Advertisment

Priyanka Chopra: ଭାଇର ପ୍ରି-ୱେଡିଂରେ ଭାଉଜ ସହ ଜମେଇକି ନାଚିଲେ ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା ଏବଂ ନୀଲମ ଉପାଧ୍ୟାୟଙ୍କ ପ୍ରି-ୱେଡିଂ ସମାରୋହ ଚାଲିଛି। ଏହି ସମାରୋହରେରେ ଭାଉଜଙ୍କ ସହିତ ଜମେଇକି ନାଚୁଛନ୍ତି ଦେଶୀ ଗାର୍ଲ। ତାଙ୍କର ଏହି ଭିଡିଓ ଦେଖିଲେ ଆପଣ ବି ଉତ୍ସାହିତ ହୋଇପଡିବେ।

author-image
Pramod Behera
ଅଦ୍ୟତନ ହୋଇଛି
Siddharth chopra neelam upadhyaya pre wedding priyanka chopra dance in sangeet ceremony

Siddharth chopra neelam upadhyaya pre wedding priyanka chopra dance in sangeet ceremony

ଆଜିକାଲି ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା ଏବଂ ନୀଲମ ଉପାଧ୍ୟାୟଙ୍କ ପ୍ରି-ୱେଡିଂ ସମାରୋହ ଚାଲିଛି। ପ୍ରିୟଙ୍କା ବର୍ତ୍ତମାନ ତାଙ୍କ ସ୍ୱାମୀ ନିକ ଜୋନସ ଏବଂ ଝିଅ ମାଳତି ମୈରୀଙ୍କ ସହ ଭାରତକୁ ଆସିଛନ୍ତି। ଫେବୃଆରୀ ୬ରେ ପ୍ରିୟଙ୍କା ଏବଂ ନିକ ସେମାନଙ୍କ ପୂରା ପରିବାର ସହିତ ସିଦ୍ଧାର୍ଥ ଏବଂ ନୀଲମଙ୍କ ସଂଗୀତ ସମାରୋହରେ ଯୋଗ ଦେଇଥିଲେ।

Advertisment

ଏହି ସମାରୋହରେରେ ଭାବୀ ଭାଉଜଙ୍କ ସହିତ ଜମେଇକି ନାଚୁଛନ୍ତି ଦେଶୀ ଗାର୍ଲ। ତାଙ୍କର ଏହି ଭିଡିଓ ଦେଖିଲେ ଆପଣ ବି ଉତ୍ସାହିତ ହୋଇପଡିବେ।

ଅଧିକ ପଢ଼ନ୍ତୁ: ହିମେଶ ରେଶମିୟାଙ୍କ ଆକ୍ସନ୍ ଫିଲ୍ମ 'ବ୍ୟାଡେସ୍ ରବି କୁମାର'...୭ ଦମଦାର ଡାଏଲଗ୍

Advertisment


ଭିଡିଓ ଭାଇରାଲ:

ସୋସିଆଲ ମିଡିଆରେ ଏବେ ପ୍ରିୟଙ୍କା ଏବଂ ନୀଲମଙ୍କ ଏକ ଡ୍ୟାନ୍ସ ଭିଡିଓ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ଏଥିରେ ଉଭୟ ପୂରା ଦମଦାର ଲୁକ୍‌ରେ ନଜର ଆସିଛନ୍ତି। ସାଥ୍ ଖୋନ୍ ମାଫ୍ ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ 'ଡାର୍ଲିଙ୍ଗ୍'ରେ ପ୍ରିୟଙ୍କା ଚମତ୍କାର ନୃତ୍ୟ କରିଥିଲେ। ଏହି ନୃତ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​| ଭିଡିଓରେ ସେ ତାଙ୍କ ଭବିଷ୍ୟତର ବୋହୂ ସହିତ ନାଚୁଥିବା ନଜର ଆସିଛନ୍ତି।

ନିକ୍ ବି ଦେଖେଇଲେ ଯାଦୁ:

କନ୍‌ସର୍ଟ ସହିତ ନିକ୍‌ ଜୋନସ ମଧ୍ୟ ନିଜର ଯାଦୁ ଦେଖେଇଛନ୍ତି। ସେ ତାଙ୍କର ଯାଦୁକରୀ ସ୍ୱରରେ ଲୋକଙ୍କ ହୃଦୟ ଜିତିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ନିକ୍‌ ଏକ ଗୀତ ଗାଉଥିବାର ନଜର ଆସିଛନ୍ତି। ଏହି ଗୀତରେ ପ୍ରିୟଙ୍କା ଏବଂ ସିଦ୍ଧାର୍ଥ ତାଙ୍କ ପଛରେ ନାଚୁଥିବାର ନଜର ଆସିଛନ୍ତି।


ଚମତ୍କାର ପୋଜ୍:

ସଂଗୀତ ସମାରୋହରେ ପ୍ରିୟଙ୍କା ଏବଂ ନିକ୍‌ ଜୋନସ୍‌ ନୀଳ ରଙ୍ଗର ପୋଷାକରେ ଟ୍ୱିନିଂ କରୁଥିବାର ନଜର ଆସିଛନ୍ତି। ଉଭୟଙ୍କର ଏହି ଲୁକ୍ ବହୁତ ଚମତ୍କାର ହୋଇଛି। ପାପାରାଜିଙ୍କ ସାମ୍ନାରେ ପ୍ରିୟଙ୍କା ଏବଂ ନିକ; ମଧ୍ୟ ଚମତ୍କାର ପୋଜ୍ ଦେଉଥିବା ନଜର ଆସିଛନ୍ତି।

ଆଗାମୀ ଫିଲ୍ମ:

କାମର କଥା କହିବାକୁ ଗଲେ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ 'SSMB 29' ପାଇଁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ତାଙ୍କୁ ଏହି ଫିଲ୍ମରେ ମହେଶ ବାବୁଙ୍କ ସହ ଦେଖିବାକୁ ମିଳିବ। ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Priyanka Chopra Bollywood Priyanka Chopra Jonas
Advertisment
Advertisment