ଭୁବନେଶ୍ୱର: କରୋନା ବିପତ୍ତି ମଧ୍ୟରେ ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲା ପାଇଁ ୩୦ଜଣ ନୋଡାଲ ଅଫିସର ନିଯୁକ୍ତି କରିଛନ୍ତି। ଏହି ଅଫିସରମାନେ ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ କୃଷି ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ହ୍ୱାଟସଅପ୍ ମାଧ୍ୟମରେ ଦୈନିକ ରିପୋର୍ଟ ସରକାରଙ୍କୁ ଦେବେ। କୃଷି ମନ୍ତ୍ରୀ ଅରୁଣ ସାହୁ ଏଭଳି ବ୍ୟବସ୍ଥାର ତଦାରଖକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ କୃଷି […]
ଭୁବନେଶ୍ୱର: ଆଜି ବି ରାଜ୍ୟରେ କଲବଲ କଲା ତାତି। ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୧.୭ ଡିଗ୍ରୀ ସହ ତାଳଚେର ଆଜି ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ୪୧.୨ ଡିଗ୍ରୀ ସହ ବଲାଙ୍ଗିର ଦ୍ୱିତୀୟ ସ୍ଥାନରେ ରହିଛି। ବୌଦ୍ଦ, ମାଲକାନଗିରି, ସୋନପୁର, ଟିଟିଲାଗଡ, ଅନଗୁଳ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବାବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯.୭ ଡିଗ୍ରୀ ସେଲ୍ସିୟସ୍ ଥିଲା। ସେପଟେ ରାଜ୍ୟର କିଛି ସ୍ଥାନରେ […]
ପୁରୀ: କୂଳଖାଉଛି ସମୁଦ୍ର। ମାଡ଼ି ଆସୁଛି ଜନବସତି ଅଞ୍ଚଳକୁ। ପୁରୀ ଜିଲ୍ଲା ରାଜହଂସ ଠାରୁ ଅଳ୍ପ କିଛି ଦୂରରେ ସମୁଦ୍ର କ୍ରମେ କୂଳ ଖାଇବାରେ ଲାଗିଛି। ସମୁଦ୍ରକୂଳ ଠାରୁ ପ୍ରାୟ ୩୦ ଫୁଟ ଜଙ୍ଗଲ ଭିତରକୁ ଢେଉ ମାଡ଼ି ଆସିବା ସହ ଅନେକ ଝାଉଁ ଗଛ ସବୁକୁ ଉପାଡ଼ି ନେଇଗଲାଣି ସମୁଦ୍ର ଗର୍ଭକୁ। ଫଳରେ ରାଜହଂସ ଇଲାକାରେ ଏକ ମୁହାଣ ସୃଷ୍ଟି ହେବା ଆଶଙ୍କା କରାଯାଉଛି l ଯଦି ଏହି ସ୍ଥାନରେ ମୁହାଣ ଖୋଲେ, ତେବେ ରାଜହଂସ […]
ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ। ଚଳିତଥର ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ ହେବ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ। ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀକୁ ମୁକାବିଲା କରୁଥିବାବେଳେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର କର୍ମୀ ଓ ନେତା ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ […]
ଭୁବନେଶ୍ୱର: ଦିନକୁ ଦିନ ଖରା ବଢ଼ିବା ସହ ବିଭିନ୍ନ ସ୍ଥାନରେ ଜଳ ସଂକଟ ଦେଖା ଦେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ଟୋଲ୍ ଫ୍ରି ନମ୍ବର ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ ନମ୍ବର ଜାରି […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧିକୁ ଆଉ ୨ ଦିନ ବୃଦ୍ଧି କରାଯାଇଛି। ୪୮ ଘଣ୍ଟା ପାଇଁ ଅବଧି ବୃଦ୍ଧି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଗତ ୧୨ ତାରିଖରେ ବିଶ୍ରା ଅଞ୍ଚଳର ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ତେବେ ସେଠାରେ ରହୁଥିବା ପ୍ରାୟ ୧୫ଶହ ପରିବାରର କଣ୍ଟାକ୍ଟ ଟ୍ରେସିଂ ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ଏବଂ କିଛି ସରକାରୀ […]
ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବର୍ଷ ସାରା ଓଡ଼ିଶାବାସୀ ଖୁସିରେ ରୁହନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ଏନେଇ ମୋଦି ଟ୍ୱିଟ୍ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ ବୋଲି ସେ କହିଛନ୍ତି। କରୋନା […]
ସୁନ୍ଦରଗଡ଼: ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ବିଶ୍ରାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ଏ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଡରେଇକେଲା ବସ ଷ୍ଟପରୁ ପୁରୁଣା ମାର୍କେଟ କଂପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର […]
ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ମହାମାରୀ ସମୟରେ ସମସ୍ତ ଇଲେକଟ୍ରୋନିକ ଗଣମାଧ୍ୟମ ସେମାନଙ୍କ ପ୍ରସାରଣ ଜାରି ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ଦେଇଛି। ଏଥି ସହିତ ସବୁ DTH ଏବଂ କେବୁଲ ସେବା ପ୍ରଦାନକାରୀଙ୍କୁ ମଧ୍ୟ ସେମାନଙ୍କ ନିରନ୍ତର ସେବା ଜାରି ରଖିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ବ୍ୟାପିଥିବାବେଳେ ଲୋକଙ୍କ ବୃହତ୍ତର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଥିବା ଉଲ୍ଲେଖ କରିଛି। ଏନେଇ ସମସ୍ତ ପ୍ରାଇଭେଟ ଟିଭି […]
ବ୍ରହ୍ମପୁର: କଅଁଳ ହୃଦୟ ଭିତରୁ ଏତେ ହିଂସା ଓ କ୍ରୋଧ ଆସିଲା କେଉଁଠୁ ? ସାମାନ୍ୟ କ୍ରିକେଟ ଖେଳରୁ ସାଙ୍ଗକୁ ବ୍ୟାଟ୍ରେ ପିଟି ପିଟି ମାରିଦେଲା ସାଙ୍ଗ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନାବାଳକ ବ୍ୟାଟ୍ରେ ପିଟି ଆଉ ଜଣେ ନାବାଳକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକଙ୍କ ନାଁ ବିଭୂ ସେଠୀ (୧୩)। ସେ ଖରିଡ଼ା ଗାଁର କେଶବ ସେଠୀଙ୍କ ପୁଅ। ସେ […]
ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ଆଜି ସକାଳୁ ମୋଟ ୪୨ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଅସନ କାଠ ୫ଟି, ୧୨ ଫୁଟିଆ ଧଉରା କାଠ ୧୧ଟି ଓ ୨୦ ଫୁଟିଆ ଧଉରା କାଠ ୨୬ ଖଣ୍ଡ ରହିଛି। ଆଜି ଷଷ୍ଠ ଟ୍ରିପ୍ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ କାଠ ଅନୁକୁଳ ହେବ। ସବୁଠୁ ବଡ଼ କଥା ହେଉଛି, […]
କଟକ: କରୋନା ଲକ୍ଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ। ପୋଲିସ ଗାଡ଼ି ଜବତ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଜବତ କରିବା ବଦଳରେ ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଫେରାଇ ଦେବାକୁ କୋର୍ଟ କହିଛନ୍ତି। ଏହାସହ କୋର୍ଟ କହିଛନ୍ତି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ। ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି। ସହଜରେ ଘର ପାଖରେ ଜିନିଷ ନମିଳିବା ପର୍ଯ୍ୟନ୍ତ […]
ଭୁବନେଶ୍ୱର: ଖବର ପରିବେଷଣ ଓ ତଥ୍ୟ ଜାଣିବା ସଂପର୍କରେ ଆଜି ଗଣମାଧ୍ୟମକୁ ପାଠ ପଢ଼ାଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ, କରୋନା କ୍ରିକେଟ ମ୍ୟାଚ୍ ନୁହେଁ। ଦିନିକିଆ କିମ୍ବା ଆଇପିଏଲ୍ ମ୍ୟାଚ୍ ନୁହେଁ। ଇୟେ କ୍ରିକେଟ୍ ନୁହେଁ, କୋଭିଡ୍ର ଖେଳର ସମୟ। ଆବେଗ ନୁହେଁ ପ୍ରତ୍ୟୟର ସମୟ ବୋଲି ବାଗ୍ଚୀ କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିଦିନ ଆମେ କେବଳ ବ୍ୟବହାର୍ଯ୍ୟ ତଥ୍ୟ ଆପଣଙ୍କ […]
ଭୁବନେଶ୍ୱର: କରୋନାକୁ ଚେକ୍ ଦେବାକୁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ଘରୁ ବାହାରିବା କ୍ଷଣି ମୁହଁରେ ମାସ୍କ ପିନ୍ଧିବା ଜରୁରୀ। ନିୟମ ଉଲ୍ଲଂଘନକାରୀଙ୍କୁ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିବ। କିଛି ଜିଲ୍ଲାରେ ତ ନୋ ମାସ୍କ, ନୋ ରାସନ୍ ପାଇଁ ବି କୁହାଯାଇଛି। ଏସବୁ ଭିତରେ ଆଜି ପ୍ରଥମ ଦିନରେ କିଛି ଅଭ୍ୟାସଗତ ଉଲଂଘନକାରୀ ସାମ୍ନାକୁ ଆସିଥିବାବେଳେ ଆଉ କିଛି ସ୍ଥାନରେ ଲୋକଙ୍କୁ ସଚେତନ କରାଯାଇଛି। ଗାଁ ହେଉ କି […]
ଭୁବନେଶ୍ୱର: ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ପୂର୍ବରୁ ୨୮ ଜଣ ୧୦୪ ଜରିଆରେ ରେଜିଷ୍ଟ୍ରେସନ କରିଥିଲେ. ହେଲେ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଉ ୪୨ ଜଣ ରେଜିଷ୍ଟ୍ରେସନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ତାସହ ବାଗ୍ଚୀ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି-ରାଜ୍ୟରେ ଅଦ୍ୟାବଧି ୨୨୧୫ଟି ସାମ୍ପଲ ପରୀକ୍ଷା ହୋଇଛି। ସେଥିରୁ ୪୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ […]
ଭୁବନେଶ୍ୱର: ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ସୋସିଆଲ ମିଡିଆରେ କିଛି ଅପପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜିଜିପି କହିଛନ୍ତି। ଯଦି କେହି ଅପପ୍ରଚାର କରନ୍ତି ବିଦ୍ୱେଷ ସୃଷ୍ଟି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ପୋଲିସ ଡିଜି। ପୂର୍ବରୁ ମଧ୍ୟ ଅପପ୍ରଚାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]
ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ପୁଣି ଭୁବନେଶ୍ୱର ବମିଖାଲ୍ରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ତିନି ଜଣ ଭାଇ ବୋଲି ଖବର ଶୁଣିବାକୁ ମିଳୁଛି। ଏହି ୩ ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ହୋଇଛି। ଆଜି ଦିନକରେ ମୋଟ ୪ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ପୂର୍ବରୁ କଟକର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କଟକରେ […]
ଭୁବନେଶ୍ୱର: ସୂର୍ଯ୍ୟନଗର ଅଞ୍ଚଳରୁ କୋରନା ସଂକ୍ରମିତ ଚିହ୍ନଟ ପରେ ପୂରା ସୂର୍ଯ୍ୟନଗର ଅଞ୍ଚଳବାସୀ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି। ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ, ସୂର୍ଯ୍ୟନଗର କୌଣସି ବାସିନ୍ଦାକୁ ବାହାରକୁ ଛଡ଼ା ଯିବନି। ସେହିଭଳି ବାହାର ଲୋକଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। ସଂପୃକ୍ତ ଅଞ୍ଚଳର ସମସ୍ତ ବାସିନ୍ଦା ହୋମ୍ କ୍ୱାରେଣ୍ଟାଇନରେ ରହିବେ। ସେମାନଙ୍କ ଘରେ ଥାଇ ପରିମଳ, ସ୍ୱାସ୍ଥ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଘରକୁ ଘର ବୁଲି ମୋବାଇଲ ଭ୍ୟାନ୍ […]
ଭୁବନେଶ୍ୱର: ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇପାରିବେ ଅନ୍ୟାନ୍ୟ ବ୍ୟାଙ୍କରେ ଖାତା ଥିବା ଜମାକାରୀ। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟମାଷ୍ଟର୍ ଜେନେରାଲ୍ ସୁବାସ ଚନ୍ଦ୍ର ବର୍ମା। କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କିଛି ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ, ଅନ୍ୟ ବ୍ୟାଙ୍କରେ ଆଧାର ଲିଙ୍କ ଥିବା ଆକାଉଣ୍ଟ୍ ହୋଲ୍ଡରମାନେ ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇବା ସହ ଅନ୍ୟ ସମସ୍ତ ସୁବିଧା […]
ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ୧୩ ଜଣ ଯାଇଥିଲେ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଓଟିଭିକୁ କହିଛନ୍ତି। ସେଠାରେ ୧୦ ଜଣ ରହିଥିବା ବେଳେ ଏଠାକୁ ଫେରି ଆସିଥିବା ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସଂପୃକ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ଗତକାଲି ଏମ୍ସକୁ ପଠାଯାଇଛି। ୧୦ ଜଣଙ୍କ ମଧ୍ୟରୁ ଜଟଣୀର ୭ ଜଣ ଏବଂ ଟାଙ୍ଗୀର ୩ ଜଣ ସେଠାରେ ଅଛନ୍ତି। ୯ ଜଣଙ୍କୁ ଦିଲ୍ଲୀରେ କ୍ୱାରେଣ୍ଟାଇନ ସେଣ୍ଟରରେ ଏବଂ ଜଣେ […]
ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ରୁ ଅଧିକ ଦୋକାନ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସିଗାରେଟ୍ ଝୁଲରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଆଜି ରାତି ପ୍ରାୟ ୯ଟା ସମୟରେ ରାଜମହଲରୁ ଏଜି ଛକ ଅଭିମୁଖେ ଗଲା ବେଳେ ବାମ ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍ରେ ନିଆଁ ଲାଗି ଯାଇଥିଲା। […]
ପୁରୀ: ଦେଶରେ କରୋନା ସ୍ଥିତି ଜଟଳି ଥିବା ବେଳେ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପହଞ୍ଚିଛି। ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ–ମିଲ୍ରେ କାଠ ଚିରଟ କରାଯିବା ପରମ୍ପରା ରହିଛି। ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥଖଳାରେ ରଥନିର୍ମାଣ ହେବ। ରାଜ୍ୟରେ କରୋନା ଭୟ ଓ ଲକଡାଉନ ଲାଗିଥିଲେ ବି ସମସ୍ତ […]