ଭୁବନେଶ୍ୱର: ଭିନ୍ନ ମୋଡ଼ ନେଲା ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣା। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣାରେ ତାଙ୍କ ନାମରେ ପାଲଟା ଅଭିଯୋଗ ହୋଇଛି। ଭୁବନେଶ୍ୱର SDJMଙ୍କ କୋର୍ଟରେ ପ୍ରତିପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି। ପରବିନ୍ଦର ପ୍ରଥମେ ଜାତି ଓ ବାପାଙ୍କ ନାଁ ଧରି ଗାଳି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ସମ୍ମୁଖରେ ସଂଘବଦ୍ଧ ଭାବେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୁଲିସ୍ର ଭୂମିକାକୁ […]
ଭୁବନେଶ୍ୱର: ରାସ୍ତା ଉପରେ ଆଉ ମନଇଚ୍ଛା ଗାଡ଼ି ରଖି ହେବନି। ଗାଡ଼ି ରଖିଲେ ତଣ୍ଡ ଗଣିବେ ଚାଳକ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଖୁବ୍ଶୀଘ୍ର ଆଣିବାକୁ ଯାଉଛି ସ୍ମାର୍ଟ ପାର୍କିଂ ପଲିସି। ୩ ମାସ ମଧ୍ୟରେ ଆସିବ ଏହି ନୂଆ ନୀତି। ତେବେ ଏ ପର୍ଯ୍ୟନ୍ତ ପଲିସିର ରୂପରେଖ ପ୍ରସ୍ତୁତ ହୋଇନାହିଁ। ବିଏମ୍ସି, ବିଡିଏ ଓ କମିଶନରେଟ୍ ପୁଲିସ ମିଳିତ ଭାବରେ ଏହି ନୀତି ପ୍ରସ୍ତୁତ କରିବେ। ରାସ୍ତା ଉପରୁ ଗାଡ଼ି ସଂଖ୍ୟା କମାଇବା ଏହି […]
ଭୁବନେଶ୍ୱର: ୪ ଦିନ ଧରି ମୃତ୍ୟୁର ଯନ୍ତ୍ରଣାକୁ ସହି ଜୀବନ ପାଇଁ ସଂଗ୍ରାମ କରୁଥିବା ରଶ୍ମିତା ଦାସ ଶେଷରେ ଆଖିବୁଜିଛନ୍ତି। ଯୌତୁକ ନିଆଁରେ ତାଙ୍କୁ ଜାଳି ଦେଇଥିଲେ ଶଶୂଘର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାରଦିଆ ଗାଁର ପୀଡ଼ିତା ରଶ୍ମିତାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରେ ମୃତ୍ୟୁ ହୋଇଛି। ଶରୀରର ୯୦% ପୋଡ଼ିଯାଇଥିବା ତାଙ୍କୁ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ୨୦୧୮ ଜୁନ୍ରେ ଧନେଶ୍ୱରପୁରର ରଶ୍ମିତା ବାରଦିଆର ବୈଲୋଚନ ଦାସଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଥିଲେ। […]
ଭୁବନେଶ୍ୱର : ଚାଇନା ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ପଡ଼ିଛି ‘କରୋନା’ ମାଡ଼। ଆଉ ଏଥିରେ ଘାଇଲା ହୋଇଛନ୍ତି ଭାରତୀୟ ବ୍ୟବସାୟୀ। ତେବେ ଚୀନରୁ ସାମଗ୍ରୀ ଆମଦାନୀ କଟକଣାକୁ ସ୍ଥାନୀୟ ବ୍ୟବସାୟୀ ସ୍ୱାଗତ କରିଛନ୍ତି। ଚାଇନାରୁ ଆସୁଛି ଟିଭି, ସ୍ମାର୍ଟଫୋନ, ଏଲଇଡି ଲାଇଟ୍ ଓ ଅନ୍ୟାନ୍ୟ ଘରକରଣା ଜିନିଷ। ଯାହାର ଚାହିଦା ଭାରତୀୟ ମାର୍କେଟରେ ଅଧିକ ରହିଛି। ଆକର୍ଷଣୀୟ ଲୁକ ସାଙ୍ଗକୁ କମ୍ ଦାମ୍ ଥିବାରୁ ଓଡ଼ିଶା ସମେତ ପୂରା ଦେଶର ଖୁଚୁରା ବଜାରରେ ବଢିଥିଲା ଚାଇନିଜ୍ […]
ନିଆଳି: ଦେଶ ପାଇଁ ସହିଦ ହୋଇ ମାଟିର ନାଁ ରଖିଲେ। ଗୌରବାନ୍ନିତ ହେଲା ପରିବାର ଓ ଅଞ୍ଚଳ। ହେଲେ ପୁଅ ବୀରଗତି ହେବାର ବର୍ଷକ ପରେ କିନ୍ତୁ ଦୁଃସ୍ଥ ଜୀବନ ବିତାଉଛନ୍ତି ସହିଦ ମନୋଜ ବେହେରାଙ୍କ ବାପା-ମା। ସହିଦ ପରିବାରକୁ ମିଳିଥିବା ସବୁ ସରକାରୀ ସହାୟତାକୁ ବୋହୂ ହଡ଼ପ କରି ନେବା ପରେ ଏବେ ସେମାନେ ଅସହାୟ ବୋଲି ଅଭିଯୋଗ କରିଛନ୍ତି। ପୁଲଓ୍ୱାମା ଆକ୍ରମଣରେ ପ୍ରାଣବଳି ଦେଇଥିବା କଟକ ନିଆଳିର ମନୋଜ ବେହେରାଙ୍କ ବାପା। ବୋହୂ […]
କଟକ: ଘୋଡ଼ାନାଚରେ ମସ୍ଗୁଲ୍ ଡକ୍ଟର ଉତ୍ସବ ଚରଣ ଦାସ। କେତେବେଳେ ପୌରାଣିକ କଥାବସ୍ତୁ, ତ ଆଉ କେତେବେଳେ ଲୋକକଥା ଓ ଜନ ସଚେତନତା ବାର୍ତ୍ତା। ଏସବୁକୁ ସଂଗୀତର ରୂପ ଦେଇ ସାଥି କଳାକାରଙ୍କ ସହ ଦେଶର କୋଣ ଅନୁକୋଣରେ ଘୋଡ଼ାନାଚ ପ୍ରଦର୍ଶନ କରିଛନ୍ତି କଟକ ଚୌଦ୍ୱାର ଅଞ୍ଚଳର ଉତ୍ସବ ଚରଣ ଦାସ। ନିଜ ପେଟ ପାଇଁ ନୁହେଁ, ବରଂ ଓଡ଼ିଶାର ଅନ୍ୟତମ ଏହି ଲୋକନୃତ୍ୟ ଘୋଡ଼ାନାଚକୁ ବଞ୍ଚାଇ ରଖିବା ପାଇଁ ସେ ଆଜୀବନ ସଂଘର୍ଷରତ। ତାଙ୍କର ଏହି […]
ଭଦ୍ରକ(ପାର୍ଥସାରଥୀ ନାୟକ): ମୁଁ ଅତୁଲ୍ୟ, ଆପଣଙ୍କୁ ଗୁହାରି କରୁଛି। ମୋ ସ୍ତ୍ରୀକୁ ଖୋଜି ଆଣନ୍ତୁ। ଏମିତି ବି ଲାଗୁଛି ସେ କାହା ସହ ଚାଲି ଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ିର ଜଣେ ଯୁବକ ନିଜ ପତ୍ନୀ ନିଖୋଜ ହେବା ପରେ ଗୁହାରି କରୁଛନ୍ତି। ତାଙ୍କ ସ୍ତ୍ରୀ ମନ୍ଦିର ମନ୍ଦିର ଯିବା ପରେ କୁଆଡ଼େ ଚାଲିଯାଇଛନ୍ତି ବୋଲି ଦର୍ଶାଇ ଯୁବକ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଗତ ଜାନୁଆରୀ ୨୯ରେ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନରେ ଥିବା […]
କଟକ: ମାତାଲ ପ୍ରଧାନଶିକ୍ଷକଙ୍କ ସ୍କୁଲରେ ଉନ୍ମତକାଣ୍ଡ। ସ୍କୁଲକୁ ମଦ ପିଇ ଆସି ଛାତ୍ରଛାତ୍ରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କଲେ। ଏପରି କିଛି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମେରିପୁର ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲର ପ୍ରଧାନଶିକ୍ଷକ ରବିନ୍ଦ୍ର ଦେଉରୀ ମଦ ପିଇ ସ୍କୁଲ ଭିତରକୁ ଆସି ଟଳମଳ ଅବସ୍ଥାରେ ବୁଲୁଥିଲେ। ଚାଲିବାକୁ ସକ୍ଷମ ନଥିଲେ ବି ସ୍କୁଲ ଭିତରେ ବୁଲିଥିଲେ ଶିକ୍ଷକ। ଆଉ ଏହାରି ଭିତରେ କିଛି ଅଭିଭାବକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ପ୍ରଧାନଶିକ୍ଷକ ମହାଶୟ। […]
ଭୁବନେଶ୍ୱର: ରାଜ୍ୟରେ ବିଜୁଳୀ ସେବା କ୍ଷେତ୍ରରେ ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର। ବଡ଼ ବଡ଼ ଶିଳ୍ପସଂସ୍ଥା ଏବଂ ବିଦ୍ୟୁତ ବିତରକ କମ୍ପାନୀଗୁଡ଼ିକୁ ୧୨ ହଜାର କୋଟି ଛାଡ଼ କରୁଛନ୍ତି। ଅପରପକ୍ଷେ ଗରିବ ଳୋକଙ୍କ ବିଜୁଳି କାଟିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୩୩୨ କମ୍ପାନୀ ଉପରେ ଜଳକର ବାବଦକୁ ୫୧୫ କୋଟି ବାକିଥିବାବେଳେ ୨୬ଟି ବଡ଼ ବଡ଼ ଶିଳ୍ପସଂସ୍ଥାଗୁଡ଼ିକ ଉପରେ ବାକି ଅଛି ୧୮୭୪ କୋଟି ଟଙ୍କା। ସେହିପରି ବିଦ୍ୟୁତ ବିତରକ କମ୍ପାନୀ ଉପରେ […]
ପୁରୀ: ମସଜିଦ୍ ନିର୍ମାଣ ନିଷ୍ପତ୍ତିକୁ କଡ଼ା ଭାଷାରେ ବିରୋଧ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହା ହିନ୍ଦୁଙ୍କ ପାଇଁ କୋଠାରାଘାତ। ବାବର ଜଣେ ବଡ଼ ଆତଙ୍କବାଦୀ ଥିଲା। ଜାତିସଂଘ ପକ୍ଷରୁ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିବା ପରିବର୍ତ୍ତେ ଏହାର ଇତିହାସକୁ ଗୌରବାନ୍ୱିତ କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଏବେ ଅଯୋଧ୍ୟାରେ ଏକତା, ଶାନ୍ତି ଫେରି ଆସିଛି। କିନ୍ତୁ ଏଭଳି କରିବା କେତେ ଦୂର ଠିକ୍ ? ଏଭଳି […]
ଗଞ୍ଜାମ: ପୁଣି ଚର୍ଚ୍ଚାରେ ଆଉ ଜଣେ ଡ୍ୟାନ୍ସିଂ ଟିଚର୍। ଏଥର ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୁଡ଼ାମାରି ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସଦାଶିବ ପାଢ଼ୀଙ୍କ ଅଭିନବ ଶିକ୍ଷା ପଦ୍ଧତି। ପିଲାଙ୍କୁ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ କ୍ଲାସ୍ରୁମ୍ରେ ଆକର୍ଷଣୀୟ ଢଙ୍ଗରେ ନାଚଗୀତ କରୁଛନ୍ତି ସାର୍। କେତେବେଳେ ଗୀତରେ ଗୀତରେ ପାଠ ପଢ଼ାଉଛନ୍ତି ତ ଆଉ କେତେବେଳେ ନାଚି ନାଚି ପିଲାଙ୍କୁ ଶିଖାଉଛନ୍ତି ବିଭିନ୍ନ ବିଷୟବସ୍ତୁ। ନୃତ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର […]
ଭୁବନେଶ୍ୱର: ନିଜର ବକ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା କମିସନର ପୁଲିସ୍ ସୁଧାଂଶୁ ଷଡ଼ଙ୍ଗୀ ପୁଣି ଚର୍ଚ୍ଚାରେ। ଏଥର ବେଲଗାମ କାର୍ ଚାଳକକୁ ଗୋଡ଼ାଇ ଗୋଡ଼ାଇ ଧରି ଚର୍ଚ୍ଚାକୁ ଆସିଛନ୍ତି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ। ହଂସପାଳ ନିକଟରେ ଧରାପଡ଼ିଲା କାର। କୁଆଖାଇ ବ୍ରିଜରେ ଧକ୍କା ଖାଇବା ପରେ ଏକ ଟ୍ରକ୍କୁ ଧକ୍କା ଦେଇଥିଲା କାର୍। କାର୍ ପଛରେ ଯାଉଥିବା ସିପି ଓଭରଟେକ୍ କରି ଧରିଥିଲେ ଡ୍ରାଇଭରକୁ। Just now chased, detained & […]
ଭୁବନେଶ୍ୱର: ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ଏହି ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ନିମନ୍ତେ ଆବଶ୍ୟକ ଡିଜାଇନକୁ ପ୍ରତିଷ୍ଠିତ ସ୍ଥପତି ନାରାୟଣ ତ୍ରିପାଠୀ ପ୍ରସ୍ତୁତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ତାରାତାରିଣୀ ପୀଠକୁ […]
ଭୁବନେଶ୍ୱର: OHPC ଏବଂ OPGC ପରେ ବିଜୁଳି ଦର ବଢ଼ାଇବାକୁ ଦାବି କଲା ଗ୍ରୀଡ୍କୋ। ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ଆଉ ୧ ଟଙ୍କା ୧୧ ପଇସା ବୃଦ୍ଧି କରିବାକୁ ଗ୍ରୀଡ୍କୋ ଦାବି କରିଛି। ଓଇଆର୍ସି ଶୁଣାଣିରେ ଗ୍ରୀଡ୍କୋ ଯୁକ୍ତି ବାଢ଼ିଛି ଯେ, ରାଜ୍ୟ ବାହାରୁ ବିଦ୍ୟୁତ୍ କିଣିବାକୁ ପଡୁଛି। ତେଣୁ ପୂର୍ବ ଦରରେ ଉପଭୋକ୍ତାଙ୍କୁ ଆଉ ବିଦ୍ୟୁତ ଯୋଗାଇବା ସମ୍ଭବ ନୁହେଁ ବୋଲି ଗ୍ରୀଡ୍କୋ କହିଛି। ପୂର୍ବରୁ ୨ ଟଙ୍କା ୭୦ ପଇସାରେ ବିଦ୍ୟୁତ ଯୋଗାଉଥିଲା […]
ଭୁବନେଶ୍ୱର: ବସ୍ ଭିତରେ ମହିଳାଙ୍କୁ ଅସଦାଚରଣ କରୁଥିବା ଏଥର ସାବାଡ୍ ହେବେ। କାରଣ ବସ୍ରେ ଲାଗିବ ଇମର୍ଜେନ୍ସି ବଟନ। ଆଉ ଏହି ବଟନ୍ ଦବାଇବା କ୍ଷଣି ମନିଟରିଂ ସେଲ୍ରେ ତୁରନ୍ତ ପହଞ୍ଚିବ ସୂଚନା। ଫଳରେ ଆଲର୍ଟ ହେବ ପୋଲିସ୍। ଖସିପାରିବେନି ଅଭିଯୁକ୍ତ। ତେବେ କେବଳ ଇମର୍ଜେନ୍ସି ବଟନ୍ ନୁହେଁ, ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ତଥା ଭିଏଲ୍ଟି ମଧ୍ୟ ସବୁ ବସ୍ରେ ଲାଗିବ। ଭିଏଲ୍ଟି ଜରିଆରେ ବସ୍କୁ ଠାବ କରିବା ହେବ ସହଜ। କେନ୍ଦ୍ର ସରକାରଙ୍କ ଭେଇକିଲ୍ […]
ଭୁବନେଶ୍ୱର: ଗୋଟେ ପଟେ ମଣ୍ଡିରୁ ଧାନ ଉଠୁନି, ଅନ୍ୟପଟେ ଅଦିନିଆ ବର୍ଷା। ଏମିତି ମଝାମଝି ଅବସ୍ଥାରେ ଘାଣ୍ଟି ହେଉଛନ୍ତି ଚାଷୀ। ଗତକାଲିଠୁ ହଠାତ୍ ପାଗରେ ପରିବର୍ତ୍ତନ ସହ ଅଦିନିଆ ବର୍ଷା ଯୋଗୁ ଉଜୁଡ଼ି ଯାଇଛି ପଶ୍ଚିମ ଓଡ଼ିଶାର ଧାନ ଚାଷୀଙ୍କ ଆଶା। ଏଣେ କୋହଲା ପାଗ ସାଙ୍ଗକୁ ଉପକୂଳ ଓଡ଼ିଶାକୁ ମେଘ ଢାଙ୍କିଥିବାରୁ ହାଲକା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେପଟେ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୧୦ […]
ଭୁବନେଶ୍ୱର: ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ହସ୍ପିଟାଲ ହେବ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ସେଠାରେ ସିଟି ହସ୍ପିଟାଲ୍ କରିବା ଦାବିରେ ବରଗଡ଼ବାସୀ ଜୋରଦାର ଆନ୍ଦୋଳନ କରିଥିବା ବେଳେ, ଏହାକୁ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ CHCରେ ପରିଣତ କରିବା ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ରୋଗୀଙ୍କ ସୁବିଧା ପାଇଁ ପୁରୁଣା ହସ୍ପିଟାଲରୁ ନୂଆ ମୁଖ୍ୟ ଡାକ୍ତରଖାନାକୁ ମାଗଣାରେ ଆମ୍ବୁଲାନ୍ସ ଓ ବସ ସେବା ଯୋଗାଇ ଦିଆଯିବ। ଏହି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମର୍ଜେନ୍ସି […]
ନୂଆଦିଲ୍ଲୀ: ଏଥର ବଜେଟ୍ରୁ ରେଳବାଇ କ୍ଷେତ୍ରରେ ଇଷ୍ଟକୋଷ୍ଟ ରେଲ୍ୱେକୁ ମିଳିବ ୫ ହଜାର ୮୬୫ କୋଟି ଟଙ୍କା। ସେଥିରୁ ଓଡ଼ିଶାରେ ଚାଲିଥିବା ପ୍ରକଳ୍ପ ପାଇଁ ରହିଛି ୪ ହଜାର ୩୭୩ କୋଟି ଟଙ୍କା। ସମ୍ବଲପୁରରୁ ଗୋପାଳପୁର ଭାୟା ଫୁଲବାଣୀ ପର୍ଯ୍ୟନ୍ତ ୨୪୧ କିଲୋମିଟର ଦୀର୍ଘ ନୂଆ ରେଳ ଲାଇନ୍ ପାଇଁ ୨ ହଜାର ୯୫୭ କୋଟିର ପ୍ରକଳ୍ପ ପାଇଁ ଗ୍ରୀନ୍ ସିଗନାଲ ମିଳିଛି। ତେବେ ନୀତି ଆୟୋଗର ଅନୁମତି ପରେ ଏଥିପାଇଁ ଅର୍ଥ ବରାଦ ହେବ। ଗୁରୁତ୍ୱପୂର୍ଣ […]
ଭୁବନେଶ୍ୱର: ରଙ୍ଗ୍ ଡ୍ରାଇଭିଂ କରୁଥିଲେ ସାବଧାନ ହୋଇଯାଆନ୍ତୁ। ଏଣିକି ରଙ୍ଗ୍ ରୁଟ୍ରେ ଡ୍ରାଇଭିଂ କଲେ ଆଉ ନିସ୍ତାର ନାହିଁ। ସାଙ୍ଗେ ସାଙ୍ଗ ଆପଣଙ୍କ ଗାଡ଼ିର ଚକା ଲିକ୍ ହୋଇଯିବ। କାରଣ ରାଜଧାନୀ ଭୁବନେଶ୍ୱର ଓ କଟକରେ ସ୍ପାଇକ୍ ବ୍ୟାରିଅର ଲଗାଇବାକୁ ନିଷ୍ପତ୍ତି ହୋଇଛି। ଟ୍ୱିନ୍ ସିଟିର ୨୪୨ଟି ସ୍ଥାନକୁ ରଙ୍ଗ୍ ଡ୍ରାଇଭିଂ ପଏଣ୍ଟ ଭାବେ ଚିହ୍ନଟ କରିଛି କମିଶନରେଟ୍ ପୁଲିସ୍। ସେଥିରୁ ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି। ଏହି ସବୁ ସ୍ଥାନରେ ସ୍ପାଇକ୍ ବ୍ୟାରିଅର ଲଗାଯିବ। […]
ଭୁବନେଶ୍ୱର: ସାତକୋଶିଆରୁ ଏବେ ‘କାହ୍ନା’ ଅଭୟାରଣ୍ୟକୁ ଯିବନି ବାଘୁଣୀ ‘ସୁନ୍ଦରୀ’। ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ‘ସୁନ୍ଦରୀ’କୁ ସ୍ଥାନାନ୍ତର କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କୁ ଲେଖିଥିବା ଚିଠିରେ ‘ସୁନ୍ଦରୀ’କୁ ଫେରାଇ ଦେବାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଥିଲେ। ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାର ମଧ୍ୟପ୍ରଦେଶର […]
ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକରେ ଇସ୍କନ୍ର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା। ବୈଠକରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇବା ପରେ ଗଜପତି ମହାରାଜା ଦିବ୍ୟ ସିଂହ ଏନେଇ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଚିଠିରେ ଜଣାଯିବ। ତେବେ ଏହାପୂର୍ବରୁ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଗତ ୩୦ ତାରିଖରେ ମୁମ୍ୱାଇରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା। ଇସ୍କନ […]
ଭୁବନେଶ୍ୱର: ଶ୍ରୀମନ୍ଦିର ପାଣ୍ଠି ଏଣିକି କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ଗଚ୍ଛିତ ରହିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ସେଠି ଟଙ୍କା ଜମା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଟଙ୍କା ରଖିବା ନେଇ ବ୍ୟାଙ୍କଙ୍କଠାରୁ ଆବେଦନ ଆହ୍ୱାନ କରାଯିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ତା ପାଖରେ ୫୦% ଅର୍ଥ ଜମା […]
ଭୁବନେଶ୍ୱର: ସ୍କୁଲ୍ ପିଲା ପଢ଼ିବେ ମୌଳିକ ଅଧିକାରର ପାଠ। ନାଗରିକର ମୌଲିକ ଅଧିକାର ବିଷୟରେ ସ୍କୁଲ୍ ସମୟରୁ ପିଲା ଜାଣିବା ଦରକାର ବୋଲି ଅନୁଭବ କରି ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମୌଳିକ ଅଧିକାର ସହ କର୍ତ୍ତବ୍ୟ ବିଷୟରେ ବି ପିଲାଙ୍କୁ ପଢ଼ାଯିବ। ଏନେଇ ସ୍ୱତନ୍ତ୍ର କ୍ଲାସ୍ ନହେଲେ ବି ସଚେତନତା କରାଯିବ। କର୍ତ୍ତବ୍ୟ ବିଷୟରେ ଜାଣିବାରେ ସମସ୍ତଙ୍କ ଆବଶ୍ୟକତା ରହିଛି। […]
ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ପ୍ରାୟ ୭ ଜଣ ନାବାଳିକାଙ୍କୁ ଅପହରଣ କରାଯାଉଛି। NCRBର ଏ ତଥ୍ୟ ନାବାଳିକାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନଚିହ୍ନ ଲଗାଇଛି। ଗରିବ ନାବାଳିକାଙ୍କୁ କାମ ଦେବାର ପ୍ରଲୋଭନ ହେଉ କି ଯୌନ ଶୋଷଣ କରି ନାବାଳିକାଙ୍କୁ ଅପହରଣ କରାଯାଉଛି। ଆଉ ନିଖୋଜ ହେବା ପରେ ପୁଲିସ ଏମାନଙ୍କୁ ଉଦ୍ଧାର କରିବାରେ ବି ସଫଳ ହୋଇପାରୁନି। କେବଳ ୨୦୧୮ରେ ୨୬୬୫ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବେଳେ ନିଖୋଜ ୨୬୯୮ରୁ ଫେରିଛନ୍ତି ମାତ୍ର ୮୫୪ ଜଣ। ଏପରି […]