• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kali-pyuja
କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

କୋଲକାତା: କାଳିପୂଜାରେ ଯୋଗଦେଇ ମୃତ୍ୟୁ ଧମକ ପାଇବା ପରେ କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ ଟିମ୍‌ କ୍ୟାପ୍ଟେନ୍‌ ଶାକିବ ଅଲ ହସନ। ଏ ନେଇ ସେ ଏକ ଭିଡିଓ ଜାରି କରି କ୍ଷମାପ୍ରାର୍ଥନା କରିଛନ୍ତି। ଭିଡିଓରେ ଶାକିବ କହିଛନ୍ତି “ ମୁଁ ଜଣେ ମୁସ୍ଲିମ ଭାବରେ ସବୁବେଳେ ଗର୍ବ ଅନୁଭବ କରେ। ତାହା ପାଳନ କରିବା ପାଇଁ ଚେଷ୍ଟା କରେ। ତେବେ ଯଦି ମୁଁ ଆପଣଙ୍କ ଭାବନାକୁ ଆଘାତ ଦେଇଛି ତେବେ ମୁଁ କ୍ଷମା ମାଗୁଛି।” ସୂଚନା […]

1
ଦୀର୍ଘ ୮ ବର୍ଷ ପାକିସ୍ତାନ ଜେଲ୍‌ରେ ରହି ଘରକୁ ଫେରିଲେ ୭୦ ବର୍ଷୀୟ ବୃଦ୍ଧ

କାନପୁର: ଜଣେ ୭୦ ବର୍ଷିୟ ବୃଦ୍ଧ ଦୀର୍ଘ ୮ ବର୍ଷରୁ ଅଧିକ ସମୟ ପାକିସ୍ତାନ ଜେଲ୍‌ରେ ରହିବା ପରେ ଏବେ ପରିବାର ପାଖକୁ ଫେରିଛନ୍ତି। ପରିବାରକୁ ପାଖରେ ପାଇ ସେ ଖୁସିରେ କାନ୍ଦି ପକାଇଛନ୍ତି। ସାମ୍‌ସୁଦ୍ଦିନ ନାମକ ଏହି ବ୍ୟକ୍ତି ଘରକୁ ଫେରି ଅତ୍ୟନ୍ତ ଖୁସି ହୋଇଥିବାବେଳେ ଆତ୍ମୀୟଙ୍କୁ ଧରି କାନ୍ଦିଥିବା ଏବଂ ପାକିସ୍ତାନକୁ ଯାଇ ବହୁତ ବଡ଼ ଭୁଲ୍‌ କରିଥିବା କହିଛନ୍ତି। ସାମ୍‌ସୁଦ୍ଦିନ ପାକିସ୍ତାନ ଜେଲ୍‌ରୁ ଖଲାସ ହୋଇ ଗତ ରବିବାର ସକାଳୁ ତାଙ୍କ ଘର କାଙ୍ଘି […]

surat
ରାସ୍ତାରେ ଗଡ଼ୁଥିଲା ଜଳନ୍ତା କାର୍‌

ସୁରଟ: ରାଜରାସ୍ତାରେ ଜଳୁଥିଲା କାର। ଜଳି ଜଳି ଆଗକୁ ଚାଲିଥିଲା। ଯିଏ ଦେଖୁଥିଲା ଭୟରେ ଥରି ଯାଉଥିଲା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟରେ। ବାଣରେ ଭର୍ତ୍ତି ଚଳନ୍ତା କାରରେ ଲାଗି ଯାଇଥିଲା ନିଆଁ।  ନିମିଷକରେ କାରଟି ସଂପୂର୍ଣ୍ଣ ଜଳିଗଲା।  ଗୁଜରାଟର ରାଜକୋଟରେ ଏହି ଜଳନ୍ତା କାରଟି ଗଡୁଥିଲା। ତେବେ କାରରେ ନିଆଁ ଲାଗିଥିବା ବେଳେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ କାରରୁ ଡେଇଁ ପଡିଥିଲେ । ଆଉ ଜଳନ୍ତା ଅବସ୍ଥାରେ କାରଟି ଗଡି ଚାଲିଥିଲା […]

bihar
ବିହାରରେ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ଦାୟିତ୍ୱ ?

ପାଟନା: ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନ୍‌ଡିଏ ସରକାର ଗଠନ କରିଛି। ଗତକାଲି ୧୪ ମନ୍ତ୍ରୀ ଶପଥ ନେଇଛନ୍ତି। ଆଜି ସେମାନଙ୍କ ପାଇଁ ବିଭାଗ ବଣ୍ଟନ ହେବ। ନୀତୀଶ ନିଜ ପାଖରେ ଗୃହମନ୍ତ୍ରାଳୟ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ବିଭାଗ ରଖିଛନ୍ତି। ଏହିସବୁ ବିଭାଗ ମନ୍ତ୍ରୀମାନଙ୍କୁ ଦିଆଯାଇ ନାହିଁ। ସେହିଭଳି ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ଅର୍ଥ, ବାଣିଜ୍ୟିକ କର, ପରିବେଶ ଓ ବନ, ବିପର୍ଯ୍ୟୟ ପରିଚାଳନା, ସହର ବିକାଶ ସହିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦିଆଯାଇଛି। ସେହିଭଳି […]

daiba-dukha
ସୁରୁଖୁରୁରେ ଚାଲିଥିଲା ସଂସାର, କିନ୍ତୁ ହଠାତ୍‌ ବାସୁଦେବଙ୍କ ଜୀବନରେ ମାଡ଼ି ଆସିଲା ଅଦିନିଆ ଝଡ଼

ସୁବର୍ଣ୍ଣପୁର: ଟ୍ରକ ଚଳାଇ ସଂସାର ପୋଷୁଥିଲେ। ସୁଖ ଦୁଃଖ, ଭଲମନ୍ଦରେ ଚାଲିଥିଲା ଜୀବନ। ହେଲେ ହଠାତ୍ ବଦଳି ଗଲା ସ୍ଥିତି, ଦଇବ ଦେଲା ଦାରୁଣ ଦୁଃଖ। ହସ ଖୁସିର ପରିବାରରେ ମାଡି ଆସିଲା ଅଦିନିଆ ଝଡ଼। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦେଣ୍ଡୁପଦର ଗାଁର ବାସୁଦେବ ଗଡୁଆଙ୍କ ପରିବାରର କଥା। ଆଜକୁ ୨ମାସ ହେବ ଜୀବନଯନ୍ତ୍ରଣାର ଦୁର୍ବିସହ ହୋଇ ପଡ଼ିଛି ବାସୁଦେବଙ୍କ ଜୀବନ। ହଠାତ ଗୋଡରେ ଯନ୍ତ୍ରଣା ହେବାରୁ ଟ୍ରକ ଡ୍ରାଇଭିଂ ଛାଡ଼ି ଘରକୁ ଫେରି […]

8pm
ରାତି ୮ଟା ବେଳର ମୁଖ୍ୟଖବର

https://www.youtube.com/watch?v=g2Qe2KIJgkU

ବଜାରକୁ ଆସିପାରେ ଆପଲ୍‌ର ଫୋଲ୍ଡେବଲ୍‌ ଫୋନ୍‌

ନିଜର ସ୍ୱତନ୍ତ୍ର ମଡେଲ୍‌ ଏବଂ ଫିଚର୍‌ ପାଇଁ ଆଦୃତ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ଆପଲ୍‌ ଏବେ ସ୍ମାର୍ଟଫୋନ୍‌ ଜଗତରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛି। ଆପଲ୍‌ ପ୍ରଥମ କରି ବିଶ୍ୱରେ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିବାକୁ ଯାଉଛି। ଏ ନେଇ କମ୍ପାନୀ କାମ ଆରମ୍ଭ କରିବା ସହ ୨୦୨୨ ସେପ୍ଟେମ୍ବର ମାସରେ ଏହାକୁ ବଜାର ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଆପଲ୍‌ କମ୍ପାନୀ ଏହି ସ୍ମାର୍ଟଫୋନ୍‌ ପ୍ରସ୍ତୁତିରେ ଲାଗୁଥିବା ଯନ୍ତ୍ରପାତି ବା ଉପକରଣ ପାଇଁ ଏହାର ଯୋଗାଣକାରୀ […]

boy
୧୮ ବର୍ଷ ବେଳକୁ କୋଟିପତି ହେବ ଆପଣଙ୍କ ପିଲା; ଆପଣାନ୍ତୁ ଏହି ପ୍ଲାନ

ଭୁବନେଶ୍ୱର: ବାପାମା ପିଲାମନଙ୍କର ଭବିଷ୍ୟତ ପାଇଁ ଚିନ୍ତିତ ଥାନ୍ତି। ପିଲାଟି କେମିତି ଭଲ ପାଠ ପଢ଼ିବ, କିପରି ତା ଭବିଷ୍ୟତ ଉଜ୍ଜ୍ୱଳ ହେବ ଏନେଇ ବାପାମା ସବୁବେଳେ ଚିନ୍ତାରେ ଥାନ୍ତି। ଏଥିପାଇଁ ବିଭିନ୍ନ ପିଲିସି, ଇନ୍ସୁରାନ୍ସ ଆଦି ପିଲା ନାଁରେ କରିଥାନ୍ତି।ଆମେ ଆଜି ଆପଣଙ୍କୁ ଏମିତି ଏକ ଯୋଜନା ବିଷୟରେ ଜଣାଇବୁ ଯେଉଁଥିରେ ଆପଣଙ୍କ ପିଲାର ଭବିଷ୍ୟତ ଉଜ୍ଜ୍ୱଳ ହେବା ଆର୍ଥିକ ଫାଇଦା ମଧ୍ୟ ମିଳିବ। ନିଜ ପିଲାର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ […]

16
କିଡ୍‌ନୀ ବିକି କିଣିଥିଲେ ଆଇଫୋନ୍‌, କିନ୍ତୁ ଏବେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

ଗତ ଅକ୍ଟୋବର ମାସରେ ଆପଲ୍‌ କମ୍ପାନି ତାର ଆଇଫୋନ୍‌ ସିରିଜ୍‌ର ଘୋଷଣା କରିଛି। ଏହି ଘୋଷଣା ପରେ ଇଣ୍ଟରନେଟ୍‌ରେ କିଛି ମେମ୍ସ ଭାଇରାଲ ହୋଇଥିଲା। ଯେଉଁଥିରେ କିଡ୍‌ନୀ ବିକି ଆଇଫୋନ୍‌ କିଣିବାର ମେମ୍ସ ଅଧିକ ଭାଇରାଲ୍ ହୋଇଥିଲା। କିନ୍ତୁ ଆପଣ ଜାଣିଛନ୍ତି କି? ଏହା ସତ ଯେ ଜଣେ ବ୍ୟକ୍ତି ୯ ବର୍ଷ ତଳେ ଏମିତି ଏକ କାରନାମା କରିଥିଲେ। ଯାହା ପାଇଁ ଆଜି ସେ ପସ୍ତାଉଛନ୍ତି। ତେଣୁ ଆପଣ ଏହିଭଳି କିଛି କାର୍ଯ୍ୟ କରନ୍ତୁ ନାହିଁ, […]

5
୪୮ ବର୍ଷୀୟ ବରକୁ ୧୩ ବର୍ଷୀୟା କନ୍ୟା

ଫିଲିପାଇନ୍ସରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୮ ବର୍ଷୀୟ ବ୍ୟକ୍ତି ୧୩ ବର୍ଷର ଜଣେ ନାବାଳିକାଙ୍କୁ ବିବାହ କରିଛନ୍ତି। ସେ ବି ପୁଣି ତାଙ୍କର ୫ମ ବିବାହ। ଫିଲିପାଇନ୍ସର ମାମାସୌପାନୋ ସହରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅତିଥି ଯୋଗ ଦେଇଥିଲେ। ଅବ୍‌ଦୁଲ୍‌ ରଜ୍ଜାକ ନାମକ ଏହି ବ୍ୟକ୍ତି ଆଗରୁ ୪ଥର ବିବାହ କରିଥିଲେ। ଏହା ତାଙ୍କର ୫ମ ବିବାହ। ସେ ପେସାରେ ଜଣେ କୃଷକ। କମ୍‌ ବୟସର ଝିଅକୁ […]

9
କଏଦୀ ବଦଳାଇଲେ ଜେଲ୍‌ର ଚିତ୍ର

ରାଜସ୍ଥାନର ଉଦୟପୁର ସେଣ୍ଟ୍ରାଲ ଜେଲ୍‌ର କଏଦୀ ନମ୍ୱର ୨୫୯ ନିଜର କଳାକାରୀତାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ହାତର ଚିତ୍ରକଳାରେ ଜେଲ୍‌ର କାନ୍ଥ କୌଣସି ମ୍ୟୁଜିୟମ୍‌ଠାରୁ ମଧ୍ୟ କମ୍‌ ଲାଗୁନାହିଁ। ଏହି ଜେଲ୍‌ର କାନ୍ଥକୁ ଚିତ୍ରକଳାରେ ପରିପୂର୍ଣ୍ଣ କରିଥିବା ବ୍ୟକ୍ତି ହେଉଛନ୍ତି ଏନ୍‌ଡିପିଏସ୍‌ ଆକ୍ଟ ମାମଲାରେ ୧୨ ବର୍ଷର ସଜା କାଟୁଥିବା ସାଧୁରାମ। ସାଧୁରାମଙ୍କ ଚିତ୍ର କରିବାର ସୌକ୍‌ ତାଙ୍କ ସାଥିରେ ଜେଲ୍‌ କାଟୁଥିବା ଅନ୍ୟ ୧୫ ଜଣ କଏଦୀଙ୍କୁ ମଧ୍ୟ ପ୍ରଭାବିତ କରିଛି। […]

vaccine
ଜାନୁଆରୀରେ ଆସିପାରେ କୋଭିଡ୍ ଟିକା

ଭୁବନେଶ୍ୱର: ଜାନୁଆରୀରେ ଆସିପାରେ ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଭି. କେ. ପଲ୍। ସେ କହିଛନ୍ତି ଅକ୍ସଫୋର୍ଡ, ଆଷ୍ଟ୍ରାଜେନେକା ଓ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାର ଫେଜ-୩ ପଞ୍ଜୀକରଣ ସରିଛି । ଆମ ଦେଶରେ ଯେଉଁ ଫେଜ୍-୩ ପରୀକ୍ଷା ହୋଇଛି ତାହାର ଫଳାଫଳ ଜାନୁଆରୀରେ ଜଣାପଡ଼ିବ । ତେବେ ଏହି ଟିକା ଅନ୍ୟ ଦେଶରେ ମଧ୍ୟ ପରୀକ୍ଷା ଚାଲିଛି। […]

delhi
ରାଜଧାନୀରେ ପୁଣି ଅସମ୍ଭାଳ ହେଉଛି କରୋନା ସ୍ଥିତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅସମ୍ଭାଳ ହେଉଛି କରୋନା ସ୍ଥିତି । ଗତ କିଛି ଦିନ ହେବ କରୋନା ଜନିତ ଦୈନିକ ମୃତ୍ୟୁ  ସଂଖ୍ୟା ଶହେ ପାଖାପାଖି ରହୁଛି । ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସରକାର ଚିନ୍ତାରେ ପଡ଼ିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ହଟସ୍ପଟ୍‌ ଏରିଆ ଗୁଡିକୁ ସଟଡାଉନ କରିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି ଦିଲ୍ଲୀ ସରକାର। କରୋନା ସ୍ଥିତିରେ ସୁଧାର ଆସିବା ପରେ […]

brisje
ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି। ନାଁ ନ ନେଇ ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଛନ୍ତି, ଆତଙ୍କବାଦ ବିଶ୍ୱ ପାଇଁ ସବୁଠୁ ବଡ଼ ସମସ୍ୟା । ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶକୁ ଦୋଷୀ ମାନ୍ୟତା ମିଳୁ । ମୋଦି ଆହୁରି କହିଛନ୍ତି, ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି, ସେ ଏଥିପାଇଁ ଉତ୍ତରଦାୟୀ। ସବୁ ରାଷ୍ଟ୍ର ମିଳିତ ଭାବେ ସଂଗଠିତ ଢାଞ୍ଚାରେ ଆତଙ୍କବାଦର ମୁକାବିଲା କରନ୍ତୁ। ଜାତୀୟ ସୁରକ୍ଷା ପରିଷଦରେ ସଂସ୍କାର […]

piaja
କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ପିଆଜ ରସୁଣ ଚୋବାଇବା ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏବେ ବି କରୋନାକୁ ନେଇ ଲୋକଙ୍କ ମନରୁ ଭୟ ଦୂର ହୋଇପାରିନାହିଁ। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର କିଛି ଦିନ ପାଇଁ ପାଟିର ସ୍ୱାଦ ଚାଲିଯାଉଛି। ଆଉ ଏହି ସ୍ୱାଦ […]

nrha
ରୋମାଣ୍ଟିକ୍‌ ମୁଡ୍‌ରେ ନେହା-ରୋହନ, ଚୁମ୍ବନ ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ନିକଟରେ ବିବାହ କରିଛନ୍ତି। ବେଶ୍‌ ଧୁମ୍‌ଧାମ୍‌ରେ ଦୁହେଁ ପଞ୍ଜାବ ଗୁରୁଦ୍ୱାରାରେ ବିବାହ କରିଛନ୍ତି। ଏବେ ହନିମୁନ୍‌ ପାଇଁ ନେହା ତାଙ୍କ ସ୍ୱାମୀଙ୍କ ସହ ଦୁବାଇ ଯାଇଥିବା ବେଳେ ସେଠାକାର ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଛନ୍ତି। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। ଏହି ଫଟୋରେ ନେହା ଏବଂ ରୋହନପ୍ରୀତ‌ କିଛି ଅନ୍ତରଙ୍ଗ ସମୟ ବିତାଉଥିବା ଏବଂ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋରେ […]

accident
ଅଟୋ-ଡମ୍ପର ମୁହାଁମୁହିଁ ଧକ୍କା, ଚାଲିଗଲା ୧୦ ଜୀବନ

ବଡୋଦରା:ଗୁଜରାଟ ସ୍ଥିତ ବଡୋଦରା ବାଘେଡିଆ କ୍ରସିଂ ହାଇୱେରେ ବୁଧବାର ସକାଳେ ଏକ ଅଟୋ-ଡମ୍ପର ମୁହାଁମୁହିଁ ଧକ୍କା ଘଟି ୧୧ ଜଣଙ୍କର ମୃତ୍ୟୁ ଘଟିଛି। ୧୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ସମସ୍ତ ଯାତ୍ରୀ ପାୱାଗଡ଼ ଦର୍ଶନ ପାଇଁ ଯାଉଥିଲେ। ମୃତକଙ୍କ ମଧ୍ୟରେ  ଜଣେ ଶିଶୁ ଓ  ୫ ମହିଳା ଅଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ସିପି କଲେକ୍ଟର, ସିଡିଏମ ଏବଂ ଏସ୍‌ଏସ୍‌ଜି ଡାକ୍ତରଖାନା ଚିକିତ୍ସା ଅଧିକ୍ଷକ […]