ଭୁବନେଶ୍ୱର: ସ୍ୱାମୀଙ୍କ ମଙ୍ଗଳ ମନାସୀ ବିଧି ଓ ବିଶ୍ୱାସର ସହ ସଧବା ନାରୀ ପାଳିଛି ସାବିତ୍ରୀ ବ୍ରତ। ହେଲେ କରୋନା ଡର ଭିତରେ ଅନ୍ୟ ବର୍ଷ ଭଳି ଏ ବର୍ଷ କିନ୍ତୁ ସାବିତ୍ରୀ ବ୍ରତ ପାଳନରେ ଚମକ ନଥିଲା। ବିଭିନ୍ନ ଦେବଦେବୀଙ୍କ ମନ୍ଦିର ଥିଲା ଖାଁ ଖାଁ। ଏପଟେ ବିଭିନ୍ନ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିବା ମହିଳା ବି ସାମାଜିକ ଦୂରତା ପାଳି ଏ ବିଧି ପରମ୍ପରାକୁ ନିଷ୍ଠାର ସହ ପାଳନ କରିଛନ୍ତି। ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଖାଁ […]
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଓଡ଼ିଶା ପାଇଁ ଅଗ୍ରମୀ ୫୦୦ କୋଟିର ସହାୟତା ରାଶି ଘୋଷଣା ମଧ୍ୟ କରିଛନ୍ତି। ବାତ୍ୟାଞ୍ଚଳ ପରିଦର୍ଶନ ପରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ସହାୟତା ରାଶି ଘୋଷଣା କରିଥିଲେ। ଏହି ଅବସରରେ ମୋଦି କହିଥିଲେ, “କରୋନା ସଂକଟ ବେଳେ ମହାବାତ୍ୟା ସଂକଟ […]
ଭୁବନେଶ୍ୱର: ବାତ୍ୟା ଅମ୍ପନର କ୍ଷୟକ୍ଷତି ପରିଦର୍ଶନ ପାଇଁ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମୋଦି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ମନମୋହନ ସାମଲ, ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଦଳୀୟ ନେତା ଉପସ୍ଥିତ ଥିଲେ। ତାଙ୍କ […]
ଭୁବନେଶ୍ୱର: ଆଗାମୀ ଦିନରେ ଓଡ଼ିଶା ହେବ ପାଣିପାଗ ବିଜ୍ଞାନର ପ୍ରବେଶ ପଥ। ଗୋପାଳପୁର ଓ ପାରାଦୀପରେ ଡପ୍ଲର ରାଡାର ରହିଥିବା ଆଗାମୀ ଦିନରେ ବାଲେଶ୍ୱର ଓ ସମ୍ବଲପୁରରେ ପାଣିପାଗ ସୂଚନା ପାଇଁ ଡଫଲର ରାଡାର ଲାଗିବ। ଏଥିସହିତ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଖୋଲିବ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଟିଭିର ଖୋଲକଥା କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ମୃତ୍ୟୁଞ୍ଜୟ। ଅମ୍ପନର ଗତିପଥ ଓ ପ୍ରକୋପ ପୂର୍ବାନୁମାନ କିପରି […]
ଭୁବନେଶ୍ୱର: ବାତ୍ୟା ଅମ୍ପନ ଓଡ଼ିଶା ସ୍ଥଳଭାଗକୁ ଛୁଇଁନଥିଲେ ମଧ୍ୟ ଏହାର ମାଡ଼ରେ କ୍ଷତାକ୍ତ ହୋଇଛି ଉତ୍ତର ଉପକୂଳ। ବାଲେଶ୍ୱରୁରୁ ଜଗତସିଂହପୁର ଯାଏଁ ୪ଟି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ୧୦ ଜିଲ୍ଲାର ୮୯ ବ୍ଲକର ପ୍ରାୟ ୪୪ ଲକ୍ଷରୁ ଅଧିକ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ନଷ୍ଟ ହୋଇଛି ଲକ୍ଷେ ହେକ୍ଟରରୁ ଅଧିକ ଜମିରେ ଫସଲ। ବିଦ୍ୟୁତ ଭିତ୍ତିଭୂମି ବି ଅନେକ ଜାଗାରେ କ୍ଷତିଗ୍ରସ୍ତ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ବାତ୍ୟା ଅଂପନ ମାଡ଼ରେ ଆକ୍ତାମାକ୍ତା […]
ଗଞ୍ଜାମ: କ୍ୱାରେଣ୍ଟିନ୍ ସେଣ୍ଟରରେ ଅନ୍ତେବାସୀଙ୍କ ଭିନ୍ନ ପ୍ରୟାସ। ଯୋଗ ବ୍ୟାୟମ ପରେ ଏବେ ଚିତ୍ର ଆଙ୍କୁଛନ୍ତି ଅନ୍ତେବାସୀ। ଏଭଳି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଗଞ୍ଜାମ ବେଲଗୁଣ୍ଠା ଧୁମୁଛାଇ ପଞ୍ଚାୟତର କ୍ୱାରେଣ୍ଟିନ୍ ସେଣ୍ଟରରେ। ୬୦ରୁ ଅଧିକ ଅନ୍ତେବାସୀ ଏବେ କ୍ୱାରେଣ୍ଟିନ୍ ସେଣ୍ଟରର ଚିତ୍ର ହିଁ ବଦଳାଇ ଦେଇଛନ୍ତି। ମହାତ୍ମା ଗାନ୍ଧି, ଭଗତ ସିଂହ, ଭାରତ ମାତା ଭଳି ଅନେକ ସୁନ୍ଦର ଚିତ୍ର ସ୍କୁଲ କାନ୍ଥରେ ଆଙ୍କିଛନ୍ତି କ୍ୱାରେଣ୍ଟିନ୍ରେ ଥିବା ପ୍ରବାସୀ। କଳାକାରର ତୁଳିରେ ସ୍କୁଲର କାନ୍ଥ […]
ଭୁବନେଶ୍ୱର: ବିଶ୍ୱ ବିଖ୍ୟାତ କୋଣାର୍କର ସୂର୍ଯ୍ୟ ମନ୍ଦିର ଓ କୋଣାର୍କ ସହରକୁ ସୌରଚାଳିତ କରିବାକୁ ଯୋଜନା। କୋଣାର୍କକୁ ଏକ ସୂର୍ଯ୍ୟନଗରୀ ଭାବେ ବିକଶିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜ କୁମାର ସିଂହ ସୂଚନା ଦେଇଛନ୍ତି। ଯୋଜନା ଅନୁଯାୟୀ ୧୦ ମେଗାୱାଟ ସଂଯୁକ୍ତ ଏକ ସୌର ପ୍ରକଳ୍ପ ସହ ଅଫ୍-ଗ୍ରୀଡ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କ ଇତ୍ୟାଦିର ପରିକଳ୍ପନା କରାଯାଇଛି। ଏହି ପ୍ରକଳ୍ପ ପାଇଁ ନୂତନ ଓ […]
ଭୁବନେଶ୍ୱର: ଓଡ଼ିଶା ଉପକୂଳ ନଛୁଇଁ ବି ରାଜ୍ୟରେ ଅନେକ କ୍ଷୟକ୍ଷତି ଘଟାଇଛି ବାତ୍ୟା ଅମ୍ପନ। ଜୀବନ ବି ଯାଇଛି। ତେଣୁ କ୍ଷୟକ୍ଷତିର ଆକଳନ ତୁରନ୍ତ କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା କ୍ଷୟକ୍ଷତି ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଦୁଇ ଦିନ ଭିତରେ ପ୍ରାଥମିକ ରିପୋର୍ଟ ଓ ପରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ଏସ୍ଆରସି କହିଛନ୍ତି। ଜିଲ୍ଲାପାଳଙ୍କଠାରୁ ପ୍ରାଥମିକ […]
ଭୁବନେଶ୍ୱର: ପୂର୍ବାନୁମାନ ଅନୁଯାୟୀ ପଶ୍ଚିମବଙ୍ଗ ସୁନ୍ଦରବନରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ଅମ୍ପନ। ପ୍ରକୃତିର କୋପରେ ଥରିଲା ପଶ୍ଚିମବଙ୍ଗର ମେଦିନିପୁର, ଦକ୍ଷିଣ ୨୪ ପ୍ରଗଣା ସମେତ ଉପକୂଳ ଅଞ୍ଚଳ। IMD ସୂଚନା ଅନୁଯାୟୀ ଆଜି ପ୍ରାୟ ୩ଟା ୩୦ରୁ ୫ଟା୩୦ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁଥିଲା।ସାଗର ଦ୍ୱୀପର ନିକଟତର ହୋଇ ଏହା ଦିଘା ଏବଂ ବାଂଲାଦେଶର ହାତିଆ ମଝିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିଥିଲା ଅମ୍ପନ। ଏହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଆଇଏମଡି ସୂଚନା […]
ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ ପ୍ରକ୍ରିୟା। ଦିନ ୨ଟା ୩୦ରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ। ବାତ୍ୟାର ବାହ୍ୟ ଅଂଶ ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି। ପ୍ରାୟ ୪ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ ଜାରି ରହିବ ବୋଲି ବିଶ୍ୱାସ କହିଛନ୍ତି। ପୂର୍ବ ଆକଳନ ଅନୁସାରେ ସୁନ୍ଦରବନ ଅଞ୍ଚଳରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା। ପୂର୍ବରୁ ୪ଟା ବେଳେ ଲ୍ୟାଣ୍ଡଫଲ୍ ନେଇ ପୂର୍ବାନୁମାନ ଥିବା […]
ଭୁବନେଶ୍ୱର: ବାତ୍ୟା ଅମ୍ପନ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଏସଆରସି(ସ୍ୱତନ୍ତ୍ର ରିଲିଫ୍ କମିଶନ) ପ୍ରଦୀପ ଜେନା। ଏସଆରସିଙ୍କ ସୂଚନା ଅନୁସାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି। ଫଳରେ ଅନେକ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି। ତେବେ୧୨ ଘଣ୍ଟା ଭିତରେ ସେସବୁ ସ୍ଥାନରେ ରାସ୍ତା ସଫା କରାଯିବାକୁ ଲକ୍ଷ୍ୟ ରହିଛି। ଯଥାଶୀଘ୍ର ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରୋବରାହ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି […]
ଭୁବନେଶ୍ୱର: ବାତ୍ୟା ଅମ୍ପନ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସ ତାଜା ସୂଚନା ଦେଇଛନ୍ତି। ବାତ୍ୟା ବର୍ତ୍ତମାନ ପାରାଦୀପରୁ ୧୫୦ କିମି ଓ ଦୀଘାରୁ ୯୫ କିମି ଦୂରରେ ରହିଛି। ସେହିଭଳି ଜଗତସିଂହପୁରରେ ବାତ୍ୟାର ପ୍ରକୋପ କମିଛି। ବାତ୍ୟା ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଥିବାରୁ ଭଦ୍ରକ, ବାଲେଶ୍ୱରରେ ଅଧିକ ପବନ ହେଉଛି। ତେବେ ସୁପର ସାଇକ୍ଲୋନ୍ ଅମ୍ପନ ଆଜି ଅପରାହ୍ନ ୪ଟାରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିବ। ଲ୍ୟାଣ୍ଡଫଲ ସରିବାକୁ ପ୍ରାୟ ୨ […]
ଓଡ଼ିଶା: ବାତ୍ୟା ଏବେ ପାରାଦୀପରୁ ୧୨୦ କିମି ପୂର୍ବରେ ଗତି କରୁଛି ବୋଲି ସୂଚନା ଦେଇଛନ୍ତି, IMD ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ଆର୍.କେ ଜେନାମଣି। ପାରାଦୀପରୁ ବାତ୍ୟା ତୀବ୍ରତା ଅପସରି ଯାଇଥିବା ବେଳେ ପବନ ବି ଧୀରେଧୀରେ କମୁଛି। ଏହାପରେ ବାଲେଶ୍ୱର ଅଞ୍ଚଳରେ ବାତ୍ୟାର ତୀବ୍ରତା ବଢ଼ିବ ବୋଲି ସୂଚନା ଦେଇଛନ୍ତି ଆର୍.କେ ଜେନାମଣି। ବାଲେଶ୍ୱରରେ ପବନ ବଢ଼ିବ। ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଅମ୍ପନ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦେଇଛନ୍ତି ଜେନାମଣି। ସେହିଭଳି […]
ଭୁବନେଶ୍ୱର: ବାତ୍ୟା ଅମ୍ପନ ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଓଡ଼ିଶାକୁ ଆଉ ୪ଟି ଏନଡିଆରଏଫ୍ ଟିମ୍ ପଠାଯାଇଛି। ପୂର୍ବରୁ ରାଜ୍ୟରେ ୧୬ଟି ଏନଡିଆରଏଫ୍ ଟିମ୍ ଥିବା ବେଳେ ଆଜି ସକାଳୁ ଆଉ ୪ଟି ଟିମ୍ ପହଞ୍ଚିଛନ୍ତି ବୋଲି ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦେଢ଼ ଲକ୍ଷରୁ ଅଧିକ ଓ ପଶ୍ଚିମବଂଗରେ ୩ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏନଡିଆରଏଏଫ୍ ଟିମ୍ […]
ଭଦ୍ରକ: ବାତ୍ୟା ଅମ୍ପନର ପ୍ରବଳ ବର୍ଷାରେ ମାଟି ଘର କାନ୍ଥ ପଡ଼ି ୩ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡ଼ା ପଞ୍ଚାୟତ ଦକ୍ଷିଣପାରି ଗାଁରେ। ଗତକାଲିଠାରୁ ପ୍ରବଳ ବର୍ଷା ଯୋଗୁଁ ଏହି ଗାଁର ବଳରାମ ଦାସଙ୍କ ମାଟି ଘର କାନ୍ଥ ଖସି ପଡ଼ିଥିଲା। ରାତିରେ ମାଆ ଓ ଶିଶୁ ପୁତ୍ର ଶୋଇଥିଲା ବେଳେ ସେମାନଙ୍କ ଉପରେ ପଡ଼ି ଯାଇଥିଲା ମାଟି କାନ୍ଥ। ଏଥିରେ ମାଆ ସାମାନ୍ୟ […]
ଭୁବନେଶ୍ୱର: ବାତ୍ୟା ନ ଆସୁଣୁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ହୁ ହୁ ହୋଇ ବଢୁଛି ଦର। ଗୋଟିଏ ଦିନରେ ଦର ହେଲାଣି ଆକାଶ ଛୁଆଁ। ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ ଓ ପିଆଜର ଦର ବଢ଼ିଛି। ଯେଉଁ ଆଳୁ ୧୮ରୁ ୨୦ ଟଙ୍କା ଓ ପିଆଜ ୨୦ ଟଙ୍କା ଦରରେ ବିକ୍ରି ହେଉଥିଲା ଏବେ ତାହା ୨୫ରୁ ୨୭ ଟଙ୍କା ଦରରେ ବିକ୍ରି ହେଉଛି। କେତେକ ସ୍ଥାନରେ କିଲୋ ପିଛା ଏକାଥରକେ ୫ରୁ ୭ଟଙ୍କା […]
ଭୁବନେଶ୍ୱର: ବାତ୍ୟା ଅଂପନ ପ୍ରଭାବରେ ରାଜ୍ୟରେ ବର୍ଷା ଓ ପବନର ମାତ୍ରା ବଢିବାରେ ଲାଗିଛି। ଆଜି ପୁରୀରେ ସବୁଠୁ ବେଶୀ ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟର ଉତ୍ତର ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଛି। ଏହା ଆସନ୍ତାକାଲି ୧୦୦ରୁ ୧୨୦ କିଲୋମିଟ ଯାଏଁ ବଢ଼ିପାରେ ବୋଲି ପାଣିପାଗ ବିଭାଗ କହିଛି। ବାତ୍ୟା ପାଇଁ ପୋର୍ଟ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଗୋପାଳପୁର, ପୁରୀରେ ୩ […]
ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ପରେ ଗୋଟିଏ ଟାୱାର ସକ୍ରିୟ ଥିଲେ ବି ଚାଲିବ ମୋବାଇଲ ସେବା। ବାତ୍ୟାରେ ସମ୍ଭାବ୍ୟ କ୍ଷତି ନେଇ ଟେଲିକମ ସଚିବ ଅଂଶୁ ପ୍ରକାଶ ଏହି ସୂଚନା ଦେଇଛନ୍ତି। ଅମ୍ପନ ପ୍ରଭାବରେ ଟେଲିକମ ବି ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ସେବା ଯୋଗାଉଥିବା ସବୁ କଂପାନୀ ସହ କଥା ହୋଇଥିବା ସେ ସୂଚନା ଦେଇଛନ୍ତି। ନିରବଚ୍ଛିନ୍ନ ସେବା ଯୋଗାଇବାକୁ ସେମାନେ ଡିଜି ସେଟ୍ ସହ ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି। […]
ଭୁବନେଶ୍ୱର: ୧୯୯୯ ମସିହା ପରେ ବଙ୍ଗୋପସାଗରରେ ଆସିଛି ଦ୍ୱିତୀୟ ବଡ଼ ବାତ୍ୟା। ଏହା କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏବେ ସମୁଦ୍ରରେ ବାତ୍ୟା ରହିଛି। ପବନ ବେଗ ଘଣ୍ଟାପ୍ରତି ୨୪୦ କିମି ରହିଥିବା ବେଳେ ୧୫ କିମି ବେଗରେ ବାତ୍ୟା ଆଗକୁ ବଢୁଛି। ପାରାଦୀପଠୁ ୩୬୦ କିମି ଦୂରରେ ରହିଛି ଅମ୍ପନ। ଏହା ଉତ୍ତର- ଉତ୍ତର ପୂର୍ବକୁ ଗତି କରୁଛି। ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା। ଏତିକି ବେଳେ ପବନ ବେଗ ସର୍ବାଧିକ ୧୮୫ କିମି […]
ଭୁବନେଶ୍ୱର: ବାତ୍ୟା ଅମ୍ପନ୍ ପ୍ରଭାବରେ ବିଳମ୍ବିତ ରାତିରେ ହଠାତ ବଢ଼ିପାରେ ପବନ। ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା, ପବନ ହେବ ଏବଂ କାଲି ସକାଳୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ତାଳସାରି ଅଞ୍ଚଳରେ ପବନ ବେଗ ଅଧିକ ରହିବ। ଏଠାରେ ୧୦୦ରୁ ୧୨୫ କିମି ଯାଏ ପବନ ହୋଇପାରେ ବୋଲି କିଛି ସମୟ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା। ବାତ୍ୟା ଅପଡେଟ ନେଇ […]
ଭୁବନେଶ୍ୱର: ଇସ୍ରୋର ଓଡ଼ିଆ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇସ୍ରୋର ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ ଭାବେ ସେ ଅର୍ଜନ କରିଥିବା ସୁନାମ ସର୍ବଦା ଅକ୍ଷୁର୍ଣ୍ଣ ରହିବ। ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ଦିବଂଗତ ସୁଷମାଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଦେହାନ୍ତ ଖବର […]
ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ନୀଳଗିରି ଅଞ୍ଚଳରେ ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ନୀଳଗିରି ଏନ୍ଏସିର ୨ ନମ୍ବର ୱାର୍ଡ ଅନ୍ତର୍ଗତ ଘାଟଘର ସାହିରେ ଏବେ ବି ଲୋକେ ମାଟି ଘରେ ଅସୁରକ୍ଷିତ ଭାବେ ରହୁଛନ୍ତି। କିନ୍ତୁ ସେମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନି। କେବଳ ମାଇକ୍ରେ ପ୍ରଚାର କରି କାମ ସାରି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବାତ୍ୟାକୁ ଆଖି ଆଗରେ ରଖି ବାଲେଶ୍ୱର ଜିଲ୍ଲାର ସୋର ଏବଂ ବାହାନଗା ବ୍ଲକର […]
ଭୁବନେଶ୍ୱର: ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ଏହା ଅତି ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହୋଇଛି। ଆକଳନ ଅନୁସାରେ ସମୁଦ୍ର ଭିତରେ ଅମ୍ପନର ମହାବାତ୍ୟା ରୂପ କମିଯାଇଛି। ଏବେ ପାରାଦୀପଠୁ ୪୨୦ କିମି ଦୂରରେ ରହିଛି ବାତ୍ୟା ଅମ୍ପନ। ଗତି ବଢ଼ାଇ ଏବେ ଘଣ୍ଟାକୁ ୧୭ କିମି ବେଗରେ ଆଗକୁ ବଢ଼ୁଛି। ବାତ୍ୟା ଅମ୍ପନର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଗଲାଣି। ଦକ୍ଷିଣ ଓଡ଼ିଶାରୁ ଆରମ୍ଭ କରି […]
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ୟାକେଜ୍ ଘୋଷଣା ଲୋକଙ୍କୁ ଲୁଟ୍ ପାଇଁ ରାସ୍ତା। ଆଉ ତାର ଉଦାହରଣ ହେଉଛି ତେଲ ଦର ବୃଦ୍ଧି ବୋଲି କହିଛନ୍ତି ନିରଞ୍ଜନ। ଏହାଦ୍ୱାରା ଦରଦାମ୍ ବଢ଼ିବ। ଗ୍ରାହକ ଆହୁରି ହଇରାଣ ହେବେ। କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି ନା ଆର୍ଥିକ ଦଣ୍ଡ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି […]
ଅନୁଗୁଳ: କରୋନାର ଭୟ ମଣିଷର ମଣିଷପଣିଆକୁ ମାରିଦେଉଥିବା ବେଳେ ଏବେବି କେଉଁଠି ନା କେଉଁଠି ବଞ୍ଚିଛି ମଣିଷ ପଣିଆ। ଏମିତି ମଣିଷପଣିଆର ଖବର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ଗାଁରେ। ଏଠାରେ ଗାଁ ମୁଣ୍ଡ ରାସ୍ତା କଡ଼ରେ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିବା ନିଃସହାୟ ଲୋକର ମୃତ୍ୟୁ ପରେ ଚାରି କାନ୍ଧ ଦେଇ ସଂସ୍କାର କରିଛନ୍ତି ଗ୍ରାମବାସୀ ଖେମଳା ଗାଁର ପୋଲସ୍ତି ଦେହୁରୀ ଜଣେ ନିରାଶ୍ରୟ ବ୍ୟକ୍ତି। ପରିବାର କହିଲେ କେହି […]