ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ରୁ ୨୦ ତାରିଖ ଯାଏ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ପାଳନ କରିବ ବିଜେଡି। ଏଥିପାଇଁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଠାରୁ ଆରମ୍ଭ କରି ଦଳୀୟ ନେତାଙ୍କୁ ସୂଚନା ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜୁ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ଦନତା ଦଳ। ଏହାସହ ବିଜୁ ଜୟନ୍ତୀରୁ ତିରୋଧାନ ଦିବସ ଏପ୍ରିଲ ୧୭ ଯାଏଁ ବିଜେଡିର ଯୁବ ଓ ଛାତ୍ର ସଂଗଠନ ଦ୍ୱାରା […]
ମାଲକାନଗିରି: ମାଲକାନଗିରିରେ ବେଧଡ଼କ ଚାଲିଛି କଇଁଛ କାରବାର। କାଲିମେଳା ଅଂଚଳକୁ ଶହ ଶହ ସଂଖ୍ୟାରେ କଇଁଛ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଚାଲାଣ କରାଯାଉଛି। ଏଥିପାଇଁ ଏକ ଆନ୍ତଃରାଜ୍ୟ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି। କଇଁଛକୁ କାଲିମେଳା ଅଂଚଳର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ସାବେରୀ ନଦୀ ପାର ହୋଇ ପଡ଼ିଆ ଦେଇ ଏହିସବୁ କଇଁଛ କାଲିମେଳାକୁ ଅଣାଯାଉଛି। କାଲିମେଳା ଅଂଚଳର ବିଭିନ୍ନ ସାପ୍ତାହିକ ହାଟରେ ଏହି କଇଁଛ ସବୁ ବିକ୍ରି କରାଯାଉଛି। କଇଁଛ ମାଂସ କିଲୋ […]
ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହୋଇଛି। କିନ୍ତୁ ଏହି ଟ୍ରାଫିକ ନିୟମ ପାଇଁ କଡ଼ା ଜୋରିମାନା ଆଦାୟକୁ ଦୃଢ଼ ବିରୋଧ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ। ସେ ଅଭିଯୋଗ କରି କହିଛନ୍ତି ଯେ ଗାଡ଼ି ଯାଞ୍ଚ ନାଁରେ ଲୋକଙ୍କ ଉପରେ ପୋଲିସ ଓ ଆରଟିଓ କର୍ମଚାରୀ ଜୁଲମ କରୁଛନ୍ତି। ଏବେ ମାଟ୍ରିକ ପରୀକ୍ଷା ଚାଲୁଛି ଆଉ କିଏ ହସ୍ପିଟାଲ ଯାଉଛି। କିନ୍ତୁ ଟ୍ରାଫିକ […]
ସୁବର୍ଣ୍ଣପୁର: ବାରମ୍ୱାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଆଘାତରେ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ପ୍ରଶାସନ ଓ ବିଦ୍ୟୁତ ବିଭାଗ ନିଦାବିଷ୍ଣୁ ସାଜିଛି। ନିକଟରେ ଗଞ୍ଜାମ ଗୋଳନ୍ଥରାରେ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକାଧିକ ଜୀବନ ଯାଇଥିଲା ଏବେ ପୁଣି ବିଦ୍ୟୁତ୍ ତାର ଲାଗି ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗିଧମାଲ ଗାଁର କୌଳାସ ଚନ୍ଦ୍ର ସାହୁ। ତାଙ୍କ ମୃତ୍ୟୁ ପରେ […]
ଭଦ୍ରକ: ଶିକ୍ଷା ଓ ବିଜ୍ଞାନର ବିକାଶ ପରେ ବି ବଞ୍ଚିଛି ଅନ୍ଧ ବିଶ୍ୱାସ। ଚୋର ଧରିବାକୁ ଚାଲିଛି ଖଟବିଦ୍ୟାର ଖେଳ। କେତେବେଳେ କୁନି କୁନି ପିଲା କାନ୍ଧ ଦେଇଛନ୍ତି ତ ଆଉ କେତେବେଳ ବଡ଼ ମାନେ ବି ଚଳାଇଛନ୍ତି ଖଟବିଦ୍ୟା। କାରଣ ଗାଁରେ ଜଣଙ୍କ ଘରୁ ହୋଇଥିବା ଚୋରିର ପର୍ଦାଫାଶ ପାଇଁ ଏ ହେଉଛି ଅନ୍ଧବିଶ୍ୱାସର ଅପଚେଷ୍ଟା। ଏ କୌଣସି ଉପାନ୍ତ ଅଂଚଳର ଚିତ୍ର ନୁହେଁ, ଏ ଚିତ୍ର ଉପକୂଳ ଓଡ଼ିଶାର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅସୁରା […]
ଭୁବେଶ୍ୱର: ଆରମ୍ଭ ହୋଇଛି ରାଜ୍ୟସଭାର ହିସାବକିତାବ। ନିର୍ବାଚନ ପୂର୍ବରୁ ଥଇଥାନ ହୋଇଛନ୍ତି ଅନ୍ୟତମ ଆଶାୟୀ ସଂଜୟ ଦାଶବର୍ମା। ତାଙ୍କୁ ମିଳିଛି ଯୋଜନ ବୋର୍ଡ ଉପାଧ୍ୟକ୍ଷ ପଦ। ସଂଖ୍ୟା ଦୃଷ୍ଟିରୁ ବିଜେଡି ଭାଗରେ ପଡ଼ିବ ୩ଟି ଆସନ। ତେବେ ରାଜ୍ୟସଭା ରେସ୍ରେ ଅନେକ ଆଶାୟୀ ଅଛନ୍ତି। ସେମାନଙ୍କ ମଧ୍ୟରୁ କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ରବୀନ୍ଦ୍ର ଜେନା, ଦେବାଶିଷ ସାମନ୍ତରାୟ, ମହେଶ୍ୱର ମହାନ୍ତି ନିର୍ବାଚନ ହାରି ଥିବା ବେଳେ ଟିକଟ ପାଇନଥିବା ପ୍ରସନ୍ନ ପାଟଶାଣୀ ଓ ରମେଶ ଚ୍ୟାଉ […]
ମାଲକାନଗିରି: ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଚମ୍ପା ନଗରରେ ରହିଥିବା ଇଟାଭାଟିରେ ଶିଶୁ ଶ୍ରମିକମାନଙ୍କୁ କାମ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଇଟାଭାଟିରେ ଚଢ଼ଉ କରିଥିଲେ। ଚଢ଼ାଉବେଳେ ଚାରି ଜଣ ନାବାଳିକା ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ନାବାଳିକା ଚାଲାଣଗଡ଼ା ଅଂଚଳର ବୋଲି ଜଣାପଡ଼ିଛି। ବିଭାଗ ପକ୍ଷରୁ ଏକ ଟାସ୍କ […]
କୋଣାର୍କ: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ବିପଦରେ। ଗର୍ଭଗୃହରେ ପୋତାଯାଇଥିବା ବାଲି ୫ ମିଟର ତଳକୁ ଦବିଯାଇଛି। ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ASI ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିରର ଗର୍ଭଗୃହର ଉପରି ଭାଗରେ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗର ବିଭିନ୍ନ ସ୍ଥାନର ପଥର ସବୁ ଝୁଲନ୍ତା ଅବସ୍ଥାରେ ଥିବାବେଳେ କୌଣସି ମୁହୁର୍ତ୍ତରେ ବି ଖସିପାରେ। ତେଣୁ ୧୧୫ ବର୍ଷ ତଳେ ଭର୍ତ୍ତି […]
କଟକ: କଟକ SCB ମେଡିକାଲର ବିକାଶ ଓ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଜଣ ବିଶିଷ୍ଟ ଡାକ୍ତରଙ୍କୁ ଏଥିପାଇଁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ଏହି ୧୦ଜଣଙ୍କ ମଧ୍ୟରୁ ୭ଜଣ ପଦ୍ମ ପୁରସ୍କାର ବିଜେତା ଓ ଉପଦେଷ୍ଟା ଟିମରେ ଥିବା ୪ଜଣ SCB ମେଡିକାଲର ଆଲୁମିନି ମଧ୍ୟ। ପରାମର୍ଶଦାତା ମଣ୍ଡଳୀରେ ଥିବା ସଦସ୍ୟ ମାନେ ହେଲେ, ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ଦେବୀ ସେଠୀ, ଡାକ୍ତର କେ. ଶ୍ରୀନାଥ […]
ନୂଆପଡ଼ା: ନାବାଳିକା ସହ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅଞ୍ଚଳର ଚାଷ ଜମିରେ ଥିବା ଏକ ମହୁଲ ଗଛରେ ନାବାଳକ ନାବାଳିକାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଝୁଲନ୍ତା ମୃତ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକ। ଖବର ପାଇ ଧରମବନ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ତଦନ୍ତ ଚଳାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ମୃତ ନାବାଳିକାଙ୍କୁ ସେବାଶ୍ରମର ହଷ୍ଟେଲ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିଛି ଜନସାଧାରଣ ସ୍ପେଶାଲ ଟ୍ରେନ୍। ଆାଜିଠାରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଏହି ନୂଆ ଟ୍ରେନ୍ ଚାଲିଛି। ଟ୍ୱିନିସିଟିର ଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ୍ ଭୁବନେଶ୍ୱରରୁ ବାହାରି ବାରଙ୍ଗ ଓ ଗୋପାଳପୁର ବାଲିକୁଦା ଦେଇ କଟକରେ ପହଞ୍ଚିବ। ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଟ୍ରେନ୍ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। ସେହିପରି […]
ରାୟଗଡ଼ା : ଟ୍ରକକୁ ଲକ୍ଷେ ୧୦ ହଜାର ୮ଶହ ଟଙ୍କା ଫାଇନ୍। ଫାଇନ୍ର ରାଶି ପଢ଼ିକି ଆପଣ ଚମକି ଯିବେଣି। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ରାୟଗଡ଼ା ଜିଲ୍ଲାରେ ଏକ ଟ୍ରକ୍ ଏତେ ମୋଟା ଅଙ୍କର ଫାଇନ୍ ହୋଇଯଛି। ଏକ କାଠ ବୋଝେଇ ଟ୍ରକକୁ ୧ ଲକ୍ଷ ୧୦ ହଜାର ୮ଶହ ଟଙ୍କା ଫାଇନ୍ କରିଛନ୍ତି ରାୟଗଡ଼ା ଆର୍ଟିଓ। ଟ୍ରକ୍ଟି ରୋଡ୍ ଟ୍ୟାକ୍ସ ଦେଇନଥିବା ସହ ପରମିଟ୍ ଲାଇସେନ୍ସ ନଥିବାରୁ ଏତେ ପରିମାଣର ଫାଇନ […]
କେନ୍ଦୁଝର (ପ୍ରଣୟ ପାଣି): ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଏକ ଘରୋଇ ମେଡିକାଲ୍ରେ ଭର୍ତ୍ତି କରିଛି। ଗତ ୨୧ ତାରିଖ ଯୋଡ଼ା ଥାନା ଅଞ୍ଚଳରୁ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରିନେଇଥିଲା। ତାଙ୍କୁ ଏକ ଘରେ ରଖି ନିଶା ଦୁଷ୍କର୍ମ କରିଥିଲେ। […]
କଟକ: ଏ ଫ୍ରେଣ୍ଡ୍ ଇନ୍ ନିଡ୍ ଇଜ୍ ଫ୍ରେଣ୍ଡ ଇଣ୍ଡିଡ୍। ଏ କଥା ଶ୍ରୀଜିତ ପାଢୀଙ୍କ କ୍ଷେତ୍ରରେ ସତ ହୋଇଛି। ସାଙ୍ଗସାଥିଙ୍କ ପ୍ରୟାସରୁ ସେ ଏବେ ଧିରେଧିରେ ସୁସ୍ଥ ହେଉଛନ୍ତି। କଟକ ବଡ଼ ମେଡିକାଲର ମାନସିକ ରୋଗ ବିଭାଗରେ ଚାଲିଛି ତାଙ୍କର ଚିକିତ୍ସା। ଚିକିତ୍ସା ପରେ ତାଙ୍କର ଅନେକ ପରିବର୍ତ୍ତନ ଘଟିଛି। ସାଙ୍ଗସାଥିଙ୍କୁ ସେ ଚିହ୍ନିବା ଆରମ୍ଭ କଲେଣି । ଖୁବଶୀଘ୍ର ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି କହିଛନ୍ତି ଡାକ୍ତର। ତାଙ୍କର ଏବେ ବଦଳୁଛି ଚେହେରା, […]
ଭୁବନେଶ୍ୱର: ସିସିଟିଭି ଲାଗି ଅଡୁଆରେ ମ୍ୟାଟ୍ରିକ ପରୀକ୍ଷାର୍ଥୀ। କପି କରିବା ସୁଯୋଗ ନମିଳିବାରୁ ପରୀକ୍ଷାର୍ଥୀମାନେ ଅଧାରୁ ପରୀକ୍ଷା ଛାଡୁଛନ୍ତି। ଆଉ ଆସନ୍ତା ୩ ତାରିଖରୁ ଆରମ୍ଭ ହେଉଥିବା +୨ ପରୀକ୍ଷାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚଳିତବର୍ଷ ସବୁ କେନ୍ଦ୍ରରେ ସିସିଟିଭି ଲଗାଇବା ସହ ପରୀକ୍ଷାର୍ଥୀଙ୍କ ଦୁଇ ଥାକିଆ ଚେକିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଗତ ୨୨ ତାରିଖରେ ଇଂରାଜୀ ପରୀକ୍ଷାରେ ପୁରୀ ବାସୁଦେବପୁର କନକ ଦୁର୍ଗା […]
ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଓ ପୋଡ଼ାଜଳାରେ ପ୍ରଭାବିତ ହୋଇଛନ୍ତି ବହୁ ଓଡ଼ିଆ ପରିବାର। ହିଂସା ସହ ନେଣଦେଣ ନଥିଲେ ବି ଦଙ୍ଗାରେ କ୍ଷତି ସହିବାକୁ ପଡ଼ିଛି। ଘଟଣା ପରଠୁ ଦୀର୍ଘ ୪ ଦିନ ଧରି ଘର ଭିତରେ ବନ୍ଦ୍ ଅବସ୍ଥାରେ ରହିବା ସହ ଭୟ ଆଉ ଆତଙ୍କରେ ରହିଛନ୍ତି ଏମାନେ। ହିଂସାର ୫ ଦିନ ପରେ ଆଜି ପ୍ରଭାବିତ ଖଜୁରୀଖାସ୍ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ ବେଳେ ଓଟିଭିର କ୍ୟାମେରା ଟିମ୍ ଆଗରେ ବଖାଣିଛନ୍ତି […]
କୋଣାର୍କ: ଶହେ ୧୫ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି। ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ASI ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କର୍ମଶାଳା ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି। ୧୯୦୫ ମସିହାରେ ଇଂରେଜମାନେ ମନ୍ଦିରରେ ବାଲି ଭର୍ତ୍ତି କରିଥିଲେ। ଏବେ ସେ ବାଲି କାଢ଼ିବାକୁ ସମସ୍ତେ ଚାହୁଁଛନ୍ତି। ଏ ନେଇ ASI ଟେକ୍ନିକାଲ […]
ଭୁବନେଶ୍ୱର: ୬ ମାସ ଯାହା ଯେମିତି ଚଳିଗଲା, କିନ୍ତୁ କାଲିଠୁ ଆଉ ରକ୍ଷା ନାହିଁ। ମୋଟର ଯାନ ଆଇନ ଭାଂଗିଲେ ଗଣିବେ କଡ଼ା ତଣ୍ଡ। ଆଜି ସରି ଯାଇଛି ରାଜ୍ୟ ସରକାର ଦେଇଥିବା ମହଲତ। ତେଣୁ ୟା ପରେ ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର, ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ୧୦ ହଜାର, ବିନା ଇନସୁରାନ୍ସରେ ଗାଡ଼ି ଚଳାଇଲେ କାଲିଠୁ ଗଣିବେ ୨ ହଜାର ଟଙ୍କା। କେବଳ ଏତିକି ନୁହଁ, ହେଲ୍ମେଟ୍, ସିଟ୍ବେଲ୍ଟ, ବେପରୁଆ ଏବଂ […]
ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜଧାନୀରେ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ଉଦ୍ଘାନଟ ଅବସରରେ ଏଭଳି ଦାବି ରଖିଛନ୍ତି ଧର୍ମେନ୍ଦ୍ର। ମେଡିକେୟାର ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଆଶା କରୁଛି ଓଡ଼ିଶାବାସୀଙ୍କୁ ଏହି […]
ଭୁବନେଶ୍ୱର: ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ଘରଟେ ପାଇଁ ବିଜୁ ପକ୍କାଘର ଠୁ ଆରମ୍ଭ କରି ବିଭିନ୍ନ ଯେ।ଜନା ମାନ ପ୍ରଣୟନ କରୁଛନ୍ତି ସତ କିନ୍ତୁ ଗାଁ ଗହଳିରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଯେ।ଜନ ଠୁ ଯେ।ଜନ ଦୂରରେ ପ୍ରକୃତ ହିତାଧିକାରୀ। ଯେଉଁମାନେ ଯେ।ଗ୍ୟ ହିତାଧିକାରୀ, ସେମାନେ ସରକାରଙ୍କ ବିଭିନ୍ନ ଯେ।ଜନାଠାରୁ ବଞ୍ଚିତ ରହୁଛନ୍ତି। କିନ୍ତୁ ଅଯେ।ଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ମିଳିପାରୁଛି। ‘ତେଲିଆ ମୁଣ୍ଡରେ ତେଲ’ ଭଳି ବଡ଼ବଡ଼ିଆଙ୍କୁ ଆବାସ ଯୋଜନାରେ ଘର […]
ଭୁବନେଶ୍ୱର: ରାଜ୍ୟର ସମସ୍ତ ୧୧୪୩ଟି ଯୁକ୍ତ ୨ ପରୀକ୍ଷା କେନ୍ଦ୍ରକୁ ଜଗିବ ସିସିଟିଭି। ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବାକୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହୋଇଛି। ପରୀକ୍ଷା ପରିଚାଳନା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଏଭଳି କିଛି ଗାଇଡଲାଇନ୍ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ୱାଡ୍ ମେମ୍ବର, ଜିଲ୍ଲା […]
ଭଦ୍ରକ: ଯୁବକଙ୍କ ଉଚିତ୍ ପଦକ୍ଷେପ ଯୋଗୁ ବଞ୍ଚିଗଲା ମା’ ପୁଅର ଜୀବନ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ। ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି। କିଛିମାସ ତଳେ ମାନସିକ ବିକୃତି ଓ ଅସହାୟତାର ସୁଯୋଗ ନେଇ କେହି ଦୁବୃର୍ତ୍ତ ଏହି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ସେ ଗର୍ଭବତୀ ଥିଲେ। ଗତକାଲି ମହିଳା ଜଣଙ୍କ ବନ୍ତ ଛକ ନିକଟରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେବାସହ […]
ଭୁବନେଶ୍ୱର: ଟ୍ୱିନ୍ସିଟିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିବ ସ୍ପେଶାଲ ଟ୍ରେନ। ଆସନ୍ତାକାଲିଠୁ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ। ତା’ପରେ ପର୍ଯ୍ୟାୟ କ୍ରମେ ନିୟମିତ ଟ୍ରେନ୍ ଗଡ଼ିବ। ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ୍ଟି କଟକ ଅଭିମୁଖେ ଯିବ। ପୁଣି କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ। ଟ୍ରେନ୍ଟି ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। […]
ଭୁବନେଶ୍ୱର: ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକଳ୍ପ ପାଇଁ ରାଜ୍ୟସରକାର ୨୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ପୁରୀର ମାଟିତୋଟା ମୌଜାରେ ପ୍ରତିଷ୍ଠା ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ। ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ୧୫ ଏକର ଜମିରେ ପ୍ରତିଷ୍ଠା ହେବ ଏହି ପ୍ରକଳ୍ପ। ତେବେ ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। […]