• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bput
ବିପିୟୁଟିର ଅନ୍‌ଲାଇନ୍ ପରୀକ୍ଷାକୁ ବିଜେପି ଯୁବ ମୋର୍ଚ୍ଚାର ବିରୋଧ

ଭୁବନେଶ୍ୱର: ବିପିୟୁଟିର ଅନ୍‌ଲାଇନ୍ ପରୀକ୍ଷାକୁ ବିଜେପି ଯୁବ ମୋର୍ଚ୍ଚାର ବିରୋଧ। ଓଡ଼ିଶାରେ ଲଗାତାର ୩ ଘଣ୍ଟା ବିଜୁଳି ରହୁନି, ଖୋଦ ଶକ୍ତିମନ୍ତ୍ରୀଙ୍କ ଘର ପାଖରେ ବି ବିଜୁଳି ରହୁନି। ତା ଛଡ଼ା ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଅନ୍‌ଲାଇନ୍ ପରୀକ୍ଷା ସମ୍ଭବ ନୁହେଁ ବୋଲି କହିଛି ବିଜେପି ଯୁବମୋର୍ଚ୍ଚା। ସେହିପରି ଅନ୍‌ଲାଇନ୍ ପରୀକ୍ଷା କରାଇବାକୁ ଏକ ବ୍ଲାକ୍ ଲିଷ୍ଟେଡ୍ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ଯୁବମୋର୍ଚ୍ଚା ଅଭିଯୋଗ କରିଛି। ଅନ୍‌ଲାଇନ୍ ପରୀକ୍ଷା ବଦଳରେ ପୂର୍ବ ପରୀକ୍ଷା […]

  • Monday, 26 July 2021
kalahandi-dead
ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା

ଭବାନୀପାଟଣା: ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଜୁଟାଗାଁରେ। ମଧ୍ୟାହ୍ନ ଭୋଜନବେଳେ ଦୀନବନ୍ଧୁ ଦାସଙ୍କ ସହିତ ପୁଅ ହନୁମାନ ଦାସଙ୍କ ଡାଲି ପାଇଁ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ କୀଟନାଶକ ପିଇ ଦେଇଥିଲେ ପୁଅ ହନୁମାନ। ପୁଅକୁ ଦେଖି ବାପା ଦୀନବନ୍ଧୁ ବି ସେଇ ବିଷରୁ ଅଧା ପିଇ ଦେଇଥିଲେ। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ […]

  • Monday, 26 July 2021
principal
କପି ଧରିଥିବାରୁ ରାଗ ରଖି ପ୍ରିନ୍ସିପାଲ୍‌ଙ୍କୁ ହାତୁଡ଼ିରେ ପିଟିଲେ ପୂର୍ବତନ ଛାତ୍ର

ଭୁବନେଶ୍ୱର: କପି ଧରିଥିବାରୁ ରାଗ ସୁଝାଇଲେ ଛାତ୍ର। କଲେଜ ଭିତରେ ପଶି ପ୍ରିନ୍ସିପାଲ୍‌ଙ୍କୁ ପିଟିଲେ ପୂର୍ବତନ ଛାତ୍ର। ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ପଟିଆ ଅଞ୍ଚଳରେ। କଲେଜ ଭିତରେ ପଶି ପ୍ରିନ୍ସିପାଲ୍‌ଙ୍କୁ ହାତୁଡ଼ିରେ ପିଟିଛନ୍ତି ପୂର୍ବତନ ଛାତ୍ର। ପୋଲିସ୍‌ର କହିବା ଅନୁସାରେ ୨୦୧୯ରେ ଏହି ଘରୋଇ କଲେଜ୍‌ରେ ଛାତ୍ର ଜଣକୁ ପଡ଼ୁଥିଲେ। ତେବେ କପି କରିବା ବେଳେ ପ୍ରିନ୍ସପାଲ୍ ତାଙ୍କୁ ଧରିଥିଲେ। ଏହାସହ ବେଳେ ବେଳେ ଚୁଟି ଠିକ୍‌ରେ କୁଣ୍ଡାଇ ନଥିବାକୁ ନେଇ ପ୍ରିନ୍ସପାଲ୍ ଗାଳି […]

  • Monday, 26 July 2021
kinnaer
ମଧୁବାବୁ ପେନ୍‌ସନ୍ ଯୋଜନାରେ କିନ୍ନରମାନଙ୍କୁ ମିଳିବ ପେନ୍‌ସନ୍‌

ଭୁବନେଶ୍ୱର: ଏଣିକି କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ଯୋଗାଇ ଦିଆଯିବ ପେନ୍‌ସନ୍। ଏ ନେଇ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେନ୍‌ସନ୍ ପାଇବା ପାଇଁ କିନ୍ନରମାନେ ମଧୁବାବୁ ପେନ୍‌ସନ୍ ୱେବ୍‌ସାଇଟ୍‌ରେ ଏବେଠାରୁ ଆବେଦନ କରିପାରିବେ। ବୟସ ଅନୁସାରେ ୫ ଶହରୁ ୯ ଶହ ପର୍ଯ୍ୟନ୍ତ ଭତ୍ତା ଦିଆଯିବ। କିନ୍ନରଙ୍କୁ ଯୋଜନାରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ। ସେହିପରି ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ। ଆଉ ୧ ହଜାର ଟଙ୍କା ରାଜ୍ୟର […]

  • Monday, 26 July 2021
faemrmer
ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହେବ ‘ବଳରାମ’ ଯୋଜନା

ଭୁବନେଶ୍ୱର: ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହେବ ‘ବଳରାମ’ ଯୋଜନା। ବଳରାମ ଯୋଜନା ମାଧ୍ୟମରେ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବ। ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ ରଖାଯାଇଛି। ଜଏଣ୍ଟ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଏହି ଋଣ ଯୋଗାଇ ଦିଆଯିବ। ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଣର ବ୍ୟବସ୍ଥା ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଏନେଇ ନିଷ୍ପତ୍ତି ହୋଇଛି। […]

  • Monday, 26 July 2021
tspl
TPSL କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ; ପୋଡ଼ିହୋଇ ୭ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାରେ ଥିବା TPSL କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ ଘଟି ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନାର ଦ୍ୱିତୀୟ ମହଲାରେ ଥିବା ଫର୍ଣ୍ଣେସ୍‌ରେ ବିସ୍ଫୋରଣ ଯୋଗୁ ନିଆଁ ଛିଟିକି ପଡ଼ିଥିଲା। ସେଠାରୁ କାମ କରୁଥିବା ଶ୍ରମିକଙ୍କ ଉପରେ ନିଆଁ ଛିଟିକ ପଡ଼ିବାରୁ ୭ ଜଣ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ରାଉରକେଲା IGH ସ୍ଥାନାନ୍ତର କରାଯାଇଥିବା […]

  • Monday, 26 July 2021
borther-dead
ବଡ଼ ଭଉଣୀ ମୋବାଇଲ୍ ନଦେବାରୁ ଜୀବନ ହାରିଲା ନାବାଳକ ଭାଇ

କେନ୍ଦୁଝର: ମୋବାଇଲ୍ ପାଇଁ ଜୀବନ ହାରିଦେଲା ନାବାଳକ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପଲାଣଘାଟି ଗାଁରୁ। ବଡ଼ ଭଉଣୀ ମୋବାଇଲ ନଦେବାରୁ ସାନଭାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ମୟୁରଭଞ୍ଜ ଜିଲ୍ଲା କୁସୁମି ଗାଁର ମାନସ ମହାନ୍ତିଙ୍କ ପୁଅ। ବାପା ପଲାଣିଘାଟି ସ୍କୁଲର ଶିକ୍ଷକ। ତେବେ ବାପା, ମା ମୟୁରଭଞ୍ଜ ଯାଇଥିବାବେଳେ ଗତକାଲି ମୋବାଇଲ୍ ଦେଖାକୁ ନେଇ ଭାଇ ଭଉଣୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ରାତିରେ ବଡ଼ଭଉଣୀ ଶୋଇଯିବା […]

  • Monday, 26 July 2021
accident
ଟ୍ରାକ୍ଟର ଓଲଟି ୩ ମୃତ ଓ ୮ ଗୁରୁତର

ବଣାଇ: ଟ୍ରାକ୍ଟର ଓଲଟି ୩ ମୃତ ଓ ୮ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା କେଲ ଗାଁ ନିକଟରେ। ଟ୍ରାକ୍ଟରରେ ପଞ୍ଚାୟତ ସଦର ମହକୁମାକୁ ଚାଉଳ ପାଇଁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଟ୍ରାକ୍ଟରଟି ଓଲଟି ପଡ଼ିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି କେଲ ଗାଁରୁ ଏକ ଟ୍ରାକ୍ଟରରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ […]

  • Monday, 26 July 2021
naveen pattanik
କରୋନା ମୁକାବିଲା ପାଇଁ ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗହଳିକୁ ନଯାଇ, ଗହଳି ନକରି ଲୋକଙ୍କ ସହ ଟେକ୍ନୋଲୋଜି ଦ୍ୱାରା ଯୋଡ଼ି ହେବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ବିଧାୟକମାନଙ୍କୁ ଏହିପରି ଆହ୍ୱାନ ଦେଇଛନ୍ତି ସିଏମ୍‌। କୋଭିଡ ଗାଇଡଲାଇନ ମାନି ପ୍ରତ୍ୟେକ ପଦକ୍ଷେପ ନେବାକୁ ସେ ବିଧାୟକମାନଙ୍କୁ କହିଛନ୍ତି। ସେ କହିଛନ୍ତି, ଏବେ ଆମେ ସବୁଠାରୁ ଅଧିକ ଜଟିଳ ପରିସ୍ଥିତି ଦେଇ ଗତି କରୁଛୁ। […]

  • Monday, 26 July 2021
dg avaya
ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ଅନୁଗୁଳ: ଶେଷରେ ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। କିଛି ଦିନର ଲୁଚକାଳି ପରେ ଅନୁଗୁଳ ବଇଣ୍ଡା ଜଙ୍ଗଲରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ପରବର୍ତ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜି ପୋଲିସ୍ ଅଭୟ ସୂଚନା ଦେଇଛନ୍ତି। ଆଜି ସକାଳେ ଆନନ୍ଦଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ତାଙ୍କୁ ଖୋଜିବା ପାଇଁ ଜଣେ ମହିଳା ଡିସିପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ୍ […]

  • Monday, 26 July 2021
cm
ବିଜୁ ଜନତା ଦଳରେ ବଡ଼ ପରିବର୍ତ୍ତନ; ୮ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସଭାପତି। ଦଳରେ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି ସଭାପତି । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତି ହୋଇଛନ୍ତି। ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁରଙ୍କୁ ବରିଷ୍ଠ ଉପସଭାପତି ପଦରେ ନିଯୁକ୍ତି ମିଳିଛି। ଉପସଭାପତି ମଙ୍ଗଳା କିଷାନ, […]

  • Monday, 26 July 2021
Chingari-App
ଟିକ୍‌ଟକ୍ ବ୍ୟାନ୍ ପରେ ଏବେ ଚିଙ୍ଗାରୀ ଆପ୍‌ର ଚାହିଦା ବଢ଼ିଛି

ଭୁବନେଶ୍ୱର: ଟିକ୍‌ଟକ୍ ବ୍ୟାନ୍ ପରେ ଏବେ ଚିଙ୍ଗାରୀ ଆପ୍‌ର ଚାହିଦା ବଢ଼ିଛି। ବହୁ ସଂଖ୍ୟାରେ ଲୋକେ ଏବେ ଚିଙ୍ଗାରୀ ଆପ୍‌କୁ ଡାଉନ୍‌ଲୋଡ୍ କରିସାରିଲେଣି। କେବଳ ପ୍ଲେ ଷ୍ଟୋର୍‌ରୁ ଅଢ଼େଇ ମିଲିୟନ୍ ଗ୍ରାହକ ଚିଙ୍ଗାରୀକୁ ଡାଉନ୍‌ଲୋଡ୍ କରିଛନ୍ତି। ଗତ ଗୋଟିଏ ମାସରେ ଚିଙ୍ଗାରୀକୁ ଲକ୍ଷେ ଲୋକ ଡାଉନ୍‌ଲୋଡ୍ କରିଥିଲେ। ତେବେ ସବୁଠୁ ବଡ଼ କଥା ହେଲା ଏହାକୁ ଡେଭଲପ୍ କରିଛନ୍ତି ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଯୁବକ ବିଶ୍ୱତ୍ମା ନାୟକ। ୨୦୧୯ରେ ଏହି ଭିଡିଓ ଶେୟାରିଂ ଆପ୍ ଚିଙ୍ଗାରିକୁ ଡେଭଲପ୍ […]

  • Monday, 26 July 2021
morning-1
ଅନ୍‌ଲାଇନ୍‌ରେ ଭିଡିଓ ମାଧ୍ୟମରେ ଏମିତି ହେବ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଠପଢ଼ା

ଭୁବନେଶ୍ୱର: ଯୁକ୍ତ ୨ ଦ୍ୱିତୀୟ ବର୍ଷ ପାଠପଢ଼ା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଭିଡିଓ ମାଧ୍ୟମରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ପାଠପଢ଼ା ହେବ। ଏଥିଲାଗି କାଲିଠାରୁ ୨ ଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ। ଅଧ୍ୟାପକ ଅଧ୍ୟାପିକାମାନେ ଏଥିରେ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ନେଇ ତାଲିମ ନେବେ। ଏନେଇ ସୂଟନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା। ଦୁଇ ଦିନର ତାଲିମରେ ଅଧ୍ୟାପକ, ଅଧ୍ୟାପିକାଙ୍କ ପ୍ରସ୍ତୁତିକୁ ଦେଖି ନିଜ […]

  • Monday, 26 July 2021
timi
ସମୁଦ୍ରକୂଳରେ ପଡ଼ିଛି ବିଶାଳ ମୃତ ତିମି

ବାଲେଶୱର: ଜଳେଶ୍ୱର ନିକଟ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ସମୁଦ୍ର କୂଳରୁ ବିଶାଳ ମୃତ ତିମି ଉଦ୍ଧାର ହୋଇଛି। ମନ୍ଦାରମଣି ସମୁଦ୍ରକୂଳରେ ଲାଗିଥିବା ମୃତ ତିମିର ଲମ୍ବ ୪୫ ଫିଟ୍ ଓ ଚଉଡ଼ା ୧୦ ଫିଟ୍ ହେବ ବୋଲି ପଶ୍ଚିମବଙ୍ଗ ବନ ବିଭାଗ ସୂଚନା ଦେଇଛି। ଏହାକୁ ସ୍ଥାନୀୟ  ଲୋକେ ନୀଳ ତିମି ବୋଲି ମଧ୍ୟ କହୁଛନ୍ତି। ତେବେ ତିମିଟି କେମିତି ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇନାହିଁ। ଏହାକୁ ପଶ୍ଚିମବଙ୍ଗର ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖାଯିବ ବୋଲି […]

  • Monday, 26 July 2021
niranjan-pattanik
୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। କାଲି କେନ୍ଦ୍ର ସରକାରଙ୍କ ଯେ କୌଣସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ କଂଗ୍ରେସ ନେତା ଓ କର୍ମୀ। ଏବଂ ତାପରଦିନ ଅର୍ଥାତ ୩୦ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲା ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ। କେବଳ ରାଜ୍ୟରେ ନୁହେଁ, ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିବ […]

  • Monday, 26 July 2021
bsnl
ଦରମା ମିଳିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ BSNLର ଠିକା କର୍ମଚାରୀ

ବଲାଙ୍ଗିର: ବଲାଙ୍ଗିର BSNL କାର୍ଯ୍ୟାଳୟରେ ଉତ୍ତେଜନା। ଦଶ ମାସର ଦରମା ମିଳିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ। ଗତ ୧୭ ଦିନ ଧରି ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟକୁ ବନ୍ଦ କରି ଧାରଣାରେ ବସିଛନ୍ତି ଶ୍ରମିକ। ସକାଳୁ କାର୍ଯ୍ୟାଳୟ ଖୋଲିବାକୁ କର୍ମଚାରୀ ଓ ପୋଲିସ୍ ଫୋର୍ସ ପହଞ୍ଚି ଆନ୍ଦୋଳନକାରଙ୍କୁ ହଟାଇଥିଲେ। ଏହି ସମୟରେ ପୋଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ଉପୁଜିଥିଲା। ତେବେ ଅସ୍ଥାୟୀ ହେଲେ ଜିଲ୍ଲାରେ ଠପ୍ ହୋଇପଡ଼ିଛି ବିଏସ୍ଏନ୍ଏଲ୍ ସେବା। ଫଳରେ ଗ୍ରାହକ ବିଏସ୍ଏନ୍ଏଲ୍ […]

  • Monday, 26 July 2021
tela
ବଢ଼ୁଛି ତୈଳ ଦର; ଖାଉଟି ଅସନ୍ତୋଷ, ସରକାର ନିରବଦ୍ରଷ୍ଟା

ଭୁବନେଶ୍ୱର: ଲଗାତର ୧୮ ଦିନ ଧରି ବଢ଼ିଛି ତେଳ ଦର। ଜୁନ୍ ୬ ପରଠୁ ଆଉ ଥମିବାର ନା ନେଉନି ପେଟ୍ରୋଲ୍-ଡିଜେଲ୍। ମୂଲ୍ୟ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦରକୁ ଅତିକ୍ରମ କରିଛି ଡିଜେଲ। ଗୋଟିଏ ପଟେ କରୋନା ମାଡ଼ରେ ଲୋକଙ୍କ ଆର୍ଥିକ ଅବସ୍ଥା ଦେବାଳିଆ ଥିବା ବେଳେ ଏପଟେ ହୁ ହୁ ବଢୁଥିବା ତେଲ ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀର ଦର ବଢ଼ିବା ଆଶଙ୍କା କରାଯାଉଛି। ସେପଟେ ତେଲଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି। […]

  • Monday, 26 July 2021
ratha
ସରିଲା ରଥଯାତ୍ରା: ଶ୍ରେୟ ନେବାକୁ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରତିଯୋଗିତା

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟଙ୍କ କଟକଣା ମାନି ସଫଳ ଭକ୍ତଶୂନ୍ୟ ରଥଯାତ୍ରା ପରେ ଏବେ ଶ୍ରେୟ ନେବାକୁ ପ୍ରତିଯୋଗିତା ଲାଗିଛି। ବିଜେପି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଷଡ଼ଯନ୍ତ୍ରକାରୀ କହି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ରଥ ଗଡ଼ିଲା ବୋଲି କହିଛି। ବିଜେଡି କିନ୍ତୁ ଏ ନେଇ ଚୁପଥିବା ବେଳେ କଂଗ୍ରେସ କହିଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କେହି ରଥଯାତ୍ରା ଚାହୁଁନଥିଲେ। କାଳିଆ ଯୋଗୁ ହିଁ ରଥଯାତ୍ରା ସୁରୁଖୁରରେ ହେଲା ବିନା ଭକ୍ତରେ ରଥ ଗଡ଼ିବା […]

  • Monday, 26 July 2021
biramitrapur
ନାବାଳିକାର ଗର୍ଭପାତ ଅଭିଯୋଗରେ ସନ୍ଦେହ ଘେରରେ ପୁଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ନାବାଳିକାର ଗର୍ଭପାତ ଅଭିଯୋଗରେ ପୋଲିସର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି। ବୀରମିତ୍ରପୁର ଥାନା ଅଧିକାରୀ ଓ ଜଣେ ଡାକ୍ତରଙ୍କ ସମେତ ଘଟଣାରେ ସଂପୃକ୍ତ ଅନ୍ୟ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ରାଏବଗା ଥାନାରେ ଏନେଇ ଲିଖିତ ଭାବେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ଏସ୍ପିଙ୍କ ନେତୃତ୍ୱରେ ଏକ […]

  • Monday, 26 July 2021
jirang
କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଗାଁ ଲୋକଙ୍କ ରାସ୍ତା ଅବରୋଧ

ଗଜପତି: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ଜିରାଙ୍ଗ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଲୋକେ ଗଛ ଓ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ଜିରାଙ୍ଗ ଗାଁରୁ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁକୁ ଗୋଟିଏ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହାକୁ ନେଇ ଗ୍ରାମବାସୀମାନେ ମୁଖ୍ୟ ରାସ୍ତାରେ ପଥର ଓ ଗଛ ପକାଇ ରାସ୍ତାକୁ ଅବରୋଧ କରିଥିଲେ। ଯେପରି ଗାଁକୁ ବାହାରୁ ଲୋକ ଆସିନପାରିବେ, ଏଥିପାଇଁ […]

  • Monday, 26 July 2021
ଈଓଊପୋ
ରଥଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ ହେବ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କର ୨ ଥର କୋଭିଡ ଟେଷ୍ଟ ହେବ। ଅଢ଼େଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ କରାଯିବ। ସେମାନଙ୍କ ବ୍ୟତୀତ ପୋଲିସ୍, ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ। ରଥ ଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର ଏହି କୋଭିଡ୍ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି। ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଟେଷ୍ଟ ପ୍ରକ୍ରିୟା ସାରିବାକୁ […]

cuttack
ସମସ୍ୟାର ସାଥି ହେବ ପ୍ରଶାସନ: ଖୁବ୍‌ଶୀଘ୍ର ଆରମ୍ଭ ହେବ 'ତୁ ମୋ ସାହାରା' ଯୋଜନା

ଭୁବନେଶ୍ୱର: ଏଣିକି ପ୍ରଶାସନ ପହଁଞ୍ଚିବ ଆପଣଙ୍କ ପାଖରେ। ଯେକୌଣସି ସମସ୍ୟା ହେଉ ସଙ୍ଗେ ସଙ୍ଗେ ସହଯୋଗର ହାତ ବଢ଼ାଇବ ପ୍ରଶାସନ। ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା ବେସରକାରୀ କାମ, ସମସ୍ୟା ନେଇ ପ୍ରଶାସନ ସହ ଯୋଗଯୋଗ କଲେ ଆପଣଙ୍କୁ ସଙ୍ଗେ ସଙ୍ଗେ ସାହାଯ୍ୟ ମିଳିବ। ଏମିତି କିଛି ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି କଟକ ଜିଲ୍ଲା ପ୍ରଶାସନ। ଯାହାର ନାଁ ରଖାଯାଇଛି ‘ତୁ ମୋ ସାହାରା।’ କେବଳ ସିନିଅର ସିଟିଜେନ ନୁହଁନ୍ତି, ଯେ କୌଣସି ବ୍ୟକ୍ତି […]

  • Monday, 26 July 2021
niranjan pattnaik
'ସରକାର ବିଳମ୍ବରେ ନିଷ୍ପତ୍ତି ନେବାରୁ କଳାପାହାଡ଼ ଭଳି ଇତିହାସ ପୁଣି ଥରେ ସୃଷ୍ଟି ହେଲା'

ପୁରୀ: ରଥଯାତ୍ରାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ବିଳମ୍ବରେ ନେଲେ। କରୋନା ଯୋଗୁ ନିଷ୍ପତ୍ତି ନେବାକୁ ଭୟ କଲେ ରାଜ୍ୟ ସରକାର। ଯାହା ଫଳରେ କଳାପାହାଡ଼ ଭଳି ଇତିହାସ ପୁଣି ଥରେ ସୃଷ୍ଟି ହେଲା। ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରଥଯାତ୍ରା ହେଲେ କରୋନା ବ୍ୟାପିବା ଆଶଙ୍କା କରି ରାଜ୍ୟ ସରକାର ଚୁପ୍ ରହିଲେ। ତେଣୁ ସୁପ୍ରିମକୋର୍ଟଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିଲା। ବର୍ତ୍ତମାନ ଲୋକେ ଘରୁ […]

  • Monday, 26 July 2021
ratha
ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍: ଖାରବେଳ ସ୍ୱାଇଁ

ପୁରୀ: ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍। ରଥାଯାତ୍ରା ହେଲେ କରୋନା ସଂକ୍ରମଣ ବଢ଼ିପାରେ। ତେଣୁ ରାଜ୍ୟ ଓ କେନ୍ଦ୍ରସରକାର ରଥଯାତ୍ରା କରିବାକୁ ଚାହୁଁ ନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ। ରଥଯାତ୍ରା ହେଲେ ସାରା ବିଶ୍ୱକୁ ଭୁଲ ସନ୍ଦେଶ ଯିବ। ଅନ୍ୟ ଧର୍ମର ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ତେଣୁ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଠିକ୍ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମସ୍ତେ ମାନିବା ଜରୁରୀ ବୋଲି ଖାରବେଳ କହିଛନ୍ତି। ଗୋଟିଏ […]

  • Monday, 26 July 2021
ipbp
ଓଡ଼ିଶାର ଶତାୟୁ ବୃଦ୍ଧାଙ୍କ ଘରେ ବ୍ୟାଙ୍କ ସେବା ପହଞ୍ଚାଇଲା IPPB

ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଓଡ଼ିଶାର ନୂଆପଡ଼ାର ଜଣେ ବୃଦ୍ଧା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ। ବ୍ୟାଙ୍କ ପକ୍ଷରୁ ତାଙ୍କର ଏକ ନୂଆ ଖାତା ଖୋଲାଯାଇଛି। ଏହାଫଳରେ ବୃଦ୍ଧାଜଣକ ମହିଳାଜଣଙ୍କ ଘରେ ରହି ଆଧାର କାର୍ଡ ସହାୟତାରେ ଟଙ୍କା ଉଠାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କିଛିଦିନ ତଳେ ଟଙ୍କା ଉଠାଣ ପାଇଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବରଗାଁର ଜଣେ ୧୨୦ […]

  • Monday, 26 July 2021