କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଗୋବିନ୍ଦପୁର ଗ୍ରାମରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ ପରିବାରର ୧୫ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଜଣଙ୍କ ଗୁହାଳ ଘରେ ଦିଆ ଯାଇଥିବା ଧୂଆଁରୁ ନିଆଁ ଲାଗି ଚାରିଆଡ଼େ ବ୍ୟାପୀ ଯାଇଥିଲା। ଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ମହାକାଳପଡ଼ା, ମାର୍ଶାଘାଇ ଓ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଏତେ […]
ବଲାଙ୍ଗିର: କୋଇଲା ବୋଝେଇ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଟ୍ରେନ୍ ୨୧ଟି ବଗିରେ ନିଆଁ ଲାଗିଯାଇଛି। ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ଘଟିଥିଲା ଏହି ଅଗ୍ନିକାଣ୍ଡ। ଗତକାଲି ରାତି ୧୦ଟା ବେଳେ ଟ୍ରେନଟି ବଲାଙ୍ଗିର ମୁରିବାହାଲ ରେଲେଓ୍ୱ ଷ୍ଟେସନରେ ପହଚିଂବା ପରେ ବିଭିନ୍ନ ବଗିରୁ ଧୁଆଁ ବାହାରୁଥିବା ଜଣାପଡ଼ିଥିଲା। ପରେ ଟ୍ରେନ୍ କଣ୍ଟାବାଞ୍ଜି ପହଚିଂବା ପରେ ତାକୁ ଅଟକା ଯାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ରେଳ କର୍ତ୍ତୃପକ୍ଷ। ଅଗ୍ନିଶମ କର୍ମଚାରୀ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜାତୀୟ ରାଜପଥ-୫୫ କତଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୪ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଆହତ ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋ ଗାଡ଼ିଟି ଏକଦୁମ ଚେପା ହୋଇଯାଇଛି। ସୁଚନା ଅନୁସାରେ, ଦୁଇଟି ପରିବାରର […]
ଭୁବନେଶ୍ୱର: ରାଜ୍ୟରେ ୪୨୯୧ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବେ ରାଜ୍ୟ ସରକାର। ସଂପୃକ୍ତ ଅଞ୍ଚଳର ପଞ୍ଚାୟତରେ ବ୍ୟାଙ୍କ ଖୋଲାଯିବ। ଏଥିପାଇଁ ରାଜ୍ୟ ସରକାର ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ମାଗଣାରେ ଅଫିସ୍ ଯୋଗାଇ ଦେବେ। ଖୁବ୍ଶୀଘ୍ର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇବା ଦିଆଯିବ। ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ବ୍ୟାଙ୍କ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେହିପରି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ୨ଟି ଏସ୍ବିଆଇର ଶାଖା ଖୋଲିବ। ଯାହାଦ୍ୱାରା ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକ ବ୍ୟାଙ୍କ […]
ଭୁବନେଶ୍ୱର: CBSE ଢାଞ୍ଚାରେ ପ୍ରସ୍ତୁତ ହେଲା ସିଲାବସ୍। ପାଠପଢ଼ା ମଧ୍ୟ ସମାନ ଢାଞ୍ଚାରେ ହେଲା। ଏହା ଭିତରରେ CBSEର ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଲାଗି ତାରିଖ ଘୋଷଣା ସରିଛି। ICSE ବୋର୍ଡର ବି ପରୀକ୍ଷା ତାରିଖ ପ୍ରକାଶ ପାଇସାରିଛି। ମାତ୍ର ପ୍ରତିବର୍ଷ ଭଳି ଏବର୍ଷ ବି ନା ମ୍ୟାଟ୍ରିକ୍ ପରୀକ୍ଷା ନା ଯୁକ୍ତ ଦୁଇ ପରୀକ୍ଷା କାହାରି ବି ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରାଯାଇନାହିଁ। ଯାହାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ। ସାଧାରଣତଃ ପ୍ରତିବର୍ଷ ଫେବୃୟାରୀ […]
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟର ପାଞ୍ଚଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ମଧ୍ୟରେ ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଦାରିଙ୍ଗବାଡି ସର୍ବନିମ୍ନ ୯ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ, ଗଜପତି, କନ୍ଧମାଳ ଓ ଗଂଜାମ ଜିଲ୍ଲାରେ ସାମାନ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜରି ରହିବା ସହ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ […]
ବଲାଙ୍ଗିର: ପୁଇନ୍ତଳା ବ୍ଲକ ଠେଲକୋମୁଣ୍ଡା ସ୍କୁଲରେ ଶିକ୍ଷକଙ୍କ ମଉଜମସ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ। ଏହି ଘଟଣାରେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସ୍କୁଲ ସମୟରେ କିଭଳି ଶିକ୍ଷକ ଓ ଅଧିକାରୀମାନେ ମାଂସ ଭୋଜିରେ ମସ୍ଗୁଲ ଅଛନ୍ତି, ତାର ଏକ ଫଟୋ ଭାଇରାଲ ହୋଇଥିଲା। ଭୋଜିର ସେଲ୍ଫି ଉଠାଇ ନିଜ ଫେସ୍ବୁକରେ ପୋଷ୍ଟ କରିଥିଲେ। ସ୍କୁଲର ଜଣେ ଶିକ୍ଷୟିତ୍ରୀ। ଛୋଟ ଛୋଟ ପିଲାମାନେ ପାଣି ଡାଲି ଓ ଭାତ ଖାଉଥିବା ବେଳେ ଅଫିସ୍ ଭିତରେ […]
ପୁରୀ: ଜୀବନ କଣ ବୁଝିବା ଆଗରୁ ଗ୍ରାସ କରିଛି ଯନ୍ତ୍ରଣା। ମାତ୍ର ୮ ବୟସର ଶିଶୁକୁ ଦୀର୍ଘ ୬ ବର୍ଷ ଧରି ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର। ପୁରୀ ଜିଲ୍ଲା ଗୋପ୍ ବ୍ଲକ କୋଲର ଗାଁର ଏକ ଅଭାବି ପରିବାରରେ ମାନସିକ ରୋଗରେ ପୀଡ଼ିତ ପୁଅର ଚିକିତ୍ସା କରିନପାରି, ଶେଷରେ ଘର ଅଗଣାରେ ବାନ୍ଧି ରଖିବାକୁ ବାଧ୍ୟ ହୋଇଛନ୍ତି ଅଧିକ ଚିକିତ୍ସା ପାଇଁ ମନବଳୁ ଥିଲେ ବି ଉତ୍କଟ ଦାରିଦ୍ର ସେମାନଙ୍କ ଆଗରେ ସୃଷ୍ଟି କରିଛି ପ୍ରତିବନ୍ଧକ। […]
ଭୁବନେଶ୍ୱର: କଲେଜରୁ ବିଶ୍ୱବିଦ୍ୟାଳୟ, ଆଇଟିରୁ କର୍ପୋରେଟ ସେକ୍ଟର। ଏଣିକି ଏସବୁ କ୍ଷେତ୍ରର ମହିଳା ହେବେ ସ୍ପେଶାଲ ପୁଲିସ ଅଫିସର (ଏସ୍ପିଓ)। କର୍ମକ୍ଷେତ୍ର ହେଉ ଅବା କଲେଜ କାମ୍ପସ୍ ବା ରାସ୍ତାକଡ ମହିଳାଙ୍କୁ ଅସଦାଚରଣ କରୁଥିବା ନଜର ଆସିଲେ ପୁଲିସକୁ ଖବର ଦେବେ ଏସ୍ପିଓ। ମହିଳାଙ୍କୁ ନେଇ ଭୁବନେଶ୍ୱର କମିଶନରେଟ ପୁଲିସ ଆରମ୍ଭ କରିବାକୁ ଯାଉଛି ଏସ୍ପିଓ। ଏଥିପାଇଁ ୪୧ଟି ଅନୁଷ୍ଠାନକୁ କମିଶନରେଟ୍ ପୁଲିସ ତରଫରୁ ଚିଠି ଲେଖାଯାଇଛି। ଦୁଇରୁ ଅଧିକ ଅନୁଷ୍ଠାନ ତରଫରୁ ଏଥିପାଇଁ ସହମତି ମିଳିଛି। […]
ଭୁବନେଶ୍ୱର: ନୂଆ ବର୍ଷରେ ରାଜ୍ୟ ବିଜେପିର ହେବେ ନୂଆ ମଙ୍ଗୁଆଳ। ଏଥିପାଇଁ ଚାଲିଛି ଜୋରଦାର କସରତ । ଏଥର ଉପକୂଳ ନା ପଶ୍ଚିମ ଓଡିଶା, ଅବା ଅଭିଜ୍ଞତା କିମ୍ବା ଯୁବ ଚେହେରାଙ୍କୁ ମିଳିପାରେ ଗରୁତ୍ୱ ତାକୁ ନେଇ ବି ଆରମ୍ଭ ହୋଇଛି ଅଙ୍କକଷା । ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଥିବାବେଳେ ବିଧାୟକ ଜୟନାରାୟଣ ମିଶ୍ର ତୀର୍ଯ୍ୟକ୍ ମନ୍ତବ୍ୟ ଦେଇ କହିଛନ୍ତି ତାଙ୍କୁ ବିରୋଧୀଦଳ ନେତା ତ କରାଗଲା ନାହିଁ ସଭାପତି […]
ଭୁବନେଶ୍ୱର: ହୀରାକୁଦ୍ ଡ୍ୟାମ୍ରେ ନିଷିଦ୍ଧାଞ୍ଚଳରେ ମସ୍ତି କରିବା ଓଡ଼ିଆ ହିରୋଇନ୍ଙ୍କୁ ମହଙ୍ଗା ପଡ଼ିଛି। କେବଳ ହିରୋଇନ୍ ନହଁନ୍ତି ସେମାନଙ୍କ ସହିତ ଅଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି। ଯେଉଁ ଅଞ୍ଚଳରେ ଫଟୋ କିମ୍ବା ଭିଡ଼ିଓ ସୁଟ୍ ମନା, ସେହି ଇଲାକାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହାକୁ ନେଇ ବିବାଦ ଉପୁଜିବା ପରେ ସମ୍ବଲପୁର ଏସ୍ପିଙ୍କ ନିର୍ଦ୍ଦେଶରେ ସାଇବର ପୁଲିସ ସହାୟତାରେ ଖୋଳତାଡ଼ ଆରମ୍ଭ ହୋଇଛି। କେବଳ ଏହି ହିରୋଇନମାନେ ନୁହଁନ୍ତି, ସେମାନଙ୍କ […]
ଭୁବନେଶ୍ୱର: ଖୋର୍ଦ୍ଧାର ଜଣାଶୁଣା ଶିଶୁ ଡାକ୍ତର ମାନସ ଦାସଙ୍କୁ ଗୁଳିମାଡ଼ ପଛର କଣ ହୋଇପାରେ କାରଣ ? ରୋଗୀ ସେବାରେ ଲୋକପ୍ରିୟତା, ଜମିଜମା ବିବାଦ, ପାରିବାରିକ ଶତ୍ରୁତା ନା ବ୍ୟକ୍ତିଗତ ଆକ୍ରୋଶରୁ ପ୍ରତିଶୋଧ ? ଘଟଣାର ୨୪ଘଣ୍ଟା ପରେ ବି କୌଣସି ଠୋସ୍ ନିଷ୍କର୍ସରେ ପହଞ୍ଚି ପାରିନି ଖୋର୍ଦ୍ଧା ପୁଲିସ୍। ହେଲେ ଅପରାଧୀଙ୍କ ପାଖରେ ପହଞ୍ଚିବାକୁ କିନ୍ତୁ ତନ୍ନ ତନ୍ନ ଯାଞ୍ଚ କରୁଛି ସିସିଟିଭି। ୪ଟି ଟିମ୍ ଗଠନ କରି ବିଭିନ୍ନ ଦିଗରୁ ତନାଘନା ଚଳାଇଛି। ଗୋଟିଏ […]
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଗୌହାଟୀ, ହାୱାଡ଼ା ଓ ଚେନ୍ନାଇ ରୁଟ୍ରେ ବହୁ ଟ୍ରେନ ବାତିଲ ହୋଇଛି। ଆଜି ୫ଟି ଟ୍ରେନ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ ଆଂଶିକ ଭାବେ ବାତିଲ ହୋଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା– ସିଆଲଦାରୁ ବାହାରୁଥିବା ସିଆଲ୍ଦା-ପୁରୀ ଏକ୍ସପ୍ରେସ୍, ହାଓ୍ୱଡ଼ାରୁ ବାହାରୁଥିବା ହାଓ୍ୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓ୍ୱଡ଼ା-ୟଶଓ୍ୱନ୍ତପୁର ଏକ୍ସପ୍ରେସ୍, ହାଓ୍ୱଡ଼ା-ଚେନ୍ନାଇ […]
ଭୁବନେଶ୍ୱର: ହୀରାକୁଦ ନିଷିଦ୍ଧାଞ୍ଚଳରେ ୩ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍ ଘଟଣାରେ ମୁହଁ ଖୋଲିଛନ୍ତି ଏଲିନା ସମନ୍ତରାୟ ଓ ପ୍ରକୃତି ମିଶ୍ର। ଏଲିନା କହିଛନ୍ତି, “ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି। ମୁଁ ଭିଡିଓ କ୍ୟାପ୍ଚର୍ କରିନି କି ମୋ ସୋଶାଲ୍ ସାଇଟ୍ରେ ତାହା ଅପଲୋଡ୍ ହୋଇନି। ନିଷିଦ୍ଧାଞ୍ଚଳରେ ଭିଡିଓ କରାଯିବା ଭୁଲ୍, କିନ୍ତୁ ମୁଁ ସେ ଭୁଲ୍ କରିନି। କେବଳ ମୋତେ କ୍ୟାପ୍ଚର କରାଯିବା ବେଳେ ମୁଁ ସତର୍କ ନଥିଲି। ଏଣିକି ଯେବେ କେହି ମୋ […]
କଟକ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ଲୋକଙ୍କ ବିଷୟରେ ଜଣାଇବୁ, ଯାହା ଲାଗି ସେବା ସବୁକିଛି। ତାଙ୍କ ପାଇଁ ସେବା ବ୍ରତ, ସେବା ସାଧନା ଆଉ ମାନବ ସେବା ଲାଗି ତାଙ୍କ ଜୀବନ ସବୁବେଳେ ଉତ୍ସର୍ଗୀକୃତ। ସେ ହେଲେ କଟକ ନେତାଜୀନଗର ଅଞ୍ଚଳର ଅଭିମନ୍ୟୁ ଦାସ। ଦୀର୍ଘ ୧୦ ବର୍ଷ ହେବ କଟକର କ୍ୟାନ୍ସର ହସ୍ପିଟାଲ ଆଗରେ ନିରାଶ୍ରୟଙ୍କୁ ସେବା ଯୋଗାଇ ଆସୁଛନ୍ତି ଅଭିମନ୍ୟୁଯ କେବଳ ସେତିକି ନୁହେଁ, କାହାର ପରଲୋକ ହେଲେ ଅନ୍ତିମ ଯାତ୍ରାରେ […]
କନ୍ଧମାଳ: ଫୁଲବାଣୀ ଫେରିଛନ୍ତି ଓଡ଼ିଆ ଝିଅ ଝୁଲିମା ମଲ୍ଲିକ। ସମ୍ମାନଜନକ ‘ଭି’ ଅୱାର୍ଡ ମିଳିବା ପରେ ଏବେ ସେ ବାଲ୍ୟ ବିବାହ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏହାକୁ ରୋକିବା ପାଇଁ କାର୍ଯ୍ୟ କରିବେ ବୋଲି ଝୁଲିମା କହିଛନ୍ତି। ବର୍ତ୍ତମାନ ୧୨ରୁ ଅଧିକ ବାଲ୍ୟ ବିବାହ ସେ ଅଟକାଇ ସାରିଲେଣି। ଆଗାମୀ ଦିନରେ ଏନେଇ କାର୍ଯ୍ୟ ଜାରି ରଖିବେ, କନ୍ଧମାଳର ବିଭିନ୍ନ ଅଞ୍ଚଳ ବୁଲି ଏନେଇ ସଚେତନ କରିବେ ବୋଲି ଝୁଲିମା କହିଛନ୍ତି। କନ୍ଧମାଳର ଝୁଲିମା […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ମିଶିଯିବ ବିଜୁ ପକ୍କାଘର ଯୋଜନା। କାଳିଆ ପରି କେନ୍ଦ୍ର କାନ୍ଧରେ ନାଉ ହେବ ବିଜୁ ପକ୍କାଘର। ନିର୍ବାଚନରେ ନିଜସ୍ୱ ଯୋଜନା ଭାବେ ଭୋଟ୍ ସାଉଁଟିଥିବା ବିଜୁ ପକ୍କାଘର ଯୋଜନା ଆଉ ହୋଇ ରହିବ ନାହିଁ। ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିରଞ୍ଜ ପୂଜାରୀ ଏଭଳି ଆଭାସ ଦେଇଥିଲେ। ତେବେ ବିଜୁ ପକ୍କାଘର ଯେ କେନ୍ଦ୍ର ଯୋଜନାରେ ମିଶିଯାଇଛି ସେକଥା ପ୍ରମାଣିତ କରିଛି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ୱେବ୍ ସାଇଟରେ […]
ଭୁବନେଶ୍ୱର: ସ୍ମାର୍ଟଫୋନ୍ ଧରୁଥିଲେ ହୁସିଆର। ମୋବାଇଲ୍ ବନ୍ଦ ଥିଲେ ବି ଆପଣଙ୍କ ନମ୍ବରରୁ ପତ୍ନୀ କି ନିଜ ଲୋକଙ୍କ ପାଖକୁ ଯାଇପାରେ ଫେକ୍ କଲ୍। ଯାହା ଦ୍ୱାରା ହ୍ୟାକର୍ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ହାସଲ କରିନେବେ। ଆଉ ନିମିଷକରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଶୂନ୍ ହୋଇଯିବ। ରେଳଷ୍ଟେସନ, ଏୟାରପୋର୍ଟ, ମଲ୍ କିମ୍ବା ଅନ୍ୟ କେଉଁ ସର୍ବସାଧାରଣ ସ୍ଥାନରେ ମାଗଣା ୱାଇ-ଫାଇ ବ୍ୟବହାର କଲାବେଳେ ସତର୍କ ରୁହନ୍ତୁ। କନେକ୍ସନ୍ ହେବା ପୂର୍ବରୁ ଆପଣଙ୍କୁ ମାଗୁଥିବା ଓଟିପି ଦେଲାବେଳେ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହର ଭିତରେ ହାତୀ ଓ ବାଘ ବୁଲୁଥିବାର ପୂର୍ବରୁ ଦେଖିବାକୁ ମିଳୁଥିଲା। ଆଉ ଏବେ ହରିଣ ବୁଲୁଛି। ହରିଣମାନେ ନିର୍ଭୟରେ ବରମୁଣ୍ଡା ଜଗନ୍ନାଥ ବିହାର ଓ ଭରତପୁର ଅଭୟାରଣ୍ୟ ରାସ୍ତା କଡ଼ରେ ଚରୁଥିବା ଦେଖିବାକୁ ମିଳିଛି। ପ୍ରାୟ ଏକ ଘଣ୍ଟା ଧରି ହରିଣମାନେ ସ୍ୱଚ୍ଛନ୍ଦରେ ବିଚରଣ କରୁଥିଲେ। ଏହି ଦୃଶ୍ୟ ଦେଖିବାକୁ ରାସ୍ତା କଡ଼ରେ ବେଶ୍ ଭିଡ଼ ଜମିଥିଲା। ସ୍କୁଲ ଫେରନ୍ତା ପିଲା, ଛୋଟ ଶିଶୁମାନେ ମଧ୍ୟ ଆନନ୍ଦ ଉଠାଇଥିଲେ। ଯିଏ ବି […]
ମାଲକାନଗିରି: ସ୍କୁଲ କ୍ୟାମ୍ପସରେ ଭାଲୁ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ୟାମ୍ପସ ଭାଲୁକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ମାଆ ସହ ୩ଟି ଛୁଆ ଭାଲୁ ସ୍କୁଲ ହଷ୍ଟେଲ ଭିତରକୁ ଆସିଥିଲେ। କର୍ତ୍ତୃପକ୍ଷ ଓ ଛାତ୍ର ମାନେ ଭାଲୁକୁ ଘଉଡ଼ାଇ ଥିଲେ। ଫଳରେ ଭାଲୁ ସ୍କୁଲ ପାଚେରୀ ଡେଇଁ ଚାଲିଯାଇଛନ୍ତି। ଏସବୁ ଚିତ୍ର ସିସିଟିଭିରେ କଏଦ ହୋଇଛି। କ୍ୟାମ୍ପସରେ ଭାଲୁକୁ ଦେଖିବା ପରେ ଶିକ୍ଷକ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠ ସମୁଦ୍ର କୂଳରେ ୩ଟି ମୃତ ଡଲଫିନ ଠାବ କରାଯାଇଛି। ଟ୍ରଲର ମାଡରେ ଏହି ଡଲଫିନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଆଜି ପେଣ୍ଠ ବେଳାଭୂମିରେ ଏହି ଡଲଫିନଗୁଡିକ ମରି ପଡ଼ିଥିବା ଦେଖାଯାଇଥିଲା। କାଉ ଓ କୁକୁର ଏହାକୁ ଝୁଣି ଖାଉଥିବା ଦେଖିବାପରେ ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ରାଜନଗର ବନବିଭାଗ ଟିମ୍ ପହଞ୍ଚି ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛି। ମୃତ ଡଲଫିନଗୁଡ଼ିକର ଲମ୍ବ ପ୍ରାୟ ୫ରୁ ୬ଫୁଟ […]
ଝାରସୁଗୁଡ଼ା: ଗୋଦାମରୁ ୧୦ ଲକ୍ଷ ଟଙ୍କା ଚୋରି ହୋଇଛି ବୋଲି ଥାନାରେ କେସ୍ ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ୍ ମଧ୍ୟ ଚୋର ଖୋଜା ଅଭିଯାନ ଆରମ୍ଭ କଲା। କିନ୍ତୁ ଶେଷରେ ଟଙ୍କା ଚୋରି ହୋଇନି ବୋଲି ଜାଣିବାକୁ ପାଇଲା ପୁଲିସ୍। ବେକାର୍ଟାରେ ଏତେସବୁ ପରିଶ୍ରମ ପୁଲିସ୍ର ବୃଥା ଗଲା। ଖବର ଅନୁସାରେ, ଝରସୁଗୁଡ଼ା ସରବାହାଲରେ ଶଙ୍କର କେଡିଆ ନାମକ ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିଥିଲେ। ବନ୍ଧୁକ ଦେଖାଇ ୩ ଦୃର୍ବୃତ୍ତ ୧୦ ଲକ୍ଷ ଟଙ୍କା ଲୁଟ୍ […]
ପୁରୀ: ଖଣି ପଥରରେ ହେବ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ। ଏଥିପାଇଁ ଓଡ଼ିଶା ଖଣି ନିଗମକୁ ୬ଟି ଖଣ୍ଡୋଲାଇଟ ଖଣି ଦେଲା ଖଣି ଓ ଇସ୍ପାତ ବିଭାଗ। ୬ଟି ଖଣି ମଧ୍ୟରେ ଯାଜପୁରର ୩ଟି, ଖୋର୍ଦ୍ଧାରେ ୨ଟି ଏବଂ କଟକରେ ଗୋଟିଏ ଖଣି ରହିଛିଯ ଓଡ଼ିଶା ଖଣି ନିଗମ ମାଧ୍ୟମରେ ଏହି ଖଣିଗୁଡ଼କରୁ ଉତ୍ତୋଳନ ହେବାକୁ ଥିବା ଖଣିଜ ପଦାର୍ଥ, ପୂର୍ତ୍ତ ବିଭାଗ କିମ୍ବା ଏହା ଦ୍ୱାରା ମନୋନୀତ ଅନ୍ୟ ଏଜେନ୍ସିକୁ ଯୋଗାଇ ଦିଆଯିବ। ଆଉ ଏହି […]
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସାମ ଭଳି ପଶ୍ଚିମବଙ୍ଗ ବି ଅଶାନ୍ତ ହୋଇପଡ଼ିଛି। ରାଜ୍ୟର ଅନେକ ସ୍ଥାନରେ ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଓ ଏଥିପାଇଁ ଓଡ଼ିଶା- ପଶ୍ଚିମବଙ୍ଗ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରI ନୟାବାଜ ଓ ନଳପୁର ଷ୍ଟେସନମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁ ଓଡ଼ିଶା ଆସୁଥିବା […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରରେ ବିଭ୍ରାଟ ଦେଖାଦେଇଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ରାତିରେ ମା’ଙ୍କ ପ୍ରତିମାରେ ନିଆଁ ଲାଗି କିଛି ଅଂଶ ପୋଡି ଯାଇଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଏନେଇ ଖବର ଭାଇରାଲ ହେବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ଉକ୍ତ ରାତିରେ ଦାୟିତ୍ୱରେ ଥିବା ପୂଜକ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ଏନେଇ […]