ଭୁବନେଶ୍ୱର: ସେପ୍ଟେମ୍ବରରେ ବସିବ କି ବିଧାନସଭା ? ବାଚସ୍ପତିଙ୍କ କଥାରୁ ଏହାର ସଂକେତ ମିଳିଛି। ମାର୍ଚ୍ଚରେ ବସିଥିଲା ବିଧାନସଭା। ଆଇନ ଅନୁସାରେ ୬ ମାସ ଭିତରେ ପୁଣି ଥରେ ବସିବା କଥା। ଆସନ୍ତା ସେପ୍ଟେମ୍ବରକୁ ୬ ମାସ ହେଉଛି, ତେଣୁ ସେପ୍ଟେମ୍ବରରେ ଅଧିବେଶନ ଜରୁରୀ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଅଧିବେଶନ ବେଳେ ପ୍ରେସ୍ ଗ୍ୟାଲେରିରେ ବସିପାରନ୍ତି ବିଧାୟକ। ଏନେଇ ଲୋକସଭା ବାଚସ୍ପତିଙ୍କ ସହ ଯୋଗାଯୋଗରେ ଅଛି ସଂସଦ। ନିୟମାନୁସାରେ ସଦସ୍ୟଙ୍କ ମଧ୍ୟରେ ୧୦ […]
ଭୁବନେଶ୍ୱର: ବିଜେଡିର ୩୬ ଜଣ ନେତାଙ୍କୁ ଦଳର ସାଧାରଣ ସଂପାଦକ ସହ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡ଼ିଶା, ସ୍ନେହାଙ୍ଗିନୀ ଛୁରିଆଙ୍କୁ SC ସଶକ୍ତୀକରଣ, ଉମାକାନ୍ତ ସାମନ୍ତରାୟଙ୍କୁ ସମାଜ ମଙ୍ଗଳ, ଅନନ୍ତ ଜେନାଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ସେହିପରି ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର, ସୁଧିର ସାମଲ, ସସ୍ମିତ ପାତ୍ର ଓ ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ମୋ ପରିବାର , ଜଗନ୍ନାଥ ସାରକା, […]
ଯାଜପୁର: ଯାଜପୁର ଦାନଗଦିରେ ଅନ୍ଧବିଶ୍ୱାସରୁ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଛି। ମୃତକ ହେଲେ ନନ୍ଦିନୀ ପୂର୍ତ୍ତି। ଏହାପରେ ଅଭିଯୁକ୍ତ ଜଣକ କଟାମୁଣ୍ଡ ଓ ଟାଙ୍ଗିଆ ସହ ଥାନାରେ ଆତ୍ମସମର୍ପଣ କରିଛି। ଦାନଗଦି ବ୍ଲକ ଓଲଳ ପଞ୍ଚାୟତ ଛତରା ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ଦାଦାପୁଅ ଭାଇର ମୃତ୍ୟୁ ପାଇଁ ଦାୟୀ କରି ବୃଦ୍ଧାଙ୍କୁ ନୃଶଂସ ହତ୍ୟା କରିଥିବା ଜଣାପଡ଼ିଛି। ଅଭିଯୁକ୍ତ କାର୍ତ୍ତିକ କରେଇକୁ ଅଟକ ରଖି […]
ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ଜେରା କରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ ଓ ଆଦିତ୍ୟଙ୍କ ପରିବାରରେ କେବେ ଝଗଡ଼ା ହୋଇଥିଲା ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି ଥିଲା ଏଭଳି ଅନେକ ପ୍ରସଙ୍ଗରେ ଆଦିତ୍ୟଙ୍କ ଘର ମାଲିକଙ୍କୁ ଜିଆରପି ପଚରା ଉଚରା କରିଥିବା ଜଣାପଡ଼ିଛି। ସେହିଭଳି ବଲାଙ୍ଗିରେ ଥିବା ଆଦିତ୍ୟଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ନୋଟିସ୍ କରିଛି ଜିଆରପି। ସେ ହାଜର ହେଲେ ତାଙ୍କୁ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗ୍ୟାସ ସିଲିଣ୍ଡର ଫାଟି ଓଡ଼ିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭିକ୍ଟୋରିଆ ମେମୋରିଆଲ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଂଚାୟତ ଗାହାକିଆ ଗାଁର ବୋଲି ଜଣାପଡ଼ିଛି। ମୃତ୍ୟୁ ହୋଇଥିବା ଯୁବତୀ ଜଣକ ହେଲେ ଗାହକିଆ ଗାଁର ବରଣୀ ପ୍ରଧାନ। ରୋଷେଇ କରୁଥିବା ବେଳେ ସିଲିଣ୍ଡର ଫାଟି ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି […]
କୃଷ୍ଣପ୍ରସାଦ: ଚିଲିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ ଘୋଟାଲା ବ୍ଲକ୍ ଅଫିସ ପଛପଟେ ଶହ ଶହ ଆବେଦନକାରୀଙ୍କ ଆବେଦନପତ୍ରକୁ ଫିଙ୍ଗିଦିଆଯିବା ସହ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଆଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ପୃଥ୍ୱୀରାଜ କହିଛନ୍ତି, ତିନି ତିନି ଥର ସର୍ଭେ ପରେ ହୀତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ। ବିଜେପିର ଦାବିର ପରେ ବ୍ଲକ୍ ପ୍ରଶାସନ ଦରଖାସ୍ତ ଗ୍ରହଣ କରିଥିଲେ, ହେଲେ ସେସବୁକୁ ଯାଞ୍ଚ୍ ନକରି ଆବେଦନପତ୍ର ଥିବା […]
ଭୁବନେଶ୍ୱର: ଭୁବନେଶ୍ୱରକୁ ଫେରିବେ ବାହାରିନ୍ରେ ଫସିଥିବା ଓଡ଼ିଆ। ୬୮ ଜଣ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ଆଜି ରାତି ୧୦ଟା ବେଳେ ଏୟାର ଇଣ୍ଡିଆ ବିମାନ AI0940 ବିମାନ ପହଞ୍ଚିବ। ବାହାରିନ୍ରୁ ବାହାରିବା ପରେ ଏହା ଦିଲ୍ଲୀ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ଏନେଇ ଭୁବନେଶ୍ୱର ବିମାନ ବନ୍ଦରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ନେଇ […]
କଟକ: ମନରେଗା କାମ ବିବାଦରୁ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ କଟକ ଜିଲ୍ଲା ବାଙ୍କୀ ବ୍ଲକ ନୂଆଗାଁ ପଞ୍ଚାୟତ ଖଜୁରୀପଦା ଗାଁ ଲୋକେ। କାମ ବନ୍ଦ କରିଦେବାରୁ JE ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ଦେଇଛନ୍ତି ଲୋକେ। ମନରେଗା କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ବେଳେ ଏହି ଦୁଇ ଅଧିକାରୀ କାମ ବନ୍ଦ କରିଦେଇଥିଲେ। ଏହାକୁ ବିରୋଧ କରିବା ସହ ଲୋକେ କାମ ଚାଲୁ ରଖିବା ଓ ବକେୟା […]
ଭୁବନେଶ୍ୱର: କଟକ-ଭୁବନେଶ୍ୱର ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ। ଏନେଇ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ସେ କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ। ଲେନ୍ ଡ୍ରାଇଭିଂ ଦ୍ୱାରା ତିନିଟି ଲାଭ ହେବ। ଯାତ୍ରାର ସମୟ କମିବ, ଗାଡ଼ିର ଗତି ବଢ଼ିବ ଏବଂ ଦୁର୍ଘଟଣା କମିବ ବୋଲି ଚିଠିରେ […]
କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ମାଓ ଏନ୍କାଉଣ୍ଟର। ଗତକାଲି ସାରେ ଲାଲ୍ବାହିନୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ପୁଣି ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଜଙ୍ଗଲରେ ସୁରକ୍ଷାବାହିନୀର କମ୍ବିଂ ଅପରେସନ୍ ବେଳେ ଏହି ଏନ୍କାଉଣ୍ଟର ହୋଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍କାଉଣ୍ଟର ପରେ ଘଟଣାସ୍ଥଳରୁ ୨ଟି ଅସ୍ତ୍ରଶସ୍ତ୍ର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ସେପଟେ ଗତ ୫ ତାରିଖ ଦିନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବାଲିସୁଆଁ ଗାଁରୁ ଉଦ୍ଧାର ହୋଇଛି ବିରଳ ଧଳା ରଙ୍ଗର ସାପ। ସଂପୂର୍ଣ୍ଣ ଧଳା ରଙ୍ଗର ଦେହ ଓ କଳା ରଙ୍ଗର ଆଖି ଥିବା ଏହି ସାପକୁ ବାଲିସୁଆଁର ଯୁବକ ଅବିନାଶ ସ୍ୱାଇଁ ଗତ ରାତିରେ ରାସ୍ତା ପାର୍ ହେଉଥିବା ଦେଖିଥିଲେ। ଏଭଳି ଧଳା ସାପ ଆଗରୁ ଦେଖିନଥିବାରୁ ସେ ଏକ ବାଡ଼ିରେ ସାପକୁ ଅଟକାଇ ପ୍ଲାଷ୍ଟିକ ଡବାରେ ପୂରାଇ ଆଣିଥିଲେ। ଏହାପରେ ଫଟୋ ଉଠାଇ ସ୍ନେକ ହେଲପ ଲାଇନର ସଂପାଦକ […]
ଭୁବନେଶ୍ୱର : ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗତ ମାସ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସନ୍ଦେହ ଲାଗିରହିଛି। ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମାନ୍ୟ ପାଟିତୁଣ୍ଡ ହୋଇଥିଲା। ଆଦିତ୍ୟ ସନ୍ଧ୍ୟାରେ ରାଗି ପାଟି […]
ଭୁବନେଶ୍ୱର: ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ହେଲେ ୮ ଓ ୯ ତାରିଖରେ ରାଜ୍ୟରେ କିଛି ସ୍ଥାନରେ ବର୍ଷାର ପରିମାଣ କମିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ୮ ଓ ୯ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ […]
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କୋଭିଡ୍ ସଂକ୍ରମଣ। ଦିନକୁ ଦିନ ଅଧିକ ବିଗୁଡ଼ୁଛି ସ୍ଥିତି। ଗତ ୨୪ ଘଣ୍ଟାରେ କରୋନା ରାଜ୍ୟରେ ଆଉ ୨ ମୁଣ୍ଡ ନେବା ସହ ୪୬୯ ଲୋକଙ୍କୁ ଆକ୍ରାନ୍ତ କରିଛି। ଏଣେ ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେଉଥିବାରୁ କିଛି ଅଞ୍ଚଳରେ ପୁଣି ସଟଡାଉନ୍ ସହ କଟକଣା ଜାରି କରିଛନ୍ତି ବିଭିନ୍ନ ଜିଲ୍ଲା ପ୍ରଶାସନ। ରାଜ୍ୟରେ କୋଭିଡ୍ ସଂକ୍ରମଣରେ ଶୁକ୍ରବାର ୫୬୧, ଶନିବାର ୪୯୫ ପରେ ଆଜି ଚିହ୍ନଟ ହୋଇଛନ୍ତି […]
ପର୍ବତ ଉପରେ ରହିଛି ଅନେକ ଛୋଟ ବଡ଼ ଗୁମ୍ଫା । ଗୁମ୍ଫା ଭିତରେ ଅଛି ଶିବ ଲିଙ୍ଗ, ଯାହାକୁ କୋଟେଶ୍ୱର ମହାଦେବଙ୍କ ନାମରେ ନାମିତ କରାଯାଇଛି । ଏହାସହ ପର୍ବତର ବିଭିନ୍ନ ସ୍ଥାନରେ ରହିଛି ଦେବଦେବୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଗମନାଗମନର ସୁବିଧା ନଥିବା କାରଣରୁ ମହାଦେବଙ୍କୁ ଦର୍ଶନ କରିବା ତ ଦୂରର କଥା ପ୍ରତିଦିନ ପୂଜା ମଧ୍ୟ ହୋଇପାରୁ ନାହିଁ
family of a corona recovery person boycott in village
ଝାରସୁଗୁଡ଼ା: ଜଣେ ଘରୋଇ ଗାଡ଼ି ଡ୍ରାଇଭରଙ୍କୁ ପୋଲିସଗିରି କରିବା ମହଙ୍ଗା ପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନାରେ ନିୟୋଜିତ ଘରୋଇ ଗାଡ଼ି ଡ୍ରାଇଭର ଯୋଶୀ ତାଣ୍ଡିଙ୍କ ନାଁରେ ମାମଲା ରୁଜୁ କରାଯାଇଛି। କାର୍ଯ୍ୟରୁ ବାହାର କରିବାକୁ ଏମସିଏଲକୁ ଚିଠି ଲେଖିଛନ୍ତି ଝାରସୁଗୁଡ଼ା ଏସପି। ସୂଚନା ମୁତାବକ, ଗତକାଲି ସଟଡାଉନ ବେଳେ ବାହାରେ ବୁଲୁଥିବା ଜଣେ ଯୁବକଙ୍କୁ ଉଠବସ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସ ନହୋଇ ବି ଏଭଳି କାମ କରିଥିବାରୁ ସଂପୃକ୍ତ ଡ୍ରାଇଭରଙ୍କ […]
ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା ପାଇଁ ଅରେଞ୍ଜ ଆଉ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, […]
କୋରାପୁଟ: ଥାନା ସମ୍ମୁଖରେ ମହିଳାଙ୍କୁ ଠେଲାପେଲା ଅଭିଯୋଗ ହୋଇଛି। ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଘଟଣା ସ୍ଥଳରେ ଜଣେ ମହିଳା ପୋଲିସ ବି ଉପସ୍ଥିତ ଥିବାର ଦେଖାଯାଉଛି। ତାଙ୍କ ସହ ୩ରୁ ୪ ଜଣ ପୋଲିସ କର୍ମଚାରୀ ମହିଳା ଜଣଙ୍କୁ ଠେଲି ଠେଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓରେ ଦେଖାଯାଉଛି। ଭାଇରାଲ୍ ହୋଇଥିବା ଦୃଶ୍ୟଟି କୋରାପୁଟ ଜିଲ୍ଲା ଆଦର୍ଶ ଥାନାର। ସମ୍ପୃକ୍ତ ମହିଳାଙ୍କ ପୁଅ କରୋନା କଟକଣା ଉଲଙ୍ଘନ କରିଥିବାରୁ ପୋଲିସ […]
ଅନୁଗୋଳ: କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ ଦେଖାଦେଇଛି। ଗଲା କିଛି ବର୍ଷ ହେଲା ଅନେକ ଲୋକଙ୍କ କିଡନୀ ରୋଗରେ ମୃତ୍ୟୁ ଘଟିଥିବାବେଳେ, ଶତାଧିକ ରୋଗୀଙ୍କ ଡାଏଲେସିସ୍ ଚାଲିଛି। ଏଥିପାଇଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ସେପଟେ ବ୍ୟବହାର କରୁଥିବା ପାଣିରେ ସମସ୍ୟା ଥିବା ଲୋକେ ଅଭିଯୋଗ କରିଥିଲେ ବି, ବିଶୁଦ୍ଧ ପାଣି ଯୋଗାଇବା ଉପରେ କେହି ଦୃଷ୍ଟି […]
କଟକ: କେନ୍ ଭିତରେ ନାଗ ସାପ। ଟିଣ ଭିତରେ ପଶି ଛଟପଟ୍ ହେଉଥିଲା ନାଗ। ଆଉ ସାପକୁ ଦେଖିବା ପରେ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ ସ୍ଥାନୀୟ ଯୁବକ। କଟକ ଟାଙ୍ଗି ବ୍ଲକର ଶାଳଗାଁ ପଞ୍ଚାୟତରେ ଘଟିଛି ଏହି ଘଟଣା। ଗାଁର ଜଣେ ବ୍ୟକ୍ତିଙ୍କ ଘର ପଛ ପଟେ ପଡ଼ିଥିବା ଏକ ଟିଣ କେନ୍ ଭିତରେ ସାପଟି ପଶି ଯାଇଥିଲା। ସାପଟି ଦୀର୍ଘ ସମୟ ଧରି କେନ୍ ଭିତରେ ଅଟକି ଯିବା ପରେ ଛଟପଟ ହେଉଥିବା […]
ଗଞ୍ଜାମ: ମେଡିକାଲରେ ପୁଅର ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ବାପାମା। ଏଭଳି ଦୁଃଖଦ ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନ ଗାଁରେ। ମା’ ଘରେ ଓ ବାପା ନିକଟ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣା ଅନୁସାରେ, ୧ ତାରିଖରେ ପୁଅ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ସନ୍ଧ୍ୟାରେ ପୁଅର ମୃତ୍ୟୁ ଖବର ଆସିଥିଲା। ୨୭ ବର୍ଷୀୟ ପୁଅର ମୃତ୍ୟୁ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ ବାପାମା। ପୁଅ ବିନା […]
ଭୁବନେଶ୍ୱର: କାଳିଆ ଯୋଜନା ପରେ ଚାଷୀଙ୍କ ପାଇଁ ସରକାରଙ୍କ ନୂଆ ଭେଳିକି। ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ସରକାର ଆଣିଛନ୍ତି ‘ବଳରାମ’ ଯୋଜନା। ପୁରୁଣା ବୋତଲେ ନୂଆ ମଦ ଭଳି ପୂର୍ବରୁ ଥିବା ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ଜରିଆରେ ସରକାର ଭୂମିହୀନ ଚାଷୀଙ୍କୁ ୫୦ ହଜାର ଟଙ୍କା ବଦଳରେ ଦେଢ ଲକ୍ଷରୁ ୨ଲକ୍ଷ ଟଙ୍କା ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କାଳିଆ ଭଳି ଦଳୀୟ କର୍ମୀ ଏଥିରୁ ଫାଇଦା ପାଇବେ ଓ ପ୍ରକୃତ […]
ଭୁବନେଶ୍ୱର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସ୍ମାରକୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘୋଷଣା ଘୋଷଣାରେ ରହିଯାଇଛି। କେନ୍ଦ୍ର ସରକାର ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ୫୦ ଏକର ଜାଗା ମାଗିଥିବା ବେଳେ ରାଜ୍ୟ ସରକାର ୧୦ ଏକର ଯୋଗାଇଥିଲେ। ୨୦୧୯ ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସ୍ମାରକୀର ଶିଳାନ୍ୟାସ କରିଥିଲେ। ଏହା ଭିତରେ ୬ ମାସ ବିତିଗଲାଣି କିନ୍ତୁ କାମ କାଣିଚାଏ ବି ଆଗେଇ ପାରିନି। ଅନ୍ୟପଟେ ଚିହ୍ନଟ […]