ୱର: ସାଢ଼େ ୫ ବର୍ଷରେ ପ୍ରାୟ ୫ ହଜାର ଶିଶୁଙ୍କ ମୃତ୍ୟୁ ହୋଇଛି। ଏ ହେଉଛି ମାଲ୍କାନଗିରି ଜିଲ୍ଲାର ଦୟନୀୟ ସ୍ଥିତି। ଆରଟିଆଇରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ଯୋଜନା ପରେ ଯୋଜନା ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଶିଶୁମୃତ୍ୟୁ ହାରର ଏଭଳି ଉଦ୍ବେଗଜନକ ଚିତ୍ର ସରକାରୀ ବ୍ୟବସ୍ଥାର ପାରିବାପଣିଆକୁ ନେଇ ଠିଆ କରିଛି ବଡ଼ ପ୍ରଶ୍ନ। ୧୫ ଦିନ ତଳେ ନିଜ ଦୁଇ ମାସର ଝିଅକୁ ହରାଇଛନ୍ତି ମାଲ୍କାନ୍ଗିରି ପୋଟ୍ରେଲ […]
ପୁରୀ : ଦୂରଦୂରାନ୍ତରୁ ଆସୁଥିବା ଗରିବ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସାହା ଭରସା ଥିଲା ପୁରୀ ବଡ଼ ଦାଣ୍ଡର “ବଗଲା ଧର୍ମଶାଳା”। ହେଲେ ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ସେହି ଯାଗାରେ ପ୍ରସାଦ ଯୋଜନାରେ ୨୧ କୋଟି ଟଙ୍କା ବ୍ୟୟରେ ନୂଆ ଧର୍ମଶାଳା ପାଇଁ କାମ ଆରମ୍ଭ ହୋଇଥିଲା। ହେଲେ ଏବେ କିନ୍ତୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ତୀର୍ଥଯାତ୍ରୀଙ୍କ ରହଣୀସ୍ଥଳ ପରିବର୍ତ୍ତେ ‘ବଗଲା ଧର୍ମଶାଳା’ ଜମିକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ […]
ଭୁବନେଶ୍ୱର: ଘଣ୍ଟାଏ ପାଇଁ ଭଦ୍ରକ ଜିଲ୍ଲାବାସୀଙ୍କୁ ମେଡିକାଲ୍ କଲେଜ୍ର ସ୍ୱପ୍ନ ଦେଖାଇଲେ ସରକାର। କହିଲେ ଭଦ୍ରକରେ ୬ ମହଲା ବିଶିଷ୍ଠ ବଡ଼ ମେଡିକାଲ୍ କଲେଜ୍ ହେବ। ୨୦୨୦ ସୁଦ୍ଧା କାମ ଆରମ୍ଭ ହେବ। ଏହି ଖବର ଶୁଣିବା ପରେ ଭଦ୍ରକବାସୀ ଖୁସିରେ କୁଣ୍ଢେମୋଟ୍। କିନ୍ତୁ ଆଉ ଘଣ୍ଟାକ ପରେ ହଠାତ୍ ସରକାର କହିଲେ ନା ଏମିତି କୌଣସି ନିଷ୍ପତ୍ତି ହେଇନି। ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା। ଏଥିରେ […]
ଭୁବନେଶ୍ୱର: କମିଲା ଏସି ‘ମୋ ବସ୍’ ଭଡ଼ା। କ୍ୟାପିଟାଲ୍ ରିଜନ ଅରବାନ ଟ୍ରାନ୍ସପୋର୍ଟ ତରଫରୁ ଆଗାମୀ ଦୁଇମାସ ପାଇଁ ଭଡ଼ା ହ୍ରାସ କରାଯାଇଛି। ଶୀତତାପ ନିୟନ୍ତ୍ରିତ ଭଡ଼ାକୁ ୩୮ ପ୍ରତିଶତ କମାଯାଇଛି। ଏହାସହ ଯାତ୍ରୀଙ୍କ ମାସିକ ପାସ୍ର ଦର ମଧ୍ୟ କମାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୁଟ୍ର ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଏସି ବସ୍ରେ ପ୍ରଥମ ଦୁଇ କିଲୋମିଟର ପିଛା ଯାତ୍ରୀଙ୍କୁ ୮ଟଙ୍କା ଦେବାକୁ ପଡୁଥିଲା। ବର୍ତ୍ତମାନ ତାହା କମି ୫ଟଙ୍କାକୁ […]
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଲିଙ୍ଗରାଜ ମାର୍କେଟ କଂପ୍ଲେକ୍ସ ଭଙ୍ଗା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବିଏମ୍ସିର ଭଙ୍ଗା ଏହି ଅଭିଯାନକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ମାର୍କେଟ କଂପ୍ଲେକ୍ସଟି ପୁରୁଣା ହୋଇଯାଇଥିବାରୁ ମହାନଗର ନିଗମ ପକ୍ଷରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଏହାକୁ ଭାଙ୍ଗିବା ପାଇଁ ନୋଟିସ୍ ମଧ୍ୟ ଦିଆଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁସାରେ ମହାନଗର ନିଗମ ଓ ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ କର୍ମଚାରୀମାନେ ପୁଲିସ ଉପସ୍ଥିତିରେ ୪ଟି ଜେସିବି ଲଗାଇ ଏହି ମାର୍କେଟ୍ କଂପ୍ଲେକ୍ସ […]
ଆଠଗଡ଼ (ନୀଳକଣ୍ଠ ଦୋରା): ଯାତ୍ରା ସାରି ଫେରୁଥିବା ବେଳେ ଏକ ଯାତ୍ରାପାର୍ଟି ଟ୍ରକ୍ ଓଲଟି ପଡ଼ିଛି। ଫଳରେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପ୍ରଥମେ ସମସ୍ତଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେତେକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ୬୫ ନମ୍ୱର ପୁରୁଣା କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟୀ ପୋଖରୀ ନିକଟରେ ଆଜି ଏଭଳି ଦୁର୍ଘଟଣା ଘଟିଛି। […]
ଭୁବନେଶ୍ୱର: କୁପୋଷଣ ଦୂର କରିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅବହେଳା ଓ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ରାଜ୍ୟରେ କୁପୋଷଣ ଦୂର କରିବାରେ ସମସ୍ୟା ଉପୁଜିଛି। ଫଳରେ ରାଜ୍ୟ ସରକାର ୨୦୨୨ର ନ୍ୟାସନାଲ୍ ନ୍ୟୁଟ୍ରିସନ ମିଶନ ଟାର୍ଗେଟ ପୂରା କରିବା ଉପରେ ସନ୍ଦେହ ଉପୁଜିଛି। ରାଜ୍ୟର ୧୦.୭ ଲକ୍ଷ ଶିଶୁ ଅର୍ଦ୍ଧବିକଶିତ ହୋଇ ରହିଛନ୍ତି। ସେହିପରି ୫.୧୩ ଲକ୍ଷ ଶିଶୁ ଦୁର୍ବଳ ସ୍ୱାସ୍ଥ୍ୟର ବୋଲି ସିଏନ୍ଏନ୍ଏସ୍ (କମ୍ପ୍ରେହେନ୍ସିଭ୍ ନ୍ୟାସ୍ନାଲ୍ ନ୍ୟୁଟ୍ରିସନ୍ ସର୍ବେ ) ସର୍ଭେରୁ […]
ସୁନ୍ଦରଗଡ଼: ସରକାରୀ କଳରେ ଉପରୁ ତଳ ଯାଏ ଲମ୍ବିଛି କି ଦୁର୍ନୀତିର ଚେର? ବଡ଼ବଡ଼ୁଆଙ୍କ କଥା ଛାଡ଼ନ୍ତୁ, ସାମାନ୍ୟ ରୋଷେୟା ଚାକିରି ପାଇଁ ଜଣେ ପିଇଟି ୬୦ ହଜାର ଟଙ୍କା ଲାଞ୍ଚ ମାଗିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଭଳି ସଂଗୀନ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ପିଇଟି ମାଷ୍ଟର ଅମର ଆନନ୍ଦ ପଟ୍ଟନାୟକଙ୍କ ନାଁରେ। ଅଭିଯୋଗ ଅନୁସାରେ, ଆଦିବାସୀ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ଆବାସିକ ଆଦର୍ଶ ବିଦ୍ୟାଳୟରେ ପୂର୍ବରୁ […]
ଗଞ୍ଜାମ: ଦୁଇ ହାତରେ ୧୨ ଆଙ୍ଗୁଳି ଏବଂ ଦୁଇ ପାଦରେ ୧୯ ଆଙ୍ଗୁଳି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଦୂରାରୋଗ୍ୟରେ ଶିକାର ହୋଇ ଏବେ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି ଜଣେ ୭୫ ବର୍ଷୀୟ କୁମାରୀ ନାଇକ। ଘଟଣା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କଳମ୍ବ ଗ୍ରାମ ପଞ୍ଚାୟତ କାଦପଡ଼ା ଗ୍ରାମରେ। ଏହି ଗାଁର ହରିଜନ ସାହିର ୭୫ ବର୍ଷୀୟ ବୟସ୍କା କୁମାରୀ ନାଇକ ହାତରେ ୧୨ଟି ଓ ହାତରେ ରହିଛି ୧୯ଟି ଆଙ୍ଗୁଳି ରହିଛି। ଏହି […]
ନବରଙ୍ଗପୁର: ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଣ୍ଟନକୁ ନେଇ ବିଦ୍ୟାଳୟ ସାଜିଲା ରଣକ୍ଷେତ୍ର। ଶିକ୍ଷକ ଓ ଶିକ୍ଷୟିତ୍ରୀ ଏମିତି ଯୁଦ୍ଧ ଲାଗିଲେ ଯେ କୁନି ପିଲାମଆନେ ଡରିକି ଏକାଥରେ ଛାନିଆ। ସ୍କୁଲ୍ ଛାଡ଼ି ଏକମୁହାଁ ହୋଇ ଘରକୁ ଧାଇଁଲେ ପିଲା। ତେବେ ଏହି ଗଣ୍ଡଗୋଳର ଦୁଇ ଜଣଯାକ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଉମରକୋଟ ଭାମିନି ପଞ୍ଚାୟତ ମିରିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଗତକାଲି ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଣ୍ଟନ […]
ଭୁବନେସ୍ୱର: ରାଜ୍ୟର ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ ଖୋର୍ଦ୍ଧା ଜିଲ୍ଲାରେ ନିୟମ ମାନୁନାହାନ୍ତି ସରକାରୀ ବାବୁ। କିଏ କେତେବେଳେ ଅଫିସରେ ପହଞ୍ଚୁଛି ତାର ହିସାବ ନାହିଁ ଦିନ ୧୦ଟାରୁ ୧୨ଟା ମଧ୍ୟରେ ବିଭିନ୍ନ ଅଫିସ ବୁଲି ରିୟଲିଟି ଚେକ୍ କରିଥିଲା ଓଟିଭି ଟିମ୍। ହେଲେ କେଉଁଠି ଅଫିସ ଖୋଲା, ଚେୟାର ଖାଁ ଖାଁ, ତ ଆଉ କେଉଁଠି ବିଳମ୍ବରେ ପହଞ୍ଚୁଥିଲେ ସରକାରୀ ବାବୁ। ରାଜ୍ୟରେ ଆରମ୍ଭ ହୋଇଛି ମୋ ସରକାର ଯୋଜନା। ତାସହ ଲାଗୁ ହୋଇଛି 5-T। […]
ଭୁବନେଶ୍ୱର: ସରକାରୀ ଖର୍ଚ୍ଚରେ ନିଜ ଅତିଥିଙ୍କୁ ହାଇଦ୍ରାବାଦ୍ ନେଉଛନ୍ତି ମନ୍ତ୍ରୀ। ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଗତ ୧୦ ତାରିଖରେ ହାଇଦ୍ରାବାଦ୍ରେ ରୋଡ୍ ଶୋ’ର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ତେବେ ତାଙ୍କ ସହ ଦୁଇ ଜଣ ମହିଳାଙ୍କ ଲାଗି ସରକାରୀ ଖର୍ଚ୍ଚରେ ବିମାନ ଟିକଟ ଓ ହୋଟେଲ୍ ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ଅଫିସରୁ ପର୍ଯ୍ୟଟନ ବିଭାଗକୁ ଚିଠି ଯାଇଥିଲା। ସରକାର ଖର୍ଚ୍ଚରେ ମନ୍ତ୍ରୀ […]
ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା ରାତି ତମାମ ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଧାରଣାରେ ବସିଛନ୍ତି ଶତାଧିକ ବିଏଡ୍ ଓ ଏମ୍.ଏଡ ଛାତ୍ରଛାତ୍ରୀ। ଶିକ୍ଷକ ପ୍ରବେଶିକା ପରୀକ୍ଷା ବା ଓଟିଇଟି ପରୀକ୍ଷା ପାଇଁ ସରକାର ସେମାନଙ୍କୁ ଅନୁମତି ନଦେବା ପ୍ରତିବାଦରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ଗତ ୫ ତାରିଖରେ ଏହି ଛାତ୍ରଛାତ୍ରୀମାନେ ପଦଯାତ୍ରା କରିବା ପରେ ପୁଲିସ ବାଟ ଓଗାଳିଥିଲା। ସେତେବେଳେ ଜିଲ୍ଲାପାଳ ୩ ଦିନ ସମୟ ମାଗିଥିଲେ, କିନ୍ତୁ ପ୍ରତିଶ୍ରୁତି ପାଳନ କରିନଥିବାରୁ ଶେଷରେ […]
ଭୁବନେଶ୍ୱର: ଜଗତସିଂହପୁର ନାଉଗାଁ ଯୁବତୀ ଆତ୍ମହତ୍ୟା ଘଟଣାରେ ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଲଜ୍ଜାରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ ବୋଲି ସେ କହିଛନ୍ତି। ୭ ତାରିଖ ସକାଳେ ଯୁବତୀଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ପୀଡ଼ିତାଙ୍କ ମାଙ୍କ ଏତଲା ଆଧାରରେ ଥାନାରେ ମାମଲା ହୋଇଛି। ଏକତରଫା ପ୍ରେମ ଯୋଗୁ ଜଣେ ଯୁବକ ଆପତ୍ତିଜନକ ଫଟୋ ଲଗାଇଥିଲେ। ଫଟୋ ଲଗାଇବା ଯୋଗୁ ଯୁବତୀ ଜଣକ ଲଜ୍ଜାରେ ଆତ୍ମହତ୍ୟା କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି […]
ଭୁବନେଶ୍ୱର: ବୁଲ୍ବୁଲ୍ ବାତ୍ୟା ବେଳେ ଇଲେକ୍ଟ୍ରିକ୍ ଖୁଣ୍ଟ ପଡ଼ି ଗୁରୁତର ଆହତ ହୋଇଥିବା NDRF ଇନ୍ସପେକ୍ଟର୍ ମନୋରଞ୍ଜନ ପ୍ରସାଦଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍କୁ ନିଆଯାଇଛି। ତାଙ୍କୁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯାଇଛି। ବୁଲ୍ବୁଲ୍ ବାତ୍ୟା ମୁକାବାଲି ଲାଗି ଭଦ୍ରକ ଯାଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ମନୋରଞ୍ଜନ। ବାତ୍ୟାରେ ଭଦ୍ରକ ନାୟକଣିଡିହ ପୁଲିସ ଷ୍ଟେସନ୍ରେ ଗଛଗୁଡ଼ିକ ଭାଙ୍ଗି ପଡ଼ିଥିଲା। ଏନ୍ଡିଆରଏଫ୍ ଟିମ୍ ଗଛଗୁଡ଼ିକ କାଟି ସଫା କରୁଥିବା ବେଳେ ହଠାତ୍ ମନୋରଞ୍ଜନଙ୍କ ମୁଣ୍ଡ […]
ଭୁବନେଶ୍ୱର: ଆଇଆଇଟି ଭିଲାଇର ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସୁଧନ୍ୱା ପାତ୍ର ଚଳିତ ବର୍ଷର ସମ୍ମାନଜନକ ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ପାଇବେ। ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ବିଶେଷ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ରାଜ୍ୟ ସରକାରଙ୍କ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ପାଇଁ ଯୁବ ବୈଜ୍ଞାନିକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଦଶ […]