ରାଉରକେଲା: ଏବେ କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ସବୁ କ୍ଷେତ୍ରରେ ଉଦ୍ୟମ କରାଯାଉଥିବା ବେଳେ ରାଜ୍ୟ ଡେଣ୍ଟିଷ୍ଟ ସଂଘ ପକ୍ଷରୁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ଦନ୍ତ ଚିକିତ୍ସକମାନେ ସେମାନଙ୍କ କ୍ଲିନିକ୍ ବନ୍ଦ ରଖିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ରାଉରକେଲାସ୍ଥିତ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଅଫିସ୍ରେ ସଂଘର ଏକ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଜରୁରୀକାଳୀନ ସ୍ଥିତିରେ ଡେଣ୍ଟିଷ୍ଟମାନେ ଉପଯୁକ୍ତ ପ୍ରତିଷେଧକ […]
ଭୁବନେଶ୍ୱର: ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା। ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀଙ୍କ ନାଁ ପଞ୍ଜୀକରଣ କରିଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ଲାଗି ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଏକ ୱେବ୍ସାଇଟ୍-covid19.odisha.gov.in ଏବଂ ଫୋନ୍ ମଧ୍ୟ ଜାରି କରାଯାଇଛି। କୌଣସି କାରଣରୁ ବ୍ୟକ୍ତି ଏହି ୱେବ୍ସାଇଟ୍ର ନାମ ପଞ୍ଜିକରଣ ନ କରିପାରିଲେ […]
ଭୁବନେଶ୍ୱର: ଏପ୍ରିଲ ୨ରେ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ଏହି ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଅବଶ୍ୟ ରାଜ୍ୟସଭା ନିର୍ବାଚନରେ ଅନ୍ୟ ୪ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମାତ୍ର ଆବଶ୍ୟକ ସଂଖ୍ୟକ ସମର୍ଥକ ଓ […]
ମାଲକାନଗିରି: ମାସ୍ ପିନ୍ଧି ଆତ୍ମ ସମର୍ପଣ କଲେ ମାଓବାଦୀ। ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜଣେ କ୍ୟାଡର ନକ୍ସଲ ଓ ୭ ଜଣ ମିଲିସିଆ। ସମସ୍ତେ ସ୍ୱାଭିମାନ ଅଞ୍ଚଳର। ଆତ୍ମସମର୍ପଣ କରିଥିବା କ୍ୟାଡର ନକ୍ସଲ ହେଉଛନ୍ତି ସମ୍ୱା ଖରା। ସେ ମିଲିଟ୍ରି ପ୍ଲାଟୁନ୍ର ସଦସ୍ୟ ଭାବେ ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ। ତା ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ସମ୍ୱା ୨୦୧୭ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ […]
ଭୁବନେଶ୍ୱର: କରୋନାକୁ ନେଇ କଳକାରଖାନା କର୍ମଚାରୀଙ୍କ ପାଇଁ ବି ଜାରି ହେଲା ଗାଇଡଲାଇନ୍। କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିପରି କର୍ମଚାରୀ ହାତ ଧୋଇବେ ଏବଂ ସଫା ସୁତରା ରହିବେ ସେ ନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ହୋଇଛି। ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଘରେ ରହିବାକୁ କୁହାଯାଇଛି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୦୪ ନମ୍ବରକୁ ଫୋନ୍ କରି ଜଣାଇବାକୁ […]
ଭୁବନେଶ୍ୱର: ପ୍ରତିଦିନ ATM ଗୁଡ଼ିକୁ ସାନିଟାଇଜ୍ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆୟିବ। କରୋନା ଭାଇସ୍ ପାଇଁ ବ୍ୟାଙ୍କଗୁଡିକୁ ଏଭଳି ନିର୍ଦ୍ଦେଶ ଦେଇ ଗାଇଡ୍ଲାଇନ୍ ଜାରି କରିଛି ଅର୍ଥ ବିଭାଗ। ଏ ନେଇ SLBC ଆବାହକଙ୍କୁ ଚିଠି ଲେଖିଛନ୍ତି ଅର୍ଥ ବିଭାଗର ଯୁଗ୍ମ ନିର୍ଦ୍ଦେଶକ। ଏଟିଏମ୍ଗୁଡ଼ିକୁ ଦୈନିକ ସାନିଟାଇଜ୍ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଟିଏମ୍ରେ ଥିବା ସୁରକ୍ଷା କର୍ମଚାରୀ ସାନିଟାଇଜ୍ କରିବେ। ଠିକ୍ ଭାବେ ଏହି କାର୍ଯ୍ୟ ହେଉଛି କି ନାହିଁ ତାକୁ ତଦାରଖ କରିବେ […]
ଭୁବନେଶ୍ୱର: ଫେରିବ ୟେସ୍ ବ୍ୟାଙ୍କରେ ଥିବା ଶ୍ରୀ ଜଗନ୍ନାଥଙ୍କ ଟଙ୍କା। ୟେସ୍ ବ୍ୟାଙ୍କରେ ଥିବା ମୋଟ୍ ୫୪୫ କୋଟି ଟଙ୍କାକୁ ଫେରାଇ ଅଣାଯିବା ଲାଗି ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ୟେସ୍ ବ୍ୟାଙ୍କରେ ଥିବା ମୋଟ୍ ୫୪୫ କୋଟିରୁ ୩୮୯ କୋଟି ଟଙ୍କାର ମାଚ୍ୟୁରିଟି କାଲି ପୂରିବ। ତେବେ ବଳକା ୧୫୬ କୋଟି ଟଙ୍କା ଆସନ୍ତା ୩୦ରେ ଉଠାଣ ନେଇ ବ୍ୟବସ୍ଥା ଥିଲା। ହେଲେ ଆସନ୍ତାକାଲି ହିଁ ସମସ୍ତ ୫୪୫ […]
ଭୁବନେଶ୍ୱର: କରୋନା ସତର୍କତା ପାଇଁ ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖିଲେ ସରକାର। ମାର୍ଚ୍ଚ ୧୮ରୁ ୩୧ ତାରିଖ ମଧ୍ୟରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖାଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଆଖିଆଗରେ ରଖି ଆଞ୍ଚଳକି ପରିବହନ କାର୍ଯ୍ୟାଳୟରେ (RTO) ଲୋକ ଗହଳିକୁ ବାରଣ କରିବା ଲାଗି DL ଟେଷ୍ଟ ସ୍ଥଗିତ ରଖିଛନ୍ତି ସରକାର। ଏନେଇ ସମସ୍ତ RTOଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କରୋନା ପାଇଁ […]
ଭୁବନେଶ୍ୱର: କରୋନା ପ୍ରଭାବରେ ରେଷ୍ଟୁରାଣ୍ଟ ଶିଳ୍ପକୁ ବଡ଼ କ୍ଷତି ସହିବାକୁ ପଡ଼ିଛି।। ହୋଟେଲକୁ ଯାଇ ଖାଇବା ତ ଦୂରର କଥା ଲୋକେ ଅନ୍ଇନରେ ଅର୍ଡର ବି କରୁନାହାନ୍ତି। ଫଳରେ ସହର ବଡ଼ ବଡ଼ ରେଷ୍ଟୁରାଣ୍ଟଗୁଡ଼ିକ ବି ଖାଁ ଖାଁ ଲାଗୁଛି। କରୋନା ସଂକ୍ରମଣ ଡର ଏମିତି ଘାରିଛି ଯେ, ଲୋକେ ହୋଟେଲରେ ଖାଇବାକୁ ନିରାପଦ ମଣୁ ନାହାନ୍ତି। ଯେଉଁ କେତେ ଜଣ ଗ୍ରାହକ ଆସୁଛନ୍ତି ସେମାନେ କେବଳ ନିରାମିଷ ଖାଇବାକୁ ପସନ୍ଦ କରୁଛନ୍ତି। ପରିଚ୍ଛନ୍ନତା ପ୍ରତି ଧ୍ୟାନ […]
ଭୁବନେଶ୍ୱର : ଯାତ୍ରୀ ପରିବହନ ସେବା ଉପରେ ସାଂଘାତିକ ପ୍ରଭାବ ପକାଇଛି ‘କରୋନା’। ରେଳ ଷ୍ଟେସନ ହେଉ କି ବସ୍ଷ୍ଟାଣ୍ଡ ସବୁଠି ଖାଁ ଖାଁ ପରିବେଶ। ହଜାର ହଜାର ରେଳଯାତ୍ରୀ ଟିକଟ କ୍ୟାନସଲ୍ କରିବାରେ ଲାଗିଛି। ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବସ୍ଷ୍ଟାଣ୍ଡଗୁଡ଼ିକରେ ଯାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର୍ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ପ୍ରଥମ ‘କରୋନା’ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘କରୋନା’କୁ ରୋକିବା ପାଇଁ ଜାରି କରିଛନ୍ତି […]
ଭୁବନେଶ୍ୱର: ମାରାତ୍ମକ କରୋନା ଭୟରେ ଯାତ୍ରୀ ଦୈନିକ ଟିକେଟ୍ ବାତିଲ କରୁଥିବାବେଳେ ଟ୍ରେନ୍ ମଧ୍ୟ ବାତିଲ୍ ହେବାରେ ଲାଗିଛି। ଗତ ୬ ଦିନରେ ପୂର୍ବତଟ ରେଳପଥରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ କ୍ୟାନ୍ସଲ୍ କରିସାରିଲେଣି ଯାତ୍ରୀ। ୧୪ ତାରିଖରେ ୧,୭୦୮ଟି ଟିକେଟ୍ ଏବଂ ୧୫ ତାରିଖରେ ୧,୪୩୦ ଟିକେଟ୍ ବାତିଲ ହୋଇଛି। କେବଳ ପୂର୍ବତଟ ନୁହେଁ, ଦେଶବ୍ୟାପୀ ୮୦ ପ୍ରତିଶତ ଟ୍ରେନ୍ ଟିକେଟ୍ ବାତିଲ ହୋଇଥିବା ରେଲୱେ ବିଭାଗ ସୂଚନା ଦେଇଛି। ଯାତ୍ରୀ ସଂଖ୍ୟା କମୁଥିବାରୁ ପୂର୍ବତଟ […]
ଭୁବନେଶ୍ୱର: କରୋନା ଭାଇରସକୁ ଗାଁ ଗହଳିରେ ବ୍ୟାପିବାକୁ ରୋକିବା ଓ ଏହାର ପ୍ରତିଷେଧକ ନିମନ୍ତେ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତସ୍ତରରେ ଗୋଟିଏ ଲେଖାଏ ହୋମ୍ କ୍ୱାରେଣ୍ଟାଇନ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏନେଇ ‘କରୋନା’ ସଂକ୍ରାନ୍ତ ସୂଚନା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି […]
ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ଅବସ୍ଥା ସ୍ଥିର ଅଛି। କରୋନା ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏନେଇ ସୂଚନା ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ସେ ସୁସ୍ଥ ଅଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଇଟାଲିରୁ ଫେରିଥିଲେ। ସୁବ୍ରତ ବାଗଚୀ ଆହୁରି କହିଛନ୍ତି ଯେ, କରୋନାରେ ଗତକାଲି ଦେଶରେ ୧୧୫ ଆକ୍ରାନ୍ତ ଥିଲେ, ଆଜି ୧୨୬କୁ ବୃଦ୍ଧି ହୋଇଛି। ଦେଶରେ ଗତକାଲି ସୁଦ୍ଧା […]
ଭୁବନେଶ୍ୱର: ମୋବାଇଲ ପ୍ରତି ସାବଧାନ। ମୋବାଇଲ ବ୍ୟବହାର ସମୟରେ କରୋନା ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ସତର୍କ କଲେ ରାଜ୍ୟ ସରକାର। କରୋନା ପାଇଁ ରାଜ୍ୟ ସରକାର ଗଠନ କରିଥିବା କମିଟି ପକ୍ଷରୁ ପ୍ରେସ୍ମିଟ୍ରେ ଏନେଇ ସୂଚନା ଦିଆଯାଇଛି। ଜଣେ ଲୋକ ଦିନରେ ହାରାହାରି ୨୬୦୦ ଥର ନିଜ ମୋବାଇଲ ଛୁଇଁଥାଏ। ଏଥିରେ ସଂକ୍ରମଣ ସମ୍ଭାବନା ଥିବାରୁ ନିଜ ମୋବାଇଲକୁ ଦୈନିକ ୪ରୁ ୬ ଥର ସାନିଟାଇଜରରେ ପୋଛନ୍ତୁ ବୋଲି କୁହାଯାଇଛି। ସେହିପରି ମୋବାଇଲକୁ କାହା ଟେବୁଲ […]
ଭୁବନେଶ୍ୱର: ବିଦେଶରୁ ଓଡ଼ିଶା ଆସୁଥିବା ଲୋକଙ୍କ ପଞ୍ଜିକରଣ ପ୍ରକ୍ରିୟା ଏପ୍ରିଲ ୧୫ ଯାଏ ଚାଲିବ। ଏହି ପ୍ରକ୍ରିୟା ଆଜି ସକାଳୁ ଆରମ୍ଭ ହୋଇଛି। ତେବେ ଗତ ୪ ତାରିଖ ପରଠାରୁ ବିଦେଶରୁ ଆସିଥିବା ସମସ୍ତ ଲୋକ ୪୮ ଘଣ୍ଟା ମଧ୍ୟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ। covid19.odisha.gov.in ଏହି ୱେବ୍ସାଇଇଟରେ ପଞ୍ଜିକରଣ ହେଉଛି। ଏଥିସହିତ ବିଦେଶ ଫେରନ୍ତା ଚାହିଁଲେ ଟୋଲ୍ ଫ୍ରି ନମ୍ବର ୧୦୪ରେ ବି ନିଜର ପଞ୍ଜିକରଣ କରାଇପାରିବେ। ଆବଶ୍ୟକ ହେଲେ ଏପ୍ରିଲ ୧୫ ତାରିଖ […]
ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସତର୍କତା ଅବଲମ୍ବନ କରୁଛନ୍ତି। ସେହିଭଳି ଟ୍ରାଫିକ୍ ସମସ୍ୟାକୁ ନେଇ ମଧ୍ୟ ସେତେଟା ଧରପଗଡ଼ର ଖବର ଶୁଣିବାକୁ ମିଳୁ ନାହିଁ। ତଥାପି ଲାଇସେନ୍ସ ପାଇଁ ଆର୍ଟିଓ ଅଫିସ୍ରେ ଭିଡ଼ ଜମୁଛି। ଏଭଳି ସ୍ଥିତିରେ RTO ଅଫିସ୍ରେ ଭିଡ଼ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ଏକାସଙ୍ଗେ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ। ନିକଟରେ କଡ଼ା […]
ଭୁବନେଶ୍ୱର: ସାମାଜିକ ଦୂରତ୍ୱ ଆଳରେ ଲାଗି ପାରିବନି ୧୪୪ ଧାରା। ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ପୁଲିସ କମିଶନର ଏହାକୁ ଜାରି କରିପାରିବେନି। ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅପରେସନାଲ୍ ଗାଇଡ ଲାଇନ୍ସରେ ଆଜି ଏନେଇ ଉଲ୍ଲେଖ କରାଯାଇଛି। ଏନେଇ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। କରୋନା ଭାଇରସ୍ ବ୍ୟାପିବା ପରେ ବିଭିନ୍ନ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି। […]
ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟାଇନରେ ରହିଲେ IAS ଆର୍.ଭିନିଲକ୍ରିଷ୍ଣା । ଗତ କିଛି ଦିନ ତଳେ ବିଦେଶରୁ ଫେରିଛନ୍ତି IAS ଆର୍ ଭିନିଲକ୍ରିଷ୍ଣା। ତେଣୁ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ରହିଛନ୍ତି। ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ଣା ସୂଚନା ଦେଇଛନ୍ତି । ବିଦେଶରୁ ଭିନିଲକ୍ରିଷ୍ଣା ଫେରିବା ପରେ ସେ ସରକାରଙ୍କ ୱେବସାଇଟ୍ରେ ପଞ୍ଜିକରଣ କରିଛନ୍ତି । Sports Director Vineel Krishna registers himself online in #Odisha govt’s #COVID19 portal after returning from […]
ଭୁବନେଶ୍ୱର: ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ରେଜିଷ୍ଟ୍ରେସନ କରି ସପରିବାର ନିଜ ଭୁବନେଶ୍ୱର ଘରେ ହୋମ୍ କ୍ୱାରେଣ୍ଟାଇନ ରହିଛନ୍ତି ପୁରୀ ଗଜପତି। ଆମେରିକା ଗସ୍ତ ସାରି ଗଜପତି ସପରିବାର ଗତ ୧୫ତାରିଖରେ ଓଡ଼ିଶା ଫେରିଥିଲେ। ଆଜି ସରକାରଙ୍କ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ କରିଥିଲେ ଗଜପତି। ସେଥିପାଇଁ ତାଙ୍କୁ ଭୁବନେଶ୍ୱର ଘରେ ୧୪ ଦିନ ଯାଏ ହୋମ୍ କ୍ୱାରେଣ୍ଟାଇନରେ ରଖାଗଲା। ହୋମ୍ କ୍ୱାରେଣ୍ଟାଇନ ନେଇ ଗଜପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। […]
ଭୁବନେଶ୍ୱର: ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧି ବଢ଼ିଲା। ଏବେ ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର। ଆହାର କେନ୍ଦ୍ରରେ ଲୋକଙ୍କ ଭିଡ଼ କମାଇବାକୁ ସମୟ ଅବଧି ବଢ଼ାଇଛନ୍ତି ସରକାର। ଏବେ ଆହାର କେନ୍ଦ୍ରକୁ ଦିନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରଖାଯିବ। ଲୋକମାନେ ଧାଡ଼ିରେ ପରସ୍ପର ମଧ୍ୟରେ ଦେଢ଼ ମିଟର ଦୂରତା ରକ୍ଷା କରିବେ। ଆହାର କେନ୍ଦ୍ର ବାହାରେ ସାବୁନ କିମ୍ବା ହ୍ୟାଣ୍ଡ୍ଓ୍ୱାଶ୍ରେ ହାତ ଧୋଇବା ବ୍ୟବସ୍ଥା […]
ଭୁବନେଶ୍ୱର: ଆଗୁଆ ଭତ୍ତା ପରେ ଏବେ ତିନି ମାସ ପାଇଁ ଆଗୁଆ ପିଡିଏସ୍ ସାମଗ୍ରୀ ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ସରକାର। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଚାରବିମର୍ଶ କରୁଛି। ଖୁବ୍ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ୍ ରହିଛି। ଏଣୁ ଲୋକେ ଆତଙ୍କିତ ହୋଇ ଅଯଥା କିଣାକିଣି କରି […]
ଭୁବନେଶ୍ୱର: ହିତାଧିକାରୀଙ୍କୁ ୪ ମାସର ଭତ୍ତା ଆଗୁଆ ଦେବେ ସରକାର। ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆଗୁଆ ଦେବାକୁ ଘୋଷଣା ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଭତ୍ତା ପ୍ରଦାନ କରାଯାଇଛି। ଖୁବ୍ଶୀଘ୍ର ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସ ପାଇଁ ଆଗୁଆ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ପରେ ସାମାଜିକ ସଶକ୍ତିକରଣ […]
ଭୁବନେଶ୍ୱର: ଭାରତରେ କରୋନାର ରୂପରେଖ ଯାହା ଥାଉନା କାହିଁକି, ବଜାରରେ କିନ୍ତୁ ମାସ୍କର ଚାହିଦା କାହିଁରେ କେତେ । ଆଉ ଏହି ଚାହିଦାର ଫାଇଦା ନେଇ ଅସାଧୁ ବ୍ୟବସାୟୀ କଳାବଜାରୀ କରିବାକୁ ବି ପଛାଉ ନାହାଁନ୍ତି। ଫଳରେ ସାନିଟାଇଜର୍ ଭଳି ମାସ୍କ ପାଇଁ ଯେଉଁ ମେଡ଼ିସିନ୍ ଷ୍ଟୋରକୁ ବି ଯାଆନ୍ତୁ, ସିଧାସଳଖ ମନା କରିଦେଉଛନ୍ତି। ଆଉ ଯେଉଁଠି ମିଳୁଛି, ସେଠି ତ ଆକାଶଛୁଆଁ ଦାମ୍ । ଏଭଳି ସ୍ଥିତିରେ ଗୁଜରାଟରୁ ଗଂଜାମ ଯାଏଁ ହଜାର ହଜାର ମାସ୍କ […]