Advertisment

ହନୁମାନ ଜୟନ୍ତୀ : ଜାଣନ୍ତୁ ମହାବୀରଙ୍କ ଜନ୍ମକଥା

ମହାବୀର ହନୁମାନ ଏପରି ଏକ ଦେବତା ଯିଏ କି କଳିଯୁଗରେ ମଧ୍ୟ ପୃଥିବୀରେ ବିଦ୍ୟମାନ ଅଛନ୍ତି।  ଭଗବାନ ହନୁମାନଙ୍କୁ ପୂଜାକରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ଭୟରୁ ମୁକ୍ତି ପାଇଥାଏ। ହନୁମାନଙ୍କୁ ପୂଜା କରିବା ଦ୍ଵାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ। ଚଳିତ ବର୍ଷ ମହାବୀର ହନୁମାନଙ୍କର ଜନ୍ମ ବାର୍ଷିକୀ ୨୭ ଏପ୍ରିଲ (ମଙ୍ଗଳବାର)ରେ ପାଳନ କରାଯିବ। ଭକ୍ତମାନେ ପୂର୍ଣ୍ଣ ଭକ୍ତି ସହିତ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହିଦିନ, ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନେ […]

author-image
Pramod Behera
ହନୁମାନ ଜୟନ୍ତୀ : ଜାଣନ୍ତୁ ମହାବୀରଙ୍କ ଜନ୍ମକଥା

3

ମହାବୀର ହନୁମାନ ଏପରି ଏକ ଦେବତା ଯିଏ କି କଳିଯୁଗରେ ମଧ୍ୟ ପୃଥିବୀରେ ବିଦ୍ୟମାନ ଅଛନ୍ତି।  ଭଗବାନ ହନୁମାନଙ୍କୁ ପୂଜାକରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ଭୟରୁ ମୁକ୍ତି ପାଇଥାଏ। ହନୁମାନଙ୍କୁ ପୂଜା କରିବା ଦ୍ଵାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ। ଚଳିତ ବର୍ଷ ମହାବୀର ହନୁମାନଙ୍କର ଜନ୍ମ ବାର୍ଷିକୀ ୨୭ ଏପ୍ରିଲ (ମଙ୍ଗଳବାର)ରେ ପାଳନ କରାଯିବ। ଭକ୍ତମାନେ ପୂର୍ଣ୍ଣ ଭକ୍ତି ସହିତ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହିଦିନ, ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନେ ରାମାୟଣ, ରାମଚରିତ ମାନସର ଅଖଣ୍ଡ ପାଠ, ସୁନ୍ଦରକାଣ୍ଡ, ହନୁମାନ ଚାଳିସା, ବଜରଙ୍ଗ ବାଣ, ହନୁମାନ ବାହୁକ ପାଠ କରିଥାନ୍ତି।

Advertisment

publive-image

ପବନପୁତ୍ର ହନୁମାନଙ୍କ ଅନେକ ନାମ ରହିଛି। ଯେପରି ଚିରଞ୍ଜୀବୀ, ବଜରଙ୍ଗବାଲି, ପବନସୁତ, ମହାବୀର, ଅଞ୍ଜନିସୁତ, ସଙ୍କଟମୋଚନ ଏବଂ ଅଞ୍ଜନେୟ ଜଣାଶୁଣା।

କିମ୍ବଦନ୍ତୀ ଅନୁଯାୟୀ, ଥରେ ମହାନ ଋଷି ଅଙ୍ଗିରା ସ୍ୱର୍ଗଲୋକରେ ପହଞ୍ଚିଲେ। ଯେଉଁଠାରେ ଦେବରାଜ ଇନ୍ଦ୍ରଙ୍କ ଦ୍ଵାରା ପୁଞ୍ଜିକସ୍ଥଳା ନାମକ ଏକ ସୁନ୍ଦରୀ ଅପସରାଙ୍କୁ ନାଚିବାକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଋଷି ଏହି ନୃତ୍ୟ କାର୍ଯ୍ୟକ୍ରମରେ କୌଣସି ଆଗ୍ରହ ଦେଖାଇଲେ ନାହିଁ ଏବଂ ସେ ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲେ। ନୃତ୍ୟ ସମାପ୍ତ ହେବା ପରେ, ସେହି ଅପସରା ଋଷୀଙ୍କୁ ତାଙ୍କ ନୃତ୍ୟ ବିଷୟରେ ପଚାରିବାରୁ ତାଙ୍କର ଏହି ନୃତ୍ୟ ପ୍ରତି ଆଗ୍ରହ ନ ଥିବା କହିଲେ। ଏଥିରେ ଅପସରା କ୍ରୋଧିତ ହେବାରୁ ଋଷି ତାଙ୍କୁ ମାଙ୍କଡ଼ ହୋଇଯିବା ନେଇ ଅଭିଶାପ ଦେଲେ।

Advertisment

publive-image

ଯେତେବେଳେ ଅପସରା ନିଜ ଭୁଲକୁ ବୁଝିପାରିଲେ ସେତେବେଳେ ସେ ଋଷିଙ୍କୁ କ୍ଷମା ମାଗିଲେ। କିନ୍ତୁ ଋଷି ତାଙ୍କ ଅଭିଶାପ ପ୍ରତ୍ୟାହାର କରିଲେ ନାହିଁ। ଏହା ପରେ ଅପସରା ଅନ୍ୟ ଜଣେ ଋଷି ମୁନିଙ୍କ ନିକଟରେ ପହଞ୍ଚି ପୂରା ଘଟଣା ବିଷୟରେ କହିଲେ। ସାଧୁ ମୁନି ଅପସରାଙ୍କୁ କହିଲେ ଯେ ସତ୍ୟଯୁଗରେ ଭଗବାନ ବିଷ୍ଣୁଙ୍କର ଏକ ଅବତାର ପ୍ରକଟ ହେବ। ଏହା ପରେ, ଅପସରା ସତ୍ୟଯୁଗରେ ବାନର ରାଜ କୁଞ୍ଜରଙ୍କ କନ୍ୟା ଅଞ୍ଜନା ଭାବରେ ଜନ୍ମଗ୍ରହଣ କରିଥିଲେ। ଅଞ୍ଜନା ବାନର ରାଜ କପିରାଜ କେସରୀଙ୍କୁ ବିବାହ କଲେ।  କେସରୀ ଓ ଅଞ୍ଜନାଙ୍କ ପୁତ୍ରଭାବେ ହନୁମାନ ଜନ୍ମ ଗ୍ରହଣ କରିଥିଲେ।

publive-image

ମହାବୀର ହନୁମାନଙ୍କୁ ଜଣେ ସର୍ବୋଚ୍ଚ ରାମ ଭକ୍ତ ଭାବରେ ବିବେଚନା କରାଯାଏ, ତେଣୁ ଭଗବାନ ରାମଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କୁ ହନୁମାନ ତାଙ୍କର ବିଶେଷ ଆଶୀର୍ବାଦ ପ୍ରଦାନ କରନ୍ତି। ତେଣୁ ହନୁମାନ ଜୟନ୍ତୀ ଅବସରରେ ଭକ୍ତମାନେ ରାମ ମନ୍ଦିରକୁ ଯାଇ ଭଗବାନ ରାମଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି। ଏହା ସହିତ ହନୁମାନ ମଧ୍ୟ ବଳ, ଜ୍ଞାନ, ଶିକ୍ଷା, ସାହସିକତା, ଧୈର୍ଯ୍ୟ, ସୌର୍ଯ୍ୟ, ବୀର୍ଯ୍ୟ ଆଦି ପ୍ରଦାନକାରୀ।

Advertisment
Advertisment