Advertisment

ଆସନ୍ତୁ ନେବା ଚଣାଡାଲିର ମଜ୍ଜା

ଆପଣ ନିଶ୍ଚୟ ଅନେକ ପ୍ରକାରର ଡାଲି ଖାଇଥିବେ। ସେଥିମଧ୍ୟରୁ ଚଣା ଡାଲିର ସ୍ୱାଦ ସବୁଠୁ ଅଲଗା। ଏନେଇ ଅନେକ ବିଶେଷ ଉତ୍ସବରେ, ଚଣା ଡାଲିର ହାଲୱା ଭଳି ଅନେକ ପ୍ରକାର ଡିସ୍ ତିଆରି ହୋଇଥାଏ। ତେବେ ଏଥର ଆପଣ ଏକ ଭିନ୍ନ…

author-image
Pramod Behera
ଆସନ୍ତୁ ନେବା ଚଣାଡାଲିର ମଜ୍ଜା

1

ଆପଣ ନିଶ୍ଚୟ ଅନେକ ପ୍ରକାରର ଡାଲି ଖାଇଥିବେ। ସେଥିମଧ୍ୟରୁ ଚଣା ଡାଲିର ସ୍ୱାଦ ସବୁଠୁ ଅଲଗା। ଏନେଇ ଅନେକ ବିଶେଷ ଉତ୍ସବରେ, ଚଣା ଡାଲିର ହାଲୱା ଭଳି ଅନେକ ପ୍ରକାର ଡିସ୍ ତିଆରି ହୋଇଥାଏ। ତେବେ ଏଥର ଆପଣ ଏକ ଭିନ୍ନ ଉପାୟରେ ଚଣା ଡାଲି ତିଆରି କରିପାରିବେ। ବିଶ୍ଵାସ କରନ୍ତୁ ଏହାର ସ୍ଵାଦ କେବେ ବି ଭୁଲିପାରିବେ ନାହିଁ। ଏହାକୁ ଆପଣ ରୁଟି ସହିତ ହେଉ ବା ପୁରୀ ସହିତ ଖାଇ ପାରିବେ। ଭାବନ୍ତୁ ନାହିଁ ଯେ ଏହା ଏକ କଠିନ କାମ। ଏହାକୁ ତିଆରି କରିବା ବହୁତ ସହଜ ଅଟେ। ତେବେ ଏହାକୁ କିପରି ତିଆରି କରିବା ଆସନ୍ତୁ ଶିଖିବା-

Advertisment

ଚଣା ଡାଲି ତିଆରି ପାଇଁ ଉପାଦାନ

publive-image

ଚଣା ଡାଲି – ୧୦୦ ଗ୍ରାମ

ଟମାଟୋ – ୧

କଞ୍ଚା ଲଙ୍କା – ୩

ଅଦା – ଏକ ଇଞ୍ଚ ଖଣ୍ଡ

ତେଲ – ୧ ବଡ ଚାମଚ

ହେଙ୍ଗୁ – ୨ ଛୋଟ ଚାମଚ

ରସୁଣ – ୩ କୋଲା

ପିଆଜ – ମଧ୍ୟମ ଆକାର

ଜିରା – ଅଧା ଛୋଟ ଚାମଚ

ଗରାମ ମସଲା – ଅଧା ଛୋଟ ଚାମଚ

ହଳଦୀ ପାଉଡର – ଅଧା ଛୋଟ ଚାମଚ

ଧନିଆ ପାଉଡର – ଦେଢ ଛୋଟ ଚାମଚ

ନାଲି ଲଙ୍କା ପାଉଡର –  ଚିମୁଟାଏ

କଟା ଧନିଆ ପତ୍ର – ୧ ବଡ଼ ଚାମଚ

ଚଣା ଡାଲି ପ୍ରସ୍ତୁତି ପ୍ରଣାଳୀ

publive-image

ସର୍ବପ୍ରଥମେ ଡାଲିକୁ ୨ ଘଣ୍ଟା ପାଣିରେ ଭିଜାନ୍ତୁ। ପରେ ଡାଲିକୁ ପାଣିରୁ ବାହାର କରି ଧୋଇ ଦିଅନ୍ତୁ ଓ ଏକ କୁକରରେ ପକେଇ ଲୁଣ ସହିତ ଏକ ଗ୍ଲାସ ପାଣି ଦିଅନ୍ତି। ଏହାକୁ ଚୁଲାରେ ବସାନ୍ତୁ। କୁକରରେ ସିଟି ଆସିବା ପରେ ଡାଲିକୁ ୬-୭ ମିନିଟ୍ ପାଇଁ କମ୍ ନିଆଁରେ ରାନ୍ଧନ୍ତୁ। ଏବେ ଗ୍ୟାସ ବନ୍ଦ କରନ୍ତୁ। କୁକରର ଚାପ ଶେଷ ନହେବା ପର୍ଯ୍ୟନ୍ତ ମସଲା ପ୍ରସ୍ତୁତ କରନ୍ତୁ। ଅଦା, ପିଆଜ ଏବଂ ରସୁଣକୁ ଗ୍ରାଇଣ୍ଡ୍ କରନ୍ତୁ। ଏହା ପରେ ଏକ ପ୍ୟାନରେ ତେଲ ପକେଇ ଗରମ କରନ୍ତୁ। ତା’ପରେ ସେଥିରେ ହେଙ୍ଗୁ ଓ ଜିରା ପକାନ୍ତୁ। ଜିରା ଫୁଟିଗଲା ପରେ ହଳଦୀ ପାଉଡର, ନାଲି ଲଙ୍କା ପାଉଡର ଓ ଧନିଆ ପାଉଡର ପକାନ୍ତୁ। ଏହା ପରେ ସେଥିରେ ରସୁଣ, ପିଆଜ ଓ ଅଦା ପେଷ୍ଟ ପକାନ୍ତୁ। ପରେ ଟମାଟୋ ପକେଇ ପାଣି ଦିଅନ୍ତି ଏବଂ ଏହାକୁ ହାଲୁକା ନିଆଁରେ କିଛି ସମୟ ପାଇଁ ରାନ୍ଧିବାକୁ ଦିଅନ୍ତୁ।

ଏବେ କୁକରକୁ ଖୋଲନ୍ତୁ ଏବଂ ସେଥିରେ ମସଲା ପକାନ୍ତୁ। ଏବେ ଡାଲିକୁ ୩-୪ ମିନିଟ୍ ପର୍ଯ୍ୟନ୍ତ ରାନ୍ଧିବାକୁ ଦିଅନ୍ତୁ। ଗ୍ୟାସ ବନ୍ଦ କରି ସେଥିରେ ଗରମ ମସଲା, କଟା ଧନିଆ ଓ କଞ୍ଚା ଲଙ୍କା ପକାନ୍ତୁ। ବର୍ତ୍ତମାନ ଏହା ଉପରେ ତେଜପତ୍ର ସହିତ ହେଙ୍ଗୁ, ଜିରା ଓ ପିଆଜ ପକାନ୍ତୁ। ସୁସ୍ୱାଦୁ ଚଣା ଡାଲି ପ୍ରସ୍ତୁତ। ଗରମ ଥିବା ବେଳେ ଖାଆନ୍ତୁ ଓ ମଜ୍ଜା ନିଅନ୍ତୁ।

Advertisment
Advertisment
Advertisment